ଏପିସିୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପତ୍ର
ଏପିସିର୍ ଲକ୍ମଃନ୍କେ ପେରିତ୍ ପାଉଲାର୍ ଚିଟି
ଏପିସି ଚିଟି ବିସୟେ ହଃଦେକ୍
ଏପିସି ମଣ୍ଡ୍ଳିକେ ପାଉଲାର୍ ଚିଟି ଜିସୁ ଜଃଲମାର୍ ହାକାହାକି ୬୦ ବଃର୍ସାର୍ ହଃଚେ କଲସିୟ ମଣ୍ଡ୍ଳିକେ ଲେକ୍ଲା ବଃଳ୍ ଇ ଚିଟି ଲେକିରିଲା । ଚିଟି ଲେକୁ ସେ ନିଜେ ପାଉଲ ବଃଲି ଚିନା ହଃଳୁଲା । ୧:୧ ପାଉଲ୍ କଲସି ପୁସ୍ତକେ ତାର୍ ନିଜାର୍ ଜୁଆର୍ ଜାଣାୟ୍ ନଃରିଲେକ୍ ହେଁ ଅଃନେକ୍ ହଃଣ୍ଡିତ୍ ମଃନ୍ ଏପିସି ପୁସ୍ତକ ପାଉଲ ଲେକି ଆଚେ ବଃଲି କଃଉଁଲାୟ୍ । ସେତାକ୍ ଅଃଉଁ ହାରେ ସଃବୁ ମଣ୍ଡ୍ଳିକେ ଚିଟି ବାଟା କଃରୁକେ ଲେକା ଅୟ୍ ରଃୟ୍ଦ୍ । ପାଉଲ ଇରି ହେଁ ଜାଣାଉଁଲା ସେ ଇ ଚିଟି ଲେକ୍ତା ବଃଳ୍ ସେ ଜଃୟ୍ଲେ ରିଲା ୩:୧; ୪:୧ ଆର୍ ୬:୨୦ । ପାଉଲ ତୁକିକକେ ଏପିସି ମଣ୍ଡ୍ଳିଏ ହଃଟାୟ୍ କଃରି ଇ ଚିଟି ତାର୍ ଆତେ ହଃଟାୟ୍ ରିଲା ୬:୨୧-୨୨ ।
ଏପିସି ଏସିଆ ରାଜିର୍ ଗଟ୍ ବଃଡ୍ ଗଃଳ୍ ଆର୍ ରାଜ୍ଦାନି ରିଲି । ଗ୍ରିକ୍ ଦେବ୍ତା ଆର୍ତେମିର୍ ସେବା ଆର୍ ଇତାର୍ ଦେଉଳାର୍ ଗିନେ ନାଉଁ ହୁଟା ରିଲି ପେରି ୯:୨୩-୩୧ । ଏପିସି ମଣ୍ଡ୍ଳି ହଃର୍ତୁ ବଃଡେ ସଃକ୍ତି ରିଲି ମଃତର୍ ହଃଚେ ତଃଳେ ହଃଳିଗଃଲି । ପ୍ରକା ୨:୧-୭ । ପାଉଲ୍ ତାର୍ ଆଦ୍ବାଗ୍ ଲେକାୟ୍ ଇସ୍ୱର୍ କଃନ୍କଃରି ତାର୍ ଲକ୍ମଃନ୍କେ କୁଦ୍ଲା ଆର୍ କଃନ୍କଃରି ଜିସୁର୍ ଦଃୟ୍ ହାହେ ହୁଣି ରଃକ୍ୟା କଃଲା ସେରି ବୁଜାୟ୍ ଦିଲା ଆଚେ । ପାଉଲ ମଣ୍ଡ୍ଳିକେ ଗଃଗାଳ୍ ସଃଙ୍ଗ୍ ସଃମାନ୍ କଃରି କ୍ରିସ୍ଟ ସେତିର୍ ମୁଣ୍ଡ୍ ଆର୍ କନାର୍ ମୁଳ୍ଟେଳା ଜାର୍ ସଃଙ୍ଗ୍ ଜଳିଅୟ୍ ଗଟେ ତଃୟ୍ ବାଡୁଲି ବଃଲି କଃଉଁଲା ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ଜୁଆର୍ କଃରି ନିଜ୍କେ ଜାଣାୟ୍ ଅଃଉଁଲା । ୧:୧-୨
୨. କ୍ରିସ୍ଟ ସଃଙ୍ଗ୍ ମଣ୍ଡ୍ଳିର୍ ଲାଗାଲଃମ୍ତି । ୧:୩–୩:୨୧
୩. କ୍ରିସ୍ଟିଆନ୍ ଜିବନ୍ କାଟ୍ତାର୍ । ୪:୧–୬:୨୦
୪. ପାଉଲାର୍ ସେସ୍ ଜୁଆର୍ । ୬:୨୧-୨୪
1ଏପିସି ମଣ୍ଡ୍ଳିକେ ପେରିତ୍ ପାଉଲାର୍ ଚିଟି
1୧:୧ ପେରି ୧୮:୧୯-୨୧; ୧୯:୧.ପାଉଲ୍, ଇସ୍ୱରାର୍ ଇଚା ହଃର୍କାରେ ଜିସୁ କ୍ରିସ୍ଟର୍ ଗଟ୍ ପେରିତ୍, ଏପିସିଏ ରେତା ସାଦୁ ଆର୍ କ୍ରିସ୍ଟ ଜିସୁର୍ ତଃୟ୍ ରେତା ବିସ୍ୱାସି ମଃନାର୍ ହାକ୍ ଚିଟି ଲେକୁଲା ।
2ଅଃମିମଃନାର୍ ଉବା ଇସ୍ୱର୍ ଆର୍ ଜିସୁ କ୍ରିସ୍ଟର୍ ତଃୟ୍ ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
ଆତ୍ମିକ୍ ଆସିର୍ବାଦ୍
3ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଇସ୍ୱର୍ ଆର୍ ଉବା ଦନ୍ୟ ଅଃଉଅ, ସେ କ୍ରିସ୍ଟର୍ ତଃୟ୍ ଅଃମିମଃନ୍କ୍ ସଃବୁ ଆତ୍ମିକ୍ ଆସିର୍ବାଦ୍ ଦଃୟ୍ ସଃର୍ଗ୍ହୁରେ ଆସିର୍ବାଦ୍ କଃରିଆଚେ । 4କ୍ରିସ୍ଟର୍ ତଃୟ୍ ମିସି ଅଃମି ଜଃନ୍କଃରି ଇସ୍ୱରାର୍ ଅଃଉଁନ୍ଦ୍ ସେତାକ୍ ଜଃଗତାର୍ ଉବ୍ଜାଣ୍ ହୁର୍ବେ ସେ ବାଚିଆଚେ, ବଃଲେକ୍ ଅଃମିମଃନ୍ ତାର୍ ଲାଡାର୍ ଗିନେ ପବିତ୍ର ଆର୍ ଦସି ନୟ୍ଲାର୍ ଅଃଉଁନ୍ଦ୍ । 5ଆର୍ ଜିସୁ କ୍ରିସ୍ଟର୍ ଲାଗି ସେ ନିଜାର୍ ଗିନେ ହୟ୍ସି କଃରୁକେ ନିଜାର୍ ଇଚା ହଃର୍କାରେ ଅଃମିମଃନ୍କ୍ ଲାଡେ ଆଗେହୁଣି ତିର୍ କଃଲା । 6ଇରି ତାର୍ ଦଃୟାର୍ ଜଃଜ୍ମାନାର୍ ପ୍ରସଂସା ଗିନେ ଅୟ୍ଆଚେ; ସେ ଦଃୟା ସେ ଲାଡାର୍ ମାନାୟକେ ଦଃୟ୍ ଅଃମିମଃନ୍କ୍ ଦାନ୍ ଦଃୟ୍ ଆଚେ । 7୧:୭ କଲ ୧:୧୪.କ୍ରିସ୍ଟର୍ ବଃନିର୍ ଗିନେ ଅଃମିମଃନ୍ ମୁକ୍ତି ହାୟ୍ ଆଚୁ, ସେରି ଇରି ଇସ୍ୱରାର୍ ଦଃୟା କଃଡେକ୍ ବଃଡ୍ ଅଃମିମଃନାର୍ ହାହ୍ କେମା ଅୟ୍ଆଚେ ।
8ସେରି ସେ ଅଃମିକ୍ ଜଃବର୍ କଃରି ଦଃୟ୍ ଆଚେ । 9ଇସ୍ୱର୍ ତାର୍ କଃବେ ନଃସେର୍ତା ଗିଆନ୍ ଆର୍ ବିତିରିଆ ଦଃକି ଜାୟ୍ରି ମଃନେ ହାଚିରିଲା, ସେରି ସାଦୁନ୍ କଃରିଆଚେ ଆର୍ ତାକ୍ କ୍ରିସ୍ଟର୍ ଉହ୍କାରେ ହୁରୁଣ୍ କଃର୍ତା ହାଁୟ୍ ସେ ଜୁୟ୍ ଲୁକ୍ଣେ ମଃନ୍ହାଚି ରିଲା ସେରି ଅଃମାର୍ ତଃୟ୍ ଜାଣାୟ୍ ଆଚେ । 10ଜଃନ୍କଃରି କାଳାର୍ ହୁର୍ନ୍ ଅଃଉତା କଃତା ଜଃଜ୍ନା ହଃର୍କାରେ ଟିକ୍ ବେଳାୟ୍ ଇସ୍ୱର୍ ସେସ୍ କଃରେଦ୍, ଜୁୟ୍ରି ସଃର୍ଗେ କି ହୁର୍ତିବିଏ ରେତା ସଃବୁ କଃତା ସେ ନିଜାର୍ ଗିନେ କ୍ରିସ୍ଟର୍ ତଃୟ୍ ରୁଣ୍ଡାୟ୍ଦ୍ ।
11ତାର୍ ତଃୟ୍ ଅଃମିମଃନ୍ ଅଃଦିକାର୍ ହାୟ୍ ଆଚୁ, ବଃଲେକ୍ ଜୁୟ୍ ଇସ୍ୱର୍ ନିଜାର୍ ଇଚା ହଃର୍କାରେ ସଃବୁ ବିସୟ୍ କଃତା ସାଦୁନ୍ କଃରେଦ୍, ତାର୍ ଜଃଜ୍ନା ହଃର୍କାରେ ଅଃମିମଃନ୍କ୍ ହୁର୍ବେ ହୁଣି ବାଚିଆଚେ । 12ଜଃନ୍କଃରି କ୍ରିସ୍ଟର୍ ତଃୟ୍ ଅଃମିମଃନ୍ ହୁର୍ବେହୁଣି ଆସା କଃରିରିଲୁ, ଅଃମିମଃନ୍ ଇସ୍ୱରାର୍ ଜଃଜ୍ମାନାର୍ ମୁଳ୍ ଅଃଉଁହାରୁ ।
13ତାର୍ତଃୟ୍ ତୁମିମଃନ୍ହେଁ ସଃତ୍ ବାକ୍ୟ ବଃଲେକ୍ ତୁମିମଃନାର୍ ମୁକ୍ତିର୍ ନିକ କବୁର୍ ସୁଣି ସଃତ୍କଃରି ସଃୟ୍ତ୍ କଃଲା ପବିତ୍ର ଆତ୍ମାୟ୍ ମୁଦ୍ରା ମାରା ଅୟ୍ଆଚେ । 14ଇସ୍ୱର୍ ତାର୍ ଲକ୍ମଃନ୍ ହାଉତାର୍ ସଃୟ୍ତ୍ କଃଲା ଆଚେ ସେହଃର୍କାରେ ଅଃମିମଃନ୍ ଆତ୍ମା ହାଉଁନ୍ଦ୍, ଆର୍ ବାୟଃଦ୍ରେ ଜୁଇମଃନ୍ ଇସ୍ୱରାର୍ ଅୟ୍ ଆଚ୍ତି ସେମଃନ୍କେ ଇସ୍ୱର୍ ହୁରା ଅଃଦିକାର୍ ଦଃୟ୍ଦ୍, ତାର୍ ଜଃଜ୍ମାନ୍କେ ଦନ୍ୟବାଦ୍ ଅଃଉଅ ।
ପାଉଲାର୍ ପାର୍ତ୍ନା
15ଇତାର୍ ଗିନେ ସଃବୁ ବଃଳ୍ ମାପ୍ରୁ ଜିସୁର୍ ତଃୟ୍ ବିସ୍ୱାସ୍ ଆର୍ ଦଃର୍ମିମଃନ୍କେ ତୁମି ଲାଡ୍ କଃର୍ତାର୍ ମୁୟ୍ଁ ସୁଣୁଲେ, 16ତୁମିମଃନାର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ କଃରିଆସୁଲେ, ମୁୟ୍ଁ ହେଁ ମର୍ ପାର୍ତାନାୟ୍ ତୁମାର୍ ନାଉଁ ଦଃରି ପାର୍ତ୍ନା କଃରିଲାଗୁଲେ । 17ଜଃନ୍କଃରି ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଇସ୍ୱର୍ ଜଃଜ୍ମାନାର୍ ଉବା, ବିସୟେ ହୁରା ଗିଆନ୍ ହାଉଁକେ ତୁମିମଃନାର୍ ଗିଆନ୍ ଦେଉଁକେ ଆତ୍ମାକେ ଦଃୟ୍ଦ୍, ତଃନ୍ ଅଲେ ତାକେ ସଃବୁଲକ୍ ଜାଣାସ୍ । 18ସେତାକ୍ ତୁମିମଃନାର୍ ମଃନ୍ବିତ୍ରାର୍ ଆକି ଉଗାଳି ଅୟ୍ଦ୍ ସେ କୁଦ୍ଲାର୍ ବଃର୍ସା କାୟ୍ରି ଜୁୟ୍ ବଃର୍ସାର୍ ଗିନେ ତୁମିମଃନ୍ ଦଃର୍ମିମଃନାର୍ ସଃଙ୍ଗ୍ କୁଦାୟ୍ ଅୟ୍ ଆଚାସ୍ ସେରି ଜାଣାସ୍ । 19ତାର୍ ଲକ୍ମଃନାର୍ ଗିନେ ତାର୍ ସଃୟ୍ତ୍ କଃଲା ସଃକ୍ତି କଃଡେକ୍ ବଃଡ୍, ସେରି ତୁମିମଃନ୍ ଜାଣାସ୍ ।
20ଇସ୍ୱର୍ ସଃକ୍ତି କ୍ରିସ୍ଟର୍ ତଃୟ୍ ସାଦୁନ୍ କଃରି ତାକେ ମଃଲାର୍ ତଃୟ୍ ହୁଣି ଉଟାୟ୍ ସଃବୁ ଅଃଦିକାର୍, ସଃକ୍ତି, ମୁଳିକା, ରାଜ୍ କଃର୍ତାର୍ ଦଃୟ୍ ସଃର୍ଗ୍ହୁରେ ଇ ହୁରେ ସଃବ୍କାର୍ ନାଉଁ ତଃୟ୍ହୁଣି ଉଟ୍ୟା କଃରିଆଚେ । 21କ୍ରିସ୍ଟ ସଃବୁ ସଃର୍ଗାର୍ ସାସନ୍କଃରୁ, ନାଉଁ ହାୟ୍ଲା ଅଃଦିକାରି, ସଃକ୍ତିରିଲାର୍, ଅଃଦିକାରିମଃନାର୍ ଉହ୍ରେ ରାୟ୍ଜ୍ କଃରେଦ୍ ଇ ଜଃଗତାର୍ ଆର୍ ସେ ଜଃଗତାର୍ ସଃବୁ ହଃଦ୍ ବିତ୍ରେ ସେ ହଃଦ୍ ସଃବାର୍ ଉଟ୍ୟା । 22୧:୨୨ କଲ ୧:୧୮.ଆର୍ ସଃବୁ ବିସୟ୍ କ୍ରିସ୍ଟର୍ ହାଦ୍ ତଃଳେ ସଃଙ୍ଗାୟ୍ ତାକେ ସଃବୁ ବିସୟ୍ ଉହ୍ରେ ତାକେ ସଃବ୍କେ ଉଟ୍ୟା ମାପ୍ରୁ ବାବେ ମଣ୍ଡ୍ଳିକେ ଦିଲା ଆଚେ । 23ବିସ୍ୱାସି ଦଃଳ୍ ତାର୍ ଗଃଗାଳ୍ ହର୍, ବଃଲେକ୍ ଜେ ସଃବୁ ବିସୟ୍କେ ହୁରାହୁରି ହୁରୁଣ୍ କଃରେଦ୍ ସେରି ତାର୍ ନିଜାର୍ ହୁରୁଣ୍ ।
2ମଃରି ଉଟ୍ତାର୍
1୨:୧ କଲ ୨:୧୩.ହଃର୍ତୁ ତୁମିମଃନ୍ ଆତ୍ମିକ୍ ହଃର୍କାରେ ତୁମିମଃନାର୍ ଅମାନ୍ୟାର୍ ଆର୍ ହାହାର୍ ଗିନେ ମଃରି ରିଲାସ୍ । 2ବଃଲେକ୍ ଜୁୟ୍ ଆତ୍ମା ଅଃବେ ହେଁ ଅମାନ୍ୟାର୍ ହିଲାମଃନାର୍ ତଃୟ୍ କାମ୍ ସାଦୁନ୍ କଃରୁଲି, ଜଃଗତାର୍ ଅଃଦିକାରିମଃନାର୍ ଇଚା ହଃର୍କାରେ ତୁମିମଃନ୍ହେଁ ହୁର୍ବେ ଚାଲ୍ଚାଲ୍ତି କଃରି ହାହେ ମଃରି ରିଲାସ୍ । 3ସେ ଅମାନ୍ୟାର୍ ହିଲାମଃନାର୍ ସଃଙ୍ଗ୍ ଅଃମିମଃନ୍ ସଃବୁଲକ୍ ହେଁ ଅଃକାବଃଳ୍ ଅଃମିମଃନାର୍ ଗଃଗାଳାର୍ ଇଚା ହଃର୍କାରେ ଜିବନ୍କାଟି ଗଃଗାଳାର୍ ଆର୍ ବାବ୍ନାର୍ ଇଚା ହୁରୁଣ୍ କଃର୍ତିରିଲୁ ଆର୍ ବିନ୍ଲକାର୍ ହର୍ ମାପ୍ରୁର୍ ବିରଦି ରିଲୁ ।
4ମଃତର୍ ଅଃମିମଃନ୍ ହାହେ ମଃରି ରିଲେକ୍ ହେଁ ଦଃୟାକାରି ଇସ୍ୱର୍, ସେ ଅଃମିମଃନ୍କ୍ ଜୁୟ୍ ବଃଡ୍ ଲାଡାର୍ ଗିନେ ଦଃୟା କଃଲା, 5ସେତାର୍ ଗିନେ ଅଃମିମଃନ୍କ୍ କ୍ରିସ୍ଟର୍ ସଃଙ୍ଗ୍ ଜିବନ୍ ହାଳାୟ୍ ଆଚେ, ଦଃୟାର୍ ଗିନେ ତୁମିମଃନ୍ ମୁକ୍ତି ହାୟ୍ ଆଚାସ୍ । 6ଆରେକ୍ କ୍ରିସ୍ଟର୍ ସଃଙ୍ଗ୍ ଅଃମିମଃନ୍କ୍ ଉଟାୟ୍ କଃରି ତାର୍ ସଃଙ୍ଗ୍ ଅଃମିମଃନ୍କ୍ ସଃର୍ଗ୍ହୁରେ ବଃସାୟ୍ ଆଚେ । 7ଜଃନ୍କଃରି କ୍ରିସ୍ଟଜିସୁର୍ ତଃୟ୍ ସେ ଅଃମିମଃନ୍କ୍ ଦଃୟାକଃରି ଆସୁଲା ଜଃଗତାର୍ ଗିନେ ନିଜାର୍ ଦଃୟାର୍ ଜଃବର୍ ଦଃନ୍ ଦଃକାଉଁକେ ସେ ଇରି କଃରିଆଚେ । 8କାୟ୍ତାକ୍ ବଃଲେକ୍ ଦଃୟାର୍ ଗିନେ ବିସ୍ୱାସ୍ କଃଲାକ୍ ତୁମିମଃନ୍ ମୁକ୍ତି ହାୟ୍ ଆଚାସ୍; ସେରି ତୁମାର୍ ନିଜାର୍ ତଃୟ୍ ହୁଣି ଅୟ୍ ନଃକେରେ, ସେରି ଇସ୍ୱର୍ ଦିଲାର୍ ଦାନ୍, 9ଦଃର୍ମ୍ କଃର୍ମାର୍ ନାୟ୍, ସେତାକ୍ କେ ଇ ବିସୟେ ଗଃର୍ବ୍ ନଃକେର । 10କାୟ୍ତାକ୍ ବଃଲେକ୍ ଅଃମିମଃନ୍ ଜୁୟ୍ରି ସେ ଗଃଳ୍ଲାର୍ ସଃବୁ ରଃକମ୍ ସଃତ୍କାମ୍ କଃରୁନ୍ଦ୍ ବଃଲି ଇସ୍ୱର୍ ଆଗ୍ତୁ ହୁଣି ତିର୍ କଃରିରିଲା, ଅଃମି କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଚାଲାଚାଲ୍ତି କଃରି ମିସିରିଲାକେ ସେରି ସାଦୁନ୍ ଅୟ୍ଆଚେ ।
କ୍ରିସ୍ଟର୍ଗିନେ ଏକ୍
11ବଃଲେକ୍ ତୁମିମଃନ୍ ହୁର୍ବେ ଜଃଡ୍ବଃଳ୍ ଗଃଗାଳେ ଅଜିଉଦି ରିଲାସ୍ ଆର୍ ଗଃଗାଳାର୍ ଇସାବେ ସୁନତି ଅୟ୍ରିଲା ଲକ୍ମଃନାର୍ ହିସାବେ ଅସୁନତି ବଃଲାୟ୍ ଅଃଉତି ରିଲାସ୍ । 12ସଃଡେବଃଳ୍ ତୁମିମଃନ୍ କ୍ରିସ୍ଟର୍ ତଃୟ୍ହୁଣି ବିନେ ରଃୟ୍ ଇସ୍ରାଏଲାର୍ ବଃଉଁସାର୍ ନଃୟ୍କଃରି, ସଃୟ୍ତ୍ କଃଲାର୍ ବିଦିର୍ ନଃରିଲାସ୍ ଆର୍ ଜଃଗତାର୍ ବଃର୍ସା ନୟ୍ଲାର୍ ଆର୍ ଇସ୍ୱର୍ ନୟ୍ଲାର୍ ଅୟ୍ରିଲାର୍ ସେରି ଏତାଉଆ । 13ବଃଲେକ୍ ହୁର୍ବେ ତୁମି ଦୁରି ରିଲାସ୍ ମଃତର୍ ଅଃବେ କ୍ରିସ୍ଟ ଜିସୁର୍ ତଃୟ୍ ତାର୍ ବଃନିର୍ ଗିନେ ଲଃଗେ ଅୟ୍ ଆଚାସ୍ । 14କ୍ରିସ୍ଟ ସେ ନିଜେ ଜିଉଦି ଆର୍ ଅଜିଉଦିକେ ମିସାୟ୍କଃରି ସୁସ୍ତା ଆଣିଆଚେ । ମଃଜାୟ୍ ରଃୟ୍ ଦୁୟ୍ବାଗ୍ କଃଲା କୁଡ୍କେ ନିଜାର୍ ଗଃଗାଳେ ବାଙ୍ଗାୟ୍ କଃରି ସଃତ୍ରୁ ନଃଉଁକେ ମିସାୟ୍ ଆଚେ । 15୨:୧୫ କଲ ୨:୧୪.ଜିଉଦି ମଃନାର୍ ବିଦିକେ ଇତିର୍ ବଲ୍ ଆର୍ ନିୟମେ ଲିବାୟ୍ ଦଃୟ୍ଆଚେ, ଜଃନ୍କଃରି ସୁସ୍ତା ଆଣିକଃରି ଜିଉଦି ଆର୍ ଅଜିଉଦିମଃନ୍କେ ହେଁ ଅଃହ୍ଣାର୍ ତଃୟ୍ ଗଟେକ୍ ନଃଉଆଁ ଲକ୍ ହର୍ ଉବ୍ଜାଣ୍ କଃରେଦ୍ । 16୨:୧୬ କଲ ୧:୨୦.ଆର୍ କ୍ରୁସେ କ୍ରିସ୍ଟ ମଃରିକଃରି ସେମଃନାର୍ ସଃତ୍ରୁକେ ନସ୍ଟ୍ କଃରି ଆଚେ; କ୍ରୁସାର୍ ଗିନେ ସେ ଦୁୟ୍ ଦଃଳ୍କେ ଗଟେକ୍ ଗଃଗାଳ୍ କଃରି ସେମଃନ୍କେ ଇସ୍ୱରାର୍ ତଃୟ୍ ମିସାୟ୍ ଆଚେ । 17ଆର୍ ଦୁରି ରିଲା ଅଜିଉଦି ଲଃଗେ ରିଲା ଜିଉଦି, ସେମଃନ୍ ସେ ଦୁୟ୍ବାଟ୍ୟା ହେଁ ଆସିକଃରି ସୁସ୍ତାରି ନିକ କବୁର୍ ପର୍ଚାର୍ କଃଲା 18କାୟ୍ତାକ୍ ବଃଲେକ୍ ତାର୍ ଗିନେ ଅଃମିମଃନ୍ ସଃବୁ ଗଟେକ୍ ଆତ୍ମାୟ୍ ଉବାର୍ ଚଃମେ ଆସୁ ହାର୍ଲାୟ୍ ଆଚ୍ତି ।
19ବଃଲେକ୍ ତୁମିମଃନ୍ ଆର୍ ବିନ୍ଦେସାର୍ କି ହଃର୍ବାସି ନାୟ୍, ମଃତର୍ ସାଦୁମଃନାର୍ ସଃଙ୍ଗ୍ ରେତାର୍ ତାର୍ ରାଇଜାର୍ ଆର୍ ଇସ୍ୱରାର୍ ଗଃର୍ କୁଟୁମାର୍ । 20ତୁମିମଃନ୍ ପେରିତ୍ ଆର୍ ବାବ୍ବାଦି ମଃନାର୍ କୁନାଦି ଉହ୍ରେ ତିଆର୍ ଅୟ୍ ଆଚାସ୍, କ୍ରିସ୍ଟ ଜିସୁ ସେତିର୍ ମୁଳ୍ଟେଳା । 21ତାର୍ ତଃୟ୍ ସଃବୁ ଗଃର୍ ଗଟ୍ତଃୟ୍ ଜଳି ଅୟ୍କଃରି ମାପ୍ରୁ ତଃୟ୍ ଗଟେକ୍ ପବିତ୍ର ମନ୍ଦିର୍ ହର୍ ବାଡାୟ୍ଦ୍ । 22ତାର୍ ତଃୟ୍ ତୁମିମଃନ୍ ହେଁ ଇସ୍ୱରାର୍ ଆତ୍ମାର୍ ବାସା କଃର୍ତାର୍ ଗିନେ ଗଟେକ୍ ତଃୟ୍ ହାଜି ଅୟ୍ ଆଚାସ୍ ।
3ଅଜିଉଦିମଃନାର୍ ଗିନେ ପାଉଲାର୍ କାମ୍
1ଇତାର୍ ଗିନେ ତୁମାର୍ ହର୍ ଅଜିଉଦି ତୁମାର୍ ହାୟ୍ କ୍ରିସ୍ଟର୍ ବନ୍ଦି ଅୟ୍ରିଲା ପାଉଲ୍ ମୁୟ୍ଁ ପାର୍ତ୍ନା କଃରୁଲେ । 2ତୁମିମଃନ୍କାର୍ ବଃଲାର୍ ଗିନେ ଇ ସେବା କାମ୍ କଃରୁକେ ଇସ୍ୱରାର୍ ଦଃୟାର୍ ଗିନେ ମକେ ଦିଆଗଃଲାର୍ ବାୟ୍ଦ୍ରେ ତୁମିମଃନ୍ ସୁଣିଆଚାସ୍ । 3ତଃବେ ଆଦେସ୍ ଦଃୟ୍ ବିତ୍ରି କଃତା ମକ୍ ଜାଣାୟ୍ ଆଚେ, ଜଃନ୍କଃରିକି ମୁୟ୍ ହୁର୍ବେ ଚଟ୍କଃରି ଲେକିଆଚି । 4୩:୪ କଲ ୧:୨୬,୨୭.ସେରି ହଳି ମୁୟ୍ଁ କାୟ୍ରି ଲେକିଆଚି ସେରି କ୍ରିସ୍ଟର୍ ବିତ୍ରି କଃତାର୍ ଗିଆନ୍ ଜାଣୁ ହାରାସ୍ । 5ସେ ଗୁପ୍ତ୍ କଃତା ଅଃବେ ଆତ୍ମାର୍ ଦଃୟ୍ ତାର୍ ପବିତ୍ର ପେରିତ୍ ଆର୍ ବାବ୍ବାଦି ମଃନ୍କେ ଦଃୟ୍ ଜଃନ୍କଃରି ଜାଣା ହଃଳି ଆଚେ, ହୁର୍ବ କାଳାର୍ ନଃର୍ମଃନ୍କେ ଜାଣାଇ ଦିଆଅୟ୍ ନଃରିଲି । 6ଗୁପ୍ତ୍ରି ଇରି ନିକ କବୁରାର୍ ଗିନେ ଇସ୍ୱରାର୍ ଦଃୟା ଅଜିଉଦିମଃନ୍କେ ହେଁ ଦିଆ ଅୟ୍ଆଚେ । ସେମଃନ୍ ହେଁ ଗଟେ ଗଃଗାଳାର୍ ଅଃଙ୍ଗ୍ ଆର୍ ଇସ୍ୱରାର୍ ସଃୟ୍ତ୍ ଜିସୁ କ୍ରିସ୍ଟର୍ ତଃୟ୍ କଃଲାର୍ ବାଗ୍ ହାଉତି ।
7ଇସ୍ୱରାର୍ ସେବାକାମ୍ କଃର୍ତା ସଃକ୍ତି ମକ୍ ଦିଆଅୟ୍ଲି ସେତାକ୍ ତାର୍ ଦଃୟାର୍ ଦାନାର୍ ଗିନେ ସେ ନିକ କବୁରାର୍ ସେବାକାରି ଅୟ୍ ଆଚି । 8ମୁୟ୍ଁ ସଃବୁ ସାଦୁମଃନାର୍ ବିତ୍ରେ ସାନ୍ ତଃୟ୍ହୁଣି ଅଃଦିକ୍ ସାନ୍, ମକ୍ ଅଜିଉଦି ଲକ୍ମଃନ୍କାର୍ ଚଃମେ କଃବେ ନଃସେର୍ତା କ୍ରିସ୍ଟର୍ ଦାନାର୍ ନିକ କବୁରାର୍ ପର୍ଚାର୍ କଃରୁକେ, 9ଆରେକ୍ ସଃବୁ ତିଆର୍ କଃଲା, ଇସ୍ୱରାର୍ ତଃୟ୍ ଆରୁମ୍ ନୟ୍ଲା କାଳେ ହୁଣି ଲୁକି ରିଲା, ଗୁପ୍ତ୍ କଃତା ବିସୟେ ତାର୍ ଇଚା କାୟ୍ରି ସେରି ଉଜାଳେ ଜାଣୁକେ ଦିଆ ଅୟ୍ଆଚେ । 10ଅଃମିମଃନ୍ ମାପ୍ରୁ ଜିସୁର୍ ତଃୟ୍ ଇସ୍ୱର୍ ଜୁୟ୍ କଃବେ ନଃସେର୍ତା ଜଃଜ୍ନା କଃରି ଅଃଦିକାରି ଅୟ୍ରିଲା । 11ଇସ୍ୱର୍ ତାର୍ ସଃବୁ ଦିନାର୍ ଲଳାର୍ ଗିନେ ଇରି କଃଲା ଜୁୟ୍ରି କି ଜିସୁ କ୍ରିସ୍ଟର୍ ଦଃୟ୍ ହୁରୁଣ୍ କଃଲା । 12ସେ ମାପ୍ରୁର୍ ତଃୟ୍ ବିସ୍ୱାସ୍ କ୍ରିସ୍ଟର୍ ତଃୟ୍ ମିସ୍ଲାର୍ ଗିନେ ଅଃମିମଃନାର୍ ତାର୍ ତଃୟ୍ ସାସ୍ ଆଚେ ଆରେକ୍ ଇସ୍ୱରାର୍ ହାକ୍ ନଃଡିରି ଜଃଉଁକେ ବାଟ୍ ହାୟ୍ଆଚୁ । 13ତଃବେ ମୁୟ୍ଁ ଗଃଉଆରି କଃରୁଲେ, ତୁମିମଃନାର୍ ଗିନେ ମର୍ ଜୁୟ୍ କଃସ୍ଟ୍ ସେତାର୍ ଗିନେ ଆସା ଚାଡା ନାୟ୍, ସେରି ତ ତୁମିମଃନାର୍ ଜଃଜ୍ମାନ୍ ।
ଜିସୁର୍ ଲାଡ୍
14ଇତାର୍ ଗିନେ ଜୁୟ୍ ଉବାର୍ ତଃୟ୍ହୁଣି ସଃର୍ଗ୍ ଆର୍ ହୁର୍ତିବିର୍ ଉବାର୍ ସଃବୁ କୁଳ୍ବଃଉଁସାର୍ ନାଉଁ ହାଉଁ ହାରିନ୍ଦ୍ । 15ଜାର୍ ତଃୟ୍ହୁଣି ସଃବୁ କୁଟୁମ୍ ସଃର୍ଗେ ଆର୍ ହୁର୍ତିଏ ତାର୍ ନାଉଁ ଆଣି ତାର୍ ହାଦେ ମାଣ୍ଡିକୁଟା ଦଃୟ୍ ପାର୍ତ୍ନା କଃରୁଲେ, 16ଜଃନ୍କଃରି ସେ ନିଜାର୍ ଜଃଜ୍ମାନାର୍ ଦଃନ୍ ହର୍ ନିଜାର୍ ଆତ୍ମାର୍ ଦଃୟ୍ ତୁମିମଃନ୍କେ ଆତ୍ମାର୍ ଜିବନ୍ ସଃକ୍ତି ହାୟ୍ ବପୁକାରି ଅଃଉଁକେ ଦଃୟ୍ଦ୍ । 17ମୁୟ୍ଁ ପାର୍ତ୍ନା କଃରୁଲେ ଜଃନ୍କଃରି ତୁମିମଃନାର୍ ବିସ୍ୱାସ୍ ବଃଳେ କ୍ରିସ୍ଟ ତୁମିମଃନାର୍ ମଃନ୍ବିତ୍ରେ ବାସା କଃରେଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ, ଜଃନ୍କଃରି ତମାର୍ ମୁଳ୍ ଲାଡେ ତାହୁନ୍ ଅୟ୍ଦ୍ ଆର୍ ଅଃଟୁଆ ଅୟ୍ଦ୍ । 18ଜଃନ୍ କଃରି ତୁମିମଃନ୍ ଲାଡେ ବାନ୍ଦି ଅୟ୍ ଅଃଟୁଆ କଃରି ତିର୍ ଅୟ୍ ବୁଜୁ ନଃହାର୍ତା କ୍ରିସ୍ଟର୍ ଲାଡ୍ ସେରି ଜାଣା ଆର୍ ସବୁ ସାଦୁମଃନାର୍ ସଃଙ୍ଗ୍ ସେତି ଡେଙ୍ଗ୍ ଆର୍ ଅଃସାର୍, ଉଚ୍ ଆର୍ ବିତ୍ରି ଗିଆନ୍ ବୁଜୁକ୍ ସଃକ୍ତି ହାଉଆ । 19ହେଁ ତୁମିମଃନ୍ କ୍ରିସ୍ଟର୍ ଲାଡାର୍ ଗବିର୍ ବୁଜୁ ନାହାରାସ୍, ଜଦି ଇରି କଃବେ ହେଁ ହୁରା ହୁରି ଜାଣି ନୟ୍ । ଇରଃକମେ ତୁମିମଃନ୍ ଇସ୍ୱରାର୍ ଗୁଣାର୍ ହୁର୍ନ୍ ଜାଣୁ ହାରାସ୍ ।
20ଇସ୍ୱର୍ ଅଃମିମଃନାର୍ ମଃନ୍ ବିତ୍ରେ କାମ୍ ସାଦୁନ୍ କଃର୍ତା ଅଃହ୍ଣାର୍ ସଃକ୍ତି ହଃର୍କାରେ ଅଃମିମଃନାର୍ ମାଗ୍ତାର୍ ଆର୍ ବାବ୍ତାର୍ ତଃୟ୍ହୁଣି ଅଃଦିକ୍ ବୁତେକ୍ ସାଦୁନ୍ କଃରେଦ୍; 21ଜୁଗେଜୁଗେ ବଃଉଁସ୍ ବଃଉଁସ୍ ହଃତେକ୍ ମଣ୍ଡ୍ଳି ଆର୍ କ୍ରିସ୍ଟ ଜିସୁର୍ ତଃୟ୍ହୁଣି ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
4ଗଟେକ୍ ଗଃଗାଳ୍ ବିନ୍ ବିନ୍ ଇସ୍ୱରାର୍ ଦାନ୍
1ମାପ୍ରୁର୍ ସେବାର୍ ଗିନେ ଇସ୍ୱରାର୍ କଃୟ୍ଦି ମୁୟ୍ଁ ପାଉଲ୍, ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ, ଇସ୍ୱର୍ କୁଦ୍ଲାକ୍ ତୁମିମଃନ୍ ଆସିଆଚାସ୍, ସେତିର୍ ଜୟଃଗ୍ ଚାଲାଚାଲ୍ତି କଃରା । 2୪:୨ କଲ ୩:୧୨,୧୩.ତଃବେ ସଃବୁ ରଃକମାର୍ ଲକ୍କେ ଦିର୍, ସୁସାର୍ ଆର୍ ଜଃବର୍ ମୁର୍ଚି ସଃବୁ ସଃମ୍ବାଳି ଏକ୍ଲା ଆରେକ୍ ଏକ୍ଲାକେ ଲାଡ୍ ଦଃକାଉଆ । 3ଗଟେକ୍ ଅୟ୍ ସୁସ୍ତାୟ୍ ରେଉଁକେ ଦିଆନ୍ ଦିଆସ୍ ଜୁୟ୍ରିକି ଆତ୍ମା ଦିଲା ସାନ୍ତି ଗଟେ ତଃୟ୍ ବାନ୍ଦି ରଃକେଦ୍ । 4ଅଃମାର୍ ଗଟେକ୍ ଗଃଗାଳ୍, ଆତ୍ମା ହେଁ ଗଟେକ୍; ଆରେକ୍ ଗଟେକ୍ ବଃର୍ସା ଦଃୟ୍ ଇସ୍ୱର୍ ଅଃମିମଃନ୍କ୍ କୁଦିଆଚେ । 5ଗଟେକ୍ ମାପ୍ରୁ, ଗଟେକ୍ ବିସ୍ୱାସ୍, ଗଟେକ୍ ବାପ୍ତିସମ୍ । 6ସଃବୁ ଲକାର୍ ଇସ୍ୱର୍ ଆର୍ ଉବା ଗଟେକ୍; ସେ ସଃବ୍କାର୍ ମାପ୍ରୁ, ସେ ସଃବାର୍ ହାକ୍ ଆର୍ ସଃବାର୍ ମଃନ୍ ବିତ୍ରେ ଆଚେ ।
7କ୍ରିସ୍ଟ ଦିଲା ହଃର୍କାରେ ଆମିମଃନ୍ ସଃବୁ ଲକ୍ ଗଟେକ୍ ଗଟେକ୍ ଆତ୍ମାର୍ ଦାନ୍ ହାୟ୍ଆଚୁ । 8ଦଃର୍ମ୍ ସାସ୍ତରେ ଇ କଃତା ଲେକା ଆଚେ,
“ଜଃଡେବଃଳ୍ ସେ ଉହ୍ରେ ଗଃଲା,
ତାର୍ ସଃଙ୍ଗ୍ ଗାଦେକ୍ କଃୟ୍ଦିକେ ବାନ୍ଦିକଃରି ସେ ନିଲା,
ଆରେକ୍ ମାନାୟ୍ମଃନ୍କେ ଗାଦେକ୍ ଆତ୍ମାର୍ ବର୍ ଦିଲା ।”
9“ସେ ଉହ୍ରେ ଗଃଲା,” ଇତିର୍ ଅଃର୍ତ୍ କାୟ୍ରି ? ଇତିର୍ ଅଃର୍ତ୍, ହଃର୍ତୁ ସେ, ହୁର୍ତିବିର୍ ତଃଳେ ଉତ୍ରି ରିଲା । 10ତଃବେ ଜେ ଉତ୍ରିରିଲା, ସେ ଜଃନ୍କଃରି ସଃବୁ ଜଃଗତ୍କେ ତାର୍ ମୁଏଁ ହୁର୍ନ୍ କଃରେଦ୍, ଇତାର୍ ଗିନେ ସେ ହେଁ ସଃର୍ଗେ ଗଃଲା । 11ସେ କଃତିଲକେ ବର୍ ଦଃୟ୍ ଆଚେ କାକେ କାକେ ପେରିତ୍, କଃତିଲକେ ବାବ୍ବାଦି, କଃତିଲକେ ନିକ କବୁର୍ ପର୍ଚାର୍କଃରୁ, ଆରେକ୍ କଃତିଲକେ ପାସ୍ଟର୍ ଆର୍ କଃତିଲକେ ସିକାଉଁକେ ବାଚିଆଚେ । 12କ୍ରିସ୍ଟର୍ ଗଃଗାଳ୍ ତିଆର୍ କଃରୁକେ ମାପ୍ରୁର୍ ସେବା କାମ୍ ହାୟ୍ ଇସ୍ୱରାର୍ ଲକ୍ମଃନ୍କେ ତିଆର୍ କଃରୁକେ ସେ ଇରି କଃରିଆଚେ । 13ସେତାର୍ ଗିନେ ଅଃମି ସଃବୁଲକ୍ ଅଃମାର୍ ବିସ୍ୱାସେ ଆର୍ ଇସ୍ୱରାର୍ ହୟ୍ସି ଜିସୁର୍ କଃତାର୍ ଗିଆନେ ଗଟେକ୍ ଦଃଳ୍ ଅଃଉଁନ୍ଦ୍, କ୍ରିସ୍ଟର୍ ହର୍ ଅୟ୍କଃରି ଅଃମି ହୁର୍ନ୍ ଅଃଉଁନ୍ଦ୍ 14ହିଲାମଃନାର୍ ହର୍ ଅଃମି ଅଃଉଁ ନଃଚୁଆଁ । ହଃବନେ ଆର୍ ଉଲାଳେ ହଃତିତର୍ ଏଣେ ତେଣେ ଅଃଉତା ହର୍ ଲକେ ବିନ୍ କଃତା ସିକାୟ୍ ନେତା ଟକୁଆମଃନାର୍ ଚଃଲାକି ସିକ୍ୟାୟ୍ ଗାବ୍ରା ଅଃଉଁ ନଃଚୁଆଁ । 15ମଃତର୍ ଲାଡେ ସଃତ୍ କୟ୍ ସଃବୁ ବିସୟେ କ୍ରିସ୍ଟର୍ ତଃୟ୍ ଅଃମିମଃନ୍ ବାଡୁଆଁ, ସେତ ତ ମୁଣ୍ଡ୍ ହର୍ । 16୪:୧୬ କଲ ୨:୧୯.ତାର୍ ଆୟ୍ତେ ଗଃଗାଳାର୍ ବିନ୍ ବିନ୍ ଅଃଙ୍ଗ୍ମଃନ୍ ଗଟେକ୍ ତଃୟ୍ ଜଳିଅଃଉତି ଆର୍ ସେତି ରେତା ସଃନ୍ଦିମଃନାର୍ ଲାଗି ସଃଜାୟ୍ ଅୟ୍ ସଃବୁ ଗଃଗାଳ୍ ହାଜି ଅୟ୍ଦ୍ । ସେତାକ୍ ସଃବୁ ଅଃଙ୍ଗ୍ମଃନ୍ ନିଜାର୍ କାମ୍ ଟିକ୍ ବାବେ କଃରୁଲାକେ ସଃବୁ ଗଃଗାଳ୍ ନିଜେ ଲାଡେ ବାଡେଦ୍ ।
କ୍ରିସ୍ଟର୍ ତଃୟ୍ ନଃଉଆଁ ଜିବନ୍
17ତଃବେ ମାପ୍ରୁ ନାଉଁଏ ମୁୟ୍ଁ ତୁମିମଃନ୍କେ ଜଃଗ୍ରାତ୍ କଃରାଉଁଲେ, ଅଜିଉଦି ଲକମଃନାର୍ ହର୍ ଜିବନ୍ କାଟା ନାୟ୍ । ସେମଃନ୍କାର ବାବ୍ନା କଃରାବ୍ 18ଆର୍ ସେମଃନ୍କାର ମଃନ୍ ବାବ୍ନା ଅଃନ୍ଦାରେ ଆଚେ । ଇସ୍ୱର୍ ଦିଲା ଜିବନେ ସେମଃନ୍କାର କାୟ୍ରି ହେଁ ବାଗ୍ ନାୟ୍ । କାୟ୍ତାକ୍ବଃଲେକ୍ ସେମଃନ୍ ମୁଳ୍କେ ନଜାଣ୍ତି ଆର୍ ଅମାନ୍ୟାକାରି । 19ସେମଃନ୍ ଲାଜ୍ ନୟ୍ଲାର୍, ଅବଦ୍ର, ଆର୍ ମୁକ୍ତ୍ ବାବେ ସଃବୁ ରଃକମ୍ ବିଟାଳ୍ କାମେ ଲାଗି ରେତି ।
20ମଃତର୍ ତୁମିମଃନ୍ କ୍ରିସ୍ଟର୍ ତଃୟ୍ହୁଣି ସେ ରଃକମ୍ ନଃସିକାସ୍ । 21ତୁମିମଃନ୍ ବାୟ୍ଦ୍ରେ ତାର୍ ବିସୟ୍ ସୁଣି ଆଚାସ୍ ଆର୍ ଜିସୁର୍ ବିସୟେ ସଃତ୍ ହଃର୍କାରେ ତାର୍ ସଃଙ୍ଗେ ରଃୟ୍ ସଃତ୍ ସିକ୍ୟା ହାୟ୍ଆଚାସ୍ । 22୪:୨୨ କଲ ୩:୯.ତଃବେ ଜୁୟ୍ ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । 23ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । 24୪:୨୪ କଲ ୩:୧୦.ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
25ମିଚ୍ କଃଉଆ ନାୟ୍, ଜିସୁର୍ ଲକମଃନ୍ ସଃବ୍କେ ସଃତ୍ କଃଉତା ଦଃର୍କାର୍; ବଃଲେକ୍ ଅଃମିମଃନ୍ କ୍ରିସ୍ଟର୍ ଗଃଗାଳାର୍ ଗଟ୍ ଗଟ୍ ଅଃଙ୍ଗ୍ । 26ରିସା ଅୟ୍ଲେକ୍ ହାହ୍ କଃରା ନାୟ୍; ବେଳ୍ ବୁଡ୍ତା ଆଗ୍ତୁ ତୁମାର୍ ରିସା ଚାଡିଦିଆସ୍ । 27ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ । 28ଚର୍ ଆରେକ୍ ଚର୍କାମ୍ କଃର ନାୟ୍, ସଃତ୍ ଉପାୟେ ନିଜାର୍ ଗିନେ ଅଃର୍ଜୁକ୍ ଆର୍ ଗଃରିବ୍ମଃନ୍କେ ଉହ୍କାର୍ କଃରୁକେ ସେ କାମ୍ କଃର୍ । 29ତୁମାର୍ ଟଣ୍ଡେ ହୁଣି କଃରାବ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟ୍ ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ । 30ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନ୍ । 31ସଃବୁ ରଃକମାର୍ ହିତାକଃସା, ରିସା ଆର୍ ଲିନ୍ଦା ଆର୍ ସଃବୁ ରଃକମାର୍ ଡାରା ତୁମିମଃନାର୍ ତଃୟ୍ ହୁଣି ଦୁର୍ କଃରା । 32୪:୩୨ କଲ ୩:୧୩.ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
5ଉଜାଳ୍ ଜିବନ୍
1ତୁମିମଃନ୍ ଇସ୍ୱରାର୍ ଲାଡାର୍ ହିଲାମଃନ୍, ତଃବେ ତାର୍ ହର୍ ଅଃଉଁକେ ଚେସ୍ଟା କଃରା । 2କ୍ରିସ୍ଟ ଜଃନ୍କଃରି ଅଃମିମଃନ୍କ୍ ଲାଡ୍ କଃଲା ଆର୍ ଇସ୍ୱର୍କେ ସଃର୍ଦା କଃରୁକେ ନିଜାର୍ ଜିବନ୍କେ ଅଃମାର୍ ଗିନେ ବାସ୍ନା ବେଟି ଆର୍ ହୁଜା ହର୍ ସଃହ୍ରି ଦିଲା, ତୁମିମଃନ୍ ହେଁ ସେ ରଃକମ୍ ଜିବନ୍ କାଟା ।
3ତୁମିମଃନ୍ ଇସ୍ୱରାର୍ ଲକ୍ ସେତାର୍ ଗିନେ ତୁମାର୍ ବିତ୍ରେ ଦାରିକାମ୍ ସଃବୁ ରଃକମ୍ ବିଟାଳ୍ କି ଲଃବ୍ ଅଃଳକ୍ ହେଁ ନଃରେଅ । 4ଆରେକ୍ ଜୁୟ୍ସଃବୁ ଲଳା ନାୟ୍, ଇରଃକମ୍ ତୁମାର୍ ବିତ୍ରେ ହିତାକଃସା ବାସା, ଅଃସାର୍ କଃତା ଟାପ୍ରାକିଆଲି ତୁମାର୍ ବିତ୍ରେ ନଃଉଆଁ, ମଃତର୍ ତୁମାର୍ ସଃବୁ କଃତାୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେତିରିଆ । 5ବଃଲେକ୍ ତୁମିମଃନ୍ ବାୟ୍ଦ୍ରେ ଜାଣା ଜେ, ଦାରିକାମ୍ କଃରୁମଃନ୍, ବିଟାଳ୍ ଜିବନ୍ କାଟୁ କି ଦଃନ୍ଲଃବି ସେ ତ ମୁର୍ତି ହୁଜାକଃରୁ ଏମଃନ୍ କ୍ରିସ୍ଟ ଆର୍ ଇସ୍ୱରାର୍ ରାଇଜେ ଜଃଉଁ ନଃହାର୍ତି ।
6ଅଃର୍ତ୍ ନୟ୍ଲା କଃତା କୟ୍ କେ ତୁମିକେ ନଃବୁଲ୍କାଅ, ବଃଲେକ୍ ଇରଃକମ୍ କଃରାବ୍ କାମ୍ ଗିନେ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ବଲ୍ ମାନ୍ତି ସେମଃନ୍କେ ଇସ୍ୱର୍ ଦଃଣ୍ଡ୍ ଦଃୟ୍ଦ୍ । 7ଇବାନ୍ୟା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ ନାୟ୍ । 8ତୁମିମଃନ୍ ହୁର୍ବେ ଅଃନ୍ଦାରେ ରିଲାସ୍, ମଃତର୍ ଅଃବେ ମାପ୍ରୁର୍ ଅୟ୍ଲାକ୍ ତୁମିମଃନ୍ ଉଜାଳେ ଆଚାସ୍ । ତଃବେ ତୁମିମଃନ୍ ଉଜାଳାର୍ ହିଲାମଃନ୍କାର୍ ହର୍ ଜିବନ୍ କାଟା । 9ଇରି ଗଟ୍ ଉଜାଳ୍ ବଃଲେକ୍ ସଃବୁ ରଃକମାର୍ ନିକରି, ଦଃର୍ମି, ସଃତ୍ରି ଜଃବର୍ ହଳ୍ ଆଣେଦ୍ । 10ମାପ୍ରୁ କାୟ୍ରି ମଃନ୍କଃରୁଲା, ସେରି ତୁମିମଃନ୍ କଜା । 11ଲକମଃନ୍ ଅଃନ୍ଦାରେ ଜୁୟ୍ ସଃବୁ ଅଃସାର୍ କାମ୍ କଃରୁଲାୟ୍, ସେନ୍କା କାମାର୍ ବାଗିଦାରି ଅଃଉଆ ନାୟ୍, ଆରେକ୍ ସେମଃନାର୍ ଦଃସ୍ ସଃବୁ ଉଜାଳେ ଦଃକାୟ୍ ଦିଆସ୍ । 12ବଃଲେକ୍ ସେମଃନ୍ ଜାୟ୍ରି ସଃବୁ ଲୁକ୍ଣେ କଃର୍ତି, ସେସଃବୁ କଃତା କଃଉଁକେ ହେଁ ଲାଜାର୍କଃତା । 13ଜଃଡେବଃଳ୍ ସଃବୁ କଃତା ଉଜାଳେ ଆଣା ଅୟ୍ଦ୍, ସଃଡେବଃଳ୍ ସେମଃନାର୍ ସଃତ୍ ଗୁଣ୍ ନିକକଃରି ଜାଣା ହଃଳେଦ୍ । 14ବଃଲେକ୍ ଉଜାଳ୍ ସଃବୁ ବିସୟ୍କେ ନିକକଃରି ଦଃକାୟ୍ଦ୍ । ସେତାର୍ ଗିନେ ଲେକା ଆଚେ,
“ଏ ନିଦଳାମଃନ୍ ଚେତା ଅଃଉଆ,
ମଃଲା ଲକ୍ ମଃଲାତ୍ୟ୍ ହୁଣି ଉଟା,
କ୍ରିସ୍ଟ ତୁମିକେ ଉଜାଳ୍ ଦଃୟ୍ଦ୍ ।”
15ତଃବେ ତୁମି କଃନ୍କଃରି ଚାଲ୍ଚାଲ୍ତି କଃରାସ୍, ସେ ବିସୟେ ଜଃଗ୍ରାତ୍ ଅଃଉଆ, ମୁର୍କ୍ ହର୍ ନାୟ୍ ଗ୍ୟାନି ହର୍ ଚାଲାଚାଲ୍ତି କଃରା । 16୫:୧୬ କଲ ୪:୫.ନିକ କାମ୍ କଃରୁକେ ବେଳା ମିଳ୍ଲେକ୍ ଏଳା ଅଃଉଆ ନାୟ୍, ବଃଲେକ୍ ଇରି ନିକ ନୟଲା କାଳ୍ ଆସୁଲି । 17ତଃବେ ମୁର୍କ୍ ନଃୟ୍କଃରି ମାପ୍ରୁର୍ ଇଚା କାୟ୍ରି ସେରି ବୁଜା ।
18ମଃଦ୍ କାୟ୍ ମାତା ନାୟ୍, ବଃଲେକ୍ ସେରି ତୁମାର୍ ସଃବୁ ନାସ୍ କଃରେଦ୍, ମଃତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଆ । 19୫:୧୯ କଲ ୩:୧୬,୧୭.ବଜନ୍ ଗିତ୍, ତୁତିଗାନ୍ ଆର୍ ବକ୍ତି ଗିତ୍ କୟ୍ ସଃବ୍କେ ସଃର୍ଦା କଃରାଉଆ । ତୁମାର୍ ମଃନ୍ ବିତ୍ରେ ହୁଣି ମାପ୍ରୁର୍ ଗିନେ ବଜନ୍ ଆର୍ ପବିତ୍ର ଗିତ୍ କଃଉଆ । 20ସଃବୁବଃଳ୍ ସଃବୁ ବିସୟ୍ ହାୟ୍ ମାପ୍ରୁ ଜିସୁ କ୍ରିସ୍ଟ ନାଉଁଏ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
ମାଇଜି ଆର୍ ଅଃଣ୍ଡ୍ରା
21କ୍ରିସ୍ଟକେ ମାନି ମାଇଜି ଅଃଣ୍ଡ୍ରାର୍ ତଃଳିଆ ଅଃଉଅ ଆର୍ ଅଃଣ୍ଡ୍ରା ମାୟ୍ଜିର୍ ତଃଳିଆ ଅଃଉଅ ।
22୫:୨୨ କଲ ୩:୧୮; ୧ ପିତ ୩:୧.ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପ୍ରୁର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ । 23ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି । 24ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
25୫:୨୫ କଲ ୩:୧୯; ୧ ପିତ ୩:୭.ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । 26କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ହାଣାୟ୍ ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା, 27ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା । 28ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । 29କେ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା । 30କାୟ୍ତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ । 31ସାସ୍ତରେ ଲେକା ଆଚେ- ଅଃଣ୍ଡ୍ରା ଆୟା ଉବାକେ ଚାଡି ନିଜାର୍ ମାୟ୍ଜି ସଃଙ୍ଗ୍ ଗଟେକ୍ ଅଃଉତି, ଆର୍ ସେ ଦୁୟ୍ଲକ୍ ମିସି ଗଟେ ଗଃଗାଳ୍ ଅଃଉତି । 32ଇରି ଗଟେକ୍ ବିତ୍ରିକଃତା, ମଃତର୍ ମୁୟ୍ଁ କ୍ରିସ୍ଟ ଆର୍ ମଣ୍ଡ୍ଳି ବିସୟେ ଇରି କଃଉଁଲେ । 33ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
6ଆୟା ଉବା ଆର୍ ହିଲାମଃନ୍
1୬:୧ କଲ ୩:୨୦.ଏ ହିଲାମଃନ୍, ମାପ୍ରୁର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; 2ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟ୍ଆଚେ । 3ଜଃନ୍କଃରି ତୁମାର୍ ଉହ୍କାର୍ ଅୟ୍ଦ୍ ଆର୍ “ତୁମିମଃନ୍ ହୁର୍ତିବିଏ ବୁତେକ୍ ବଃର୍ସ୍ ବାଚାସ୍ ।”
4୬:୪ କଲ ୩:୨୧.ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପ୍ରୁର୍ ଗୁଣ୍ ଆର୍ ସିକ୍ୟା ଦଃୟ୍ ବାଡାଉଆ ।
ଗତିଦଃଙ୍ଗ୍ଳା ଆର୍ ସାଉକାର୍
5୬:୫ କଲ ୩:୨୨-୨୫.ଏ ଗତିଦଃଙ୍ଗ୍ଳାମଃନ୍, ତୁମିମଃନ୍ କ୍ରିସ୍ଟର୍ ବଲ୍କେ ଜଃନ୍କଃରି ମାନୁଲାସ୍, ସେନ୍କଃରି ମାନ୍ତି ସଃଙ୍ଗ୍, ମଃନ୍ ଦଃୟ୍କଃରି ଇ ଜଃଗତାର୍ ନଃର୍ ସାଉକାର୍ମଃନାର୍ ବଲ୍ ମାନା । 6ସାଉକାର୍ ତୁମିକେ ଦଃକ୍ତି ରିଲା ବଃଳ୍ ତାର୍ତଃୟ୍ ବଃଲ୍ ବଃଲାୟ୍ ଅଃଉଁକେ ଇରି ନଃକେରି, କ୍ରିସ୍ଟର୍ ଗତିଦଃଙ୍ଗ୍ଳା ହର୍ ତୁମାର୍ ସଃବୁ ମଃନ୍ହଃରାଣ୍ ଦଃୟ୍ ଇସ୍ୱରାର୍ ଇଚା ହୁରୁଣ୍ କଃରା । 7ଲକ୍ମଃନାର୍ ସେବା କଃରୁଲୁ ବଃଲି ନଃବାବି ମାପ୍ରୁର୍ ସେବା କଃଲା ହର୍ ସଃର୍ଦା ମଃନେ କଃରା । 8ଏତାଉଆ, ସେ ଗତିଦଃଙ୍ଗ୍ଳା ଅଃଉଅ କି ନିଜାର୍ ତଃଳେ ରେଉଅ ମାପ୍ରୁ ସଃବୁ ଲକେ ତାର୍ ସଃତ୍ କାମ୍ ହାଁୟ୍ ପୁରିସ୍କାର୍ ଦଃୟ୍ଦ୍ ।
9୬:୯ କଲ ୪:୧; କଲ ୩:୨୫.ଆର୍ ଏ ସାଉକାର୍ମଃନ୍ ସଃବୁ ତୁମାର୍ ଗତିକଃଟୁମଃନ୍କେ ନିକ ବେବାର୍ କଃରା ଆର୍ ସେମଃନ୍କେ ଦଃମ୍କାଉଆ ନାୟ୍ । ମଃନେରଃକା ତୁମି ଆର୍ ତୁମାର୍ ଦଃଙ୍ଗ୍ଳାମଃନ୍ ସଃବୁଲକ୍ ସେ ସଃର୍ଗାର୍ ମାପ୍ରୁର୍ ତଃଳେ; ସେ ସଃବ୍କେ ସଃମାନ୍ ବିଚାର୍ କଃରେଦ୍ ।
ଆତ୍ମିକ୍ ଜୁଜ୍ ସଃଜ୍ବାଜ୍
10ସଃରାସଃରି କଃତା ଇରି, ମାପ୍ରୁର୍ ସଃକ୍ତି ହାୟ୍ ତାର୍ ବଃଳେ ତିଆର୍ ଅୟ୍ ସଃକ୍ତିମାନ୍ ଅଃଉଅ । 11ଇସ୍ୱର୍ ଦିଲା ସଃବୁ ଜୁଜ୍ ଆସ୍ତି ହିନ୍ଦି ଜଃଗ୍ରାତ୍ ଅଃଉଆ, ଜଃନ୍କଃରି ସୟ୍ତାନାର୍ କୁଟ୍କେ ଚଃଲାକି ବିରଦେ ଟିଆ ଅଃଉଁକେ ସଃକ୍ତି ହାଉଁହାରାସ୍ । 12ବଃଲେକ୍ ଅଃମିମଃନ୍ ଇ ଜଃଗତାର୍ ମାନାୟ୍ ମଃନାର୍ ବିରଦେ ଜୁଜ୍ ନଃକେରୁ; ଅଃମି ଅଃଗାସାର୍ ସୟ୍ତାନାର୍ ସଃକ୍ତି ଆର୍ ଇ ଅଃନ୍ଦାର୍ ଜୁଗାର୍ ସାସନ୍କଃର୍ତା, ଅଃଦିକାରି ଆର୍ ସଃବୁ ହୁର୍ତିବିର୍ ସଃକ୍ତି ବିରଦେ ଜୁଜ୍ କଃରୁଲୁ । 13ତଃବେ ଅଃବେ ଇସ୍ୱର୍ ଦିଲା ଜୁଜ୍ ସାଜଃବାଜ୍ ହିନ୍ଦା, ତଃନ୍ଅଃୟ୍ଲେକ୍ ବିପ୍ତି ବଃଳ୍ ତୁମିମଃନ୍ ସଃତ୍ରୁ ଜୁଜ୍ କଃରୁକେ ଆୟ୍ଲେକ୍ ଚେକୁ ହାରାସ୍ ଆର୍ ସଃରାସଃରି ହଃତେକ୍ ଜୁଜ୍ କଃରି ଅଃଟୁଆ ରେଉଁ ହାରାସ୍ ।
14ତଃବେ ସଃତ୍ହର୍ ଅଃଟାବିଳା ବାନ୍ଦି, ଦଃର୍ମି ବୁକ୍ହାଟା ହିନ୍ଦା, 15ହାଦେ ସୁସ୍ତାର୍ ନିକ କବୁର୍ ହର୍ ହାଣ୍ଡାୟ୍ ହିନ୍ଦି ଅଃଟୁଆ ଅୟ୍ରିଆ । 16ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା । 17ଆରେକ୍ ମୁକ୍ତିର୍ ହର୍ ମୁଣ୍ଡ୍ ଟହ୍ରି ହିନ୍ଦା ଆର୍ ପବିତ୍ର ଆତ୍ମା ଦିଲା ବଃଲେକ୍ ଇସ୍ୱରାର୍ ବାକ୍ୟହର୍ କଃଣ୍ଡା ଦଃରା । 18ପାର୍ତ୍ନା ଆର୍ ଗଃଉଆରି ସଃଙ୍ଗ୍ ସଃବୁବଃଳ୍ ପବିତ୍ର ଆତ୍ମାର୍ ଉହ୍କାରେ ପାର୍ତନା କଃରା, ଆରେକ୍ ସଃବୁ ସାଦୁମଃନାର୍ ଗିନେ ଚେତା ରଃୟ୍ ପାର୍ତ୍ନା କଃରା । 19ଆର୍ ମର୍ ଗିନେ ହେଁ ପାର୍ତ୍ନା କଃରା, ଜଃନ୍କଃରି ନିକ କବୁରାର୍ ବିତ୍ରିକଃତା ଜାଣାଉଁକ୍ ଆର୍ ନଃଡିରି ସେରି ପର୍ଚାର୍ କଃରୁକେ ଇସ୍ୱର୍ ମକ୍ ଟିକ୍ ବାକ୍ୟ ଦଃୟ୍ଦ୍ । 20ଅଃବେ ସିକ୍ଳାୟ୍ ବାନ୍ଦାୟ୍ ଅୟ୍ରିଲେକ୍ ହେଁ ମୁଁ ନିକ କବୁର୍ ଗିନେ ଗଟେକ୍ କବୁର୍ କାରିଆ । ପାର୍ତ୍ନା କଃରା, ଜଃନ୍କଃରି ମୁୟ୍ଁ ସାସ୍ ସଃଙ୍ଗ୍ ଟିକ୍ ବାବେ ନିକ କବୁର୍ ପର୍ଚାର୍ କଃରୁ ହାରିନ୍ଦ୍ ।
ସଃରାସଃରି କଃତା
21୬:୨୧ ପେରି ୨୦:୪; ୨ ତିମ ୪:୧୨.୬:୨୧ କଲ ୪:୭,୮.ମର୍ ଜୁଆର୍ ବଃଲେକ୍ ମୁୟ୍ଁ କଃନ୍କାର୍ ଆଚି, ଇରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଲାଡାର୍ ବାୟ୍ ଆର୍ ମାପ୍ରୁର୍ କାମେ ବିସ୍ୱାସାର୍ ଜୟ୍ଗ୍ ସେବାକାରି ତୁକିକ, ସେ ତୁମିମଃନ୍କେ ସଃବୁ କଃତା ଜାଣାୟ୍ଦ୍ । 22ଅଃମି ସଃବୁଲକ୍ କଃନ୍କାର୍ ଆଚୁ, ସେ କଃତା କୟ୍ ତୁମିମଃନ୍କେ ମଃନ୍ବିତ୍ରେ ସଃର୍ଦା କଃର୍ତା ହାଁୟ୍ ମୁୟ୍ଁ ତାକେ ତୁମିମଃନାର୍ ହାକ୍ ହଃଟାୟ୍ ଆଚି ।
23ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ସଃବୁ ବିସ୍ୱାସି ବାୟ୍ ଆର୍ ବେଣିମଃନ୍କେ ସୁସ୍ତା, ଲାଡ୍ ଆର୍ ବିସ୍ୱାସ୍ ଦେଉଅ । 24ଜଃତେକ୍ ଲକ୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟକେ କଃବେ ନଃସେର୍ତା ଲାଡେ ଲାଡ୍ କଃରୁଲାୟ୍, ସେମଃନ୍କେ ଇସ୍ୱରାର୍ ଦଃୟା ଅଃଉଅ ।