ତୀତସ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ତିତସ୍ ହାକ୍ ପେରିତ୍ ପାଉଲାର୍ ଚିଟି
ତିତସ୍ ଚିଟି ବିସୟେ ହଃଦେକ୍
ତିତସ୍ ପୁସ୍ତକ ପାଉଲାର୍ ୪ ଗଟ୍ ଚିଟି ବିତ୍ରେ ଗଟେକ୍ ଜୁୟ୍ରିକି ଗଟ୍ ମଣ୍ଡ୍ଳି ବାଦୁଲେ ଗଟ୍ ଲକାର୍ ନାଉଁ ଟିକ୍ଣା ଲେକୁଲା । ତିନିଗଟ୍ ଚିଟି ବିତ୍ରେ ହଃର୍ତୁ ତିମତି, ହଃଚାର୍ ତିମତି, ପିଲିମନ୍, ପାଉଲ ତିତସ୍କେ ଇ ଚିଟି ଲେକୁଲା, ମଃତର୍ ସେ ହେଁ ସଃବୁ ଲକ୍ ସୁଣ୍ଲା ହର୍ ହଳୁକେ ହେଁ କଃଉଁଲା । ସେ ଗଟ୍ ପେରିତ୍ ଇସାବେ ତାର୍ ଜୟ୍ଗ୍ ବୁଜାୟ୍ ଦେଉଁଲା ଇରି ଅଃମି ଜାଣୁ ହାରୁଲୁ ଗଟ୍ ବିସୟ୍ ତିତସ୍ ଆଗେହୁଣି ଜାଣିଆଚେ ।
ପାଉଲ ଇ ଚିଟି ଜିସୁକ୍ରିସ୍ଟର୍ ଜଃଲମାର୍ ହାକା ହାକି ୬୩-୬୫ ମସିଆ ବଃଳ୍ ଲେକିଆଚେ । ତିତସ୍କେ ଆଇସ୍ଲାଣ୍ଡ୍ ତଃୟ୍ ରିଲା କ୍ରେଟେ ମଣ୍ଡ୍ଳିକେ ଚାଲାଉଁକେ ପାଉଲ କଃଉଁଲା । ପାଉଲ ତିତସ୍କେ ଇ ଚିଟି ଲେକୁଲା ବଃଲେକ୍ ମଣ୍ଡ୍ଳିର୍ ନେତାମଃନ୍କେ ବାଚିକଃରି ସେମଃନ୍କେ ସିକ୍ୟା ଦେଉଁକେ ଅୟ୍ଦ୍ । ସେ ତିମତିକେ ହେଁ ସଃମାନ୍ ସେରିମଃନ୍ କଃରୁକେ କଃଉଁଲା । କଃନ୍କଃରି ଗଟ୍ ମଣ୍ଡ୍ଳିର୍ ନେତା ଜିବନ୍ କାତାର୍ ତାର୍ ଚିଟି ତଃୟ୍ ଜାଣା ଜଃଉଁଲି । ଆଜିର୍ ମଣ୍ଡ୍ଳି ଆର୍ ନେତାମଃନ୍ କଃନ୍କଃରି ନିର୍ମୁଳ୍ ଜିବନ୍ କାଟ୍ତାର୍ ଲଳା ସେରି ସିକ୍ୟା ଦେଉଁଲା ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ତିତସ୍କେ ଦଃର୍ମି ନେତା ମଃନ୍କେ ବାଚୁକେ କଃଉଁଲା । ୧:୧-୧୬
୨. ପାଉଲ ତିତସ୍କେ ଲକ୍ମଃନ୍କେ ଦଃର୍ମି ଜିବନ୍ କାଟୁକ୍ ସିକାଉଁକେ କଃଉଁଲା । ୨:୧–୩:୧୧
୩. ପାଉଲାର୍ ଜଜ୍ନା ଆର୍ ଜୁଆର୍ ଜାଣାଉତାର୍ । ୩:୧୨-୧୫
11ମୁୟ୍ଁ ପାଉଲ୍ ଇସ୍ୱରାର୍ ଗଟ୍ ଗତିଦଃଙ୍ଗ୍ଳା ଆର୍ ଜିସୁକ୍ରିସ୍ଟର୍ ଗଟେକ୍ ପେରିତ୍, ତିତସ୍କେ ଚିଟି ଲେକୁଲେ । ମୁୟ୍ ଇସ୍ୱରାର୍ ବାଚ୍ଲା ଲକ୍ମଃନ୍କେ ବିସ୍ୱାସେ ଅଃଟୁଆ କଃରୁକେ ଆର୍ ଅଃମ୍ବର୍ ଜିବନ୍ ହାଉଁତା ଆସା ଉହ୍ରେ ସଃତ୍ 2ଇସ୍ୱର୍ ବାଚ୍ଲାର୍ ଲକ୍ମଃନ୍ ସଃବୁ ଦିନାର୍ ଜିବନାର୍ ବଃର୍ସା ହାୟ୍, ଜଃନ୍କ୍ରି ବିସ୍ୱାସ୍ ଆର୍ ଇସ୍ୱର୍କେ ମାନ୍ତି କଃର୍ତା ସଃତ୍ ଗ୍ୟାନେ ବାଡ୍ତି, ଇତାର୍ ଗିନେ ମୁୟ୍ଁ ପେରିତ୍ ଅୟ୍ ଆଚି । 3ସେ ଟିକ୍ ବେଳାୟ୍ ନିଜାର୍ କଃତା ପର୍ଚାର୍ କଃରାୟ୍ ଜାଣାୟ୍ଲା; ସେକଃତା ପର୍ଚାର୍ କଃର୍ତା ବଃଜ୍ ଅଃମାର୍ ମୁକ୍ଳାଉତା ଇସ୍ୱରାର୍ କୟ୍ଲା ହର୍କାରେ ମକେ ସଃହ୍ରି ଦିଆଅୟ୍ ଆଚେ ।
4୧:୪ ୨ କର ୮:୨୩; ଗାଲା ୨:୩; ୨ ତିମ ୪:୧୦.ତିତସ୍ ମର୍ ସଃମାନ୍ ବିସ୍ୱାସାର୍ ହଅ, ଉବା ଇସ୍ୱରାର୍ ଆର୍ ଉଦାର୍ କଃର୍ତା ଇସ୍ୱର୍ ଆର୍ ଅଃମିମଃନାର୍ ମୁକ୍ଳାଉତା କ୍ରିସ୍ଟ ଜିସୁର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତର୍ ଉହ୍ରେ ଅଃଉଅ ।
କ୍ରିତିତଃୟ୍ ତିତସାର୍ ପର୍ଚାର୍
5ନଃସେର୍ତା ହାୟ୍ଟିମଃନ୍ ସଃରାଉଁକେ, ଆର୍ ମୁୟ୍ଁ କୟ୍ଲା ହଃର୍କାରେ ସଃବୁ ଗଳେମଃନ୍ ମଣ୍ଡ୍ଳିର୍ ପାରାଚିନ୍ ମଃନ୍କେ ବାଚୁକେ ମୁୟ୍ଁ ତକ୍ କ୍ରିତିୟେ ଚାଡି ଆୟ୍ଲେ । 6୧:୬ ୧ ତିମ ୩:୨-୭.ଜୁୟ୍ଲକ୍ ନିର୍ଦସି ଆର୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅୟ୍ ରିବାର୍ଆଚେ, ତାର୍ ହିଲାମଃନ୍ ମାପ୍ରୁର୍ ବିସ୍ୱାସି ଅୟ୍ ରିବାର୍ଆଚେ । ଆର୍ କଃରାବ୍ କାମେ ଲିନ୍ଦା ହାୟ୍ ନଃରେବାର୍ ଆଚେ କି ଅମାନ୍ୟାର୍ ଅୟ୍ ନଃରେବାର୍ ଆଚେ, ତାକେ ବାଚା । 7ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକା ଇସ୍ୱରାର୍ ବଃଣ୍ଡାର୍ଗଃରିଆ ହର୍ ଲିନ୍ଦା ନାହାୟାଲା ଲକ୍ ଅୟ୍ବାର୍ ଆଚେ; ସେ ନିଜାର୍ ଇଚାୟ୍ ଚାଲ୍ତା ଲକ୍ କି ବେଗି ରିସା ଅଃଉତା ଲକ୍ ଅୟ୍ ନଃରେବାର୍ ଆଚେ, କି ମଃଦୁଆ କି କୁନ୍ଦିକାଡୁ, କି ଦଃନ୍ଲଃବି ଅୟ୍ ନଃରେବାର୍ ଆଚେ । 8ନିକରି ବଃଲ୍ହାଉ ଲକ୍ସସି ଅୟ୍ରେବାର୍ ଆଚେ, ନିକ କଃତାକ୍ ଲାଡ୍କଃର୍ତା ଲକ୍, ନିକ ବୁଦିର୍ ଲକ୍, ନ୍ୟାୟ୍ ବଃଲ୍ହାଉତା ଲକ୍, ପବିତ୍ର ଆର୍ ମଃଦୁର୍ କଃତା ଅଃଉତା ଲକ୍ । 9ଆରେକ୍ ଜଃନ୍କଃରି ସେ ଉହ୍କାର୍ ଅଃଉତା ସିକ୍ୟା ଦଃୟ୍ ବଃର୍ସା ଦେଉଁକ୍ ଆର୍ ବିରଦେ କଃଉତା ଲକ୍ମଃନ୍କେ ଉତୁର୍ ଦେଉଁକେ ହାର୍ତି, ଇତାର୍ ଗିନେ ହାୟ୍ରିଲା ସିକ୍ୟା ହଃର୍କାରେ ବିସ୍ୱାସ୍ ଜୟ୍ଗ୍ ମାପ୍ରୁର୍ କଃତାକ୍ ନିକକଃରି ଦଃରି ରେଉଅତ ।
10ବଃଲେକ୍ ଗାଦେକ୍ ଅମାନ୍ୟା ଲକ୍, କଃରାବ୍ କଃତା କଃଉତା ଲକ୍ ଆର୍ ଟକ୍ତା ଲକ୍ ଆଚ୍ତି, ମୁଳ୍କଃରି କ୍ରିସ୍ଟାନ୍ ଅୟ୍ଲା ଜିଉଦି ଲକ୍ମଃନାର୍ ବିତ୍ରେ ଆଚ୍ତି । 11ସେମଃନାର୍ ଟଣ୍ଡ୍ ମଦା କଃରାଉତା ଲଳା । ସେମଃନ୍ ଦଃନାର୍ ଗିନେ କଃରାବ୍ ସିକ୍ୟା ଦଃୟ୍ ଗଟେକ୍ ଗଟେକ୍ ଗଃର୍କୁଟୁମ୍କେ ହୁରାବାବେ ବିନ୍ ବାଟେ ନଃୟ୍ ଆଚ୍ତି । 12ସେମଃନାର୍ ବିତ୍ରେ, ସେମଃନାର୍ ନିଜାର୍ ଜାତିର୍ ଗଟେକ୍ ବାବ୍ବାଦି କୟ୍ଆଚେ, କ୍ରିତିର୍ ଲକ୍ମଃନ୍ ସଃବୁବଃଳ୍ ମିଚ୍ କଃଉତି, ବିନ୍ଲକାର୍ ନଃସ୍ଟ୍କଃରୁ ଆର୍ ଅଃଳ୍ସିଆ କାଉରାମଃନ୍ । 13ସେମଃନାର୍ ଇ ସାକି ସଃତ୍ । ଇତାକ୍ ସେମଃନ୍ ଜଃନ୍କଃରି ଜିଉଦିମଃନାର୍ ମଃନେ ହାଚ୍ଲା କଃତା ଆର୍ ସଃତ୍ କଃତାକ୍ ମୁଆଁସ୍ ନଃକେଲା ଲକ୍ମଃନ୍କେ 14ସଃତ୍କେ ନଃମାତା ମାନାୟ୍ମଃନାର୍ ବିଦି ଆର୍ ଜିଉଦିମଃନାର୍ ମଃନେ ହାଚ୍ଲା ଲକ୍କଃତା ନଃମାନୁକେ ସେମଃନ୍କେ ସିକାଉଆ । 15ନିର୍ମୁଳ୍ ଲକ୍ମଃନାର୍ ଗିନେ ସଃବୁହେଁ ନିର୍ମୁଳ୍, ମଃତର୍ ହାହେ ହଃଳ୍ଲା ଆର୍ ଅବିସ୍ୱାସିମଃନାର୍ ଗିନେ କାୟ୍ କଃତା ହେଁ ନିର୍ମୁଳ୍ ନାୟ୍, ମଃତର୍ ସେମଃନାର୍ ମଃନ୍ ଆର୍ ବାବ୍ନା ଇ ଜଳେକ୍ ହେଁ ବିଟାଳ୍ । 16ସେମଃନ୍ ଇସ୍ୱର୍କେ ଜାଣିଆଚୁ ବଃଲି କଃଉତି, ମଃତର୍ ସେମଃନାର୍ କାମ୍ ତଃୟ୍ ମାନ୍ତି ନଃକେର୍ତି । ସେମଃନ୍ ମାନ୍ତି ହାଉତା ଜୟ୍ଗ୍ ନାୟ୍ ଆର୍ ଅମାନ୍ୟା, ଆରେକ୍ ସଃବୁ ସଃତ୍ କାମାର୍ ଜୟ୍ଗ୍ ନୟ୍ଲାର୍ ।
2ସଃତ୍ୟା ଦଃର୍ମାର୍ କଃତା
1ମଃତର୍ ତୁମି ଉହ୍କାର୍ ସିକ୍ୟାର୍ ଟିକ୍ କଃତା କଃଉଆ । 2ଅଃଦିକ୍ ବଃୟ୍ଁସାର୍ ଲଃକ୍ମଃନ୍ ମଃଦୁର୍ କଃତାୟ୍, ଦିର୍ସୁସ୍ତା, ନିକବୁଦି ଆର୍ ବିସ୍ୱାସ୍, ଲାଡେ ଆର୍ ସଃମ୍ବାଳ୍ତାର୍ ସଃଙ୍ଗ୍ ସଃକ୍ତି ଅଃଉଁକେ, 3ଆରେକ୍ ଅଃଦିକ୍ ବଃୟ୍ଁସାର୍ ମାୟ୍ଜିମଃନ୍କେ ସେରଃକମ୍ ଲକାର୍ ଲିନ୍ଦାକାରି, ମଃଦେ ଗତି ନଃକେଟି ବେବାରେ ନିକ ଆର୍ ନିକ ସିକ୍ୟା ଦେଉଁକେ ଗଃଉଆରି କଃରା; 4ଇସ୍ୱରାର୍ କଃତା ଜଃନ୍କଃରି ଲିନ୍ଦା ନଃହାୟ୍, ଇତାକ୍ ସେମଃନ୍ ଦଃଙ୍ଗ୍ଲିମଃନ୍କେ ଡକ୍ରାସିର୍ କଃତା ମାନୁକ୍, ହିଲାକ୍ ଲବଦ୍ କଃରୁକେ ସିକାଉଁ ହାର୍ତି । 5ନିକବୁଦି, ଅଃଣ୍ଡ୍ରାକେ ପବିତ୍ର ବାବେ ମାନ୍ତାର୍, ଗଃର୍ ସଃମ୍ବାଳ୍ତାର୍ ମାୟ୍ଜି, ଦିର୍ସୁସ୍ତାର୍, ଆର୍ ଅଃହ୍ଣା ଅଃହ୍ଣାର୍ ଡକ୍ରାସି ମଃନ୍କାର୍ କଃତା ମାନି ଚାଲୁକ୍ ସିକାଉ । ତଃବେ ଅଃମିକ୍ ଦିଆ ଅୟ୍ଲା ଇସ୍ୱରାର୍ କଃତାକ୍ ଲିନ୍ଦା ନଃକେର୍ତି ।
6ସେନ୍କଃରି ଦଃଙ୍ଗାଳାମଃନ୍କେ ସଃବୁବାଟ୍ ନିକବୁଦିର୍ ଅଃଉଁକେ ସାହାସ ଦେସ୍; 7ତୁୟ୍ ନିଜେ ନିଜାର୍ ଗୁଣେ ସଃତ୍ କାମ୍ କଃଲାର୍ ଦଃକାଉ, ମଃନ୍ଗଃଳା ସିକ୍ୟାୟ୍ ନୟ୍, ଆର୍ ମଃନ୍ ଦିଆନ୍ ବାବ୍ ଆରେକ୍ ଉହ୍କାର୍ ଅଃଉତାର୍ ଅକାଟ୍ୟା କଃତା କଃଉ । 8ତଃବେ କେ ତକ୍ ଲିନ୍ଦା କଃତା କଃଉ ନଃହାର୍ତି ଆର୍ ତର୍ ସଃତ୍ରୁମଃନ୍ ଅଃମାର୍ ବିରଦେ କଃରାବ୍ ଲିନ୍ଦା କଃତା ଆଣୁ ନଃହାରି ଲାଜ୍ ହାଉତି ।
9ଗତିଦଃଙ୍ଗ୍ଳା ମଃନ୍କେ ସିକାଉ ଜେ, ସେମଃନ୍ ଅଃହ୍ଣା ଅଃହ୍ଣାର୍ ସାଉକାରାର୍ ତଃଳେ ମାନିକଃରି ରେଅତ୍, ସଃବୁ କଃତାୟ୍ ସେମଃନ୍କାର ମଃନ୍ସଃର୍ଦା କଃରାଅତ୍ । କଃତା ମେଣ୍ଡୁ ନୟ୍ କଃରି, 10କାୟ୍ରିହେଁ ନଃଚରି ମୁଳ୍କଃରି ହୁରାହୁରି ସଃତ୍ ଦଃକାଇ ଅଃଉଅତ୍, ଜଃନ୍କ୍ରି ସେମଃନ୍ ସଃବୁ କଃତାୟ୍ ଅଃହ୍ଣାର୍ ମୁକ୍ଳାଉତାର୍ ଇସ୍ୱରାର୍ ସିକ୍ୟାର୍ ସନାମାଳି ହର୍ ଅଃଉତି ।
11ବଃଲେକ୍ ସଃବୁ ମାନାୟ୍ର୍ ମୁକୁଳ୍ତାର୍ ଗିନେ ଇସ୍ୱରାର୍ ଦଃୟା ଜାଣା ହଃଳିଆଚେ । 12ଆର୍ ଅଃମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଆର୍ ଜଃଗତାର୍ ଲାଳସା ଚାଡିକଃରି ଇ ଆଜିର୍ ଜଃଗତେ ନିକବୁଦି, ଦଃର୍ମି ଇସ୍ୱର୍କେ ସଃର୍ଦାକଃର୍ତା ଜିବନ୍ କାଟୁନ୍ଦ୍ । 13ବଃଡ୍ ଇସ୍ୱର୍ ଆର୍ ଅଃମିମଃନାର୍ ମୁକ୍ଳାଉତାର୍ କ୍ରିସ୍ଟଜିସୁର୍ ଜଃଜ୍ମାନ୍ ଦଃକୁକ୍ ଜାଗିରେଉନ୍ଦ୍, ଇତାର୍ ଗିନେ ବଃର୍ସା କଃରି ସିକ୍ୟା ଦେଉଁଲେ । 14୨:୧୪ ୧ ପିତ ୨:୯.ସେ ଜିସୁ କ୍ରିସ୍ଟ ଅଃମିମଃନ୍କ୍ ସବୁ ହାହେ ହୁଣି ମୁକ୍ଳାଉଁକେ ଆର୍ ଅଃହ୍ଣାର୍ ଗିନେ ସଃତ୍କାମେ କାମିକା ନିଜାର୍ ଲକ୍ହର୍ ନିର୍ମୁଳ୍ କଃରୁକେ ଅଃମିମଃନାର୍ ହାଁୟ୍ ଅଃହ୍ଣାକ୍ ଦିଲା ।
15ଇସଃବୁ କଃତା କୟ୍ ହୁରାହୁରି ଅଃଦିକାର୍ ସଃଙ୍ଗ୍ ସୁଣ୍ତା ଲକେ ବଃର୍ସା ଦେସ୍ ଆର୍ ଉଳ୍ । କେ ତକେ ଇନ୍ମାନ୍ ନଃକେର ।
3କ୍ରିସ୍ଟାନ୍ ଲକାର୍ ଗୁଣ୍
1ଅଃଦିକାରି ଆର୍ ଅଃଦିକାର୍ ହାୟ୍ଲା ଲକାର୍ ତଃଳେ ରଃୟ୍ ଆର୍ ବାୟ୍ଦ୍ରେ ମାନୁକେ ଆରେକ୍ ସଃବୁ ରଃକମାର୍ ନିକ କାମ୍ କଃରୁକେ ତିଆର୍ ଅଃଉଁକେ, 2କାର୍ ଲିନ୍ଦା ନଃକେରୁକ୍, କାର୍ ବିରଦି ନେଉଁକେ, ଦିରାଅଉଁକ୍, ସଃବୁ ଲକ୍ମଃନ୍କେ ସଃବୁ ରଃକମାର୍ ଦିର୍ସୁସ୍ତା ବାବ୍ ଦଃକାଉଁକ୍ ସେମଃନ୍କେ ଏତାୟ୍ ଦେସ୍ । 3କାୟ୍ତାକ୍ବଃଲେକ୍ ହଃର୍ତୁ ଅଃମିମଃନ୍ ହେଁ ନିର୍ବୁଦିଆ, ଅମାନ୍ୟାକାରି, ବାଣା ଆର୍ ନାନା ରଃକମାର୍ କଃରାବ୍ ବୟ୍ଗ୍ ଆର୍ ସୁକ୍ ବୟ୍ଗାର୍ ଗତିଦଃଙ୍ଗ୍ଳା ରିଲୁ, ଆକାର୍, ଆର୍ ଡାରା କଃତାୟ୍ ଦିନ୍ କାଟତି ରିଲୁ, ଲକ୍କେ ଲାଡ୍ ନଃକେର୍ତି ରିଲୁ ଆର୍ ବିନ୍ ଲକ୍ମଃନ୍ ହେଁ ଅଃମିକ୍ ଗିଣ୍ କଃର୍ତି ରିଲାୟ୍ । 4ମଃତର୍ ଜଃଡ୍ବଃଳ୍ ଅଃମିମଃନାର୍ ମୁକ୍ଳାଉତାର୍ ଇସ୍ୱରାର୍ ଦଃୟା ଆର୍ ମାନାୟ୍ ଜାତିକେ ତାର୍ ଲାଡ୍ ଜାଣା ହଃଳ୍ଲି । 5ସଃଡେବଃଳ୍ ସେ ଅଃମିମଃନାର୍ କଃଲା ଦଃର୍ମ୍ କାମାର୍ ଗିନେ ନାୟ୍, ମଃତର୍ ଅଃହ୍ଣାର୍ ଦଃୟା ହଃର୍କାରେ, ଆରେକ୍ ଜଲମ୍ ଦଃୟ୍ ଆର୍ ପବିତ୍ର ଆତ୍ମା ନଃଉଁଆକଃରି ଅଃମିମଃନ୍କ୍ ମୁକ୍ଳାୟ୍ ଆଚେ । 6ସେ ପବିତ୍ର ଆତ୍ମାକେ ସେ ଅଃମିମଃନାର୍ ମୁକ୍ଳାଉତା ଜିସୁ କ୍ରିସ୍ଟର୍ ଗିନେ ଜଃବର୍ ଅଃମିମଃନ୍କ୍ ଦଃୟ୍ ଆଚେ । 7ଜଃନ୍କଃରି ଅଃମିମଃନ୍ ତାର୍ ଦଃୟାର୍ ଗିନେ ଦଃର୍ମି ଗଃଣ୍ତି ଅୟ୍ ବଃର୍ସା ହଃର୍କାରେ ଅଃମ୍ବର୍ ଜିବନାର୍ ଅଃଦିକାରି ଅଃଉଁନ୍ଦ୍ ।
8ଇ କଃତା ବିସ୍ୱାସ୍ କଃର୍ତା ଜୟ୍ଃଗ୍, ଆର୍ ଜଃନ୍କଃରି ଇସ୍ୱର୍କେ ସଃତ୍ କଃର୍ତା ଲକ୍ମଃନ୍ ସଃବୁ ସଃତ୍କାମେ ଦିନ୍କଃଟାଉଁକେ ମଃନ୍ ଦେତି, ଇତାର୍ ଗିନେ ଇ ସଃବୁ କଃତା ନିକକଃରି ସିକାଉ ବଃଲି ମର୍ ମଃନ୍ । ଇ ସଃବୁ କଃତା ମାନାୟ୍ ମଃନ୍କାର୍ ହାୟ୍ଁ ନିକ ଆର୍ ଉହ୍କାର୍ କଃତା । 9ମଃତର୍ ହଲ୍ୟା ଦଃରାମ୍ସ୍କା, ଆଗାର୍ ହୁର୍ବାର୍ ବଉଁସାର୍ କଃତା, ବିରଦ୍, ଆର୍ ବିଦିର୍ କଃତାୟ୍ ଦଃରାଦଃରି ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ସେରିମଃନ୍ ଉହ୍କାର୍ ନାୟ୍ ଆର୍ ମଲ୍ ନାୟ୍ । 10ଜୁୟ୍ମଃନ୍ ବମ୍ବ୍ଳାଉତା ମଃନାର୍, ତାକେ ତରେକ୍ କି ଦୁୟ୍ତର୍ ବୁଜାୟ୍ଲା ହଃଚେ, ତାର୍ ତଃୟ୍ହୁଣି ଦୁରିରିଆ । 11ଇ ରଃକ୍ମ୍ ଲକ୍ ଜେ ବାଟ୍ବାଣା ଅୟ୍ଆଚେ, ଆର୍ ହାହ୍ କଃରି ଅଃହ୍ଣାକ୍ ଅଃହ୍ଣା ଦସି କଃରିଆଚେ, ଇରି ତୁମି ଜାଣିଆଚାସ୍ ।
ସଃରାସଃରି ହଃଦେକ୍
12୩:୧୨ ପେରି ୨୦:୪; ଏପି ୬:୨୧,୨୨; କଲ ୪:୭,୮; ୨ ତିମ ୪:୧୨.ଜଃଡ୍ବଃଳ୍ ମୁୟ୍ଁ ତର୍ ହାକ୍ ଆର୍ତେମା କି ତୁକିକକେ ହଃଟାୟ୍ନ୍ଦ୍, ସଃଡେବଃଳ୍ ନିକପଲିକେ ମର୍ ହାକ୍ ଆସୁକ୍ ଜଃତୁନ୍ ଅଃଉ, ବଃଲେକ୍ ସିତ୍ହଃଦ୍ନା ସେତି ରେଉଁକେ, ତିର୍ କଃରି ଆଚି । 13୩:୧୩ ପେରି ୧୮:୨୪; ୧ କର ୧୬:୧୨.ମସାର୍ ବିଦିଏ ଅକିଲ୍ ଜିନା ଆର୍ ଆପଲକେ ଜଃତୁନେ ଜାୟ୍ରି ଲଳା ଦଃୟ୍କଃରି ଚାଡିଦେସ୍, ଜଃନ୍କଃରି ସେମଃନାର୍ କାୟ୍ରିହେଁ ଅକେଟ୍ ନଃଉଅ । 14ଅଃମାର୍ ଲକ୍ମଃନ୍ ହେଁ ଲଳାରିଲା ଉହ୍କାର୍ ହାୟ୍ଁ ସଃତ୍ କାମେ ଲାଗି ରେଉଁକ୍ ସିକତ୍, ଜଃନ୍କଃରି ସେମଃନ୍ କାମ୍ ନଃକେଲା ଲକାର୍ ହର୍ ନଃଉତି ।
15ମର୍ ସଃଙ୍ଗ୍ ରିଲା ସଃବୁଲକ୍ ତକେ ଦନ୍ୟବାଦ୍ ଜାଣାଉଁଲାୟ୍, ବିସ୍ୱାସ୍ କଃତାୟ୍ ଜୁୟ୍ମଃନ୍ ଅଃମିମଃନ୍କ୍ ଲାଡ୍ କଃର୍ତି, ସେମଃନ୍କେ ଦନ୍ୟବାଦ୍ ଜାଣାଉଆ, ତୁମି ସଃବୁ ଲକାର୍ ଉହ୍ରେ ଇସ୍ୱରାର୍ ଦଃୟା ଅଃଉଆ ।