ଯାକୁବଙ୍କ ଲିଖିତ ପତ୍ର
ଜାକୁବ ଲେକ୍ଲା ଚିଟି
ଜାକୁବ ଚିଟି ବିସୟେ ହଃଦେକ୍
ଜାକୁବ୍ ଚିଟି ଜାକୁବ୍ ନାଉଁଆର୍ ଗଟ୍ ଲକ୍ ଆଚେ। ଇ ଜାକୁବ୍ ଅଃଉଁ ହାରେ ଜିସୁ କ୍ରିସ୍ଟର୍ ବାୟ୍ ରିଲା, ଜେ କି ଆରୁମ୍ ମଣ୍ଡ୍ଳିର୍ ଗଟେକ୍ ନେତା ଆର୍ ଜିରୁସାଲେମ୍ ବଃଡ୍ ବେରାଣାର୍ ମେମର୍ ରିଲା ପେରି ୧୫:୧୩ । ପେରିତ୍ ପାଉଲ୍ ହେଁ ଜାକୁବକେ ଗାଲାତିୟ ମଣ୍ଡ୍ଳିର୍ ମୁଣ୍ଡା ବଃଲି କଃଉଁଲା ଗାଲା ୨:୯ । ଜାକୁବ ପୁସ୍ତକ୍ ଜିସୁକ୍ରିସ୍ଟାର୍ ଜଃଲମାର୍ ୫୦ ମଃସିଆ ହଃଚେ ଲେକା ଜାୟ୍ ଆଚେ ବଃଲି ବାଇବଲ୍ ହଃଣ୍ଡିତ୍ମଃନ୍ ବିସ୍ୱାସ୍ କଃରୁଲାୟ୍ । ଜାକୁବ ଜିରୁସାଲେମାର୍ ନେତା ରିଲା ସେତାର୍ ଗିନେ ଅଃଉଁ ହାରେ ସେତି ବାସା କଃର୍ତି ରିଲା ବଃଳ୍ ସେ ଇ ପୁସ୍ତକ୍ ଲେକିରିଲା । ଜାକୁବ ସଃବୁ ଦେସେ ଜଃତ୍କଃତ୍ ଅୟ୍ରିଲା ବାର୍ ଗସ୍ଟିମଃନ୍କେ ତାର୍ ବଇଲଃଗେ ଟିକ୍ଣା ଜାଣାଉଁଲା ୧:୧ ।
ଅଃଉଁ ହାରେ ଜାକୁବ୍ ବଇର୍ ବେବାର୍ ଜୟ୍ଗ୍ ବିସୟ୍ ସଃବୁ କ୍ରିସ୍ଟିଆନ୍ମଃନାର୍ ଗିନେ, ମଃତର୍ ବାରଗସ୍ଟି ବିସୟେ ବେବାର୍ କଃରାଜାୟ୍ ରିଲା ସଃବ୍ଦ୍ ଅଃଉଁ ହାରେ ଜାକୁବ ସଃଳ୍କେ ଜିଉଦି କ୍ରିସ୍ଟିଆନ୍ମଃନ୍କେ ଲେକିରିଲା । ବଃଲେକ୍ ଇ ପୁସ୍ତକ୍ ଚିନ୍ବିନ୍ ଅୟ୍ରିଲା ହଳୁମଃନ୍କେ ହଚାଉତା ବିସୟେ ଟିକ୍ଣା ଜାଣାଉଁଲି । ଜାକୁବ୍ ବିସ୍ୱାସ୍ ଆର୍ କାମାର୍ ଗବିର୍ ମିସାଣ୍ ବିସୟେ ଜାଣାୟ୍ କଃଉଁଲା ଜେ, ସଃତ୍ ବିସ୍ୱାସ୍ କାମେ ଡିସାହଃଳେଦ୍ ୨:୧୭ । ସେ ଦଃନି ଲକମଃନାର୍ ଗିନେ ମୁକ୍ମେଟ୍ ବିସୟେ ଜଃଗ୍ରାତ୍ କଃରାଉଁଲା ୨:୧-୪ ଜାଣି ବିଚାରି କଃତା ବାର୍ତା ଅଃଉତା ବିସୟେ ହେଁ ଜାଗ୍ରତ୍ ଅଃଉଁକେ କଃଉଁଲା । ୩:୧-୧୨
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜାକୁବ୍ ତାର୍ ଚିଟି ହଳୁମଃନ୍କେ ଜୁଆର୍ ଜାଣାଉଁଲା । ୧:୧
୨. ସେ କ୍ରିସ୍ଟିଆନ୍ମଃନ୍କେ ଦୁକ୍ ବଃଳ୍ ସାସ୍ଦଃରି ରେଉଁକେ ସାସ୍ ଦେଉଁଲା । ୧:୨-୨୭
୩. କାମେ କଃନ୍କଃରି ବିସ୍ୱାସ୍କେ ଦଃକାଉଁକେ ଦଃର୍କାର୍ ସେବିସୟେ କଃଉଁଲା । ୨:୧-୨୬
୪. ବାକ୍ୟ କଃନ୍କଃରି ସଃକ୍ତି ଅଃଉଁ ହାରେ ସେରି ସେ ଜାଣାଉଁଲା । ୩:୧-୧୨
୫. ଜାକୁବ୍ ଇସ୍ୱରାର୍ ଗିଆନ୍ ଜଃଗତାର୍ ଗ୍ୟାନ୍ ତଃୟ୍ହୁଣି ବିନ୍ ସେରି କଃଉଁଲା । ୩:୧୩–୪:୧୦
୬. ହଃଚେ ସେ ତାର୍ ଚିଟି ହଳୁମଃନ୍କେ ଗଃର୍ବ୍ ନଃକେରୁକେ ଜାଗ୍ରତ୍ କଃରୁଲା । ୪:୧୧–୫:୬
୭. ସଃରାସଃରି ଜାକୁବ କଃତେକ୍ ସାଦାରଣ୍ ସିକ୍ୟା ଦଃୟ୍ ଲେକା ସେସ୍ କଃରୁଲା । ୫:୭-୨୦
1ଜକୁବର୍ ଚିଟି
1୧:୧ ମାତି ୧୩:୫୫; ମାର୍କ ୬:୩; ପେରି ୧୫:୧୩; ଗାଲା ୧:୧୯.ମୁୟ୍ଁ ଜାକୁବ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ହୁର୍ତି ସଃରା ଜଃତ୍କଃତ୍ ଅୟ୍ରିଲା ଇସ୍ୱରାର୍ ବାରଗଟ୍ ବଃଉଁସାର୍ ଲକ୍ମଃନ୍କେ ଜୁଆର୍ ଜାଣାୟ୍କଃରି ଇ ଚିଟି ଲେକୁଲେ ।
ବିସ୍ୱାସ୍ ଆର୍ ସଃମ୍ବାଳ୍ତାର୍
2ଏ ମର୍ ବାୟ୍ବେଣିମଃନ୍, ତୁମିମଃନ୍ ଜଃଡେବଃଳ୍ ବିନ୍ବିନ୍ ରଃକମାର୍ ପରିକ୍ୟାୟ୍ ହଃଳାସ୍, ସଃଡେବଃଳ୍ ସେରି ବଃଡେ ବାୟ୍ଗାର୍ କଃତା ବଃଲି ମଃନେ ବାବା । 3କାୟ୍ତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ୍ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟ୍ ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ । 4ଆର୍ ତୁମିମଃନ୍ ଜଃନ୍କଃରି କୁୟ୍ କଃତାୟ୍ ହେଁ ଉଣା ନୟ୍ ଆର୍ ହୁର୍ନ୍ ଅଃଉଆସ୍, ଇତାର୍ ଗିନେ ତୁମିମଃନ୍ ସେସ୍ ହଃତେକ୍ ସଃମ୍ବାଳି ରିଆ । 5ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟ୍ ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ । 6ମଃତର୍ ସେ ପାର୍ତ୍ନା କଃର୍ତା ବଃଳ୍ କାୟ୍ରି ହେଁ ଅଃହ୍ରାତ୍ ନଃକେରି ବିସ୍ୱାସ୍ ସଃଙ୍ଗ୍ ପାର୍ତ୍ନା କଃର, କାୟ୍ତାକ୍ବଃଲେକ୍ ଜେ ଅଃହ୍ରାତ୍ କଃରେଦ୍, ସେ ବାଉଏ ଏଣେ ତେଣେ ଅଃଉତା ସଃମ୍ନ୍ଦାର୍ ଉଲାଳ୍ ହର୍ । 7ସେରଃକମ୍ ଲକ୍ ମାପ୍ରୁର୍ ତଃୟ୍ହୁଣି କାୟ୍ରି ହାୟ୍ନ୍ଦ୍ ବଃଲି ମଃନେ କଃର ନାୟ୍ । 8ସେ ତ ଦୁୟ୍ମଃନ୍ୟା ଲକ୍, ଅଃହ୍ଣାର୍ ସଃବୁ ରଃକମାର୍ ବିସୟେ ତିର୍ ଅୟ୍ ନଃରେୟ୍ ।
ମାଜନ୍ ଆର୍ ଅଃର୍କିତ୍
9ଅଃର୍କିତ୍ କ୍ରିସ୍ଟବିସ୍ୱାସି ବାୟ୍ବେଣିକେ ଇସ୍ୱର୍ ଉଟାୟ୍ଲେକ୍ ଗଃର୍ବ୍ କଃର, 10କ୍ରିସ୍ଟିଆନ୍ ମାଜନ୍ ଜଃଡେବଃଳ୍ ତଃଳେ ହଃଳେଦ୍ ସଃଡେବଃଳ୍ ସେ ଗଃର୍ବ୍ କଃର । କାୟ୍ତାକ୍ବଃଲେକ୍ ରଃନାର୍ ହୁଲ୍ ହର୍ ସେ ଜଃଳି ଜାୟ୍ଦ୍ । 11ବେଳ୍ ଉଦି ଜଃବର୍ କଃରା କଃଲେକ୍ ରଃନ୍ ଜଃନ୍କଃରି ସୁକି ଜାୟ୍ଦ୍ ଆର୍ ତାର୍ ହୁଲ୍ ଜଃଳି ଜାୟ୍ଦ୍, ଆରେକ୍ ତାର୍ ସୁନ୍ଦୁର୍ ରୁହ୍ ନଃସ୍ଟ୍ ଅୟ୍ଦ୍; ସେବାନ୍ୟା ଦଃନି ଲକ୍ ହେଁ ଅଃହ୍ଣାର୍ ସଃବୁ ବାଟ୍ କମ୍ଜି ଜାୟ୍ଦ୍ ।
ପରିକ୍ୟା ଆର୍ ଆସା ଦଃକାଉତାର୍
12ଜୁୟ୍ ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଅଃହ୍ଣାର୍ ଲକ୍ମଃନ୍କେ ଜୁୟ୍ ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ । 13କେ ପରିକ୍ୟାୟ୍ ହଃଳ୍ଲେକ୍, “ମର୍ ଇ ପରିକ୍ୟା ଇସ୍ୱର୍ ତଃୟ୍ହୁଣି ଅଃଉଁଲି,” ବଃଲି କଃଉଅ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ କଃରାବ୍ ତଃୟ୍ ପରିକ୍ୟା କଃରାୟ୍ ଅଃଉଁ ନାହାରେ, ଆର୍ ସେ ନିଜେ କାକେ ପରିକ୍ୟା ନଃକେରେ । 14ମଃତର୍ ମାନାୟ୍ ଅଃହ୍ଣାର୍ କଃରାବ୍ ଇଚା ତଃଳେ ହଃଳି ଆର୍ ଆସା ଅୟ୍ ପରିକ୍ୟାୟ୍ ହଃଳ୍ତି । 15ତାର୍ହଃଚେ ସେ କଃରାବ୍ ଇଚା ଆଙ୍ଗେ ଅୟ୍କଃରି ହାହ୍କେ ଜଃଲମ୍ କଃରେଦ୍, ଆରେକ୍ ହାହ୍ ବାଡିକଃରି ହୁର୍ନ୍ ଅୟ୍ ମଃର୍ନ୍ ଗଃଟାୟ୍ଦ୍ ।
16ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ଉଲୁ ଅଃଉଆ ନାୟ୍ । 17ସଃବୁ ନିକ ଦାନ୍ ଆର୍ ସଃବୁ ନିକ ବର୍ ସଃର୍ଗାର୍ ଉବାର୍ ତଃୟ୍ହୁଣି ଆସେଦ୍, ସେ ଅଃଗାସାର୍ ସଃବୁ ଉଜାଳ୍ମଃନ୍ ବେଳ୍, ଜଃନ୍, ତାରାମଃନ୍କେ ହାଜିଆଚେ ସେ ସଃବୁବଃଳ୍ ସଃମାନ୍ ରଃୟ୍ଦ୍ । 18ସଃବୁ ଜଃଗତ୍ ବିତ୍ରେ ଅଃମି ଜଃନ୍କଃରି ହଃର୍ତୁ ଟାଣ୍ ହାଉଁନ୍ଦ୍ ଇତାର୍ ଗିନେ ସେ ନିଜାର୍ ଇଚାୟ୍ ସଃତ୍ ବଚନେ ଅଃମିମଃନ୍କ୍ ତିଆର୍ କଃଲା ।
ସୁଣ୍ତାର୍ ଆର୍ କାମ୍ କଃର୍ତାର୍
19ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଇରି ଜାଣି ଆଚାସ୍ । ହଃତି ଲକ୍ ସୁଣୁକେ ଚଃଚଲ୍ ଅଃଉଆ, କଃତା କଃଉଁକେ ଦିର୍ ଆର୍ ରିସା ଅଃଉଁକେ ଦିର୍ ଅଃଉଆ । 20କାୟ୍ତାକ୍ବଃଲେକ୍ ମାନାୟ୍ର୍ ରିସା ଇସ୍ୱର୍ ମଃନ୍ କଃର୍ତା ଦଃର୍ମ୍ କାମ୍ ହୁରୁଣ୍ ନଃକେରେ । 21ତଃବେ ତୁମିମଃନ୍ ସଃବୁ ରଃକମାର୍ କଃରାବ୍ ଅବ୍ୟାସ୍ ଆର୍ ଦୁସ୍ଟ୍ କାମ୍ ଚାଡି, ଇସ୍ୱରାର୍ ତଃୟ୍ ନିଜ୍କେ ସଃହ୍ରି ଦିଆସ୍ ଆର୍ ତୁମାର୍ ମଃନ୍ବିତ୍ରେ ସେ ଜୁୟ୍ ବାକ୍ୟ ବୁଣି ଆଚେ ଆର୍ ଜୁୟ୍ରି ତୁମିମଃନାର୍ ଆତ୍ମାକ୍ ମୁକ୍ଳାଉଁକ୍ ହାରେଦ୍ ସେରି ଦଃରିରିଆ ।
22ମଃତର୍ ଅଃବ୍କା ସୁଣିକଃରି ଅଃହ୍ଣା ଅଃହ୍ଣାକ୍ ନଃଜେଟି ମାପ୍ରୁର୍ ବାକ୍ୟ ହଃର୍କାରେ କାମ୍ କଃରା । 23କାୟ୍ତାକ୍ବଃଲେକ୍ ଜଦି କେ ମାପ୍ରୁର୍ କଃତା ହଃର୍କାରେ କାମ୍ ନଃକେରି ଅଃବ୍କା ସୁଣି ସୁଣି ରଃୟ୍ଦ୍, ତଃବେ ସେ ଦଃର୍ହାଣେ ଅଃହ୍ଣାର୍ ମୁଉଁକେ ଦଃକ୍ତା ମାନାୟ୍ ହର୍ । 24ତଃବେ ସେ ଅଃହ୍ଣାକ୍ ଦଃକ୍ଲା ହଃଚେ ବାରାୟ୍ ଜାୟ୍ ସେ କଃନ୍କା ଲକ୍, ସେରି ସେଦାହ୍ରେ ହାସ୍ରି ଜାୟ୍ଦ୍ । 25ମଃତର୍ ନଃର୍ମଃନାର୍ ମୁକ୍ତି ହାୟ୍ଁ ଗଟେକ୍ ହୁର୍ନ୍ ବିଦି ଆଚେ । ଜୁୟ୍ଲକ୍ ସେରି ସୁଣିକଃରି ହାସ୍ରି ନଃଜାୟ୍ ଆର୍ ସେ ବିଦିକେ ମଃନ୍ହଃରାଣ୍ ଦଃୟ୍ ନିଜାର୍ ଜିବନେ ମାନେଦ୍, ତାର୍ ସଃବୁ କାମ୍କେ ଇସ୍ୱର୍ ଆସିର୍ବାଦ୍ କଃରେଦ୍ ।
26ଜଦି କେ ଅଃହ୍ଣାକ୍ ଦଃର୍ମିଲକ୍ ବଃଲି ମଃନେ ବାବେଦ୍, ଆର୍ ନିଜାର୍ ଜିବ୍କେ ଆୟ୍ତ୍ ନଃକେରେ ସେ ନିଜ୍କେ ଟକୁଲା ତାର୍ ଦଃର୍ମ୍ କାମ୍ ସଃବୁ ହଲ୍ୟା । 27ଟୁରାହିଲା ଆର୍ ରାଣ୍ଡିମଃନ୍କେ ସେମଃନାର୍ ଦୁକାର୍ ବେଳାୟ୍ ଜଃତୁନ୍ ନେତାର୍ ଆରେକ୍ ଜଃଗତେ ହୁଣି ଅଃହ୍ଣାକ୍ ନିର୍ଦସି କଃରି ରଃକ୍ୟା କଃର୍ତାର୍, ଇରି ଅଃମାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ନିକ ଆର୍ ନିର୍ମୁଳ୍ ଦଃର୍ମ୍କାମ୍ ।
2ମୁକ୍ମେଟ୍ ଦଃକି ବିଚାର୍ କଃର୍ତାର୍
1ଏ ମର୍ ବାୟ୍ବେଣିମଃନ୍, ଅଃମିମଃନ୍ ଜଃଜ୍ମାନାର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ ବିସ୍ୱାସ୍ କଃରି ରିଲାକେ ମାନାୟ୍ମଃନାର୍ ମୁକ୍ମେଟ୍ ବିଚାର୍ କଃରାନାୟ୍ । 2କାୟ୍ତାକ୍ବଃଲେକ୍ ଜଦି ସନାର୍ ହାଜେର୍ ଆର୍ ବୁତେକ୍ ମଲାର୍ ବଃସ୍ତର୍ ହିନ୍ଦିକଃରି କୁୟ୍ ଲକ୍ ତୁମାର୍ କୁଟୁମେ ଆସେଦ୍, ଆରେକ୍ ଗଟେକ୍ ଅଃର୍କିତ୍ ଲକ୍ ମେଳି ବଃସ୍ତର୍ ହିନ୍ଦିକଃରି ଆସେଦ୍, 3ଆର୍, ତୁମିମଃନ୍ ବୁତେକ୍ ମଲାର୍ ବଃସ୍ତର୍ ହିନ୍ଦିରିଲା ଲକ୍କେ ମାନ୍ତି କଃରି କଃଉଆସ୍, “ଆଉ ଇତି ନିକ ଟାଣେ ବଃସ୍ ।” ଆର୍ ଅଃର୍କିତ୍ ଲକ୍କେ କଃଉଆସ୍, “ସେତି ଟିଆ ଅଃଉ ।” ନୟ୍ଲେକ୍ “ତଃଳେ ବଃସ୍ ।” 4ତଃନ୍ଅୟ୍ଲେକ୍ ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ସାନ୍ ବଃଡ୍ ବାବି ଉଲ୍ଟା କାମ୍ ଆର୍ କଃରାବ୍ ବାବେ ବିଚାର୍ କଃରୁଲାସ୍ ।
5ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ସୁଣା, ଇସ୍ୱର୍ କାୟ୍ ଇ ଜଃଗତାର୍ ଅଃର୍କିତ୍ମଃନ୍କେ ବିସ୍ୱାସାର୍ ଦଃନେ ମାଜନ୍ ଅଃଉଁକେ ବାଚି ନଃକେରେ କି ? ଆରେକ୍ ଅଃହ୍ଣାର୍ ଲାଡ୍କାରିମଃନ୍କେ ଜୁୟ୍ ରାଇଜ୍ ଦଃୟ୍ଦ୍ ତାର୍ ଅଃଦିକାରି ଅଃଉଁକେ ଜଃବାଉ ନଃଦେୟ୍ କି ? 6ମଃତର୍ ତୁମିମଃନ୍ ଅଃର୍କିତ୍ମଃନ୍କେ ମାନ୍ତି ନଃକେରୁଲାସ୍ । ମାଜନ୍ମଃନ୍ ତୁମିମଃନ୍କେ ଆର୍ଲା ନଃକେରୁଲାୟ୍ ଆର୍ ତୁମିମଃନ୍କେ ବିଚାର୍ କଃର୍ତା ଟାଣେ ଜିକି ନଃନେଉଁଲାୟ୍ କି ? 7ଜୁୟ୍ ଜିସୁକ୍ରିସ୍ଟର୍ ନାଉଁଏ ତୁମିମଃନ୍ ଡାକ୍ ହୁଟି ଆଚାସ୍, ସେମଃନ୍ କାୟ୍ ସେ ନାଉଁକେ ଲିନ୍ଦା ନଃକେରୁଲାୟ୍ ?
8“ତୁମିମଃନ୍ ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାର୍ ହର୍ ଲାଡ୍ କଃରା,” ଦଃର୍ମ୍ ସାସ୍ତରାର୍ ଇ ଇସ୍ୱର୍ ରାଇଜାର୍ ବିଦିକ୍ ଜଦି ସଃତ୍କଃରି ମାନୁଲାସ୍, ତଃବେ ବଃଲ୍ କଃରୁଲାସ୍ । 9ମଃତର୍ ଜଦି ମାନାୟ୍ର୍ ମୁକ୍ମେଟ୍ ଦଃକି ବିଚାର୍ କଃରାସ୍, ତଃବେ ହାହ୍ କଃରୁଲାସ୍, ଆରେକ୍, ମସାର୍ ବିଦି ହଃର୍କାରେ ଦସି ବଃଲି ଜାଣା ହଃଳୁଲାସ୍ । 10କାୟ୍ତାକ୍ବଃଲେକ୍ ଜୁୟ୍ଲକ୍ ସଃବୁ ବିଦି ମାନେଦ୍, ମଃତର୍ ଗଟେକ୍ ବିଦି ତଃୟ୍ଁ ଜଟ୍ୟାୟ୍ ଅୟ୍ଦ୍ ତଃବେ ସେ ସଃବୁ ବିଦି ନଃମାନ୍ତା ଦସେ ଡଃଣ୍ଡ୍ ହାୟ୍ଦ୍ । 11ବଃଲେକ୍ ଜୁୟ୍ ଇସ୍ୱର୍ ଦାରିକାମ୍ କଃରା ନାୟ୍ ବଃଲି କୟ୍ରିଲା, ସେ ହେଁ ନଃର୍ ଅଃତ୍ୟା କଃରାନାୟ୍ ବଃଲି କୟ୍ରିଲା, ତଃବେ ତୁମି ଜଦି ଦାରିକାମ୍ ନଃକେରି ନଃର୍ ଅଃତ୍ୟା, କଃରାସ୍ ତଃବେ ତୁମି ବିଦି ନଃମାନ୍ତା ଲକ୍ ଅୟ୍ ଆଚାସ୍ । 12ଜୁୟ୍ ମୁକ୍ତି ସାଦୁନ୍ କାରି ମସାର୍ ବିଦି ଦଃୟ୍ ଜେ ତୁମିମଃନ୍ ବିଚାର୍ କଃରାୟ୍ ଅଃଉଆସ୍, ଇରି ଜାଣି ସେବାନ୍ୟା କଃତା କଃଉଆ ଆର୍ କାମ୍ କଃରା । 13କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ବିନ୍ ଲକେ ଦଃୟା ନଃକେର୍ତି, ଇସ୍ୱର୍ ସେମଃନ୍କେ ଦଃୟା ନଃକେରେ ମଃତର୍ ଜୁୟ୍ମଃନ୍ ବିନ୍ଲକେ ଦଃୟା ଦଃକାୟ୍ ଆଚ୍ତି ବିଚାର୍ ବଃଳ୍ ଇସ୍ୱର୍ ସେମଃନ୍କେ ଦଃୟା କଃରେଦ୍ ।
ବିସ୍ୱାସ୍ ଆର୍ କାମ୍
14ଏ ମର୍ ବାୟ୍ବେଣିମଃନ୍, ଜଦି କେ ମର୍ ବିସ୍ୱାସ୍ ଆଚେ ବଃଲି କୟ୍ଦ୍, ମଃତର୍ ତାର୍ କାମ୍ ନଃରେୟ୍, ତଃବେ ତାର୍ କଃତାର୍ କାୟ୍ ଲାବ୍ ? ଇବାନ୍ୟା ବିସ୍ୱାସ୍ କାୟ୍ ତାକ୍ ମୁକ୍ତି କଃରୁ ହାରେ ? 15ଜଦି ଗଟେକ୍ ବାୟ୍ କି ବେଣିର୍ ବଃସ୍ତର୍ କି ହଃତି ଦିନାର୍ ହଃଳିବାତ୍ୟା ନଃରେୟ୍, 16ଆର୍ ତୁମିମଃନାର୍ ବିତ୍ରେ କେ ତାର୍ ଗଃଗାଳାର୍ ଗିନେ ଲଳାରିଲା କାୟ୍ରି ହେଁ ନଃଦେୟ୍ କୟ୍ଦ୍, “ଇସ୍ୱର୍ ତକେ ଆସିର୍ବାଦ୍ କଃର, ସୁସ୍ତା ଆର୍ ମଃନ୍ହୁର୍ତି ଅୟ୍ ସଃର୍ଦାୟ୍ ଜାଆ !” ତଃବେ ସେତିର୍ କାୟ୍ ଲାବ୍ ? 17ବିସ୍ୱାସ୍ ହେଁ ସେରଃକମ୍, କାମ୍ ନୟ୍ଲା ବିସ୍ୱାସ୍ ନିଜେ ମଃଲାର୍ ।
18ମଃତର୍ କେଅଲେ କୟ୍ଦ୍, “ଗଟ୍ଲକାର୍ ବିସ୍ୱାସ୍ ଆଚେ, ଆରେକ୍ ଗଟ୍ଲକାର୍ କାମ୍ ଆଚେ” ମଃତର୍ ମୁୟ୍ଁ କୟ୍ଦ୍, “କାମ୍ ନଃକେରି ତର୍ ବିସ୍ୱାସ୍ ମକ୍ ଦଃକାଉ, ଆର୍ ମୁଁୟ୍ କାମ୍ କଃରି ତୁମିକେ ମର୍ ବିସ୍ୱାସ୍ ଦଃକାୟ୍ନ୍ଦ୍ ।” 19ଇସ୍ୱର୍ ଜେ ଗଟେକ୍, ଇରି ତୁମି ବିସ୍ୱାସ୍ କଃରୁଲାସ୍, ବଃଲ୍ କଃତା । ବୁତ୍ମଃନ୍ ହେଁ ବିସ୍ୱାସ୍ କଃରି ଡିରିକଃରି ତଃର୍ହଃର୍ ଅଃଉଁଲାୟ୍ । 20ମଃତର୍ ଏ ନିର୍ବୁଦିଆ ମାନାୟ୍, କାମ୍ ନୟ୍ଲା ବିସ୍ୱାସ୍ ଜେ ହଲ୍ୟା, ଇରି କାୟ୍ ଜାଣୁକ୍ ମଃନ୍ ନଃକେରୁଲିସ୍ ? 21ଅଃମିମଃନାର୍ ଉବା ଅବ୍ରାହାମ୍ ବେଦି ଉହ୍ରେ ଅଃହ୍ଣାର୍ ହୟ୍ସି ଇସାକ୍କେ ହୁଜା କଃର୍ତା ବଃଳ୍ କାୟ୍ କାମ୍ ତଃୟ୍ ଇସ୍ୱରାର୍ ତଃୟ୍ ଦଃର୍ମି ଗଃଣ୍ତି ଅୟ୍ନଃରିଲା ? 22ତୁମି ଦଃକୁଲାସ୍ ଜେ, ବିସ୍ୱାସ୍ ତାର୍ କାମାର୍ ସଃଙ୍ଗେ ରିଲି, ଆର୍ କାମାର୍ ଗିନେ ବିସ୍ୱାସ୍ ହୁର୍ନ୍ ଅୟ୍ଲି । 23ସେତାକ୍ ସାସ୍ତରାର୍ ଇ କଃତା ହୁରୁଣ୍ ଅୟ୍ଲି, “ଅବ୍ରାହାମ୍ ଇସ୍ୱର୍ ତଃୟ୍ ବିସ୍ୱାସ୍ କଃଲା, ଆର୍ ତାର୍ ବିସ୍ୱାସ୍ ଗିନେ ଇସ୍ୱର୍ ତଃୟ୍ ସେରି ଦଃର୍ମି ବଃଲି ଗଃଣିତା ଅୟ୍ଲା;” ଆରେକ୍ ସେ ଇସ୍ୱରାର୍ ମିତ୍ର ବଃଲି ଡାକେହୁଟ୍ଲା । 24ଅଃବ୍କା ବିସ୍ୱାସ୍ କଃଲେକ୍ ମାନାୟ୍ ଦଃର୍ମି ବଃଲି ଗଃଣିତା ନଃହୟ୍, ମଃତର୍ କାମ୍ ତଃୟ୍ ଜେ ଦଃର୍ମି ବଃଲି ଗଃଣିତା ଅୟ୍ଦ୍, ଇରି ତୁମିମଃନ୍ ଦଃକୁଲାସ୍ ।
25ସେରଃକମ୍ ରାହବ୍ ବେସୁଆଣି ହେଁ ଇସ୍ରାଏଲ୍ ଦେସାର୍ ସର୍କାରିଆମଃନ୍କେ ଗଃରେ ଜଃଗା ଦଃୟ୍ ଆର୍ ବିନ୍ ବାଟ୍ ଦଃୟ୍ ସେମଃନ୍କେ ହଃଟାୟ୍ଲାକେ କାୟ୍ କାମ୍ ତଃୟ୍ ଦଃର୍ମି ବଃଲି ଗଃଣିତା ନୟ୍ଲି ?
26କାୟ୍ତାକ୍ବଃଲେକ୍ ଆତ୍ମା ନୟ୍ଲେକ୍ ଗଃଗାଳ୍ ଜେ ମଃଲାର୍, ସେରଃକମ୍ କାମ୍ ନୟ୍ଲା ବିସ୍ୱାସ୍ ହେଁ ମଃଲାର୍ ।
3ଜିବ୍କେ ଆୟ୍ତ୍ କଃରା
1ଏ ମର୍ ବାୟ୍ବେଣିମଃନ୍, ତୁମିମଃନାର୍ ବିତ୍ରେ ଗାଦେକ୍ ଗୁରୁ ଅଃଉଆ ନାୟ୍; ବଃଲେକ୍ ତୁମିମଃନ୍ ଜାଣିଆଚାସ୍ ଜେ, ଅଃମାର୍ ହର୍ ଗୁରୁମଃନ୍ ବିନ୍ ଲକାର୍ ତଃୟ୍ ହୁଣି ଅଃଦିକ୍ ଜଃବର୍ ଡଃଣ୍ଡ୍ ହାଉତି । 2ଜଃନ୍କାର୍ ଅଃମିମଃନ୍ ସଃବୁଲକ୍ ଗାଦେକ୍ କଃତାୟ୍ ଜଟ୍ୟାୟ୍ ଅଃଉଁନ୍ଦ୍ । ଜଦି କେ ତାର୍ କଃତାୟ୍ ବୁଲ୍ ନଃକେରେ, ତଃବେ ସେ ବଃଡେ ସିଦ୍ ମାନାୟ୍ ଆର୍ ସଃବୁ ଗଃଗାଳ୍କେ ହେଁ ସେ ଆୟ୍ତ୍ କଃରୁକେ ହାରେ । 3ଅଃମିମଃନ୍ ଗଳାମଃନ୍କେ ଆୟ୍ତ୍ କଃରୁକେ ସେମଃନାର୍ ଟଣ୍ଡେ ବାକୁର୍ ବାନ୍ଦୁଲୁ, ତଃବାର୍ଗିନେ ସେମଃନାର୍ ସଃବୁ ଗଃଗାଳ୍କେ ହେଁ ଅଃମାର୍ ଇଚାୟ୍ ବୁଲାଉଁ ହାରୁଲୁ । 4ଦଃକା, ହାଣିଜାଜ୍ ହେଁ କଃଡେକ୍ ବଃଡ୍ ଅୟ୍ ଜଃବର୍ ବାଉଏ ଚାଲ୍ତି ରିଲେକ୍ ହେଁ ଗଟେକ୍ ସାନ୍ ମଙ୍ଗ୍ ସଃଙ୍ଗ୍ ଡାୟ୍ବର୍ ତାର୍ ଇଚା ହଃର୍କାରେ ବୁଲାୟ୍ଦ୍ ।
5ସେବାନ୍ୟା ଜିବ୍ ହେଁ ଗଟେକ୍ ଗଃଗାଳାର୍ ସାନ୍ ଅଃଙ୍ଗ୍, ମଃତର୍ ଇରି ବଃଡେ ଗଃର୍ବାର୍ କଃତା କୟ୍ଦ୍ । ଦଃକା, ଇଡିକଃଣ୍ଡ୍ ଜୟ୍ ତିହ୍ଳାୟ୍ କଃଡେକ୍ ବଃଡ୍ ବଃନେ ଜୟ୍ ଲାଗେଦ୍ । 6ଜିବ୍ ହେଁ ଜୟ୍ ହର୍; ବେସି ମିଚ୍ ବିସୟାର୍ ଜଃଗତ୍; ଆରେକ୍ ସେରି ଅଃମାର୍ ଗଃଗାଳ୍ ବିତ୍ରେ ରିଲାର୍ ଗିନେ ମିଚ୍ ସଃକ୍ତି ଅଃଦିକାର୍ କଃରି ଅଃମାର୍ ସଃବୁ ଜିବନ୍କେ ବିଟାଳ୍ କଃରେଦ୍ ଆର୍ ନଃର୍କ୍ ଜୟେ ଅଃମାର୍ ଜିବନ୍କେ ହଡାୟ୍ଦ୍ । 7କାୟ୍ତାକ୍ବଃଲେକ୍ ସଃବୁ ରଃକମାର୍ ଜଃତୁ, ଚେଳେ, ବୁୟେଁ ରାଙ୍ଗ୍ତା ଜିବ୍ ଆର୍ ହାଣାୟ୍ ରେତା ଜିବ୍ଜଃତୁ ମାନାୟ୍ ଆୟ୍ତ୍ କଃରୁକେ ହାରେଦ୍, ଆରେକ୍ ଆୟ୍ତ୍ କଃରି ଆଚେ । 8ମଃତର୍ ଜିବ୍କେ କେହେଁ ଆୟ୍ତ୍ କଃରୁ ନଃହାରେ, କଃରାବ୍ କାମ୍ କଃରୁକେ କଃବେ ହେଁ ନଃହୁଣ୍ଡେ, ସେରି ମଃର୍ନ୍ ଆଣ୍ତା ବିସେ ହୁର୍ନ୍ ଅୟ୍ଆଚେ । 9ଇ ଜିବ୍ ସଃଙ୍ଗ୍ ଅଃମିମଃନ୍ ମାପ୍ରୁ ଆର୍ ଉବାକ୍ ଦନ୍ୟବାଦ୍ କଃରୁଲୁ, ଆରେକ୍ ଇ ଜିବ୍ ସଃଙ୍ଗ୍ ଇସ୍ୱରାର୍ ହର୍ ତିଆର୍ ଅୟ୍ଲା ମାନାୟ୍କେ ସାୟ୍ପ୍ ଦେଉଁଲୁ । 10ଗଟେକ୍ ଟଣ୍ଡେ ହୁଣି ଦନ୍ୟବାଦ୍ ଆର୍ ସାୟ୍ପ୍ ବାରାଉଁଲି । ଏ ମର୍ ବାୟ୍ବେଣିମଃନ୍ ଇବାନ୍ୟା ଅଃଉତାର୍ ନିକ ନୟ୍ । 11ଚିଉଆ କାୟ୍ ଗଟେକ୍ ବାଟ୍ ଦଃୟ୍ ମଃଦୁର୍ ଆର୍ ହିତା ଦୁୟ୍ ରଃକମାର୍ ହାଣି ବାର କଃରେଦ୍ ? 12ଏ ମର୍ ବାୟ୍ବେଣିମଃନ୍, ଡୁମ୍ବୁର୍ ଗଃଚେ କାୟ୍ ଜିତ୍ ହଃଳ୍ ହଃଳେଦ୍ ଆର୍ ଅଙ୍ଗୁର୍ ମାଳେ କାୟ୍ ଡୁମ୍ବୁର୍ ହଃଳ୍ ହଃଳୁ ହାରେଦ୍ ? କଃରିଆ ହାଣି ବାରାଉତା ଚିଉଆ ତଃୟ୍ ହେଁ ମଃଦୁର୍ ହାଣି ନଃବାରେ ।
ସଃର୍ଗାର୍ ଗ୍ୟାନ୍
13ତୁମାର୍ ବିତ୍ରେ ଗ୍ୟାନି ଆର୍ ବୁଦିଆ ଲକ୍ କେ ଆଚେ ? ସେ ଗ୍ୟାନ୍ ଆର୍ ଦିର୍ ସଃଙ୍ଗ୍ ସଃବୁବଃଳ୍ ନିକ କାମ୍ ତଃୟ୍ ଅଃହ୍ଣାର୍ କାମ୍ କଃରି ଦଃକାଅ । 14ମଃତର୍ ଜଦି ତୁମିମଃନାର୍ ମଃନ୍ ବିତ୍ରେ ହିତା ଅଃକାର୍ ଆର୍ ନିଜାର୍ ଇଚା ହୁର୍ନ୍ କଃର୍ତାର୍ ରଃୟ୍ଦ୍, ସେବାନ୍ୟା ଅୟ୍ଲେକ୍ ସଃତ୍ ବିରଦେ ଗଃର୍ବ୍ କଃରା ନାୟ୍ ଆର୍ ମିଚ୍ କଃଉଆ ନାୟ୍ । 15ଇବାନ୍ୟା ଗ୍ୟାନ୍ ସଃର୍ଗେ ହୁଣି ନାସେ, ମଃତର୍ ସେରି ଜଃଗତାର୍, ଗଃଗାଳାର୍ ଆର୍ ସୟ୍ତାନାର୍ ତଃୟ୍ହୁଣି ଆସି ରଃୟ୍ଦ୍ । 16କାୟ୍ତାକ୍ବଃଲେକ୍ ଜୁୟ୍ତି ଡାରା ଆର୍ ନିଜେ ହଃକା ବଃଲ୍ ଅଃଉତା ଇଚା ରଃୟ୍ଦ୍, ସେ ଟାଣେ ସଃବୁ ରଃକମାର୍ ଗଃଣ୍ଡ୍ଗଳ୍ ଆର୍ କଃରାବ୍ କାମ୍ ରଃୟ୍ଦ୍ । 17ମଃତର୍ ସଃର୍ଗେ ହୁଣି ଆୟ୍ଲା ଗ୍ୟାନ୍ ହଃର୍ତୁକଃରି ପବିତ୍ର, ତାର୍ହଃଚେ ସୁସ୍ତା, ଦିର୍ମଃନାର୍, କଃତା ମାନ୍ତାର୍, ଦଃୟା ଆର୍ ନିକ ହଃଳେ ହୁର୍ନ୍, ଅଃହ୍ରାତ୍ ନୟ୍ଲାର୍ ଆର୍ କୁଟ୍ ନୟ୍ଲାର୍ । 18ଆରେକ୍ ସୁସ୍ତା କଃର୍ତା ଲକ୍ମଃନାର୍ ତଃୟ୍ହୁଣି ସୁସ୍ତାର୍ ମୁଞ୍ଜି ବୁଣା ଅୟ୍ଦ୍ ଆର୍ ଦଃର୍ମ୍ ହର୍ ହଃଳ୍ କାଟ୍ତି ।
4ଇସ୍ୱରାର୍ ଚଃମେ ଅଃଉତାର୍
1ତୁମିମଃନାର୍ ବିତ୍ରେ ଜୁଜ୍ ଆର୍ ଲାଗାଜଳା କୁୟ୍ତିହୁଣି ଅୟ୍ଦ୍ ? କାୟ୍ ତୁମିମଃନାର୍ ଗଃଗାଳାର୍ ଅଃଙ୍ଗ୍ମଃନାର୍ ବିତ୍ରେ ଜୁଜ୍ କଃର୍ତାର୍ ସୁକାର୍ ଇଚା ତଃୟ୍ହୁଣି ନୟ୍ ? 2ବଲେକ୍ ତୁମିମଃନ୍ ଜାୟ୍ରି ହାଉଁକେ ଇଚା କଃରି ରିଆସ୍, ମଃତର୍ ସେରି ହାଉଁ ନଃହାର୍ଲେକ୍; ତୁମିମଃନ୍ ଅଃତ୍ୟା କଃରୁକେ ତିଆର୍ ଅଃଉଁଲାସ୍, ଜାୟ୍ରି ହାଉଁକେ ତୁମାର୍ ଜଃବର୍ ଇଚା ଅୟ୍ଦ୍, ସେରି ନଃହାୟ୍ଲେକ୍ ତୁମିମଃନ୍ ଲାଗାଜଳା ଆର୍ ଜୁଜ୍ କଃରାସ୍ । ତୁମିମଃନ୍ ଇଚା କଃଲା ବିସୟ୍ ନଃହାଉଆସ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଇସ୍ୱର୍କେ ମାଗି ନଃରିଆସ୍ । 3ତୁମିମଃନ୍ ମାଗି ରିଆସ୍, ମଃତର୍ ନଃହାଉଆସ୍, କାୟ୍ତାକ୍ବଃଲେକ୍ ଅଃହ୍ଣା ଅଃହ୍ଣାର୍ ସୁକାର୍ ଗିନେ କଃରାବ୍ କାମାର୍ ଗିନେ ମାଗି ରିଆସ୍ । 4ଏ ଦାରିଆ ଲକ୍ମଃନ୍, ଜଃଗତ୍ ସଃଙ୍ଗ୍ ମିତ୍ର ଅୟ୍ଲେକ୍, ଇସ୍ୱରାର୍ ସଃତ୍ରୁ ଅଃଉଁକେ ଅୟ୍ଦ୍, ଇରି କାୟ୍ ନଃଜାଣାସ୍ ? ବଃଲେକ୍ ଜୁୟ୍ ଲକ୍ ଜଃଗତାର୍ ମିତ୍ର ଅଃଉଁକେ ମଃନ୍ କଃରେଦ୍; ସେ ଅଃହ୍ଣାକ୍ ଇସ୍ୱରାର୍ ସଃତ୍ରୁ ବଃଲି ଜାଣାୟ୍ ଅୟ୍ଦ୍ । 5କି ତୁମିମଃନ୍ କାୟ୍ ଦଃର୍ମ୍ ସାସ୍ତରେ ଇ କଃତାକ୍ ହଲ୍ୟା ବଃଲି ମଃନେ ବାବୁଲାସ୍, ଜୁୟ୍ ଆତ୍ମାକେ ଇସ୍ୱର୍ ଅଃମିମଃନାର୍ ବିତ୍ରେ ବାସା କଃରୁକେ ଦଃୟ୍ଆଚେ, ସେ ଅଃମିମଃନ୍କ୍ ହୁରାହୁରି ଅଃଦିକାର୍ କଃରୁକେ ବଃଡେ ମଃନ୍ କଃରୁଲା । 6ମଃତର୍ ଇସ୍ୱର୍ ହେଁ ଅଃଦିକ୍ ଦଃୟା କଃରେଦ୍; ଇତାକ୍ ସାସ୍ତରେ ଲେକାଆଚେ, “ଇସ୍ୱର୍ ଆକାରିମଃନ୍କେ ବିରଦ୍ କଃରେଦ୍, ମଃତର୍ ଦିର୍ସୁସାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।”
7ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ । 8ଇସ୍ୱରାର୍ ଚଃମେ ଆସା, ତଃବେ ସେ ତୁମିମଃନାର୍ ଚଃମେ ଅୟ୍ଦ୍ । ଏ ହାହିମଃନ୍, ତୁମିମଃନାର୍ ଆତ୍ ନିର୍ମୁଳ୍ କଃରା, ଆରେକ୍ ଏ ଦୁୟ୍ ମଃନ୍ୟାମଃନ୍, ତୁମିମଃନାର୍ ମଃନ୍ ନିର୍ମୁଳ୍ କଃରା । 9ନିଜାର୍ ହାହ୍ ଏତାଉଆ ଆର୍ ମଃନେଦୁକ୍ କଃରି କାନ୍ଦା; ତୁମିମଃନାର୍ ନିଚଳ୍ତାର୍ କାନ୍ଦ୍ତାର୍ ଆର୍ ତୁମାର୍ ସଃର୍ଦା ଦୁକେ ବାଦ୍ଲ । 10ମାପ୍ରୁର୍ ତଃୟ୍ ଅଃହ୍ଣା ଅଃହ୍ଣାକ୍ ସାନ୍ କଃରା, ତଃବେ ସେ ତୁମିମଃନ୍କେ ବଃଡ୍ କଃରେଦ୍ ।
ବିନ୍ ଲକାର୍ ବିଚାର୍ କଃରା ନାୟ୍
11ଏ ବାୟ୍ବେଣିମଃନ୍, ତୁମିମଃନ୍ ଏକ୍ଆରେକ୍କେ ଲିନ୍ଦା କଃତା କଃଉଆ ନାୟ୍ । ଜେ ବାୟ୍କ୍ ଲିନ୍ଦା କଃତା କୟ୍ଦ୍ କି ବିଚାର୍ କଃରେଦ୍, ସେ ମସାର୍ ବିଦିର୍ ଗାଣେଞ୍ଜ୍ କଃତା କୟ୍ଦ୍ ଆର୍ ବିଚାର୍ କଃରେଦ୍ । ମଃତର୍ ତୁମି ଜଦି ବିଦିର୍ ବିଚାର୍ କଃରାସ୍, ତଃନ୍ଅୟ୍ଲେକ୍ ତୁମି ମସାର୍ ବିଦିର୍ ମାୟ୍ନ୍କାରି ନଃୟ୍କଃରି, ସେତିର୍ ବିଚାର୍ କଃର୍ତା ଲକ୍ । 12ଇସ୍ୱର୍ ହଃକା ବିଦି ଦେତାଲକ୍ ଆର୍ ବିଚାର୍କଃର୍ତା ଲକ୍, ସେ ବଚାଉଁ ହାରେଦ୍ ଆର୍ ନାସ୍ କଃରୁ ହାରେଦ୍; ସେତାର୍ଗିନେ ହାକିହଃଳ୍ସାକେ ବିଚାର୍ କଃରୁଲାସ୍ ଜେ, ତୁମି, ତୁମି କେ ହାକିହଃଳ୍ସାର୍ ବିଚାର୍ କଃରୁଲାସ୍ ?
ବଃଡ୍ହାଣ୍ ଅଃଉଆ ନାୟ୍
13ଅଃବେ ଦଃକା, ଜୁୟ୍ମଃନ୍ କଃଉଁଲାସ୍, ଆଜି ନୟ୍ଲେକ୍ କାଲି ଅଃମିମଃନ୍ ଅମ୍କ ଗଃଳେ ଜଃଉଁନ୍ଦ୍ ଆର୍ ସେତି ଗଟେକ୍ ବଃର୍ସ୍ ହଃତେକ୍ ରଃୟ୍ ବେପାର୍ ବାଟ୍ କଃରି ଲାବ୍ କଃରୁନ୍ଦ୍ । 14ମଃତର୍ କାଲି କାୟ୍ରି ଗଃଟେଦ୍, ସେରି ତୁମିମଃନ୍ ନଃଜାଆସ୍ । ତୁମାର୍ ଜିବନ୍ କୁଳି ଦୁଆଁ ହର୍, ଚଃନେକ୍ସେ ରଃୟ୍ଦ୍ ଆର୍ ତାର୍ ହଃଚେ କେଣେକି ମଃୟାଅୟ୍ଦ୍ । 15ଇତାର୍ ଗିନେ ମାପ୍ରୁର୍ ଇଚା ଅୟ୍ଲେକ୍ ଅଃମିମଃନ୍ ଜିବନ୍ ରଃୟ୍ ଇରି କଃରୁଆଁ କି ସେରି କଃରୁଆଁ, ଇବାନ୍ୟା କଃଉତାର୍ ତୁମାର୍ ଦଃର୍କାର୍ । 16ମଃତର୍ ଅଃବେ ତୁମିମଃନ୍ ବଃଡ୍ହାଣ୍ ଅୟ୍ ଗଃର୍ବ୍ କଃରୁଲାସ୍; ଇରଃକମ୍ ଗଃର୍ବ୍ କଃର୍ତାର୍ କଃରାବ୍ ଅୟ୍ଦ୍ ।
17ମଃନେ ରଃକା, ଜେ ସଃତ୍ କାମ୍ କଃରୁକେ ଜାଣି ସେରି ନଃକେରେ, ତାର୍ ହାହ୍ ଅୟ୍ଦ୍ ।
5ମାଜନ୍ମଃନ୍କେ ଜଃର୍ଗାତ୍
1ଅଃବେ ଦଃକା, ଏ ମାଜନ୍ ଲକ୍ମଃନ୍, ତୁମିମଃନାର୍ ଉହ୍ରେ ଆସୁଲା ଦୁକ୍ ଦଃଣ୍ଡାର୍ ଗିନେ ଏତାୟ୍ ଏତାୟ୍ କଃରି କାନ୍ଦା ଆର୍ ରଃଦନ୍ କଃରା । 2୫:୨ ମାତି ୬:୧୯.ତୁମିମଃନାର୍ ଦଃନ୍ବିତ୍ ନଃସ୍ଟ୍ ଅୟ୍ଲିନି, ତୁମିମଃନାର୍ ବଃସ୍ତର୍କେ ଅଳ୍ମା କାୟ୍ଲାୟ୍ନି, 3ଆରେକ୍ ତୁମାର୍ ସନା ଆର୍ ରୁହାୟ୍ କିଲୁଆ ଲାଗ୍ଲିନି, ଆର୍ ସେ କିଲୁଆ ତୁମାର୍ ବିରଦେ ସାକି ଦଃୟ୍ଦ୍ ଆର୍ ଜୟ୍ ହର୍ ତୁମିମଃନାର୍ ଗଃଗାଳ୍କେ କାୟ୍ଦ୍ । ଇ ସେସ୍କାଳେ ତୁମିମଃନ୍ ଦଃନ୍ ଅଃର୍ଜି ଆଚାସ୍ । 4ଦଃକା, ତୁମାର୍ ହଃଦାର୍ ତାସ୍ କାଟୁମଃନ୍କେ ଟକିକଃରି ତୁମିମଃନ୍ ଜୁୟ୍ ବୁତି ନଃଦିଆସ୍, ସେମଃନ୍ ତୁମାର୍ ବିରଦେ କାନ୍ଦୁଲାୟ୍, ଆରେକ୍ ତାସ୍ କାଟୁମଃନାର୍ କାନ୍ଦ୍ତାର୍ ସଃର୍ଗାର୍ ସଃଇନ୍ ମଃନାର୍ ମାପ୍ରୁ ସୁଣିଆଚେ । 5ତୁମିମଃନ୍ ହୁର୍ତିବିଏ ସୁକ୍ ବୟଃଗ୍ କଃଲାସ୍ ଆର୍ ମଃନ୍ ସଃର୍ଦାୟ୍ ଦିନ୍ କାଟି ଆଚାସ୍, ତୁମିମଃନ୍ ମଃର୍ନ୍ ଦିନାର୍ ଗିନେ ନିଜ୍କେ ଦୁମା କଃରି ଆଚାସ୍ । 6ତୁମିମଃନ୍ ଦଃର୍ମି ଲକ୍କେ ଦସି କଃରି ମଃର୍ନେ ମାରି ଆଚାସ୍, ସେ ତୁମିମଃନାର୍ ବିରଦ୍ ନଃକେରେ ।୫:୬ ଲକ୍ମଃନ୍, ସେମଃନ୍ ତକେ, ଲକେ ତେବାଉଁ ନାହାର୍ତି, ଇସ୍ୱର୍ ତେବାଉଁ ନାହାରେ ।
ସଃମ୍ବାଳା ଆର୍ ପାର୍ତ୍ନା କଃରା
7ବଃଲେକ୍, ଏ ବାୟ୍ବେଣିମଃନ୍, ମାପ୍ରୁ ଆସ୍ତା ହଃତେକ୍ ସାସ୍ ଦଃରି ରିଆ । ଦଃକା, ତାସି ତାସ୍ ହଃଦାୟ୍ ହୁଣି ବଃଡେମଲାର୍ ହଃଳ୍ ହାଉଁକେ ସାସ୍ ଦଃରି ଆରୁମ୍ ଆର୍ ସେସ୍ ବଃର୍ସା ନଃଉତା ହଃତେକ୍ ଜାଗି ରଃୟ୍ଦ୍ । 8ତୁମିମଃନ୍ ହେଁ ସଃମ୍ବାଳି କଃରି ଅଃହ୍ଣା ଅଃହ୍ଣାର୍ ମଃନ୍କେ ତିର୍ କଃରା, କାୟ୍ତାକ୍ବଃଲେକ୍ ମାପ୍ରୁର୍ ଆସ୍ତା ଦିନ୍ ଚଃମେ ଅୟ୍ଲିନି ।
9ଏ ବାୟ୍ବେଣିମଃନ୍, ତୁମିମଃନ୍ ଜଃନ୍କଃରି ଡଃଣ୍ଡ୍ ନଃହାଉଆସ୍, ଇତାର୍ ଗିନେ ଏକ୍ଆରେକାର୍ ଦଃସ୍ ଦଃରା ନାୟ୍, ଦଃକା, ବିଚାର୍କଃର୍ତା ଲକ୍ ଦୁଆର୍ଲଃଗେ ଟିଆ ଅୟ୍ଆଚେ । 10ଏ ବାୟ୍ବେଣିମଃନ୍, ଜୁୟ୍ ବାବ୍ବାଦିମଃନ୍ ମାପ୍ରୁର୍ ନାଉଁଏ କଃତା କୟ୍ରିଲାୟ୍, ସେମଃନ୍କେ ମଃନେ ଏତାଉଆ । ସେମଃନାର୍ ଦୁକ୍ ବୟଃଗ୍ ଆର୍ ସଃମ୍ବାଳ୍ଲାର୍ ଦଃକି ତୁମିମଃନ୍ ସିକା । 11ଦଃକା, ଜୁୟ୍ମଃନ୍ ସଃମ୍ବାଳି ରିଲାୟ୍, ଅଃମିମଃନ୍ ସେମଃନାର୍ ବାୟ୍ଗ୍ ବଃଲି କଃଉଁଲୁ । ତୁମିମଃନ୍ ଆୟୁବାର୍ ସଃମ୍ବାଳ୍ତା କଃତା ସୁଣି ଆଚାସ୍, ଆରେକ୍ ମାପ୍ରୁର୍ ସଃରାସଃରି କାମ୍ ଦଃକି ଜାଣି ଆଚାସ୍ ଜେ, ସେ ଦଃୟାୟ୍ ହୁର୍ନ୍ ।
12୫:୧୨ ମାତି ୫:୩୪-୩୭.ମୁଳ୍କଃରି, ଏ ବାୟ୍ବେଣିମଃନ୍, ହଃର୍ମାଣ୍ କଃରା ନାୟ୍, ସଃର୍ଗାର୍ ହଃର୍ମାଣ୍ ଅଃଉଅ କି ହୁର୍ତିବିର୍ ହଃର୍ମାଣ୍ ଅଃଉଅ କି ବିନ୍ କୁୟ୍ ହଃର୍ମାଣ୍ ଅଃଉଅ; ମଃତର୍ ତୁମାର୍ ହେଁ କଃତା ହେଁ ଅଃଉଅ, ନାୟ୍ କଃତା ନାୟ୍ ଅଃଉଅ, ତଃନ୍ଅୟ୍ଲେକ୍ ତୁମିମଃନ୍ ଇସ୍ୱରାର୍ ବିଚାର୍ ବିନ୍ ଡଃଣ୍ଡ୍ ନଃହାଉଆସ୍ ।
13ତୁମିମଃନାର୍ ବିତ୍ରେ କାୟ୍ କେ ଦୁକ୍ ବୟଃଗ୍ କଃରୁଲାସ୍ ? ସେ ପାର୍ତ୍ନା କଃର । କେ କାୟ୍ ସଃର୍ଦାୟ୍ ଆଚେ ? ସେ ମାପ୍ରୁର୍ ଗିତ୍ କୟ୍ ଇସ୍ୱର୍କେ ଦନ୍ୟବାଦ୍ କଃର୍ । 14୫:୧୪ ମାର୍କ ୬:୧୩.ତୁମିମଃନାର୍ ବିତ୍ରେ କେ କାୟ୍ ମଃଳୁ ହଃଳି ଆଚେ ? ସେ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ କୁଦାଅ ସେମଃନ୍ ମାପ୍ରୁର୍ ନାଉଁଏ ଚିକଣ୍ ଲାଗାୟ୍ ତାର୍ ଗିନେ ପାର୍ତ୍ନା କଃରତ୍ । 15ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପ୍ରୁ ତାକ୍ ଉଟାୟ୍ଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ । 16ତଃବେ, ଏକ୍ ଆରେକାର୍ ଚଃମେ ଅଃହ୍ଣା ଅଃହ୍ଣାର୍ ହାହ୍ ମାନିଜଃହା, ଆରେକ୍ ଉଜ୍ ଅଃଉଁକେ ଏକ୍ଆରେକାର୍ ଗିନେ ପାର୍ତନା କଃରା । ଦଃର୍ମି ଲକାର୍ ପାର୍ତ୍ନା ଗାଦେକ୍ କାମ୍ ସାଦୁନ୍ କଃରୁ ହାରେ । 17ଏଲିୟ ଅଃମାର୍ ହର୍ ଲକ୍ ରିଲା; ବଃର୍ସା ନଃଉତା ଗିନେ ସେ ଗଟେକ୍ ମଃନେ ପାର୍ତ୍ନା କଃଲା, ଆରେକ୍ ତିନି ବଃର୍ସ୍ ଚଅ ମାସ୍ ହଃତେକ୍ ହୁର୍ତିବିଏ ବଃର୍ସା ନଃୟ୍ଲି । 18ସେ ଆରେକ୍ ଗଟ୍ତର୍ ପାର୍ତ୍ନା କଃଲାକ୍ ଅଃଗାସେ ହୁଣି ବଃର୍ସା ଅୟ୍ଲି, ଆରେକ୍ ବୁୟ୍ଁ ଅଃହ୍ଣାର୍ ହଃଳ୍ ହଃଳାୟ୍ଲି ।
19ଏ ମର୍ ବାୟ୍ବେଣିମଃନ୍, ତୁମାର୍ ବିତ୍ରେ ଜଦି କେ ସଃତ୍ ବାଟେ ହୁଣି ବାଣା ଅୟ୍ଦ୍, ଆରେକ୍ କେ ତାକ୍ ବାଉଳାୟ୍ ଆଣେଦ୍, 20୫:୨୦ ୧ ପିତ ୪:୮.୫:୨୦ ହାହିର୍ ମଃନ୍, ତାର୍ ନିଜାର୍ ଜିବନ୍, ଆତ୍ମା ।ତଃବେ ଜୁୟ୍ଲକ୍ ହାହିକେ ନଃସ୍ଟ୍ବାଟେ ହୁଣି ବାଉଳାୟ୍ ଆଣେଦ୍, ସେ ଜେ ତାର୍ ଆତ୍ମାକେ ମଃର୍ନେ ହୁଣି ମୁକ୍ଳାୟ୍ଦ୍ ଆର୍ ତାର୍ ନିଜାର୍ ସଃବୁ ହାହ୍ କେମା ଅୟ୍ଦ୍, ଇରି ଜାଣା ।