ଏବ୍ରିୟମାନଙ୍କ ନିକଟକୁ ଲିଖିତ ପତ୍ର
ଏବ୍ରି ଲକ୍ମଃନ୍କେ ଲେକ୍ଲା ଚିଟି
ଏବ୍ରି ଚିଟି ବିସୟେ ହଃଦେକ୍
ଏବ୍ରି ପୁସ୍ତକ ଗଟେକ୍ ସାସ୍ ଜାଗାଉତା ପୁସ୍ତକ୍ । ହର୍ନା ନିଅମାର୍ ବିନ୍ବିନ୍ ବାବ୍ବାଣି ହୁରୁଣ୍ ଅୟ୍ରିଲା ବିସୟ୍ ମଃନ୍ ଇତି ଆଚେ । ଇରି ଗଟ୍ ଉହ୍ଦେସ୍ ଦିଲା ଲେକା ହରି । ଇରି ହାକାହାକି ୬୦ ଗଟ୍ ହୁଣି ଆର୍ ଅଃଦିକ୍ସେ ହର୍ନା ନିୟମାର୍ ବିସୟ୍ ମଃନ୍ ଆଚେ । ଜିସୁ କ୍ରିସ୍ଟ କଃନ୍କଃରି ଜାଜକ୍ମଃନାର୍ କାମ୍ ହୁରୁଣ୍ କଃଲା ସେରି ମଃନ୍ ଇତି ଆଚେ । ସେତାକ୍ ଇରି ଜିଉଦି କ୍ରିସ୍ଟିଆନ୍ ମଃନାର୍ ହାୟ୍ଁ ସାସ୍ ଜାଗାଉତା ପୁସ୍ତକ୍ । ଏବ୍ରି ଚିଟି ଜିସୁ ବିଦି ସେସ୍ କଃଲାକ୍ ଜାଜକ୍ ମଃନ୍କେ ଆରେକ୍ କଃବେ ହୁଜାଦେତା ଲଳା ନାୟ୍ ଇରି ଇତି ଜାଣାଉଁଲି । ଜିସୁକ୍ରିସ୍ଟ ସେ ନିଜେ ହଃକା ସଃବୁ ହାହାର୍ ହୁଜା ମେଣ୍ଡା । ଅଃକା ତର୍କେ ସଃବୁବଃଳାର୍ ହାୟ୍ ସେ ନିଜେ ସାଦୁନ୍ କଃଲା । ଅଃବାର୍ ଜୁଗାର୍ କ୍ରିସ୍ଟିଆନ୍ ମଃନାର୍ ହାୟ୍ ଏବ୍ରି ଚିଟି ସାସ୍ ଦେଉଁଲି । ଇସ୍ୱର୍କେ ଆସ୍ର କଃରୁକେ କ୍ରିସ୍ଟ ହଃକା ସୁବିଦା କଃରୁହାରେ ଆର୍ କେ ନାୟ୍ । ସେତାକ୍ ତାକେ ଆସ୍ର କଃରି ଚାଲୁଆଁ ୧୨:୨ ।
ଏବ୍ରୀ ପୁସ୍ତକ୍ କେ ଲେକିଆଚେ ଜାଣା ନାୟ୍, ମଃତର୍ ହଃଣ୍ଡିତ୍ମଃନ୍ କଃଉଁଲାୟ୍ ପେରିତ୍ ପାଉଲ, ଲୁକ, ନୟ୍ଲେକ୍ ବର୍ନବା ହେଁ ଅୟ୍ ରଃୟ୍ଦ୍ । ଲେକ୍ଲା ସଃମୟ୍ ଜାଣାନାୟ୍ ମଃତର୍ କଃତେକ୍ ଲକ୍ କଃଉଁଲାୟ୍ ଇରି ଅଃଉଁ ହାରେ ଜିସୁକ୍ରିସ୍ଟର୍ ଜଃଲମାର୍ ୭୦ ବଃର୍ସ୍ ହଃଚେ ଲେକା ଅୟ୍ ରଃୟ୍ଦ୍ । ଜିରୁସାଲମ ମନ୍ଦିର୍ ଜିସୁ ଜଃଲମାର୍ ୭୦ ବଃର୍ସ୍ ବଃଳ୍ ନଃସ୍ଟ୍ ଅୟ୍ରିଲି ମଃତର୍ ଇ ଚିଟି ଲେକୁ ନଃସ୍ଟ୍ ଅୟ୍ନଃରିଲା ହର୍ ଲେକୁଲା । ଏବ୍ରି ଚିଟି ଅଃଉଁ ହାରେ ରମିୟ ଗଃଳେ ଲେକା ଜାୟ୍ ରିଲି । ୧୩:୨୪ ଆର୍ ବିନ୍ବିନ୍ ମଣ୍ଡ୍ଳିକେ ବାଟା କଃରା ଜାୟ୍ରିଲି ।
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜିସୁକ୍ରିସ୍ଟ ଇସ୍ୱରାର୍ ବାବ୍ବାଦି ଆର୍ ଦୁତ୍ମଃନାର୍ ତଃୟ୍ ହୁଣି ବଃଡ୍ । ୧:୧–୪:୧୩
୨. ଜିସୁକ୍ରିସ୍ଟ ବଃଡ୍ଜାଜକ୍ । ୪:୧୪–୭:୨୮
୩. ଜିସୁର୍ ସେବାକାମାର୍ ବିସୟ୍ । ୮:୧–୧୦:୩୧
୪. ଜିସୁ ସଃବୁ ବାଟ୍ୟାହେଁ ବଃଡ୍ । ୧୦:୩୨–୧୩:୧୭
୫. ସାସ୍ ଦେତାର୍ ଉହ୍ଦେସ୍ ଆର୍ ସେସ୍ ଜୁଆର୍ ଜାଣାଉତାର୍ । ୧୩:୧୮-୨୫
1ଇସ୍ୱରାର୍ କଃତା ତାର୍ ହୟ୍ସି ଦଃୟ୍ ଜାଣାୟ୍ଲା
1ଇସ୍ୱର୍ ହୁର୍ବ୍ କାଳେ ବିନ୍ବିନ୍ ବେଳାୟ୍ ଆର୍ ବିନ୍ବିନ୍ ରଃକମେ ବାବ୍ବାଦିମଃନାର୍ ଦଃୟ୍ ଦାଦିବାବୁମଃନ୍କେ କଃତା କୟ୍, 2ଇ ସେସ୍ କାଳେ ହୟ୍ସିର୍ ଦଃୟ୍ ଅଃମିମଃନ୍କ୍ କଃତା କୟ୍ଆଚେ; ତାକେ ସେ ସଃବୁ ବିସୟାର୍ ଅଃଦିକାରି କଃରି ବାଚ୍ଲା, ତାର୍ ଦଃୟ୍ ହେଁ ସଃବୁ ଜଃଗତାର୍ ଉବ୍ଜାୟ୍ଲା; 3ସେ ତାର୍ ଜଃଜ୍ମାନାର୍ ଉଜାଳ୍ ଆର୍ ତାର୍ ଗ୍ୟାନାର୍ ମୁର୍ତି, ସେ ଅଃହ୍ଣାର୍ ସଃକାତ୍ ହୁର୍ନ୍ କଃତା ଦଃୟ୍ ସଃବୁ ବିସୟ୍ ଦଃରେଦ୍, ଆରେକ୍ ହାହ୍ କେମା କଃଲା ହଃଚେ ସଃର୍ଗାର୍ ଇସ୍ୱରାର୍ କାତା କୁଚି ବାଟ୍ୟା ବଃସିଆଚେ ।
ଇସ୍ୱରାର୍ ହୟ୍ସି ବଃଡ୍
4ସେ ଜୁୟ୍ ଇସାବେ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉଁଆର୍ ଅଃଦିକାରି ଅୟ୍ଆଚେ, ସେ ଇସାବେ ସେ ସେମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ଅୟ୍ଆଚେ । 5କାୟ୍ତାକ୍ବଃଲେକ୍ ଇସ୍ୱର୍ ଦୁତ୍ମଃନାର୍ ବିତ୍ରେ କାକେ କଃବେ ଇରି ନଃକୟ୍ଁ,
“ତୁୟ୍ ମର୍ ହଅ,
ଆଜି ମୁୟ୍ଁ ତକ୍ ଜଃଲମ୍ ଦଃୟ୍ ଆଚି ।”
ଇସ୍ୱର୍ ହେଁ କୟ୍ଲା,
“ମୁୟ୍ଁ ତାର୍ ଉବାସି ଅୟ୍ନ୍ଦ୍,
ଆର୍ ସେ ମର୍ ହଅ ଅୟ୍ଦ୍ ।”
6ଆରେକ୍ ଜୁୟ୍ ବେଳାୟ୍ ସେ ହଃର୍ତୁ ଜଃଲମ୍ ଅୟ୍ଲା ହୟ୍ସିକ୍ ଆରେକ୍ ଗଟ୍ତର୍ ଜଃଗତ୍ ବିତ୍ରେ ହଃଟାୟ୍ଦ୍, ସେ ବେଳାକ୍ ଦଃକି ସେ କଃଉଁଲା,
“ଇସ୍ୱରାର୍ ସଃବୁ ଦୁତ୍ ତାକେ ଜୁଆର୍ କଃରତ୍ ।”
7ଆର୍ ଇସ୍ୱର୍ ଦୁତ୍ମଃନାର୍ ବିସୟେ କଃଉଁଲା,
“ସେ ଅଃହ୍ଣାର୍ ଦୁତ୍ମଃନ୍କେ ବାଉ ହର୍ କଃରେଦ୍,
ଆରେକ୍ ଅଃହ୍ଣାର୍ ସେବା କଃରୁମଃନ୍କେ ଜୟ୍ଉଳା ହର୍ କଃରେଦ୍ ।”
8ମଃତର୍ ବିନ୍ ବାଟ୍ ସେ ହୟ୍ସିର୍ ବିସୟେ କଃଉଁଲା, ଏ ଇସ୍ୱର୍,
“ତର୍ ରାଇଜ୍ ଜୁଗେଜୁଗେ ରେତାର୍,
ଆରେକ୍ ତୁୟ୍ ନ୍ୟାୟ୍ ସଃଙ୍ଗ୍ ତର୍ ଲକ୍ମଃନ୍କେ ସାସନ୍ କଃର୍ସି ।”
9“ତୁୟ୍ ଦଃର୍ମ୍ କଃତାକ୍ ଲାଡ୍ କଃରୁଲିସ୍ ଆର୍ ଅଃଦଃର୍ମ୍ କଃତାର୍ ଗିଣ୍ କଃରୁଲିସ୍,
ସେତାକ୍ ଏ ଇସ୍ୱର୍, ତର୍ ଇସ୍ୱର୍ ତକେ ବାଚିଆଚେ,
ତର୍ ସଃଙ୍ଗୁଆଳି ମଃନାର୍ ତଃୟ୍ହୁଣି ତକ୍ ଅଃଦିକ୍ ସଃର୍ଦାର୍ ଜିତ୍ଚିକଣ୍ ଅବିସେକ୍ କଃରିଆଚେ ।”
10ଆରେକ୍ କଃଉଁଲା,
“ଏ ମାପ୍ରୁ, ତୁୟ୍ ଆରୁମେ ହୁର୍ତିବିର୍ କୁନାଦି ତିଆର୍ କଃରି ଆଚ୍ସି,
ଆରେକ୍ ଅଃଗାସ୍ ତର୍ ଆତେ କଃଲା କାମ୍ ।
11ସେସଃବୁ ନାସ୍ ଅୟ୍ଦ୍, ମଃତର୍ ତୁୟ୍ ସଃବୁ ଦିନ୍ ରେସି;
ସେ ସଃବୁ ବଃସ୍ତର୍ ହର୍ ଚିରି ଅୟ୍ଦ୍,”
12ଆରେକ୍ ତୁୟ୍ ହଃଚ୍ୟା ହର୍,
ହିଁ ବଃସ୍ତର୍ ହର୍ ସେ ସଃବୁ ଦୁଣା କଃର୍ସି,
ଆର୍ ସେସଃବୁ ବାଦ୍ଲେଦ୍ ।
ମଃତର୍ ତୁୟ୍ ସଃବୁବଃଳ୍ ସଃମାନ୍,
ଆରେକ୍ ତର୍ ବଃର୍ସ୍ମଃନ୍ ସେସ୍ ନୟେ ।
13ଆର୍ ମୁୟ୍ଁ ଜଃବେ ହଃତେକ୍ ତର୍ ସଃତ୍ରୁମଃନ୍କେ ତର୍ ହାଦ୍ ତଃଳେ ନଃକେରି ଆଚି,
ସେ ହଃତେକ୍ ମର୍ କାତା ବାଟ୍ୟା ବଃସି ରେ,
ଇରି ସେ ଦୁତ୍ମଃନାର୍ ବିତ୍ରେ କାକେ କଃବେ ନଃକୟ୍ ।
14ତଃବେ ସଃର୍ଗଦୁତ୍ ମଃନ୍ କେ ? ଇମଃନ୍ ଇସ୍ୱରାର୍ ସେବାକଃର୍ତା ଆତ୍ମା । ଆରେକ୍ ମୁକ୍ତିର୍ ଅଃଦିକାରି ଅଃଉତା ଲକାର୍ ସେବା କଃରୁକେ ଇସ୍ୱର୍ ହଃଟାୟ୍ଲା ଆତ୍ମାମଃନ୍ ।
2ବଃଡ୍ ମୁକ୍ତି
1ବଃଲେକ୍, ଅଃମିମଃନାର୍ ସୁଣିରିଲା କଃତାକ୍ ଅଃଦିକ୍ ମଃନ୍ ଦେତାର୍ ଲଳା, ନୟ୍ଲେକ୍ କଃଡେବଃଳ୍ ଅଃମି ବାଟ୍ ବାଣା ଅଃଉଁନ୍ଦ୍ । 2କାୟ୍ତାକ୍ବଃଲେକ୍ ହୁର୍ବେ ଇସ୍ୱର୍ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ ହୁଣି ଜାଣାୟ୍ ଆଚେ, ଟିକ୍ ବଃଲି ଜାଣା ହଃଳି ଆଚେ ଜୁୟ୍ ଲକ୍ ତାକେ ସାନ୍ କଃରି ମାନି ନଃକେରି ଆଚ୍ତି ସେମଃନ୍ ହାଉତା ଡଃଣ୍ଡ୍ ହାୟ୍ ଆଚ୍ତି । 3ତଃବେ ଇବାନ୍ୟା ବଃଡ୍ ମୁକ୍ତି ଚାଡ୍ଲେକ୍ ଅଃମି କଃନ୍କଃରି ବଚୁଆଁ ? ସେରି ତ ହଃର୍ତୁ ମାପ୍ରୁର୍ ଦଃୟ୍ କଃଉଆ ଅୟ୍ ସୁଣ୍ଲା ଲକ୍ମଃନାର୍ ବାଟ୍ ଅୟ୍ ଅଃମିମଃନାର୍ ଲଃଗେ ସଃତ୍ ଜାଣାହଃଳ୍ଲି । 4ସେ ବିସୟେ ଇସ୍ୱର୍ ହେଁ ନିଜାର୍ ଇଚା ହଃର୍କାରେ ବିନ୍ବିନ୍ ଚିନ୍ ଆର୍ କାବା କାମ୍ ଆରେକ୍ ବିନ୍ବିନ୍ ସଃକ୍ତିର୍ କାମ୍ ଆର୍ ପବିତ୍ର ଆତ୍ମାର୍ ବିନ୍ବିନ୍ ଦାନ୍ ତଃୟ୍ ସାକି ଦଃୟ୍ ଆଚେ ।
ଜିସୁ ହୁରାହୁରି ମାନାୟ୍ ରୁହ୍ ଦଃର୍ଲା
5କାୟ୍ତାକ୍ବଃଲେକ୍ ଇସ୍ୱର୍ ଜୁୟ୍ ହୁର୍ତିବି ତିଆର୍ କଃରେଦ୍ ଆର୍ ଜୁୟ୍ ଆସୁଲା ଜଃଗତାର୍ କଃତା ଅଃମିମଃନ୍ କଃଉଁଲୁ, ସେରି ସେ ଦୁତ୍ମଃନ୍କେ ସଃହ୍ରି ନଃଦେୟ୍ । 6ବଃଲେକ୍ ଦଃର୍ମ୍ ସାସ୍ତରେ ଇ ସାକି ଲେକା ଆଚେ,
“ମାନାୟ୍ କେ, ଜ ତୁୟ୍ ତାକେ ଏତାଉତି ରେସି ?
ମାନାୟ୍ ହୟ୍ସି କେ ଜ, ତୁୟ୍ ତାର୍ ଜଃତୁନ୍ ନେଉଁଲିସ୍ ?
7ତୁୟ୍ ଦୁତ୍ମଃନାର୍ ତଃୟ୍ହୁଣି ତାକେ ଅଃଳକ୍ ସାନ୍ କଃରି ଆଚ୍ସି,
ତୁୟ୍ ତାକେ ଜଃଜ୍ମାନ୍ ଆର୍ ମାନ୍ତିର୍ ମୁକୁଟ୍ ହିନ୍ଦାୟ୍ ଆଚ୍ସି,
8ସଃବୁ ବିସୟ୍ ଉହ୍ରେ ଅଃଦିକାର୍ ଦଃୟ୍ ଆଚ୍ସି ।”
ଇତାର୍ ଅଃର୍ତ୍ କାୟ୍ ବିସୟ୍ ହେଁ ନଃଚାଡି ସଃବୁ ବିସୟେ ଅଃଦିକାର୍ ଦଃୟ୍ ଆଚେ, ଇତାର୍ ଗିନେ ଜାଣାହଃଳୁଲି ଜେ ସବୁ ବିସୟ୍ ତାର୍ ରଃଜା କାମାର୍ ତଃଳେ ଆଚେ । 9ଅଃମି ଦଃକୁଲୁ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ହୁଣି ଅଃଳକ୍ ସାନ୍ କଃରା ଅୟ୍ରିଲି, ବଃଲେକ୍ ଜିସୁକେ ମଃର୍ନାର୍ ଦୁକ୍ ବୟଃଗ୍ ଗିନେ ଜଃଜ୍ମାନ୍ ଆର୍ ମାନ୍ତିର୍ ମୁକୁଟ୍ ହିନ୍ଦି ଆଚ୍ତାର୍ ଦଃକୁଲୁ, ଜଃନ୍କଃରି ଇସ୍ୱରାର୍ ଦଃୟାୟ୍ ସଃବୁ ମାନାୟ୍ର୍ ଗିନେ ସେ ମଃର୍ନ୍ ଚାକିରିଲା । 10କାୟ୍ତାକ୍ବଃଲେକ୍ ଜାର୍ ଗିନେ ଆର୍ ଜେ ସଃବୁ ଉବ୍ଜାୟ୍ ଆଚେ, ଗାଦେକ୍ ହୟ୍ସିମଃନ୍କେ ଜଃଜ୍ମାନେ ନେଉଁକେ କଃରିଆଚେ ବଃଲେକ୍ ସେମଃନ୍କେ ମୁକ୍ତିର୍ ବାଟ୍କେ କାଡାୟ୍ ନେଉଁକେ ସେ ଜୟ୍ଗ୍ ଆଚେ । ବଃଲେକ୍ ଜିସୁ ହଃକା ମୁକ୍ତିର୍ ବାଟେ ସେମଃନ୍କେ କାଡାୟ୍ ନଃୟ୍ଦ୍ ।
11ତଃବେ ଜିସୁ ଆର୍ ଜୁୟ୍ ଲକେ ନିର୍ମୁଳ୍ ଅଃଉତି, ସେମଃନ୍ ସଃବୁ ଗଟେକ୍ ଉବାର୍ ହୟ୍ସିମଃନ୍; ସେତାର୍ ଗିନେ ଜିସୁ ସେମଃନ୍କେ ବାୟ୍ବେଣି ବଃଲି କଃଉଁକେ ଲାଜ୍ ନୟେ । 12ଜିସୁ ଇସ୍ୱର୍କେ କୟ୍ଦ୍,
“ମୁୟ୍ଁ ଅଃହ୍ଣାର୍ ବାୟ୍ବେଣିମଃନାର୍ ତଃୟ୍ ତର୍ ନାଉଁ ପର୍ଚାର୍ କଃରିନ୍ଦ୍,
ମୁୟ୍ଁ ସେମଃନାର୍ କୁଟୁମ୍ ବିତ୍ରେ ତର୍ ଗୁଣ୍ଗିତ୍ କୟ୍ଦ୍ ।”
13ସେ ଇରି ହେଁ କୟ୍ଆଚେ ଆରେକ୍, “ମୁୟ୍ଁ ତାର୍ ତଃୟ୍ ମର୍ ବିସ୍ୱାସ୍ ସଃଙ୍ଗାୟ୍ନ୍ଦ୍ ।” ଆରେକ୍, “ଇସ୍ୱର୍ ଜୁୟ୍ ହିଲାମଃନ୍କେ ଦଃୟ୍ ଆଚେ ସେମଃନ୍ ଆଚ୍ତି ।”
14ସେ ଜୁୟ୍ ମଃନ୍କେ ହିଲାମଃନ୍ ବଃଲିଆଚେ, ବଃନି ଆର୍ ମାସାର୍ ବାଗିଦାରି ଅୟ୍ରିଲାର୍ ଗିନେ ସେ ହେଁ ନିଜେ ସେରଃକମ୍ ସେତିର୍ ବାଗିଦାରି ଅୟ୍ଲା, ଜଃନ୍କଃରି ମଃର୍ନ୍ ଦଃୟ୍ ମଃର୍ନାର୍ ଅଃଦିକାରିକ୍, ବଃଲେକ୍, ସୟ୍ତାନ୍କେ ନାସ୍ କଃରେଦ୍, ଜାର୍ତଃୟ୍ ମଃର୍ନାର୍ ଅଃଦିକାର୍ ଆଚେ । 15ଆରେକ୍ ମଃର୍ନାର୍ ଡିରେ ଜୁୟ୍ ଲକ୍ମଃନ୍ ଜିବନ୍ଜାକ ଗତିଦଃଙ୍ଗ୍ଳାର୍ ବାନ୍ଦୁଣେ ରିଲାୟ୍, ସେମଃନ୍କେ ସେ ମୁକ୍ଳାୟ୍ ଆଚେ । 16ଇତିହୁଣି ନିକ ଜାଣାହଃଳୁଲି ଜେ ସେ ସଃର୍ଗ୍ ଦୁତ୍ ମଃନାର୍ ଜଃତୁନ୍ ନଃନେୟ୍ ମଃତର୍ ଅବ୍ରାହାମାର୍ ହିଲାମଃନାର୍ ଜଃତୁନ୍ ନଃୟ୍ଦ୍ । 17ବଃଲେକ୍, ସଃବୁ ବିସୟେ ଅଃହ୍ଣାର୍ ବାୟ୍ବେଣିମଃନାର୍ ହର୍ ଅଃଉତାର୍ ତାର୍ ଲଳା ରିଲି, ଜଃନ୍କଃରି ସେ ଲକ୍ମଃନାର୍ ହାହାର୍ ହାହ୍ ମାନ୍ତା ଗିନେ ଇସ୍ୱରାର୍ ସେବା ବିସୟେ ଗଟେକ୍ ଦଃୟାକାରି ଆର୍ ବିସ୍ୱାସି ମୁଳ୍ ଜାଜକ୍ ଅୟ୍ଦ୍ । 18କାୟ୍ତାକ୍ବଃଲେକ୍ ସେ ନିଜେ ପରିକ୍ୟାୟ୍ ହଃଳି ଦୁକ୍ ବୟଃଗ୍ କଃରିରିଲାର୍ ଗିନେ ପରିକ୍ୟାୟ୍ ହଃଳିରିଲା ଲକ୍ମଃନାର୍ ଉହ୍କାର୍ କଃରୁକେ ହାରେ ।
3ଜିସୁ ମସାର୍ ତଃୟ୍ହୁଣି ବଃଡ୍
1କ୍ରିସ୍ଟିଆନ୍ ସଃଙ୍ଗ୍ମଃନ୍ ଏ ଇସ୍ୱରାର୍ କୁଦାୟ୍ ଅୟ୍ଲାର୍ ପବିତ୍ର ବାୟ୍ବେଣିମଃନ୍, ଅଃମିମଃନାର୍ ବିସ୍ୱାସାର୍ କଃତା ହଃର୍କାରେ ପେରିତ୍ ଆର୍ ମୁଳ୍ ଜାଜକ୍ ଜିସୁର୍ କଃତା ବାବି ଦଃକା; 2ମସା ଜଃନ୍କାର୍ ଇସ୍ୱରାର୍ ଗଃର୍ ବିତ୍ରେ ବିସ୍ୱାସି ରିଲା, ଇସ୍ୱର୍ ବାଚ୍ଲା ଜିସୁ ସେରଃକମ୍ ଇ କାମେ ଇସ୍ୱର୍ ତଃୟ୍ ବିସ୍ୱାସି ରିଲା । 3ଗଃର୍ ତଃୟ୍ହୁଣି ଗଃର୍ ତିଆର୍ କଃରୁ ଜଃନ୍କଃରି ଅଃଦିକ୍ ମାୟ୍ନ୍ ହାୟ୍ଦ୍, ସେବାନ୍ୟା ସେ ମସାର୍ ତଃୟ୍ହୁଣି ଅଃଦିକ୍ ଜଃଜ୍ମାନାର୍ ଜୟ୍ଗ୍ ବଃଲି ଗଃଣିତା ଅୟ୍ଆଚେ । 4ଜଃନ୍କାର୍ କି ହଃତି ଗଃର୍ କୁୟ୍ ନୟ୍ଲେକ୍ କୁୟ୍ ଲକ୍ ତିଆର୍ କଃଲାର୍, ମଃତର୍ ସଃବୁ ବିସୟାର୍ ଜେ ତିଆର୍ କଃର୍ତା ଲକ୍, ସେ ଇସ୍ୱର୍ । 5ଗଟ୍ ଦଃଙ୍ଗ୍ଳା ବାବେ ମସା ଇସ୍ୱରାର୍ ଗଃରେ ମାୟ୍ନ୍କାରି ବିସ୍ୱାସି ଲକ୍ରିଲା, ଆର୍ ତାର୍ କାମ୍ ଇସ୍ୱର୍ ଆଗେ ଜାଣାଉତାର୍ ବିସୟ୍ ହର୍ ରିଲା । 6ମଃତର୍ କ୍ରିସ୍ଟ ତାର୍ ହୟ୍ସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
ଇସ୍ୱରାର୍ ଲକ୍ମଃନାର୍ ଗିନେ
7ବଃଲେକ୍ ପବିତ୍ର ଆତ୍ମା ଜଃନ୍କାର୍ କୟ୍ଦ୍,
“ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,
8ଜଃନ୍କଃରି ରିସା ଜାତ୍ ଅଃଉତା ଟାଣେ ଆର୍ ବଃଟାୟ୍ ପରିକ୍ୟା ଦିନ୍ ଗଃଟିରିଲି,
ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।
9ସେ ବଃଟାୟ୍ ତୁମିମଃନାର୍ ଦାଦିବାବୁମଃନ୍ ପରିକ୍ୟା କଃରି ଅଃମିକ୍ ଲଳ୍ଲାୟ୍,
ଆର୍ ଚାଳିସ୍ ବଃର୍ସ୍ ହଃତେକ୍ ଅଃମାର୍ କାମ୍ ଦଃକ୍ଲାୟ୍ ।
10ସେତାର୍ଗିନେ ଅଃମି ଇ ବଃଉଁସ୍ ଉହ୍ରେ ରିସା ଅୟ୍ କୟ୍ଲୁ,
‘ସେମଃନ୍ ସଃବୁବଃଳ୍ ମଃନେ ବାଣା ଅୟ୍ଆଚ୍ତି, ସେମଃନ୍ ଅଃମାର୍ ବାଟ୍ ସଃବୁ ନଃଜାଣ୍ତି ।
ଆର୍ ମର୍ ଆଦେସ୍ ମାନୁ ନଃଚ୍ତି ।
11ଇତାକ୍ ମୁୟ୍ଁ ନିଜେ ରିସା ଅୟ୍ ସଃୟ୍ତ୍ କଃଲେ,
ସେମଃନ୍ ମୁୟ୍ଁ କୟ୍ଲା ଦେସେ କଃବେହେଁ ହୁରୁ ନଃହାର୍ତି ।’”
12ଏ ବାୟ୍ବେଣିମଃନ୍, ଜଃଗ୍ରାତ୍, ଅଃଉଆ ଜଃନ୍କଃରି ତୁମାର୍ କାର୍ ମଃନ୍ ଜିବନ୍ ଇସ୍ୱରାର୍ ବିସ୍ୱାସ୍ ତଃୟ୍ହୁଣି ଦୁରି ନଃଜଃଉଅ । 13ମଃତର୍ କଃଡେବଃଳ୍ ହାହାର୍ ଟକ୍ତା ତଃୟ୍ ତୁମିମଃନାର୍ ବିତ୍ରେ କେ ଅଃଟୁଆ ମଃନାର୍ ଲକ୍ ଅୟ୍ଦ୍, ଇତାର୍ ଗିନେ ଆଜି ବେଳା ରେଉଁ ରେଉଁ ହଃତି ଦିନ୍ ଗଟ୍ଲକ୍ ଆରେକ୍ ଗଟେ ଲକେ ଉହ୍କାର୍ କଃର । 14ବଃଲେକ୍ ଆରୁମେ ଅଃମିମଃନାର୍ ଜୁୟ୍ ବିସ୍ୱାସ୍ ରିଲି, ସେରି ଜଦି ସେସ୍ ହଃତେକ୍ ଦଃରି ରେଉଁନ୍ଦ୍, ତଃବେ କ୍ରିସ୍ଟର୍ ସଃଙ୍ଗାର୍ ବାଗିଦାରି ଅୟ୍ ରେଉଁନ୍ଦ୍ ।
15କଃତା ଆଚେ,
“ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,
ଜଃନ୍କଃରି ରିସା ଜଃନ୍ମାଉତା ଟାଣେ ଗଃଟିରିଲି,
ସେମଃନ୍ ଇସ୍ୱରାର୍ ବିରଦି ଅୟ୍ରିଲାୟ୍ ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।”
16ତଃବେ ଜୁୟ୍ ଲକ୍ମଃନ୍ ସୁଣି ରିସା କଃରାୟ୍ଲାୟ୍ ? ମସାର୍ ଦଃୟ୍ ମିସର୍ ଦେସେ ହୁଣି ଜୁୟ୍ ଲକ୍ମଃନ୍ ବାରାୟ୍ ଆସି ରିଲାୟ୍, ସେ ସଃବୁ ଲକ୍ମଃନ୍ କାୟ୍ ସେମଃନ୍ ନୟ୍ ? 17ଆର୍ ଜୁୟ୍ ଲକ୍ମଃନାର୍ ଉହ୍ରେ ଚାଳିସ୍ ବଃର୍ସ୍ ହଃତେକ୍ ସେ ରିସା ଅୟ୍ରିଲା ? ଜୁୟ୍ ଲକ୍ମଃନ୍ ହାହ୍ କଃରି ରିଲାୟ୍, ଜୁୟ୍ ଲକ୍ମଃନାର୍ ମଃଳ୍ ବଃଟାୟ୍ ହଃକାୟ୍ ଅୟ୍ରିଲି, କାୟ୍ ସେମଃନାର୍ ଉହ୍ରେ ନାୟ୍ ? 18ଇସ୍ୱର୍ ଜଃଡ୍ବଃଳ୍ ସଃୟ୍ତ୍ କଃରି କୟ୍ରିଲା ସେହର୍ “ମର୍ ବିସାଉଁଣି ତଃୟ୍ ହୁରୁ ନଃହାର୍ତି” ସେ ଇରି ଜାକେ କୟ୍ରିଲା ସେମଃନ୍ ଇସ୍ୱରାର୍ ବିରଦେ କୟ୍ରିଲା ଲକ୍ମଃନ୍ । 19ବଃଲେକ୍ ଅଃମିମଃନ୍ ଦଃକୁଲୁ ଜେ, ସେମଃନାର୍ ଅବିସ୍ୱାସାର୍ ଗିନେ ସେମଃନ୍ ସେ ସଃୟ୍ତ୍ କଃଲା କିଣାନ୍ ଦେସେ ହୁରୁ ନଃହାୟ୍ଲାୟ୍ ।
41ଅଃମିକ୍ ବିସାଉଁଣି ତଃୟ୍ ହୁରୁକେ ଜୁୟ୍ ସଃୟ୍ତ୍ କଃରି ଇସ୍ୱର୍ କୟ୍ରିଲା ସେ ସଃୟ୍ତ୍ ଅଃବେ ହିଁ ଆଚେ, ସେ ସଃୟ୍ତାର୍ ଗିନେ ଡିରାର୍ ସଃଙ୍ଗ୍ ଆସା, ଅଃମିମଃନ୍ ସେ ସଃୟ୍ତାର୍ ବିସାଉଁଣିକେ ସଃବୁ ଲକ୍ ହେଁ ହାଉଁ ହାରୁଆ ସେତାକ୍ ଜଃତୁନ୍ କଃରୁଆଁ । 2କାୟ୍ତାକ୍ବଃଲେକ୍ ସେମଃନାର୍ ତଃୟ୍ ଜଃନ୍କାର୍, ଅଃମିମଃନାର୍ ତଃୟ୍ ହେଁ ସେବାନ୍ୟା ନିକ କବୁର୍ ପର୍ଚାର୍ ଅୟ୍ଆଚେ, ମଃତର୍ ସୁଣ୍ତା ଲକ୍ ବିସ୍ୱାସ୍ ସଃଙ୍ଗ୍ ସୁଣ୍ଲା କଃତା ନିଜାର୍ ନଃକେଲାକ୍ ସେରି ସେମଃନାର୍ ହାକ୍ ଲାବ୍ ଦେତାର୍ ନୟ୍ଲି । 3ଅଃମିମଃନ୍ ଜଃନ୍କାର୍ କି ବିସ୍ୱାସ୍ କଃରୁଲୁ, ଅଃବ୍କା ଅଃମିମଃନ୍ ସେ ବିସାଉତା ତଃୟ୍ ଜଃଉଁନ୍ଦ୍, ସେ କୟ୍ଆଚେ,
“ଇତାକ୍ ଅଃମି ଅଃହ୍ଣାର୍ ରିସାୟ୍ ସଃୟ୍ତ୍ କଃଲୁ,
ସେମଃନ୍ ଅଃମାର୍ ବିସାଉତା ତଃୟ୍ ନଃହୁର୍ତି ।
ମଃତର୍ ଜଃଗତାର୍ ଆରୁମେ ତ ସଃବୁ କାମ୍ ସଃରି ରିଲି ।” 4ବଃଲେକ୍ ସାତ୍ ଦିନାର୍ ବିସୟେ ସାସ୍ତରେ କୁୟ୍ କୁୟ୍ଅଲେ ଟାଣେ କୟ୍ଆଚେ, “ଇସ୍ୱର୍ ସାତ୍ ଦିନାର୍ ଦିନ୍ ଅଃହ୍ଣାର୍ ସଃବୁ କାମେ ହୁଣି ବିସାୟ୍ଲା ।” 5ଆର୍ ଇ ବିସୟେ ଆରେକ୍ ଲେକାଆଚେ, ଇସ୍ୱର୍ କୟ୍ଲା “ସେମଃନ୍ ଅଃମାର୍ ବିସାଉତା ତଃୟ୍ ନଃହୁର୍ତି ।” 6ଜୁୟ୍ ଲକ୍ମଃନ୍ ହଃର୍ତୁ ନିକ କବୁର୍ ସୁଣିରିଲାୟ୍, ନିଜାର୍ ସଃତ୍ନାୟ୍ଲାର୍ ଗିନେ ସେ ବିସାଉଁଣି ହାଉଁକେ ଜୟ୍ଗ୍ ନୟ୍ଲାୟ୍ । ଅଃବେ ବିନ୍ ଲକ୍ମଃନ୍ ସେ ବିସାଉଁଣି ହାଉଁକ୍ ସୁବିଦା ହାୟ୍ଲାୟ୍ । 7ଆରେକ୍ ଗଟେକ୍ ଦିନ୍, ବଃଲେକ୍, ଆଜିର୍ ଦିନ୍ ତିଆର୍ କଃରି ଅଃତେକ୍ କାଳ୍ ହଃଚେ ଦାଉଦାର୍ ପୁସ୍ତକ୍ ତଃୟ୍ କଃଉଁଲା, ଜଃନ୍କାର୍ ହୁର୍ବେ କୟ୍ଆଚେ,
“ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,
ଅଃହ୍ଣା ଅଃହ୍ଣାର୍ ମଃନ୍ ଅଃଟୁଆ କଃରା ନାୟ୍ ।”
8ବଃଲେକ୍ ଜଦି ଜିହସୟ୍ ସେମଃନ୍କେ ଇସ୍ୱର୍ ସଃୟ୍ତ୍ କଃଲା ବିସାଉଁଣି ଦଃୟ୍ରେତାକ୍, ତଃବେ ଇସ୍ୱର୍ ହଃଚେ ଦିନ୍ ଗଟେକ୍ ବିସାଉଁଣିର୍ କଃତା ନଃକୟ୍ତାକ୍ । 9ଇରି ଜାଣାହଃଳି ଆଚେ ଜେ ଇସ୍ୱରାର୍ ଲକ୍ମଃନାର୍ ଗିନେ ଗଟେକ୍ ଅଃଦିକ୍ ନିକ ବିସାଉଁଣି ବାକି ଆଚେ, ତଃବେ ଇସ୍ୱରାର୍ ଲକ୍ମଃନାର୍ ଗିନେ ବିସାଉଁଣିବାର୍ ବୟଃଗ୍ କଃର୍ତାର୍ ବାକି ଆଚେ । 10ଇସ୍ୱର୍ ଜଃନ୍କଃରି ନିଜାର୍ କାମେହୁଣି ବିସାୟ୍ଲା, ସେ ରଃକମ୍ ସେମଃନ୍ ହେଁ ସେମଃନାର୍ କାମେ ହୁଣି ବିସାଉଁଣି ହାୟ୍ ଆଚ୍ତି । 11ଇତାକ୍ ଆସା, ଅଃମିମଃନ୍ ସେ ବିସାଉତା ତଃୟ୍ ଜଃଉଁକେ ଜଃତୁନ୍ କଃରୁଆଁ, ଜଃନ୍କଃରି କୁୟ୍ ଲକ୍ ଅମାନ୍ୟାର୍ ସେ କଃତା ହଃର୍କାରେ ଆରିନଃଜାୟ୍ ।
12କାୟ୍ତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ । 13ଇସ୍ୱରାର୍ ମୁଏଁ କେ ହେଁ ଲୁକ୍ଣେ ନାୟ୍, ମଃତର୍ ଜାର୍ ତଃୟ୍ ଅଃମିମଃନ୍ ଇସାବ୍ ଦେଉଁକ୍ ଅୟ୍ଦ୍, ତାକେ ଆକାୟ୍ ସଃବୁ ବିସୟ୍ ନଃଗ୍ଳା ଆର୍ ଉଗାଳି ଅୟ୍ଲାର୍ ।
ଜିସୁ ମୁଳ୍ ଜାଜକ୍
14ତଃବେ ଅଃମି ଦଃର୍ମ ବିସ୍ୱାସ୍ କେ ମାନୁଲୁ ସେରି ଅଃଟୁଆ କଃରି ଦଃରିରିଆ; ତଃବେ ସଃର୍ଗେ ସଃବୁହାକ୍ ବୁଲିଆଚେ ଜେ ଇସ୍ୱରାର୍ ହୟ୍ସି ଜିସୁ, ସେ ଅଃମିମଃନାର୍ ମୁଳ୍ ଜାଜକ୍ ଅୟ୍ଲାକ୍ ଆସା, ଅଃମିମଃନ୍ ଅଃମିମଃନାର୍ ବିସ୍ୱାସ୍ କଃତାକ୍ ଅଃଟୁଆ ବାବେ ଦଃରୁଆଁ । 15କାୟ୍ତାକ୍ବଃଲେକ୍ ଜେ ଅଃମିମଃନାର୍ ନିଗାଳ୍ତଃୟ୍ ଅଃମିମଃନ୍କ୍ ଦଃୟା ଦଃକାଉଁକ୍ ଜୟ୍ଗ୍, ଅଃମିମଃନାର୍ ଇବାନ୍ୟା ମୁଳ୍ ଜାଜକ୍ ନାୟ୍, ମଃତର୍ ସେ ହାହ୍ ନୟ୍ଲା ଲକ୍ ଅୟ୍ ଅଃମିମଃନାର୍ ହର୍ ସଃବୁ ରଃକମେ ପରିକ୍ୟା କଃରାୟ୍ ଅୟ୍ଲା । 16ତଃବେ ଆସା, ଦଃୟା ହାଉଁକେ ଆରେକ୍ ଟିକ୍ ବେଳାୟ୍ ଉହ୍କାର୍ କାରିର୍ ଦଃୟା ହାଉତା ଗିନେ ଅଃମିମଃନ୍ ସାସ୍ ସଃଙ୍ଗ୍ ଦଃୟାର୍ ସିଙ୍ଗାସଣ୍ ତଃୟ୍ ଜୁଆଁ ।
51କାୟ୍ତାକ୍ବଃଲେକ୍ ହଃତି ମୁଳ୍ ଜାଜକ୍ ଜଃନ୍କାର୍ ହାହ୍ ଗିନେ ଦାନ୍ ଆର୍ ହୁଜା ଦେଉଁକ୍ ହାର୍ତି, ସେତାର୍ଗିନେ ସେ ମାନାୟ୍ମଃନାର୍ ବିତ୍ରେ ହୁଣି ହଃଦ୍ ହାୟ୍ ଇସ୍ୱରାର୍ ସେବା କଃରୁକେ ଲକ୍ମଃନ୍ ବାଚ୍ତି । 2ସେ ଅଗ୍ୟାନି ଆର୍ ବାଟ୍ବାଣା ଲକ୍ମଃନାର୍ ଗିନେ ଦଃୟା ଦଃକାଉଁକ୍ ଜୟ୍ଗ୍, କାୟ୍ତାକ୍ବଃଲେକ୍ ସେ ନିଜେ ହେଁ ନିଗାଳ୍; 3ଇତାର୍ ଗିନେ ଲକ୍ମଃନାର୍ ଜଃନ୍କଃରି, ଅଃହ୍ଣାର୍ ଗିନେ ହେଁ ସେବାନ୍ୟା ହାହାର୍ ମଲ୍ ହୁଜା ଦେଉଁକ୍ ତାର୍ ଦଃର୍କାର୍ । 4ଆର୍ କେ ଇ ମାନ୍ତିର୍ ହଃଦ୍ ନିଜେ ନଃଦେର୍ତି, ମଃତର୍ ହାରଣ୍କେ ଇସ୍ୱର୍ ଜଃନ୍କଃରି କୁଦ୍ଲା ସେବାନ୍ୟା ଇସ୍ୱରାର୍ ତଃୟ୍ହୁଣି କୁଦାୟ୍ ଅଃଉତା ଦଃର୍କାର୍ ।
5ସେବାନ୍ୟା କ୍ରିସ୍ଟ ହେଁ ମୁଳ୍ ଜାଜକ୍ ହଃଦାର୍ ଜଃଜ୍ମାନ୍ ନିଜେ ଲଳି ନଃରିଲା, ମଃତର୍ ଇସ୍ୱର୍ ତାକେ ସେ ଜଃଜ୍ମାନ୍ ହଃଦ୍ ଦଃୟ୍ରିଲା, କାୟ୍ତାକ୍ବଃଲେକ୍ ସେ ତାକେ କୟ୍ରିଲା,
“ତୁୟ୍ ମର୍ ହଅ,
ଆଜି ମୁୟ୍ଁ ତକ୍ ଜଃଲମ୍ ଦଃୟ୍ଆଚି ।”
6ଆରେକ୍ ସେ ବିନ୍ ଟାଣେ କୟ୍ଆଚେ,
“ତୁୟ୍ ମଲ୍କିସେଦକ୍ କଃର୍ତିରିଲା ହଃଦ୍ ହାୟ୍
ଜୁଗେଜୁଗେ ଜାଜକ୍ ଅୟ୍ରେସି ।”
7୫:୭ ମାତି ୨୬:୩୬-୪୬; ମାର୍କ ୧୪:୩୨-୪୨; ଲୁକ ୨୨:୩୯-୪୬.ଜେ ତାକେ ମଃଲା ତଃୟ୍ହୁଣି ବଚାଉଁକ୍ ହାରେ, ତାର୍ ଲଃଗେ ସେ ଅଃହ୍ଣାର୍ ହୁର୍ତିବିର୍ ଜିବନେ ରେତାବଃଳ୍ ବୁତେକ୍ କାନ୍ଦ୍ତାର୍ ଆର୍ ଆସୁ ସଃଙ୍ଗ୍ ପାର୍ତନା ଆର୍ ଗଉଆରି କଃରିରିଲା, ଆର୍ ଉତୁର୍ ହର୍ ବିପ୍ତି ତଃୟ୍ହୁଣି ରଃକ୍ୟା ହାୟ୍ 8ସେ ଇସ୍ୱରାର୍ ହୟ୍ସି ଅୟ୍ଲେକ୍ ହେଁ ଦୁକ୍ ବୟଃଗ୍ କଃରି କଃତା ମାନ୍ତାର୍ ସିକ୍ଲା, 9ଇ ହଃର୍କାରେ ଇସ୍ୱର୍ ତାକେ ସିଦ୍ ମୁଳ୍ ଜାଜକ୍ ଅଃଉଁକେ ଜୟ୍ଗ୍ କଃଲା ଆରେକ୍ ସିଦ୍ ଅୟ୍ ନିଜାର୍ କଃତା ମାନ୍ତା ଲକ୍ମଃନାର୍ ଗିନେ ସଃବୁ ଦିନାର୍ ଗିନେ ମୁକ୍ତି ଆଣିରିଲା; 10ଇତାକ୍ ସେ ଇସ୍ୱରାର୍ ତଃୟ୍ହୁଣି ମଲ୍କିସେଦକାର୍ ଟାଣେ ମୁଳ୍ ଜାଜକ୍ ବଃଲି ନାଉଁ ହାୟ୍ଲା ।
ବିସ୍ୱାସ୍ ଚାଡ୍ତା ବିସୟେ ଚେତାୟ୍ ଦେତାର୍
11ଇ ବିସୟେ ଅଃମିମଃନ୍ ଅଃନେକ୍ କଃତା କଃଉଁକେ ମଃନ୍ କଃରୁଲୁ ମଃତର୍ ତୁମିମଃନ୍କେ ବୁଜାଉଁକେ କଃସ୍ଟ୍ ବଃଲେକ୍ ତୁମିମଃନ୍ ଆତ୍ମିକ୍ ଜିବନେ ସୁଣୁକେ ଦିରା । 12୫:୧୨ ୧ କର ୩:୨.ବଃଲେକ୍ ଜଦି ଅଃତେକ୍ ବେଳ୍ ବିତ୍ରେ ତୁମିମଃନାର୍ ସିକାଉତା ଲକ୍ ଅଃଉତା ଦଃର୍କାର୍ ରିଲି, ଅୟ୍ଲେକ୍ ହେଁ ଇସ୍ୱରାର୍ କଃତାର୍ ଆରୁମ୍ ବିଦିମଃନ୍ କେ ଜେ ତୁମିମଃନ୍କେ ସିକାୟ୍ଦ୍, ଇରି ଆରେକ୍ ତୁମିମଃନାର୍ ଲଳା ଆଚେ; ଅଃଟୁଆ କାଦି ଲଳା ନାୟ୍, ମଃତର୍ ଦୁଦ୍ ତୁମିମଃନାର୍ ଲଳା । 13ଜେ ଦୁଦ୍ କାତା ଲକ୍, ସେ ତ ଦଃର୍ମାର୍ କଃତା ବିସୟେ ଅବ୍ୟାସ୍ ନାୟ୍, କାୟ୍ତାକ୍ବଃଲେକ୍ ସେ ହିଲା ହର୍ । 14ମଃତର୍ ହୁର୍ନ୍ବାଡ୍ଲା ଲକ୍, ବଃଲେକ୍, ଜୁୟ୍ ଲକ୍ମଃନ୍ ଗ୍ୟାନାର୍ ହୁରୁଣ୍ ଅବ୍ୟାସ୍ ଗିନେ ବଃଲ୍ମଃନ୍ଦ୍ ଜାଣୁକେ ହାରେଦ୍, ସେମଃନାର୍ ଗିନେ ଅଃଟୁଆ କାଦି ଲଳା ।
61ଆସା ଆଗେ ଜୁଆଁ, ଅଃମିମଃନ୍ କ୍ରିସ୍ଟର୍ କଃତା ହଃର୍ତୁ ସିକ୍ୟା ଚାଡିକଃରି ଗୁପ୍ତ ବିସୟାର୍ ସିକ୍ୟା ହଃଚେ ଜାତା ଲଳା ଆର୍ ଇସ୍ୱର୍କେ ବିସ୍ୱାସ୍ କଃର୍ତା ଲଳା । 2ବିନ୍ବିନ୍ ବାପ୍ତିସମ୍ ବିସୟେ ସିକ୍ୟା, ଆତେ ସଃହ୍ରି ଦେତାର୍, ମଃଲା ଲକ୍ମଃନ୍ ଆରେକ୍ ଉଟ୍ତାର୍ ଆର୍ ଅଃମ୍ବର୍ ବିଚାର୍ ହର୍ କୁନାଦି ଆରେକ୍ ନଃବେସାୟ୍ ସିଦ୍ ଲବ୍ କଃରୁକେ ଆଗ୍ହାକ୍ ଜୁଆଁ । 3ଅଃମିକ୍ ଅଃବେ ଆଗ୍କେ ଜୁଆଁ ଜଦି ଇସ୍ୱର୍ ଇଚା କଃରେଦ୍ ।
4କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ତରେକ୍ ଉଜାଳ୍ ହାୟ୍ ଆଚ୍ତି, ସଃର୍ଗାର୍ ଦାନ୍କେ ଚାକି ଆଚ୍ତି, ପବିତ୍ର ଆତ୍ମାର୍ ସଃଙ୍ଗାର୍ ବାଗିଦାରି ଅୟ୍ ଆଚ୍ତି । 5ଇସ୍ୱରାର୍ ନିକ କଃତା ଆର୍ ଆସୁଲା ଜଃଗତାର୍ ସଃକ୍ତି ଚାକି ଆଚ୍ତି । 6ସେମଃନ୍ ଜଦି ଦଃର୍ମ୍ ବାଣା ଅଃଉତି, ତଃନ୍ଅୟ୍ଲେକ୍ ମଃନ୍ ବାଦ୍ଲାଉତା ଗିନେ ସେମଃନ୍କେ ଆରେକ୍ ଗଟ୍ତର୍ ନଃଉଆଁ କଃରାୟ୍ ନୟେ, ବଃଲେକ୍ ଇସ୍ୱରାର୍ ହୟ୍ସିକେ କ୍ରୁସେ ଚଃଗାୟ୍ ଲାଜ୍ କଃରାଉଁଲାୟ୍ ।
7କାୟ୍ତାକ୍ବଃଲେକ୍ ଜୁୟ୍ ବୁୟ୍ଁ ଅଃହ୍ଣାର୍ ଉହ୍ରେ ଅଦୁର୍ଲା ବଃର୍ସାହାଣି ସକେଦ୍, ଆର୍ ତାସି ମଃନାର୍ ହାୟ୍ଁ ତାସ୍ କାମାୟ୍ଦ୍ ସେ ବୁୟେଁ ଇସ୍ୱରାର୍ ଆସିର୍ବାଦ୍ ଆଚେ । 8ମଃତର୍ ସେରି ଜଦି କାଟା ଆର୍ କାଟାବୁଟା ଗଃଚ୍ ଉବ୍ଜାୟ୍ଦ୍, ତଃବେ ସେରି ବିଲମ୍ ନଃଉତେ ସାୟ୍ପ୍ ହାୟ୍ଦ୍, ଆର୍ ତାର୍ ସେସ୍ ଦଃସା ଜୟେ ହଡାଉତାର୍ ଅୟ୍ଦ୍ ।
9ମଃତର୍ ଏ ଲାଡାର୍ ବାୟ୍ବେଣିମଃନ୍, ଅଃମିମଃନ୍ ଜଦି ଇବାନ୍ୟା କଃଉଁଲୁ, ଅୟ୍ଲେକ୍ ହେଁ ତୁମିମଃନାର୍ ଅବୁସ୍ତା ଜେ ସେତାର୍ ତଃୟ୍ହୁଣି ନିକ ଆର୍ ମୁକ୍ତିହାଉତା ଲକ୍ ଅୟ୍ ଆଚାସ୍, ଇରି ଅଃମିମଃନ୍ ଜଃବର୍ ସଃତ୍ କଃରୁଲୁ । 10ଇସ୍ୱର୍ ତୁମିମଃନାର୍ ବିସ୍ୱାସ୍ ଆର୍ ସାଦୁମଃନ୍କେ ଜୁୟ୍ ସେବା କଃରିଆଚାସ୍ ଆର୍ ଅଃବେ ହେଁ କଃରୁଲାସ୍ ଲାଗି ତୁମିମଃନ୍ ତାର୍ ନାଉଁଆର୍ ଜୁୟ୍ ଲାଡ୍ କଃରୁଲାସ୍ ସେରି ଇସ୍ୱର୍ ହାସ୍ରିଜାୟ୍ଦ୍ ସେ ସେନ୍କା ହଃଟ୍କାର୍ ନୟ୍ । 11ମଃତର୍ ଅଃମିମଃନାର୍ ଗଟେ ମଃନ୍ ସେସ୍ ହଃତେକ୍ ବିନ୍ ଲକେ ଲାଡ୍କଃରା, ତୁମିମଃନାର୍ ଲାଡ୍ ଆଚେ ତଃନ୍ ଅଲେ ତୁମିମଃନାର୍ ଆସା କଃରିରିଲା ସବୁ ବିସୟ୍ ହୁରା ଅୟ୍ଦ୍, ସେସ୍ ହଃତେକ୍ ହେଁ ଜଃବର୍ ଆସା ରଃକି ସେରଃକମ୍ ଜଃତୁନ୍ ଅଃଉଆ । 12ଜଃନ୍କଃରି ତୁମିମଃନ୍ ସିତୁଳ୍ ନଃୟ୍କଃରି, ବିସ୍ୱାସି ଆର୍ ଅଃଟୁଆ ଲକ୍ମଃନାର୍ ହଃଚେ ଜାହା ଆର୍ ଇସ୍ୱର୍ ସଃୟ୍ତାର୍ ସଃବୁ ବିସୟ୍ ହାଉଆ ।
ଇସ୍ୱରାର୍ ନଃବାଙ୍ଗ୍ତା ସଃୟ୍ତ୍
13ବଃଲେକ୍ ଇସ୍ୱର୍ ଜଃଡେବଃଳ୍ ଅବ୍ରାହାମ୍ ତଃୟ୍ ସଃୟ୍ତ୍ କଃରିରିଲା, ସଃଡେବଃଳ୍ ସେ ଆର୍ କୁୟ୍ ନିକ ନାଉଁ ନଃହାୟ୍ଲାକେ ଅଃହ୍ଣାର୍ ନାଉଁଏ ସଃୟ୍ତ୍ କଃଲା । 14ସେ କୟ୍ଲା, “ମୁୟ୍ଁ ବାୟ୍ଦ୍ରେ ତକ୍ ଆସିର୍ବାଦ୍ କଃରିନ୍ଦ୍ ଆର୍ ତର୍ ବଃଉଁସ୍କେ ଅଃଦିକ୍ ବାଡାୟ୍ନ୍ଦ୍ ।” 15ଆର୍ ଇବାନ୍ୟା ବେସି ସଃମ୍ବାଳି କଃରି ଅବ୍ରାହାମ୍ ସଃୟ୍ତାର୍ ହଃଳ୍ ହାୟ୍ଲା । 16ମାନାୟ୍ମଃନ୍ ତ ନିଜାର୍ ତଃୟ୍ହୁଣି ବଃଡ୍ ଲକାର୍ ନାଉଁଏ ସଃୟ୍ତ୍ କଃର୍ତି, ଆର୍ କଃତା ତିର୍ କଃରୁକ୍ ସେମଃନାର୍ ସଃବୁ ଗଃଣ୍ଡ୍ଗଳ୍ ସେସ୍ ଅୟ୍ଦ୍ । 17ଇତାର୍ ଗିନେ ଇସ୍ୱର୍ ସଃୟ୍ତାର୍ ଅଃଦିକାରିମଃନ୍କେ ଅଃହ୍ଣାର୍ ଇଚାର୍ ନଃବାଙ୍ଗ୍ତା ଅଃଦିକ୍ ନିର୍ମୁଳ୍ ବାବେ ଜାଣାଉଁକ୍ ଇଚା କଃରି ସଃୟ୍ତ୍ ସଃଙ୍ଗ୍ ହଃର୍ମାଣ୍ ହେଁ କଃରି ରିଲା । 18ଜୁୟ୍ ଜଳେକ୍ ନଃବାଦୁଲ୍ତା ବିସୟେ ଇସ୍ୱର୍ ମିଚ୍ କଃଉତାର୍ କଃବେ ନୟେ, ସେତାର୍ଗିନେ ମୁଏଁ ରିଲା ବଃର୍ସାକ୍ ଦଃର୍ତାର୍ ଗିନେ ବିସାଉତା ଟାଣେ ଜାୟ୍ଆଚୁ, ତଃବେ ଅଃମିମଃନ୍ ଅଃଟୁଆ ସାସ୍ ହାଉଆଁ । 19ସେ ବଃର୍ସା ଅଃମିମଃନାର୍ ଆତ୍ମାକେ ତେବାଉତା ଆକଳି ହର୍, ସେରି ଦୁୟ୍ବାଗ୍ କଃର୍ତା ବଃସ୍ତରାର୍ ବିତ୍ରେ ହୁରି ଅଃଟୁଆ ଆର୍ ନଃବାଙ୍ଗ୍ତାର୍ ଅୟ୍ଆଚେ । 20ଅଃମିମଃନାର୍ ମୁଳିକା ହର୍ ଜିସୁ ହୁର୍ବେ ହୁଣି ସେତି ଜାୟ୍ଆଚେ । ସେ ମଲ୍କିସେଦକାର୍ ହର୍ ସଃବୁବଃଳାର୍ ଗିନେ ମୁଳ୍ ଜାଜକ୍ ଅୟ୍ଆଚେ ।
7ମଲ୍କିସେଦକାର୍ ଜାଜକ୍ ହଃଦ୍
1ଇ ମଲ୍କିସେଦକ୍ ସାଲମାର୍ ରଃଜା ଆର୍ ବଃଡେ ସଃକାତ୍ ଇସ୍ୱରାର୍ ଜାଜକ୍ ରିଲା । ଜଃଡେବଃଳ୍ ଅବ୍ରାହାମ୍ ଆର୍ ତାର୍ ସଃଙ୍ଗ୍ଉଆଳିମଃନ୍ ରଃଜାମଃନ୍କେ ଆରାୟ୍ କଃରି ବାଉଳ୍ତା ବଃଳ୍, ମଲ୍କିସେଦକ୍ ସେମଃନ୍କେ ବେଟ୍ଅୟ୍ ଆସିର୍ବାଦ୍ କଃଲା । 2ଅବ୍ରାହାମ୍ ହେଁ ତାର୍ ସଃବୁ ଜିନିସ୍ ତଃୟ୍ହୁଣି ଦଃସ୍ ବାଗେହୁଣି ବାଗେକ୍ ଦଃୟ୍ରିଲା । ମଲ୍କିସେଦକାର୍ ଅଃର୍ତ୍ ଅଃଉଁଲି ଦଃର୍ମ୍ ରଃଜା, ଆର୍ ସାଲମାର୍ ରଃଜାର୍ ଅଃର୍ତ୍ ଅଃଉଁଲି ସୁସ୍ତାର୍ ରଃଜା । 3ଆର୍ ମଲ୍କିସେଦକାର୍ ଉବାସି କି ଆୟ୍ସି କି କୁଳ୍ବଃଉଁସ୍ କି ଜିବନ୍ କି ମଃର୍ନ୍ କାୟ୍ରି ଜାଣାନାୟ୍ । ସେ ଇସ୍ୱରାର୍ ହୟ୍ସିର୍ ହର୍ କଃରାଜାୟ୍ ସଃବୁ ଦିନାର୍ ଜାଜକ୍ ଅୟ୍ଆଚେ ।
4ବାବି ଦଃକା, ଇ ଲକ୍ କଃନ୍କାର୍ ବଃଡ୍ । ଡାକେହୁଟ୍ଲା ଅଃମାର୍ ଦାଦିବାବୁ ଅବ୍ରାହାମ୍ ତାକେ ସଃବ୍କେ ନିକ ଜୁଜ୍ ତଃୟ୍ହୁଣି ଜିଣ୍ଲା ଦଃନାର୍ ଦଃସ୍ବାଗାର୍ ବାଗେକ୍ ଦଃୟ୍ରିଲା । 5ଲେବି ବଃଉଁସାର୍ ହିଲାମଃନାର୍ ବିତ୍ରେ ଜୁୟ୍ ଲକ୍ମଃନ୍ ଜାଜକ୍ ହଃଦ୍ ହାଉତି, ସେମଃନ୍ ମସାର୍ ବିଦି ହଃର୍କାରେ ଇସ୍ରାଏଲ୍ ତଃୟ୍ହୁଣି, ବଃଲେକ୍, ସେମଃନାର୍ ବାୟ୍ମଃନାର୍ ତଃୟ୍ହୁଣି ଦଃସ୍ବାଗାର୍ ବାଗେକ୍ ହାଉଁକ୍ ଆଦେସ୍ ହାୟ୍ ରେତି; ସେମଃନ୍ ଅବ୍ରାହାମ୍ ବଃଉଁସାର୍ ଲକ୍ ଅୟ୍ରିଲେକ୍ ହେଁ ସେମଃନାର୍ ତଃୟ୍ହୁଣି ଇରି ନେଉଁକେ ଅୟ୍ଦ୍ । 6ମଃତର୍ ଇ ମଲ୍କିସେଦକ୍ ସେମଃନାର୍ ବଃଉଁସାର୍ ଲକ୍ ନାୟ୍, ଅୟ୍ଲେକ୍ ହେଁ ସେ ଇସ୍ୱରାର୍ ସଃୟ୍ତ୍ ହାୟ୍ଲା ଅବ୍ରାହାମାର୍ ତଃୟ୍ହୁଣି ଦଃସ୍ବାଗାର୍ ବାଗେକ୍ ନଃୟ୍କଃରି ତାକ୍ ଆସିର୍ବାଦ୍ କଃରିରିଲା । 7ଆସିର୍ବାଦ୍ ହାଉତା ଲକ୍ ତଃୟ୍ ହୁଣି ଆସିର୍ବାଦ୍ କଃର୍ତା ଲକ୍ ବଃଡ୍, ଇରି ସଃତ୍ କଃତା । 8ଇବାନ୍ୟା କଃତାୟ୍, ଦଃସ୍ ବାଗାର୍ ତଃୟ୍ ହୁଣି ବାଗେକ୍ ହାଉତାର୍ ଜାଜକ୍ମଃନ୍ ମଃର୍ତା ଲକ୍ ହଃକା, ମଃତର୍ ମଲ୍କି ସେଦକ୍ ସେମଃନାର୍ ତଃୟ୍ ହୁଣି ହେଁ ବଃଲେକ୍ ସାସ୍ତର୍ ସାକି ଦିଲା ହଃର୍କାରେ ସେ ଅଃବେ ହେଁ ଜିବନ୍ ଆଚେ । 9ଆର୍ ଅବ୍ରାହାମ୍ ମଲ୍କି ସେଦକାର୍ ୧୦ ବାଗେହୁଣି ବାଗେକ୍ ଦାନ୍ କଃଲାବଃଳ୍ ଜୁୟ୍ ଲେବିମଃନାର୍ ବଃଉଁସାର୍ ଜାଜକ୍ ମଃନ୍ ୧୦ ବାଗାର୍ ଗଟେ ବାଗ୍ ନେତି ସେ ଲେବି ହେଁ ମଲ୍କିସେଦକ୍କେ ସେ ଦାନ୍ ଦଃୟ୍ ରିଲାୟ୍ ବଃଲି କଃଉଁ ହାରୁଆଁ । 10କାୟ୍ତାକ୍ବଃଲେକ୍ ତାର୍ ଉବାସି ସଃଙ୍ଗ୍ ମଲ୍କିସେଦକ୍ ବେଟ୍ ଅଃଉତାବଃଳ୍ ଲେବି ଜଃଲମ୍ ଅୟ୍ନଃରିଲା ।
11ଆରେକ୍ ହେଁ, ଜୁୟ୍ ଲେବିୟ ଜାଜକ୍ହଃଦ୍ ତଃଳେ ଲକ୍ମଃନ୍ ବିଦି ହାୟ୍ଲାୟ୍, ସେ ଜାଜକ୍ହଃଦ୍ ଦଃୟ୍ ଜଦି ସିଦ୍ ଲାବ୍ ଅୟ୍ରିଲେକ୍, ସେତଃନ୍ ଅୟ୍ଲେକ୍ ହାରଣାର୍ ଇସାବ୍ ହଃର୍କାରେ ଗଃଣିତା ନଃୟ୍କଃରି ମଲ୍କିସେଦକାର୍ ହର୍ ବିନ୍ ଗଟେକ୍ ଜାଜକ୍ ବାରାଉତାର୍ ଆର୍ କାୟ୍ ଲଳା ରିଲି ? 12କାୟ୍ତାକ୍ବଃଲେକ୍ ଜାଜକ୍ହଃଦ୍ ଜଦି ବାଦ୍ଲେଦ୍, ତଃବେ ବିଦି ହେଁ ବାୟ୍ଦ୍ରେ ବାଦ୍ଲେଦ୍ । 13ଜୁୟ୍ତାର୍ ଗିନେ ଜାର୍ ବିସୟେ ଇ ସଃବୁ କଃଉଆ ଅୟ୍ଦ୍, ସେ ବିନ୍ ଗଟେକ୍ କୁଟୁମାର୍ ଲକ୍, ଜୁୟ୍ କୁଟୁମାର୍ କେ କଃବେ ବେଦିର୍ କାମ୍ ନଃକେରେ । 14କାୟ୍ତାକ୍ବଃଲେକ୍ ଇରି ନିକଜାଣା ହଃଳୁଲି ଜେ, ଅଃମିମଃନାର୍ ମାପ୍ରୁ ଜିଉଦାର୍ କୁଟୁମେ ହୁଣି ଜଃଲମ୍ ଅୟ୍ଆଚେ ଜୁୟ୍ କୁଟୁମାର୍ ଜାଜକ୍ହଃଦ୍ ବିସୟେ ମସା କାୟ୍ରି ନଃକୟ୍ ।
ମଲ୍କିସେଦକ୍ ହର୍ ଜିସୁ
15ଆର୍ ଇରି ଇତି ହେଁ ଆରେକ୍ ଅଃଦିକ୍ ହଃଟିଚ୍ ଅୟ୍ଦ୍, ମଲ୍କିସେଦକାର୍ ହର୍ ଆରେକ୍ ଗଟେକ୍ ଜାଜକ୍ ବାରାୟ୍ ଆଚେ । 16ସେ ଗଃଗାଳାର୍ ବିଦି ହଃର୍କାରେ ଜାଜକ୍ ହଃଦ୍ ନଃହାୟ୍, ମଃତର୍ ଅଃମାର୍ ଜିବନାର୍ ସଃକ୍ତି ହଃର୍କାରେ ଜାଜକ୍ ହଃଦ୍ ହାୟ୍ଆଚେ । 17କାୟ୍ତାକ୍ବଃଲେକ୍ ତାର୍ ବିସୟେ ଦଃର୍ମ୍ ସାସ୍ତରେ ଇ ସାକି ଲେକା ଆଚେ, “ତୁୟ୍ ମଲ୍କିସେଦକାର୍ ହର୍ ସଃବୁ ଦିନାର୍ ଜାଜକ୍ ଅଃଉସି ।” 18ଇତାକ୍ ଗଟେକ୍ ବାଟ୍ୟା ହୁର୍ବାର୍ ଆଦେସ୍ ନିଗାଳ୍ ଆର୍ ହଃଳ୍ ନଃହେଳ୍ଲାକ୍ ତାର୍ ନାସ୍ ଅୟ୍ଆଚେ । 19କାୟ୍ତାକ୍ବଃଲେକ୍ ବିଦି କାୟ୍ ବିସୟେ ହେଁ ସିଦ୍ କଃରି ନଃରିଲି, ଅଃବେ ଅଃମିମଃନ୍କ୍ ଗଟେକ୍ ସଃରାସଃରି ସାସ୍ ଦିଆ ଜାୟ୍ଆଚେ, ସେତାର୍ ଗିନେ ଅଃମିମଃନ୍ ଇସ୍ୱରାର୍ ଚଃମେ ଅଃଉଁଆ ।
20ହାରଣାର୍ ବଃଉଁସ୍ମଃନ୍ ଜାଜକ୍ ହଃଦ୍ ହାଉତା ବଃଳ୍ କେହେଁ କଃବେ ସଃୟ୍ତ୍ ନଃଉତ୍ ଜାଜକ୍ ହଃଦ୍ ହାୟ୍ ନଃରିଲାୟ୍ । 21ଜୁୟ୍ତାର୍ ଗିନେ ସେମଃନ୍ ତ ସଃୟ୍ତ୍ ନଃଉତେ ଜାଜକ୍ ଅୟ୍ ଆଚ୍ତି, ମଃତର୍ ଜେ ତାର୍ ବିସୟେ ଇରି କୟ୍ଆଚେ,
“ମାପ୍ରୁ ସଃୟ୍ତ୍ କଃରିଆଚେ,
ଆର୍ ସେ ତାର୍ ସଃୟ୍ତ୍ ନଃବାଦ୍ଲାୟ୍,
ତୁୟ୍ ସଃବୁ ଦିନାର୍ ଜାଜକ୍ ।”
22ଇତାର୍ ଗିନେ ଜିସୁ ଗଟେକ୍ ସଃବ୍କେ ଉଟ୍ୟା ବିଦି ଦଃୟ୍ଆଚେ ।
23ହର୍ନା ନିତି ଇସାବେ ଜାଜକ୍ମଃନ୍ ତ ଗାଦେକ୍ ଅୟ୍ଆଚ୍ତି, ବଃଲେକ୍ ମଃର୍ନ୍ ସେମଃନ୍କେ ସଃବୁଦିନ୍ ରେଉଁକ୍ ନଃଦେୟ୍ । ସେତାକ୍ ଜାଜକ୍ ବାଦୁଲ୍ତି । 24ମଃତର୍ ଜିସୁ ଜୁଗେଜୁଗେ ରେତା ଲକ୍ ଲାଗି କଃବେ ନଃବାଦୁଲ୍ତା ଜାଜକ୍ହଃଦ୍ ହାୟ୍ଆଚେ । 25ତଃବେ ତାର୍ ଦଃୟ୍ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ଚଃମେ ଅଃଉତି, ସେମଃନ୍କେ ସେ ହୁର୍ନ୍ ବାବେ ମୁକ୍ଳାଉଁକ୍ ଜୟ୍ଗ୍, ଜୁୟ୍ତାକ୍ ସେମଃନାର୍ ଗିନେ ଇସ୍ୱରାର୍ ତଃୟ୍ ଗଃଉଆରି କଃରୁକେ ସେ ସଃବୁ ବଃଳ୍ ଜିବନ୍ ରଃୟ୍ଦ୍ ।
26ବଃଲେକ୍ ଇରଃକମ୍ ମୁଳ୍ ଜାଜକ୍ ଅଃମିମଃନାର୍ ବାଟ୍ୟା ଜୟ୍ଗ୍ ଆଚେ, ଜେ କି ପବିତ୍ର, ନିର୍ଦସି, ଲିନ୍ଦା ନୟ୍ଲାର୍, ହାହିମଃନାର୍ ତଃୟ୍ହୁଣି ବିନେ ଅୟ୍ଲାର୍, ଆରେକ୍ ଅଃଗାସ୍ ମଃଣ୍ଡ୍ଳାର୍ ଉହ୍ରେ ଉଟ୍ଲା । 27ସେ ମୁଳ୍ ଜାଜକ୍ମଃନାର୍ ହର୍ ହଃତି ଦିନ୍ ହଃର୍ତୁମେ ଅଃହ୍ଣାର୍ ହାହ୍ ଗିନେ ଆର୍ ହଃଚେ ଲକ୍ମଃନାର୍ ହାହ୍ ଗିନେ ହୁଜା ଦେତାର୍ ତାର୍ ଲଳା ନାୟ୍, କାୟ୍ତାକ୍ବଃଲେକ୍ ଅଃହ୍ଣାକ୍ ହୁଜା ଦଃୟ୍ ସେ ଗଟେତର୍କେ ଇରି କଃରି ଆଚେ । 28ଜୁୟ୍ତାର୍ ଗିନେ ବିଦିଏ ନିଗାଳ୍ ରିଲା ମାନାୟ୍କେ ମୁଳ୍ ଜାଜକ୍ ହଃଦେ ବାଚେଦ୍, ମଃତର୍ ଜୁୟ୍ ସଃୟ୍ତ୍ କଃତା ବିଦିର୍ ହଃଚେ ଅୟ୍ରିଲି, ସେରି ଜୁଗେଜୁଗେ ହଃତେକ୍ ସିଦ୍ ହାୟ୍ଲା ହୟ୍ସିକ୍ ବାଚେଦ୍ ।
8ଜିସୁ ଅଃମାର୍ ମୁଳ୍ ଜାଜକ୍
1ଅଃମିମଃନ୍ ଜାୟ୍ରି କଃଉଁଲୁ, ସେତିର୍ ମୁଳ୍ ବିସୟ୍ ଇରି, ଅଃମିମଃନାର୍ ଇବାନ୍ୟା ଗଟେକ୍ ମୁଳ୍ ଜାଜକ୍ ଆଚେ, ଜେ ସଃର୍ଗାର୍ ବଃଡେ ଜଃଜ୍ମାନାର୍ ରାଜ୍ଗାଦିର୍ କାତା ବାଟ୍ୟା ବଃସି ଆଚେ । 2ସେ ବଃଡେ ପବିତ୍ର ଜଃଗାର୍ ଆରେକ୍ ଜୁୟ୍ ଟିକ୍ ତୁମ୍ ମାନାୟ୍ ତିଆର୍ କଃଲାର୍ ନୟ୍, ମଃତର୍ ଇସ୍ୱର୍ ସେରି ତିଆର୍ କଃରିଆଚେ ।
3ହଃତି ମୁଳ୍ ଜାଜକ୍ ଦାନ୍ ଆର୍ ହୁଜା ଜଳେକ୍ ଟେକି ଦେଉଁକ୍ ରେତି, ତଃବେ ଅଃମାର୍ ମୁଳ୍ଜାଜକାର୍ ହେଁ ଟେକି ଦେଉଁକ୍ ହୁଜା ରେତା ଦଃର୍କାର୍ । 4ସେ ଜଦି ଇ ହୁର୍ତିବିଏ ରିଲେକ୍ ସେ ମୁଳେ ହୁଣି ଜାଜକ୍ ଅଃଉଁ ନାହାର୍ଲା ହୁଣି, ବଃଲେକ୍ ଜିଉଦି ବିଦି ହଃର୍କାରେ ହୁଜାଦେଉଁକେ ଜାଜକ୍ ମଃନ୍ ଆଚ୍ତି । 5ସେମଃନ୍ ଜାଜକ୍ମଃନାର୍ କାମ୍ ସେରି ସଃର୍ଗାର୍ କଃତା ଆର୍ ଅଃବ୍କା ସାୟ୍ ସେ । ମସାର୍ ବଃଳ୍ହୁଣି ଇରଃକମ୍ ଅୟ୍ ଆସୁଲି । ମସା ଜଃଡେବଃଳ୍ ଗଟ୍ ତୁମ୍ ହାଜୁକ୍ ଜାତିରିଲା ଇସ୍ୱର୍ ତାକେ କୟ୍ ରିଲା “ଦଃକ୍ ହର୍ବାତ୍ ଉହ୍ରେ ଜୁୟ୍ରଃକମ୍ ଦଃକାୟ୍ ଆଚି ସେରଃକମ୍ ସଃବୁ ବିସୟ୍ ତିଆର୍ କଃର୍ ।” 6ମଃତର୍ ଅଃବେ ଜିସୁକେ ଜୁୟ୍ ଜାଜକ୍ କାମ୍ ଦିଆ ଜାୟ୍ଆଚେ ସେରି ଅଃମିମଃନାର୍ ଜାଜକ୍ କାମେହୁଣି ଅଃଦିକ୍ ନଃକେରି । ସେହର୍ ଇସ୍ୱର୍ ଆର୍ ମାନାୟ୍ ବିତ୍ରେ ସେ ଜୁୟ୍ ନିଅମ୍ କଃରିଆଚେ ସେରି ଅଃଦିକ୍ ନିକ, କାୟ୍ତାକ୍ବଃଲେକ୍ ନିଅମ୍ ଇସାବେ ବେସି ନିକ ବିସୟ୍ମଃନ୍ ଦେଉଁକେ ଜଃବାଉ କଃରାଜାୟ୍ ଆଚେ ।
7ବଃଲେକ୍ ହଃର୍ତୁ ନିୟମେ ଜଦି ଦସ୍ ନଃରିଲେକ୍ ହଃଚାର୍ ନିୟମାର୍ କଃତା ଲଳା ନଃରିଲି । 8ଜୁୟ୍ତାର୍ ଗିନେ ସେ ସେତିର୍ ଦଃସ୍ ଜାଣାୟ୍ କଃରି ସେମଃନ୍କେ କଃଉଁଲା,
“ମାପ୍ରୁ କଃଉଁଲା, ଦଃକା, ବେଳା ଆସୁଲି,
ଜଃଡେବଃଳ୍ ଅଃମି ଇସ୍ରାଏଲ୍ ବଃଉଁସ୍ ଆର୍ ଜିଉଦା ବଃଉଁସ୍ ସଃଙ୍ଗ୍ ଗଟେକ୍ ନଃଉଆଁ ନିଅମ୍ ତିଆର୍ କଃରୁନ୍ଦ୍ ।
9ଜୁୟ୍ କାଳେ ଅଃମି ସେମଃନାର୍ ଦାଦିବାବୁମଃନ୍କେ ଆତ୍ ଦଃରି ମିସର୍ ଦେସେ ହୁଣି ବାର୍କଃରି ଆଣିରିଲୁ,
ସଃଡେବଃଳ୍ ସେମଃନାର୍ ସଃଙ୍ଗ୍ ଅଃମି ଜୁୟ୍ ନିଅମ୍ କଃରିରିଲୁ, ଇରି ସେରଃକମେ ନାୟ୍;
ଜୁୟ୍ତାର୍ ଗିନେ ସେମଃନ୍ ଅଃମାର୍ ନିୟମେ ତିର୍ ଅୟ୍ନଃରିଲାୟ୍,
ଆର୍ ଅଃମି ସେମଃନାର୍ ହାକ୍ ମଃନ୍ ନଃଦିଲୁ, ଇରି ମାପ୍ରୁ କଃଉଁଲା ।
10ମାପ୍ରୁର୍ ଇରି କଃଉଁଲା, ତାର୍ ହଃଚେ ମୁୟ୍ଁ ଇସ୍ରାଏଲ୍ ବଃଉଁସ୍ ସଃଙ୍ଗ୍ ଜୁୟ୍ ନିୟମ୍ ତିଆର୍ କଃରିନ୍ଦ୍,
ସେରି ଇରି, ମୁୟ୍ଁ ସେମଃନାର୍ ବାବ୍ନା ତଃୟ୍ ମସାର୍ ବିଦି ଦଃୟ୍ନ୍ଦ୍, ସେମଃନାର୍ ମଃନେ ସେରି ଲେକିନ୍ଦ୍ ।
11ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍,
ସେମଃନ୍ ମର୍ ଲକ୍ ଅଃଉତି; ଆରେକ୍,
ମାପ୍ରୁକ୍ ଜାଣା ବଃଲି କୟ୍ ସେମଃନ୍ ହଃତିଲକ୍ ନିଜାର୍ ନିଜାର୍ ସଃଙ୍ଗାର୍ ଗଃଳେ ବାସା କଃର୍ତା ଲକ୍କେ,
ଆର୍ ହଃତିଲକ୍ ନିଜାର୍ ନିଜାର୍ ବାୟ୍ବେଣିକେ ସିକ୍ୟା ନଃଦେତି,
ଜୁୟ୍ତାର୍ ଗିନେ ସାନ୍ ତଃୟ୍ହୁଣି ବଃଡ୍ ହଃତେକ୍ ସଃବୁଲକ୍ ଅଃମିକ୍ ଜାଣ୍ତି ।
12ବଃଲେକ୍ ମୁୟ୍ଁ ସେମଃନାର୍ ଅଃଦଃର୍ମ୍ ସଃବୁ କେମା କଃରିନ୍ଦ୍, ଆରେକ୍ ସେମଃନାର୍ ହାହ୍ ସଃବୁ ଏତାଉଁ ନଃଚି ।”
13ସେ ନଃଉଆଁ ନିୟମ୍ ବଃଲି କୟ୍ଲାର୍ ଗିନେ ହଃର୍ତୁର୍ ନିୟମ୍କେ ହଃର୍ନା କଃରିଆଚେ; ଆର୍ ଜାୟ୍ରି ହଃର୍ନା ସେରି ସଃରି ଜାୟ୍ଆଚେ, ସେରି ବୁଡ୍ତା ବେଳା ଚଃମେ ଅୟ୍ଲିନି ।
9ହୁର୍ତିବିର୍ ପବିତ୍ର ଜଃଗା
1ହଃର୍ତୁ ନିୟମାର୍ ହେଁ ପାର୍ତ୍ନା ବିସୟେ ବିନ୍ବିନ୍ ବିଦିବିଦାନ୍ ଆର୍ ଗଟେକ୍ ହୁର୍ତିବିର୍ ପବିତ୍ର ଟାଣ୍ ରିଲି । 2ବଃଲେକ୍ ଗଟେକ୍ ତୁମ୍ ତିଆର୍ ଅୟ୍ରିଲି, ସେତିର୍ ହଃର୍ତୁ ବାବେ ଦିହ୍ରୁକା, ଟେବୁଲ୍ ଆର୍ ଦାନ୍ ଦିଲା ରୁଟି ରିଲି; ତାକେ ପବିତ୍ର ଜଃଗା ବଃଲି କଃଉତି । 3ଆରେକ୍ ପର୍ଦା ହଃଚ୍ବାଟ୍ୟା ଜୁୟ୍ ବାଗ୍ ରିଲି, ତାକେ ମୁଳ୍ ପବିତ୍ର ଟାଣ୍ ବଃଲି କଃଉତି । 4ସେତି ସନାର୍ ଦିହ୍ବେଦି ଆର୍ ଚାରିବାଟ୍ ସନା ଡାଳାୟ୍ଲାର୍ ନିୟମ୍ ହେଳି ରିଲି । ସେ ନିୟମ୍ ହେଳି ତଃୟ୍ ମାନ୍ନା ସଃଙ୍ଗାୟ୍ଲା ଗଟେକ୍ ସନାର୍ କଣ୍ଡି ରିଲି, ହାରଣାର୍ ଗଃଜା ଅୟ୍ ହଃତାର୍ ବାରାୟ୍ଲା ଡାଙ୍ଗ୍ ଆର୍ ଦଃସ୍ଗଟ୍ ବିଦି ଲେକାରିଲା ଜଳେକ୍ ଟେଳାର୍ ହାଟା ରିଲି । 5ଆର୍ ତାର୍ ଉହ୍ରେ ହାହ୍ କେମା କଃର୍ତାତଃୟ୍ ଚାୟ୍ କଃର୍ତା ଇସ୍ୱରାର୍ ଜଃଜ୍ମାନ୍ ଚିନାଉତା ଜଳେକ୍ କିରୁବ୍ ଦୁତ୍ମଃନ୍ ରିଲାୟ୍, ସେ ସଃବୁ ବିସୟେ ଅଃବେ ଅଃମିମଃନ୍ ନିକକଃରି କଃଉଁକେ ଲଳା ନାୟ୍ ।
6ଇରି ଇରଃକମେ ତିଆର୍ ଅୟ୍ଆଚେ, ତଃବାର୍ ଗିନେ ଜାଜକ୍ମଃନ୍ ପାର୍ତ୍ନା କଃରୁକେ ତୁମାର୍ ହଃର୍ତୁମ୍ ବାଗେ ସଃବୁବଃଳ୍ ହୁର୍ତି, 7ମଃତର୍ ଆରେଗଟ୍ ବଃକ୍ରାୟ୍ ଅଃବ୍କା ମୁଳ୍ ଜାଜକ୍ ବଃର୍ସ୍କେ ତରେକ୍ ହୁରେଦ୍, ଆର୍ ସେ ଅଃହ୍ଣାର୍ ଆର୍ ଲକ୍ମଃନ୍ ଲୁକ୍ଣେ ବିଦି ନଃମାନ୍ଲା ହାହାର୍ ଗିନେ ହୁଜା ଦେତା ବଃନି ନଃୟ୍କଃରି ବିତ୍ରେ ହୁର୍ତି । 8ସେତାକ୍ ପବିତ୍ର ଆତ୍ମା ଇରି ଜାଣାଉଁଲି ଜେ, ହଃର୍ତୁ ତୁମ୍ ରେତା ହଃତେକ୍ ବଃଡେ ପବିତ୍ର ଜଃଗାୟ୍ ହୁରୁକ୍ ବାଟ୍ ଉଗାଳା ନୟେ । 9ଇ ହଃର୍ତୁ ତୁମ୍ ଅଃବାର୍ ବେଳାର୍ ଗିନେ ଚିନ୍ ହଃର୍କାରେ, ଆର୍ ସେ ହଃର୍କାରେ ଦାନ୍ ଆର୍ ହୁଜା ଜଳେକ୍କେ ଟେକି ଦିଆ ଜଃଉଁଲି, ମଃତର୍ ଲକ୍କେ ମଃନାର୍ ସିଦ୍ ଦାନ୍ କଃରୁ ନାହାରେ । 10ଆରେକ୍ କାତାର୍, ହିଉତାର୍ ଆର୍ ନିର୍ମୁଳ୍ କଃରୁକେ ଗଃଗାଳାର୍ ରିତିବିଦି ମାନ୍ତା କଃତା ହଃକା ।
11ମଃତର୍ ଅଃବେ ଜୁୟ୍ ନିକ ବିସୟ୍ ଅଃମିମଃନ୍ ହାୟ୍ ଆଚୁ ମୁଳ୍ ଜାଜକ୍ ହର୍ କ୍ରିସ୍ଟ ଆସି ଆଚେ ସେ ଜୁୟ୍ ପାର୍ତ୍ନା ଗଃରାର୍ କାମ୍ କଃରୁଲା ସେରି ବଃଡ୍, ଆର୍ ସଃର୍ଗେ ଅଃଦିକ୍ ହୁର୍ନ୍ କଃର୍ତା ତୁମ୍ । 12ମଃତର୍ ଜିସୁ ସେ ବଃଡେ ପବିତ୍ର ଟାଣେ ଅଃହ୍ଣାର୍ ବଃନି ନଃୟ୍ ଗଟେତର୍କେ ମୁଳ୍ ପବିତ୍ର ଜଃଗାୟ୍ ହୁରିକଃରି ସଃବୁ ଦିନାର୍ ମୁକ୍ତି ହୁରୁଣ୍ କଃରି ଆଚେ । 13ହର୍ନା ବିଦି ହଃର୍କାରେ ଜଦି ଚେଳିଗଃଡ୍ରା ଆର୍ ବଃୟ୍ଲ୍ମଃନାର୍ ବଃନି ଆରେକ୍ ଅସୁଚିମଃନାର୍ ଉହ୍ରେ ଚିଚ୍ଲା ହସୁର୍ ଚାର୍ ଗଃଗାଳ୍କେ ପବିତ୍ର କଃରେଦ୍, 14ତଃବେ ଜୁୟ୍ କ୍ରିସ୍ଟ ସଃବୁବଃଳ୍ ଆତ୍ମାର୍ ଦଃୟ୍ ଅଃହ୍ଣାକ୍ ଦାଗ୍ ନୟ୍ଲା ହୁଜା ହର୍ ଇସ୍ୱରାର୍ ଚଃମେ ଟେକି ଦିଲା, ତାର୍ ବଃନି କଃତେକ୍ ଅଃଦିକ୍ ଅଃମାର୍ ଇସ୍ୱରାର୍ ସେବା କଃରୁକେ ମଃଲା କାମେ ହୁଣି ଅଃମାର୍ ମଃନ୍କେ ନିର୍ମୁଳ୍ ନଃକେରେ ।
15ଇତାର୍ ଗିନେ କ୍ରିସ୍ଟ ନଃଉଆଁ ନିୟମାର୍ ମଃଜିର୍ ଲକ୍ ଅୟ୍ଆଚେ, ଜଃନ୍କଃରି ହଃର୍ତୁ ନିଅମ୍ ଦଃସ୍ କେମା କଃରୁକେ ସକ୍ତି ରିଲାକେ ଲକ୍ ମଃନ୍ ଜୁୟ୍ ହାହ୍ କଃରିରିଲାୟ୍ ସେତି ହୁଣି ସେମଃନ୍ ମୁକ୍ତି ଲାବ୍ କଃର୍ତି ।
16ଗଟ୍ ଗଜାଲେକା କାମେ ଲାଗାଉଁକେ ଗଜା କଃଲାର୍ ଲକ୍ ମଃଲାର୍ ହଃର୍ମାଣ୍ ଦଃର୍କାର୍ । 17ଜୁୟ୍ତାର୍ ଗିନେ ମଃଲେକ୍ ଗଜା ଅଃଦିକ୍ ମଲ୍ ଅୟ୍ଦ୍, ବଃଲେକ୍ ଗଃଜା କଃରିରିଲା ଲକ୍ ଜିବନ୍ ରେତା ହଃତେକ୍ ସେରି କଃବେ ହେଁ କାମେ ନଃଲାଗେ । 18ଇତାର୍ ଗିନେ ହଃର୍ତୁର୍ ନିୟମ୍ ହେଁ ବଃନି ସଃଙ୍ଗ୍ ତିର୍ ଅୟ୍ରିଲି । 19ହଃର୍ତୁ ମସା ଲକ୍ମଃନ୍କେ ବିଦିଏ ଲେକାଅୟ୍ଲା ଆଦେସ୍ ଲକ୍ମଃନ୍କେ ଜାଣାୟ୍ଲା । ହଃଚେ ହାଣି, ମେଣ୍ଡାରମ୍ ଆର୍ ଏସବ୍ ହଃତାର୍ ସଃଙ୍ଗ୍ ହସୁ ଆର୍ ଚେଳିର୍ ବଃନି ନଃୟ୍ ନିୟମ୍ ପୁସ୍ତକ୍ ଆର୍ ସଃବୁ ଲକ୍ମଃନାର୍ ଉହ୍ରେ ଚିଚ୍ଲା, 20ଆର୍ ସେ କୟ୍ଲା “ଇସ୍ୱର୍ ତୁମିମଃନାର୍ ବିସୟେ ନିୟମ୍ କଃରିଆଚେ, ସେ ନିଅମାର୍ ବଃନି ଇରି ।” 21ଆରେକ୍ ହେଁ ସେ ତୁମ୍ ତଃୟ୍ ଆର୍ ହୁଜା ଗିନେ ବେବାର୍ କଃର୍ତା ସଃବୁ ଆସ୍ତି ଉହ୍ରେ ସେବାନ୍ୟା ବଃନି ଚିଚ୍ଲା, 22ଆରେକ୍ ମସାର୍ ବିଦି ହଃର୍କାରେ ସଃବୁ ବିସୟ୍ ବଃନି ତଃୟ୍ ନିର୍ମୁଳ୍ ଅୟ୍ଦ୍, ଆର୍ ବଃନି ଚିଚ୍ଲେକ୍ ହଃକା ହାହ୍ କେମା ଅୟ୍ଦ୍ ।
କ୍ରିସ୍ଟର୍ ହୁଜାୟ୍ ସବୁ ନିର୍ମୁଳ୍ ଅୟ୍ଦ୍
23ଜୁୟ୍ ବିସୟ୍ ମଃନ୍ ସଃର୍ଗାର୍ ମୁଳ୍ ବିସୟ୍ ହର୍, ସେରି ମଃନ୍ ବଃନିଏ ନିର୍ମୁଳ୍ ଅଃଉତାର୍ ରିଲି ସେତାକ୍ ସଃର୍ଗାର୍ ବିସୟାର୍ ଗିନେ ନିକ ହୁଜା ଲଳା । 24ବଃଲେକ୍ ସଃତ୍ ମୁଳ୍ ପବିତ୍ର ଜଃଗା ବିସୟ୍ ଜେ ଆତେ ତିଆର୍ କଃଲା, ସେତି କ୍ରିସ୍ଟ ନଃହୁରି ଅଃମିମଃନାର୍ ଗିନେ ଅଃବେ ଇସ୍ୱରାର୍ ମୁଏଁ ଟିଆ ଅଃଉତା ଗିନେ ସଃର୍ଗେ ହୁରି ଆଚେ । 25ଜଃନ୍କଃରି ମୁଳ୍ ଜାଜକ୍ ହସୁ ବଃନି ନଃୟ୍ ବଃର୍ସ୍କେ ବଃର୍ସ୍ ମୁଳ୍ ପବିତ୍ର ଜଃଗାୟ୍ ଜାୟ୍ଦ୍, ସେବାନ୍ୟା ସେ ଜେ ତର୍କେ ତର୍ ଅଃହ୍ଣାକ୍ ସଃହ୍ରି ଅୟ୍ଦ୍, ସେରି ନାୟ୍; 26ସେବାନ୍ୟା ଅୟ୍ଲେକ୍ ଜଃଗତାର୍ ଆରୁମେ ହୁଣି ତର୍କେ ତର୍ ତାକେ ମଃର୍ନ୍ ବୟଃଗ୍ କଃରୁକେ ଅୟ୍ରିଲିହୁଣି; ମଃତର୍ ଅଃବେ ସେ ଜୁଗ୍ ସେସ୍ ବଃଳ୍ ହଃତେକ୍ ଅଃହ୍ଣାକ୍ ହୁଜା ହର୍ ସଃହ୍ରି ଦଃୟ୍କଃରି ହାହ୍ ଦୁର୍ କଃରୁକେ ଜାଣାୟ୍ ଅୟ୍ଆଚେ । 27ମାନାୟ୍ମଃନାର୍ ଗିନେ ଜଃନ୍କାର୍ ତରେକ୍ ମଃତର୍ ମଃର୍ନ୍, ଆର୍ ତରେକ୍ ମଃତର୍ ବିଚାର୍ ଆଚେ । 28ସେବାନ୍ୟା କ୍ରିସ୍ଟ ହେଁ ଗାଦେକ୍ ଲକାର୍ ହାହ୍ ବୟ୍ନେଉଁକେ ତରେକ୍ ହଃକା ସଃହ୍ରି ଅୟ୍ଆଚେ, ଆରେକ୍ ତରେକ୍ ହାହ୍ ଗିନେ ନାୟ୍, ମଃତର୍ ଜୁୟ୍ ଲକ୍ମଃନ୍ ତାକେ ଜାଗି ଆଚ୍ତି, ସେମଃନାର୍ ମୁକ୍ତିର୍ ଗିନେ ଦଃକାୟ୍ ଅଃଉତି ।
10ଜିସୁ କ୍ରିସ୍ଟର୍ ହୁର୍ନ୍ ହୁଜା
1ବଃଲେକ୍ ଜିଉଦି ବିଦି ସଃତ୍ ବିସୟାର୍ ସାୟ୍ ହର୍, ସେ ସଃବୁ ବିସୟାର୍ ନଃବାଦୁଲ୍ତା ରୁହ୍ ନୟ୍ଲାକ୍ ଜାଜକ୍ମଃନ୍ ବଃର୍ସ୍କେ ବଃର୍ସ୍ ସଃବୁବଃଳ୍ ସେ ଗଟେକ୍ ରଃକମାର୍ ହୁଜା ଟେକି ଦେତାର୍ ଗିନେ ହୁଜାକଃରୁମଃନ୍କେ ସେରି କଃବେହେଁ ସିଦ୍ କଃରୁ ନାହାରେ । 2ଜଦି ଲକ୍ମଃନ୍ ହୁଜା ଦିଲେକ୍ ସବୁ ହୁଜା ସଃର୍ଲି ହୁଣି ତାକ୍ ଆରେକ୍ ସେମଃନ୍ ହାହି ବଃଲି ବାବି ନଃକେଲାୟ୍ହୁଣି, 3ମଃତର୍ ସେସଃବୁ ହୁଜା ତଃୟ୍ ବଃର୍ସ୍କେ ବଃର୍ସ୍ ହାହ୍କେ ଏତାଉଁକେ ଅଃଉଁଲି । 4କାୟ୍ତାକ୍ବଃଲେକ୍ ବଃୟ୍ଲ୍ ଆର୍ ଚେଳିର୍ ବଃନି ଜେ ହାହ୍ ନଃୟ୍ଦ୍, ଇରି କଃବେ ହେଁ ନୟ୍ ।
5ସେତାର୍ ଗିନେ କ୍ରିସ୍ଟ ଜଃଗତେ ଆସ୍ତା ହୁର୍ବେ ଇସ୍ୱର୍କେ କୟ୍ରିଲା,
“ହସୁ ହୁଜା ଆର୍ ଦାନ୍ ଦେତା ତଃୟ୍ ତର୍ ମଃନ୍ ନାୟ୍,
ମଃତର୍ ତୁୟ୍ ମର୍ ଗିନେ ଗଟେକ୍ ଗଃଗାଳ୍ ତିଆର୍ କଃରିଆଚ୍ସି ।
6ହସୁହୁଜା ଆର୍ ହାହ୍ କେମା ଅଃଉତା ହୁଜା ତଃୟ୍ ତୁୟ୍ ସଃର୍ଦା ନୟ୍ଲିସ୍ ।
7ସଃଡେବଃଳ୍ ମୁୟ୍ଁ କୟ୍ଲେ,
‘ଦଃକା, ସାସ୍ତରେ ମର୍ ବିସୟେ ଲେକା ଆଚେ,
ଏ ଇସ୍ୱର୍, ତର୍ ଇଚା ହୁରୁଣ୍ କଃରୁକେ ମୁୟ୍ଁ ଆସିଆଚି ।’”
8କ୍ରିସ୍ଟ କୟ୍ଲା, “ହୁଜା ଦେତାର୍, ଦାନ୍ ଦେତାର୍, ହସୁହୁଜା ଆର୍ ହାହ୍ କେମା ଅଃଉତା ହୁଜା ତୁୟ୍ ଲଳୁ ନଃଚ୍ଲିସ୍, କି ସେତି ତର୍ ସଃର୍ଦା ନଃରିଲି” ଜାୟ୍ରି ସଃବୁ ବିଦି ହଃର୍କାରେ ସଃହ୍ରି ଦେଉଁକ୍ ଅୟ୍ଦ୍ । 9ତାର୍ହଃଚେ ସେ କଃଉଁଲା, “ଦଃକ୍, ତର୍ ଇଚା ହୁରୁଣ୍ କଃରୁକେ ମୁୟ୍ଁ ଆସିଆଚି ।” ହଃଚାର୍ ନିୟମ୍ ତାହୁନ୍ କଃରୁକେ ସେ ହଃର୍ତୁର୍ ବିଦି ନାସ୍ କଃରିଆଚେ । 10ଇସ୍ୱରାର୍ ଜଃଜ୍ନାକେ ଜିସୁ କ୍ରିସ୍ଟ ହୁରୁଣ୍ କଃଲାକ୍ ତାର୍ ଗଃଗାଳ୍କେ ଗଟେତର୍କେ ସଃବୁ ଲକାର୍ ହାଁୟ୍ ସଃହ୍ରି ଦିଲାକ୍ ଅଃମିମଃନ୍ ହାହେ ହୁଣି ନିର୍ମୁଳ୍ ଅୟ୍ଲୁ ।
11ଆରେକ୍ ହେଁ, ସଃବୁ ଜାଜକ୍ ହଃତି ଦିନ୍ ସେବା କଃରୁକେ ଆର୍ ତର୍କେତର୍ ସେ ଗଟେକ୍ ରଃକମାର୍ ହୁଜା ଦେଉଁକ୍ ଟିଆ ଅୟ୍ ରେତି; ଇରଃକମ୍ ହୁଜା କଃବେ ହେଁ ହାହ୍ କେମା କଃରୁ ନାହାରେ । 12ମଃତର୍ ସେ ହାହ୍ ଗିନେ ଅଃବ୍କା ଗଟେକ୍ ହୁଜା ଟେକି ଦିଲା ହଃଚେ ଇସ୍ୱରାର୍ କାତା ବାଟ୍ୟା ସଃବୁ ଦିନାର୍ ଗିନେ ବଃସ୍ଲା । 13ସେ ଦିନ୍ମଃନ୍ ଇସ୍ୱର୍ ସଃତ୍ରୁମଃନ୍କେ ତାର୍ ହାଦ୍ ତଃଳେ ସଃଙ୍ଗାଉତା ହଃତେକ୍ ସେ ଜାଗୁଲା । 14ଗଟେକ୍ ମଃତର୍ ହୁଜା ଟେକି ଦିଲା ତଃୟ୍ ସେ ପବିତ୍ର କଃରା ଅୟ୍ରିଲା ଲକ୍ମଃନ୍କେ ସଃବୁ ଦିନାର୍ ଗିନେ ସିଦ୍ କଃରିଆଚେ ।
15ଆର୍ ପବିତ୍ର ଆତ୍ମା ହେଁ ଅଃମିମଃନ୍ ସାକି ଦଃୟ୍ଆଚେ ।
16ବଃଲେକ୍ ମାପ୍ରୁ ଇ କଃତା କଃଉଁଲା,
“ସେ ବେଳା ହଃଚେ ମୁୟ୍ଁ ସେମଃନାର୍ ସଃଙ୍ଗ୍ ଜୁୟ୍ ନିୟମ୍ ସଃଙ୍ଗାୟ୍ ଆଚି,
ସେରି ଇ ନଃଉଆଁ ନିଅମ୍,
ମୁୟ୍ଁ ସେମଃନାର୍ ବାବ୍ନାୟ୍ ନିଜାର୍ ବିଦି ଦଃୟ୍ନ୍ଦ୍,
ଆରେକ୍ ସେମଃନାର୍ ମଃନେ ସେସଃବୁ ଲେକିନ୍ଦ୍,”
17ଆର୍ ସେ କଃଉଁଲା ସେମଃନାର୍ ହାହ୍ ଆର୍ ସେମଃନାର୍ ଦଃସ୍ ସଃବୁ ମୁୟ୍ଁ ଆରେକ୍ ଏତାଉଁକେ ନଃଚି । 18ହାହ୍ କେମା ଅଃଉତା ଟାଣେ ହାହ୍ ଗିନେ ଆରେକ୍ ହୁଜା ଟେକି ଦେତାର୍ ଦଃର୍କାର୍ ନାୟ୍ ।
ଇସ୍ୱରାର୍ ଚଃମେ ଅଃଉତାର୍
19ତଃବେ ଏ ବାୟ୍ବେଣିମଃନ୍, ଜିସୁର୍ ମଃର୍ନ୍ ଲାଗି ଅଃମିମଃନ୍ ବଃଡେ ପବିତ୍ର ଜଃଗାୟ୍ ହୁରୁକେ ଅଃଦିକାର୍ ହାୟ୍ ଆଚୁ । 20ସେ ତାର୍ ଗଃଗାଳ୍ ହର୍ ପର୍ଦା ବାଟ୍ ଦଃୟ୍ ଅଃମିମଃନାର୍ ଗିନେ ଗଟେକ୍ ନଃଉଆଁ ଜିବନ୍ ବାଟ୍ ଉଗାଳି ଆଚେ । 21ଆରେକ୍ ଇସ୍ୱରାର୍ ଗଃର୍ ଅଃବେ ଅଃମିମଃନାର୍ ଗଟେକ୍ ବଃଡ୍ ଜାଜକ୍ ଆତେ ଆଚେ । 22ଆସା, ଅଃମିମଃନ୍ କ୍ରିସ୍ଟର୍ ବଃନିସଃଙ୍ଗ୍ ଦୟ୍କଃରି ବିଟାଳ୍ ବାବ୍ନା ନିର୍ମୁଳ୍ କଃରୁଆଁ ଆର୍ ନିର୍ମୁଳ୍ ହାଣାୟ୍ ଗଃଗାଳ୍ ଦୟ୍କଃରି ଦିର୍ ମଃନେ ହୁର୍ନ୍ ବିସ୍ୱାସେ ଇସ୍ୱରାର୍ ଚଃମେ ଅଃଉଁଆ; 23ଅଃମିମଃନ୍ ଜୁୟ୍ ସାସ୍ କଃରିଆଚୁ, ସେରି ଅଃଟୁଆ ବାବେ ନିକକଃରି ଦଃରୁଆଁ, କାୟ୍ତାକ୍ବଃଲେକ୍ ଜେ ସଃୟ୍ତ୍ କଃରିଆଚେ, ସେ ବିସ୍ୱାସାର୍ ଜୟ୍ଗ୍ । 24ଆରେକ୍ ଲାଡ୍ ଆର୍ ସଃତ୍ କାମେ କଃତା ସିକାଉଁକ୍ ଏକ୍ଆରେକାର୍ ବିସୟେ ମଃନ୍ ଦେଉଁଆ । 25ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପ୍ରୁର୍ ଦିନ୍ ଚଃମେ ଅୟ୍ ଆସୁଲି ବଃଲି ଦଃକୁଲାସ୍ ।
26କାୟ୍ତାକ୍ବଃଲେକ୍ ସଃତ୍ ଗ୍ୟାନ୍ ହାୟ୍ଲା ହଃଚେ ଜଦି ଅଃମିମଃନ୍ ଜାଣି ସୁଣି ନିଜାର୍ ଇଚାୟ୍ ହାହ୍ କଃର୍ତି ରେଉଁନ୍ଦ୍, ତଃବେ ଆର୍ ହାହ୍ କେମା କଃର୍ତା ହୁଜା ହାହେ ହୁଣି ମୁକ୍ଳାଉଁ ନାହାରେ । 27ମଃତର୍ ବିଚାର୍ ଗଟେକ୍ ରଃକମାର୍ ବୟଃଙ୍କାର୍ ଜାଗ୍ତାର୍ ଆର୍ ବିରଦିମଃନ୍କେ ନାସ୍ କଃର୍ତା ବୟ୍ଙ୍କାର୍ ଜୟ୍ ଉବ୍ରି ରଃୟ୍ଦ୍ । 28କେ ମସାର୍ ବିଦିକ୍ ଅମାନ୍ୟା କଃଲେକ୍, ସେ ଦଃୟା ନଃହାୟ୍ ଦୁୟ୍ କି ତିନି ଲକାର୍ ସାକିର୍ ମୁଏଁ ମାରା ଅୟ୍ଦ୍ । 29ତଃବେ ବାବି ଦଃକା, ଜେ ଇସ୍ୱରାର୍ ହୟ୍ସିକ୍ ହାଦ୍ତଃଳେ କଃରି ଆଚେ, ନିଅମାର୍ ଜୁୟ୍ ବଃନିଏ ସେ ପବିତ୍ର କଃରା ଅୟ୍ରିଲା, ତାକେ ହଲ୍ୟା ବଃଲି ମଃନେ କଃରିଆଚେ ଆର୍ ଦଃୟା ଦେତା ଆତ୍ମାକେ ଲିନ୍ଦା କଃରି ଆଚେ, ସେ କଃତେକ୍ ଅଃଦିକ୍ ଦଃଣ୍ଡାର୍ ଜୟ୍ଗ୍ ନୟ୍ । 30ବଃଲେକ୍ “ବାଦ୍ଲା ନେତାର୍ ଅଃମାର୍ ଅଃଦିକାର୍, ଅଃମି କାମାର୍ ହଃଳ୍ ଦେଉଁନ୍ଦ୍,” ଜେ ଇ କଃତା କୟ୍ଆଚେ, “ତାକେ ଅଃମିମଃନ୍ ଜାଣିଆଚୁ; ଆରେକ୍ ମାପ୍ରୁ ଅଃହ୍ଣାର୍ ଲକ୍ମଃନାର୍ ଟିକ୍ ବିଚାର୍ କଃରେଦ୍ ।” 31ଜିବନ୍ ଇସ୍ୱରାର୍ ଆତେ ଦଃରା ହଃଳ୍ଲେକ୍ ବୟ୍ଙ୍କାର୍ ବିସୟ୍ ।
32ମଃତର୍ ଇସ୍ୱରାର୍ ଉଜାଳ୍ ହାୟ୍ଲା ହଃଚେ ଜଃଡେବଃଳ୍ ତୁମିମଃନ୍ ନାନା ଦୁକ୍ ବୟଃଗ୍ ହର୍ କଃସ୍ଟାର୍ ଜୁଜ୍ ସଃମ୍ବାଳି ରିଲାସ୍, ସେ ହୁର୍ବାର୍ ବେଳାକ୍ ଏତାଉଆ । 33ଗଟେକ୍ ବେଳାୟ୍ ମାନ୍ତି ହାୟ୍ ନଃରିଲାସ୍ ଆର୍ ତୁମି କଃସ୍ଟ୍ ହାୟ୍ରିଲାସ୍, ବିନ୍ ବେଳାୟ୍ ସେ ରଃକମ୍ ଚାଲାଚାଲ୍ତି ହାଉତା ଲକ୍ମଃନାର୍ ବାଗିଦାର୍ ଅୟ୍ରିଲାସ୍ । 34କାୟ୍ତାକ୍ବଃଲେକ୍ କଃଇଦିମଃନାର୍ ସଃଙ୍ଗ୍ ଦୁକ୍ ବୟ୍ଗ୍ କଃରି ରିଲାସ୍, ଆର୍ ତୁମିମଃନାର୍ ନିଜାର୍ ଜେ ଅଃଦିକ୍ ନିକ ଆର୍ ସଃବୁଦିନ୍ ରେତା ଦଃନ୍ ଆଚେ, ଇରି ଜାଣି ସଃର୍ଦାୟ୍ ତୁମିମଃନାର୍ ଦଃନ୍ ଚରି ନିଲାକ୍ ସଃମ୍ବାଳିରିଲାସ୍ । 35ସେତାକ୍ ତୁମିମଃନାର୍ ସାସ୍ ଚାଡା ନାୟ୍, ବଃଲେକ୍ ସେତି ବଃଡ୍ ପୁରିସ୍କାର୍ ଆଚେ । 36ଜୁୟ୍ତାର୍ ଗିନେ ତୁମିମଃନ୍ ଇସ୍ୱରାର୍ ଇଚା ହୁରୁଣ୍ କଃରି ସଃୟ୍ତାର୍ ହଃଳ୍ ହାଉଁ ହାରାସ୍, ସେତାର୍ଗିନେ ତୁମିମଃନ୍ ସଃମ୍ବାଳ୍ତାର୍ ଲକ୍ ଅଃଉତାର୍ ଦଃର୍କାର୍ । 37ବଃଲେକ୍ ସାସ୍ତରେ ଲେକା ଆଚେ,
“ଆରେକ୍ ଅଃଳକ୍ ବେଳା ମଃତର୍ ଆଚେ,
ଜାର୍ ଆସ୍ତାର୍ ଆଚେ,
ସେ ଆସେଦ୍ ଆର୍ ବେଳ୍ ନଃକେରେ ।
38ଅଃମାର୍ ଦଃର୍ମି ମାନାୟ୍ ବିସ୍ୱାସାର୍ ଗିନେ ବଚେଦ୍,
ମଃତର୍ ଜଦି ଜେକି ହଃଚେ ବାଉଳେଦ୍,
ମର୍ ଆତ୍ମା ତାର୍ ତଃୟ୍ ସଃର୍ଦା ନାୟ୍ ।”
39ମଃତର୍ ଜୁୟ୍ ଲକ୍ମଃନ୍ ନାସ୍ ଅଃଉଁକ୍ ହଃଚେ ବାଉଳ୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ନାୟ୍, ମଃତର୍ ଜୁୟ୍ ଲକ୍ମଃନ୍ ଆତ୍ମାର୍ ମୁକ୍ତି ହାଉଁକ୍ ବିସ୍ୱାସ୍ କଃର୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ।
11ବିସ୍ୱାସ୍
1ବିସ୍ୱାସ୍ ଆସା କଃର୍ତା ବିସୟାର୍ ମୁଳ୍ବୁଇଁ ଆର୍ ନଃଡିସ୍ତାର୍ ବିସୟାର୍ ସଃତ୍ ଗ୍ୟାନ୍ । 2ହୁର୍ବ୍ କାଳେହୁଣି ପାରାଚିନ୍ମଃନ୍ ସେମଃନାର୍ ବିସ୍ୱାସ ଗିନେ ଇସ୍ୱରାର୍ ମଃନ୍କେଗଃଲା ଲକ୍ ଅୟ୍ରିଲାୟ୍ ।
3୧୧:୩ ଜହ ୧:୩.ବିସ୍ୱାସାର୍ ଗିନେ ଅଃମିମଃନ୍ ବୁଜୁଲୁ ଜେ, ଜଃଗତାର୍ ସଃବୁ ଇସ୍ୱରାର୍ କଃତା ତଃୟ୍ ତିଆର୍ ଅୟ୍ଆଚେ, ତଃବେ କାୟ୍ରିହେଁ ଆକାୟ୍ ଡିସ୍ତା ବିସୟେ ହୁଣି ନଃଉବ୍ଜେ ।
4ବିସ୍ୱାସାର୍ ଗିନେ ହେବଲ୍ ଇସ୍ୱରାର୍ ଚଃମେ କଇନ ତଃୟ୍ହୁଣି ଅଃଦିକ୍ ନିକ ହୁଜା ଟେକି ଦିଲା, ସେତାର୍ ଗିନେ ସେ ଦଃର୍ମି ବଃଲି ଜାଣାହଃଳ୍ଲା, ଇସ୍ୱର୍ ନିଜେ ତାର୍ ଦିଲା ଦାନ୍ ବିସୟେ ସାକି ଦିଲା, ଆର୍ ସେ ମଃରି ରିଲେକ୍ ହେଁ ବିସ୍ୱାସାର୍ ଗିନେ ଆଜି ହଃତେକ୍ କଃତା କଃଉଁଲା ।
5ବିସ୍ୱାସାର୍ ଗିନେ ହନକ ମଃର୍ନ୍ ବୟଃଗ୍ ନଃକେରି ସଃର୍ଗେ ଗଃଲା; ସେ ଆର୍ ଦଃକା ନଃଗେଲା, କାୟ୍ତାକ୍ବଃଲେକ୍ ଇସ୍ୱର୍ ତାକେ ସଃର୍ଗେ ନଃୟ୍ରିଲା । ସାସ୍ତରେ ଲେକାଆଚେ ସେ ଜେ ଇସ୍ୱରାର୍ ଲାଡାର୍ ଲକ୍, ସଃର୍ଗେ ଜାତା ହୁର୍ବେ ସେତାର୍ ସାକି ହାୟ୍ରିଲା । 6ଆର୍ ବିସ୍ୱାସ୍ ନୟ୍ଲେକ୍ କଃବେ ହେଁ ତାର୍ ଲାଡାର୍ ଲକ୍ ଅୟ୍ନୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ ଜେ ଆଚେ, ଆର୍ ସେ ଜେ ତାକେ ଲଳ୍ତା ଲକ୍ମଃନ୍କେ ପୁରିସ୍କାର୍ ଦଃୟ୍ଦ୍, ଇରି ତାର୍ ଲଃଗେ ଆସ୍ତା ଲକ୍ ବିସ୍ୱାସ୍ କଃର୍ତା ଲଳା ।
7ବିସ୍ୱାସ୍ ଗିନେ ନହ ସେ ବେଳା ହଃତେକ୍ ଜାଣାୟ୍ଲା ବିସୟେ ଆଦେସ୍ ହାୟ୍ ବକ୍ତି ସଃଙ୍ଗ୍ ଅଃହ୍ଣାର୍ କୁଟୁମ୍କେ ମୁକ୍ତି କଃରୁକେ ଗଟେକ୍ ହାଣିଜାଜ୍ ତିଆର୍ କଃଲା, ଆରେକ୍ ସେ ବିସ୍ୱାସ୍ ଗିନେ ନହ ଜଃଗତ୍କେ ଦସି କଃରି ବିସ୍ୱାସ୍ ହଃର୍କାରେ ଦଃର୍ମି ଅଃଉଁ ହାର୍ଲା ।
8ବିସ୍ୱାସ୍ ଗିନେ ଅବ୍ରାହାମ୍ କୁଦ୍ଲା ଦାହ୍ରେ, ଜୁୟ୍ ଦେସ୍ ସେ ଅଃଦିକାର୍ ହର୍ ହାଉଁକ୍ ଜାତିରିଲା, କଃତାମାନି ସେତି ବାରାୟ୍ ଗଃଲା, ଆରେକ୍ ସେ କୁୟ୍ତି ଜଃଉଁଲା, ସେରି ନଃଜାଣ୍ଲେକ୍ ହେଁ ବାରାୟ୍ ଗଃଲା । 9ବିସ୍ୱାସ୍ ଗିନେ ସେ ବିଦେସି ହର୍ ସଃୟ୍ତ୍ କଃଲା ଦେସେ ବାସାକଃଲା । ଆର୍ ଇସ୍ୱରାର୍ ଆଦେସ୍ ହାୟ୍ ଇସାକ୍ ଆର୍ ଜାକୁବର୍ ସଃଙ୍ଗ୍ ତୁମ୍ ତଃୟ୍ ବାସାକଃଲାୟ୍ । 10ବଃଲେକ୍ ଜୁୟ୍ ଗଃଳ୍ କୁନାଦି ବଃସା ଅୟ୍ଆଚେ, ଆରେକ୍ ଜାର୍ ମେସ୍ତୁରି ଆର୍ ତିଆର୍ କଃର୍ତା ଲକ୍ ନିଜେ ଇସ୍ୱର୍, ଅବ୍ରାହାମ୍ ସେ ଗଃଳ୍କେ ଜାଗି ରିଲା ।
11ବିସ୍ୱାସାର୍ ଗିନେ ସାରା ନିଜେ ହେଁ ସଃୟ୍ତ୍ କଃଲା ଲକ୍କେ ବିସ୍ୱାସ୍ କଃରି ବୁଡି ଅୟ୍ଲେକ୍ ହେଁ ଜାତିର୍ ହଃର୍ତୁ ଆୟ୍ସି ଅଃଉଁକେ ସଃକ୍ତି ହାୟ୍ଲି । ଇସ୍ୱର୍ ତାର୍ ସଃୟ୍ତ୍ ହୁରୁଣ୍ କଃରେଦ୍ ବଃଲି ଅବ୍ରାହାମାର୍ ବିସ୍ୱାସ୍ ରିଲି । 12ଇତାର୍ ଗିନେ ହେଁ ମଃଲା ହର୍ ଗଟେକ୍ ଲକାର୍ ତଃୟ୍ହୁଣି ଅଃଗାସାର୍ ତାରା ମଃନାର୍ ହର୍ ଅଲେକାର୍ ଆର୍ ସଃମଃନ୍ଦ୍ କଃଣ୍ଡାୟ୍ ରେତା ବାଲି ହର୍ ଗଃଣୁ ନଃହାର୍ତା ଗଟେକ୍ ଜାତି ଜାତ୍ଅୟ୍ଲାୟ୍ ।
13ଇ ସଃବୁଲକ୍ ବିସ୍ୱାସେ ହଃରାଣ୍ ଚାଡ୍ଲାୟ୍, ସେମଃନ୍ ସଃୟ୍ତ୍ କଃଲା ହଃଳ୍ ନଃହାୟ୍ଲାୟ୍, ମଃତର୍ ଦୁରିକ୍ ହୁଣି ସେରି ଦଃକି ଜୁଆର୍ ଜାଣାୟ୍ଲାୟ୍ ଆର୍ ହୁର୍ତିୟେ ଅଃହ୍ଣାମଃନ୍କେ ବିଦେସି ଆର୍ ହଃର୍ବାସି ବଃଲି ମାନ୍ଲାୟ୍ । 14କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ଇବାନ୍ୟା କଃତା କଃଉତି, ସେମଃନ୍ ଜେ ନିଜାର୍ ଗଟେକ୍ ଦେସ୍ ଲଳୁଲାୟ୍, ଇରି ସେମଃନ୍ ଜାଣାଉଁଲାୟ୍ । 15ଆରେକ୍ ଜୁୟ୍ ଦେସେ ହୁଣି ସେମଃନ୍ ବାରାୟ୍ ଆସି ରିଲାୟ୍, ସେ ଦେସ୍କେ ସେମଃନ୍ ଏତାୟ୍ ନଃକେର୍ତି ରିଲାୟ୍ ଜଦି ସଃତ୍କଃରି ସେ ଦେସ୍କେ ଏତାୟ୍ଲାୟ୍ ହୁଣି, ସେରି ଅୟ୍ଲେକ୍ ସେମଃନ୍କେ ବାଉଳି ଜଃଉଁକେ ବାଟ୍ ହାୟ୍ଲାୟ୍ ହୁଣି । 16ମଃତର୍ ସେମଃନ୍ ଗଟେକ୍ ସଃବ୍କେ ନିକ, ବଃଲେକ୍ ସଃର୍ଗ୍ ଦେସ୍କେ ମଃନ୍ କଃରି ରିଲାୟ୍; ଇତାର୍ ଗିନେ ଇସ୍ୱର୍ ସେମଃନାର୍ ଇସ୍ୱର୍ ବଃଲି ଡାକେ ହୁଟୁକ୍ ସେମଃନାର୍ ବିସୟେ ଲାଜ୍ ନୟ୍, କାୟ୍ତାକ୍ବଃଲେକ୍ ସେ ସେମଃନାର୍ ଗିନେ ଗଟେକ୍ ଗଃଳ୍ ତିଆର୍ କଃରିଆଚେ ।
17ବିସ୍ୱାସାର୍ ଗିନେ ଅବ୍ରାହାମ୍କେ ପରିକ୍ୟା ବଃଳ୍ ଇସାକ୍କେ ଟେକି ଦେଉଁକେ ରାଜି ଅୟ୍ରିଲା, ଜୁୟ୍ ଲକ୍ ସଃୟ୍ତ୍ ସଃବୁ ହାୟ୍ରିଲା, ଜାକେ କଃଉଆ ଜାୟ୍ରିଲି, 18ଇସ୍ୱର୍ କୟ୍ରିଲା, ମୁୟ୍ଁ ତକେ ଜୁୟ୍ ବଃଉଁସ୍ ଦଃୟ୍ନ୍ଦ୍ ବଃଲି ସଃୟ୍ତ୍ କଃରିରିଲେ, ସେରି ଇସାକ୍ ତଃୟ୍ହୁଣି ତର୍ ବଃଉଁସ୍ ଡାକେ ହୁଟେଦ୍ । 19ବଃଲେକ୍ ଇସ୍ୱର୍ ଜେ ମଃଲା ଲକ୍ମଃନ୍କେ ହେଁ ଉଟାଉଁକ୍ ହାରେ, ଅବ୍ରାହାମ୍ ଇରି ସେ ମଃନେ ଜାଣିରିଲା, ଆର୍ ଅବ୍ରାହାମ୍ ଇସାକ୍କେ ମଃରି ଗଃଲାକେ ହେଁ ଆରେକ୍ ହାୟ୍ଲା ।
20ବିସ୍ୱାସାର୍ ଗିନେ ଇସାକ୍ ଆସୁଲା ଦିନାର୍ ବିସୟେ ହେଁ ଜାକୁବକ୍ ଆର୍ ଏସାଉକେ ଆସିର୍ବାଦ୍ କଃଲା ।
21ବିସ୍ୱାସାର୍ ଗିନେ ଜାକୁବ ମଃର୍ତା ଆଗ୍ତୁ ଜସେପାର୍ ଦୁୟ୍ ହୟ୍ସିକେ ଆସିର୍ବାଦ୍ କଃଲା, ଆରେକ୍ ଅଃହ୍ଣାର୍ ଡାଙ୍ଗ୍ ଟିହେ ଡେରାୟ୍ ଅୟ୍ ଇସ୍ୱର୍କେ ଜୁଆର୍ କଃଲା ।
22ବିସ୍ୱାସାର୍ ଗିନେ ଜସେପ୍ ମଃର୍ତାବଃଳ୍ ଇସ୍ରାଏଲାର୍ ହୟ୍ସିମଃନାର୍ ମିସର୍ ଦେସେ ହୁଣି ବାଉଳି ଜାତା ବିସୟେ କୟ୍ଲା, ଆରେକ୍ ଅଃହ୍ଣାର୍ ମଃଳ୍କେ କଃନ୍ କଃରା ଅୟ୍ଦ୍ ସେରି କୟ୍ରିଲା ।
23ବିସ୍ୱାସାର୍ ଗିନେ ମସାର୍ ଉବାସି ଆୟ୍ସି ତାର୍ ଜଃଲମ୍ ଅୟ୍ଲା ବଃଳ୍ ତାକେ ଗଟେକ୍ ସୁନ୍ଦୁର୍ ହିଲା ବଃଲି ଦଃକି ରଃଜାର୍ ଆଦେସ୍କେ ନଃଡିରି ତିନିମାସ୍ ହଃତେକ୍ ତାକେ ଲୁକାୟ୍ ସଃଙ୍ଗାୟ୍ଲାୟ୍ ।
24ବିସ୍ୱାସାର୍ ଗିନେ ମସା ବେଣ୍ଡ୍ୟା ବଃୟ୍ସ୍ ଅୟ୍ଲାକ୍ ପାରର୍ ଜିସିର୍ ହୟ୍ସି ବଃଲାୟ୍ ଅଃଉଁକେ ନଃଚ୍ଲା । 25ହାହେ ରଃୟ୍ ଅଃଳକ୍ କାଳ୍ ସୁକ୍ବୟ୍ଗ୍ କଃର୍ତା ବାଦୁଲେ ଇସ୍ୱରାର୍ ଲକ୍ମଃନାର୍ ସଃଙ୍ଗ୍ ଦୁକ୍ ବୟଃଗ୍ କଃରୁକେ ସେ ମଃନ୍କଃଲା, 26ଆରେକ୍ ମିସରାର୍ ସଃବୁ ଦଃନାର୍ ବାଦୁଲେ କ୍ରିସ୍ଟର୍ ଲିନ୍ଦାର୍ ବାଗିଦାରି ଅଃଉଁକେ ଅଃଦିକ୍ ନିକ ଦଃନ୍ ବଃଲି ମଃନେ କଃଲା, କାୟ୍ତାକ୍ବଃଲେକ୍ ସେ ପୁରିସ୍କାର୍ ଦେତାବଃଳ୍କ୍ ଦଃକ୍ଲା ।
27ବିସ୍ୱାସାର୍ ଗିନେ ସେ ରଃଜାର୍ ରିସାକ୍ ନଃଡିରି ମିସର୍ ଚାଡ୍ଲା, ଜୁୟ୍ତାର୍ ଗିନେ ସେ ନଃଡିସ୍ତାର୍ ଇସ୍ୱର୍କେ, ଦଃକ୍ଲା ହର୍ ସେ ହଃଚ୍ଗୁଚା ନଃଦିଲା । 28ବିସ୍ୱାସାର୍ ଗିନେ ସେ ମୁକ୍ଳାଉଁଣି ହଃର୍ବ୍ ଆର୍ ବଃନି ଚିଚ୍ତା ବିଦି ମାନୁକେ କୟ୍ଲା, ଜଃନ୍କଃରି ଇସ୍ରାଏଲାର୍ ହଃର୍ତୁ ଜଃଲମ୍ ଅୟ୍ଲା ହିଲାମଃନ୍କେ ମାରୁ ଆୟ୍ଲା ଦୁତ୍ ମାରୁ ନଃଚ୍ଲା ।
29ବିସ୍ୱାସ୍ ଗିନେ ସେମଃନ୍ ସୁକ୍ଲା ବୁଏଁ ଲିଙ୍ଗ୍ଲା ହର୍ ସୁପ୍ ସାଗର୍ ବିତୁର୍ ଅୟ୍ ଲିଙ୍ଗ୍ଲାୟ୍, ମଃତର୍ ମିସରାର୍ ଲକ୍ମଃନ୍ ସେବାନ୍ୟା ଲିଙ୍ଗୁକେ ଚେସ୍ଟା କଃରୁକେ ଜାୟ୍ ବୁଡି ମଃଲାୟ୍ ।
30ଇସ୍ରାଏଲାର୍ ଲକ୍ମଃନ୍ ବିସ୍ୱାସ୍ ଗିନେ ଜିରିହ ଗଃଳାର୍ କଃତି ଚାରିବେଳ୍ତ୍ ସାତ୍ ବିନ୍ ହଃତେକ୍ ବୁଲ୍ଲା ହଃଚେ କୁର୍ପ୍ ନାସ୍ ଅୟ୍ଲି । 31ବିସ୍ୱାସ୍ ଗିନେ ରାହବ୍ ଦାରି ଚର୍ମଃନ୍କେ ସୁସ୍ତାୟ୍ ରେଉଁକ୍ ଜଃଗା ଦିଲାକ୍ ଇସ୍ୱରାର୍ କଃତା ନଃମାନ୍ତା ଲକ୍ମଃନାର୍ ସଃଙ୍ଗ୍ ନାସ୍ ନୟ୍ ରଃକ୍ୟା ହାୟ୍ଲି ।
32ମୁୟ୍ଁ ଆରେକ୍ ଅଃଦିକ୍ କାୟ୍ରି କୟ୍ଦ୍ ? ଗିଦିଅନ୍, ବାରାକ୍, ସାମ୍ସନ୍, ଜିପ୍ତହ, ଦାଉଦ୍, ସାମୁଏଲ୍ ଆର୍ ବାବ୍ବାଦିମଃନାର୍ ବିସୟେ ଜଦି ମୁୟ୍ଁ କୟ୍ନ୍ଦ୍ ତଃବେ ବେଳ୍ ନଃକେଟେ । 33ବିସ୍ୱାସାର୍ ଗିନେ ସେମଃନ୍ ବିନ୍ ବିନ୍ ଦେସ୍ମଃନ୍ ଜିତ୍ଲାୟ୍, ଦଃର୍ମ୍ ହୁରା କଃଲାୟ୍, ଇସ୍ୱରାର୍ ସଃୟ୍ତାର୍ ହଃଳ୍ ହାୟ୍ଲାୟ୍, ସିମାବାଗ୍ ମଃନାର୍ ଟଣ୍ଡ୍ ମୁଦ୍ଲାୟ୍, 34ଜୁୟ୍ମଃନ୍ ଲିବାୟ୍ଲାୟ୍, କଃଣ୍ଡାର୍ ଦାରେ ହୁଣି ବାଚ୍ଲାୟ୍, ନିଗାଳ୍ ବେଳାୟ୍ ସଃକାତ୍କାରି ଅୟଃଲାୟ୍, ଜୁଜେ ଜିଣ୍ଲାୟ୍, ଆରେକ୍ ଇସ୍ୱର୍କେ ନଃଜାଣ୍ତା ଲକ୍ମଃନାର୍ ସଃଇନ୍ମଃନ୍କେ ମାରି କଃଦ୍ଲାୟ୍ । 35ମାୟ୍ଜିମଃନ୍ ବିସ୍ୱାସାର୍ ଗିନେ ଅଃହ୍ଣା ଅଃହ୍ଣାର୍ ମଃଲା ଲକ୍ମଃନ୍କେ ଆରେକ୍ ଉଟ୍ଲାକେ ହାୟ୍ଲାୟ୍; ବିନ୍ଲକ୍ମଃନ୍ ଅଃଦିକ୍ ନିକ କଃରି ଆରେକ୍ ଉଟି ଉଦାର୍ ହାଉଁକ୍ ଇଚା ନଃକେରି ବଃଡେ ଦୁକ୍ ବୟଃଗ୍ କଃଲାୟ୍ । 36ବିନ୍ଲକ୍ମଃନ୍ ଏମଃନ୍କେ କର୍ଡା ମାର୍ଲାୟ୍, କିଜ୍ୟାୟ୍ଲାୟ୍, କଃତିଲକେ ସିକ୍ଳି ବାନ୍ଦି ଜଃଇଲେ ହଃକାୟ୍ଲାୟ୍ । 37କେକେ ଟେଳା ମାଡେ ମାର୍ଲାୟ୍, କେକେ ତାଡ୍ନା ହାୟ୍ଲାୟ୍, କଃତିଲକେ କଃର୍ତ୍ ସଃଙ୍ଗ୍ ଦୁୟ୍କଃଣ୍ଡ୍ କଃରାଗଃଲି, ଆରେକ୍ କଃତିଲକେ କଃଣ୍ଡା ସଃଙ୍ଗ୍ ମାର୍ଲାୟ୍ କଃତିଲକେ ମେଣ୍ଡା ଆର୍ ଚେଳିର୍ ଚାଲେ ଗୁଳ୍ୟାୟ୍ଲାୟ୍, ଅକେଟ୍ ଅୟ୍ଲି, ମଃନେ ଦୁକ୍ ଆର୍ କଃସ୍ଟ୍ ହାୟ୍ଲାୟ୍ । 38ଇରଃକମ୍ ଲକ୍ମଃନାର୍ ଗିନେ ହୁର୍ତିଏ ଟାଣ୍ ନଃରିଲି, ସେମଃନ୍ ବଃଟା, ହଃର୍ବାତ୍, ହାର୍, ଆରେକ୍ ହୁର୍ତିବିର୍ ବିତ୍ରେ ବୁଲ୍ଲାୟ୍ ।
39ବିସ୍ୱାସାର୍ ଗିନେ ଇ ସଃବୁଲକ୍ ନିକ ବଃଲାୟ୍ ଅୟ୍ ହେଁ ସଃୟ୍ତାର୍ ହଃଳ୍ ନଃହାୟ୍ଲାୟ୍, 40ବଃଲେକ୍ ଇସ୍ୱର୍ ଅଃମିମଃନାର୍ ଗିନେ ଅଃଦିକ୍ ନିକ ବିସୟ୍ ତିଆର୍ କଃରି ସଃଙ୍ଗାୟ୍ ରିଲା, ଜଃନ୍କଃରି ସେମଃନ୍ ଅଃମିମଃନାର୍ ସଃଙ୍ଗ୍ ସିଦ୍ ଲାବ୍ କଃରୁକେ ହାର୍ତି । ଇରି ଇସ୍ୱରାର୍ ମଃନ୍ ରିଲି ।
12ଇସ୍ୱର୍ ଅଃମାର୍ ଉବା
1ଇରଃକମ୍ ସାକିମଃନ୍ ଅଃତେକ୍ ଲକ୍ ଅଃମାର୍ ଚାରି ହାକ୍ ଆଚ୍ତି ସେତାକ୍ ଆସା ଜୁୟ୍ ସଃବୁ ବିସୟ୍ ଅଃମିକ୍ ବାଦା ଦେଉଁଲି ଆର୍ ଜୁୟ୍ ସଃବୁ ବିସୟ୍ ଅଃମିମଃନ୍କ୍ ହାହେ ଜିକି ନେଉଁଲି ସେ ସଃବୁ ଚାଡି ବିସ୍ୱାସେ ଅଃଟୁଆ ରଃୟ୍ ଅଃମାର୍ ହାୟ୍ ତିଆର୍ ଅୟ୍ରିଲା ବାଟେ ଜାତି ରେଉଁଆ । 2ଜିସୁ ଅଃହ୍ଣାର୍ ମୁଏଁ ରିଲା ସଃତ୍ ସଃର୍ଦା ଗିନେ ଲିନ୍ଦାକ୍ ନଃମାନି କଃରି ସଃମ୍ବାଳି କଃରି କ୍ରୁସ୍ଉହ୍ରେ ମଃର୍ନ୍ ବୟଃଗ୍ କଃଲା, ଆରେକ୍ ଇସ୍ୱରାର୍ ସିଙ୍ଗାସଣାର୍ କାତା ବାଟ୍ୟା ବଃସି ଆଚେ ।
3ତୁମିମଃନ୍ ଜଃନ୍କଃରି ଅଃହ୍ଣା ଅଃହ୍ଣାର୍ ମଃନେ ନଃତାକାସ୍; ଇତାର୍ ଗିନେ ହାହିମଃନାର୍ ତଃୟ୍ହୁଣି ଅଃହ୍ଣାର୍ ବିରଦେ କଃଡେକ୍ ବିରଦ୍ ହାଣ୍ ସଃମ୍ବାଳ୍ଲା, ତାର୍ ବିସୟେ ବାବି ଦଃକା । 4ତୁମିମଃନ୍ ହାହ୍ ବିରଦେ ଜୁଜ୍ କଃରି ଅଃବେ ହଃତେକ୍ ତୁମାର୍ ବଃନି ଜାତା ହଃତେକ୍ ବାଦା ନଃଦିଆସ୍ । 5ଆର୍ ହିଲାମଃନାର୍ ହର୍ ତୁମିମଃନାର୍ ଗିନେ ଲେକା ଅୟ୍ଲା ଇ ସଃର୍ଦାର୍ କଃତା ହାସ୍ରି ଆଚାସ୍,
“ଏ ମର୍ ହଅ, ମାପ୍ରୁର୍ ସାସନ୍କେ ଉସାସେ ନେ ନାୟ୍,
କି ତାର୍ ତଃୟ୍ହୁଣି ଉଣା ସୁଣ୍ଲେକ୍ ତାକା ନାୟ୍ ।
6କାୟ୍ତାକ୍ବଃଲେକ୍ ମାପ୍ରୁ ଜାକେ ଲାଡ୍ କଃରେଦ୍, ତାକେ ସାସନ୍ କଃରେଦ୍,
ଆରେକ୍ ଜୁୟ୍ ହିଲାକ୍ ନିଜାର୍ ବଃଲେଦ୍, ତାକେ ଡଃଣ୍ଡ୍ ଦଃୟ୍ଦ୍ ।”
7ସାସନାର୍ ଗିନେ ତ ତୁମିମଃନ୍ ଦୁକ୍ ସଃମ୍ବାଳୁଲାସ୍; ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ହଅ ହର୍ ବେବାର୍ କଃରୁଲା, କାୟ୍ତାକ୍ବଃଲେକ୍ ଉବା ଜାକେ ସାସନ୍ ନଃକେରେ, ଇବାନ୍ୟା ହଅ କେ ଆଚେ ? 8ମଃତର୍ ଜୁୟ୍ ସାସନାର୍ ସଃବୁ ବାଗ୍ହାୟ୍ଲାର୍, ଜଦି ତୁମିମଃନ୍ ସେତିର୍ ବାଗି ନାୟ୍, ତଃବେ ତୁମିମଃନ୍ ହଅ ନାୟ୍, ବିନ୍ ଅଃଣ୍ଡ୍ରା ତଃୟ୍ହୁଣି ଜଃଲମ୍ ଅୟ୍ଲା ହିଲା । 9ଆରେକ୍ ହେଁ, ଅଃମିମଃନାର୍ ସାସନ୍କାରି ଅଃମିମଃନାର୍ ଗଃଗାଳାର୍ ଉବାମଃନ୍କେ ଅଃମିମଃନ୍ ମାନ୍ତି କଃରୁଲୁ; ତଃବେ ଆତ୍ମିକ୍ ଉବାର୍ କଃତେକ୍ ଅଃଦିକ୍ କଃରି ତାର୍ ତଃଳେ ରଃୟ୍ ଜିବନ୍ ନଃହାଉଁ ? 10ଅଃମିମଃନାର୍ ଜଃଗତାର୍ ଉବାମଃନାର୍ ଆକାୟ୍ ଜାୟ୍ରି ନିକ ସେ ହଃର୍କାରେ ସେମଃନ୍ ଅଃଳକ୍ ଦିନାର୍ ଗିନେ ଅଃମିମଃନ୍କେ ସାସନ୍ କଃଲାୟ୍; ମଃତର୍ ଅଃମିମଃନ୍ ଜଃନ୍କଃରି ତାର୍ ପବିତ୍ର ତଃୟ୍ ବାଗିଦାରି ଅଃଉଁନ୍ଦ୍, ଇତାର୍ ଗିନେ ସେ ଅଃମିମଃନାର୍ ବଃଲାର୍ ଗିନେ ସାସନ୍ କଃରେଦ୍ । 11ସାସନ୍ ଅଃବେ ସଃର୍ଦାର୍ ବଃଲି ଜାଣା ନଃହେଳି ଦୁକାର୍ ବଃଲି ଜାଣା ଅୟ୍ଦ୍; ଅୟ୍ଲେକ୍ ଜୁୟ୍ ଲକ୍ମଃନ୍ ସେତାର୍ ତଃୟ୍ ସିକ୍ୟା ହାୟ୍ ଆଚ୍ତି, ସେରି ହଃଚେ ସେମଃନ୍କେ ସୁସ୍ତାର୍ ହଃଳ୍ ହର୍ ଦଃର୍ମି ଦଃନ୍ ଦଃୟ୍ଦ୍ ।
ଜଃଗ୍ରାତ୍ ଅଃଉଁକେ ଉହ୍ଦେସ୍
12ବଃଲେକ୍, ତୁମିମଃନାର୍ ତାକ୍ଲା ଆତ୍ ଆର୍ ନିଗାଳ୍ ମାଣ୍ଡିକ୍ ସଃକାତ୍ କଃରା । 13ଆରେକ୍ ସଃଳ୍କ୍ ବାଟେ ଇଣ୍ଡାବୁଲା କଃରା, ଜଃନ୍କଃରି ଚଟା ଗଡ୍ ଅଃଦିକ୍ ମଃଳୁ ନଃହେଳି ଉଜ୍ ଅୟ୍ଦ୍ ।
14ସଃବୁ ଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ଚେସ୍ଟା କଃରା, ଆର୍ ପବିତ୍ର ରଃୟ୍ ଜିବନ୍ କାଟୁକେ ଚେସ୍ଟା କଃରା ବଃଲେକ୍ ସେରି ନୟ୍ଲେକ୍ ଇସ୍ୱର୍ କେ ଦଃକୁ ନାହାରାସ୍ । 15କଃନ୍ସ୍ ଅୟ୍ଲେକ୍ କେକେ ଇସ୍ୱରାର୍ ଦଃୟାୟ୍ ହୁଣି ଦୁରିକ୍ ଅଃଉତି କି କୁୟ୍ ହିତାର୍ ମୁଳ୍ ଆକରି କଃରି ବାଡି ତୁମିମଃନ୍କେ ନାସ୍ କଃରେଦ୍, ଆର୍ ସେତାର୍ ଗିନେ ଗାଦେକ୍ ଲକ୍ ବିଟାଳ୍ ଅଃଉତି । 16କି କେ ଅଃଦଃର୍ମି, କି ତରେକାର୍ କାଦିର୍ ଗିନେ ଅଃହ୍ଣାର୍ ବଃଡ୍ ହିଲା ଅଃଉତା ଅଃଦିକାର୍ ବିକୁ ଜେ ଏସାଉ, ତାର୍ ହର୍ ଅଃଦଃର୍ମି ଅୟ୍ଦ୍, ଇ ବିସୟେ ଅଃଦିକ୍ ଜଃଗ୍ରାତ୍ ଅଃଉଆ । 17ତୁମିମଃନ୍ ତ ଜାଣି ଆଚାସ୍, ହଃଚେ ସେ ଆସିର୍ବାଦାର୍ ଅଃଦିକାରି ଅଃଉଁକେ ମଃନ୍ କଃଲାକ୍ ହେଁ ମାନ୍ତି ନଃହାୟ୍ଲା, ଆରେକ୍ ନିଜାର୍ ଦଃସ୍ ମାନ୍ତା ଗିନେ କାନ୍ଦିକଃରି ଜଃତୁନେ ଚେସ୍ଟା କଃଲାକ୍ ହେଁ ସେରି ଆରେକ୍ କଃରୁକେ ବାଟ୍ ନଃହାୟ୍ଲା ।
18କାୟ୍ତାକ୍ବଃଲେକ୍ ତୁମିମଃନ୍ ଚୁୟ୍ଲା ସିନୟ୍ ହଃର୍ବାତ୍ ଆର୍ ଲାଗ୍ତା ଜୟ୍ ଲଃଗେ ଆରେକ୍ ବୁଆଳ୍ ମେଗ୍, ଅଃନ୍ଦାର୍, ବଃତାସ୍, 19ତୁରିର୍ ସଃବ୍ଦ୍ ଆର୍ ବାକ୍ୟର୍ ସଃବ୍ଦ୍ ଲଃଗେ ନାୟ୍ଲାସ୍; ସୁଣ୍ତା ଇସ୍ରାଏଲ୍ ଲକ୍ ସେ ସଃବ୍ଦ୍ ସୁଣି ଜଃନ୍କଃରି ସେମଃନ୍କେ ଆରେକ୍ କୁୟ୍ କଃତା କଃଉଆ ନଃଜାୟ୍ଁ, ଇରି ଗଃଉଆରି କଃରି ରିଲେ । 20“ଜୁୟ୍ତାର୍ ଗିନେ କୁୟ୍ ଜଃତୁ ହେଁ ଜଦି ସେ ହଃର୍ବାତ୍ ଚୁୟ୍ଦ୍, ତଃବେ ସେ ଟେଳାର୍ ମାଡେ ମାରା ଅୟ୍ଦ୍,” ଇ ଜୁୟ୍ ଆଦେସ୍ ଦିଆ ଜାୟ୍ରିଲି, ସେରି ସେମଃନ୍ ସଃମ୍ବାଳୁ ନଃହାୟ୍ଲାୟ୍ । 21ଆର୍ ସେ ଦଃକ୍ତାର୍ ଇରଃକମ୍ ବୟ୍ଙ୍କାର୍ ରିଲି ଜେ, ମସା ହେଁ କୟ୍ଲା, “ମୁୟ୍ଁ ବେସି ଡିର୍ଲେ ଆର୍ ତଃର୍ତଃରୁଲେ ।”
22ମଃତର୍ ତୁମିମଃନ୍ ସିଅନ୍ ହଃର୍ବାତ୍ ଆର୍ ଜିବନ୍ ଇସ୍ୱରାର୍ ଗଃଳ୍, ବଃଲେକ୍ ସଃର୍ଗାର୍ ଜିରୁସାଲମ୍, ଅଲେକାର୍ ଦୁତ୍ ବାହିନିର୍ ହଃର୍ବ୍, 23ସଃର୍ଗେ ଲେକା ଅୟ୍ଲା ହଃର୍ତୁ ଜଃଲମ୍ ଅୟ୍ଲା ଲକ୍ମଃନାର୍ ମଣ୍ଡ୍ଳି, ସଃବୁଲକାର୍ ବିଚାର୍ କଃର୍ତା ଇସ୍ୱର୍, ହୁର୍ନ୍ ଅୟ୍ଲା ଦଃର୍ମି ଲକ୍ମଃନାର୍ ଆତ୍ମାମଃନାର୍ ତୟ୍ ଆସି ଆଚାସ୍ । 24ନଃଉଆଁ ନିଅମାର୍ ମୁଳିକା ଜିସୁ, ଆରେକ୍ ଜୁୟ୍ ଚିଚ୍ତା ବଃନି ହେବଲାର୍ ତଃୟ୍ହୁଣି ଅଃଦିକ୍ ନିକ କଃତା କୟ୍ଦ୍, ସେତାର୍ ଲଃଗେ ଆସିଆଚାସ୍ ।
25ଜଃଗ୍ରାତ୍, ଜେ କଃତା କଃଉଁଲା, ତାକେ ମାନା; କାୟ୍ତାକ୍ବଃଲେକ୍ ଜେ ହୁର୍ତିଏ ଆଦେସ୍ ଦିଲାକ୍, ତାକେ ନଃମାନ୍ଲାକ୍ ସେମଃନ୍ ଜଦି ବଚୁ ନାହାର୍ଲାୟ୍, ତଃବେ ଜେ ସଃର୍ଗେ ହୁଣି ଆଦେସ୍ ଦେଉଁଲା, ତାର୍ ତଃୟ୍ହୁଣି ଦୁରିକ୍ ଅୟ୍ଲେକ୍ ଅଃମିମଃନ୍ ଜେ ବଚୁକେ ନଃହାରୁଆଁ, ଇରି ବାୟ୍ଦ୍ରେ ସଃତ୍ କଃତା । 26ସଃଡେବଃଳ୍ ତାର୍ ଟଣ୍ଡ୍ ହୁର୍ତିବିକ୍ ଲଃଦ୍ବଃଦାୟ୍ଲି, ମଃତର୍ ଅଃବେ ସେ ସଃୟ୍ତ୍ କଃରି କୟ୍ଆଚେ, ଆରେକ୍ ଗଟ୍ତର୍ ମୁୟ୍ଁ ଜେ ଅଃବ୍କା ହୁର୍ତିବିକ୍ ଲଃଦ୍ବଃଦାୟ୍ନ୍ଦ୍, ସେରି ନାୟ୍, ମଃତର୍ ଅଃଗାସ୍କେ ହେଁ ତଃର୍ତଃରାୟ୍ନ୍ଦ୍ । 27ଆରେକ୍ ଗଟ୍ତର୍ ବଃଲି କୟ୍ଲା ଗିନେ ଇରି ବୁଜା ହଃଳୁଲି ଜେ ଟଃଳ୍ମଃଳ୍ ନଃଉତା ବିସୟ୍ମଃନାର୍ ଗିନେ ଟଃଳ୍ମଃଳ୍ ଅଃଉତା ବିସୟ୍, ବଃଲେକ୍ ଉବୁଜ୍ଲା ସଃବୁ ବିସୟ୍ ବାଦ୍ଲେଦ୍ ।
28ତଃବେ ଆସା ଅଃମି ମାପ୍ରୁକେ ଦନ୍ୟବାଦ୍ ଦେଉଁଆ ବଃଲେକ୍ ଅଃମି ଲଃଦ୍ବଃଦ୍ ନଃଉତାର୍ ରାଇଜ୍ ହାୟ୍ଆଚୁ, ସେତାର୍ଗିନେ ଅଃମି ଦନ୍ୟବାଦ୍ ଦେଉଁଆ ଆର୍ ବକ୍ତି ଆର୍ ଡିର୍ ସଃଙ୍ଗ୍ ଇସ୍ୱରାର୍ ସଃର୍ଦାର୍ ଲକ୍ ଅୟ୍ ତାର୍ ହୁଜା କଃରୁଆଁ । 29କାୟ୍ତାକ୍ବଃଲେକ୍ ଅଃମିମଃନାର୍ ଇସ୍ୱର୍ ନାସ୍କାରି ଜୟ୍ ହର୍ ।
13ଇସ୍ୱର୍କେ ସଃର୍ଦା କଃରାଉତାର୍
1କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ନିଜାର୍ ନିଜାର୍ ବିତ୍ରେ ଲାଡ୍ କଃର୍ତି ରିଆ । 2ଆୟ୍ଲା ଗତ୍କେ ସେବା କଃର୍ତାର୍ ହାସ୍ରା ନାୟ୍, ସେତାର୍ ଗିନେ କୁୟ୍ କୁୟ୍ ଲକ୍ମଃନ୍ ଲୁକ୍ଣେ ଦୁତ୍ମଃନ୍କେ ଗଃରେ ସେବାକଃରି ଆଚ୍ତି । 3ନିଜ୍କେ କୟ୍ଦିମଃନାର୍ ସଃଙ୍ଗୁଆଳି ହର୍ ବାବି, ଆରେକ୍ ନିଜେ ଗଃଗାଳ୍ ଦଃରି ଆଚାସ୍ ବଃଲି ଜାଣି ଦୁକ୍ ବୟଃଗ୍ କଃର୍ତା ଲକ୍ମଃନାର୍ ସଃଙ୍ଗ୍ ସଃମାନ୍ ଦୁକ୍ବଗ୍କଃରି ସେମଃନ୍କେ ଏତାଉଆ ।
4ବିବା ସଃବୁ ଲକାର୍ ବିତ୍ରେ ମାନ୍ତିର୍ ଅଃଉଅ ଆର୍ ମାୟ୍ଜିଅଃଣ୍ଡ୍ରା ସଃଉତାର୍ ନିର୍ମୁଳ୍ ଅଃଉଅ, କାୟ୍ତାକ୍ବଃଲେକ୍ ଇସ୍ୱର୍ ଗଃଗାଳାର୍ ସୁକ୍ ଲଳ୍ତା ଲକାର୍ ଆର୍ ଦାରିମଃନାର୍ ବିଚାର୍ କଃରେଦ୍ ।
5ଚାଲାଚାଲ୍ତି ତଃୟ୍ ଦଃନ୍ ଲଃବି ଅଃଉଆ ନାୟ୍, ତୁମିମଃନାର୍ ଜାୟ୍ରି ଆଚେ, ସେତି ସୁସ୍ତାୟ୍ ରିଆ, ବଃଲେକ୍ ଇସ୍ୱର୍ ନିଜେ କୟ୍ଆଚେ, “ମୁୟ୍ଁ ତୁମିକେ କଃବେହେଁ ନଃଚାଡି, ମୁୟ୍ଁ ତୁମିକେ କଃବେହେଁ ହାସ୍ରି ନଃଜାୟ୍ଁ ।” 6ବଃଲେକ୍ ଅଃମିମଃନ୍ ସାସ୍ଅୟ୍ କଃଉ ହାରୁ,
“ମାପ୍ରୁ ମର୍ ଉହ୍କାରି,
ମୁୟ୍ଁ ନଃଡିରି;
ମାନାୟ୍ ମର୍ କାୟ୍ କଃରୁ ହାରେ ?”
7ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ଇସ୍ୱରାର୍ କଃତା କୟ୍ରିଲାୟ୍, ତୁମିମଃନାର୍ ସେବାନ୍ୟା ମୁଳିକାମଃନ୍କେ ଏତାଉଆ; ସେମଃନାର୍ ଜିବନାର୍ ସଃରାସଃରି ଜାତାର୍ ମୁଏଁ ସଃଙ୍ଗାୟ୍ ସେମଃନାର୍ ବିସ୍ୱାସାର୍ ହଃଚେ ଜାତା ଲକ୍ ଅଃଉଆ । 8ଜିସୁ କ୍ରିସ୍ଟ କାଲି, ଆଜି ଆର୍ ସଃବୁବଃଳ୍ ସଃମାନ୍ । 9ବିନ୍ବିନ୍ ଆର୍ ଉଲ୍ଟା ରଃକମାର୍ ସିକ୍ୟା ତଃୟ୍ ଗାବ୍ରା ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ କାତା ଜିନିସ୍ ତଃୟ୍ ନାୟ୍; ମଃତର୍ ଇସ୍ୱରାର୍ ଦଃୟା ତଃୟ୍ ମଃନ୍ ତିର୍ ଅଃଉତାର୍ ନିକ; ଜୁୟ୍ ଲକ୍ମଃନ୍ କାଦିହିଦିର୍ ରିତିବିଦି ହଃର୍ବ୍ ମାନ୍ତି, ସେମଃନାର୍ କାୟ୍ ଲାବ୍ ନୟେ ।
10ଜୁୟ୍ ହୁଜା ବେଦିର୍ ଜିନିସ୍ ତୁମାର୍ ଜିଉଦି ଜାଜକ୍ମଃନ୍ କାଉଁକେ ଅଃଦିକାର୍ ନାୟ୍, ଅଃମିମଃନାର୍ ଇବାନ୍ୟା ଗଟେକ୍ ହୁଜାବେଦି ଆଚେ । 11କାୟ୍ତାକ୍ବଃଲେକ୍ ଜୁୟ୍ ସଃବୁର୍ ବଃନି ହାହାର୍ ମଲ୍ ହର୍ ହୁଜା ଦେଉଁକ୍ ମୁଳ୍ଜାଜକ୍ ବଃଡ୍ ପବିତ୍ର ଜଃଗାୟ୍ ଆଣେଦ୍ ସେ ସଃବୁ ଜଃତୁର୍ ଗଃଗାଳ୍ମଃନ୍କେ ହାଳାମୁଣ୍ଡେ ହଡା ଅୟ୍ଦ୍ । 12ସେବାନ୍ୟା ଜିସୁ ହେଁ ଅଃହ୍ଣାର୍ ବଃନିଏ ଜଃନ୍କଃରି ଲକ୍କେ ପବିତ୍ର କଃରେଦ୍, ଇତାର୍ ଗିନେ ହାଡାମୁଣ୍ଡେ ମଃର୍ନ୍ ବୟଃଗ୍ କଃଲା । 13ବଃଲେକ୍ ଆସା ଅଃମିମଃନ୍ ତାର୍ ହର୍ ଲିନ୍ଦା ସଃମ୍ବାଳି କଃରି ଚାଉଁଣି କଃଲା ହଃଦାୟ୍ ତାର୍ ଲଃଗେ ଜୁଉଁଆ । 14କାୟ୍ତାକ୍ବଃଲେକ୍ ଇରି ଅଃମିମଃନାର୍ ସଃବୁ ଦିନାର୍ ଗଃଳ୍ ନାୟ୍, ମଃତର୍ ଅଃମିମଃନ୍ ଆସ୍ତା ଦିନାର୍ ଗଃଳ୍କେ ଲଳୁଲୁ । 15ତଃବେ ଆସା, ଅଃମିମଃନ୍ ଇସ୍ୱରାର୍ ଗିନେ ଗୁଣ୍ଗିତ୍ ହର୍ ହୁଜା, ବଃଲେକ୍ ତାର୍ ନାଉଁ ଦଃର୍ତା ଅଟିର୍ ହଃଳ୍ ସଃବୁବଃଳ୍ ଟେକି ଦେଉଁଆ । 16ଲକାର୍ ଉହ୍କାର୍ ଆର୍ ଦାନ୍ କଃରୁକେ ହାସ୍ରା ନାୟ୍, କାୟ୍ତାକ୍ବଃଲେକ୍ ଇବାନ୍ୟା ହୁଜାୟ୍ ଇସ୍ୱର୍ ବେସି ସଃର୍ଦା ଅୟ୍ଦ୍ ।
17ତୁମିମଃନାର୍ ନେତାମଃନାର୍ କଃତା ମାନି ସେମଃନାର୍ ତଃଳେ ରିଆ, କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍କେ ଇସାବ୍ ଦେଉଁକ୍ ଅୟ୍ଦ୍, ସେମଃନ୍ ତୁମିମଃନାର୍ ଆତ୍ମାର୍ ବିସୟେ ଜାଗ୍ତା କାମ୍ କଃର୍ତି, ଜଃନ୍କଃରି ସେମଃନ୍ ସେରି ମଃନ୍ଦୁକ୍ ଅୟ୍ ନଃକେରି ମଃନ୍ ସଃର୍ଦାୟ୍ କଃରୁ ହାର୍ତି; ମଃନ୍ଦୁକ୍ ଅୟ୍ କଃଲେକ୍ ତୁମିମଃନାର୍ ଲାବ୍ ନୟେ ।
18ଅଃମିମଃନାର୍ ଗିନେ ପାର୍ତ୍ନା କଃରା, କାୟ୍ତାକ୍ବଃଲେକ୍ ଅଃମିମଃନାର୍ ବିସ୍ୱାସ୍ ଆଚେ ଜେ, ଅଃମିମଃନାର୍ ନିକ ଚାଲାଚାଲ୍ତି ଆଚେ, ବଃଲେକ୍ ସବୁବଃଳ୍ ନିକକାମ୍ କଃରୁକେ ଅଃମିମଃନାର୍ ଗଟେକ୍ ଇଚା । 19ଆର୍ ମୁୟ୍ଁ ଜଃନ୍କଃରି ବେଗି ତୁମିମଃନାର୍ ଚଃମେ ଆସୁ ହାରି, ଇତାର୍ ଗିନେ ପାର୍ତ୍ନା କଃରୁକେ ତୁମିମଃନ୍କେ ମୁଳ୍କଃରି ଗଃଉଆରି କଃରୁଲେ ।
ସେସ୍ ପାର୍ତ୍ନା
20ଜୁୟ୍ ସୁସ୍ତା ଦେତା ଇସ୍ୱର୍ ସଃବୁଦିନ୍ ରେତା ନିଅମାର୍ ବଃନିର୍ ଗିନେ ମୁଳ୍ ମେଣ୍ଡା ଗଃଉଳିଆ, ବଃଲେକ୍ ଅଃମିମଃନାର୍ ମାପ୍ରୁ ଜିସୁକେ ମଃଲା ଲକ୍ମଃନାର୍ ବିତ୍ରେ ଲେଉଟାୟ୍ ଆଣ୍ଲା ।
21ସୁସ୍ତାକାରି ଇସ୍ୱର୍ ତାର୍ ଆକାୟ୍ ଜାୟ୍ରି ସଃର୍ଦା ଲାଗେଦ୍, ସେରି ସେ ଅଃମିମଃନାର୍ ମଃନ୍ବିତ୍ରେ ଜିସୁ କ୍ରିସ୍ଟର୍ ଗିନେ ହୁରା କଃରି ତାର୍ ଇଚା ହୁରୁଣ୍ କଃରୁକେ ତୁମିମଃନ୍କେ ସଃବୁ ସଃତ୍ କାମେ ସିଦ୍ କଃର । ଜୁଗେଜୁଗେ ଜଃଜ୍ମାନ୍ ତାର୍ ଅଃଉଅ । ଆରେକ୍ ।
ସେସ୍ ଜୁଆର୍
22ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ, ଇ ଉପ୍ଦେସ୍କେ ମଃନ୍ ଦିଆସ୍ । ମୁୟ୍ଁ ହଃଦେକ୍ ତୁମିମଃନ୍କେ ସଃର୍ଦାକଃରୁକେ ଲେକି ଆଚି । 23ଅଃମିମଃନାର୍ ବାୟ୍ ତିମତି ମୁକ୍ଳି ଆଚେ ବଃଲି ଜାଣା; ଜଦି ସେ ବେଗି ଆସେଦ୍, ତଃବେ ତାର୍ ସଃଙ୍ଗ୍ ମିସି ମୁୟ୍ଁ ତୁମିମଃନାର୍ ସଃଙ୍ଗ୍ ବେଟ୍ ଅୟ୍ନ୍ଦ୍ ।
24ତୁମିମଃନାର୍ ସଃବୁ ନେତା ଆର୍ ବିସ୍ୱାସିମଃନ୍କେ ଅଃମାର୍ ଜୁଆର୍ ଜାଣାଉଆ । ଜୁୟ୍ ଲକ୍ମଃନ୍ ଇତାଲିଆ ହୁଣି ଆସି ଆଚ୍ତି, ସେମଃନ୍ ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
25ତୁମି ସଃବୁ ଲକାର୍ ଉହ୍ରେ ଇସ୍ୱରାର୍ ଦଃୟା ଅଃଉଅ ।