ରମିୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପତ୍ର
ରମିୟ ମଣ୍ଡ୍ଳିକେ ପାଉଲାର୍ ଚିଟି
ରମିୟ ଚିଟି ବିସୟେ ହଃଦେକ୍
ଅଃଉଁ ହାରେ ରମିୟ ପୁସ୍ତକ୍ ହାକାହାକି ଜିସୁକ୍ରିସ୍ଟର୍ ଜଃଲମାର୍ ହଃଚେ ୫୪ ହୁଣି ୫୮ ମଃସିଆ ବିତ୍ରେ ପେରିତ୍ ପାଉଲ୍ ଲେକି ରିଲା । ପାଉଲ ରମ୍ ଗଃଳେ ଜାତା ଆଗ୍ତୁ ଜିଉଦି ଆର୍ ଅଜିଉଦି କ୍ରିସ୍ଟିଆନ୍ମଃନ୍କେ ସିକ୍ୟା ଦେଉଁକେ ଇ ଚିଟି ଲେକି ରିଲା । ସଃବୁ ଲକ୍ମଃନ୍ ଜଃନ୍କଃରି ଜିସୁ କ୍ରିସ୍ଟକେ ବିସ୍ୱାସ୍ ଆର୍ ମାୟ୍ନ୍ କଃର୍ତି ୧୬:୨୬ ଇତାର୍ ଗିନେ ସେ କଃଉଁଲା, ଗଃଳେ ରେତା ବଃଳ୍ ରମିୟ କ୍ରିସ୍ଟିଆନ୍ମଃନ୍କେ ସିକ୍ୟା ଦେଉଁକେ ଇ ଚିଟି ଲେକିରିଲା ।
ସଃବୁ ଜଃଗାୟ୍ ସଃବୁବଃଳ୍ କ୍ରିସ୍ଟିଆନ୍ ମଃନାର୍ ଗିନେ ରମିୟ ପୁସ୍ତକ୍ ଗଟେକ୍ ବଃଡେ ମଲାର୍ ପୁସ୍ତକ୍, ବଃଲେକ୍ ଅଃମି କଃନ୍କଃରି ଜିସୁକ୍ରିସ୍ଟର୍ ଦଃୟ୍ ମୁକ୍ତି ହାଉଁହାରୁନ୍ଦ୍, ପାଉଲ୍ ଗବିର୍ ଆର୍ ବୁଜ୍ଲା ହର୍ କଃରି ଲେକିଆଚେ । ପାଉଲ୍ ହଃର୍ନା ନିୟମ୍କେ ହେଁ ଜିସୁ କ୍ରିସ୍ଟର୍ ନିକ କବୁର୍ ସଃଙ୍ଗେ ମିସାଉଁଲା । ୧:୧୬ ହଃଦ୍କେ ନଃୟ୍ କଃତେକ୍ ହଃଣ୍ଡିତ୍ ମଃନ୍ କଃତା କାଟାକାଟି ଅୟ୍ କଃଉଁଲାୟ୍ ଜେ ଇରି ସଃବାର୍ ମଃଜି । ଜୁୟ୍ରି ଇତି କଃଉଆ ଜଃଉଁଲି “ମୁୟ୍ଁ ନିକ କବୁରାର୍ ଗିନେ ଲାଜ୍ ନଃକେରି କାୟ୍ତାକ୍ ବଃଲେକ୍ ଜୁୟ୍ ଲକ୍ମଃନ୍ ବିସ୍ୱାସ୍ କଃର୍ତି ସଃବାର୍ ଗିନେ ଇରି ଇସ୍ୱରାର୍ ସଃକ୍ତି । ହଃର୍ତୁ ଜିଉଦି ଆର୍ ହଃଚେ ଅଜିଉଦିମଃନାର୍ ଗିନେ ହେଁ ।”
ହଃର୍ତୁ ବାଗ୍ ୧–୧୨ ଆତ୍ମିକ୍ କଃତାର୍ ବିତ୍ରି ବିସୟ୍ ଆର୍ । ଆରେକ୍ ଗଟ୍ ବାଗ୍ ୧୩–୧୫ କ୍ରିସ୍ଟିଆନ୍ ଜିବନାର୍ ସଃବୁ ଦିନାର୍ ସିକ୍ୟା ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ୍ ମୁଳ୍କଃରି ନିଜାର୍ ବିସୟ୍ କୟ୍କଃରି କାକେ ଚିଟି ଲେକୁଲା ସେରି କୟ୍ ଚିଟି ଆରୁମ୍ କଃରୁଲା । ୧:୧-୧୫
୨. ମାନାୟ୍ ଜାତିର୍ ରାୟଃଜ୍ ଆର୍ ଜିସୁ କ୍ରିସ୍ଟର୍ ଦଃୟ୍ ମୁକ୍ତି ଅଃଉଁ ହାରେ । ୧:୧୬–୧୧:୩୬
୩. କ୍ରିସ୍ଟିଆନ୍ ଜିବନ୍ କାଟ୍ତାର୍ ଗିନେ ପାଉଲାର୍ ଅଃନେକ୍ ହଃତିଦିନାର୍ ସିକ୍ୟା । ୧୨:୧–୧୫:୧୩
୪. ସେ ରମିୟ ମଣ୍ଡ୍ଳିର୍ ଲକ୍ମଃନ୍କେ ଜୁଆର୍ ଜାଣାୟ୍ ଲେକା ସେସ୍ କଃରିଆଚେ । ୧୬
1ରମିୟ ମଣ୍ଡ୍ଳି ହାକ୍ ପାଉଲାର୍ ଚିଟି
1ପାଉଲ୍, କ୍ରିସ୍ଟ ଜିସୁର୍ ଗତିଦଃଙ୍ଗ୍ଳା ଆର୍ କୁଦ୍ଲାର୍ ଗଟ୍ ପେରିତ୍, ଆର୍ ଅଃହ୍ଣାର୍ ହୟ୍ସି ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ବିସୟେ ନିଜାର୍ ଜୁୟ୍ ନିକ କବୁର୍ ଦଃର୍ମସାସ୍ତରେ ଅଃହ୍ଣାର୍ ବାବ୍ବାଦି ମଃନ୍କାର୍ ତଃୟ୍ ହୁର୍ବେ ସଃୟ୍ତ୍ କଃରିରିଲା, ସେ ନିକ କବୁର୍ ।
2ଦର୍ମ୍ ସାସ୍ତର୍ ତଃୟ୍ଁ ଜୁୟ୍ ତାର୍ ପବିତ୍ର ବାବ୍ବାଦି ମଃନ୍କେ ଦଃୟ୍ ନିକ କବୁର୍ ସଃୟ୍ତ୍ କଃରି ଆଚେ । 3ସେ ଜିସୁ କ୍ରିସ୍ଟ ଗଃଗାଳ୍ କଃତାୟ୍ ଦାଉଦାର୍ ବଃଉଁସେ ଜଃଲମ୍ । 4ମଃତର୍ ଦଃର୍ମାର୍ ପବିତ୍ର ଆତ୍ମା ବିସୟେ ମଃଲା ଲକାର୍ ବିତ୍ରେ ଆରେକ୍ ଉଟ୍ତାର୍ ତଃୟ୍ ଇସ୍ୱରାର୍ ହୟ୍ସି ବଃଲି ସଃକ୍ତି ସଃଙ୍ଗ୍ ଦଃକାୟ୍ ଅୟ୍ଲା, ସେ ଜିସୁ କ୍ରିସ୍ଟ ଅଃମାର୍ ମାପ୍ରୁ । 5ଆର୍ ସଃବୁ ଅଜିଉଦି ଲକ୍ମଃନାର୍ ବିତ୍ରେ ତୁମିମଃନ୍ ଜିସୁ କ୍ରିସ୍ଟର୍ ଦଃୟାୟ୍ ସଃତ୍ ପେରିତ୍ ଅୟ୍ ଆଚାସ୍ । 6ତାର୍ ନାଉଁଆର୍ ଜଃଜ୍ମାନାର୍ ଗିନେ ସେ ଅଜିଉଦିମଃନ୍ ସଃବୁ ଜଃନ୍କଃରି ବିସ୍ୱାସ୍ କଃରି ଜିସୁ କ୍ରିସ୍ଟର୍ ବଲ୍ ମାନୁକାର୍ ଅଃଉତି, ଇତାର୍ ଗିନେ ଅଃମିମଃନ୍ ତାର୍ ତଃୟ୍ ହୁଣି ଦଃୟା ଆର୍ ପେରିତ୍ ହଃଦ୍ ଦଃୟ୍ଆଚେ ।
7ଆର୍ ଇସ୍ୱରାର୍ ଲାଡାର୍ ରମ୍ଗଃଳେ ରିଲା ତାର୍ ନିଜାର୍ ହୟ୍ସି ଅଃଉଁକେ ଡାକ୍ ହାୟ୍ ଆୟ୍ଲା ସଃବ୍କେ ଲେକୁଲେ । ଅଃମିମଃନାର୍ ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଆ ।
ଦନ୍ୟବାଦାର୍ ପାର୍ତ୍ନା
8ହଃର୍ତୁ ତୁମାର୍ ସଃବାର୍ ଗିନେ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ମୁୟ୍ଁ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ବଃଲେକ୍ ତୁମିମଃନାର୍ ବିସ୍ୱାସାର୍ ନିକ କବୁର୍ ହୁର୍ତିୟେ ସୁଣାଜଃଉଁଲି । 9ମଃନ୍ ଆତ୍ମା ଦଃୟ୍କଃରି ମୁୟ୍ଁ ଜୁୟ୍ ଇସ୍ୱର୍କେ ସେବା କଃରୁଲେ, ଆର୍ ଜୁୟ୍ ଇସ୍ୱରାର୍ ହୟ୍ସିର୍ ବିସୟେ ନିକ କବୁର୍ ପର୍ଚାର୍ କଃରୁଲେ, ସେ ସଃତ୍ ଇସ୍ୱର୍ ମର୍ ସାକି । 10ପାର୍ତ୍ନା କଃର୍ତାବଃଳ୍ ମୁୟ୍ଁ ସଃବୁବଃଳ୍ ତୁମିମଃନ୍କେ ଏତାଉଁଲେ, ଆର୍ ତୁମିମଃନାର୍ ହାକ୍ ଆସ୍ତାର୍ ଗିନେ ମକ୍ ସୁଜଗ୍ ମିଳ ବଃଲି ଇସ୍ୱରାର୍ ତଃୟ୍ ଗଃଉଆରି କଃରି ଆସୁଲେ । 11ତୁମିମଃନାର୍ ହାକ୍ ଆସି, ମୁୟ୍ଁ ହାୟ୍ରିଲା ଆତ୍ମିକ୍ ଦାନ୍ ବିସୟ୍ ତୁମିମଃନ୍କେ ଜାଣାୟ୍ କଃରି ତୁମିମଃନାର୍ ବିସ୍ୱାସ୍କେ ଅଃଟୁଆ କଃରିନ୍ଦ୍, ଇରି ମର୍ ବଃଡେ ମଃନ୍ । 12ଇତାର୍ ଗିନେ ଅଃମି ଏକ୍ଆରେକାର୍ ବିସ୍ୱାସ୍କେ ଅଃଟୁଆ କଃରୁ ହାରୁଆଁ ।
13୧:୧୩ ପେରି ୧୯:୨୧.ଏ ବାୟ୍ବେଣିମଃନ୍ ତୁମିମଃନାର୍ ହାକ୍ ଜଃଉଁକେ ମୁୟ୍ଁ ଅଃନେକ୍ ତର୍ ମଃନ୍ କଃରି ଆଚି, ମଃତର୍ ବାଦା ହାୟ୍କଃରି ଅଃବେ ହଃଚେ ଆସୁକ୍ ନଃହାର୍ଲେ ଆଚି । ବାକି ଅଜିଉଦିମଃନାର୍ ବିତ୍ରେ ପର୍ଚାର୍ କଃରି ଜଃନ୍କଃରି ନିକ ହଃଳ୍ ହାୟ୍ଆଚି, ତୁମିମଃନାର୍ ବିତ୍ରେ ହେଁ ସେରି କଃରୁକେ ମର୍ ମଃନ୍ । 14ଗ୍ରିକ୍ କି ବିଦେସିଆ ସିକିତ୍ କି ଅସିକିତ୍ ସଃବାର୍ ତଃୟ୍ ମୁୟ୍ଁ ରିଣ୍ୟା ଅୟ୍ ଆଚି । 15ତଃବେ ରମ୍ ଗଃଳାର୍ ଲକମଃନ୍ ଜେ ତୁମିମଃନ୍, ତୁମିମଃନାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ କଃରୁକେ ମୁୟ୍ଁ ମଃନ୍ କଃରୁଲେ ।
ନିକ କବୁରାର୍ ସଃକ୍ତି
16୧:୧୬ ମାର୍କ ୮:୩୮.ସେ ନିକ କବୁର୍ ଉହ୍ରେ ମର୍ ହୁରା ବିସ୍ୱାସ୍ ଆଚେ । ସେରି ହଃର୍ତୁକଃରି ଜିଉଦି ଆର୍ ତାର୍ ହଃଚେ ଅଜିଉଦି ବିସ୍ୱାସିମଃନାର୍ ମୁକ୍ତି ସାଦୁନ୍ ହାଁୟ୍ ଇସ୍ୱରାର୍ ସଃକ୍ତି । 17ନଃର୍ମାନାୟ୍ ଇସ୍ୱରାର୍ ତଃୟ୍ କଃନ୍କଃରି ଦଃର୍ମି ଗଃଣା ଅଃଉଁ ହାରେଦ୍, ଇତିର୍ ଉପାୟ୍ ସେତି ଜାଣାୟ୍ ଦିଆଅୟ୍ ଆଚେ । ଆରୁମେ ହୁଣି ସେସ୍ ହଃତେକ୍ ମୁକ୍ତି ହାଉତାର୍ ଗଟେକ୍ ମଃତର୍ ଉପାୟ୍ ଅଃଉଁଲି, ବିସ୍ୱାସ୍ । ସାସ୍ତର୍ ହଃର୍କାରେ, “ଜେ ବିସ୍ୱାସ୍ ଗିନେ ଇସ୍ୱରାର୍ ତଃୟ୍ ଦଃର୍ମି ଗଃଣା ଅୟ୍ଦ୍ ସେ ବଚେଦ୍ ।”
ନଃର୍ ମଃନାର୍ ହାହ୍
18କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ଅଃଦଃର୍ମେ ସଃତ୍କେ ବିରଦ୍ କଃର୍ତି ସେମଃନାର୍ ସବୁ ବିଟାଳ୍ ଆର୍ ଅଃଦଃର୍ମ୍ ବିରଦେ ସଃର୍ଗେ ହୁଣି ଇସ୍ୱରାର୍ ରିସା ସେମଃନାର୍ ଉହ୍ରେ ହଃଳୁଲି । 19ଇସ୍ୱର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍, ବଃଲେକ୍ ଇସ୍ୱରାର୍ ବିସୟେ ଜାୟ୍ରି ଜାଣ୍ତାର୍ କଃତା, ସେମଃନ୍ ସେରି ଜାଣି ଆଚ୍ତି, ଇସ୍ୱର୍ ନିଜେ ସେରି ନିକକଃରି ଜାଣାଇ ଆଚେ । 20ଇସ୍ୱର୍ ଜଃଗତ୍କେ ଉବ୍ଜାଣ୍ କଃଲା ତଃୟ୍ହୁଣି ତାର୍ ଦଃକାୟ୍ ନଃଉତା ଗୁଣ୍ ସଃବୁ, ବଃଲେକ୍ ତାର୍ ନଃସେର୍ତା ସଃକ୍ତି ଆର୍ ଇସ୍ୱରାର୍ ଗୁଣ୍ ନିକକଃରି ଜାଣାହଃଳି ଆଚେ, ଇସ୍ୱର୍ ଉବ୍ଜାୟ୍ଲା ବିସୟ୍ମଃନାର୍ ଦଃୟ୍ ସେରି ଜାଣୁ ଅୟ୍ଦ୍ । ତଃବେ ସେମଃନ୍ ନଃଜାଣୁ ବଃଲି ଉତୁର୍ ଦେଉଁକେ ବାଟ୍ ନଃରେୟ୍ । 21୧:୨୧ ଏପି ୪:୧୭,୧୮.କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱର୍କେ ଜାଣ୍ଲେକ୍ ହେଁ ତାକେ ଇସ୍ୱର୍ ବଃଲି ଜଃଜ୍ମାନ୍ ନଃକେଲାୟ୍ କି ଦନ୍ୟବାଦ୍ ନଃକେଲାୟ୍, ମଃତର୍ ଅଃହ୍ଣା ଅଃହ୍ଣାର୍ ତିନିହଲ୍ୟା କଃତାବାର୍ତାୟ୍ ବିଳ୍ଲାୟ୍ ଆର୍ ସେମଃନାର୍ ନଃଜାଣ୍ତା ମଃନ୍ ଅଃନ୍ଦାର୍ ଅୟ୍ଲି । 22ସେମଃନ୍ ନିଜ୍କେ ଗ୍ୟାନି ବଃଲି ମଃନେ ବାବ୍ତି ମଃତର୍ ସଃତ୍କଃରି ସେମଃନ୍ ଅଗ୍ୟାନି । 23ଆରେକ୍ ଅଃମାର୍ ଇସ୍ୱରାର୍ ସେବା ନଃକେରି ସେମଃନ୍ ନଃସ୍ଟ୍ ଅଃଉତା ମାନାୟ୍, ଚେଳେ, ଚାରିଗଡିଆ ଜଃତୁ ବୁୟେଁ ରାଙ୍ଗ୍ତା ଜିବ୍ମଃନାର୍ ହର୍ ମୁର୍ତି ହାଜି ସେରିମଃନ୍କେ ଜଃଜ୍ମାନ୍ ସଃଙ୍ଗ୍ ହୁଜା କଃରୁଲାୟ୍ ।
24ସେତାକ୍ ଇସ୍ୱର୍ ସେମଃନ୍କେ ଚାଡି ଦଃୟ୍ ଆଚେ ଆର୍ ସେମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରାର୍ କଃରାବ୍ ଇଚା ହଃର୍କାରେ ବିଟାଳ୍ କାମେ ବୁଡି ରେଉଁଲାୟ୍ ଆର୍ ସେମଃନ୍ ଏକ୍ଆରେକ୍ ସଃଙ୍ଗ୍ ଗଃଗାଳାର୍ ଲାଜ୍ କାମ୍ କଃରୁଲାୟ୍ । 25ସେମଃନ୍ ଇସ୍ୱରାର୍ ବିସୟେ ସଃତ୍ ବାଦୁଲେ ମିଚ୍କେ ଆସ୍ର ନଃୟ୍ ଆଚ୍ତି । ଜୁଗ୍ଜୁଗ୍ ଜଃଜ୍ମାନ୍ ହାଉତା ଇସ୍ୱର୍କେ ସେବା ନଃକେରି, ଇସ୍ୱର୍ ତିଆର୍କଃଲା ଆସ୍ତିମଃନାର୍ ହୁଜା ଆର୍ ସେବା କଃରୁଲାୟ୍; ସେ ଇସ୍ୱରାର୍ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ । ଆମେନ୍ ।
26ସେମଃନ୍ ଲାଜାର୍ ହାହ୍ କାମେ ଲାଗି ଆଚ୍ତାର୍ ଗିନେ ଇସ୍ୱର୍ ସେମଃନ୍କେ ସେ ଲାଜାର୍ କାମ୍ କଃରୁକେ ଚାଡିଦିଲା ଆଚେ, ସେମଃନାର୍ ଡକୁର୍ସିମଃନ୍ ନିଜାର୍ ଡକ୍ରାସିମଃନାର୍ ସଃଙ୍ଗ୍ ସଃଉଆବଃସା ନଃକେରି ହସୁମଃନାର୍ ହର୍ ଅଃଉଁଲାୟ୍ । 27ଅଃଣ୍ଡ୍ରାମଃନ୍ ହେଁ ତାକାର୍ ଡକୁର୍ସି ମଃନାର୍ ସଃଙ୍ଗ୍ ସଃଉଆବଃସା ନଃକେରି ହସୁମଃନାର୍ ହର୍ ଅଃଉଁଲାୟ୍ ଅଃଣ୍ଡ୍ରାମଃନ୍ ତାକାର୍ ତାକାର୍ ବିତ୍ରେ କଃରାବ୍ କାମ୍ସଃବୁ କଃରୁଲାୟ୍ ଆର୍ ତାକାର୍ ଉହ୍ରେ ଡଃଣ୍ଡ୍ ଆଣୁଲାୟ୍ । 28ଇ ଲକ୍ମଃନ୍ ଇସ୍ୱରାର୍ ବିସୟେ ସଃତ୍ ଗିଆନ୍ ହାଉଁକ୍ ମଃନ୍ ନଃକେଲାର୍ ଗିନେ, ଇସ୍ୱର୍ ସେମଃନ୍କେ ଚାଡି ଦିଲାଆଚେ ଆର୍ ସେମଃନ୍ ବିଟାଳ୍ମଃନାର୍ ଲକ୍ ଅୟ୍ ମାନାୟ୍ ମଃନାର୍ ହର୍ ଜିବନ୍ ନଃକାଟୁଲାୟ୍ । 29ସେମଃନ୍ ସଃବୁ ରଃକମାର୍ ଅଃଦଃର୍ମ୍, ଦୁସ୍ଟ୍କାମ୍, ଲଃବ୍, ଡାରା, ଅଃକାର୍ ନଃର୍ଅଃତ୍ୟା, ଗଃଣ୍ଡ୍ଗଳ୍ୟା, ଟକୁଆ, ମଃନ୍ଦ୍କାମେ ହୁର୍ନ୍ ସେମଃନ୍ ବିନ୍ ଲକାର୍ ଗାଣେଞ୍ଜ୍ କାତି; 30ସେମଃନ୍ ଚଣ୍ଡିଲାଗାଉ, ଲିନ୍ଦା କଃର୍ତି, ସେମଃନ୍ ଇସ୍ୱର୍କେ ଗିଣ୍ କଃର୍ତି, ଅଃତ୍ୟାକାରି, ଗଃର୍ବିଆ, ଆକାରିଆ ଆର୍ ସେମଃନ୍ କଃରାବ୍ କାମ୍ କଃର୍ତା ଗିନେ ବାଟ୍ କଜ୍ତି ରେତି ଆର୍ ସେମଃନ୍ ଆୟା ଉବାକେ ନଃମାନ୍ତି । 31ସେମଃନ୍ ନିର୍ବୁଦିଆ, ଜଃବାଉ ରକିନଃକେର୍ତି, ଆର୍ ବିନ୍ ଲକ୍ମଃନ୍କେ ସେମଃନାର୍ କଃଣ୍ଡେକ୍ ହେଁ ଦଃୟା ନାୟ୍, 32ସେମଃନ୍ ଜାଣ୍ତି ଜେ, ଇସ୍ୱରାର୍ ବିଦି ହଃର୍କାରେ ଇହର୍ ଲକ୍ମଃନ୍ ମଃର୍ନ୍ ଡଃଣ୍ଡ୍ ହାଉତା ଜୟ୍ଗ୍ । ଇରି ଜାଣିକଃରି ହେଁ ସେମଃନ୍ ସେ ରଃକମ୍ କଃରାବ୍ କାମ୍ କଃର୍ତିସେ ରେତି ଆର୍ ଜୁୟ୍ ଲକ୍ମଃନ୍ ଇ ରଃକମ୍ କାମ୍ କଃର୍ତି ସେମଃନ୍କେ ହେଁ ଟେକି ଦେତି ।
2ଇସ୍ୱରାର୍ ନିଆୟ୍ ବିଚାର୍
1୨:୧ ମାତି ୭:୧; ଲୁକ ୬:୩୭.ଏ ମାନାୟ୍ ତୁମିମଃନ୍ କାୟ୍ରି ବିନ୍ ଲକ୍ମଃନାର୍ ବିଚାର୍ କଃରୁଲାସ୍ ? ତୁମି ଜୁୟ୍ଲକ୍ ଅୟ୍ଲେକ୍ ହେଁ, ଇରି କଃର୍ତାର୍ ତୁମାର୍ ହାଁୟ୍ ଟିକ୍ ନୟ୍ । ବିନ୍ ଲକାର୍ ଦଃସ୍ ଦଃରି ତୁମି ଜଦି ସେରି କଃର୍ତି ରିଆସ୍, ସେତାର୍ ଗିନେ ତୁମି ନିଜ୍କେ ଦସି କଃରୁଲାସ୍ । 2ଅଃମି ଜାଣ୍ଲୁ, ଇସ୍ୱର୍ ଇ ହର୍ କାମ୍ କଃର୍ତା ଲକ୍ମଃନାର୍ ସଃତ୍ ବିଚାର୍ କଃରେଦ୍ । 3ଜୁୟ୍ କଃରାବ୍ କାମ୍ ଗିନେ ତୁମି ବିନ୍ଲକ୍ମଃନ୍କେ ଦସି କଃରୁଲାସ୍, ସେରି ଜଦି ତୁମି ନିଜେ କଃର୍ତିରିଆସ୍ ତୁମି ଇସ୍ୱରାର୍ ବିଚାର୍ ତଃୟ୍ ହୁଣି ରଃକ୍ୟା ହାଉଁ ହାରାସ୍ ବଃଲି କାୟ୍ ମଃନେ ବାବୁଲାସ୍ ? 4ଅଃଉଁ ହାରେ ତୁମି ଇସ୍ୱରାର୍ ନଃସେର୍ତା ଦଃୟା ଆର୍ ସଃମ୍ବାଳ୍ତାର୍ ନଃଜାଣୁଲାସ୍ । ତୁମି ବାୟ୍ଦ୍ରେ ଜାଣି ଆଚାସ୍ ଜେ, ତୁମି ମଃନ୍ ବାଦ୍ଲାଉଆ ବଃଲି ଇସ୍ୱର୍ ଅଃଡେକ୍ ନିକ ଦଃୟା କଃରୁଲା । 5ମଃତର୍ ତୁମି ଅଃଟୁଆ ଆର୍ ନଃବାଦୁଲ୍ତା ମଃନାର୍ । ସେତାକ୍ ସେସ୍ ଦିନାର୍ ନ୍ୟାୟ୍ବିଚାର୍ ବଃଳ୍ ଇସ୍ୱରାର୍ ରିସାର୍ ଲକ୍ ଅୟ୍ ଅଃଦିକ୍ ଜଃବର୍ ଡଃଣ୍ଡ୍ ହାଉଆସ୍ । 6କାୟ୍ତାକ୍ ବଃଲେକ୍ ଇସ୍ୱର୍ ହଃତି ଲକେ ନିଜାର୍ ନିଜାର୍ କାମାର୍ ହଃଳ୍ ଦଃୟ୍ଦ୍ । 7ଜୁୟ୍ ଲକ୍ମଃନ୍ ଜଃଜ୍ମାନ୍, ମାନ୍ତି ଆର୍ ଅଃମ୍ବର୍ ଜିବନ୍ ହାଉତା ଆସାୟ୍ ସଃମ୍ବାଳି କଃରି ନିକ କାମ୍ କଃରି ଜାତି, ସେମଃନ୍କେ ଇସ୍ୱର୍ ଅଃମ୍ବର୍ ଜିବନ୍ ଦଃୟ୍ଦ୍ । 8ମଃତର୍ ଜୁୟ୍ ଲକ୍ମଃନ୍ ନିଜାର୍ ଗିନେ ଆଚ୍ତି, ସଃତ୍ ବାଟ୍କେ ଚାଡିକଃରି, ଅଃଦଃର୍ମ୍ ବାଟେ ଜାତି । ସେମଃନାର୍ ଉହ୍ରେ ଇସ୍ୱରାର୍ ଡଃଣ୍ଡ୍ ଗଃଟେଦ୍ । 9ଜୁୟ୍ ଲକ୍ମଃନ୍ ଦୁସ୍ଟ୍ କାମ୍ କଃରୁଲାୟ୍, ସେମଃନାର୍ ଗିନେ କଃସ୍ଟ୍ ଆର୍ ବିସ୍ଜଃଳାର୍ ଦିନ୍ ଆସୁଲି । ହଃର୍ତୁ ଜିଉଦି ଆର୍ ହଃଚେ ଅଜିଉଦିମଃନାର୍ ଉହ୍ରେ ଦୁକ୍ କଃସ୍ଟ୍ ଗଃଟେଦ୍ । 10ମଃତର୍ ଜୁୟ୍ମଃନ୍ ସଃତ୍କାମ୍ କଃର୍ତି ସେମଃନ୍କେ ଇସ୍ୱର୍ ମାନ୍ତି, ଜଃଜ୍ମାନ୍ ଆର୍ ସୁସ୍ତା ଦଃୟ୍ଦ୍ । ହଃର୍ତୁ ଜିଉଦିମଃନ୍କେ ଆର୍ ହଃଚେ ଅଜିଉଦିମଃନ୍କେ ହେଁ । 11କାୟ୍ତାକ୍ବଃଲେକ୍ ଇସ୍ୱର୍ ସଃବ୍କେ ସଃମାନ୍ ବିଚାର୍ କଃରେଦ୍ ।
12ବଃଲେକ୍ ଜଃତେକ୍ ଲକ୍ ମସାର୍ ବିଦି ନୟ୍ଲାର୍ ଅୟ୍ ଆଚ୍ତି ସେ ମଃନ୍ ହେଁ ମସାର୍ ବିଦି ଚାଡ୍ଲା ତଃୟ୍ ନସ୍ଟ୍ ଅଃଉତି ଆର୍ ଜଃତେକ୍ ମସାର୍ ବିଦି ହାୟ୍ ହାହ୍ କଃରି ମାତ୍ତି ସେମଃନ୍ ମସାର୍ ବିଦି ହଃର୍କାରେ ବିଚାର୍ କଃରା ଜାୟ୍ଦ୍ । 13କାୟ୍ତାକ୍ବଃଲେକ୍ ମସାର୍ ବିଦି ସୁଣୁମଃନ୍ ଇସ୍ୱରାର୍ ଚଃମେ ଦଃର୍ମି ନଃଉତି ମଃତର୍ ମସାର୍ ବିଦି ମାନୁମଃନ୍ ଦଃର୍ମି ଗଃଣା ଅଃଉତି । 14ଅଜିଉଦିମଃନାର୍ ମସାର୍ ବିଦି ନାୟ୍, ମଃତର୍ ଜଦି ସେମଃନ୍ ମଃନାର୍ ଗିଆନ୍ ହଃର୍କାରେ ବିଦିର୍ ବିଦିବିଦାନ୍ ହଃର୍କାରେ କାମ୍ କଃର୍ତି, ସେରି ହଃକା ସେମଃନାର୍ ମସାର୍ ବିଦି ହର୍ । 15ସେମଃନାର୍ କାମ୍ ଦଃୟ୍ ଇରି ନିକକଃରି ଜାଣା ହଃଳୁଲି ଜେ, ବିଦିର୍ ରିତିବିଦି ସେମଃନାର୍ ମଃନ୍ବିତ୍ରେ ଲେକା ଅୟ୍କଃରି ଆଚେ । ଇତିର୍ ସଃତ୍ ସେମଃନାର୍ ବୁଦିକେ ଦଃୟ୍ ହେଁ ଜାଣାହଃଳେଦ୍ ସଃତ୍ ଚିତା କଃଲାବଃଳ୍ ବୁଦିକେ ସେମଃନ୍କେ ନିର୍ଦସି କଃରେଦ୍, ଅସଃତ୍ ଚିତା କଃଲାବଃଳ୍ ଦସି କଃରେଦ୍ । 16ଜୁୟ୍ ଦିନ୍ ଇସ୍ୱର୍ ଜିସୁ କ୍ରିସ୍ଟ ଦଃୟ୍ ମାନାୟ୍ମଃନ୍କାର୍ ଗୁପ୍ତ୍ ବିସୟ୍ ସଃବୁ ବିଚାର୍ କଃରେଦ୍, ସେ ଦିନ୍ ମୁୟ୍ଁ ପର୍ଚାର୍ କଃରୁଲା ନିକ କବୁର୍ ହଃର୍କାରେ ଇ ସଃବୁ ଗଃଟେଦ୍ ।
ଜିଉଦିମଃନ୍ ଆର୍ ବିଦି
17ତୁମିମଃନ୍ ନିଜ୍କେ ଜିଉଦି ବଃଲି କଃଉଁଲାସ୍, ମସାର୍ ବିଦି ଉହ୍ରେ ବଃର୍ସା କଃରି ଆର୍ ଇସ୍ୱର୍ ସଃଙ୍ଗ୍ ନିଜାର୍ ମିସାଣ୍କେ ନଃୟ୍ ଗଃର୍ବ୍ କଃରୁଲାସ୍ । 18ତୁମାର୍ ଗିନେ ଇସ୍ୱରାର୍ ଇଚା ଜାଣିଆଚାସ୍ ଆର୍ ମସାର୍ ବିଦି ତଃୟ୍ହୁଣି ସଃତ୍ ଆର୍ ଅସଃତ୍ ଗିଆନ୍ ହାୟ୍ଆଚାସ୍ । 19ନିକକଃରି ତୁମିମଃନ୍ ଜାଣିଆଚାସ୍ ଜେ, ତୁମିମଃନ୍ କାଣାକେ ବାଟ୍ ଦଃକାଉତା ଲକ୍ ଅଃନ୍ଦାରେ ରେତା ଲକ୍ ମଃନାର୍ ଗିନେ ଉଜାଳ୍ ହର୍, 20ନିର୍ବୁଦିଆ ଲକ୍ମଃନାର୍ ଉପ୍ଦେସ୍ ଦେତା ଲକ୍, ଅଗ୍ୟାନି ମଃନାର୍ ଗୁରୁ । ତୁମିମଃନାର୍ ବିସ୍ୱାସ୍ ଜେ, ବିଦିର୍ ତୁମିମଃନ୍ ହୁରାହୁରି ସଃତ୍ ଆର୍ ଗିଆନ୍ ଲାବ୍ କଃରିଆଚାସ୍ । 21ତୁମିମଃନ୍ ହଃର୍କେ ସିକ୍ୟା ଦେଉଁଲାସ୍, ମଃତର୍ ନିଜେ କାୟ୍କଃରୁକ୍ ସିକ୍ୟା ହାଉଁ ନଃଚୁଲାସ୍ ? “ଚରି କଃରା ନାୟ୍ ବଃଲି ସିକ୍ୟା ଦଃୟ୍ ନିଜେ ଚରି କଃରୁଲାସ୍ କି ? 22ଦାରି କଃରା ନାୟ୍” ବଃଲି କୟ୍, ତୁମି ନିଜେ ଦାରି କଃରୁଲାସ୍ କି ? ତୁମିମଃନ୍ ମୁର୍ତି ହୁଜାକେ ଗିଣ୍ କଃରି ମନ୍ଦିର୍ ଚରୁଲାସ୍ କି ? 23ତୁମିମଃନ୍ ଇସ୍ୱରାର୍ ବିଦି ହାୟ୍ଆଚୁ ବଃଲି ଗଃର୍ବ୍ କଃରୁଲାସ୍, ମଃତର୍ ସେରି ଅମାନ୍ୟା କଃରି ଇସ୍ୱର୍କେ ଲାଜ୍ କଃରାଉଁଲାସ୍ କି ? 24ସାସ୍ତରେ ଲେକା ଆଚେ, “ତୁମିମଃନାର୍ ଗିନେ ଅଜିଉଦି ମଃନ୍କାର୍ ବିତ୍ରେ ଇସ୍ୱରାର୍ ନାଉଁ ଲିନ୍ଦା ହାଉଁଲି ।”
25ଜଦି ତୁମି ମସାର୍ ବିଦି ମାନାସ୍ ତଃବେ ସଃତ୍କଃରି ସୁନତ୍ ତୁମାର୍ ହାଁୟ୍ ଲାବ୍ ଅୟ୍ଦ୍, ମଃତର୍ ଜଦି ମସାର୍ ବିଦି ନଃମାନାସ୍, ତୁମିମଃନ୍ ସୁନତ୍ ଅୟ୍ନଃରିଲା ଲକ୍ମଃନାର୍ ସଃଙ୍ଗ୍ ସଃମାନ୍ । 26ଜଦି ସୁନତ୍ ଅୟ୍ନଃରିଲା ଗଟ୍ ଅଜିଉଦି ଲକ୍ ମସାର୍ ବିଦିବିଦାନ୍ ମାନ୍ତି ରଃୟ୍ଦ୍, ଇସ୍ୱର୍ ତାକ୍ ସୁନତ୍ ବଃଲି ଗଃଣ୍ତି ନଃକେରେ କି ? 27ତଃବେ ଗଃଗାଳେ ସୁନତ୍ ଅୟ୍ନଃରିଲା ଜୁୟ୍ ଅଜିଉଦିମଃନ୍ ମସାର୍ ବିଦି ମାନ୍ତି, ସେମଃନ୍ ତୁମିମଃନାର୍ ବିଚାର୍ କଃର୍ତି, ବଃଲେକ୍ ତୁମିମଃନ୍ ଗଃଗାଳେ ସୁନତ୍ ଅୟ୍ ଲେକ୍ଲା ବିଦି ହାୟ୍ ରିଲେକ୍ ହେଁ, ସେରି ଅମାନ୍ୟା କଃରୁଲାସ୍ । 28ବଃଲେକ୍ ଗଃଗାଳେ ସୁନତ୍ ଅୟ୍ ଲକ୍ ଦଃକାଉଣି ଜିଉଦି ବଃଲି କଃଉତା ଲକ୍ ସେ ସଃତ୍କଃରି ଜିଉଦି ନାୟ୍ । 29ମଃତର୍ ଜେ ଆତ୍ମାୟ୍ ଜିଉଦି, ସେ ଅଃଉଁଲା ସଃତ୍ ଜିଉଦି । ସଃତ୍ ସୁନତ୍ ଅଃଉଁଲି ବିତ୍ରାର୍ କଃତା; ସେରି ଆତ୍ମିକ୍, ଲେକା ହଃର୍କାରେ ନୟ୍ । ଅଃନ୍କା ଲକ୍ ମାନାୟ୍ ମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ନଃହାୟ୍, ମଃତର୍ ଇସ୍ୱରାର୍ ତଃୟ୍ହୁଣି ଜଃଜ୍ମାନ୍ ହାୟ୍ଦ୍ ।
31ତଃବେ ଅଜିଉଦିମଃନାର୍ ତଃୟ୍ହୁଣି ଜିଉଦିମଃନାର୍ ଅଃଦିକ୍ ସୁବିଦା କାୟ୍ରି ? ସୁନତାର୍ ଉହ୍କାର୍ କାୟ୍ରି ? 2ଅଃନେକ୍ କିଚି । ସଃବ୍କେ ଆଗ୍ତୁ, ଇସ୍ୱର୍ ତାର୍ କବୁରାର୍ ଦାୟ୍ତ୍ ଜିଉଦିମଃନାର୍ ଉହ୍ରେ ସଃହ୍ରି ଆଚେ । 3ବାୟ୍ଦ୍ରେ କଃତେକ୍ ଲକ୍ ଅବିସ୍ୱାସି । ମଃତର୍ ସେନ୍ବଃଲି କାୟ୍ରି ଇସ୍ୱରାର୍ ସଃୟ୍ତ୍ କାୟ୍ ହଲ୍ୟାୟ୍ ଅୟ୍ଦ୍ ? 4ସେରି କଃବେ ହେଁ ନଃଉଅ, ବଃଲେକ୍ ହଃତିଲକ୍ ମିଚୁଆ ଅୟ୍ଲେକ୍ ଅଃଉଅ ମଃତର୍ ଇସ୍ୱର୍ ସଃତ୍ ବଃଲି ମାନ୍ତା ଲଳା, ଜଃନ୍କଃରି ସାସ୍ତରେ ଲେକା ଆଚେ,
“ତୁମି ଅଃହ୍ଣାର୍ କଃତାୟ୍ ଦଃର୍ମି ବଃଲି ଜାଣାହଃଳାସ୍ ଆରେକ୍
ବିଚାର୍ ଅଃଉତାବଃଳ୍ ଜାଣାସ୍ ।”
5ମଃତର୍ ଜଦି ଅଃମିମଃନାର୍ ଅଃଦଃର୍ମ୍ ଇସ୍ୱରାର୍ ଦଃର୍ମ୍ ସାକି ଅୟ୍ଦ୍, ତଃବେ ଅଃମିମଃନ୍ କାୟ୍ରି କଃରୁଆଁ ? ଜୁୟ୍ ଇସ୍ୱର୍ ହେଁ କଃଲା କାମାର୍ ଡଃଣ୍ଡ୍ ଦଃୟ୍ଦ୍ ସେ କି ଅଃଦଃର୍ମି ? ମୁୟ୍ଁ ମାନାୟ୍ ବାବେ କଃଉଁଲେ । 6ସେରି କଃବେ ହେଁ ନଃଉଅ, କାୟ୍ତାକ୍ବଃଲେକ୍ ଇସ୍ୱର୍ ଜଦି ନ୍ୟାୟ୍କାରି ନୟ୍, ସେ କଃନ୍କଃରି ଜଃଗତାର୍ ନ୍ୟାୟ୍ ବିଚାର୍ କଃରେଦ୍ ?
7ମଃତର୍ ଜଦି ମର୍ ମିଚେ ଇସ୍ୱରାର୍ ସଃତ୍ ତାର୍ ଜଃଜ୍ମାନ୍ ଅଃଦିକ୍ ଅୟ୍ଲି, ତଃନ୍ଅୟ୍ଲେକ୍ ମୁୟ୍ଁ ହେଁ ଆରେକ୍ କାୟ୍ତାକ୍ ହାହି ବଃଲି ବିଚାର୍ କଃରାୟ୍ ଅଃଉଁଲେ ? 8ଅଃମିମଃନ୍ କାୟ୍କଃରୁକ୍ ନଃକଃଉଁଆ, “ଆସା କଃରାବ୍ କାମ୍ କଃରୁଆଁ, ଇତିହୁଣି ନିକ ହଃଳ୍ ମିଳେଦ୍ ?” ମୁୟ୍ଁ ଟିକ୍ ଇ ହର୍ କଃତା କଃଉଁଲେ ବଃଲି ଲିନ୍ଦା କଃରି କଃତିଲକ୍ ମକ୍ ଲାଜ୍ କଃରୁଲାୟ୍ । ସେମଃନ୍ ଇତାର୍ ଗିନେ ଜୁୟ୍ ଡଃଣ୍ଡ୍ ହାଉତା କଃତା, ବାୟ୍ଦ୍ରେ ହାଉତି ।
ଗଟ୍ଲକ୍ ହେଁ ଦଃର୍ମି ନାୟ୍
9ତଃବେ କାୟ୍ରି ? ଅଃମିମଃନ୍ କାୟ୍ ବିନ୍ ଲକ୍ମଃନାର୍ ତଃୟ୍ହୁଣି ବଃଡ୍ ? ନାୟ୍ଁ କୁୟ୍ ରଃକମେ ହେଁ ନାୟ୍, ବଃଲେକ୍ ଜିଉଦି ଆର୍ ଅଜିଉଦି ସଃବୁ ଲକ୍ ହାହାର୍ ତଃଳେ ହଃକା, ଅଃମିମଃନ୍ ଇମଃନାର୍ ବିରଦେ ଲିନ୍ଦା କଃରି ଆଚୁ । 10ଜଃନ୍କଃରି ସାସ୍ତରେ ଲେକା ଆଚେ,
“ଦଃର୍ମି କେହେଁ ନାୟ୍, ଗଟ୍ଲକ୍ ହେଁ ନାୟ୍;
11ଜେ ଇସ୍ୱର୍କେ ବୁଜେଦ୍ ଅଃନ୍କାର୍ କେ ହେଁ ନାୟ୍;
ଜେ ଇସ୍ୱର୍କେ ଲଳେଦ୍ ଅଃନ୍କାର୍ ଗଟେଲକ୍ ଲକ୍ ହେଁ ନାୟ୍;
12ସେମଃନ୍ ସଃବୁ ଲକ୍ ବିନ୍ ବାଟ୍ ଜାୟ୍ଆଚ୍ତି,
ଗଟ୍ ସଃଙ୍ଗେ କାମ୍କେ ନୟ୍ଲାର୍ ଅୟ୍ଆଚ୍ତି;
ଜେ ସଃତ୍କାମ୍ କଃରେଦ୍ ଅଃନ୍କାର୍ କେ ହେଁ ନାୟ୍,
ନାୟ୍, ଅଃନ୍କାର୍ ଗଟ୍ଲକ୍ ହେଁ ନାୟ୍ ।
13ସେମଃନାର୍ ଟଣ୍ଡ୍ ଉଗାଳି ଅୟ୍ଲା ମଃସୁଣ୍ ହର୍,
ସେମଃନ୍ ଅଃହ୍ଣା ଅଃହ୍ଣାର୍ ଜିବେ ମିଚ୍ କୟ୍ ଆଚ୍ତି,
ସେମଃନାର୍ ଅଟି ତଃଳେ କାଳ୍ସାହାର୍ ବିସ୍ ଆଚେ ।
14ସେମଃନାର୍ ଟଣ୍ଡ୍ ସାୟ୍ପ୍ ଆର୍ ହିତାୟ୍ ହୁର୍ଣ୍ଣ୍ ।
15ସେମଃନାର୍ ହାଦ୍ ନଃର୍ ଅଃତ୍ୟା କଃରୁକେ ଦଃବ୍ଳେଦ୍ ।
16ସେମଃନାର୍ ବାଟେ ନାସ୍ ଆର୍ କଃସ୍ଟ୍ ଆସେଦ୍ ।
17ସୁସ୍ତାର୍ ବାଟ୍ ସେମଃନ୍ ନଃଜାଣ୍ତି ।
18ସେମଃନାର୍ ଆକାୟ୍ ଅଃଳକ୍ ହେଁ ଇସ୍ୱରାର୍ ଡିର୍ ନାୟ୍ ।”
19ଅଃମିମଃନ୍ ଜାଣୁଲୁ, ଜୁୟ୍ ଲକ୍ମଃନ୍ ମସାର୍ ବିଦିର୍ ତଃଳେ, ତାର୍ ସଃବୁ ବିଦିବିଦାନ୍ ସେମଃନ୍ ମାନୁକେ ହଃଳେଦ୍ । ଇସ୍ୱର୍ ଜୁୟ୍ଦିନ୍ ସଃରା ଜଃଗତାର୍ ବିଚାର୍ କଃରେଦ୍, ବିଦି ଅମାନ୍ୟାକାରିମଃନ୍ କାୟ୍ହେଁ ବାବ୍ନା ଦଃକାୟ୍ ନିଜ୍କେ ନିର୍ଦସି ବଃଲି କଃଉଁକେ ନାହାର୍ତି । 20୩:୨୦ ଗାଲା ୨:୧୬.କାୟ୍ତାକ୍ବଃଲେକ୍ ବିଦିର୍ କଃର୍ତା କାମ୍ ତଃୟ୍ କୁୟ୍ ଲକ୍ ଇସ୍ୱରାର୍ ଚଃମେ ଦଃର୍ମି ଗଃଣା ନୟ୍, ବଃଲେକ୍ ବିଦି ତଃୟ୍ ହାହାର୍ ଗିଆନ୍ ଜାତ୍ ଅୟ୍ଦ୍ ।
ବିସ୍ୱାସେ ଦଃର୍ମି ଗଣିତା ଅଃଉତାର୍
21ଇସ୍ୱର୍ ନିଜାର୍ ସଃଙ୍ଗ୍ ନଃର୍ମାନାୟ୍ର୍ ନିକମିସାଣ୍ ତାହୁନ୍ କଃରୁକ୍ ବିଦି ବାଦୁଲେ ଜାୟ୍ରି କଃରିଆଚେ, ସେରି ଅଃବେ ଜାଣାହଃଳି ଆଚେ । ଇ ବିସୟେ ମସାର୍ ବିଦି ଆର୍ ବାବ୍ବାଦିମଃନ୍ ହେଁ ସାକି ଦଃୟ୍ ଆଚ୍ତି । 22୩:୨୨ ଗାଲା ୨:୧୬.ଜିସୁ କ୍ରିସ୍ଟର୍ତଃୟ୍ ବିସ୍ୱାସ୍ କଃଲାକ୍ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣାଅୟ୍ ଆଚୁ, ଇସ୍ୱର୍ କାକେହେଁ ମୁକ୍ମେଟ୍ ନଃକେରି କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ କଃର୍ତା ସଃବୁଲକେ ଇ ଅଃଦିକାର୍ ଦଃୟ୍ଦ୍ ।
23ସଃବୁ ଲକ୍ ତ ହାହ୍ କଃରିଆଚ୍ତି, ଆର୍ ଇସ୍ୱରାର୍ ହୁର୍ନ୍ ଜଃଜ୍ମାନ୍କେ ହାଉଁନାହାର୍ଲାୟ୍ ଆଚ୍ତି, 24ମଃତର୍ ଇସ୍ୱର୍ କ୍ରିସ୍ଟ ଜିସୁର୍ ଦଃୟ୍ ବିନାମଲେ ଜୁୟ୍ ଦଃୟାର୍ ଦାନ୍ ଦଃୟ୍ଆଚେ, ସେରି ଜୁୟ୍ ଲକମଃନ୍ ଦଃର୍ତି, ସେମଃନ୍କେ ମାପ୍ରୁ ଜିସୁ ମୁକ୍ତି ଦଃୟ୍ଦ୍ ଆର୍ ସେମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣା ଅଃଉତି । 25ଇସ୍ୱର୍ ଜିସୁକେ ଦାନ୍ କଃଲା, ଜଃନ୍କଃରି ତାର୍ ମଃର୍ନ୍, ତାର୍ତଃୟ୍ ବିସ୍ୱାସ୍ କଃର୍ତା ଲକ୍ମଃନାର୍ ହାହ୍ କେମାର୍ ଉପାୟ୍ ଅୟ୍ଦ୍ । ଇସ୍ୱର୍ ନିଜାର୍ ଦଃର୍ମି ଦଃକାଉଁକେ ଇରି କଃଲା । ଇସ୍ୱର୍ ସଃମ୍ବାଳିକଃରି ଲକମଃନାର୍ ହୁର୍ବେ କଃଲା ହାହ୍ ସଃବୁ ଗଃଣିତା ନଃକେଲା । 26ମଃତର୍ ଅଃବେ ସେ ନିଜାର୍ ଦଃର୍ମି ଜାଣାଉଁକେ ହାହ୍ କେମାର୍ ବିଦି କଃରିଆଚେ । ଇତାର୍ ଗିନେ ଇସ୍ୱର୍ ଜାଣାୟ୍ ଦଃୟ୍ଆଚେ ଜେ, ସେ ନିଜେ ଦଃର୍ମି ଆର୍ ଜୁୟ୍ ଲକ୍ମଃନ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃର୍ତି, ସେ ସଃବୁ ଲକେ ଦଃର୍ମି ବଃଲି ଗଃଣ୍ତି କଃରେଦ୍ ।
27ତଃବେ କୁୟ୍ ବିସୟେ ଅଃମିମଃନ୍ ଗଃର୍ବ୍ କଃରୁଆଁ ? ନାୟ୍ ସେନ୍କା ବିସୟ୍ କାୟ୍ରି ନାୟ୍ । କାୟ୍ରି କାମ୍ କଃର୍ତା ବିଦି ତଃୟ୍ ? କି ବିସ୍ୱାସାର୍ ବିଦି ତଃୟ୍ ? 28ତଃବେ ଅଃମି ସଃତ୍କଃରି ବୁଜି ଆଚୁ ଗଟ୍ଲକ୍ ତାର୍ ବିସ୍ୱାସ୍ ଗିନେ ଇସ୍ୱରାର୍ ଚଃମେ ଦଃର୍ମି ବଃଲି ଗଃଣ୍ତି ଅୟ୍ଦ୍ ବିଦି ମାନ୍ତାର୍ ଗିନେ ନୟ୍ । 29ବଃଲେକ୍ ଇସ୍ୱର୍ କି ଅଃବ୍କା ଜିଉଦି ମଃନାର୍ ଇସ୍ୱର୍ ? ସେ କି ଅଜିଉଦିମଃନାର୍ ହେଁ ଇସ୍ୱର୍ ନୟ୍ ? ବାୟ୍ଦ୍ରେ ସେ ସଃବ୍କାର୍ ଇସ୍ୱର୍ । 30୩:୩୦ ଗାଲା ୩:୨୦.ବଃଲେକ୍ ଇସ୍ୱର୍ ତ ଗଟେକ୍, ଆର୍ ସେ ବିସ୍ୱାସ୍ ଗିନେ ସୁନତ୍ ଜିଉଦି ଆର୍ ବିସ୍ୱାସ୍ ଗିନେ ଅସୁନତ୍ ଅଜିଉଦିମଃନ୍କେ ଦଃର୍ମି ଗଃଣେଦ୍ । 31ତଃବେ ଅଃମିମଃନ୍ କି ବିସ୍ୱାସାର୍ ଗିନେ ବିଦିକେ ନଃସ୍ଟ୍ କଃରୁଲୁ ? ସେରି କଃବେ ହେଁ ନଃଉଅ; ମଃତର୍ ଅଃମିମଃନ୍ ବିଦିର୍ କୁନାଦିକେ ଅଃଟୁଆ କଃରୁଲୁ ।
4ଅବ୍ରାହାମାର୍ ବିସ୍ୱାସ୍
1ତଃବେ ଗଃଗାଳ୍ ହଃର୍କାରେ ଅଃମିମଃନାର୍ ଦାଦିବାବୁ ଅବ୍ରାହାମ୍ କାୟ୍ରି ହାୟ୍ଆଚେ ବଃଲି ଆମିମଃନ୍ କଃଉଁଆ ? 2ଜଦି ଅବ୍ରାହାମ୍ ତାର୍ ନିଜାର୍ କାମାର୍ ଗିନେ ସେ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣା ଅୟ୍ଲାହୁଣି, ତଃବେ ତାର୍ ଗଃର୍ବ କଃର୍ତାର୍ ରିଲି; ମଃତର୍ ଇସ୍ୱରାର୍ ଆକାୟ୍ ସେରି ଅୟ୍ନଃରିଲି । 3୪:୩ ଗାଲା ୩:୬.କାୟ୍ତାକ୍ବଃଲେକ୍ ସାସ୍ତର୍ କାୟ୍ରି କଃଉଁଲି, “ଅବ୍ରାହାମ୍ ଇସ୍ୱରାର୍ ତଃୟ୍ ବିସ୍ୱାସ୍ କଃଲା, ଆର୍ ବିସ୍ୱାସ୍ ଗିନେ ଇସ୍ୱର୍ ତାକେ ଦଃର୍ମି ବଃଲି ଗଃଣ୍ତି କଃଲା । 4ଜେ କାମ୍ କଃରେଦ୍, ତାର୍ ଗିନେ ତାର୍ ବୁତି ଦଃୟା ହର୍ ଗଃଣା ନଃୟ୍, ମଃତର୍ ତାର୍ ହାଉତାର୍ ବଃଲି ଗଃଣା ଅୟ୍ଦ୍ । 5ମଃତର୍ ଜେ ନିଜାର୍ ଉହ୍ରେ ବିସ୍ୱା ନଃକେରି, ଇସ୍ୱର୍ ତଃୟ୍ ବିସ୍ୱାସ୍ କଃରେଦ୍ ତାର୍ ବିସ୍ୱାସ୍ ଗିନେ ଅଃଦଃର୍ମିକେ ଦଃର୍ମି ବଃଲି ଗଃଣ୍ନା କଃର୍ତା ଇସ୍ୱର୍ ତାକେ ଦଃର୍ମି ବଃଲି ଗଃଣ୍ତି କଃରେଦ୍ । 6ଜୁୟ୍ ଲକାର୍ କଃଲା କାମ୍କେ ନଃଦେକିକଃରି ଇସ୍ୱର୍ ତାକେ ଦଃର୍ମି ବଃଲି ଗଃଣ୍ତି କଃରେଦ୍, ତାକେ ଜଃଜ୍ମାନ୍ କଃରି ଦାଉଦ୍ କୟ୍ଆଚେ ।”
7“ଜୁୟ୍ ଲକ୍ମଃନାର୍ ହାହ୍ ସଃବୁ କେମା ଅୟ୍ଆଚେ, ସେମଃନ୍ ଦନ୍ୟ ।
ଜେ ହାହ୍ କେମା ହାୟ୍ ଆଚେ ସେ ଦନ୍ୟ ।
8ମାପ୍ରୁ ଜୁୟ୍ଲକାର୍ ହାହ୍ ଗଃଣ୍ନା ନଃକେରେ ସେ ଦନ୍ୟ ।”
9ଇତି ଦାଉଦ୍ ଜୁୟ୍ ଲକ୍ମଃନ୍କେ ଦନ୍ୟ ବଃଲି କୟ୍ଆଚେ ସେମଃନ୍ କାୟ୍ରି ଅଃବ୍କା ସୁନତ୍ ଲକ୍ ରିଲାୟ୍ ? ନାୟ୍ ଅସୁନତ୍ ଲକ୍ମଃନ୍ ହେଁ ଦନ୍ୟ ଅଃଉଁହାର୍ତି । ଅଃମି କଃଉଁଲୁ ଅବ୍ରାହାମ୍ ବିସ୍ୱାସାର୍ ଗିନେ ଦଃର୍ମିବଃଲି ଗଃଣ୍ତି ଅୟ୍ଲା । 10ଇରି ଜଃଡେବଃଳ୍ ଗଃଟିରିଲି ? ଅବ୍ରାହାମ୍ ସୁନତ୍ ଅୟ୍ଲା ଆଗ୍ତୁ କି ହଃଚେ ? ଆଗ୍ତୁ, ହଃଚେ ନୟ୍ । 11ସୁନତ୍ ଅଃଉତା ହୁର୍ବେ ଅବ୍ରାହାମ୍ ବିସ୍ୱାସ୍ କଃଲାକ୍ ଇସ୍ୱର୍ ତାକ୍ ଦଃର୍ମି ବଃଲି ଗଃଣ୍ନା କଃରିରିଲା । ଇରି ଜାଣାଉତାର୍ ହାଁୟ୍ ଗଟେକ୍ ମୁଦ୍ରା ହର୍ ଅବ୍ରାହାମ୍ ଇ ସୁନତ୍ ଚିନାର୍ ବିଦି ମାନି ରିଲା । ତଃବେ ଜୁୟ୍ ଲକ୍ମଃନ୍ ସୁନତ୍ ନୟ୍ କଃରି ହେଁ ଇସ୍ୱରାର୍ ତଃୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉତି, ଆତ୍ମିକ୍ ବାବେ ଅବ୍ରାହାମ୍ ସେମଃନାର୍ ଉବାସି ଅୟ୍ଦ୍ । 12ଉବା ଅବ୍ରାହାମ୍ ସୁନତ୍ ଅଃଉତା ଆଗ୍ତୁ ଜୁୟ୍ ବିସ୍ୱାସ୍ ଚିନାୟ୍ ରିଲା, ଜଦି ସୁନତ୍ ଅୟ୍ନଃରିଲା ଲକ୍ମଃନ୍ ନିଜାର୍ ଜିବନେ ସେରଃକମ୍ ବିସ୍ୱାସ୍ ଦଃକାଉଁକ୍ ହାର୍ତି ଅବ୍ରାହାମ୍ ସେମଃନାର୍ ହେଁ ଉବାସି ।
ବିସ୍ୱାସି ମଃନ୍କେ ଇସ୍ୱରାର୍ ଜଃବାଉ
13୪:୧୩ ଗାଲା ୩:୨୯.ବଃଲେକ୍ ଅବ୍ରାହାମ୍ ବିଦି ମାନ୍ଲାକେ ନୟ୍ ମଃତର୍ ତାର୍ ବିସ୍ୱାସାର୍ ଗିନେ ଇସ୍ୱର୍ ତଃୟ୍ ଦଃର୍ମି ବଃଲି ଗଃଣ୍ତି ଅୟ୍ଲା, ଆର୍ ସେତାର୍ ଗିନେ ସେ ତାର୍ ବଃଉଁସାର୍ ଲକ୍ମଃନ୍ ହୁର୍ତିର୍ ଅଃଦିକାରି ଅଃଉତି ବଃଲି ଇସ୍ୱର୍ ଜଃବାଉ ଦଃୟ୍ରିଲା । 14୪:୧୪ ଗାଲା ୩:୧୮.ଜୁୟ୍ ଲକ୍ମଃନ୍ ବିଦି ମାନ୍ତି ସେମଃନ୍ସେ ଜଦି ଇସ୍ୱରାର୍ ଦାନ୍ ହାଉତି, ତଃବେ ମାନାୟ୍ ମଃନାର୍ ବିସ୍ୱାସ୍ ହଲ୍ୟା, ଇସ୍ୱରାର୍ ଜଃବାଉ ଦିଲାର୍ ହେଁ କାୟ୍ ମଲ୍ ନାୟ୍ । 15ବଃଲେକ୍ ବିଦି ନଃମାନ୍ଲେକ୍ ଇସ୍ୱରାର୍ ରିସା ଆଣେଦ୍, ମଃତର୍ ଜୁୟ୍ତି ବିଦି ନାୟ୍, ସେତି ବିଦି ଅମାନ୍ୟା ହେଁ ନାୟ୍ ।
16୪:୧୬ ଗାଲା ୩:୭.ଇତାର୍ ଗିନେ ଇ ସଃୟ୍ତ୍ ବିସ୍ୱାସ୍ ଗିନେ ହାଉଁକ୍ ଅୟ୍ଦ୍, ଜଃନ୍କଃରି ସେରି ଦଃୟା ହଃର୍କାରେ ଅୟ୍ଦ୍, ଆର୍ ସେତାର୍ଗିନେ ସଃବୁ ବଃଉଁସାର୍ ବାଟ୍ୟା, ଅଃବ୍କା ମସାର୍ ବିଦି ମାନ୍ତା ବଃଉଁସାର୍ ଗିନେ ନାୟ୍, ମଃତର୍ ଅବ୍ରାହାମ୍କେ ବିସ୍ୱାସ୍ କଃର୍ତା ବଃଉଁସ୍ ଗିନେ ହେଁ ସେ ସଃୟ୍ତ୍ ଅଃଟୁଆ ରଃୟ୍ଦ୍ । 17ଇ ବିସୟେ ସାସ୍ତରେ ଲେକା ଆଚେ, “ତକ୍ ମୁୟ୍ଁ ବୁତେକ୍ ଜାତିର୍ ଉବାସି କଃରି ଆଚି ।” ଇସ୍ୱରାର୍ ଆକାୟ୍ ଇ ଜଃବାଉ ଟିକ୍ ରିଲି, ବଃଲେକ୍ ଜୁୟ୍ ଇସ୍ୱର୍କେ ଅବ୍ରାହାମ୍ ବିସ୍ୱାସ୍ କଃର୍ତିରିଲା, ତାର୍ ବଃଚନ୍ ମଃଲା ଲକ୍ମଃନ୍କେ ଜିବନ୍ କଃରେଦ୍ ଆର୍ ନଃରିଲା ତଃୟ୍ ସଃବୁ ବିସୟ୍ ଉବ୍ଜାୟ୍ଦ୍ । 18ଆସା ନଃରିଲେକ୍ ହେଁ ଅବ୍ରାହାମ୍ ବିସ୍ୱାସ୍ କଃରି ବଃର୍ସା କାରି ଅୟ୍ଲା । ସେତାକ୍ ସେ ଅଃନେକ୍ ଜାତିର୍ ଉବାସି ଅୟ୍ଲା, ବଃଲେକ୍ ସାସ୍ତର୍ ହଃର୍କାରେ ତାକେ ଜଃବାଉ ମିଳିରିଲି; “ତୁମାର୍ ବଃଉଁସ୍ ଅଃଗାସାର୍ ତାରା ହର୍ ଅଲେକାର୍ ଅଃଉତି ।” 19ସଃଡେବଃଳ୍ ତାର୍ ବଃୟ୍ସ୍ ହାଁଞ୍ଚ୍କଳି ବଃର୍ସ୍ ଅୟ୍ରିଲି । ମଃତର୍ ନିଜାର୍ ଗଃଗାଳ୍କେ ବୁଡା ବଃଲି ଆର୍ ସାରାକେ ବୁଡି ବଃଲି ବାବ୍ଲେକ୍ ହେଁ ବିସ୍ୱାସ୍ ଉଣା ନଃକେଲା, 20ସେ ତାର୍ ବିସ୍ୱାସ୍କେ ନଃଚାଡ୍ଲା, କି ଇସ୍ୱରାର୍ ଜଃବାଉକେ ଅଃହ୍ରାତ୍ ନଃକେଲା ବିସ୍ୱାସ୍ ତାକ୍ ସଃକ୍ତିୟେ ହୁର୍ନ୍ କଃଲି ଆର୍ ସେ ଇସ୍ୱରାର୍ ଜଃଜ୍ମାନ୍ କଃଲା । 21ମଃତର୍ ଇସ୍ୱର୍ ଜୁୟ୍ ଜଃବାଉ କଃରିରିଲା, ସେରି ସେ ସାଦୁନ୍ କଃରେଦ୍ ବଃଲି ତାର୍ ବଃଡେ ବିସ୍ୱାସ୍ ରିଲି । 22ତାର୍ ବିସ୍ୱାସ୍ ଗିନେ ଅବ୍ରାହାମ୍ ଇସ୍ୱର୍ ତଃୟ୍ ଦଃର୍ମି ବଃଲି ଗଃଣ୍ତି ଅୟ୍ଲା । 23“ଦଃର୍ମି ବାବେ ଗଃଣ୍ତି ଅଃଉତାର୍” ସାସ୍ତରାର୍ କଃତା ଅଃବ୍କା ଅବ୍ରାହାମାର୍ ଗିନେ ଜେ ରିଲି ସେରି ନୟ୍ । 24ଅଃମିମଃନ୍ ହେଁ ଇସ୍ୱରାର୍ ତଃୟ୍ ବିସ୍ୱାସ୍ କଃଲେକ୍ ଦଃର୍ମି ବାବେ ଗଃଣ୍ତି ଅଃଉଁନ୍ଦ୍ । ଇସ୍ୱର୍ ମାପ୍ରୁ ଜିସୁକେ ମଃର୍ନେହୁଣି ଉଟାୟ୍ ଆଚେ । 25ସେ ମାପ୍ରୁ ଜିସୁ ଅଃମାର୍ ହାହାର୍ ଗିନେ ହାହ୍ କେମାର୍ ହୁଜା ହର୍ ମଃଲା, ଆରେକ୍ ଇସ୍ୱରାର୍ ତଃୟ୍ ଅଃମିମଃନ୍କ୍ ଦଃର୍ମି କଃରୁକେ ଉଟି ଆଚେ ।
5ଇସ୍ୱରାର୍ ତଃୟ୍ ଟିକ୍ ରେତାର୍
1ଅଃବେ ବିସ୍ୱାସାର୍ ଗିନେ ଅଃମି ଇସ୍ୱରାର୍ ଆକାୟ୍ ଦଃର୍ମି ଗଃଣା ଅୟ୍ ଆଚୁ ଆର୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ହାୟ୍ଁ ଇସ୍ୱରାର୍ ସଃଙ୍ଗ୍ ସୁସ୍ତାୟ୍ ଆଚୁ; 2ସେ ଜିସୁ ଅଃମାର୍ ବିସ୍ୱାସାର୍ ଗିନେ ଅଃବେ ଅଃମାର୍ ଜିବନେ ଇସ୍ୱରାର୍ ଦଃୟା ଦାନ୍ ହାୟ୍ଲାର୍ ଦଃୟ୍ଆଚେ । ସେତାକ୍ ଇସ୍ୱରାର୍ ଜଃଜ୍ମାନେ ବାଗିଦାର୍ ଅଃଉତା ବଃର୍ସା ଅଃମିମଃନ୍କ୍ ସଃର୍ଦା କଃରି ରଃକି ଆଚେ । 3ଅଃବ୍କା ସେରି ନୟ୍ ସଃବୁ ହଃର୍କାର୍ ଦୁକେ କଃସ୍ଟେ ହେଁ ସଃର୍ଦା କଃରୁଲୁ, ବଃଲେକ୍ ବିସ୍ୱାସ୍ ନଃଚାଡି କଃରି କଃସ୍ଟ୍ ସଃମ୍ବାଳ୍ଲେକ୍ ମଃନେ ସାସ୍ ଆସେଦ୍ । 4ସାସ୍ ନିକ ଗୁଣ୍ ଆସେଦ୍, ଆର୍ ନିକ ଗୁଣେ ହୁଣି ବଃର୍ସା ଜାତ୍ ଅୟ୍ଦ୍ । 5ଆର୍ ବଃର୍ସା ଦଃୟ୍କଃରି ଅଃମିମଃନ୍କ୍ ନିରାସ୍ ଅଃଉଁକେ ନଃଦେୟ୍ ବଃଲେକ୍ ଇସ୍ୱର୍ ଅଃମିମଃନ୍କ୍ ପବିତ୍ର ଆତ୍ମା ଦଃୟ୍କଃରି ଅଃମାର୍ ମଃନ୍ ବିତ୍ରେ ତାର୍ ଲାଡ୍ ଦିଲା ଆଚେ ।
6ବଃଲେକ୍ ଜଃଡେବଃଳ୍ ଅଃମାର୍ ସାହା ନଃରିଲା ବଃଳ୍, କ୍ରିସ୍ଟ ଟିକ୍ ବେଳାୟ୍ ଅଃଦଃର୍ମିମଃନାର୍ ଗିନେ ମଃଲା । 7ଦଃର୍ମି ଲକାର୍ ହାୟ୍ଁ କେ ମଃରୁକେ ମଃନ୍ ନଃକେରେ, ନିକ ଲକାର୍ ଗିନେ କେ ଜିବନ୍ ଦେଉଁକେ ସାସ୍ କଃରୁହାରେ । 8ମଃତର୍ ଅଃମିମଃନ୍ ହାହି ରିଲା ବଃଳ୍ ହେଁ କ୍ରିସ୍ଟ ଜେ ଅଃମାର୍ ଗିନେ ମଃଲା, ସେତାକ୍ ଇସ୍ୱର୍ ଅଃମାର୍ ଗିନେ ଅଃହ୍ଣାର୍ ଲାଡ୍ ଦଃକାୟ୍ ଆଚେ । 9କ୍ରିସ୍ଟର ବଃନିର୍ ଗିନେ ଇସ୍ୱର୍ ଅଃମିକ୍ ଦଃର୍ମି ଗଃଣ୍ତି କଃରି ନିଜାର୍ କଃରିଆଚେ । ତଃନ୍ ଅଲେ ଇସ୍ୱରାର୍ ରିସାୟ୍ ହୁଣି ଅଃମିମଃନ୍କ୍ ବାୟ୍ଦ୍ରେ ବଚାୟ୍ଦ୍ । 10ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ସଃତ୍ରୁ ରିଲାବଃଳ୍ ଜଦି ଇସ୍ୱରାର୍ ସଃଙ୍ଗ୍ ତାର୍ ହୟ୍ସିର୍ ମଃର୍ନ୍ ତଃୟ୍ ମିସ୍ତାର୍, ତଃବେ ଇରି ଅଃଦିକ୍ ସଃତ୍ ଜେ ଅଃମିମଃନ୍ ମିସିକଃରି କ୍ରିସ୍ଟର୍ ଜିବନେ ମୁକ୍ତି ହାଉନ୍ଦ୍ । 11ଅଃବ୍କା ସଃତେକ୍ ସେ ନାୟ୍, ମଃତର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଇସ୍ୱର୍ ଜୁୟ୍ ସଃବୁ କାମ୍ ସାଦୁନ୍ କଃରିଆଚେ, ସେତାର୍ ଗିନେ ଅଃମାର୍ ମଃନ୍ ସଃର୍ଦାୟ୍ ହୁର୍ନ୍ ଅୟ୍ଆଚେ । ସେ ଜିସୁ ଇସ୍ୱରାର୍ ସଃଙ୍ଗ୍ ଅଃମିମଃନ୍କ୍ ଆରେକ୍ ମିସାୟ୍ ଆଚେ ।
ଆଦମ୍ ଆର୍ କ୍ରିସ୍ଟ
12ଜଃଡ୍ବଃଳ୍ ଆଦମ୍ ହାହ୍ କଃଲା, ଜଃଗତେ ହାହ୍ ଆୟ୍ଲି, ଆର୍ ହାହାର୍ ଗିନେ ମଃର୍ନ୍ ଆୟ୍ଲି । ସଃବୁଲକ୍ ହାହ୍ କଃଲାକ୍ ମଃର୍ନ୍ ସଃବୁ ଲକ୍ମଃନାର୍ ଉହ୍ରେ ଆୟ୍ଲି । 13ବଃଲେକ୍ ବିଦି ଦେତା ହୁର୍ବେ ହାହ୍ ଜଃଗତେ ରିଲି, ମଃତର୍ ବିଦି ନଃରିଲାବଃଳ୍ ହାହ୍ ଗଃଣା ନଃଉତିରିଲି । 14ଆଦମ୍ ସଃମୟ୍ ତଃୟ୍ ହୁଣି ମସା ହଃତେକ୍ କେ ହେଁ ଆଦମାର୍ ହର୍ ହାହ୍ କଃରି ନଃରିଲେକ୍ ହେଁ ସେମଃନାର୍ ଉହ୍ରେ ମଃର୍ନ୍ ରାଜ୍ କଃର୍ତି ରିଲି, ଜାର୍ ଆସ୍ତାର୍ ରିଲି, ଆଦମ୍ ତାର୍ ନିଜାର୍ ରୁହ୍ । 15ମଃତର୍ ଇ ଦୁୟ୍ଲକାର୍ ବିତ୍ରେ ବେସି ବିନ୍ ଆଚେ । ଆଦମାର୍ ହାହ୍ ଆର୍ ଇସ୍ୱରାର୍ ଗଃଣୁ ନଃହାର୍ତା ଦାନାର୍ ସଃକ୍ତି ସଃମାନ୍ ନୟ୍ । ଗଟେ ଲକାର୍ ହାହାର୍ ଗିନେ ଗାଦେକ୍ ଲକ୍ ମଃଲାୟ୍ । ମଃତର୍ ଇସ୍ୱର୍ ତାର୍ ବଃଡେ ଦଃୟାର୍ ଗିନେ ଆରେକ୍ ଗଟ୍ ଲକ୍ ମାପ୍ରୁ ଜିସୁ କ୍ରିସ୍ଟର୍ ଗିନେ ମାନାୟ୍ମଃନାର୍ ଜୁୟ୍ ଦାନାର୍ ଉପାୟ୍ କଃଲା ସେରି ଅଃଦିକ୍ ସଃକ୍ତିରି ଅୟ୍ଲି । 16ଆର୍ ଗଟ୍ ଲକାର୍ ହାହାର୍ ଗିନେ ମାନାୟ୍ ବିଚାରାର୍ ବାଦୁଲେ ଟିଆ ଅୟ୍ ଦସି ଅୟ୍ଲା, ମଃତର୍ ଅଃନେକ୍ ଲକାର୍ ହାହ୍ ଅୟ୍ଲେକ୍ ହେଁ ଆର୍ କେମାହାଉଁକେ କାୟ୍ ବିଦି ନଃରିଲେକ୍ ହେଁ ଇସ୍ୱରାର୍ ସେ ଦାନ୍ ଗିନେ ଅଃବେ ମାନାୟ୍ ନିର୍ଦସି ବଃଲି ଗଃଣ୍ତି ଅଃଉଁ ହାରେଦ୍ । 17ଜଦି ଗଟ୍ ଲକାର୍ ହାହାର୍ ଗିନେ ମଃର୍ନ୍ ରାଜ୍ କଃଲି, ମଃତର୍ ଗଟ୍ ଲକାର୍ ଗିନେ ବଃଲେକ୍ ଜିସୁ କ୍ରିସ୍ଟ ଜାୟ୍ରି କଃରିଆଚେ, ସେରି କଃଡେକ୍ ବଃଡ୍ କାମ୍ । ଜୁୟ୍ ସଃବୁ ଲକ୍ ଇସ୍ୱରାର୍ ବଃଡେ ଦଃୟାୟ୍ ବିନା ମଲେ ଇସ୍ୱରାର୍ ତଃୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉତି, ସେମଃନ୍ ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଜିବନେ ରାଜ୍ କଃର୍ତି ।
18ଗଟ୍ ଲକାର୍ ହାହ୍ ଜଃନ୍କଃରି ସଃବୁ ଲକ୍ମଃନ୍କେ ଡଃଣ୍ଡ୍ ଗଃଟ୍ଲି, ସେନ୍କଃରି ଗଟ୍ ଲକାର୍ ଦଃର୍ମି କାମାର୍ ବିଦି ଗିନେ ସଃବୁ ଲକାର୍ ହାଁୟ୍ ମୁକ୍ତି ଆର୍ ଜିବନ୍ ଆଣି ଦଃୟ୍ଆଚେ । 19କାୟ୍ତାକ୍ବଃଲେକ୍ ଗଟ୍ ଲକାର୍ ବଲ୍ ଅମାନ୍ୟାର୍ ଗିନେ ସଃବୁ ଲକ୍ ହାହି ଅୟ୍ଲାୟ୍ ସେନ୍କଃରି ହେଁ ଗଟ୍ ଲକ୍ ବଲ୍ ମାନ୍ଲାର୍ ଗିନେ ସଃବୁ ଲକ୍ ଇସ୍ୱରାର୍ ଆକାୟ୍ ଦଃର୍ମି ଅଃଉତି ।
20ମସାର୍ ବିଦି ଆୟ୍ଲାକ୍, ଜଃନ୍କଃରି ହାହ୍ ଜାଣାହଃଳ୍ଲି; ମଃତର୍ ହାହ୍ ଜଃବର୍ ଅୟ୍ଲାକ୍ ଇସ୍ୱରାର୍ ଦଃୟା ହେଁ ଅଃଦିକ୍ ଅୟ୍ଲି । 21ହାହ୍ ଜୁୟ୍ ହଃର୍କାରେ ମଃର୍ନ୍ ଗିନେ ରାଜ୍ କଃରିରିଲି, ସେନ୍କଃରି ଇସ୍ୱରାର୍ ଦଃୟା ମାପ୍ରୁ ଜିସୁ କ୍ରିସ୍ଟର୍ ଗିନେ ଅଃମିମଃନ୍କ୍ ଦଃର୍ମି ଗଃଣ୍ତି କଃରି ଅଃମ୍ବର୍ ଜିବନ୍ ଦଃୟ୍ଦ୍ ।
6ହାହେ ମଃରି ଜିସୁର୍ ଗିନେ ଜିବନ୍
1ତଃବେ ଅଃମିମଃନ୍ କାୟ୍କଃରୁଆଁ ? ଦଃୟା ଜଃନ୍କଃରି ବୁତେକ୍ ଅୟ୍ଦ୍ ଇତାର୍ ଗିନେ କାୟ୍ ହାହେ ରେଉଁଆ ? 2ସେରି କଃବେ ହେଁ ନଃଉଅ, ହାହେ ମଃରି ଆଚୁ ଜେ ଅଃମିମଃନ୍, ସେତି କଃନ୍କଃରି ଜିବନ୍ ରେଉଁଆ ? 3ଅଃମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟ ଜିସୁର୍ ତଃୟ୍ ବାପ୍ତିସମ୍ ଅୟ୍ ଆଚୁ, ସଃବୁଲକ୍ ଜେ ତାର୍ ମଃର୍ନେ ବାପ୍ତିସମ୍ ଅୟ୍ ଆଚୁ, ଇରି କି ତୁମିମଃନ୍ ନଃଜାଣାସ୍ ? 4୬:୪ କଲ ୨:୧୨.ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟ୍ ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟ୍ ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
5କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ତାର୍ ମଃର୍ନାର୍ ହର୍ ମଃର୍ନ୍ ବୟଃଗ୍ କଃରି ତାର୍ ସଃଙ୍ଗ୍ ଗଟେକ୍ ଅୟ୍ ଆଚୁ ସେନ୍ ଅୟ୍ଲେକ୍ ବାୟ୍ଦ୍ରେ ତାର୍ ଉଟ୍ତାର୍ ହର୍ ହେଁ ଉଟିକଃରି ତାର୍ ସଃଙ୍ଗ୍ ଗଟେକ୍ ଅଃଉଁନ୍ଦ୍ । 6ଅଃମିମଃନ୍ ଇରି ଜାଣିଆଚୁ, କ୍ରିସ୍ଟର୍ ସଃଙ୍ଗ୍ କ୍ରୁସ୍ ଉହ୍ରେ ଅଃମାର୍ ହଃର୍ନା ଜିବନ୍ ମଃରିଆଚେ, ସେତାର୍ ଗିନେ ହାହାର୍ ଗଃଗାଳ୍ ନାସ୍ ଅୟ୍ଆଚେ ଆର୍ ଅଃମି ହାହ୍ ସେବାକାମେ ହୁଣି ମୁକ୍ତି ଅୟ୍ ଆଚୁ । 7କାୟ୍ତାକ୍ବଃଲେକ୍ ଜେ ମଃରି ଆଚେ ସେ ହାହାର୍ ସଃକ୍ତିଏ ହୁଣି ମୁକ୍ଲିଆଚେ । 8ମଃତର୍ ଅଃମିମଃନ୍ ଜଦି କ୍ରିସ୍ଟର୍ ସଃଙ୍ଗ୍ ମଃରି ଆଚୁ, ତଃନ୍ଅୟ୍ଲେକ୍ ଅଃମିମଃନ୍ ଜେ ତାର୍ ସଃଙ୍ଗ୍ ହେଁ ବଚୁନ୍ଦ୍, ଇରି ଅଃମିମଃନ୍ ବିସ୍ୱାସ୍ କଃରୁଲୁ । 9ଇରି ତ ଅଃମିମଃନ୍ ଜାଣୁ, କ୍ରିସ୍ଟ ମଃଲା ଲକାର୍ ତଃୟ୍ ହୁଣି ଉଟ୍ଲାକ୍, ଆର୍ କଃବେ ନଃମେରେ; ଜିସୁର୍ ଉହ୍ରେ ମଃର୍ନାର୍ ଆର୍ ଅଃଦିକାର୍ ନାୟ୍ । 10କାୟ୍ତାକ୍ବଃଲେକ୍ ସେ ଜୁୟ୍ ମଃର୍ନ୍ ବୟଃଗ୍ କଃଲା, ସେତାର୍ ଗିନେ ସେ ଗଟେକ୍ ତର୍ ହାହ୍ ଗିନେ ମଃଲା, ମଃତର୍ ସେ ଜୁୟ୍ ଜିବନେ ବାଚିଆଚେ ସେରି ଇସ୍ୱରାର୍ ତଃୟ୍ ବାଚ୍ଲା ଆଚେ । 11ସେ ହଃର୍କାରେ ତୁମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ହାହେ ମଃରି ଆଚୁ ବଃଲି ମଃନେକଃରା । ମଃତର୍ ତୁମିମଃନ୍ ଅଃବେ କ୍ରିସ୍ଟ ଜିସୁର୍ ଦଃୟ୍ ଜିବନ୍ ହାୟ୍ ଇସ୍ୱରାର୍ ସଃଙ୍ଗ୍ ମିସି ଆଚାସ୍ ।
12ଇତାର୍ ଗିନେ ହାହ୍ ତୁମିମଃନାର୍ ଜଃଗତାର୍ ଗଃଗାଳେ ରାଜ୍ ନଃକେର, ସେରି କଃଲେକ୍ ତୁମିମଃନ୍ ସେତିର୍ କଃରାବ୍ ଇଚାର୍ ତଃଳେ ଚାଲୁଲାସ୍ । 13ତୁମିମଃନ୍ ନିଜ୍ ନିଜ୍କେ କୁୟ୍ ହଃର୍କାରେ ହେଁ ହାହାର୍ ଚଃମେ ସଃହ୍ରି ଅୟ୍କଃରି ଦୁସ୍ଟ୍ କାମାର୍ ଅଃସ୍ତର୍ ବାବେ କାମ୍ କଃରା ନାୟ୍ । ମଃତର୍ ମଃର୍ନେ ହୁଣି ରଃକ୍ୟା ହାୟ୍ ଜିବନ୍ ହାୟ୍ରିଲାର୍ ଗିନେ ତୁମିମଃନ୍ ଦଃର୍ମ୍ କାମ୍ ସାଦୁନ୍ କଃର୍ତା ହାୟ୍ଁ ଅଃହ୍ଣା ଅଃହ୍ଣାକ୍ ଇସ୍ୱରାର୍ ତଃୟ୍ ସଃହ୍ରି ଦିଆସ୍ । 14ହାହ୍ ତୁମାର୍ ଉହ୍ରେ ରାଜ୍ ନଃକେର । ବଃଲେକ୍ ତୁମିମଃନ୍ ବିଦିର୍ ତଃଳେ ନାୟ୍, ମଃତର୍ ଇସ୍ୱରାର୍ ଦଃୟାର୍ ତଃଳେ ଆଚାସ୍ ।
ଦଃର୍ମିର୍ ଦଃଙ୍ଗ୍ଳା
15ତଃବେ କାୟ୍ରି ? ଅଃମିମଃନ୍ ଜେ ବିଦିର୍ ତଃଳେ ନାୟ୍, ମଃତର୍ ଦଃୟାର୍ ତଃଳେ ଆଚୁ, ଇତାର୍ ଗିନେ କାୟ୍ ହାହ୍ କଃରୁଆଁ ? ସେରି କଃବେ ହେଁ ନଃଉଅ । 16ତୁମିମଃନ୍ ବାୟ୍ଦ୍ରେ ଜାଣି ଆଚାସ୍, ଜଦି ତୁମି କାର୍ ତଃଳ୍ୟା ଅୟ୍କଃରି ସେ ଲକାର୍ ହୁରା କଃତା ମାନାସ୍, ତଃବେ ତୁମି ସେଲକାର୍ ଗତିଦଃଙ୍ଗ୍ଳା । ଜଦି ହାହାର୍ ଗତିଦଃଙ୍ଗ୍ଳା ଅଃଉଆସ୍, ତଃବେ ମଃରାସ୍; ଜଦି ଇସ୍ୱରାର୍ ଦଃଙ୍ଗ୍ଳା ଅଃଉଆସ୍, ତଃବେ ତୁମାର୍ ଜିବନ୍ ବଚେଦ୍ । 17ମଃତର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ଜେ ତୁମିମଃନ୍ ହୁର୍ବେ ହାହାର୍ ଗତିଦଃଙ୍ଗ୍ଳା ରିଲାସ୍, ତୁମିମଃନ୍ ଅଃବେ ନିକ କବୁରାର୍ ସିକ୍ୟା ହାୟ୍ରିଲା, ସଃତ୍ ବିସୟ୍ ସଃବୁ ମଃନ୍ ହଃରାଣେ ମାନୁଲାସ୍ । 18ତୁମି ହାହେ ହୁଣି ମୁକ୍ଳିକଃରି ଦଃର୍ମାର୍ ଗତିଦଃଙ୍ଗ୍ଳା ଅୟ୍ ଆଚାସ୍ । 19ତୁମିମଃନାର୍ ଦୁର୍ବୁଳ୍ ଗିନେ, ଇ ସଃବୁ କଃତା ମୁୟ୍ଁ ଚାଲ୍ତା ବାସାୟ୍ କଃଉଁଲେ । ତୁମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଗିନେ ଅଃହ୍ଣା ଅଃହ୍ଣାର୍ ସଃବୁ ଗଃଗାଳ୍କେ ବିଟାଳ୍ ଆର୍ ଅଃଦଃର୍ମାର୍ ତଃୟ୍ ଗତିଦଃଙ୍ଗ୍ଳା ହର୍ ସଃହ୍ରି ରିଲାସ୍, ସେନ୍କଃରି ଅଃବେ ଅଃହ୍ଣା ଅଃହ୍ଣାର୍ ସଃବୁ ଗଃଗାଳ୍କେ ନିର୍ମୁଲ୍ ଗିନେ ଦଃର୍ମ୍ ଟାଣେ ଗତିଦଃଙ୍ଗ୍ଳା ହର୍ ସଃହ୍ରି ଆଚାସ୍ ।
20ତୁମିମଃନ୍ ହାହାର୍ ଗତିଦଃଙ୍ଗ୍ଳା ରିଲା ବଃଳ୍ ଦଃର୍ମ୍ ବିସୟେ ମୁକ୍ତ୍ ରିଲାସ୍ । 21ଅଃବେ ତୁମିମଃନ୍ ଜୁୟ୍ ସଃବୁ କାମ୍ କଃରୁକେ ଲାଜ୍ ଅଃଉଁଲାସ୍, ସଃଡେବଃଳ୍ ସେସଃବୁ କଃର୍ତି ରିଲାସ୍ । ତଃବେ ସେତି ହୁଣି ତୁମି କାୟ୍ ଲାବ୍ ହାୟ୍ଲାସ୍ ? ସେ ସଃବୁ କାମାର୍ ହଃଳ୍ ତ ମଃର୍ନ୍ । 22ମଃତର୍ ଅଃବେ ତୁମିମଃନ୍ ହାହାର୍ ତଃଳେ ହୁଣି ମୁକ୍ଳି କଃରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟ୍ ଆଚାସ୍ । ଇତିର୍ ଲାବ୍ ଅଃଉଁଲି, ଇସ୍ୱରାର୍ ତଃୟ୍ ହୁରାହୁରି ଆତ୍ମାୟ୍ ହୁର୍ତାର୍ ଆର୍ ଇତିର୍ ହଃଳ୍ ଅଃମ୍ବର୍ ଜିବନ୍ । 23କାୟ୍ତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପ୍ରୁ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ ।
7ବିବା ଅଃଉତା କଃତା
1ଏ ବାୟ୍ବେଣିମଃନ୍ ଅଃବେ ଜାୟ୍ରି କୟ୍ଦ୍ ବଃଲୁଲେ, ତୁମିମଃନ୍ ସେରି ବୁଜୁକେ ହାରାସ୍, ବଃଲେକ୍ ତୁମିମଃନ୍ “ମସାର୍ ବିଦି” ବିସୟେ ଜାଣିଆଚାସ୍ । ମାନାୟ୍ ଜୁୟ୍ ହଃତେକ୍ ଜିବନ୍ ରଃୟ୍ଦ୍ ସେ ହଃତେକ୍ ମସାର୍ ବିଦି ତଃଳେ ରଃୟ୍ଦ୍ । 2ଅଃଣ୍ଡ୍ରା ଜିବନ୍ ରେତା ହଃତେକ୍ ତାର୍ ଡକୁର୍ସି ତାର୍ ସଃଙ୍ଗ୍ ବିବା ବାନ୍ଦୁଣେ ବାନ୍ଦି ଅୟ୍ ରଃୟ୍ଦ୍, ମଃତର୍ ଅଃଣ୍ଡ୍ରା ମଃରି ଗଃଲେକ୍ ମାୟ୍ଜି ଇ ବିଦି ତଃୟ୍ହୁଣି ମୁକ୍ଳେଦ୍ । 3ଅଃଣ୍ଡ୍ରା ଜିବନ୍ ରେଉଁ ରେଉଁ, ଡକୁର୍ସି ଜଦି ବିନ୍ ଅଃଣ୍ଡ୍ରାକେ ବିବା ଅୟ୍ଦ୍, ତାକେ ଦାରିଆଣି ବଃଲି କଃଉଆ ଅୟ୍ଦ୍; ମଃତର୍ ଅଃଣ୍ଡ୍ରା ଜଦି ମଃରେଦ୍, ତଃବେ ମାୟ୍ଜି ମସାର୍ ବିଦି ତଃୟ୍ହୁଣି ମୁକ୍ତି ଅୟ୍ଦ୍, ଆର୍ ସେ ବିନ୍ ଅଃଣ୍ଡ୍ରାକେ ବିବା ଅୟ୍ଲେକ୍, ସେ ଦାରିଆଣି ନୟ୍ । 4ଏ ମର୍ ବାୟ୍ବେଣିମଃନ୍ ତୁମିମଃନାର୍ ହେଁ ଟିକ୍ ସେହର୍ । ତୁମିମଃନ୍ ବାପ୍ତିସମ୍ ଦଃୟ୍ କ୍ରିସ୍ଟର୍ ଗଃଗାଳ୍ ସଃଙ୍ଗ୍ ମଃର୍ନ୍ ବୟ୍ଗ୍ କଃରି, ତାର୍ ଉଟ୍ଲାତଃୟ୍ ହେଁ ଅଃଦିକାରି ଅୟ୍ ଆଚାସ୍ ଆର୍ ଅଃବେ ତୁମିମଃନ୍ ଇସ୍ୱରାର୍ ନିକ ଦଃଙ୍ଗ୍ଳା ଅୟ୍, ବିଦିର୍ ଗିନେ ତୁମିମଃନ୍ ମଃରି ଆଚାସ୍ । 5କାୟ୍ତାକ୍ବଃଲେକ୍ ଜଃଡେବଃଳ୍ ଅଃମିମଃନ୍ ଗଃଗାଳାର୍ ତଃଳେ ରିଲୁ ସଃଡେବଃଳ୍ ବିଦି ତଃୟ୍ ହାହ୍ ଇଚା ସଃବୁ ଅଃମିମଃନାର୍ ସଃର୍ନେ ଗଃଗାଳ୍ ବିତ୍ରେ ମଃର୍ନାର୍ ଗିନେ ହଃଳ୍ ଉବ୍ଜାଉଁକ୍ କାମ୍ କଃର୍ତି ରିଲୁ । 6ଅଃବେ ବିଦିଏ ହୁଣି ମୁକ୍ତି ହାୟ୍ ଆଚୁ, ବଃଲେକ୍ ଜୁୟ୍ରି ଦିନେକ୍ ଅଃମିକ୍ ବାନ୍ଦି କଃରି ରଃକିରିଲି, ସେ ତଃୟ୍ହୁଣି ଅଃମି ଅଃବେ ମଃରି ଆଚୁ । ଅଃମି ହୁର୍ବାର୍ ହର୍ ଲେକାର୍ ବିଦିର୍ ସେବା ନଃକେରୁ, ପବିତ୍ର ଆତ୍ମା ଦଃକାୟ୍ଲା ବାଟେ ଅଃବେ ଅଃମି ଜଃଉଁଲୁ ।
ବିଦି ଆର୍ ହାହ୍
7ତଃବେ ଅଃମିମଃନ୍ କାୟ୍ରି କଃଉଆ ? ବିଦି କାୟ୍ ହାହ୍ ? ସେରି କଃବେ ହେଁ ନଃଉଅ । ଗଟ୍ବାଟ୍ ହାହ୍ କାୟ୍ରି, ସେରି ବିଦି ଚାଡି ମୁୟ୍ଁ ନଃଜାଣ୍ଲେ ହୁଣି, କାୟ୍ତାକ୍ବଃଲେକ୍ ଲଃବ୍ କଃରା ନାୟ୍, ବିଦି ଇରି କୟ୍ ନଃରିଲେକ୍ ଲଃବ୍ କାୟ୍ରି ସେରି ମୁୟ୍ଁ ନଃଜାଣ୍ଲେ ହୁଣି । 8ମଃତର୍ ହାହ୍ ବେଳ୍ ଦଃକି ବିଦି ଗିନେ ମର୍ ତଃୟ୍ ସଃବୁ ହଃର୍କାର୍ ଲଃବ୍ ଜଃଲମ୍ କଃଲି; କାୟ୍ତାକ୍ବଃଲେକ୍ ବିଦି ଚାଡି ହାହ୍ ମଃଲାର୍ । 9ଆର୍, ଦିନେକ୍ ମୁୟ୍ଁ ବିନା ବିଦିଏ ବଚ୍ତିରିଲେ ମଃତର୍ ମସାର୍ ବିଦି ଆୟ୍ଲାକ୍ ହାହ୍ ଜିବନ୍ ଅୟ୍ଲି, ଆରେକ୍ ମୁୟ୍ଁ ମଃଲେ । 10ସେତାକ୍ ଜିବନ୍ ଦେଉଁକେ ଜୁୟ୍ ଆଦେସ୍ ମର୍ ଗିନେ ଆତ୍ମିକ୍ ମଃର୍ନ୍ ବିସୟ୍ ବଃଲି ସେରି ଜାଣା ଗଃଲି । 11ବଃଲେକ୍ ହାହ୍ ବେଳ୍ ଦଃକି ବିଦି ମକେ ଟକ୍ଲି, ଆର୍ ମକେ ଅଃତ୍ୟା କଃଲି ।
12ମସାର୍ ବିଦି ପବିତ୍ର; ତାର୍ ବଲ୍ ସଃବୁ ପବିତ୍ର, ଟିକ୍ ଆର୍ ନିକ । 13ତଃନ୍ ଅୟ୍ଲେକ୍ ଜୁୟ୍ରି ନିକ ସେରି କି ମର୍ ଗିନେ ମଃର୍ନାର୍ ବିସୟ୍ ଅୟ୍ରିଲି ? ସେରି କଃବେ ହେଁ ନଃଉଅ । ହାହ୍ ହଃକା ସେରି କଃଲି, ନିକ ବିଦିକେ ବେବାର୍ କଃରି ହାହ୍ ମର୍ ମଃର୍ନ୍ ଗଃଟାୟ୍ଲି । ସେତାର୍ ଗିନେ ହାହାର୍ ଟିକ୍ ରୁହ୍ ଜାଣା ହଃଳ୍ଲି । ତଃବେ ବିଦିର୍ ଦଃୟ୍ ହାହାର୍ ବଃଡେ ବୟ୍ଙ୍କାର୍ ବିସୟ୍ ଜାଣାହଃଳ୍ଲି ।
ଦଃନ୍ଦି ମାନାୟ୍
14ଅଃମିମଃନ୍ ଜାଣୁ, ବିଦି ଆତ୍ମିକ୍ । ମଃତର୍ ମର୍ ମଃର୍ତା ଗଃଗାଳ୍ ହାହାର୍ ଗତିଦଃଙ୍ଗ୍ଳା । 15୭:୧୫ ଗାଲା ୫:୧୭.ମୁୟ୍ଁ ଜାୟ୍ରି କଃରିନ୍ଦ୍ ସେରି ନଃଜାଣି, ମୁୟ୍ଁ ଜାୟ୍ରି ଇଚା କଃରିନ୍ଦ୍ ସେରି ନଃକେରି, ମଃତର୍ ମୁୟ୍ଁ ଜାୟ୍ରି ଗିଣ୍ କଃରିନ୍ଦ୍ ସେରି ହଃକା କଃରିନ୍ଦ୍ । 16ମଃତର୍ ଜାୟ୍ରି ମୁୟ୍ଁ ଇଚା ନଃକେରି ସେରି ଜଦି କଃରିନ୍ଦ୍ ତଃବେ ବିଦି ନିକ ବଃଲି ସେରି ମୁୟ୍ଁ ମାନୁଲେ । 17ଇତାକ୍ ମୁୟ୍ଁ ଆର୍ ସେରି ନଃକେରି ମଃତର୍ ମର୍ ତଃୟ୍ ରେତା ହାହ୍ ସେରି କଃରୁଲି । 18ଇରି ମୁୟ୍ଁ ଜାଣି ମର୍ ତଃୟ୍, ଗଃଗାଳେ ଜୁୟ୍ରି ହେଁ ନିକ ବିସୟ୍ ବାସା ନଃକେରେ, ଜଃନ୍ ମୁୟ୍ଁ ଇଚା କଃରୁ ହାରୁଲେ, ମଃତର୍ ଜାୟ୍ରି ନିକ ସେରି କଃରୁକେ ମର୍ ବଃଳ୍ ନାୟ୍ । 19ବଃଲେକ୍ ଜୁୟ୍ ନିକ କାମ୍ କଃରୁକେ ମୁୟ୍ଁ ଇଚା କଃରିନ୍ଦ୍, ସେରି ନଃକେରି, ମଃତର୍ ଜୁୟ୍ କଃରାବ୍ କାମ୍ କଃରୁକେ ମୁୟ୍ଁ ଇଚା ନଃକେରି ସେରି କଃରୁଲେ । 20ମଃତର୍ ଜୁୟ୍ରି ମୁୟ୍ଁ ଇଚା ନଃକେରି, ସେରି ଜଦି କଃରିନ୍ଦ୍, ତଃବେ ମୁୟ୍ଁ ନିଜେ ସେରି ନଃକେରୁଲେ, ମଃତର୍ ମର୍ ତଃୟ୍ ବାସା କଃର୍ତା ହାହ୍ ସେରି କଃରୁଲି ।
21ଇରି ମର୍ ବିତ୍ରେ କାମ୍ କଃରୁଲା ଗଟେକ୍ ବିଦି, ମୁୟ୍ଁ ଦଃକୁଲେ, ଜଃଡ୍ବଃଳ୍ ନିକ କାମ୍ କଃରୁକେ ମଃନ୍ କଃରୁଲେ, ସେରି ନଃକେରି ଜୁୟ୍ରି କଃରାବ୍ରି ସେରି ହଃକା କଃରୁଲେ । 22ଇସ୍ୱରାର୍ ବିଦି ମାନୁକେ ମର୍ ମଃନ୍ । 23ମଃତର୍ ମୁୟ୍ଁ ମର୍ ଗଃଗାଳେ ଗଟେକ୍ ବିନ୍ ବିଦି ଦଃକୁଲେ, ସେରି ମର୍ ମଃନାର୍ ବିଦି ବିରଦେ ଜୁଜ୍ କଃରେଦ୍ ଆର୍ ମର୍ ସଃବୁ ଗଃଗାଳେ ଜୁୟ୍ ହାହାର୍ ବିଦି ଆଚେ ମକେ ସେତି ବାନ୍ଦେଦ୍ । 24କଃଡେକ୍ ବାୟ୍ଗ୍ ନୟ୍ଲାର୍ ମୁୟ୍ଁ ! ମକ୍ ଇ ମଃର୍ତା ଗଃଗାଳେ ହୁଣି କେ ମୁକ୍ତି କଃରେଦ୍ ? 25ଇସ୍ୱରାର୍ ଦନ୍ୟବାଦ୍, ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଇରି ସେ ସାଦୁନ୍ କଃରିଆଚେ । ତଃବେ ଇରି ଅଃଉଁଲି ମର୍ ଅବୁସ୍ତା । ଇସ୍ୱରାର୍ ବିଦି ଅଃବ୍କା ମୁୟ୍ ମର୍ ମଃନେ ମାନୁ ହାରି । ମଃତର୍ ମର୍ ମାନାୟ୍ ଗୁଣ୍ ମକେ ହାହାର୍ ସେବାକାରି ଅଃଉଁକେ ବଃଳ୍ମାଡ୍ କଃରୁଲି ।
8ଆତ୍ମାର୍ ଜିବନ୍
1ଜୁୟ୍ ଲକ୍ମଃନ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଜିବନ୍ କାଟୁଲାୟ୍, ସେମଃନାର୍ ଗିନେ ଅଃବେ କାୟ୍ ଡଃଣ୍ଡ୍ ନାୟ୍ । 2ପବିତ୍ର ଆତ୍ମା ଜୁୟ୍ ବିଦି ଦଃୟ୍ ଅଃମିକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମିସାୟ୍ କଃରି ଜିବନ୍ ଦଃୟ୍ଆଚେ, ସେତାର୍ ଗିନେ ଅଃମିମଃନ୍ ହାହ୍ ଆର୍ ମଃର୍ନାର୍ ବିଦି ତଃୟ୍ହୁଣି ମୁକ୍ଳି ଆଚୁ । 3ମାନାୟ୍ର୍ ଦୁର୍ବଳାର୍ ଗିନେ ମସା ଦିଲା ବିଦି ଜାୟ୍ରି ସାଦୁନ୍ କଃରୁକେ ନାହାର୍ଲି, ଇସ୍ୱର୍ ସେରି କଃରି ଆଚେ । ନଃର୍ ଜିବନେ ହାହ୍କେ ନାସ୍ କଃର୍ତା ହାୟ୍ଁ ସେ ନିଜାର୍ ହୟ୍ସିକେ ହାହି ମାନାୟ୍ ହର୍ କଃରି ହଃଟାୟ୍ଲା ଆର୍ କ୍ରିସ୍ଟ ଜିସୁ ହାହାର୍ ସଃକ୍ତି ନାସ୍ କଃରି ଆଚେ । 4ଜଃନ୍କଃରି ଗଃଗାଳାର୍ ବାବ୍ନା ହଃର୍କାରେ ଚାଲାଚାଲ୍ତି ନଃକେରି ଆତ୍ମାର୍ ଗିଣେ ଚାଲାଚାଲ୍ତି କଃରି ରେଉଁନ୍ଦ୍ ଜେ ଅଃମିମଃନ୍, ଅଃମିମଃନାର୍ ତଃୟ୍ ବିଦିର୍ ଦଃର୍ମ୍ବିଦି ହୁରା ଅୟ୍ଦ୍ । 5କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ଜଃଗତାର୍ ସେମଃନ୍ ଗଃଗାଳାର୍ ବିସୟେ ମଃନ୍ ଦେତି, ମଃତର୍ ଜୁୟ୍ ଲକ୍ମଃନ୍ ଆତ୍ମାର୍ ମଃନାର୍ ଲକ୍, ସେମଃନ୍ ଆତ୍ମାର୍ କଃତାୟ୍ ମଃନ୍ ଦେତି । 6କାୟ୍ତାକ୍ବଃଲେକ୍ ଗଃଗାଳାର୍ ବାବ୍ନା ମଃର୍ନ୍ ଦଃୟ୍ଦ୍, ମଃତର୍ ଆତ୍ମାର୍ ଗୁଣ୍ ଜିବନ୍ ଆର୍ ସୁସ୍ତାର୍ । 7ଜଃନ୍ ଗଃଗାଳାର୍ ବାବ୍ ଇସ୍ୱରାର୍ ବିରଦେ ସଃତ୍ରୁ, ବଃଲେକ୍ ସେରି ଇସ୍ୱରାର୍ ବିଦିର୍ ତଃଳିଆ, ଆରେକ୍ ତଃଳିଆ ଅଃଉଁକେ ନାହାରେ । 8ଜୁୟ୍ ଲକ୍ମଃନ୍ ଗଃଗାଳାର୍ ତଃଳେ ଆଚ୍ତି, ସେମଃନ୍ ଇସ୍ୱରାର୍ ସଃନ୍ମତ୍ ଅଃଉଁକେ ନଃହାର୍ତି ।
9ମଃତର୍ ଇସ୍ୱରାର୍ ଆତ୍ମା ଜଦି ତୁମିମଃନାର୍ ତଃୟ୍ ବାସା କଃରେଦ୍, ସେରି ଅୟ୍ଲେକ୍ ତୁମିମଃନ୍ ଗଃଗାଳାର୍ ତଃଳେ ନାୟ୍ । ମଃତର୍ ଆତ୍ମାର୍ ତଃଳେ ଆଚାସ୍ । ଜଦି କେ କ୍ରିସ୍ଟର୍ ଆତ୍ମା ହାୟ୍ ନଃରେୟ୍, ତଃବେ ସେ ତାର୍ ନାୟ୍ । 10ମଃତର୍ ଜଦି କ୍ରିସ୍ଟ ତୁମିମଃନାର୍ ତଃୟ୍ ବାସାକଃରୁଲା, ତୁମାର୍ ଗଃଗାଳ୍ ହାହେ ନଃସ୍ଟ୍ ଅଃଉଁକେ ଜାତି ରିଲେକ୍, ପବିତ୍ର ଆତ୍ମା ତୁମିକେ ଜିବନ୍ ଦଃୟ୍ଦ୍, ବଃଲେକ୍ ଇସ୍ୱରାର୍ ଆକାୟ୍ ତୁମିମଃନ୍ ଦଃର୍ମିବଃଲି ଗଃଣ୍ତି ଅୟ୍ ଆଚାସ୍ । 11୮:୧୧ ୧ କର ୩:୧୬.ଆର୍ ଜେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଜିସୁକେ ଉଟାୟ୍ଲା ତାର୍ ଆତ୍ମା ଜଦି ତୁମିମଃନାର୍ ତଃୟ୍ ବାସା କଃରେଦ୍, ତଃବେ ଜେ ମଃଲା ଲକାର୍ ବିତ୍ରେ ହୁଣି କ୍ରିସ୍ଟ ଜିସୁକେ ଉଟାୟ୍ଲା, ସେ ତୁମିମଃନାର୍ ତଃୟ୍ ବାସା କଃର୍ତି ରେତା ଅଃହ୍ଣାର୍ ଆତ୍ମାର୍ ଗିନେ ତୁମିମଃନାର୍ ଜଃଗତାର୍ ଗଃଗାଳ୍କେ ହେଁ ଜିବନ୍ ଦଃୟ୍ଦ୍ ।
12ତଃବେ, ଏ ବାୟ୍ବେଣିମଃନ୍ ଅଃମିମଃନାର୍ କାମ୍ ଅଃଉଁଲି ମାନାୟ୍ ମଃନାର୍ ଗୁଣ୍ ହଃର୍କାରେ ଜିବନ୍ କାଟୁ ନଃଚୁଆଁ । 13କାୟ୍ତାକ୍ବଃଲେକ୍ ଜଦି ଗଃଗାଳାର୍ ବାବ୍ ହଃର୍କାରେ ଜିବନ୍ କାଟାସ୍, ତଃବେ ବାୟ୍ଦ୍ରେ ମଃରାସ୍, ମଃତର୍ ଜଦି ଆତ୍ମାୟ୍ ତୁମିମଃନ୍ ଗଃଗାଳାର୍ କାମ୍ ସଃବୁ ନାସ୍ କଃରାସ୍ ତଃବେ ବଚାସ୍ । 14ସେତାକ୍ ଜଃତେକ୍ ଲକ୍ ଇସ୍ୱରାର୍ ଆତ୍ମାୟ୍ ଚାଲ୍ତି ସେମଃନ୍ ଇସ୍ୱରାର୍ ହିଲାମଃନ୍ ।
15୮:୧୫ ଗାଲା ୪:୫-୭.୮:୧୫ ମାର୍କ ୧୪:୩୬; ଗାଲା ୪:୬.କାୟ୍ତାକ୍ବଃଲେକ୍ ଇସ୍ୱର୍ ଦିଲା ସେ ଆତ୍ମା ତୁମିମଃନ୍କେ ଗତି ତଃୟ୍ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍ ଡିର୍ତା ଲଳାନାୟ୍ । ମଃତର୍ ପବିତ୍ର ଆତ୍ମା ତୁମିମଃନ୍କେ ଇସ୍ୱରାର୍ ହିଲା ଅଃଉତାର୍ ଅଃଦିକାର୍ ଦଃୟ୍ ଆଚେ । ସେତାର୍ ଗିନେ ଅଃମି ଅଃବେ ଇସ୍ୱର୍କେ “ଉବା” ବଃଲି କଃଉଁଲୁ । 16ଅଃମିମଃନ୍ ଇସ୍ୱରାର୍ ହୟ୍ସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍ ଆତ୍ମା ସଃଙ୍ଗ୍ ସାକି ଦେଉଁଲି । 17ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ହିଲା, ତାର୍ ଲକ୍ମଃନାର୍ ଗିନେ ଇସ୍ୱର୍ ଜୁୟ୍ ଆସିର୍ବାଦ୍ ସଃଙ୍ଗାୟ୍ ଆଚେ ସେତି ହେଁ ଅଃମି ଅଃଦିକାର୍ ହାଉଁନ୍ଦ୍ । ଆରେକ୍ କ୍ରିସ୍ଟର୍ ଗିନେ ଇସ୍ୱର୍ ଜାୟ୍ରି ସଃବୁ ସଃଙ୍ଗାୟ୍ ଆଚେ ସେରି ହେଁ ଅଃମାର୍ ଅଃଦିକାର୍ ଆଚେ ଜଦି ଅଃମିମଃନ୍ ଜିସୁର୍ ଦୁକ୍ ବଗେ ହେଁ ବାଗିଦାର୍ ଅଃଉଁଲୁ, ତେବେ ତାର୍ ଜଃଜ୍ମାନେ ହେଁ ଅଃଦିକାରି ଅଃଉଁନ୍ଦ୍ ।
ଜଃଜ୍ମାନାର୍ ବିନ୍
18ବଃଲେକ୍ ମର୍ ବାବ୍ନାୟ୍ ଜୁୟ୍ ଜଃଜ୍ମାନ୍ ଅଃମିମଃନ୍କ୍ ମିଳେଦ୍, ସେ ଇସାବେ ଇ ଅଃବାର୍ କାଳାର୍ ଦୁକ୍ ବୟ୍ଗ୍ କଃର୍ତାର୍ କାୟ୍ରି ହେଁ ନାୟ୍ । 19ମାପ୍ରୁ ତିଆର୍ କଃଲା ସଃବୁ ବିସୟ୍ ସଃର୍ଦାମଃନେ ସେଦିନ୍କେ ଜାଗି ଆଚେ, 20ବଃଲେକ୍ ଉବ୍ଜାଣ୍ ଇସ୍ୱରାର୍ ତଃୟ୍ହୁଣି ସାୟ୍ପ୍ ହାୟ୍ ତାର୍ ଟିକ୍ ଜଃଗାୟ୍ହୁଣି ବିନେ ଅୟ୍ଆଚେ । ମଃତର୍ ଅୟ୍ଲେକ୍ ହେଁ ତାର୍ ବଃର୍ସା ଆଚେ । 21ଆର୍ ଇସ୍ୱରାର୍ ହିଲାମଃନାର୍ ଜଃଜ୍ମାନାର୍ ବାଗିଦାରି ଅୟ୍ ଉବ୍ଜାଣ୍ ନିଜେ ନଃସ୍ଟ୍ ଅଃଉତା ବାନ୍ଦୁଣେ ହୁଣି ଗଟ୍ଦିନ୍ ମୁକ୍ତ୍ ଅୟ୍ଦ୍ । 22କାୟ୍ତାକ୍ବଃଲେକ୍ ସଃବୁ ଉବ୍ଜାଣ୍ ଜେ ଆଜି ହଃତେକ୍ ଗଟେସଃଙ୍ଗ୍ କାନ୍ଦୁଲି, ଆର୍ ହିଲାର୍ନି ଦୁକାୟ୍ କଃସ୍ଟ୍ ହାଉଁଲି, ଇରି ଅଃମିମଃନ୍ ଜାଣୁଲୁ । 23୮:୨୩ ୨ କର ୫:୨-୪.ଅଃମିମଃନ୍ ଇସ୍ୱରାର୍ ହଃର୍ତୁ ଦାନ୍ ହର୍ ପବିତ୍ର ଆତ୍ମାକେ ହାୟ୍ ଆଚୁ; ଅୟ୍ଲେକ୍ ହେଁ ଇସ୍ୱରାର୍ ଗଃର୍କୁଟୁମାର୍ ଲକ୍ ଅୟ୍ ଗଃଗାଳାର୍ ମୁକ୍ତି ହାଉତାର୍ ଗିନେ ଅଃମି ହେଁ ଜାଗିକଃରି ମଃନ୍ ବିତ୍ରେ କାନ୍ଦୁଲୁ । 24କାୟ୍ତାକ୍ବଃଲେକ୍ ବଃର୍ସାୟ୍ ଅଃମିମଃନ୍ ମୁକ୍ତି ହାୟ୍ ଆଚୁ, ମଃତର୍ ଆକାୟ୍ ଦଃକ୍ତା ଜୁୟ୍ ବଃର୍ସା ସେରି ବଃର୍ସା ନାୟ୍, ବଃଲେକ୍ ଜୁୟ୍ରି ଗଟ୍ଲକ୍ ଦଃକୁଲା, ସେତାର୍ ଗିନେ ସେ କାୟ୍କଃରୁକ୍ ଆର୍ ବଃର୍ସା କଃରେଦ୍ ? 25ମଃତର୍ ଅଃମିମଃନ୍ ଜାୟ୍ରି ନଃଦେକୁଲୁ ଜଦି ତାର୍ ଗିନେ ଆସା କଃରୁନ୍ଦ୍, ତଃନ୍ ଅୟ୍ଲେକ୍ ସଃମ୍ବାଳି କଃରି ତାକେ ଜାଗି ରେଉଁନ୍ଦ୍ ।
26ଆର୍ ସେ ହଃର୍କାରେ ଆତ୍ମା ହେଁ ଅଃମିମଃନାର୍ ଦୁର୍ବୁଳେ ଉହ୍କାର୍ କଃରେଦ୍, କାୟ୍ତାକ୍ବଃଲେକ୍ କାୟ୍ରି ପାର୍ତ୍ନା କଃର୍ତା ଲଳା, ସେରି ଅଃମିମଃନ୍ ନଃଜାଣୁ, ସେତାର୍ଗିନେ ଆତ୍ମା ନିଜେ କୟ୍ ନଃଉତା ବାସାୟ୍ ଅଃମାର୍ ଗିନେ ସଃବୁବଃଳ୍ ଗଃଉଆରି କଃରେଦ୍ । 27ଆରେକ୍ ଜେ ଅଃମିମଃନାର୍ ମଃନ୍ ବିତ୍ରାର୍ ଜାଣେଦ୍, ସେ ଆତ୍ମାର୍ ବାବ୍ କାୟ୍ରି ସେରି ଜାଣେଦ୍, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଇଚା ହଃର୍କାରେ ଦଃର୍ମି ଲକାର୍ ଗିନେ ଗଃଉଆରି କଃରେଦ୍ । 28ଇରି ଅଃମିମଃନ୍ ଜାଣୁ ଜେ, ଜୁୟ୍ ଲକ୍ମଃନ୍ ଇସ୍ୱର୍କେ ଲାଡ୍ କଃର୍ତି, ଜୁୟ୍ ଲକ୍ମଃନ୍ ତାର୍ ଇଚା ହଃର୍କାରେ କୁଦାଜାୟ୍ ଆଚ୍ତି, ଇସ୍ୱର୍ ଜେ ସେ ସଃବୁ କଃତାୟ୍ ସେମଃନାର୍ ନିକ କଃରେଦ୍ । 29କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍କେ ସେ ହୁର୍ବେ ହୁଣି ଜାଣି ରିଲା ସେମଃନ୍କେ ତାର୍ ହୟ୍ସିର୍ ମୁର୍ତି ହର୍ ଅଃଉଁକେ, ସେ ହୁର୍ବେ ହୁଣି ହେଁ ବାଚି ରିଲା, ଜଃନ୍କଃରି ସେ ଗାଦେକ୍ ବାୟ୍ବେଣିମଃନାର୍ ବିତ୍ରେ ସଃବ୍କେ ବଃଡ୍ ବାୟ୍ ଅୟ୍ଦ୍ । 30ଆର୍ ଜୁୟ୍ ଲକ୍ମଃନ୍କେ ସେ ହୁର୍ବେ ହୁଣି ବାଚି ରିଲା ସେମଃନ୍କେ ସେ ହେଁ କୁଦ୍ଲା ଆରେକ୍ ଜୁୟ୍ମଃନ୍କ୍ ସେ କୁଦ୍ଲା ସେ ସେମଃନ୍କେ ସେ ହେଁ ଦଃର୍ମି ବଃଲି ଗଃଣ୍ଲା, ଆର୍ ଜୁୟ୍ ଲକ୍ମଃନ୍କେ ସେ ଦଃର୍ମି ବଃଲି ଗଃଣ୍ଲା ସେମଃନ୍କେ ହେଁ ସେ ଜଃଜ୍ମାନ୍ କଃଲା ।
ଇସ୍ୱରାର୍ ଲାଡ୍
31ତଃବେ ଇ ସଃବୁ ଗିନେ ଅଃମିମଃନ୍ କାୟ୍ରି କଃଉଆ ? ଜଦି ଇସ୍ୱର୍ ଅଃମିମଃନାର୍ ସଃଙ୍ଗ୍, ତଃବେ ଅଃମାର୍ ବିରଦେ କେ ଅଃଉଁକେ ହାରେଦ୍ ? 32ଜେ ଅଃହ୍ଣାର୍ ହୟ୍ସିକେ ହେଁ ନଃବାଚାୟ୍ଲା, ମଃତର୍ ଅଃମାର୍ ସଃବୁ ଲକାର୍ ଗିନେ ତାକେ ସଃହ୍ରି ଦିଲା, ସେ କଃନ୍କଃରି ତାର୍ ସଃଙ୍ଗ୍ ହେଁ ସଃବୁ ବିସୟ୍ ଅଃମିମଃନ୍କ୍ ଦଃୟାୟ୍ ଦାନ୍ ନଃକେରେ ? 33ଇସ୍ୱର୍ ବାଚ୍ଲାର୍ ଲକ୍ମଃନାର୍ ବିରଦେ କେ ଦସି କଃରେଦ୍ ? ଇସ୍ୱର୍ ତ ସେମଃନ୍କେ ନିର୍ଦସି ବଃଲି ଗଃଣ୍ନା କଃରେଦ୍ । 34କେ ଦଃଣ୍ଡ୍ ଦଃୟ୍ଦ୍ ? କ୍ରିସ୍ଟ ଜିସୁ ତ ମଃର୍ନ୍ ବୟଃଗ୍ କଃଲା ଆରେକ୍ ସେ ଉଟ୍ଲା, ସେ ଇସ୍ୱରାର୍ କାତା ବାଟ୍ୟା ଆଚେ, ସେ ହେଁ ଅଃମିମଃନାର୍ ଗିନେ ଗଃଉଆରି କଃରୁଲା । 35କ୍ରିସ୍ଟର୍ ଲାଡେ ହୁଣି କେ ଅଃମିମଃନ୍କ୍ ଅଃଲ୍ଗା କଃରେଦ୍ ? କାୟ୍ କଃସ୍ଟ୍, କାୟ୍ ଜଃଞ୍ଜାଳ୍, କାୟ୍ ତାଳ୍ନା, କାୟ୍ କଃତାର୍, କାୟ୍ ନଃଗ୍ଳା, କାୟ୍ ବିପ୍ତି, କାୟ୍ କଃଣ୍ଡା ? 36ଜଃନ୍କଃରି ସାସ୍ତରେ ଲେକା ଆଚେ,
ତୁମାର୍ ଗିନେ ଅଃମିମଃନ୍ ସଃବୁ ଦିନ୍ ମଃରୁଲୁ,
ଅଃମିମଃନ୍ ହୁଜା କଃର୍ତା ମେଣ୍ଡା ହର୍ ଗଃଣା ଅଃଉଁଲୁ ।
37ଅୟ୍ଲେକ୍ ହେଁ ଜେ ଅଃମିମଃନ୍କ୍ ଲାଡ୍ କଃଲା ତାର୍ ଗିନେ ଅଃମିମଃନ୍ ଇସଃବୁ ବିସୟେ ସଃବୁବାଟ୍ୟା ଜିଣି ଆଚୁ । 38ମୁୟ୍ଁ ବାୟ୍ଦ୍ରେ ଜାଣି ତାର୍ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍ କି ଜିବନ୍, ସଃର୍ଗ୍ ଦୁତ୍ କି ଅଃଗାସ୍ ମଃଣ୍ଡଳାର୍ କୁୟ୍ ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ, 39ଉହ୍ରାର୍ କି ତଃଳାର୍, କାୟ୍ ବିସୟ୍ ସଃବୁ ଜଃଗତାର୍ ଇରଃକମ୍ କାୟ୍ ବିସୟ୍ ନାୟ୍ ଜୁୟ୍ରି ପର୍ବୁ ଜିସୁ କ୍ରିସ୍ଟର୍ ଦଃୟ୍କଃରି ଜାଣାହଃଳ୍ତାର୍ ଇସ୍ୱରାର୍ ସେ ଲାଡେ ହୁଣି ଆମିମଃନ୍କେ ଦୁର୍ କଃରୁ ହାରେଦ୍ ।
9ଇସ୍ୱର୍ ଆର୍ ତାର୍ ଲକ୍ମଃନ୍
1ମୁୟ୍ଁ ସଃତ୍ କଃଉଁଲେ କ୍ରିସ୍ଟର୍ ଅୟ୍ରିଲାକ୍ ଇରି ସଃତ୍ କଃଉଁଲେ, ମର୍ ମଃନ୍ ପବିତ୍ର ଆତ୍ମାର୍ ସଃକ୍ତି ମର୍ ସଃଙ୍ଗ୍ ସାକି ଦେଉଁଲି 2ମର୍ ମଃନେ ବଃଡେ ଦୁକ୍ ଆର୍ ସଃବୁବଃଳ୍ ବାଦା ଅଃଉଁଲି । 3କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ଗଃଗାଳେ ମର୍ ନିଜାର୍ ବାୟ୍ ବେଣି ମଃନାର୍ ଗିନେ ମୁୟ୍ଁ ନିଜେ କ୍ରିସ୍ଟର୍ ତଃୟ୍ହୁଣି ବିନେ ଅୟ୍ ଇସ୍ୱରାର୍ ଗିନେ ସାୟ୍ପ୍ ହାଉଁକେ ଇଚା କଃରୁଲେ । 4ବଃଲେକ୍ ସେମଃନ୍ ଇସ୍ୱରାର୍ ଲକ୍ । ଇସ୍ୱର୍ ସେମଃନ୍କେ ନିଜାର୍ ହିଲାହର୍ କଃରି ସେମଃନାର୍ ଚଃମେ ନିଜାର୍ ଜଃଜ୍ମାନ୍ ଦଃକାୟ୍ ରିଲା । ସେମଃନାର୍ ସଃଙ୍ଗ୍ ନିୟମେ ବାନ୍ଦିଅୟ୍ ସେମଃନ୍କେ ବିଦି ଦଃୟ୍ ରିଲା, ସେମଃନ୍ ସଃତ୍କଃରି ହୁଜା କଃରୁଲାୟ୍ ସେମଃନ୍ ଇସ୍ୱରାର୍ ତଃୟ୍ ହୁଣି ଜଃବାଉ ସଃବୁ ହାୟ୍ ଆଚ୍ତି । 5ଅଃମାର୍ ଡାକେହୁଟା ଜିଉଦି ଦାଦି ବାବୁମଃନାର୍ ସେମଃନ୍ ବଃଉଁସ୍ମଃନ୍, ଆରେକ୍ ମାନାୟ୍ ହଃର୍କାରେ କ୍ରିସ୍ଟ ସେ ବଃଉଁସେ ହୁଣି ଜାତ୍, ସଃବ୍କେ ଚାଲାଉତା ଇସ୍ୱରାର୍ ଜୁଗେଜୁଗେ ହଃତେକ୍ ଦନ୍ୟ ଅଃଉଅ, ଆମେନ୍ ।
6ଇସ୍ୱରାର୍ ସଃୟ୍ତ୍ ଜେ, ମିଚ୍ ଅୟ୍ଆଚେ, ଇରି ମୁୟ୍ଁ ନଃକୟ୍ଁ । ବଃଲେକ୍ ଜୁୟ୍ ଲକ୍ମଃନ୍ ଇସ୍ରାଏଲ୍ ବଃଉଁସେ ଜାତ୍, ସେମଃନ୍ ସଃବୁ ଇସ୍ୱରାର୍ ଲକ୍ନୟ୍, 7କାୟ୍ତାକ୍ବଃଲେକ୍ ଅବ୍ରାହାମାର୍ ବଃଉଁସେ ହୁଣି ଜାତ୍ ଅୟ୍ଲା ସଃବୁଲକ୍ ଇସ୍ୱରାର୍ ହିଲାମଃନ୍ ନୟ୍; ଇସ୍ୱର୍ ଅବ୍ରାହାମ୍କେ କୟ୍ରିଲା “ମୁୟ୍ଁ ତର୍ ଜୁୟ୍ ବଃଉଁସ୍ ବିସୟେ ସଃୟ୍ତ୍ କଃଲେ, ସେମଃନ୍ ଇସାକାର୍ ତୟ୍ ହୁଣି ଜାତ୍ ଅଃଉତି ।” 8ଇତାର୍ ଅଃର୍ତ୍ ଇରି ମାନାୟ୍ ଅୟ୍ ରିଲାକେ ଇସ୍ୱରାର୍ ହିଲାମଃନ୍ ଅଃଉଁକେ ନଃହାର୍ତି । ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଜଃଲମ୍ ଅୟ୍ରିଲା ହିଲାମଃନ୍ ଇସ୍ୱରାର୍ ଆକାୟ୍ ସଃତ୍କଃରି ସଃତ୍ ହିଲା ବାବେ ଗଃଣିତା ଅଃଉତି । 9ଇସ୍ୱର୍ ଇ ଜଃବାଉ କଃରିରିଲା “ଟିକ୍ ଇ ମାସେ ମୁୟ୍ଁ ବାଉଳି ଆସିନ୍ଦ୍, ସେଡେବଃଳ୍ ସାରାର୍ କଳେ ଗଟେକ୍ ହିଲା ରଃୟ୍ଦ୍ ।”
10ଇ ହିଲା ଅଃମାର୍ ଦାଦିବାବୁ ଇସାକ୍ ରିଲା, ରିବିକାର୍ ଜୁଳେକ୍ ହିଲା ଗଟେକ୍ ଉବାସି ଇସାକ୍ ତଃୟ୍ହୁଣି ଜଃଲମ୍ ଅୟ୍ରିଲାୟ୍ । 11ଜଃଡେବଃଳ୍ ହିଲାମଃନ୍ ଜାତ୍ ଅୟ୍ନଃରିଲାୟ୍, ଆର୍ ବଃଲ୍ କି ମଃନ୍ଦ୍ କାୟ୍ରି କଃରି ନଃରିଲାୟ୍, ସଃଡେବଃଳ୍ କାମ୍ ଗିନେ ନାୟ୍, ମଃତର୍ କୁଦ୍ଲା ଲକାର୍ ଇଚାର୍ ଗିନେ, ବାଚ୍ଲା ହଃର୍କାରେ ଇସ୍ୱରାର୍ ଜଃଜ୍ନା ଜଃନ୍କଃରି ତିର୍ ରଃୟ୍ଦ୍, 12ଇତାର୍ ଗିନେ ଇ କଃତା ତାକେ କଃଉଆ ଅୟ୍ରିଲି, “ବଃଡ୍ ବାୟ୍ ସାନ୍ ବାୟ୍ର୍ ସେବା କଃରେଦ୍ ।” 13ଜଃନ୍କଃରି ସାସ୍ତରେ ଲେକା ଆଚେ, “ଜାକୁବକେ ଅଃମି ଲାଡ୍ କଃଲୁ, ମଃତର୍ ଏସାଉକେ ନାୟ୍ ।”
14ତଃବେ ଆମିମଃନ୍ କାୟ୍ କଃରୁଆଁ ? ଇସ୍ୱରାର୍ ତଃୟ୍ ଅଃଦଃର୍ମ୍ ଆଚେ କି ? ଇରି କଃବେ ହେଁ ନଃଉଅ । 15ବଃଲେକ୍ ସେ ମସାକ୍ କୟ୍ରିଲା, ଜାର୍ ଉହ୍ରେ ଅଃମାର୍ ଦଃୟା ଆଚେ ତାକେ ଅଃମି ଦଃୟା କଃରୁନ୍ଦ୍, ଆର୍ ଜାର୍ ଉହ୍ରେ ଅଃମାର୍ ଲାଡ୍ ଆଚେ, ତାକେ ଅଃମି ଲାଡ୍ କଃରୁନ୍ଦ୍ । 16ତଃବେ, ଜେ, ଇଚା କଃରେଦ୍ କି ଜେ ଚେସ୍ଟା କଃରେଦ୍ ତାର୍ ତଃୟ୍ହୁଣି ଇରି ନୟ୍, ମଃତର୍ ଦଃୟାକାରି ଇସ୍ୱରାର୍ ତଃୟ୍ହୁଣି ଅୟ୍ଆଚେ । 17ଜଃନ୍କଃରି ସାସ୍ତର୍ ପାରକେ କଃଉଁଲି, ଅଃମି ଜଃନ୍କଃରି ତୁମାର୍ ତଃୟ୍ ଅଃମାର୍ ସଃକ୍ତି ଦଃକାଉଁନ୍ଦ୍, ଆର୍ ଜଃନ୍କଃରି ସଃବୁ ହୁର୍ତିବିଏ ଅଃମାର୍ ନାଉଁ ପର୍ଚାର୍ ଅୟ୍ଦ୍, ଇତାର୍ ଗିନେ ତ “ଅଃମି ତକ୍ ରଃଜା କଃରିଆଚୁ । 18ତଃବେ, ସେ ଜାକେ ମଃନ୍ କଃରେଦ୍, ତାକେ ଦଃୟା କଃରେଦ୍, ଆରେକ୍ ଜାକେ ସେ ମଃନ୍ କଃରେଦ୍ ତାକେ ଅଃଟୁଆ ମଃନ୍ କଃରେଦ୍ ।”
ଇସ୍ୱରାର୍ ରିସା ଆର୍ ଦଃୟା
19ତୁମାର୍ ବିତ୍ରେ କେ ମକ୍ କଃଉଁ ହାରାସ୍ ତଃନ୍ଅୟ୍ଲେକ୍ ଇସ୍ୱର୍ କାୟ୍କଃରୁକ୍ ଅଃମାର୍ ଦଃସ୍ ଦଃରେଦ୍ ? ବଃଲେକ୍ ତାର୍ ଇଚାକ୍ କେ ତେବାଉଁକେ ହାରେଦ୍ ? 20ମଃତର୍ ଏ ମାନାୟ୍, ତୁମି କେ ଜେ, ଇସ୍ୱର୍କେ ବିରଦ୍ କଃରାସ୍ ? ତିଆର୍ ଅୟ୍ଲା ଆସ୍ତି କି ତିଆର୍ କଃଲା ଲକ୍କେ କୟ୍ଦ୍, ମକ୍ ଇହର୍ ତିଆର୍ କଃଲିସ୍ କାୟ୍ତାକ୍ ? 21ନିଜାର୍ ଇଚା ହଃର୍କାରେ ଡକା ହାଜୁକେ ମାଟି ଉହ୍ରେ କୁମ୍ବାରାର୍ ହୁରା ଅଃଦିକାର୍ ଆଚେ । ଗଟେକ୍ ମାଟି ବେଲାର୍ ସେ ଦୁୟ୍ ରଃକମ୍ ଡକା ହାଜୁକେ ହାରେଦ୍, ଗଟେକ୍ ଲଳାଗଳା ହାୟ୍ଁ ଆର୍ ଆରେକ୍ ଗଟେକ୍ ଲଳାଗଳା ନୟ୍ଲା ବିନ୍ କାମାର୍ ହାୟ୍ଁ ।
22ଇସ୍ୱର୍ ହେଁ ଟିକ୍ ସେରଃକମ୍ କଃରିଆଚେ । ସେ ତାର୍ ରିସା ଦଃକାଉଁକେ ଆର୍ ଅଃହ୍ଣାର୍ ସଃକ୍ତି ଜାଣାଉଁକେ ଇଚା କଃଲେକ୍ ଜୁୟ୍ମଃନ୍ ତାର୍ ରିସାର୍ ଲକ୍ ଅୟ୍ ନାସ୍ ଅଃଉଁକ୍ ଆଚ୍ତି ସେମଃନ୍କେ ବଃଡେ ସଃମ୍ବାଳି କଃରି ଜାଗି ଆଚେ । 23ଆରେକ୍ ସେ ତାର୍ ଜଃବର୍ ଜଃଜ୍ମାନ୍ ଜାଣାଉତାର୍ ଗିନେ ଅଃମିମଃନ୍କ୍ ବଃଡେ ଦଃୟାର୍ ଲକ୍ ବାବେ ହୁର୍ବେହୁଣି ବାଚି ରିଲା । 24ସେତାର୍ଗିନେ ତ ସେ ଅଃବ୍କା ଜିଉଦିମଃନାର୍ ବିତ୍ରେହୁଣି ନାୟ୍, ମଃତର୍ ଅଜିଉଦିମଃନାର୍ ବିତ୍ରେହୁଣି ହେଁ ଅଃମିମଃନ୍କ୍ କୁଦିଆଚେ, 25ଜଃନ୍କଃରି, ଇ ବିସୟ୍ ହସେୟର୍ ପୁସ୍ତକେ ଇସ୍ୱର୍ କୟ୍ ଆଚେ,
“ଜୁୟ୍ ଲକ୍ମଃନ୍ ମର୍ ଲକ୍ ନଃରିଲାୟ୍, ସେମଃନ୍କେ ମୁୟ୍ଁ ମର୍ ଲକ୍ ବଃଲି କୟ୍ଦ୍;
ଆର୍ ଜେ ଲାଡାର୍ ନଃରିଲା, ତାକେ ଲାଡାର୍ ବଃଲି କୟ୍ଦ୍ ।”
26“ଆରେକ୍ ଜୁୟ୍ ଟାଣେ ତୁମିମଃନ୍ ଅଃମାର୍ ଲକ୍ ନୟ୍ ବଃଲି ସେମଃନ୍କେ କଃଉଆ ଅୟ୍ରିଲି, ସେଟାଣେ
ସେମଃନ୍ ଜିବନ୍ ଇସ୍ୱରାର୍ ହୟ୍ସିମଃନ୍ ବଃଲି ଡାକ୍ହୁଟ୍ତି ।”
27ଆରେକ୍ ଜିସାୟ୍ ଇସ୍ରାଏଲ୍ମଃନାର୍ ବିସୟେ କୟ୍ଆଚେ, “ଇସ୍ରାଏଲ୍ମଃନ୍ ସଃମ୍ନ୍ଦାର୍ ବାଲି ହର୍ ଅଲେକାର୍ ଅୟ୍ଲେକ୍ ହେଁ ସେମଃନାର୍ ବିତ୍ରେ ଅଃଳକ୍ କଃତେକ୍ ଲକ୍ ମଃତର୍ ମୁକ୍ତି ହାଉତି । 28ବଃଲେକ୍ ମାପ୍ରୁ ବେଗିକଃରି ହୁର୍ତିବିକେ ହୁରା ନ୍ୟାୟ୍ ବିଚାର୍ କଃରେଦ୍ । 29ଆରେକ୍ ଜଃନ୍କଃରି ଜିସାୟ୍ ହୁର୍ବେ କୟ୍ଆଚେ, ସଃବ୍କେ ଉଟ୍ୟା ସଃକାତ୍ ମାପ୍ରୁ ଜଦି ଅଃମାର୍ ଗିନେ କଃତେକ୍ ଲକେ ରଃକ୍ୟା କଃରି ନଃରିଲେକ୍, ଅଃମିମଃନ୍ ସଦମ୍ ଆର୍ ଗମ୍ରା ଗଃଳାର୍ ଲକ୍ ହର୍ ଅୟ୍ଲୁହୁଣି ।”
ଇସ୍ରାଏଲାର୍ ଗିନେ ପାଉଲାର୍ ପାର୍ତ୍ନା
30ତଃବେ ଅଜିଉଦିମଃନାର୍ ବିସୟେ ଇରି କଃଉ ହାରୁଆଁ, ସେମଃନ୍ ଦଃର୍ମି ଅଃଉଁକେ ଚେସ୍ଟା ନଃକେର୍ତି ରିଲାୟ୍, ମଃତର୍ ସେମଃନାର୍ ବିସ୍ୱାସ୍ ଗିନେ ଦଃର୍ମି ଗଃଣା ଅୟ୍ଆଚ୍ତି । 31ମଃତର୍ ଇସ୍ରାଏଲାର୍ ଲକ୍ମଃନ୍, ବଃଲେକ ଜିଉଦିମଃନ୍ ବିଦି ଦଃୟ୍ ଦଃର୍ମି ଅଃଉଁକେ ଚେସ୍ଟା କଃରି ଆରି ଜାୟ୍ ଆଚ୍ତି । 32ଇତିର୍ ଅଃର୍ତ୍ ଅଃଉଁଲି, ସେମଃନ୍ ନିଜାର୍ ଚେସ୍ଟା ଉହ୍ରେ ବଃର୍ସା କଃର୍ତି ରିଲାୟ୍, ବିସ୍ୱାସ୍ ଉହ୍ରେ ନୟ୍ । ସେତାର୍ ଗିନେ ସେମଃନ୍ ସେ ବାଦା ଦେତା ଟେଳାୟ୍ ଜଟ୍ୟାୟ୍ ଅୟ୍ଲାୟ୍ । 33ସାସ୍ତରେ ଜଃନ୍କଃରି ଲେକା ଅୟ୍ଆଚେ,
“ଦଃକା ମୁୟ୍ଁ ସିଅନେ ଗଟେକ୍ ବାଦା ଦେତା ଟେଳା ଆର୍ ଜଟ୍ୟାୟ୍ ଅଃଉତା ଟେଳା ସଃଙ୍ଗାଉଁଲେ,
ଆର୍ ଜେ ତାର୍ ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ ।”
101ଏ ବାୟ୍ବେଣିମଃନ୍ ମର୍ ନିଜାର୍ ଜାତିର୍ ଲକ୍ମଃନ୍ ମୁକ୍ତି ହାଉତି, ଇରି ମର୍ ମଃନ୍ ବିତ୍ରାର୍ ଇଚା ଆର୍ ଇସ୍ୱରାର୍ ତଃୟ୍ ଇରି ମର୍ ପାର୍ତନା । 2କାୟ୍ତାକ୍ବଃଲେକ୍ ଇସ୍ୱରାର୍ ବିସୟେ ଜେ ସେମଃନାର୍ ବଃଡେ ସଃର୍ଦା ଆଚେ, ଇରି ମୁୟ୍ ସେମଃନାର୍ ବାଟ୍ୟା ଅୟ୍ ସାକି ଦେଉଁଲେ, ମଃତର୍ ସେ ସଃର୍ଦା ଗ୍ୟାନ୍ ସଃଙ୍ଗ୍ ନୟ୍ । 3ବଃଲେକ୍ ମାନାୟ୍ମଃନ୍କେ ଦଃର୍ମି ବଃଲି ଗଃଣ୍ତି କଃରୁକେ ଇସ୍ୱର୍ ଟିକ୍ କଃଲା ଉପାୟ୍କେ ବିସ୍ୱାସ୍ ନଃକେରି ସେମଃନ୍ ଦଃର୍ମି ଅଃଉଁକେ ନିଜାର୍ ବାଟେ ଚାଲି ଆଚ୍ତି ସେତାର୍ଗିନେ ଇସ୍ୱରାର୍ ସେ ବାଟ୍କେ ଚାଡି ଆଚ୍ତି । 4କ୍ରିସ୍ଟ ହଃକା ମସାର୍ ବିଦିର୍ ସଃରାସଃରି, ତାର୍ ତଃୟ୍ ହଃକା ବିସ୍ୱାସ୍ କଃଲେକ୍ ନଃର୍ମାନାୟ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅୟ୍ଦ୍ ।
ସଃବାର୍ ଗିନେ ମୁକ୍ତି
5ବିଦି ମାନ୍ଲେକ୍ ଦଃର୍ମି ଅଃଉତା ବିସୟେ ମସା ଲେକି ଆଚେ, “ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ବଲ୍ ମାନ୍ତି ସେମଃନ୍ ଜିବନ୍ ହାଉତି ।” 6ମଃତର୍ ବିସ୍ୱାସ୍ ଗିନେ ଦଃର୍ମି ଗଃଣା ଅଃଉତା ବିସୟେ ସାସ୍ତରେ ଲେକା ଆଚେ, “ମଃନେ ମଃନେ କଃଉଆ ନାୟ୍ କେ ସଃର୍ଗେ ଜାୟ୍ଦ୍, କ୍ରିସ୍ଟକେ ଉତ୍ରାୟ୍ ଆଣୁକେ ? 7କି କେ ହଃତାଳ୍ହୁରେ ଜାୟ୍ଦ୍ କ୍ରିସ୍ଟକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଣୁକେ ? ଇ କଃତା ତୁମିମଃନ୍ ହଃଚାର୍ତା ଲଳାନାୟ୍ । 8କାୟ୍ତାକ୍ ବଃଲେକ୍ ସାସ୍ତର୍ ହଃର୍କାରେ, ‘ଇସ୍ୱରାର୍ କବୁର୍ ତୁମାର୍ ଚଃମେ, ତୁମାର୍ ଟଣ୍ଡେ ଆର୍ ମଃନ୍ବିତ୍ରେ ଆଚେ ।’ ବିସ୍ୱାସ୍ ବିସୟେ ଇ କବୁର୍ ହଃକା ଅଃମି ପର୍ଚାର୍ କଃରୁଲୁ । 9ତଃବେ ତୁମି ଜଦି ଟଣ୍ଡେ ଜିସୁକେ ମାପ୍ରୁ ବଃଲି କଃଉଆସ୍ ଆର୍ ଇସ୍ୱର୍ ତାକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଚେ ବଃଲି ମଃନ୍ ବିତ୍ରେ ବିସ୍ୱାସ୍ କଃରାସ୍ ତଃବେ ମୁକ୍ତି ହାଉଆସ୍; 10ମଃନ୍ବିତ୍ରେ ବିସ୍ୱାସ୍ ଗିନେ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉଁହାରୁଆଁ ଆର୍ ଟଣ୍ଡେ ମାପ୍ରୁ ବଃଲି କୟ୍ଲେକ୍ ଅଃମିମଃନ୍ ମୁକ୍ତି ହାଉଁହାରୁଆଁ । 11ତଃବେ ସାସ୍ତର୍ କଃଉଁଲି, ଜେ କେ ତାର୍ ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ । 12ବଃଲେକ୍ ଜିଉଦି ଆର୍ ଅଜିଉଦି ଲକାର୍ ବିତ୍ରେ କାୟ୍ହେଁ ବିନ୍ ନାୟ୍, ବଃଲେକ୍ ସଃବୁ ଲକାର୍ ତ ଗଟେକ୍ ମାପ୍ରୁ, ଆର୍ ଜଃତେକ୍ ଲକ୍ ତାର୍ ତଃୟ୍ ପାର୍ତ୍ନା କଃର୍ତି ସେ ସଃବୁ ଲକମଃନ୍କେ ସେ ଜଃବର୍ ଆସିର୍ବାଦ୍ କଃରେଦ୍ । 13ବଃଲେକ୍ ଜେହେଁ ମାପ୍ରୁର୍ ନାଉଁ ଦଃରି ପାର୍ତ୍ନା କଃରେଦ୍ ସେ ମୁକ୍ତି ହାୟ୍ଦ୍ ।”
14ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି ? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି ? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି ? 15ଆରେକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକେ ନଃହେଟାୟ୍ଲେକ୍ କଃନ୍କଃରି ପର୍ଚାର୍ କଃର୍ତି ? ଜଃନ୍କଃରି ଲେକା ଆଚେ, ଜୁୟ୍ ଲକ୍ମଃନ୍ ନିକ କବୁର୍ ଆଣ୍ତି ସେମଃନାର୍ ହାଦ୍ କଃଡେକ୍ ସୁନ୍ଦୁର୍ । 16ମଃତର୍ ସଃବୁ ଲକ୍ ସେ ନିକ କବୁର୍କେ ନଃମାନ୍ଲାୟ୍ । ବଃଲେକ୍ ଜିସାୟ୍ ଲେକି ଆଚେ, “ଏ ମାପ୍ରୁ କେ ଅଃମାର୍ କବୁର୍ ସୁଣି ବିସ୍ୱାସ୍ କଃରି ଆଚେ ?” 17ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
18ମଃତର୍ ମୁଁୟ୍ ହଃଚାରୁଲେ, ସେମଃନ୍ କି ସେ ନିକ କବୁର୍ ନଃସୁଣ୍ତି ? ହେଁ ବାୟଃଦ୍ରେ ସେମଃନ୍ ସୁଣି ଆଚ୍ତି, ବଃଲେକ୍ ସାସ୍ତରେ ଲେକା ଆଚେ,
“ସେମଃନାର୍ ଟଣ୍ଡ୍ ହୁର୍ତିବି ସଃରା ଉର୍ଜି ଅୟ୍ଆଚେ,
ଆର୍ ସେମଃନାର୍ କଃତା ଜଃଗତାର୍ ସଃନ୍ଦି ହଃତେକ୍ ସେମଃନାର୍ ବାକ୍ୟ ସୁଣା ଅୟ୍ଆଚେ ।”
19ମଃତର୍ ଆରେକ୍ ମୁୟ୍ଁ ହଃଚାରୁଲେ, ଇସ୍ରାଏଲ୍ ଲକ୍ମଃନ୍ କାୟ୍ ବୁଜି ନଃରିଲାୟ୍ ? ହୁର୍ବେ ମସାର୍ ବଃଳ୍ ଇସ୍ୱର୍ କୟ୍ଲା,
“ଅଃମାର୍ ଲକ୍ମଃନ୍କେ ରିସା କଃରାଉଁକ୍
ଗଟ୍ ନଃଜାଣ୍ତା ଗସ୍ଟିକେ ବେବାର୍ କଃରିନ୍ଦ୍,
ସେହର୍ ଗଟ୍ ଅଃବୁଜ୍ୟା ଗସ୍ଟି ଦଃୟ୍
ମର୍ ଲକ୍ମଃନ୍କେ ରିସା କଃରାୟ୍ନ୍ଦ୍ ।”
20ତାର୍ ହଃଚେ ଜିସାୟ୍ ଅଃଦିକାର୍ ସଃଙ୍ଗ୍ କଃଉଁଲା,
ଜୁୟ୍ ଲକ୍ମଃନ୍ ଅଃମିକ୍ ନଃକଜ୍ତି ରିଲାୟ୍, ସେମଃନ୍ ଅଃମିକ୍ ହାୟ୍ଲାୟ୍;
ଜୁୟ୍ ଲକ୍ମଃନ୍ ଅଃମାର୍ ବିସୟେ ହଃଚାରି ନଃଦେକ୍ତି ରିଲାୟ୍ ସେମଃନାର୍ ତଃୟ୍ ଅଃମି ଜାଣାୟ୍ଅୟ୍ଲୁ ।
21ମଃତର୍ ଇସ୍ୱର୍ ଇସ୍ରାଏଲ୍ମଃନାର୍ ବିସୟେ କଃଉଁଲା, ମୁୟ୍ଁ ଅମାନ୍ୟାର୍ ଆର୍ ଗଃଣ୍ଡ୍ଗଳ୍ କାରି ଲକମଃନାର୍ ଉହ୍ରେ ସଃବୁ ବଃଳ୍ ମର୍ ଆତ୍ ଲାମାୟ୍ କୁଦୁଲେ ।
11ଇସ୍ରାଏଲ୍ ଉହ୍ରେ ଇସ୍ୱରାର୍ ଦଃୟା
1୧୧:୧ ପିଲିପି ୩:୫.ତଃବେ ମୁୟ୍ଁ ଆରେକ୍ ହଃଚାରୁଲେ, ଇସ୍ୱର୍ କି ଅଃହ୍ଣାର୍ ଲକ୍ମଃନ୍କେ ଚାଡି ଆଚେ ? ସେରି କଃବେ ହେଁ ନଃଉଅ; ବଃଲେକ୍ ମୁୟ୍ଁ ହେଁ ଅବ୍ରାହାମାର୍ ବଃଉଁସେ ଜଃର୍ନ୍ ବିନ୍ୟାମିନ୍ କୁଟୁମାର୍ ଗଟେକ୍ ଇସ୍ରାଏଲିୟ । 2ଇସ୍ୱର୍ ଆରୁମେ ହୁଣି ବାଚିରିଲା ତାର୍ ଲକ୍ମଃନ୍କେ କଃବେ ନଃଚାଡେ । ତୁମିମଃନ୍ ସାସ୍ତର୍ ତଃୟ୍ଁ ହଳି ଆଚାସ୍ କଃନ୍କଃରି ଏଲିୟ ଇସ୍ୱରାର୍ ଚଃମେ ଇସ୍ରାଏଲ୍ମଃନାର୍ ବିରଦେ ଦଃସ୍ ଦଃୟ୍ କଃରି କୟ୍ରିଲା । 3“ମାପ୍ରୁ, ସେମଃନ୍ ତର୍ ବାବ୍ବାଦିମଃନ୍କେ ଅଃତ୍ୟା କଃରି ଆଚ୍ତି, ତର୍ ହୁଜା ବେଦି ସଃବୁ କଃଣି ହଃକାୟ୍ ଆଚ୍ତି ଆର୍ ମୁୟ୍ଁ ଏକ୍ଲା ବାକି ଆଚି, ଆରେକ୍ ସେମଃନ୍ ମର୍ ଜିବନ୍ ନେଉଁକ୍ ଲଳୁଲାୟ୍ ।” 4ମଃତର୍ ଇସ୍ୱର୍ ତାକେ କାୟ୍ ଉତୁର୍ ଦଃୟ୍ରିଲା ? ଜୁୟ୍ ଲକମଃନ୍ ମିଚ୍ ବାଲ୍ ଦେବ୍ତା ଲଃଗେ ହାଦେହଃଳି ହୁଜା ନଃକେର୍ତି ଇରଃକମ୍ ସାତ୍ ଅଃଜାର୍ ଲକ୍ ମୁୟ୍ଁ ଅଃହ୍ଣାର୍ ଗିନେ ବାକି ସଃଙ୍ଗାୟ୍ ଆଚି । 5ସେହର୍ ଇ ଅଃବାର୍ ବେଳାୟ୍ ହେଁ ଦଃୟାର୍ ବାଚ୍ଲା ହର୍ ଅଃଳକ୍ କଃତେକ୍ ବାକି ଆଚ୍ତି । 6ଇସ୍ୱର୍ ସେମଃନ୍କେ ବାଚି ଆଚେ ନିଜାର୍ ନିଜାର୍ ଦଃୟାର୍ ଗିନେ । ଜଦି ସେମଃନାର୍ ସଃତ୍ କାମାର୍ ଗିନେ ଇସ୍ୱର୍ ସେମଃନ୍କେ ବାଚ୍ତାକ୍, ତାର୍ ଦଃୟା ସଃତ୍ ଦଃୟା ନଃୟ୍ଲି ହୁଣି ।
7ତଃବେ କାୟ୍ରି ଅୟ୍ଲି ? ଇସ୍ରାଏଲ୍ମଃନ୍ ଜାୟ୍ରି କଜ୍ତି ରିଲାୟ୍, ସେରି ନଃହାୟ୍ଲାୟ୍; ମଃତର୍ ଇସ୍ୱର୍ ବାଚ୍ଲା ଲକ୍ମଃନ୍ ସେରି ହାୟ୍ଆଚ୍ତି, ଆର୍ ବାକି ଲକ୍ମଃନ୍ ମଃନ୍ ନଃଦିଲାୟ୍; 8ଜଃନ୍କଃରି ସାସ୍ତରେ ଲେକା ଆଚେ, “ଇସ୍ୱର୍ ଆଜି ହଃତେକ୍ ସେମଃନ୍କେ ଅଃଟୁଆ ମଃନ୍ ଆତ୍ମା ଦଃୟ୍ଆଚେ, ଇରଃକମ୍ ଆକି ଦଃୟ୍ଆଚେ, ଜଃନ୍କଃରି ସେମଃନ୍ ଦଃକୁ ନଃହାର୍ତି, ଆର୍ ଇ ହର୍ କାନ୍ ଦଃୟ୍ଆଚେ, ଜଃନ୍କଃରି ସେମଃନ୍ ନଃସୁଣ୍ତି ।” 9ଆରେକ୍ ଦାଉଦ୍ ଲେକିଆଚେ,
“ସେମଃନାର୍ ହଃର୍ବ୍ ହୁନି ହାଳୁନ୍ କଃର୍ତାବଃଳ୍ ହାନ୍ଦାୟ୍ ହଃଳତ୍ ।
ତଃଳେ ଅଦ୍ରି ଡଃଣ୍ଡ୍ ବୟ୍ଗ୍ କଃରତ୍ ।
10ଜଃନ୍କଃରି ସେମଃନ୍ ଦଃକୁ ନଃହାର୍ତି, ଇତାର୍ ହାଁୟ୍ ସେମଃନାର୍ ଆକି ଅଃନ୍ଦ୍ ଅଃଉଅ,
ଆର୍ ତୁୟ୍ ସେମଃନାର୍ ଅଃଟା ସଃବୁବଃଳ୍ କୁବ୍ଳା କଃରିରେ ।”
11ତଃବେ ମୁୟ୍ଁ ହଃଚାରିନ୍ଦ୍, ଜିଉଦିମଃନ୍ ଜଟ୍ୟାୟ୍ ଅୟ୍ଲାର୍ ଗିନେ ନାସ୍ ଅୟ୍ଲାୟ୍ କି ? କଃବେ ନାୟ୍ । ସେମଃନ୍ ହାହ୍ କଃଲାକ୍, ସେମଃନ୍କେ ଗିଜ୍ରି କଃରାଉଁକ୍ ଅଜିଉଦିମଃନ୍କେ ମୁକ୍ତି ହାଉତାର୍ ଅଃଦିକାର୍ ଦିଆଅୟ୍ଲି । 12ଜିଉଦିମଃନାର୍ ହାହ୍, ଜଃଗତାର୍ ବିନ୍ ସଃବୁଲକାର୍ ହାୟ୍ଁ ଜଃବର୍ ଆସିର୍ବାଦ୍ ଆଣିଆଚେ । ଜିଉଦିମଃନାର୍ ଆତ୍ମିକ୍ ବାବେ ଗଃରିବ୍ ଅୟ୍ଲାକ୍ ଅଜିଉଦିମଃନ୍ ଆସିର୍ବାଦ୍ ଜଃବର୍ ଲାବ୍ କଃରି ଆଚ୍ତି । ଜଦି ସଃବୁ ଜିଉଦି ଜାତି ରଃକ୍ୟା ହାଉଁହାର୍ତି, ତଃନ୍ଅୟ୍ଲେକ୍ ସେତାର୍ଗିନେ ଆରେକ୍ କଃତେକ୍ ଅଃଦିକ୍ ଆସିର୍ବାଦ୍ ନଃମିଳେ ?
ଅଜିଉଦି ଲକ୍ମଃନାର୍ ମୁକ୍ତି
13ଅଜିଉଦିମଃନ୍କେ ମୁୟ୍ଁ କଃଉଁଲେ, ତୁମିମଃନାର୍ ଗିନେ ପେରିତ୍ ଚେଲା ବାବେ ସେବା କାମ୍ କଃରୁଲାକେ ମୁୟ୍ଁ ଗୁଣ୍ କଃରୁଲେ । 14ଜଃନ୍କଃରି ହେଁ ମର୍ ନିଜ୍ ଜାତିମଃନ୍କେ କାକ୍ରି କଃରାୟ୍ନ୍ଦ୍ ସେ ସଃବୁ ଲକାର୍ ବିତ୍ରେ କଃତେକ୍ ଲକ୍କେ ହେଁ ମୁକ୍ଳାଉଁକ୍ ହାରିନ୍ଦ୍ । 15ବଃଲେକ୍ ଜଦି ସେମଃନ୍କେ ହାକ୍ରେହଃକାୟ୍ଲାକେ, ଇସ୍ୱରାର୍ ସଃଙ୍ଗ୍ ଜଃଗତାର୍ ମିସ୍ତାର୍ ଗଃଟ୍ଲି । ତଃବେ ସେମଃନ୍କେ ନିଜାର୍ କଃଲେକ୍ ତାର୍ ହଃଳ୍ କାୟ୍ରି ଅୟ୍ଦ୍ ? ସେରି ମଃଲା ଲକ୍ ଜିବନ୍ ହାୟ୍ଲା ହର୍ ଅୟ୍ଦ୍ ।
16ଇସ୍ୱର୍ ହଃର୍ତୁ ଦିଲାର୍ ପବିତ୍ର ସେତାକ୍ ରୁଟିର୍ ସଃବୁ ହେଁ ଦିଆ ଅୟ୍ଆଚେ ବଃଲି ଦଃରାଅୟଃଦ୍ । ଗଟ୍ ଗଃଚାର୍ ଚେର୍ ଜଦି ପବିତ୍ର ତଃବେ କଃନ୍ଦାମଃନ୍ହେଁ ପବିତ୍ର । 17ବାଳେ ଲାଗାୟ୍ ରିଲା ଗଟେକ୍ ଜିତ୍ ଗଃଚାର୍ କଃତିଗଟ୍ କଃନ୍ଦା କାଟିକଃରି, ବଃନାର୍ ଜିତ୍ ଗଃଚାର୍ କଃନ୍ଦା ସେଟାଣେ କଲମ୍ କଃରାଜାୟ୍ ଆଚେ, ଅଜିଉଦିମଃନ୍ ସେ ବଃନାର୍ ଜିତ୍ ଗଃଚ୍ ହର୍ । ତୁମିମଃନ୍ ଅଃବେ ଜିଉଦିମଃନାର୍ ଅଃଟୁଆ ଆତ୍ମିକ୍ ଜିବନାର୍ ବାଗିଦାରି ଅୟ୍ ଆଚାସ୍ । 18ତଃବେ ତୁମିମଃନ୍ ଅଃଲ୍ଗା କଃରାଜାୟ୍ ରିଲା କଃନ୍ଦାମଃନ୍କେ ଇନସ୍ତା କଃରାନାୟ୍ ତୁମିମଃନ୍ କାୟ୍ କଃରୁକେ ଗଃର୍ବ କଃରୁଲାସ୍ ? ତୁମିମଃନ୍ ତ କଃନ୍ଦା, ଗଃଚାର୍ ଚେର୍କେ ତୁମିମଃନ୍ ନଃହାଳାସ୍ ମଃତର୍ ଚେର୍ ତୁମିମଃନ୍କେ ବାରାୟ୍ ଆଚେ ।
19ତଃବେ ତୁମି କଃଉଁ ହାରାସ୍, “ହେଁ ମଃତର୍ ମଃକ୍ ଜଃଗା ଦେତା ହାୟ୍ଁ ତ ସେ କଃନ୍ଦାମଃନ୍କେ ଗଃର୍ଣ୍ଡା ଜାୟ୍ରିଲି ।” 20ସେରି ସଃତ୍ ସେମଃନ୍ ବିସ୍ୱାସ୍ ନଃକେଲାକେ ଅଃଲ୍ଗା ଅୟ୍ଲାୟ୍ । ତୁମିମଃନ୍ ବିସ୍ୱାସ୍ କଃଲାର୍ ସେ ଟାଣ୍ ଅଃଦିକାର୍ କଃରି ଆଚାସ୍ । ମଃତର୍ ଗଃର୍ବ୍ ନଃକେରି ଡିରା । 21ବଃଲେକ୍ ଜଦି ଗଃଚାର୍ ନିଜାର୍ କଃନ୍ଦା ହର୍ ଜିଉଦି ମଃନ୍କେ ଇସ୍ୱର୍ ଡଃଣ୍ଡ୍ ନଃଦେୟ୍, ତଃବେ ତୁମିମଃନ୍କେ ସେ କାୟ୍ ଚାଡି ଦଃୟ୍ଦ୍ ? 22ଇତି ହୁଣି ଜାଣ୍ବା କଃତା, ଇସ୍ୱର୍ ଦଃୟାକାରି ଆର୍ ଦଃୟାକାରି ନୟ୍ଲାର୍ ହେଁ । ଜୁୟ୍ ଲକ୍ମଃନାର୍ ହାଦ୍ ଗଃସ୍ରି ଜାୟ୍ଆଚେ, ସେମଃନାର୍ ଗିନେ ସେ ଦଃୟା ନୟ୍ଲାର୍ ଅୟ୍ଆଚେ; ମଃତର୍ ତୁମିମଃନାର୍ ଗିନେ ସେ ଦଃୟାକାରି, ଜଃତି ବିନ୍ ହଃତେକ୍ ତୁମିମଃନ୍ ତାର୍ ଦଃୟାର୍ ଲକ୍ ଅୟ୍ରିଆସ୍ । ତାର୍ ଦଃୟା ଆରାୟ୍ଲେକ୍ ତୁମିକେ ହେଁ କାଟା ଅୟ୍ଦ୍ । 23ଆର୍ ଜିଉଦିମଃନ୍ ଜଦି ଅବିସ୍ୱାସେ ରେତି ତଃବେ ସେମଃନ୍ ହେଁ ଆରେକ୍ କଲମ୍ କଃରାଜାତି, ବଃଲେକ୍ ସେମଃନ୍କେ ଆରେକ୍ ତରେକ୍ କଲମ୍ କଃରୁକେ ଇସ୍ୱର୍ ହାରେଦ୍ । 24ଅଜିଉଦିମଃନ୍ ବଃନ୍ଜିତ୍ ଗଃଚାର୍ କଃନା ହର୍ ସେରି ଅଃଲ୍ଗା ଅୟ୍ ସଃମାନ୍ ନୟ୍ଲା ବାଳାର୍ ଲାଗାୟ୍ଲା ଜିତ୍ ଗଃଚ୍ ସଃଙ୍ଗ୍ କଲମ୍ କଃରାଜାୟ୍ ଆଚେ । ଜିଉଦି ଜାତି ବାଳାର୍ ଲାଗାୟ୍ଲା ଜିତ୍ ଗଃଚ୍ ହର୍ । ଇ ଗଃଚାର୍ ଅଃଲ୍ଗା ଅୟ୍ଲା କଃନା ମଃନ୍କେ ଆରେକ୍ ଗଟ୍ତର୍ ଗଃଚ୍ ସଃଙ୍ଗ୍ ଜଳୁକେ ଇସ୍ୱରାର୍ ତଃୟ୍ କଃସ୍ଟ୍ ନାୟ୍ ।
ସଃବାର୍ ଉହ୍ରେ ଇସ୍ୱରାର୍ ଦଃୟା
25ବାୟ୍ବେଣିମଃନ୍ ଇ ବିସୟେ ଗଟେକ୍ ଗୁପ୍ତ୍ ସଃତ୍ କଃତା ଜାଣାଉଁଲେ, ସେରି ସୁଣ୍ଲେକ୍, ତୁମିମଃନ୍ ନିଜେନିଜେ ଗ୍ୟାନି ବଃଲି ବାବୁ ନଃହାରାସ୍ । ଇସ୍ରାଏଲାର୍ ଲକ୍ମଃନ୍ ସଃବୁବଃଳ୍ ଅମାନ୍ୟା ଅୟ୍ ନଃରେତି । ଅଜିଉଦିମଃନ୍ ସଃବୁ ଲକ୍ ଇସ୍ୱରାର୍ ହାକ୍ ଆସ୍ତା ହଃତେକ୍ ସେମଃନ୍ ସେନ୍କାର୍ ରେତି । 26ଆର୍ ଇ ହଃର୍କାରେ ସଃବୁ ଇସ୍ରାଏଲ୍ ମଃନ୍ ମୁକ୍ତି ହାଉତି, ଜଃନ୍କଃରି ଦଃର୍ମ୍ସାସ୍ତରେ ଲେକା ଆଚେ,
“ସିଅନେ ହୁଣି ଉଦାର୍ କାରି ଆସେଦ୍,
ସେ ଜାକୁବ ତଃୟ୍ହୁଣି ଅଃଦଃର୍ମ୍ ଦୁର୍ କଃରେଦ୍ ।”
27ଆର୍ ଜଃଡେବଃଳ୍ ଅଃମାର୍ ହାହ୍ ସଃବୁ ଦୁର୍ କଃରୁନ୍ଦ୍
ସଃଡେବଃଳ୍ ସେମଃନାର୍ ସଃଙ୍ଗ୍ ଇ ନିଅମ୍ ଅୟ୍ଦ୍ ।
28ତୁମିମଃନାର୍ ବଃଲାର୍ ହାୟ୍ ଜିଉଦିମଃନ୍ ନିକ କବୁର୍ ଲାତ୍ ମାରି ଇସ୍ୱରାର୍ ସଃତ୍ରୁ ଅୟ୍ଆଚ୍ତି । ମଃତର୍ ଇସ୍ୱରାର୍ ବାଚ୍ଲାର୍ ଗିନେ ଆର୍ ସେମଃନାର୍ ଦାଦିବାବୁର୍ ଗିନେ ସେମଃନ୍ ଇସ୍ୱରାର୍ ଲାଡାର୍ ଅୟ୍ ଆଚ୍ତି । 29ବଃଲେକ୍, ଇସ୍ୱର୍ ଜୁୟ୍ମଃନ୍କ୍ ବାଚିକଃରି ଆସିର୍ବାଦ୍ କଃରିଆଚେ, ସେମଃନାର୍ ଗିନେ ତାର୍ ଦାନ୍ସଃବୁ ସଃମାନ୍ । 30ଅଜିଉଦିମଃନ୍ ହୁର୍ବେ ଇସ୍ୱରାର୍ ଅମାନ୍ୟା ରିଲାୟ୍; ମଃତର୍ ଅଃବେ ଜିଉଦିମଃନାର୍ ଅମାନ୍ୟାର୍ ଗିନେ ଅଜିଉଦିମଃନ୍ ଇସ୍ୱରାର୍ ଦଃୟା ହାୟ୍ଆଚ୍ତି । 31ସେତାର୍ଗିନେ ଅଜିଉଦିମଃନ୍ ହେଁ ଦଃୟା ହାୟ୍ଆଚ୍ତି, ଜିଉଦିମଃନ୍ ଅଃବେ ଇସ୍ୱରାର୍ ତଃୟ୍ହୁଣି ଦୁରିକ୍ ଜାୟ୍ ରିଲେକ୍ ହେଁ, ଦିନେକ୍ ସେମଃନ୍ ବାଉଳି ଆସି ଦଃୟା ହାଉତି । 32ଇସ୍ୱର୍ ସଃବ୍କେ ଅମାନ୍ୟା ଅଃଉଁକେ ଚାଡି ଦଃୟ୍ ଆଚେ, ସେତାକ୍ ସଃବୁଲକ୍ ଇସ୍ୱରାର୍ ଦଃୟା ହାଉଁ ହାର୍ତି ।
ଇସ୍ୱରାର୍ ଗୁଣ୍
33ଇସ୍ୱର୍ କଃଡେକ୍ ବଃଡ୍, ତାର୍ ବୁଦି ଆର୍ ଗ୍ୟାନ୍ କଃତେକ୍ ଡେଙ୍ଗ୍ ! ତାର୍ ବିଚାର୍ ସଃବୁ କେ ବୁଜାଉଁ ହାରେ ? କେ ତାର୍ ବାଟ୍ ସଃବୁ ଜାଣୁ ହାରେ ? 34ସାସ୍ତରେ ଜଃନ୍କାର୍ ଲେକା ଆଚେ,
“କେ ଇସ୍ୱରାର୍ ମଃନ୍ ବାବ୍ ଜାଣି ଆଚେ ?
କେ ତାକ୍ ଉପ୍ଦେସ୍ ଦେଉଁକ୍ ହାରେ ?
35କେ ଇସ୍ୱର୍କେ ଅଃନ୍କାର୍ କାୟ୍ରି ଦେଉଁ ହାରି ଆଚେ,
ସେତାର୍ ବାଦୁଲ୍ ଇସ୍ୱର୍କେ ଦେଉଁକେ ହଃଳିଆଚେ ?”
36୧୧:୩୬ ୧ କର ୮:୬.ବଃଲେକ୍ ସଃବୁ ବିସୟ୍ ଇସ୍ୱର୍ ତଃୟ୍ହୁଣି ତିଆର୍ ଅୟ୍ଆଚେ, ସଃବୁ ବିସୟ୍ ତାର୍ ଗିନେ ଆର୍ ତାର୍ ଜଃଜ୍ମାନ୍ ଗିନେ ଅୟ୍ଆଚେ । ଜୁଗେଜୁଗେ ତାର୍ ଜଃଜ୍ମାନ୍ । ଆମେନ୍ ।
12ଇସ୍ୱରାର୍ ସେବାୟ୍ ଜିବନ୍ କାଟ୍ତାର୍
1ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା । 2ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟ୍ରି, ତାର୍ ଆକାୟ୍ କୁୟ୍ ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
3ବଃଲେକ୍ ମକ୍ ଦିଲା ଦଃୟା ଗିନେ ମୁୟ୍ଁ ତୁମାର୍ ବିତ୍ରେ ରିଲା ସଃବୁ ଲକ୍କେ କଃଉଁଲେ, ଅଃହ୍ଣାର୍ ବିସୟେ ଜଃନ୍କଃରି ମଃନେ ବାବ୍ତା କଃତା ତାର୍ ତଃୟ୍ହୁଣି ନିଜ୍କେ ଅଃଦିକ୍ ବଃଡ୍ ବଃଲି ମଃନେ ନଃକେରା; ମଃତର୍ ଇସ୍ୱର୍ ଜାକେ ଜଃତେକ୍ ବିସ୍ୱାସ୍ ଦିଲା ଆଚେ, ସେ ହର୍ ସଃବୁଲକ୍ ନିଜ୍କେ ବାବା । 4୧୨:୪ ୧ କର ୧୨:୧୨.ବଃଲେକ୍ ଜଃନ୍କଃରି ଅଃମାର୍ ଗଟେକ୍ ଗଃଗାଳେ ଗାଦେକ୍ ଅଃଙ୍ଗ୍ମଃନ୍ ଆଚେ, ମଃତର୍ ସଃବୁ ଅଃଙ୍ଗ୍ମଃନାର୍ କାମ୍ ଗଟେ ରଃକମ୍ ନାୟ୍ । 5ସେ ହର୍ ଅଃମି ଅଃନେକ୍ ମଃତର୍ କ୍ରିସ୍ଟର୍ ତଃୟ୍ ଗଟେକ୍ ଅୟ୍ ଜଳି ଅୟ୍ ଆଚୁ, ଅଃମି ଗଟେକ୍ ଗଃଗାଳ୍ ଆର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ହର୍ ଅଃମିମଃନ୍ ଏକ୍ ଆରେକ୍ ସଃଙ୍ଗ୍ ଜଳିଅୟ୍ ଆଚୁ । 6୧୨:୬ ୧ କର ୧୨:୪-୧୧.ଆର୍ ଅଃମିକ୍ ଦିଆ ଅୟ୍ଲା ଦଃୟା ହଃର୍କାରେ ଅଃଲ୍ଗା ଅଃଲ୍ଗା ଦାନ୍ ହାୟ୍ ଆଚୁ, ତଃବେ ସେ ଦାନ୍ ଜଦି ବାବ୍ବାଣି ଅୟ୍ଦ୍ ଆସା ଅଃମିମଃନ୍ ବିସ୍ୱାସ୍ ହଃର୍କାରେ କାମ୍ କଃରୁଆଁ; 7ସେରି ଜଦି ସେବା କାମ୍ ଅୟ୍ଲେକ୍ ଆସା ଅଃମିମଃନ୍ ସେବା କାମେ ଲାଗି ରେଉଅ । ଜେ ସିକ୍ୟା ଦଃୟ୍ଦ୍ ସେ ସିକ୍ୟା ଦେଉଁକେଅଃୟ୍ଦ୍ । 8ଆର୍ ଜେ ଉପ୍ଦେସ୍ ଦଃୟ୍ଦ୍ ସେ ଉପ୍ଦେସ୍ ଦେଉଁକେ କାମେ ଲାଗି ରେଉଅ, ଜେ ଦାନ୍ ଦଃୟ୍ଦ୍ ସେ ସଃର୍ଦା ମଃନେ ଦେଅ, ଜାର୍ ସଃବୁ ବୁଜ୍ତାର୍ ଦାୟ୍ତ୍ ଆଚେ ସେ ଜଃତୁନେ ସଃବୁ କାମ୍ କଃର; ଜେ ଦଃୟା କଃରେଦ୍ ସେ ସଃର୍ଦା ମଃନେ ସେରି କଃର୍ ।
9ଲାଡ୍ ମଃନ୍ ବିତ୍ରାର୍ ଅଃଉଅ ଜାୟ୍ରି ମଃନ୍ଦ୍ ସେତାକ୍ ଗିଣ୍ କଃରା; ଜୁୟ୍ରି ନିକ ସେତି ମଃନ୍ ଦିଆସ୍ । 10କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା । 11ଅଃଳ୍ସିଆ ନଃୟ୍ ମାପ୍ରୁର୍ କାମେ କଃବାଳି ଅଃଉଆ, ଆତ୍ମାୟ୍ ହୁରୁଣ୍ ଅଃଉଆ; ମଃନ୍ ହଃରାଣେ ମାପ୍ରୁର୍ ସେବା କଃରା । 12ମଃନେ ଆସା ରଃକି ସଃର୍ଦା କଃରା; ଦୁକ୍କଃସ୍ଟ୍ ବଃଳ୍ ସାସ୍ ଦଃରା, ସଃବୁ ବଃଳ୍ ପାର୍ତ୍ନାୟ୍ ଲାଗି ରିଆ । 13କ୍ରିସ୍ଟ ବିସ୍ୱାସିମଃନାର୍ ଅକେଟ୍ ଦୁର୍ କଃରା, ଗତ୍ୟାମଃନାର୍ ସେବାକାରି ଅଃଉଆ ।
14୧୨:୧୪ ମାତି ୫:୪୪; ଲୁକ ୬:୨୮.ଜୁୟ୍ ଲକ୍ମଃନ୍ ତୁମିକେ ତାଳ୍ନା କଃର୍ତି ସେମଃନ୍କେ ଆସିର୍ବାଦ୍ କଃରା, ଆସିର୍ବାଦ୍ କଃରା ସାୟ୍ପ୍ ଦିଆସ୍ ନାୟ୍ । 15ଜୁୟ୍ ଲକ୍ମଃନ୍ ସଃର୍ଦା କଃର୍ତି ସେମଃନାର୍ ସଃଙ୍ଗ୍ ମିସି ସଃର୍ଦା କଃରା; ଜୁୟ୍ ଲକ୍ମଃନ୍ ଦୁକ୍ କଃର୍ତି ସେମଃନାର୍ ସଃଙ୍ଗ୍ ମିସି ଦୁକ୍ କଃରା । 16ସଃବ୍କେ ସଃମାନ୍ ଆକାୟ୍ ଦଃକା, ବଃଡ୍ହାଣ୍ୟା ନଃଉଆଁ, ବାଙ୍ଗିହଃଳ୍ଲା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ । ନିଜଃକେ ଗିଆନି ବଃଲି ବାବାନାଁୟ୍ ।
17ମଃନ୍ଦ୍ ବାଦୁଲେ କାର୍ ମଃନ୍ଦ୍ କଃରା ନାୟ୍, ସଃବାର୍ ଆକାୟ୍ ଜାୟ୍ରି ନିକ, ସେରିସଃବୁ କଃରା । 18ସଃବୁଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ହାରୁସଃକାତ୍ ଚେସ୍ଟା କଃରା । 19ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ନିଜେ ନିଜେ କାର୍ ବାଦ୍ଲା ନିଆ ନାୟ୍ । ଇସ୍ୱରାର୍ ଡଃଣ୍ଡାର୍ ଲକ୍ ଅଃଉତା ହାୟ୍ଁ ତାକେ ଚାଡି ଦିଆସ୍ । ବଃଲେକ୍ ସାସ୍ତରେ ଲେକାଆଚେ, “ମାପ୍ରୁ କଃଉଁଲା, ମୁୟ୍ଁ ତାର୍ ନ୍ୟାୟ୍ ବିଚାର୍ କଃରିନ୍ଦ୍ । 20ଆରେକ୍ ହେଁ ଜଦି ତୁମାର୍ ସଃତ୍ରୁ ବୁକେ ଆଚେ, ତଃବେ ତାକେ କାଉଁକେ ଦିଆସ୍; ଜଦି ସସେ ଆଚେ, ତାକେ ସୁରାଉଆ; ବଃଲେକ୍ ଇହର୍ କଃଲେକ୍ ସେ ଲାଜେ ମୁଣ୍ଡ୍ ତଃଳେ କଃରେଦ୍ ।” 21କଃରାବ୍ କାମେ ଆରି ନଃକେରି, ନିକକାମେ କଃରାବ୍ କାମ୍କେ ଆରାଉଆ ।
13ଅଃଦିକାରିମଃନ୍କେ ମାନ୍ତାର୍
1ସଃବୁଲକ୍ ଅଃଦିକାର୍ ହାୟ୍ଲା ସାସନ୍କଃର୍ତାର୍ ଲକ୍ମଃନାର୍ କଃତା ମାନା, ବଃଲେକ୍ ଅଃଦିକାର୍ ଇସ୍ୱରାର୍ ତଃୟ୍ ହୁଣି ଆସେଦ୍, ଆରେକ୍ ଜୁୟ୍ସଃବୁ ଅଃଦିକାର୍ ହାୟ୍ରେତା ସାସନ୍କଃର୍ତା ଆଚ୍ତି; ଇସ୍ୱର୍ ସେମଃନ୍କେ ବାଚିଆଚେ । 2ତଃବେ ଜେ ଅଃଦିକାର୍କେ ବିରଦ୍ କଃରେଦ୍, ସେ ଇସ୍ୱରାର୍ ବିଦିର୍ ବିରଦ୍ କଃରେଦ୍; ଆରେକ୍ ଜୁୟ୍ ଲକ୍ମଃନ୍ କଃର୍ତି ସେମଃନ୍ ଅଃହ୍ଣା ଅଃହ୍ଣାର୍ ଉହ୍ରେ ଡଃଣ୍ଡ୍ ଆଣ୍ତି । 3ବଃଲେକ୍ ନିକ କାମ୍ କଃର୍ତା ଲକ୍ମଃନ୍ ମୁଳିକା ଲକ୍ମଃନ୍କେ ନଃଡିର୍ତି, ମଃତର୍ ଜୁୟ୍ ଲକ୍ମଃନ୍ କଃରାବ୍ କାମ୍ କଃର୍ତି ସେମଃନ୍ ଡିର୍ତି । ତୁମି କି ଅଃଦିକାର୍ ହାୟ୍ଲା ସାସନ୍ କଃରୁର୍ ଚଃମେ ନଃଡିରୁକ୍ ଇଚା କଃରୁଲାସ୍ ? ତଃବେ ନିକା କାମ୍ କଃରା, ତଃବେ ତାର୍ ତଃୟ୍ହୁଣି ପ୍ରସଂସା ହାଉଆସ୍ । 4ତୁମାର୍ ନିକ ହାୟ୍ଁ ସେ ଇସ୍ୱରାର୍ ତଃୟ୍ ହୁଣି ଅଃଦିକାର୍ ହାୟ୍ ଆଚେ । ମଃତର୍ ତୁମି ଜଦି କଃରାବ୍ କାମ୍ କଃରୁଲାସ୍, ତଃବେ ତୁମି ସାସନ୍କଃର୍ତା ଲକେ ଡିରା, ବଃଲେକ୍ ତୁମିକେ ଦଃଣ୍ଡ୍ ଦେତା ହାୟ୍ଁ ସଃତ୍କଃରି ତାର୍ ଅଃଦିକାର୍ ଆଚେ । ସେ ଇସ୍ୱରାର୍ ତଃୟ୍ ହୁଣି ବାଚ୍ଲା ଚାକର୍ । କଃରାବ୍ କାମ୍ କଃରୁମଃନ୍କେ ଦଃଣ୍ଡ୍ ଦେତା ହାୟ୍ଁ ସେ ଇସ୍ୱରାର୍ ଆଦେସ୍ ମାନେଦ୍ । 5ତଃବେ ତୁମିମଃନ୍ ସାସନ୍ କଃରୁମଃନାର୍ କଃତା ମାନ୍ତା ଦଃର୍କାର୍ ଇସ୍ୱରାର୍ ଦଃଣ୍ଡ୍କେ ଡିରିକଃରି ନୟ୍, ମଃତର୍ ତୁମାର୍ ନିଜାର୍ ମଃନ୍ ଜୁୟ୍ରି ବଃଲ୍ବଃଲି କଃଉଁଲି ସେତାର୍ ଗିନେ ।
6୧୩:୬ ମାତି ୨୨:୨୧; ମାର୍କ ୧୨:୧୭; ଲୁକ ୨୦:୨୫.ଇତାର୍ ଗିନେ ତୁମିମଃନ୍ ସିସ୍ଟୁ ହେଁ ଦେଉଁଲାସ୍, ବଃଲେକ୍ ସେମଃନ୍ ଇସ୍ୱରାର୍ ସେବାକାରି ହର୍ ଇ କାମେ ଲାଗି ରେଉଁଲାୟ୍ । 7ଜାର୍ ଜାୟ୍ରି ହାଉତାର୍ ତାକେ ସେରି ଦିଆସ୍; ଜାକେ ସିସ୍ଟୁ ଦେଉଁକ୍ ଅୟ୍ଦ୍, ତାକେ ସିସ୍ଟୁ ଦିଆସ୍; ଜାକେ ଡିରୁକ୍ ଅୟ୍ଦ୍, ତାକେ ଡିରା; ଜାକେ ମାନ୍ତି କଃରୁକେ ଅୟ୍ଦ୍, ତାକେ ମାୟଃନ୍ କଃରା ।
ଏକ୍ ଆରେକ୍ କେ ଲାଡ୍
8ସଃବ୍କେ ଲାଡ୍ କଃର୍ତା ରିଣେ ରିଣ୍ୟା ଅଃଉଆ ଆର୍ ବିନ୍ ବିସୟେ କାର୍ ତଃୟ୍ ହେଁ ରିଣ୍ୟା ଅଃଉଆ ନାୟ୍; ବଃଲେକ୍ ଜେ ସଃବ୍କେ ଲାଡ୍ କଃରେଦ୍ ସେ ବିଦି ମାନି ଆଚେ । 9ବଃଲେକ୍ ଦାରିକାମ୍ କଃରା ନାୟ୍, ନଃର୍ ମାରା ନାୟ୍, ଚରି କଃରା ନାୟ୍, ଲକାର୍ କାୟ୍ରି ହେଁ ଲଃବ୍ କଃରା ନାୟ୍, ଆରେକ୍ ଜଦି କାୟ୍ ବଲ୍ ରଃୟ୍ଦ୍, ସେସଃବୁ ବିଦି ଗଟେତଃୟ୍ ଆଚେ, “ତୁମାର୍ ହଃଳ୍ସା ଲକେ ନିଜାର୍ ଜିବନ୍ ହର୍ ଲାଡ୍ କଃରା ।” 10ତୁମି ଗଟ୍ଲକେ ଲାଡ୍ କଃର୍ତି ରିଲେକ୍ ତାକେ କଃବେ ହେଁ ଅଃନ୍ୟାୟ୍ ନଃକେରାସ୍ । ସେତାକ୍ ଲାଡ୍କଃର୍ତାର୍ ଗିନେ ସଃବୁ ବିଦି ମାନୁକ୍ ଅୟ୍ଦ୍ ।
11ଆରେକ୍, ଅଃବେ ତୁମିମଃନ୍ ନିଦେହୁଣି ଜଃଗ୍ରତ୍ ଅଃଉତା ବେଳା ଆସି ଆଚେ, ଇରି ଜାଣି ଇସଃବୁ କଃରା; ବଃଲେକ୍ ଅଃମିମଃନାର୍ ବିସ୍ୱାସ୍ କଃଲା ଦିନ୍ହୁଣି ଅଃବେ ମୁକ୍ତି ହାଉତାର୍ ଅଃମାର୍ ଅଃଦିକ୍ ଚଃମେ । 12ରାତି ସଃରୁଲି ଉଜାଳ୍ ହାଉଁଲି, ଦିନ୍ ଚଃମେ ଆଚେ, ତଃବେ ଆସା ଅଃମିମଃନ୍ ଅଃନ୍ଦାରେ କଃର୍ତା କାମ୍ମଃନ୍ ଚାଡିକଃରି ଉଜାଳେ ଜୁଜ୍ କଃରୁକେ ଟିକ୍ ସଃଜ୍ ହିନ୍ଦୁଆଁ । 13ରଃଙ୍ଗ୍ରଃସିଆ, ମଃଦ୍ ମାତୁଆଳି, ଗଃଗାଳାର୍ କଃରାବ୍ କାମ୍ ସଃବୁ ଆର୍ ନିଲାଜ୍ୟା, କଳିକଜ୍ୟା ଆର୍ ଡାରା ଇସଃବୁୟ୍ ଜିବନ୍ ନଃକାଟି ଆସା, ଉଜାଳେ କାମ୍ କଃର୍ତା ଲକାର୍ ହର୍ ନିକ ଜିବନ୍ କାଟୁଆଁ । 14ମାପ୍ରୁ ଜିସୁ କ୍ରିସ୍ଟର୍ ଅଃସ୍ତର୍ସଃସ୍ତରେ ସଃଜଃବାଜ୍ ଅୟ୍, ହାହ୍କେ ଚାଡା, ହାହ୍ ଆର୍ ଗଃଗାଳାର୍ ଇଚାକ୍ ହୁର୍ନ୍ କଃରୁକେ ମଃନେ ଚିତା କଃରା ନାୟ୍ ।
14ବିନ୍ ଲକାର୍ ବିଚାର୍ କଃରା ନାୟ୍
1୧୪:୧ କଲ ୨:୧୬.ଦୁର୍ବଳ୍ ବିସ୍ୱାସିକେ ହେଁ ନିଜାର୍ ଦଃଳେ କୁଦା, ମଃତର୍ ତାର୍ ନିଜାର୍ ବିସ୍ୱାସ୍ ବିସୟେ ବିନ୍ବିନ୍ ଅଃଉଆ ନାୟ୍ । 2ଜେ ବିସ୍ୱାସେ ଅଃଟୁଆ, ସେ ସଃବୁ କାଦି କଃଉଁକେ ହାରେ, ମଃତର୍ ଜାର୍ ବିସ୍ୱାସ୍ ଅଃଟୁଆ ନାୟ୍ ସେ ଅଃବ୍କା ଡାଳ୍ମାଳ୍ ସାଗ୍ କାଉଅ । 3ଜେ ସଃବୁ ରଃକମ୍ କାଦି କାୟ୍ଦ୍, ସେ ନଃକାତା ଲକେ ନିଚ୍ ନଃକେର, ଆରେକ୍ ଜେ ନଃକାୟ୍ ସେ କାତା ଲକେ ବିଚାର୍ ନଃକେର୍; ବଃଲେକ୍ ଇସ୍ୱର୍ ତାକେ ଆଗଳି ଆଚେ । 4ତୁମିମଃନ୍ କେ ଜେ, ବିନ୍ ଲକାର୍ ଗତିଦଃଙ୍ଗ୍ଳାର୍ ବିଚାର୍ କଃରୁଲାସ୍ ? ସେ ତାର୍ କାମ୍ କଃତେକ୍ ଦୁରି କଃରୁ ହାରୁଲା କି କଃରୁକେ ନଃହାରୁଲା, ସେରି ତାର୍ ସାଉକାର୍ ବିଚାର୍ କଃରେଦ୍, ସେ ବାୟ୍ଦ୍ରେ ସେରି କଃରୁକେ ହାରେଦ୍, କାୟ୍ତାକ୍ବଃଲେକ୍ ତାର୍ ସାଉକାର୍ ତାକ୍ ତାର୍ କାମ୍ କଃରାଉଁକ୍ ହାରେ ।
5ଗଟ୍ଲକାର୍ ବିସ୍ୱାସେ ବିନ୍ ଦିନ୍ମଃନ୍ ତଃୟ୍ହୁଣି ଗଟେକ୍ ଟିକ୍ ଅଃଦିକ୍ ନିକ । ଆର୍ ବିନ୍ ଲକ୍ ସଃବୁ ଦିନ୍କେ ସଃମାନ୍ ବାବେ ବିଚାର୍ କଃରେଦ୍ । ମଃତର୍ ଜେ ଜୁୟ୍ରି ଟିକ୍ ବଃଲି ବାବେଦ୍ ସେ ସେରି କଃର୍ । 6ଜେ ଗଟ୍ ଦିନ୍କେ ଅଃଦିକ୍ ନିକ ବଃଲି ମାନେଦ୍, ସେ ମାପ୍ରୁ ଜଃଜ୍ମାନ୍ ଗିନେ ସେରି କଃର; ଆର୍ ଜୁୟ୍ ଲକ୍ ଜାୟ୍ରି ହେଁ କାଉଁକେ ହାରେ, ସେ ମାପ୍ରୁର୍ ଜଃଜ୍ମାନ୍ ଗିନେ କାଅ, ବଃଲେକ୍ ସେ ଇସ୍ୱର୍କେ ଦନ୍ୟବାଦ୍ ଦଃୟ୍ଦ୍; ଆରେକ୍ ଜୁୟ୍ ଲକ୍ କାୟ୍ କାଦି କାଉଁକେ ନଃଚେ, ସେ ମାପ୍ରୁର୍ ଜଃଜ୍ମାନ୍ ଗିନେ ସେରି କଃର, ଆର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଅ । 7କେହେଁ ନିଜାର୍ ହାଁୟ୍ ନଃବଚେ, ଆର୍ ନିଜାର୍ ହାଁୟ୍ ନଃମେରେ । 8ଜଦି ଅଃମିମଃନ୍ ବଚୁଆଁ, ତଃବେ ମାପ୍ରୁର୍ ଗିନେ ବଚୁଆଁ, ନୟ୍ଲେକ୍ ଜଦି ମଃରୁଆଁ ତଃବେ ମାପ୍ରୁର୍ ହାଁୟ୍ ମଃରୁଆଁ । ତଃବେ ଜଦି ଅଃମିମଃନ୍ ବଚୁଆଁ କି ମଃରୁଆଁ, ଅଃମିମଃନ୍ ମାପ୍ରୁର୍ ଲକ୍ । 9କାୟ୍ତାକ୍ବଃଲେକ୍ କ୍ରିସ୍ଟ ମଃରି ଜିବନ୍ ହାୟ୍ ଉଟ୍ଲାକ୍ ସେ ମଃଲା ଲକ୍ମଃନାର୍ ଆର୍ ଜିବନ୍ ଲକ୍ମଃନାର୍ ମାପ୍ରୁ ଅୟ୍ଆଚେ । 10୧୪:୧୦ ୨ କର ୫:୧୦.ତଃବେ ତୁମି କାୟ୍ତାକ୍ ବିନ୍ ବିସ୍ୱାସି ବାୟ୍ର୍ ବିଚାର୍ କଃରୁଲାସ୍ ? ତୁମି କାୟ୍ତାକ୍ ବିନ୍ ବିସ୍ୱାସି ବାୟ୍କ୍ ଇନ୍ମାନ୍ କଃରୁଲାସ୍ ? ଅଃମିମଃନ୍ ସଃବୁଲକ୍ ତ ଇସ୍ୱରାର୍ ବିଚାର୍ କଃର୍ତା ଟାଣେ ଟିଆ ଅଃଉଁନ୍ଦ୍ । 11ବଃଲେକ୍ ଦଃର୍ମ୍ସାସ୍ତରେ ଲେକା ଆଚେ,
“ମାପ୍ରୁ କଃଉଁଲା, ଅଃମି ଜିବନ୍ ମାପ୍ରୁ, ତଃବାର୍ ଗିନେ,
ସଃବୁଲକ୍ ମର୍ ମୁଏଁ ମାଣ୍ଡିକୁଟା ଟେସ୍ତି,
ଆର୍ ମକ୍ ଇସ୍ୱର୍ ବଃଲି ସଃବୁ ଲକ୍ ମାନ୍ତି ।”
12ତଃବେ ଅଃମିମଃନ୍ ସଃବୁ ଲକ୍ ଇସ୍ୱରାର୍ ଚଃମେ ନିଜାର୍ ନିଜାର୍ କାମାର୍ ଇସାବ୍ ଦେଉଁକ୍ ଅୟ୍ଦ୍ ।
ବାୟ୍ର୍ ବାଦା ଗଃଟାଉଆ ନାୟ୍
13ତଃବେ ତୁମି ଏକ୍ ଆରେକାର୍ ବିଚାର୍ କଃରା ନାୟ୍ । ଆର୍ ଇରଃକମ୍ ହେଁ କାୟ୍ କାମ୍ କଃରା ନାୟ୍, ଜୁୟ୍ତାର୍ ଗିନେ କି ତୁମାର୍ ବାୟ୍ ଜଟ୍ୟାୟ୍ ଅୟ୍ ହାହ୍ କଃରେଦ୍ । 14ମୁୟ୍ଁ ଜାଣି ଆଚି ଆର୍ ମାପ୍ରୁ ଜିସୁର୍ ତଃୟ୍ ବାୟ୍ଦ୍ରେ ଜାଣୁଲେ ଜେ, କାୟ୍ ହେଁ କାଦି ବିଟାଳ୍ ନୟ୍, ମଃତର୍ ଜୁୟ୍ଲକ୍ କାୟ୍ କାଦିକ୍ ବିଟାଳ୍ ବଃଲି ମଃନେ କଃରେଦ୍ ତାର୍, ଗିନେ ସେରି ବିଟାଳ୍ । 15ତୁମି କାୟ୍ କାଦି କାୟ୍ଲେକ୍ ତୁମାର୍ ବାୟ୍ ଜଦି ଦୁକ୍ ହାଉଁଲା, ତଃବେ ତୁମି ତାକ୍ ଲାଡ୍ ଚାଲାଚାଲ୍ତି ନଃକେରୁଲାସ୍ । ଜୁୟ୍ ବାୟ୍ର୍ ଗିନେ କ୍ରିସ୍ଟ ମଃଲା, ତୁମିମଃନ୍ ତୁମାର୍ ମଲ୍ ନୟ୍ଲା କାଦି ଗିନେ ତାକେ ନାସ୍ କଃରା ନାୟ୍ । 16ତୁମି ଜାୟ୍ରି ନିକ ବଃଲି ବାବୁଲାସ୍, ସେ କାମ୍କେ ବିନ୍ ଲକ୍ମଃନ୍ ଲିନ୍ଦା ନଃକେରତ୍ । 17ବଃଲେକ୍ ଇସ୍ୱରାର୍ ରାଇଜ୍ କାତାର୍ ହିଉତାର୍ ନାୟ୍, ମଃତର୍ ପବିତ୍ର ଆତ୍ମା ଦିଲା ଦଃର୍ମି, ସୁସ୍ତା ଆର୍ ସଃର୍ଦା । 18ଜେ କେ ଇ ରଃକମ୍ ବାବେ କ୍ରିସ୍ଟର୍ ସେବା କଃରେଦ୍; ସେ ଇସ୍ୱର୍କେ ସଃର୍ଦା କଃରେଦ୍, ଲକ୍ମଃନାର୍ ତଃୟ୍ ହେଁ ମାୟ୍ନ୍ ହାୟ୍ଦ୍ ।
19ତଃବେ ଆସା, ସଃବାର୍ ବିତ୍ରେ ସୁସ୍ତା ଆଣୁକେ ଆର୍ ସଃକ୍ତି ଜଃନ୍ମାଉଁକେ ଜାୟ୍ରି ସଃବୁ ଦଃର୍କାର୍, ସେ ଉହ୍ରେ ଦିଆନ୍ ଦେଉଁଆ । 20ମଲ୍ ନୟ୍ଲା କାଦିର୍ ଗିନେ ଇସ୍ୱର୍ ଜାୟ୍ କାମ୍ କଃଲା ଆଚେ, ସେରି ନଃସ୍ଟ୍ କଃରା ନାୟ୍ । ସଃବୁ କାଦି କାଉଁକେ ହାରୁଆଁ; ଅୟ୍ଲେକ୍ ହେଁ ଜୁୟ୍ କାଦି କାୟ୍ଲେକ୍ ବିନ୍ ଲକାର୍ ବାଦା ଗଃଟେଦ୍, ସେ କାଦି କାତାର୍ ନିକ ନାୟ୍ । 21ମାସ୍ କାତାର୍ କି ମଃଦ୍ କାତାର୍ ଆର୍ କାୟ୍ରି କାତାର୍ ଜଦି ତୁମାର୍ ବାୟ୍ର୍ ଜଟ୍ୟାୟ୍ ଅଃଉତାର୍ ଅୟ୍ଦ୍, ତଃବେ ସେରି ନଃକେଲେକ୍ ନିକ । 22ଇ ବିସୟେ ତୁମାର୍ ନିଜାର୍ ବିସ୍ୱାସ୍ ଅଃବ୍କା ଇସ୍ୱର୍ ଜାଣ । ଜୁୟ୍ ଲକ୍ ପରିକ୍ୟାୟ୍ ଜିଣିଆଚେ ବଃଲି ବିଚାର୍ କଃରି କୁୟ୍ କାମ୍ ହେଁ କଃରେଦ୍, ଆର୍ ସେତାର୍ଗିନେ ହଃଚେ ତାକେ ଦୁକ୍ କଃରୁକେ ନଃହେଳେ ସେ ଲକ୍ ଦନ୍ୟ । 23ମଃତର୍ କାୟ୍ ହେଁ କାଦି କାତାର୍ ନିକ କି ନାୟ୍, ଅଃହ୍ରାତ୍ କଃରି ଜୁୟ୍ଲକ୍ ସେରି କାୟ୍ଦ୍, ଇସ୍ୱରାର୍ ଚଃମେ ସେ ଦସି ଅୟ୍ଦ୍, କାୟ୍ତାକ୍ବଃଲେକ୍ ସେରି ତାର୍ ବିସ୍ୱାସ୍ ହଃର୍କାରେ କାମ୍ ନାୟ୍, ଆର୍ ଜାୟ୍ରି ହେଁ ବିସ୍ୱାସେ ଅୟ୍ ନଃକେରେ ସେରି ହାହ୍ ।
15ବିନ୍ଲକେ ସଃର୍ଦା କଃରାଉଆ ।
1ଜୁୟ୍ମଃନ୍ ବିସ୍ୱାସେ ଡାଟ୍, ସେମଃନ୍ ଅଃଳକ୍ ବିସ୍ୱାସିମଃନାର୍ ଦଃସ୍ ଦୁର୍ବୁଳ୍କେ ସଃମ୍ବାଳତ୍ । କେ ହେଁ ଅଃବ୍କା ନିଜାର୍ ନିଜାର୍ ସୁକ୍ ଚେସ୍ଟା ନଃକେରତ୍ । 2ମଃତର୍ ବିନ୍ ଲକ୍ମଃନାର୍ ନିକ ଗିନେ ଆର୍ ସେମଃନାର୍ ବିସ୍ୱାସ୍କେ ଅଃଟୁଆ କଃର୍ତା ହାୟ୍ଁ ସେମଃନ୍କେ ସଃର୍ଦା କଃରାଉତାର୍ ଅଃମାର୍ କାମ୍ । 3କ୍ରିସ୍ଟ ହେଁ ନିଜାର୍ ସୁକ୍ ଚେସ୍ଟା କଃରି ନଃରିଲା; ମଃତର୍ ଜଃନ୍କଃରି ସାସ୍ତରେ ଲେକା ଆଚେ, ଲିନ୍ଦା କଃରୁମଃନାର୍ ଲିନ୍ଦା ମର୍ ଉହ୍ରେ ହଃଳ୍ଲି । 4ଆରେକ୍ ଅଃମିମଃନ୍ ଜଃନ୍କଃରି ସାସ୍ତରାର୍ ସିକ୍ୟା ତଃୟ୍ହୁଣି ସାସ୍ ଆର୍ ସୁସ୍ତା ଆର୍ ବଃର୍ସା ହାଉଁନ୍ଦ୍; ଇତାର୍ ଗିନେ ହୁର୍ବକାଳେ ଜୁୟ୍ ଜୁୟ୍ରି ଲେକା ଅୟ୍ରିଲି, ସେରିସଃବୁ ଅଃମାର୍ ସିକ୍ୟା ହାଁୟ୍ ଲେକା ଅୟ୍ଆଚେ । 5ସାସ୍ ଆର୍ ସୁସ୍ତା ଦେଉଁକେ ଇସ୍ୱର୍ ତୁମିମଃନ୍କେ କ୍ରିସ୍ଟ ଜିସୁର୍ ହର୍ ସଃବୁଲକାର୍ ଗଟେକ୍ ମଃନ୍ବାବ୍ ଅଃଉଁକେ ଦେଉଅ । 6ଜଃନ୍କଃରି ଗଟେକ୍ ମଃନେ ଗଟେକ୍ ଟଣ୍ଡେ ତୁମିମଃନ୍ ଇସ୍ୱରାର୍ ଆର୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଉବାସିର୍ ଜଃଜ୍ମାନ୍ କଃରା ।
ଜିଉଦି ଆର୍ ଅଜିଉଦି ଲକାର୍ ହାୟ୍ ନିକ କବୁର୍
7ତଃବେ ଇସ୍ୱରାର୍ ଜଃଜ୍ମାନ୍ ହାଁୟ୍ କ୍ରିସ୍ଟ ଜଃନ୍କଃରି ତୁମିକେ ଦଃର୍ଲା, ତୁମିମଃନ୍ ହେଁ ସେନ୍କଃରି ଏକ୍ଆରେକ୍କେ ଆଗଳା । 8କାୟ୍ତାକ୍ବଃଲେକ୍ ମୁୟ୍ଁ କଃଉଁଲେ କ୍ରିସ୍ଟ ଇସ୍ୱରାର୍ ସଃତାର୍ ଗିନେ ସୁନତ୍ ଅୟ୍ଲା ଲକାର୍ ସେବାକାରି କଃରିଆଚେ ବଃଲେକ୍ ଦାଦିମଃନ୍କେ କଃଲା ସଃୟ୍ତ୍ ହୁରା କଃରେଦ୍ । 9ଇସ୍ୱରାର୍ ଦଃୟାର୍ ଗିନେ ଅଜିଉଦି ଲକ୍ମଃନ୍ ହେଁ ତାର୍ ଜଃଜ୍ମାନ୍ କଃର୍ତି; ଜଃନ୍କଃରି ସାସ୍ତରେ ଲେକାଆଚେ,
“ଅଜିଉଦିମଃନାର୍ ବିତ୍ରେ ତର୍ ଜଃଜ୍ମାନ୍ କଃରିନ୍ଦ୍,
ଆର୍ ତର୍ ଗୁଣ୍ ଗାଇନ୍ଦ୍ ।”
10ଆରେକ୍ ହେଁ ଲେକା ଆଚେ,
“ଅଜିଉଦିମଃନ୍ ଇସ୍ୱରାର୍ ଲକ୍ମଃନାର୍ ସଃଙ୍ଗ୍ ସଃର୍ଦା କଃରା ।”
11ଆରେକ୍ ହେଁ “ଅଜିଉଦି ସଃବୁଲକ୍ ମାପ୍ରୁର୍ ଜଃଜ୍ମାନ୍ କଃରା
ଆର୍ ସଃବୁଲକ୍ ତାର୍ ଜଃଜ୍ମାନ୍ କଃରା ।”
12ଆର୍ ଜିସାୟ୍ କୟ୍ଆଚେ, “ଜିସିର୍ ଚେର୍ ରଃୟ୍ଦ୍,
ଆର୍ ସେ ଅଜିଉଦି ଉହ୍ରେ ସାସନ୍ କଃରେଦ୍,
ଆର୍ ସେମଃନ୍ ତାର୍ ଉହ୍ରେ ଆସା ରଃକ୍ତି ।”
13ସଃବୁ ବଃର୍ସାର୍ ଇସ୍ୱର୍ ତୁମିମଃନାର୍ ବିସ୍ୱାସ୍ ଗିନେ ତୁମିମଃନ୍କେ ସଃର୍ଦା ଆର୍ ସୁସ୍ତାୟ୍ ହୁର୍ନ୍ କଃର୍ । ପବିତ୍ର ଆତ୍ମାର୍ ସଃକ୍ତିୟେ ତୁମିମଃନାର୍ ବଃର୍ସା ବୁତେକ୍ ଅଃଉଅ ।
ଅଜିଉଦି ଲକମଃନ୍କାର୍ ତଃୟ୍ ପାଉଲାର୍ ସେବା କାମ୍
14ଏ ବାୟ୍ବେଣିମଃନ୍ ଇରି ମୁୟ୍ଁ ନିଜେ ବିସ୍ୱାସ୍ କଃରୁଲେ, ତୁମିମଃନ୍ ଆପେ ସଃତ୍ ଗୁଣେ ଆର୍ ସଃବୁ ଗ୍ୟାନେ ହୁର୍ନ୍; ଆର୍ ସଃବ୍କେ ସିକ୍ୟା ଦେଉଁକ୍ ହାରାସ୍ । 15ମକ୍ ଇସ୍ୱର୍ ଦିଲା, ଦଃୟାର୍ ଗିନେ ମୁୟ୍ଁ ତୁମିମଃନ୍କେ ଆରେକ୍ ମଃନେ ଏତାୟ୍ ଦେତା ଗିନେ ଇସ୍ୱର୍ ଦିଲା ସାସାର୍ ସଃଙ୍ଗ୍ ତୁମିମଃନାର୍ ହାକ୍ ଲେକୁଲେ । 16ବଃଲେକ୍ ଅଜିଉଦିମଃନ୍ ଜଃନ୍କଃରି ପବିତ୍ର ଆତ୍ମାର୍ ଗିନେ ପବିତ୍ର ଅୟ୍ ଦାନ୍ ଦିଲାର୍ ଦାନ୍ହର୍ ମାପ୍ରୁର୍ ଅଃଉତି, ଇତାର୍ ଗିନେ ସେମଃନାର୍ ତଃୟ୍ କ୍ରିସ୍ଟ ଜିସୁର୍ ସେବାକାରି ଅୟ୍ ଇସ୍ୱରାର୍ ନିକ କବୁରାର୍ ଜାଜକ୍ କାମ୍ କଃରୁକେ ମକ୍ ସେ ଦୟା ଦିଆ ଅୟ୍ଆଚେ । 17କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଗଟେତଃୟ୍ଁ ଅୟ୍ ଇସ୍ୱରାର୍ ଗିନେ ଇ ସେବାକାମ୍ କଃରୁଲେ ବଃଲି ମୁୟ୍ଁ ଗଃର୍ବ୍ କଃରୁଲେ । 18ଅଜିଉଦିମଃନ୍କେ ଇସ୍ୱରାର୍ ବଲ୍ ମାନାଉତାର୍ ଗିନେ କ୍ରିସ୍ଟ ମର୍ ଦଃୟ୍ କାୟ୍ରି ସାଦୁନ୍ କଃରିଆଚେ, ଇ କଃତା କଃଉଁକେ ସାସ୍ ହାୟ୍ଆଚି । 19ଇରି ସେ କୟ୍ଆଚେ, ବାକ୍ୟ ଆର୍ କାମ୍ ଦଃୟ୍ ଆର୍ ଇସ୍ୱରାର୍ ଆତ୍ମାର୍ ସଃକ୍ତିୟେ । ତଃବେ ମୁୟ୍ଁ ଜିରୁସାଲମେ ହୁଣି ଇଲୁରିକେ ଜାତା ବଃଳ୍ ବାଟେ କ୍ରିସ୍ଟର୍ ନିକ କବୁର୍ ହୁରାହୁରି ବାବେ ପର୍ଚାର୍ କଃରିଆଚି । 20ହେଁ ଜଃନ୍କଃରି ମୁୟ୍ଁ ବିନ୍ ଲକାର୍ କୁନାଦି ଉହ୍ରେ ନଃବାନ୍ଦି, ଜୁୟ୍ ଜଃଗାୟ୍ କ୍ରିସ୍ଟର ନାଉଁ ନଃହଚିଆଚେ, ସେଟାଣେ ନିକ କବୁର୍ ପର୍ଚାର୍ କଃରୁକେ ମୁୟ୍ଁ ଇଚା କଃରି ଆସିଆଚି । 21ଜଃନ୍କଃରି ସାସ୍ତରେ ଲେକା ଆଚେ,
“ଜୁୟ୍ ଲକ୍ମଃନ୍କ୍ ତାର୍ କଃତା କଃଉଆ ନୟେ, ସେମଃନ୍ ଦଃକ୍ତି
ଆର୍ ଜୁୟ୍ ଲକ୍ମଃନ୍ ନଃସୁଣ୍ତି ସେମଃନ୍ ବୁଜ୍ତି ।”
ରମ୍ଦେସେ ଜଃଉଁକେ ପାଉଲାର୍ ଜଃଜ୍ନା
22୧୫:୨୨ ରମି ୧:୧୩.ମୁୟ୍ଁ ତୁମାର୍ ହାକ୍ ଜଃଉଁକେ ବେସିତର୍ ବାଦା ହାୟ୍ଆସୁଲେ; 23ମଃତର୍ ମର୍ ଇ ଜଃଗାୟ୍ ମର୍ କାମ୍ ସଃରିଆଚେ ଆର୍ ମର୍ ଆସା, ତୁମିମଃନ୍କେ ଦଃକୁକେ ମର୍ ଅଃନେକ୍ ବଃର୍ସାର୍ ଆସା ଅଃବେ ହୁରୁଣ୍ ଅୟ୍ଦ୍ । 24ମୁୟ୍ଁ ସ୍ପେନ୍କେ ଜାତାବଃଳ୍ ତୁମିମଃନ୍କେ ଦଃକି ଆସିନ୍ଦ୍ ବଃଲି ବାବିଆଚି । ତୁମିମଃନାର୍ ତଃୟ୍ କଃତେକ୍ କାଳ୍ ରିଲା ହଃଚେ ସେ ଜଃଗାୟ୍ ଜଃଉଁକେ ତୁମିମଃନ୍ ମକ୍ ବାଟ୍ ଦଃକାୟ୍ ଦିଆସ୍ ବଃଲି ଆସା କଃରୁଲେ ।
25୧୫:୨୫ ୧ କର ୧୬:୧-୪.ମଃତର୍ ଅଃବେ ସାଦୁମଃନାର୍ ସେବା କଃରୁକେ ମୁୟ୍ଁ ଜିରୁସାଲମେ ଜଃଉଁଲେ । 26ଜିରୁସାଲମେ ରିଲା, ସାଦୁ ମଃନାର୍ ବିତ୍ରେ ଜୁୟ୍ ଲକ୍ମଃନ୍ ଗଃରିବ୍, ସେମଃନ୍କେ ଉହ୍କାର୍ କଃରୁକେ ମାକିଦନିଆ ଆର୍ ଆକାୟାର୍ ମଣ୍ଡ୍ଳିମଃନ୍ ଦାନ୍ ଦଃୟ୍ ଉହ୍କାର୍ କଃରୁକେ ମଃନ୍ ହାଚିଆଚ୍ତି । 27୧୫:୨୭ ୧ କର ୯:୧୧.ଇରି ସେମଃନାର୍ ତାକାର୍ ମଃନାର୍ ଜଃଜ୍ନା ସଃତ୍କଃରି ଇହର୍ କଃର୍ତାର୍ ସେମଃନାର୍ କାମ୍, ଜିଉଦିମଃନ୍ ନିଜାର୍ ଆତ୍ମିକ୍ ଆସିର୍ବାଦେ ଅଜିଉଦିମଃନ୍କେ ବାଗିଦାର୍ କଃରାୟ୍ ରିଲାକେ ଜିଉଦିମଃନ୍କେ ନିଜାର୍ ଟଃକାଡାବୁର୍ ଆସିର୍ବାଦେ ବାଗିଦାର୍ କଃରାୟ୍ ସେମଃନ୍କେ ଉହ୍କାର୍ କଃର୍ତାର୍ ଅଜିଉଦିମଃନାର୍ କାମ୍ । 28ଜିରୁସାଲମେ ସେ ଡାବୁକାସୁ ଦଃୟ୍କଃରି ମୁଦ୍ରାମାରି ମର୍ କାମ୍ ସେସ୍ କଃଲା ହଃଚେ ମୁୟ୍ଁ ସ୍ପେନ୍ ଦେସେ ଜଃଉଁକେ ବାରୟ୍ନ୍ଦ୍ ଆର୍ ଜାତା ବାଟେ ଦଃକି ଆସିନ୍ଦ୍ । 29ଆର୍ ମୁୟ୍ଁ ଜାଣୁଲେ, ଜଃଡେବଃଳ୍ ମୁୟ୍ଁ ତୁମିମଃନାର୍ ହାକ୍ ଆସିନ୍ଦ୍ ସଃଡେବଃଳ୍ କ୍ରିସ୍ଟର୍ ହୁରାହୁରି ଆସିର୍ବାଦ୍ ସଃଙ୍ଗ୍ ଆସିନ୍ଦ୍ । 30ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ପବିତ୍ର ଆତ୍ମା ଦିଲା ଲାଡାର୍ ଗିନେ ମୁୟ୍ଁ ବାୟ୍ବେଣିମଃନ୍ ତୁମିମଃନ୍କେ ଗଃଉଆରି କଃରୁଲେ, ମର୍ ଗିନେ ସଃର୍ଦା ମଃନେ ପାର୍ତ୍ନା କଃରା । 31ଅବିସ୍ୱାସିମଃନାର୍ ତଃୟ୍ହୁଣି ମୁୟ୍ଁ ଜଃନ୍କଃରି ମୁକ୍ତି ଅୟ୍ନ୍ଦ୍ ଆର୍ ଜିରୁସାଲମେ ମର୍ ସେବା କାମ୍ ଜଃନ୍କଃରି ସେତିର୍ ଇସ୍ୱରାର୍ ଲକ୍ମଃନ୍ ମଃନ୍ କଃର୍ତି, ସେତାର୍ଗିନେ ପାର୍ତ୍ନା କଃର୍ତିରିଆ । 32ଇସ୍ୱରାର୍ ଇଚା ଅୟ୍ଲେକ୍ ମୁୟ୍ଁ ସଃର୍ଦାୟ୍ ତୁମିମଃନାର୍ ଚଃମେ ଆସିନ୍ଦ୍ ଆର୍ ତୁମିମଃନାର୍ ସଃଙ୍ଗ୍ କଃତି ଦିନ୍ ରଃୟ୍ ମର୍ ମଃନେ ସୁକ୍ ହାଉଁହାରିନ୍ଦ୍ । 33ସଃବୁ ସୁସ୍ତା ଦେତା ଇସ୍ୱର୍ ତୁମାର୍ ସଃବୁଲକାର୍ ସଃଙ୍ଗ୍ ରେଅ । ଆମେନ୍ ।
16ପାଉଲାର୍ ଜୁଆର୍
1କେଙ୍କେରିଆ ମଣ୍ଡ୍ଳିର୍ ଗଟ୍ ସେବାକାରିଣି ବେଣି ପବିକେ ତୁମିମଃନାର୍ ହାକ୍ ହଃଟାଉଁଲେ । 2ମାପ୍ରୁର୍ ନାଉଁଏ ତାକେ ଦଃରି ଇସ୍ୱରାର୍ ଲକ୍ ହର୍ ବେବାର୍ କଃରା । ତାର୍ ଲଳା ହଃର୍କାରେ ତାକେ ଉହ୍କାର୍ କଃରା । ମର୍ ଆର୍ ଅଃନେକ୍ ଲକାର୍ ସେ ଗଟେକ୍ ଉହ୍କାରି ଲକ୍ ।
3୧୬:୩ ପେରି ୧୮:୨.କ୍ରିସ୍ଟ ଜିସୁର୍ ସେବା କାମେ ମର୍ ସଃଙ୍ଗ୍ କାମ୍ କଃର୍ତା ପ୍ରିସ୍କିଲା ଆର୍ ଆକିଲାକେ ମର୍ ଜୁଆର୍ ଜାଣାଉଆ; 4ସେମଃନ୍ ମର୍ ହାୟ୍ଁ ନିଜାର୍ ନିଜାର୍ ଜିବନ୍କେ ବିପ୍ଦେ ହଃକାୟ୍ ଆଚ୍ତି । ମୁୟ୍ଁ ହଃକା ସେମଃନ୍କେ ଦନ୍ୟବାଦ୍ ଦେଉଁଲେ ସେରି ନାୟ୍ ମଃତର୍ ସଃବୁ ଅଜିଉଦି ମଣ୍ଡ୍ଳି ସେମଃନ୍କେ ଦନ୍ୟବାଦ୍ ଦେଉଁଲାୟ୍ । 5ସେମଃନାର୍ ଗଃରେ ଗଟେତଃୟ୍ ଅଃଉତା; ମଣ୍ଡ୍ଳିର୍ ସଃବୁଲକେ ହେଁ ମର୍ ଜୁଆର୍ ଜାଣାଉଁଲେ ।
ମର୍ ଲାଡାର୍ ବାୟ୍ ଏପାୟ୍ନେତକେ ମର୍ ଜୁଆର୍ ଜାଣାଉଆ । ଆସିଆ ଦେସେ ସେ ଅଃଉଁଲା ହଃର୍ତୁ କ୍ରିସ୍ଟ ବିସ୍ୱାସି । 6ତୁମିମଃନାର୍ ବଃଲ୍ ହାୟ୍ଁ ବେସି କଃସ୍ଟ୍ କଃରି କାମ୍ କଃରିରିଲା ମରିୟମ୍କେ ମର୍ ଜୁଆର୍ । 7ଆନ୍ଦ୍ରନିକ ଆର୍ ଜୁନିୟାକେ ମର୍ ଜୁଆର୍ । ଇ ଦୁୟ୍ ଲକ୍ ଜିଉଦି ମର୍ ସଃଙ୍ଗ୍ ବନ୍ଦି ଗଃରେ ରିଲାୟ୍ । ମର୍ ତଃୟ୍ହୁଣି ହୁର୍ବେ ସେମଃନ୍ କ୍ରିସ୍ଟର ବିସ୍ୱାସି ଅୟ୍ରିଲାୟ୍ ଆର୍ ପେରିତ୍ ଚେଲାମଃନାର୍ ବିତ୍ରେ ସେମଃନ୍ ଜାଣାସୁଣା ।
8ମାପ୍ରୁର୍ତଃୟ୍ ମର୍ ଲାଡାର୍ ଆମ୍ପିଲିଆକେ ଜୁଆର୍ ଜାଣାଉଆ । 9କ୍ରିସ୍ଟର ସେବାୟ୍ ଅଃମାର୍ ସଃଙ୍ଗ୍ କାମ୍ କଃରୁ ଉର୍ବାନ୍କେ ଆର୍ ମର୍ ଲାଡାର୍ ଆରିସ୍ତାକେ ଜୁଆର୍ ଜାଣାଉଆ । 10କ୍ରିସ୍ଟର୍ ବିସ୍ୱାସି ଆପେଲାକେ ଜୁଆର୍ ଜାଣାଉଆ । ଆରିସ୍ତବୁଲାର୍ କୁଟୁମାର୍ ଲକମଃନ୍କେ ଜୁଆର୍ ଜାଣାଉଆ । 11ମର୍ ସଃଙ୍ଗାର୍ ଜିଉଦି ହେରଦିଆକେ ଜୁଆର୍ ଜାଣାଉଆ । ନାର୍କିସାର୍ ଗଃରେ ଜୁୟ୍ ଲକ୍ମଃନ୍ ମାପ୍ରୁର୍ ତଃୟ୍ ଆଚ୍ତି ସେମଃନ୍କେ ଜୁଆର୍ ଜାଣାଉଆ ।
12ମାପ୍ରୁର୍ ସେବାକାମ୍ କଃରୁଲା କ୍ରୁପେଣା ଆର୍ କ୍ରୁପସ୍କେ ଜୁଆର୍ ଜାଣାଉଆ । ଲାଡାର୍ ପର୍ସିସ୍କେ ଜୁଆର୍ ଜାଣାଉଆ, ସେ ମାପ୍ରୁର୍ କାମେ ବେସି କାମ୍ କଃରିଆଚେ । 13୧୬:୧୩ ମାର୍କ ୧୫:୨୧.ମାପ୍ରୁର୍ ବାଚ୍ଲାର୍ ରୁପକେ ଆର୍ ତାର୍ ଆୟ୍ସିକ୍ ଜୁଆର୍ ଜାଣାଉଆ, ସେ ହେଁ ମର୍ ଆୟା ହର୍ । 14ଅସୁଙ୍କ୍ରିତ୍, ପ୍ଳେଗନ୍, ହର୍ମିସ୍, ପାତ୍ରବା, ହର୍ମାସ୍, ଆର୍ ସେମଃନାର୍ ସଃଙ୍ଗେ ରିଲା ବିସ୍ୱାସି ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଆ । 15ସେମଃନାର୍ ସଃଙ୍ଗେ ରେଉଁଲା ବାୟ୍ବେଣିମଃନ୍କେ, ପିଲଲଗ୍ ଆର୍ ଜୁଲିଆ, ନିରୁସ୍ ଆର୍ ତାର୍ ବେଣ୍ସି; ଆରେକ୍ ଅଲୁମ୍ପା ଆର୍ ସେମଃନାର୍ ସଃଙ୍ଗେ ରିଲା ସଃବୁ ସାଦୁମଃନ୍କେ ମର୍ ଜୁଆର୍ ଜାଣାଉଆ ।
16ପବିତ୍ର ଲାଡେ ସଃବ୍କେ ଜୁଆର୍ କଃରା । କ୍ରିସ୍ଟର୍ ସଃବୁ ମଣ୍ଡ୍ଳି ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
ସଃରାସଃରି କଃତା
17ଏ ବାୟ୍ବେଣିମଃନ୍, ତୁମିମଃନ୍ ଜୁୟ୍ ସିକ୍ୟା ହାୟ୍ ଆଚାସ୍, ସେତିର୍ ଉଲ୍ଟା ଜୁୟ୍ ଲକ୍ମଃନ୍ ବାଗ୍କଃରି ଆର୍ ବାଦା ଗଃଟାଉତି, ସେମଃନ୍କେ ଚିନିକଃରି ସେମଃନାର୍ ତଃୟ୍ହୁଣି ଅଃଲ୍ଗା ରେତାର୍ ଗିନେ ମୁୟ୍ଁ ତୁମିକେ ଗଃଉଆରି କଃରୁଲେ । 18ବଃଲେକ୍ ଇରଃକମ୍ ଲକ୍ମଃନ୍ ଅଃମାର୍ ମାପ୍ରୁ କ୍ରିସ୍ଟ ଜିସୁର୍ ସେବାକାରି ନାୟ୍, ମଃତର୍ ନିଜାର୍ ନିଜାର୍ ସେବାକାରି, ଆରେକ୍ ସୁନ୍ଦୁର୍ କଃତା କୟ୍ ସାଦାସିଦା ଲକ୍ମଃନାର୍ ମଃନ୍କେ ବୁଲ୍କାଉତି । 19ବଃଲେକ୍ ତୁମିମଃନାର୍ ନିକ ବେବାର୍ ସଃବୁ ଲକାର୍ ବିତ୍ରେ ଉର୍ଜି ଅୟ୍ଆଚେ; ତଃବେ ମୁୟ୍ଁ ତୁମାର୍ ଗିନେ ସଃର୍ଦା କଃରୁଲେ, ମଃତର୍ ତୁମିମଃନ୍ ଜଃନ୍କଃରି ସଃତ୍ କଃତାୟ୍ ଗିଆନି ଆର୍ ମିଚ୍ କଃତାୟ୍ ନିର୍ଦସି ଅଃଉଆ, ଇରି ମର୍ ଇଚା । 20ଆର୍ ସୁସ୍ତା ଦେତା ଇସ୍ୱର୍ ସୟ୍ତାନ୍କେ ବେଗି ତୁମିମଃନାର୍ ହାଦ୍ ତଃଳେ କଃରେଦ୍ । ଅଃମିମଃନାର୍ ମାପ୍ରୁ ଜିସୁକ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃଙ୍ଗେ ରେଅ ।
21୧୬:୨୧ ପେରି ୧୬:୧.ମର୍ ସଃଙ୍ଗ୍ କାମ୍କଃରୁ ତିମତି ଆର୍ ମର୍ ସଃଙ୍ଗାର୍ ଜିଉଦି ବାୟ୍ମଃନ୍ ଲୁକିୟ, ଜାସନ୍ ଆର୍ ସସିପାତ୍ର ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
22ମୁୟ୍ଁ ତର୍ତିୟ ପାଉଲ କୟ୍ଲା ହଃର୍କାରେ ଇ ଚିଟି ଲେକୁ ମାପ୍ରୁ ନାଉଁଏ ମୁୟ୍ଁ ତୁମିମଃନ୍କେ ଜୁଆର୍ ଜାଣାଉଁଲେ ।
23୧୬:୨୩ ପେରି ୧୯:୨୯; ୧ କର ୧:୧୪; ୨ ତିମ ୪:୨୦.ମର୍ ଆର୍ ସଃବୁ ମଣ୍ଡ୍ଳିମଃନାର୍ ବଲ୍ ମଃନ୍ଦ୍ ବୁଜୁ ଗାୟ, ଜାର୍ ଗଃରେ ପାର୍ତ୍ନା କଃରୁମଃନ୍ ଗଟ୍ତଃୟ୍ ରୁଣ୍ଡ୍ତି ଆର୍ ଇ ଗଃଳାର୍ ଡାବୁ ସଃଙ୍ଗାଉ ଏରାସ୍ଟ, ଆର୍ ବାୟ୍ କାର୍ତ ହେଁ ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ । 24ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃବ୍କାର୍ ସଃଙ୍ଗେ ରେଉଅ । ଆରେକ୍ 25ଆସା, ଇସ୍ୱର୍କେ ଜଃଜ୍ମାନ୍ କଃରୁଆଁ । ମୁୟ୍ଁ ପର୍ଚାର୍ କଃରୁଲା ଜିସୁ କ୍ରିସ୍ଟର୍ ବିସୟେ ନିକ କବୁର୍ ଆର୍ ଜୁଗ୍ ଜୁଗ୍ ଦଃରି ଗୁପ୍ତ୍ ଆଚ୍ତା ସଃତ୍ ହଃର୍କାରେ ତୁମିମଃନାର୍ ବିସ୍ୱାସ୍କେ ଅଃଟୁଆ ରଃକୁକେ ଇସ୍ୱରାର୍ ସଃକ୍ତି ଆଚେ ।
ସଃରାସଃରି ପାର୍ତ୍ନା
26ସେ ବିତ୍ରି କଃତାର୍ ସଃତ୍ ସଃବୁ ବାବ୍ବାଦିମଃନାର୍ ସାସ୍ତରେ ଜାଣାହଃଳି ଆଚେ ଆର୍ ସେରି ଅଃବେ ଆରୁମ୍ ଆର୍ ସେସ୍ ନୟ୍ଲାର୍ ମାପ୍ରୁ ଇସ୍ୱର୍ ଦଃୟ୍ ସବୁ ଜାତି ବିତ୍ରେ ପର୍ଚାର୍ ଅଃଉଁଲି । ଇତାର୍ ଗିନେ ସଃବୁ ଲକ୍ ବିସ୍ୱାସ୍ କଃରି ଇସ୍ୱରାର୍ ବଲ୍ ମାନୁ ଅଃଉଁ ହାର୍ତି ।
27ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଜୁଗେଜୁଗେ ସେ ଗଟେକ୍ ବଃଲି ଗ୍ୟାନି ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।