ପିଲିପୀୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପତ୍ର
ପିଲିପିୟର୍ ଲକ୍ମଃନ୍କେ ପେରିତ୍ ପାଉଲାର୍ ଚିଟି
ପିଲିପିୟ ଚିଟି ବିସୟେ ହଃଦେକ୍
ଜିସୁକ୍ରିସ୍ଟର୍ ଜଃଲମାର୍ ହାକାହାକି ୬୧ ବଃର୍ସ୍ ହଃଚେ ପାଉଲ୍ ପିଲିପି ମଣ୍ଡ୍ଳିର୍ ବିସ୍ୱାସି ମଃନ୍କେ ଇ ଚିଟି ଲେକି ରିଲା । ଅଃଉଁ ହାରେ ପାଉଲ୍ ରମ୍ ତଃୟ୍ ଜଃୟ୍ଲେ ରିଲାବଃଳ୍ ଇ ଚିଟି ଲେକିରିଲା ୧:୧୩ । ପିଲିପି ବଃସ୍ତି ବିତ୍ରେ ରିଲା ମଣ୍ଡ୍ଳିକେ ହଃକା ଇ ଚିଟି ଲେକା ଅୟ୍ରିଲି । ଅଃମି ପେରିତ୍ ପୁସ୍ତକେ ହେଁ କଃତେକ୍ ବିସୟ୍ ପିଲିପି ବଇ ବିସୟ୍ ଜାଣୁ ହାରୁଲୁ । ପିଲିପି ମାକିଦନିଆ ରାଇଜାର୍ ରାଜ୍ଦାନି ବଃସ୍ତି ରିଲି । ଇରି ମାକିଦନିଆର୍ ହଃର୍ତୁ ମଣ୍ଡ୍ଳି ରିଲି । ପାଉଲ ଆର୍ ସିଲା ମିସିକଃରି ଇ ମଣ୍ଡ୍ଳି ଆରୁମ୍ କଃରିରିଲାୟ୍ ଆର୍ ହେଁ ସେତି ରେତାବଃଳ୍ ଗଟେ ରାତିର୍ ଗିନେ ସେମଃନ୍କେ ଜଃୟ୍ଲେ ରଃକାଆୟ୍ରିଲି । ପେରି ୧୬ ।
ଅଃଉଁ ହାରେ ପାଉଲ ଇ ଚିଟି ଲେକ୍ତା ହାୟ୍ଁ କଃତିଗଟ୍ ଲଳାରିଲି । ସେ ଜଃୟ୍ଲେ ରିଲା କଃତା ସୁଣି ମଣ୍ଡ୍ଳିର୍ ଲକ୍ମଃନ୍ ଡାବୁ ଜଃମା କଃରି ହଃଟାୟ୍ ରିଲାର୍ ଗିନେ ମଣ୍ଡ୍ଳିକେ ଦନ୍ୟବାଦ୍ ଦେଉଁକେ ସେ ଚିଟି ଲେକୁଲା ୪:୧୦-୧୯ । ସେ ହେଁ ଜଃୟ୍ଲେ ରିଲା ଅବୁସ୍ତା ବିସୟେ ଲେକି ମଣ୍ଡ୍ଳିଏ ତିମତି ଆର୍ ଏପାପ୍ରଦିତକେ ହଟାଉଁଲା ବିସ୍ୱାସିମଃନ୍ ଜଃନ୍କଃରି ସେମଃନ୍କେ ମାୟ୍ନ୍ କଃରି ଜୁଆର୍ ଜାଣାଉତି ଆର୍ ସେମଃନ୍କେ ମାୟ୍ନ୍ କଃର୍ତି ୨:୧୯-୩୦ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପିଲିପି ମଣ୍ଡ୍ଳିକେ ପାଉଲାର୍ ଜୁଆର୍ ଜାଣାଉତାର୍ । ୧:୧-୨
୨. ପାଉଲାର୍ ଅବୁସ୍ତା ଆର୍ ତାର୍ ମଃନ୍ ବାବ୍ । ୧:୩–୨:୩୦
୩. ବିସ୍ୱାସି ମଃନ୍କେ ନିକ କ୍ରିସ୍ଟିଆନ୍ ଜିବନ୍ କାଟୁକେ ପାଉଲାର୍ ଉପଦେସ୍ । ୩:୧–୪:୯
୪. ପିଲିପି ମଣ୍ଡ୍ଳିର୍ ଦାନ୍ ଦିଲାର୍ ଗିନେ ପାଉଲାର୍ ଜୁଆର୍ ଆର୍ ଦନ୍ୟବାଦ୍ । ୪:୪-୨୩
1ପିଲିପିୟ ହାକ୍ ପେରିତ୍ ପାଉଲାର୍ ଚିଟି
1୧:୧ ପେରି ୧୬:୧୨.ପିଲିପି ମଣ୍ଡ୍ଳିର୍ ମୁଳିକାମଃନ୍କେ, ସାଦୁମଃନ୍କେ ଆର୍ ସଃବୁ କ୍ରିସ୍ଟ ବିସ୍ୱାସିମଃନ୍କେ କ୍ରିସ୍ଟ ଜିସୁର୍ ସେବାକାରି ପାଉଲ୍ ଆର୍ ତିମତିର୍ ଚିଟି ।
2ଅଃମାର୍ ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ ।
ପାଉଲାର୍ ପାର୍ତନା
3ମୁୟ୍ ତୁମିମଃନ୍କେ ଜଃତି ତର୍ ଏତାୟ୍ନ୍ଦ୍, ସଃତି ତର୍ ମର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ । 4ତୁମିମଃନାର୍ ସଃବାର୍ ଗିନେ ସଃବୁବଃଳ୍ ମୁୟ୍ଁ ସଃର୍ଦାଅୟ୍ ପାର୍ତନା କଃରି ଗଃଉଆରି କଃରୁଲେ 5ତୁମିମଃନାର୍ ହଃର୍ତୁମ୍ ଦିନ୍ ତଃୟ୍ ହୁଣି ଆଜି ହଃତେକ୍ ନିକ କବୁର୍ ବାଟ୍ୟା ତୁମିମଃନ୍ ଉହ୍କାର୍ କଃରି ଆସୁଲାସ୍; 6କାୟ୍ତାକ୍ବଃଲେକ୍ ଜେ ତୁମିମଃନାର୍ ମଃନ୍ବିତ୍ରେ ନିକ କାମ୍ କଃରି ଆଚ୍ତି, ସେ କ୍ରିସ୍ଟ ଜିସୁର୍ ଆସ୍ତା ଦିନ୍ ହଃତେକ୍ ସେରି ସାଦୁନ୍ କଃରି ସିଦ୍ କଃରେଦ୍, ଇରି ତ ମୁୟ୍ ଅଃଟୁଆ ବାବେ ବିସ୍ୱାସ୍ କଃରୁଲେ; 7ଆର୍ ତୁମିମଃନାର୍ ବିସୟେ ମର୍ ଇବାନ୍ୟା ବାବ୍ତା କଃତା, ତୁମିମଃନ୍ ସଃବୁ ମର୍ ବାନ୍ଦୁଣେ ଜଃନ୍କାର୍, ନିକ କବୁରାର୍ ବାଟ୍ୟା ଆର୍ ସେତାର୍ ଟିକ୍ ହଃର୍ମାଣ୍ କଃର୍ତାର୍ ସେବାନ୍ୟା ମର୍ ସଃଙ୍ଗ୍ ଦଃୟାର୍ ବାଗିଦାରି, ଇତାର୍ ଗିନେ ମୁୟ୍ ତୁମିମଃନ୍କ୍ ମଃନ୍ ବିତ୍ରେ ଦଃରିଆଚି । 8କାୟ୍ତାକ୍ବଃଲେକ୍ କ୍ରିସ୍ଟଜିସୁର୍ ହୁରା ଲାଡାର୍ ଦଃୟାୟ୍ ମୁୟ୍ଁ ତୁମିମଃନ୍କେ ସଃବ୍କେ ଦଃକୁକ୍ କଃଡେକ୍ ମଃନ୍କଃରୁଲେ, ମାପ୍ରୁ ଇ କଃତା ଜାଣୁଲା ।
9ଆର୍ ମର୍ ପାର୍ତ୍ନା ଇରି, ତୁମିମଃନାର୍ ଲାଡ୍, ଗିଆନ୍ ଆର୍ ସଃବୁ ନିକ ବୁଜ୍ତା ସଃକ୍ତିଏ ଜଃବର୍ ଅଃଉଆ, 10ଜଃନ୍କଃରି ତୁମିମଃନ୍କେ ଅଃଦିକ୍ ନିକ ବିସୟ୍ମଃନ୍ ସଃବୁ ମଃନ୍ କଃରୁ ହାରାସ୍, ସେ ତଃନ୍ ଅୟ୍ଲେକ୍ ତୁମିମଃନ୍ କ୍ରିସ୍ଟର୍ ଆସ୍ତାର୍ ଦିନେ ନିର୍ମୁଳ୍ ଆର୍ ଲିନ୍ଦା ନଃହାୟ୍ ରିଆସ୍ । 11ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣ୍ ଗିତ୍ ଗିନେ ତୁମିମଃନାର୍ ଜିବନ୍ ଜିସୁ କ୍ରିସ୍ଟର୍ ଦିଲାର୍ ସଃବୁ ଦଃର୍ମ୍ ଗୁଣେ ହୁରୁଣ୍ ଅଃଉଆସ୍ ।
କ୍ରିସ୍ଟର୍ ଗିନେ ମର୍ ଜିବନ୍
12ଏ ବାୟ୍ବେଣିମଃନ୍ ମର୍ ଗିନେ ଜାୟ୍ ଜାୟ୍ରି ଗଃଟିଆଚେ ସେରି ସଃବୁ ତ ନିକ କବୁର୍ ବାଡୁକେ ଅୟ୍ଆଚେ ଇରି ତୁମିମଃନ୍କେ ଜାଣାଉଁକେ ମୁୟ୍ ମଃନ୍କଃରୁଲେ; 13୧:୧୩ ପେରି ୨୮:୩୦.ଜୁୟ୍ତାର୍ ଗିନେ ମକେ ବାନ୍ଦୁଣେ ବାନ୍ଦା ଜାୟ୍ଆଚେ ଇରି କ୍ରିସ୍ଟର୍ ଗିନେ, ରଃଜାର୍ କୁଆଳ୍ ବିତ୍ରାର୍ ସଃବୁ ସଃଇନ୍ ଦଃଳ୍ ଆର୍ ବିନ୍ବିନ୍ ସଃବ୍କାର୍ ତଃୟ୍ ଜାଣାହଃଳ୍ଲି । 14ଆରେକ୍ ହେଁ ଅଃଦିକ୍ ବାୟ୍ବେଣିମଃନ୍ ମର୍ ବାନ୍ଦୁଣ୍ ତଃୟ୍ ହୁଣି ମାପ୍ରୁର୍ ତଃୟ୍ ଆସା କଃରି ନଃଡିରିକଃରି ଇସ୍ୱରାର୍ କଃତା କଃଉଁକେ ବେସି ସାସ୍ କଃରି ଆଚ୍ତି ।
15କେକେ ଅଃକାର୍ ଆର୍ ଲାଗାଜଳା ଅୟ୍ କ୍ରିସ୍ଟକେ ପର୍ଚାର୍ କଃରୁଲାୟ୍ ସଃତ୍ ମଃତର୍ ଆର୍ କେକେ ସଃତ୍କଃରି ସେରି କଃରୁଲାୟ୍ । 16ମୁୟ୍ ନିକ କବୁରାର୍ ବାଟ୍ୟା ଅୟ୍ କଃଉଁକେ ମକେ କୁଦାଜାୟ୍ ଆଚେ, ଇରି ଜାଣି ଜାଣି ଲାଡେ କଃରୁଲେ । 17ମଃତର୍ ବିନ୍ ଲକ୍ମଃନ୍ କୁଟ୍ବାବେ ନିଜାର୍ ଲାବ୍ ହାୟ୍ଁ କ୍ରିସ୍ଟକେ ପର୍ଚାର୍ କଃରୁଲାୟ୍ । ମୁଁୟ୍ ଜଃଇଲ୍ ଗଃରେ ରିଲା ବଃଳ୍ ମର୍ ମଃନେ ଅଃଦିକ୍ ଦୁକ୍ ଦେଉଁକେ ସେମଃନ୍ ସିକ୍ଳି ସଃଙ୍ଗ୍ ବାନ୍ଦୁଲାୟ୍ ।
18ସେତାକ୍ କୁଟ୍ମଃନେ ଅଃଉଅ କି ସଃତ୍ମଃନେ ଅଃଉଅ, ଜଃନ୍କଃରିହେଁ ଅଃଉଅ, କ୍ରିସ୍ଟ ପର୍ଚାର୍ ଅଃଉଁଲା, ଇତାକ୍ ମୁୟ୍ଁ ସଃର୍ଦା ଅଃଉଁଲେ ହେଁ ସଃର୍ଦା କଃରିନ୍ଦ୍ । 19କାୟ୍ତାକ୍ବଃଲେକ୍ ମୁୟ୍ଁ ଜାଣି, ତୁମିମଃନାର୍ ପାର୍ତନା ଆର୍ ଜିସୁ କ୍ରିସ୍ଟର୍ ଆତ୍ମାର୍ ଉହ୍କାରେ ଇ ସଃବୁ ମର୍ ମୁକ୍ତିର୍ ହାଁୟ୍ ନିକ ଅୟ୍ଦ୍ । 20ଇ କଃତାୟ୍ ମର୍ ଗଟେକ୍ ଆସା ଆର୍ ବଃର୍ସା ଆଚେ, ମୁୟ୍ଁ କାୟ୍ କଃତାୟ୍ ହେଁ ଲାଜ୍ ନଃୟ୍, ମଃତର୍ ସଃବୁବଃଳ୍ ଜଃନ୍କଃରି, ଅଃବେ ହେଁ ସେନ୍କଃରି ବଃଡେ ସାସ୍ କଃରି ଜିବନେ ଅଃଉଅ ମଃର୍ନେ ଅଃଉଅ, କ୍ରିସ୍ଟକେ ମର୍ ଗଃଗାଳେ ଜଃଜ୍ମାନ୍ କଃରିନ୍ଦ୍ । 21ସଃତ୍କଃରି ମର୍ ଜିବନେ ବାଚ୍ଲାବଃଳ୍ କ୍ରିସ୍ଟ ହଃକା ହଃର୍ତୁ, ତଃବେ ମର୍ଗିନେ ମଃର୍ନ୍ବୟ୍ଗ୍ ଲାବାର୍କଃତା । 22ମଃତର୍ ଜଦି ଗଃଗାଳେ ବାଚି ରଃୟ୍ ମୁଁୟ୍ ଅଃଦିକ୍ ନିକ କାମ୍ କଃରୁ ହାରିନ୍ଦ୍, ତଃବେ ଜିବନ୍ କି ମଃର୍ନ୍ କାକେ ବାଚିନ୍ଦ୍, ଇରି ମୁଁୟ୍ ଜାଣୁ ନଃହାରୁଲେ । 23ମୁୟ୍ଁ ଜଳେକ୍ କଃତାୟ୍ ବଃଡେ ଜଃଞ୍ଜାଳେ ହଃଳିଆଚି, ଇ ହୁରେ ହୁଣି ଜାୟ୍କଃରି କ୍ରିସ୍ଟର୍ ସଃଙ୍ଗ୍ ରେଉଁକେ ମର୍ ମଃନ୍, କାୟ୍ତାକ୍ବଃଲେକ୍ ସେରି ବଃଡେ ଲାବ୍ । 24ମଃତର୍ ତୁମାର୍ ଗିନେ ମୁୟ୍ଁ ଗଃଗାଳେ ବାଚି ରେତାର୍ ନିକ । 25ମୁୟ୍ଁ ନିକକଃରି ଇରି ଜାଣି ଆଚି, ମୁୟ୍ଁ ରଃୟ୍ନ୍ଦ୍, ହେଁ, ବିସ୍ୱାସେ ତୁମିମଃନାର୍ ଜଃବର୍ ଅଃଉତାର୍ ଆର୍ ସଃର୍ଦାର୍ ଗିନେ ତୁମାର୍ ସଃବୁଲକାର୍ ସଃଙ୍ଗ୍ ରଃୟ୍ଁନ୍ଦ୍ 26ଜଃନ୍କଃରି ତୁମିମଃନାର୍ ବିତ୍ରେ ମର୍ ଆରେକ୍ ରେତାର୍ ଗିନେ ମର୍ଗିନେ କ୍ରିସ୍ଟର୍ ତଃୟ୍ ମିସି ତୁମିମଃନାର୍ ଗଃର୍ବ ଅଃଦିକ୍ ଅଃଉଁ ହାରେଦ୍ ।
27ମର୍ ଇରି ଗଟେକ୍ ମଃନ୍, କ୍ରିସ୍ଟର୍ ନିକ କବୁରେ ଜୟ୍ଗ୍ ଲକ୍ ହର୍ ବେବାର୍ କଃରା, ଜଃନ୍କଃରି ମୁୟ୍ଁ ଆସି ତୁମିମଃନ୍କେ ଦଃକ୍ଲେକ୍ କି ନଃରେୟ୍କଃରିହେଁ ତୁମିମଃନାର୍ ବିସୟେ ସୁଣ୍ଲେକ୍ ଜାଣୁହାରି, ତୁମିମଃନ୍କେ ଗଟେକ୍ ଆତ୍ମାୟ୍ ତିର୍ ରଃୟ୍ ନିକ କବୁରାର୍ ବିସ୍ୱାସାର୍ ଗିନେ ଏକ୍ମଃନେ ଅଃକା ସଃଙ୍ଗ୍ ଚେସ୍ଟା କଃରୁଲାସ୍ । 28ଆରେକ୍ କାୟ୍ହେଁ ବିସୟେ ବିରଦି ମଃନ୍କାର୍ ଗିନେ ଡିରା ନାୟ୍; ସେରି ସେମଃନାର୍ ଗିନେ ନାସ୍ ଅଃଉତାର୍, ମଃତର୍ ତୁମାର୍ ମୁକ୍ତି ଅଃଉତାର୍ ଇସ୍ୱର୍ ଦିଲାର୍ ଗଟ୍ ଚିନ୍, 29କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ତଃୟ୍ ହଃକା ବିସ୍ୱାସ୍ କଃରୁକେ ତୁମିମଃନ୍କେ ଦଃୟା କଃରା ଅୟ୍ଆଚେ ସେରି ନାୟ୍, ମଃତର୍ ତାର୍ ଗିନେ ଦୁକ୍ବୟ୍ଗ୍ ହେଁ କଃରୁକେ ତୁମିମଃନକେ ଦଃୟା କଃରା ଅୟ୍ଆଚେ । 30୧:୩୦ ପେରି ୧୬:୧୯-୪୦.ଆର୍ ମକେ ଜଃନ୍କଃରି ଜୁଜ୍ କଃର୍ତାର୍ ଦଃକି ରିଲାସ୍, ଆରେକ୍ ଅଃବେ କଃରୁଲେ ବଃଲି ସୁଣୁଲାସ୍ ତୁମିମଃନ୍ ସେରଃକମ୍ ଜୁଜ୍ କଃରୁଲାସ୍ ।
2କ୍ରିସ୍ଟର୍ ଦିର୍ଗୁଣ୍
1କ୍ରିସ୍ଟର୍ ଆତ୍ମା ସଃଙ୍ଗ୍ ମିସିରିଲାକେ ତୁମିମଃନ୍ ଜିବନେ ସଃକ୍ତି ହାୟ୍ ଆଚାସ୍ ଆର୍ ତୁମାର୍ ଲାଡ୍ ତୁମିମଃନ୍କେ ଦୁକ୍ ହାସ୍ରାଉଁଲି । 2ତଃନ୍ଅଲେ ତୁମିମଃନ୍ ଗଟେକ୍ ମଃନେ ଗଟେକ୍ ଲାଡେ, ଏକ୍ ମଃନ୍ ଆର୍ ଏକ୍ ବାବ୍ନାକାରି ଅୟ୍ ମର୍ ସଃର୍ଦା ହୁରା କଃରା 3ନିଜାର୍ ଲାବ୍ ହାଁୟ୍ କି ନିଜ୍କେ ଦଃକାୟ୍ ଅଃଉଁକେ କାୟ୍ କାମ୍ କଃରା ନାୟ୍, ମଃତର୍ ତଃଳେହଃଳି ହଃତିଲକ୍ ବିନ୍ଲକେ ନିଜାର୍ ତଃୟ୍ହୁଣି ବଃଡ୍ ମଃନେ କଃରା । 4ହଃତି ଲକ୍ ଅଃହ୍ଣାର୍ କଃତାୟ୍ ହଃକା ଦିଆନ୍ ନଃଦେୟ୍ ବିନ୍ ଲକାର୍ କଃତା ହେଁ ଦିଆନ୍ ଦେଅ । 5କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
6ସେ ଇସ୍ୱର୍ ଅୟ୍ ହେଁ ଇସ୍ୱର୍ ସଃଙ୍ଗ୍ ସଃମାନ୍ ରେଉଁକେ
ନିଜାର୍ ହାୟ୍ଁ ଦଃରିରେତା କଃତା ବଃଲି ନଃବାବ୍ଲା,
7ମଃତର୍ ନିଜାର୍ ଇଚା ହଃର୍କାରେ
ସଃବୁ ଚାଡିକଃରି ମାନାୟ ହର୍ ଗତିଦଃଙ୍ଗ୍ଳା ଅୟ୍
ଅଃହ୍ଣାକ୍ ମଲ୍ ଗଃଣିତା ନଃକେଲା ।
8ଆରେକ୍ କ୍ରୁସେ ମଃର୍ତା ହଃତେକ୍ ହେଁ,
ମାୟ୍ନ୍କାରି ଅୟ୍କଃରି ଅଃହ୍ଣାକ୍ ସାନ୍ କଃଲା ।
9ଇତାର୍ ଗିନେ ଇସ୍ୱର୍ ତାକେ ସଃବ୍କେ ଅଃଦିକ୍ ବଃଡ୍ କଃରି ଆଚେ,
ଆରେକ୍ ସଃବ୍କାର୍ ନାଉଁ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉଁ ଦିଲା ଆଚେ,
10ଜଃନ୍କଃରି ସଃର୍ଗ୍, ମଃୟ୍ଚ୍,
ଆର୍ ହଃତାଳେ ରିଲା ହଃତି ଲକ୍
ଜିସୁର୍ ନାଉଁଏ ମୁଣ୍ଡିଆ ମାର୍ତି,
11ଆରେକ୍, ଉବା ଇସ୍ୱରାର୍ ଜଃଜ୍ମାନାର୍ ଗିନେ
ହଃତି ଜିବ୍ ଜିସୁ କ୍ରିସ୍ଟ ମାପ୍ରୁ ବଃଲି କୟ୍ଦ୍ ।
ହୁର୍ତିବିଏ ଉଜାଳ୍ ହର୍ ଅଃଉଆ
12ବଃଲେକ୍ ଏ ମର୍ ଲାଡାର୍ମଃନ୍, ଜଃନ୍କଃରି ତୁମିମଃନ୍ ସଃବୁ ବଃଳ୍ ମର୍ କଃତାମାନି ଆଚାସ୍, ମୁୟ୍ଁ ରିଲା ବଃଳ୍ କଃଲା ହର୍ ନୟ୍, ମଃତର୍ ଅଃବେ ମୁୟ୍ଁ ନୟ୍ଲା ବଃଳ୍ ହେଁ ଅଃଦିକ୍ ବିସ୍ୱାସେ ମର୍ କଃତା ମାନ୍ତାର୍ ଲଳା । ଆର୍ ତୁମାର୍ ମୁକ୍ତି ଅଃଉତାର୍ ଜଃନ୍କଃରି ହୁରା ଅୟ୍ଦ୍ ସେତାକ୍ ଡିରି କଃରି କାମ୍ କଃରା 13କାୟ୍ତାକ୍ବଃଲେକ୍ ତୁମିମଃନ୍କେ ଇସ୍ୱରାର୍ ଇଚା ସାଦୁନ୍ କଃରୁକେ ମଃନ୍ କଃରୁକେ ଆର୍ ଜୟ୍ଗ୍ କଃରୁକେ ନିଜେ ତୁମାର୍ ବିତ୍ରେ କାମ୍ କଃରେଦ୍ ।
14ବିରଦ୍ ଆର୍ ଗାଣେଞ୍ଜ୍ କଃତା କାଟାକାଟି ନଃୟ୍କଃରି ସଃବୁ କାମ୍ କଃରା । 15ଜଃନ୍କଃରି ତୁମିମଃନ୍ ନିର୍ଦସି ଆର୍ ନିର୍ମୁଳ୍ ଅୟ୍ ଇ କଃରାବ୍ ବିନ୍ବାଟ୍ ଜାତା ବଃଉଁସ୍ ବିତ୍ରେ ଇସ୍ୱରାର୍ ଲିନ୍ଦା ନଃହାୟ୍ଲା ହିଲାମଃନ୍ ଅଃଉଆ, ସେମଃନାର୍ ବିତ୍ରେ ତୁମିମଃନ୍କେ ଜିବନାର୍ ବାକ୍ୟ ଦଃରି ଜଃଗତେ ଉଜାଳ୍ ହର୍ ଜାଣା ହଃଳୁଲାସ୍ । 16ବିନ୍ ଲକାର୍ ତଃୟ୍ ଜିବନ୍ କଃତା ପର୍ଚାର୍ କଃର୍ତା ବଃଳ୍ ତୁମି ଅଃଗାସ୍କେ ଉଜାଳ୍ କଃର୍ତାର୍ ତାରା ମଃନାର୍ ହର୍ ଉଜାଳ୍ ଅଃଉଆ । ତୁମିମଃନ୍ ଜଦି ଇରଃକମ୍ ଅଃଉଆସ୍ କ୍ରିସ୍ଟ ଆସ୍ତା ଦିନ୍ ତୁମିମଃନାର୍ ବିସୟେ ମୁୟ୍ଁ ଗଃର୍ବ୍ କଃରୁ ହାରି କାୟ୍ତାକ୍ବଃଲେକ୍ ଇତି ଜାଣା ହଃଳେଦ୍ ମର୍ ସଃବୁ ଚେସ୍ଟା ଆର୍ କାମ୍ ହଲ୍ୟା ନାୟ୍ ।
17ଇସ୍ୱରାର୍ ସେବାକାମେ ତୁମାର୍ ବିସ୍ୱାସ୍ ତୁମିମଃନ୍ ଗଟ୍ ହୁଜାହର୍ ସେବା କଃରୁକେ ମଃନ୍ ବିତ୍ରେ ଆସେଦ୍ । ଆର୍ ଜଦି ମର୍ ବଃନି ତୁମିମଃନାର୍ ବିସ୍ୱାସାର୍ ସେବାୟ୍ ସୁର୍ତା ହୁଜାକଃଲାର୍ ହର୍ ରଃକାୟ୍ ଅଃଉଁଲି, ତଃନ୍ଅଲେକ୍ ମୁୟ୍ଁ ସଃର୍ଦା କଃରୁଲେ ଆର୍ ତୁମାର୍ ସଃବୁଲକାର୍ ସଃଙ୍ଗ୍ ସଃର୍ଦା କଃରୁଲେ । 18ଆର୍ ସେରଃକମ୍ ତୁମିମଃନ୍ ହେଁ ସଃର୍ଦା କଃରା ଆର୍ ସେ ସଃର୍ଦାୟ୍ ମକ୍ ମିସାଉଆ ।
ତିମତି ଆର୍ ଏପାପ୍ରଦିତ୍
19ମଃତର୍ ମୁୟ୍ଁ ତୁମିମଃନାର୍ ହାକ୍ ତିମତିକେ ବେଗି ହଃଟାୟ୍ନ୍ଦ୍ ବଃଲି ମାପ୍ରୁ ଜିସୁର୍ ତଃୟ୍ ଆସା କଃରୁଲେ, ଜଃନ୍କଃରି ତୁମିମଃନାର୍ ଅବୁସ୍ତା ଜାଣି ମୁଁୟ୍ ହେଁ ସାସ୍ କଃରିନ୍ଦ୍ । 20କାୟ୍ତାକ୍ବଃଲେକ୍ ତାର୍ ମଃନ୍ ବାବ୍ ମର୍ ହର୍ ଆଚେ ଆର୍ ସେ ସଃତ୍କଃରି ତୁମାର୍ ହାୟ୍ ଦିଆନ୍ ଦେଉଁଲା । 21ବଃଲେକ୍ ସଃବୁଲକ୍ ଜିସୁ କ୍ରିସ୍ଟର୍ ବିସୟ୍ ଚେସ୍ଟା ନଃକେରି ନିଜାର୍ ଲାବ୍ ଚେସ୍ଟା କଃର୍ତି । 22ତିମତି ତ ପରିକ୍ୟା ଜିତ୍ଲା ଲକ୍, ଇରି ତୁମିମଃନ୍ ଜାଣାସ୍; ହୟ୍ସି ଉବାସିର୍ ସେବା କଃଲାହର୍ ସେ ତ ନିକ କବୁରାର୍ କାମେ ମର୍ ସଃଙ୍ଗ୍ ସେବା କଃରିରିଲା । 23ବଃଲେକ୍ ମକେ କାୟ୍ରି ଗଃଟେଦ୍, ସେରି ଜାଣୁକେ ତାକେ ତର୍ହାକ୍ ହଃଟାୟ୍ନ୍ଦ୍ ବଃଲି ଆସା କଃରୁଲେ । 24ମଃତର୍ ମୁୟ୍ଁ ମାପ୍ରୁର୍ ତଃୟ୍ ସଃତ୍ କଃରୁଲେ ମୁୟ୍ଁ ନିଜେ ହେଁ ତୁମାର୍ ହାକ୍ ବେଗି ଆସିନ୍ଦ୍ ।
25ମଃତର୍ ମର୍ ବାୟ୍, ସଃଙ୍ଗ୍ଉଆଳି ସଃମାନ୍ ସଃଇନ୍ ଆର୍ ମର୍ ଅକେଟ୍ ଦୁର୍କାରି ତୁମିମଃନାର୍ ହଃଟାୟ୍ଲାର୍ ପେରିତ୍ ଆର୍ ସେବାକାରି ଏପାପ୍ରଦିତକେ ତୁମିମଃନାର୍ ହାକ୍ ହଃଟାଉଁକେ ମଃନେ ବାବୁଲେ । 26କାୟ୍ତାକ୍ବଃଲେକ୍ ସେ ତୁମିମଃନ୍କେ ଦଃକୁକେ ବଃଡେମଃନ୍, ଆର୍ ସେ ମଃଳୁହଃଳି ଆଚେ ବଃଲି ତୁମିମଃନ୍ ସୁଣି ରିଲାକେ ତାର୍ ବଃଡେ ଦୁକ୍; 27ହେଁ, ସେ ମଃଲା ହର୍ ରିଲା, ମଃତର୍ ତାକେ ଇସ୍ୱର୍ ଦଃୟା କଃଲା, ଆର୍ ତାକେ ହଃକା ନାୟ୍, ମଃତର୍ ଜଃନ୍ ମର୍ ଉହ୍ରେ ହେଁ ଦୁକାର୍ ଉହ୍ରେ ଦୁକ୍ ନଃଗେଟେ ଇତାର୍ ଗିନେ ହେଁ ମକେ ଦଃୟା କଃଲା 28ସେତାକ୍ ତୁମିମଃନ୍କେ ଜଃନ୍କଃରି ଆରେକ୍ ଗଟ୍ତର୍ ଦଃକି ସଃର୍ଦା ଆର୍ ମର୍ ଦୁକା ଜଃନ୍କଃରି ଉଣା ଅୟ୍ଦ୍ ଇତାର୍ ଗିନେ ତାକେ ମୁୟ୍ଁ ହଃଟାଉଁକେ ଅଃଦିକ୍ ମଃନ୍କଃରୁଲେ । 29ତଃବେ ମାପ୍ରୁର୍ ଗିନେ ଗଟେକ୍ କ୍ରିସ୍ଟ ବିସ୍ୱାସି ବାୟ୍ ହଃର୍କାରେ ତୁମିମଃନ୍ ତାକେ ସଃର୍ଦାୟ୍ ଦଃରା, ଆର୍ ଇରଃକମ୍ ଗୁଣ୍ବାନ୍ ଲକେ ମାୟ୍ନ୍ କଃରା । 30କାୟ୍ତାକ୍ବଃଲେକ୍ ମର୍ ହାଁୟ୍ ତୁମିମଃନ୍ ଜୁୟ୍ ଉହ୍କାର୍ ଦେଉଁ ନାହାର୍ଲାର୍ କ୍ରିସ୍ଟର୍ କାମାର୍ ସିଦ୍ ହାୟ୍ ନିଜାର୍ ଜିବନ୍କେ ବିପ୍ତିଏ ହଃକାୟ୍ ମଃର୍ନ୍ ମୁଏଁ ହଃଳ୍ଲା ।
3ସଃତ୍ ଦଃର୍ମ୍
1ସଃରାସଃରି, ଏ ମର୍ ବାୟ୍ବେଣିମଃନ୍, ମାପ୍ରୁର୍ ତଃୟ୍ ସଃର୍ଦା କଃରା । ଗଟେରଃକମ୍ କଃତା ତୁମାର୍ ହାକ୍ ତର୍କେତର୍ ଲେକି ଲାଗୁକେ ମର୍ ହାଁୟ୍ କଃସ୍ଟ୍ ନାୟ୍, ମଃତର୍ ସେରିମଃନ୍ ତୁମାର୍ ହାୟ୍ ନିକ । 2କଃରାବ୍ କାମ୍ କଃରୁ ମଃନାର୍ ତଃୟ୍ ହୁଣି, ସୁନତ୍ ବିଦି ମାନୁକେ ଜିଦ୍ ଦଃର୍ତାର୍ ଲକ୍ମଃନାର୍ ତଃୟ୍ ହୁଣି ଜାଗ୍ରତ୍; ଇରଃକମ୍ କୁକୁର୍ମଃନାର୍ ତଃୟ୍ହୁଣି ଜାଗ୍ରତ୍ 3କାୟ୍ତାକ୍ବଃଲେକ୍ ଅଃମିମଃନ୍ ସଃତ୍କଃରି ସୁନତ୍ ହାୟ୍ ଆଚୁ, ଅଃମିମଃନ୍ ଇସ୍ୱରାର୍ ଆତ୍ମାୟ୍ ହୁଜା କଃରୁଲୁ, ଆରେକ୍ ତିରିବିଦି ବିସୟ୍ ଉହ୍ରେ ବଃର୍ସା ନଃକେରି କ୍ରିସ୍ଟ ଜିସୁର୍ଟାଣେ ଗଃର୍ବ୍ କଃରୁଲୁ । 4ମୁୟ୍ଁ ତ ସଂସାରାର୍ ବିସୟ୍ ଉହ୍ରେ ହେଁ ବଃର୍ସା କଃରୁ ହାର୍ଲେହୁଣି; ଜଦି ବିନ୍ଲକ୍ କେ ସଂସାରାର୍ କଃତା ଉହ୍ରେ ବଃର୍ସା କଃରୁହାରେ ବଃଲି ବାବେଦ୍ ତଃବେ ମୁୟ୍ଁ ଅଃଦିକ୍ କଃରୁହାରି । 5୩:୫ ରମି ୧୧:୧; ପେରି ୨୩:୬; ୨୬:୫.ମୁୟ୍ଁ ଆଟ୍ଦିନ୍ ଅୟ୍ଲାକ୍ ସୁନତ୍ ହାୟ୍ଆଚି, ଇସ୍ରାଏଲ୍ ବଃଉଁସେ ଜଃଲମ୍ ଅୟ୍ ଆଚି, ବିନ୍ୟାମିନ୍ କୁଟୁମାର୍, ଏବ୍ରିୟ ବଃନିଏ ଜାତ୍ ଗଟ୍ ଏବ୍ରିୟ, ମସାର୍ ବିଦିମାନୁ ହଃର୍କାରେ ଗଟ୍ ପାରୁସି, 6୩:୬ ପେରି ୮:୩; ୨୨:୪; ୨୬:୯-୧୧.ସଃବୁବାଟ୍ ଅଃଦିକ୍ ଉଦ୍ଜଗି ହିସାବେ ମଣ୍ଡ୍ଳିର୍ ଗଟ୍ ତାଳ୍ନା କାରି, ଆର୍ ବିଦି ମାନି ଦଃର୍ମି କଃତାୟ୍ ନିର୍ଦସି ଡିସ୍ତିରିଲେ । 7ମଃତର୍ ଜାୟ୍ରିସଃବୁ ମର୍ ହାୟ୍ଁ ଲାବ୍ ରିଲି, ସେରି ସଃବୁ କ୍ରିସ୍ଟର୍ ହାଁୟ୍ ଲାବ୍ ନୟ୍ଲାର୍ ବଃଲି ମଃନେ କଃରୁଲେ । 8ସଃତେକ୍ସେ ନୟ୍ ମୁୟ୍ଁ ମର୍ ମାପ୍ରୁ କ୍ରିସ୍ଟ ଜିସୁକେ ଜାଣ୍ଲାର୍ ଗିନେ ଜୁୟ୍ ଦଃନ୍ ଲାବ୍ କଃରି ଆଚି, ତାର୍ ତଃୟ୍ହୁଣି ବିନ୍ ସଃବୁ ବିସୟ୍କେ ମୁୟ୍ଁ ଅଃବେ ଅଃସାର୍ ବଃଲି ଗଃଣ୍ତି କଃରୁଲେ; ତାର୍ ହାୟ୍ ମୁୟ୍ଁ ସଃବୁ ଚାଡିଆଚି । ଜଃନ୍କଃରି କ୍ରିସ୍ଟକେ ହାଉଁକେ ହାରି । 9ଆର୍ ତାର୍ ସଃଙ୍ଗ୍ ହୁର୍ନ୍ବାବେ ମିସ୍ତାର୍ ଗିନେ ବିନ୍ ସଃବୁ ବିସୟ୍କେ କଃଉ ବଃଲି ଗଃଣ୍ତି କଃରୁଲେ । ଆରେକ୍, ମସାର୍ ବିଦି ମାନ୍ତାର୍ ଗିନେ ନିଜାର୍ ଦଃର୍ମ ନଃହାୟ୍ କଃରି କ୍ରିସ୍ଟକେ ବିସ୍ୱାସ୍ କଃଲାକ୍ ଇସ୍ୱର୍ ଦିଲା ବିସ୍ୱାସ୍ ମୁଳେ ଦଃର୍ମ୍ ହାୟ୍ଦ୍, 10ଅଃବେ ମର୍ ଗଟେକ୍ ମଃନ୍ ମୁୟ୍ଁ ଜଃନ୍କଃରି କ୍ରିସ୍ଟକେ ଜାଣିନ୍ଦ୍ ଆର୍ ତାର୍ ସେ ମଃରି ଉଟ୍ଲା ସଃକ୍ତି ମଃନେ ଏତାୟ୍ ତାର୍ ଦୁକ୍ବଗାର୍ ସଃମାନ୍ ଦୁକ୍ ମଃନେ ଏତାୟ୍ ମଃର୍ନେ ହେଁ ତାର୍ ହର୍ ଅୟ୍ଦ୍, 11ଆରେକ୍ କଃନ୍କଃରି ହେଁ ମଃଲା ଲକାର୍ ବିତ୍ରେହୁଣି ଆରେକ୍ ଉଟ୍ତାର୍ ହାଉଁହାରି ।
ଟିକ୍ ଟାଣେ ହଚ୍ତା ହଃତେକ୍ ଦଃବୁଳ୍ତାର୍
12ମୁୟ୍ଁ ଜେ ଅଃବେ ସେ ସଃବୁ ହାୟ୍ଆଚି କି ସିଦ୍ ଅୟ୍ ଆଚି, ସେରି ନାୟ୍, ମଃତର୍ କ୍ରିସ୍ଟ ଜିସୁ ମକ୍ କୁଦି ରିଲାକେ ସେତାର୍ ଇନାମ୍ ହାଉଁକେ ଦଃବ୍ଳୁଲେ । 13ଏ ବାୟ୍ମଃନ୍ ହଃଚାର୍ କଃତା ସଃବୁ ମଃନେହୁଣି ଦୁର୍ କଃରି ଆଗ୍ବାଟାର୍ ବିସୟ୍ମଃନ୍ ମଃନେ ଦଃରି କ୍ରିସ୍ଟ ଜିସୁର୍ତଃୟ୍ ଇସ୍ୱରାର୍ ସଃର୍ଗେ କୁଦ୍ଲାର୍ ହାଣ୍ ହାଉଁକ୍ ସଃରାସଃରି ହଃତେକ୍ ଦଃବ୍ଳୁଲେ 14ମୁୟ୍ଁ ସଃଳ୍କେ ସଃନ୍ଦିଏ ହଚୁକେ ଦଃବ୍ଳୁଲେ ପୁରିସ୍କାର୍ ହାୟ୍ନ୍ଦ୍ ବଃଲି ଜୁୟ୍ତାର୍ ଗିନେ ମକେ ଇସ୍ୱର୍ ଜିସୁ କ୍ରିସ୍ଟର୍ ଦଃୟ୍ ଜିବନେ କଃରି ଆଚେ ।
15ତଃବେ, ଆସା, ଅଃମିମଃନ୍ ଜଃତିଲକ୍ ସିଦ୍, ଇହଃର୍କାର୍ ମଃନ୍ବାବ୍ ଦଃରୁଆଁ, ଆର୍ ଜଦି କାୟ୍ ବିସୟେ ତୁମିମଃନାର୍ ମଃନ୍ବାବ୍ ବିନ୍ ରଃକମ୍ ରିଲେକ୍, ତଃବେ ଇରି ହେଁ ଇସ୍ୱର୍ ତୁମିମଃନାର୍ ତଃୟ୍ ଜାଣାୟ୍ଦ୍ ।
16ଅଃମିମଃନ୍ ଜଃତେକ୍ ହଃତେକ୍ ଆଗେ ଜାୟ୍ଆଚୁ, ସେ ହଃର୍କାରେ ଜିବନ୍ କାଟୁଆଁ ।
17୩:୧୭ ୧ କର ୪:୧୬; ୧୧:୧.ଏ ବାୟ୍ବେଣିମଃନ୍, ତୁମିମଃନ୍ ଗଟେତଃୟ୍ ଅୟ୍ ମର୍ ହଃଚେ ଆସା, ଆର୍ ଅଃମିମଃନାର୍ ତଃୟ୍ ଜୁୟ୍ ନିକ ଗୁଣ୍ ଦଃକୁଲାସ୍, ଜୁୟ୍ ଲକ୍ମଃନ୍ ସେରଃକମ୍ ଜିବନ୍ କାଟୁଲାୟ୍ ସେମଃନ୍କେ ଦଃକା । 18କାୟ୍ତାକ୍ବଃଲେକ୍ ଇ ହର୍ ଗାଦାଲକ୍ ଆଚ୍ତି, ଜୁୟ୍ମଃନାର୍ ବେବାର୍ ତୁମିମଃନ୍କେ ତର୍କେତର୍ କୟ୍ଆଚି, ଆର୍ ଅଃବେ ହେଁ କାନ୍ଦିକାନ୍ଦି କଃଉଁଲେ, ସେମଃନ୍ କ୍ରିସ୍ଟର୍ ବିରଦି । 19ସେମଃନାର୍ ଦଃସା ନାସ୍ ଅୟ୍ଦ୍, ହେଟ୍ ସେମଃନାର୍ ଦେବ୍ତା, ସେମଃନ୍ ନିଜାର୍ ନିଜାର୍ ଲାଜ୍ କଃତାକ୍ ଜଃଜ୍ମାନାର୍ କଃତା ବଃଲି ମଃନେ କଃର୍ତି, ଆର୍ ଜଃଗତାର୍ ବିସୟ୍ମଃନ୍କେ ମଃନ୍ ଦଃୟ୍ଆଚ୍ତି । 20ଅଃମିମଃନ୍ ତ ସଃର୍ଗାର୍ ହଃର୍ଜା, ସେ ଟାଣେହୁଣି ହେଁ ଅଃମିମଃନ୍ ମୁକ୍ତିକାରି ମାପ୍ରୁ ଜିସୁ କ୍ରିସ୍ଟର୍ ଆସ୍ତାର୍ ଜାଗୁଲୁ; 21ସେ ଅଃହ୍ଣାର୍ ସଃକ୍ତିର୍ ସଃଙ୍ଗ୍ ଜୁୟ୍ ସଃବୁ ବିସୟ୍ ନିଜାର୍ କାମ୍ ସାଦୁନ୍ କଃରୁହାରେ, ସେତାର୍ଗିନେ ଅଃମିମଃନାର୍ ଚାର୍ ଗଃଗାଳ୍କେ ବାଦ୍ଲାୟ୍କଃରି ଅଃହ୍ଣାର୍ ଜଃଜ୍ମାନାର୍ ଗଃଗାଳ୍ କଃରୁହାରେ ।
4ଆଦେସ୍ ଆର୍ ସିକ୍ୟା
1ତଃବେ ଏ ମର୍, ଲାଡାର୍ ବାୟ୍ବେଣିମଃନ୍ କ୍ରିସ୍ଟ, ମଃନ୍ବିତ୍ରାର୍ ସଃର୍ଦାର୍ ଆର୍ ମୁକୁଟ୍ ହର୍, ଇ ରଃକମ୍ ମାପ୍ରୁର୍ ତଃୟ୍ ତିର୍ ଅୟ୍ରିଆ ।
2ମାପ୍ରୁର୍ ତଃୟ୍ ଗଟେକ୍ ମଃନ୍ ଅଃଉଁକେ ମୁୟ୍ଁ ଇୟଦିଆ ଆର୍ ସନ୍ତୁକି ଦୁୟ୍ଲକେ ଗଃଉଆରି କଃରୁଲେ । 3ଆରେକ୍, ଏ ସଃତ୍ ସଃଙ୍ଗୁଆଳି, ଇହର୍ ମାଇଜି ମଃନ୍କେ ଉହ୍କାର୍ କଃରୁକେ ତୁମିମଃନ୍କେ ହେଁ ଗଃଉଆରି କଃରୁଲେ କାୟ୍ତାକ୍ ବଃଲେକ୍ ଇମଃନ୍ କ୍ଳେମେନ୍ସ୍ ଆର୍ ମର୍ ବିନ୍ ସଃଙ୍ଗୁଆଳିମଃନାର୍ ସଃଙ୍ଗ୍ ନିକ କବୁରେ ମର୍ ସଃଙ୍ଗ୍ କାମ୍ କଃରି ଆଚ୍ତି; ସେ ମିସ୍ଣେ କଃରୁମଃନାର୍ ନାଉଁ ଜିବନ୍ ସାସ୍ତର୍ ତଃୟ୍ଁ ଆଚେ ।
4ସଃବୁବଃଳ୍ ମାପ୍ରୁର୍ ତଃୟ୍ ସଃର୍ଦା କଃରା, ଆରେକ୍ କଃଉଁଲେ ସଃର୍ଦା କଃରା ।
5ତୁମିମଃନାର୍ ସୁଦାର୍ହାଣ୍ ସଃବୁଲକାର୍ ହାକ୍ ଜାଣାହଃଳ । ମାପ୍ରୁ ଆସ୍ତାର୍ ଲଃଗେ ଅୟ୍ଲିବେ । 6କୁୟ୍ ବିସୟେ ହେଁ ଚିତା କଃରା ନାୟ୍, ମଃତର୍ ସଃବୁ ବିସୟେ ପାର୍ତ୍ନା ଆର୍ ଗଃଉଆରି କଃରି ଦନ୍ୟବାଦ୍ କଃରି ତୁମିମଃନାର୍ ଗଃଉଆରି ଇସ୍ୱର୍କେ ଜାଣାଉଆ । 7ତଃବେ ସଃବୁ ମାନାୟ୍ମଃନାର୍ ଗୁପ୍ତକଃତା ଇସ୍ୱରାର୍ ସୁସ୍ତା, ସେରି ତୁମିମଃନାର୍ ଜିବନ୍ ଆର୍ ମଃନ୍କେ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ବାଚାୟ୍ଦ୍ ।
8ସଃରାସଃରି, ଏ ବାୟ୍ବେଣିମଃନ୍ ଜୁୟ୍ ସଃବୁ ବିସୟ୍ ସଃନ୍ମତାର୍ ସଃତ୍, ଲାଡାର୍, ଟିକ୍, ନିର୍ମୁଳ୍, ଡାକେହୁଟାରି, ବିସୟ୍ ରଃୟ୍ଦ୍, ସେ ସଃବୁ ବିସୟ୍ ଚିତା କଃରା । 9ତୁମିମଃନ୍ ସେ ସଃବୁ କଃତା ମର୍ ତଃୟ୍ହୁଣି ସିକିଆଚାସ୍, ହାୟ୍ଆଚାସ୍, ଆର୍ ମର୍ତଃୟ୍; ଦଃକିଆଚାସ୍, ସେରିମଃନ୍ କଃରା; ତଃବେ ସୁସ୍ତାକାରି ଇସ୍ୱର୍ ତୁମିମଃନାର୍ ସଃହା ଅୟ୍ଦ୍ ।
ଦାନାର୍ ଗିନେ ଦନ୍ୟବାଦ୍
10ମାପ୍ରୁର୍ ସଃଙ୍ଗ୍ ରଃୟ୍ ଜିବନ୍ କାଟ୍ତା ବଃଳ୍ ଅଃବେ ସଃରାସଃରି ମର୍ ହାଁୟ୍ ତୁମିମଃନାର୍ ଚିତା ଜେ ଜାଣାହଃଳ୍ଲି, ଇତାର୍ ଗିନେ ମାପ୍ରୁର୍ ତଃୟ୍ ମୁୟ୍ଁ ବଃଡେ ସଃର୍ଦା ଅଃଉଁଲେ; ସଃତ୍କଃରି ମର୍ ହାଁୟ୍ ତୁମିମଃନାର୍ ଚିତା ରିଲି, ମଃତର୍ ଉପାୟ୍ ନଃରିଲି । 11ଅକେଟାର୍ ଗିନେ ମୁୟ୍ଁ ଇରି କଃଉଁଲେ, ସେରି ନାୟ୍, କାୟ୍ତାକ୍ବଃଲେକ୍ ମୁୟ୍ଁ ଜୁୟ୍ ଅବୁସ୍ତାୟ୍ ରିଲେକ୍ ହେଁ ସଃଲ୍ମତେ ରେଉଁକେ ସିକି ଆଚି । 12ଅକେଟ୍ ଅୟ୍ଲେକ୍ ଚାଲୁକ୍ ଜାଣି ଆର୍ ଜଃବର୍ ରିଲେକ୍ ହେଁ ବୟଃଗ୍ କଃରୁକେ ଜାଣି; ସଃବୁ ଅବୁସ୍ତାୟ୍ ଆର୍ ସଃବୁ ବିସୟେ ହେଁ, ବୁକେ ରେଉଁକେ ହେଁ ଜଃବର୍ ବୟଃଗ୍ କଃରୁକେ କି ଅକେଟେ ହେଁ ଚାଲୁକ୍ ନିକକଃରି ସିକି ଆଚି । 13ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
14ଅୟ୍ଲେକ୍ ହେଁ, ତୁମିମଃନ୍କେ ମର୍ ଦୁକ୍ବୟ୍ଗାର୍ ବାଗିଦାରି ଅୟ୍ଲାର୍ ଗିନେ ନିକକଃରି ଆଚି । 15ଏ ପିଲିପିୟ ବାୟ୍ବେଣିମଃନ୍, ତୁମିମଃନ୍ ହେଁ ନିଜେ ଜାଣାସ୍, ନିକ କବୁର୍ ପର୍ଚାର୍ କଃରୁକେ ଆରୁମ୍ କଃର୍ତା ବଃଳ୍ ଜଃଡ୍ବଃଳ୍ ମୁୟ୍ଁ ମାକିଦନିଆ ହୁଣି ବାଉଳ୍ଲେ ସଃଡେବଃଳ୍ ତୁମିମଃନ୍କେ ଚାଡି ଆରେକ୍ କୁୟ୍ ମଣ୍ଡ୍ଳି ହେଁ ମର୍ ସଃଙ୍ଗ୍ ଅୟ୍ ଦେତାର୍ ନେତାର୍ ହିସାବ୍ ରଃକି ନଃରିଲାୟ୍ । 16୪:୧୬ ପେରି ୧୭:୧.୪:୧୬ ୨ କର ୧୧:୯.କାୟ୍ତାକ୍ବଃଲେକ୍ ତେସଲନିକିଏ ମୁୟ୍ଁ ରେତା ବଃଳ୍ ହେଁ ତୁମିମଃନ୍ ମର୍ ଅକେଟ୍ ଦୁର୍ କଃରୁକେ ବେସି ତର୍ ଦାନ୍ ହଃଟାୟ୍ରିଲାସ୍ । 17ମଃତର୍ ଦାନ୍ ହାଉଁକ୍ ମର୍ ମଃନ୍ ନାୟ୍, ଜୁୟ୍ତାର୍ ଗିନେ ତୁମିମଃନ୍ ଜଃବର୍ ଲାବ୍ ହାଉଆସ୍ । ସେତାର୍ ଗିନେ ମୁୟ୍ ଲାଲାୟ୍ ଅଃଉଁଲେ । 18ମୁୟ୍ଁ ସଃବୁ ହାୟ୍ଆଚି, ଆରେକ୍ ମର୍ ଜଃବର୍ ଆଚେ; ତୁମିମଃନ୍ ହଃଟାୟ୍ ରିଲାର୍ ଜୁୟ୍ ସଃବୁ ବିସୟ୍ ଏପାପ୍ରଦିତାର୍ ତଃୟ୍ହୁଣି ହାୟ୍ଆଚି, ସେରିମଃନ୍ ମର୍ ହାଁୟ୍ ଜଃବର୍; ସେ ସଃବୁ ଇସ୍ୱରାର୍ ସଃର୍ଦାର୍ ସୁନ୍ଦୁର୍ ବାସ୍ନାରି ଆର୍ ଇସ୍ୱରାର୍ ମଃନ୍କଃର୍ତା ହୁଜାହର୍ । 19ଆରେକ୍, ମର୍ ଇସ୍ୱର୍ କ୍ରିସ୍ଟ ଜିସୁର୍ ତଃୟ୍ ତାର୍ ଜଃଜ୍ମାନାର୍ ଦଃନ୍ ହଃର୍କାରେ ତୁମିମଃନାର୍ ସଃବୁଲକାର୍ ଅକେଟ୍ ହୁରୁଣ୍ କଃରେଦ୍ । 20ଅଃମିମଃନାର୍ ଇସ୍ୱର୍ ଆର୍ ଉବାକେ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ । ଆମେନ୍ ।
ସଃରାସଃରି କଃତା
21କ୍ରିସ୍ଟ ଜିସୁର୍ ନାଉଁଏ ସେତି ରେତା ସଃବୁ ଦଃର୍ମିକେ ନମସ୍କାର୍ ଜାଣାଉଆ । ମର୍ ସଃଙ୍ଗ୍ ଇତି ରେତା ବାୟ୍ବେଣିମଃନ୍ ତୁମିମଃନ୍କେ ନମସ୍କାର୍ ଜାଣାଉଁଲାୟ୍ । 22ଇତି ରିଲା ଇସ୍ୱରାର୍ ଦଃର୍ମିମଃନ୍ ସଃବୁଲକ୍, ମୁଳ୍କଃରି ଜୁୟ୍ମଃନ୍ କାଇସରାର୍ କୁଆଳେ ଆଚ୍ତି, ସେମଃନ୍ ତୁମିମଃନ୍କେ ନମସ୍କାର୍ ଜାଣାଉଁଲାୟ୍ ।
23ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃବ୍କାର୍ ଆତ୍ମାର୍ ସଃଙ୍ଗ୍ ରେଉଅ ।