କଲସିୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପତ୍ର
କଲସିର୍ ଲକ୍ମଃନ୍କେ ପେରିତ୍ ପାଉଲାର୍ ଚିଟି
କଲସି ଚିଟି ବିସୟେ ହଃଦେକ୍
କଲସିୟ ମଃନ୍କେ ଲେକ୍ଲା ଚିଟି ଅଃଉଁଲି ପାଉଲ୍ ଲେକ୍ଲା ଚିଟି ୧:୧ । ଅଃଉଁ ହାରେ ଜିସୁକ୍ରିସ୍ଟର୍ ଜଃଲମାର୍ ହାକାହାକି ୬୦ ମଃସିଆ ବଃଳ୍ ରମ୍ ତଃୟ୍ଁ ଜଃୟ୍ଲ୍ ଗଃରେ ରିଲାବଃଳ୍ ଇ ଚିଟି ଲେକିରିଲା । କଲସି ଚିଟି ସଃଙ୍ଗ୍ ଏପିସିୟ ଆର୍ ପିଲିପିୟ ଚିଟିକ୍ ଜଃୟ୍ଲ୍ ଗଃରାର୍ ଚିଟି ବଃଲ୍ତି, କାୟ୍ତାକ୍ବଃଲେକ୍ ପାଉଲ ଜଃୟ୍ଲ୍ ଗଃରେ ରିଲାବଃଳ୍ ଇ ଚିଟି ସେ ଲେକିରିଲା । ସେ କଲସିୟ ବଃସ୍ତିଏ ହୁଣି ଇ ଚିଟି କଲସିୟ ମଣ୍ଡ୍ଳିକେ ଲେକିରିଲା । ପାଉଲ ଇ ମଣ୍ଡ୍ଳିକେ ଆରୁମ୍ କଃରିନଃରିଲା ଜୁୟ୍ରି ସେ ୨:୧ ତଃୟ୍ଁ ଜାଣାହଃଳୁଲି, ମଃତର୍ ବେସି ଲକ୍ ସେତି ମଃନ୍ ତାର୍ ଦାୟ୍ତ୍ ରିଲାର୍ କଃତା କଃଉଁଲାୟ୍ । ଏପାପ୍ରସ୍ ଇ ମଣ୍ଡ୍ଳି ଟିଆ କଃରିରିଲା ସେତାକ୍ ସେ କଲସିର୍ ଲକ୍ ରିଲା ।
ପାଉଲ କଲସିୟ ମଣ୍ଡ୍ଳିର୍ କଃତେକ୍ ମିଚ୍ ସିକ୍ୟା ବିସୟେ ବେସି ଚିତା କଃର୍ତି ରିଲା । ସେ ଇ ବିସୟେ ଚିଟି ଲେକୁକେ ତାକେ ବେସି ସଃମୟ୍ ଲାଗିଆଚେ । ଇରି ଅଃଉଁ ହାରେ ଗଟ୍ ଦଃଳ୍ ଜିଉଦି କ୍ରିସ୍ଟିଆନ୍ ମଃନ୍ ଜୁୟ୍ମଃନ୍କି ବିନ୍ କ୍ରିସ୍ଟିଆନ୍ ମଃନ୍କେ ହର୍ନା ନିୟମାର୍ ଜିଉଦି ବିଦିକେ ମୁଳ୍କଃରି ସୁନତ୍ ନିୟମ୍କେ ମାନୁକେ ବଃଡ୍ବାଡ୍ କଃର୍ତି ରିଲାୟ୍ । ପାଉଲ ମୁଳ୍କଃରି ମଲ୍ନୟ୍ଲା କ୍ରିସ୍ଟିଆନ୍ ବିସୟେ ଲେକୁଲା ଗଟ୍ଲକ୍ ଜେହେଁ କ୍ରିସ୍ଟକେ ଚାଡିଦିଲେକ୍ ଇସ୍ୱରାର୍ ତଃୟ୍ଁ ଲାଡାର୍ ଅଃଉଁ ନାହାରେ ୧:୧୫-୨୦ ଆର୍ କଃତା କାଟାକାଟି ଅଃଉତା ତଃୟ୍ ତାହୁନ୍ ଅୟ୍ଲା ସିକ୍ୟାର୍ ମଲ୍ ନାୟ୍ ୨:୮ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. କଲସିୟ ମଣ୍ଡ୍ଳିକ୍ ପାଉଲାର୍ ଜୁଆର୍ । ୧:୧-୨
୨. ସଃବ୍କେ ଉଟ୍ୟା କ୍ରିସ୍ଟ ଆର୍ ମିଚ୍ ସିକ୍ୟା ଉହ୍ରେ ପାଉଲାର୍ ଜଃବାଉ । ୧:୩–୩:୪
୩. ନିକ କ୍ରିସ୍ଟିଆନ୍ ଜିବନ୍ କାଟୁକେ ପାଉଲାର୍ ସିକ୍ୟା । ୩:୫–୪:୬
୪. ପାଉଲ ଇ ଚିଟିକ୍ ବିନ୍ ମଣ୍ଡ୍ଳିଏ ହେଁ ହଳୁକେ ଲେକି ଜୁଆର୍ ଜାଣାୟ୍ ସେସ୍ କଃଲା । ୪:୭-୧୮
1କଲସି ମଣ୍ଡ୍ଳିକେ ପେରିତ୍ ପାଉଲାର୍ ଚିଟି
1ଇସ୍ୱରାର୍ ଇଚା ହଃର୍କାରେ ପାଉଲ୍ କ୍ରିସ୍ଟ ଜିସୁର୍ ଗଟେକ୍ ପେରିତ୍ ଚେଲା ଆର୍ ଅଃମାର୍ ବାୟ୍ ତିମତି ।
2କଲସିଏ ରେତା ସାଦୁ ଆର୍ କ୍ରିସ୍ଟର୍ ତଃୟ୍ ବିସ୍ୱାସି ବାୟ୍ବେଣିମଃନ୍କାର୍ ହାକ୍ ଲେକୁଲା; ଅଃମିମଃନାର୍ ଉବା ଇସ୍ୱରାର୍ ତଃୟ୍ ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
ଦନ୍ୟବାଦ୍ ପାର୍ତ୍ନା
3ଅଃମିମଃନ୍ ତୁମିମଃନାର୍ ହାଁୟ୍ ପାର୍ତ୍ନା କଃରି ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟାର୍ ଉବାସି ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ ଦେଉଁଲୁ । 4କ୍ରିସ୍ଟଜିସୁର୍ ତଃୟ୍ ତୁମିମଃନାର୍ ବିସ୍ୱାସ୍ ଆର୍ ସଃର୍ଗେ ତୁମିମଃନ୍କାର୍ ହାୟ୍ ସଃଙ୍ଗାୟ୍ଲା ବଃର୍ସା ର୍ଗିନେ ସଃବୁ ସାଦୁମଃନ୍କେ ତୁମିମଃନାର୍ ଲାଡ୍ ସୁଣି ଆଚୁ । 5ସେ ବଃର୍ସାର୍ କଃତା ତୁମିମଃନ୍ ନିକ କବୁରାର୍ ସଃତ୍ କଃତାୟ୍ ହୁର୍ବେ ସୁଣିଆଚାସ୍ । ସେରି ତୁମାର୍ ଗିନେ ସଃର୍ଗେ ସଃଙ୍ଗାୟ୍ ଅୟ୍ଆଚେ । 6ଜୁୟ୍ ନିକ କବୁର୍ ତୁମିମଃନ୍ ହଃର୍ତୁ ସୁଣି ସଃତ୍ କଃଲାସ୍ ଆରେକ୍, ସେରି ଜଃନ୍କଃରି ସଃବୁ ଅଃବେ ଜଃଗତେ ଉର୍ଜି ଅଃଉଁଲି, ଆର୍ ଆସିର୍ବାଦ୍ ଆଣିଆଚେ ତୁମିମଃନ୍କେ ଜୁୟ୍ ଦିନ୍ ସେରି ସୁଣି ସଃତ୍କଃରି ଇସ୍ୱରାର୍ ଦଃୟାର୍ ବୁଦି ହାୟ୍ଲାସ୍, ସେଦିନ୍ହୁଣି ତୁମିମଃନାର୍ ବିତ୍ରେ ହେଁ ସେରକମ୍ ଅୟ୍ ଆସୁଲି । 7୧:୭ କଲ ୪:୧୨; ପିଲିମ ୧:୨୩.ଅଃମିମଃନାର୍ ସଃଙ୍ଗ୍ ରେତା ଲାଡାର୍ ସେବାକାରି ଏପାପ୍ରାର୍ ତଃୟ୍ ଇସ୍ୱରାର୍ ଆସିର୍ବାଦାର୍ ବିସୟ୍ ଜାଣିଆଚାସ୍ ଅଃମାର୍ ବାଦୁଲେ ଜେ କି କ୍ରିସ୍ଟର୍ ବିସ୍ୱାସି ହାୟ୍ଟି କଃରୁ । 8ସେ ହେଁ ପବିତ୍ର ଆତ୍ମା ଦିଲାର୍ ତୁମିମଃନାର୍ ଲାଡ୍ କଃତା ଅଃମିମଃନ୍କ୍ ଜାଣାୟ୍ ଆଚେ ।
9ଇତାର୍ ଗିନେ ତୁମିମଃନାର୍ ବିସୟେ ସୁଣ୍ଲା ବଃଳ୍ହୁଣି ସଃବୁବଃଳ୍ ତୁମାର୍ ଗିନେ ପାର୍ତ୍ନା କଃରୁଲୁ । ପବିତ୍ର ଆତ୍ମା ଦିଲା ସଃବୁ ଗିଆନ୍ ଆର୍ ବୁଜ୍ତା ସଃକ୍ତି ସଃଙ୍ଗ୍ ଇସ୍ୱରାର୍ ଇଚା ହୁର୍ନ୍ ବାବେ ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍ ଇତାର୍ ଗିନେ ତୁମାର୍ ହାୟ୍ ପାର୍ତ୍ନା କଃରୁଲେ । 10ତଃନ୍ଅଲେ ତୁମିମଃନ୍ ମାପ୍ରୁର୍ ଇଚା ହଃର୍କାରେ ଜିବନ୍ କାଟୁ ହାରାସ୍ ଆର୍ ତାର୍ ସଃର୍ଦାର୍ କାମ୍ କଃରୁ ହାରାସ୍ । ତୁମିମଃନ୍ ସଃବୁ ରଃକମାର୍ ନିକ କାମ୍ କଃରୁ ହାରାସ୍ । ଆର୍ ଇସ୍ୱରାର୍ ବିସୟେ ତୁମାର୍ ଗିଆନ୍ ବାଡେଦ୍ । 11ଆର୍ ସଃବୁ ବିସୟେ ସାସ୍ବାନ୍ଦ୍ତାର୍ ଆର୍ ଦିର୍ସୁସ୍ତାୟ୍ ଅଃଉଁକେ ତାର୍ ଜଃଜ୍ମାନ୍ ସଃକ୍ତି ହଃର୍କାରେ ସଃକ୍ତି ଅଃଉଆ । 12ଆରେକ୍ ଜୁୟ୍ ଉବା ଉଜାଳେ ଦଃର୍ମିମଃନାର୍ ଅଃଦିକାରାର୍ ବାଟା ହାଉଁକେ ତୁମିମଃନ୍କେ ଜୟଃଗ୍ କଃରିଆଚେ, ଇତାର୍ ଗିନେ ସଃର୍ଦାର୍ ସଃଙ୍ଗ୍ ତାକେ ଦନ୍ୟବାଦ୍ କଃରା । 13ସେ ଅଃମିମଃନ୍କ୍ ଅଃନ୍ଦାରାର୍ ଅଃଦିକାରେ ହୁଣି ରଃକ୍ୟା କଃରି ଅଃହ୍ଣାର୍ ଲାଡାର୍ ହୟ୍ସିର୍ ବିବ୍ତି ନାୟ୍ଲାର୍ ରାଇଜ୍ ବିତ୍ରେ ଆଣିଆଚେ । 14୧:୧୪ ଏପି ୧:୭.ଜିସୁର୍ ଗିନେ ଅଃମିମଃନ୍ ମୁକ୍ଳି ଆଚୁ ତାର୍ ଅଃର୍ତ୍ ଅଃଉଁଲି ହାହ୍ କେମା ହାୟ୍ ଆଚୁ ।
କ୍ରିସ୍ଟ ଆର୍ ତାର୍ କାମ୍
15କ୍ରିସ୍ଟ ନଃଡିସ୍ତାର୍ ଇସ୍ୱରାର୍ ଡିସ୍ତାର୍ ବାନି ମୁର୍ତି, ସଃବୁ ଉବ୍ଜାଣାର୍ ହଃର୍ତୁ ଜାତ୍ ଆର୍ ସଃବୁ ଉବ୍ଜାଣ୍ ତଃୟ୍ ହୁଣି ବଃଡ୍ । 16କାୟ୍ତାକ୍ବଃଲେକ୍ ଡିସ୍ତାର୍ ଆର୍ ନଃଡିସ୍ତାର୍ ଆସ୍ତିବାଡି, ସଃର୍ଗେ ଆର୍ ହୁର୍ତିଏ ସଃବୁ ବିସୟ୍ ସେ ଉବ୍ଜାଣ୍ କଃଲା, ରାଜ୍ଗାଦି କି ରଃଜାମଃନ୍ ଆର୍ ସଃବୁ ଅଃଦିକାରିମଃନ୍କେ ଉବ୍ଜାୟ୍ଲା ଇସ୍ୱର୍ ସେ ନିଜେ ଆର୍ ତାର୍ ଗିନେ ସଃବୁ ଜଃଗତ୍ ଉବ୍ଜାଣ୍ କଃଲା ଆର୍ ତାର୍ ହାଁୟ୍ ଉବ୍ଜାଣ୍ ଅୟ୍ଆଚେ । 17ସଃବୁ ଉବ୍ଜାଣ୍ ଅଃଉତା ହୁର୍ବେହୁଣି କ୍ରିସ୍ଟ ଆଚେ ଆର୍ ତାର୍ ତଃୟ୍ ଜଳି ଅୟ୍ଲାକ୍ ସଃବୁ କଃତାର୍ ରୁହ୍ ଆଚେ । 18୧:୧୮ ଏପି ୧:୨୨,୨୩.ଆର୍ ସେ ମଣ୍ଡ୍ଳି ରୁହାର୍ ଗଃଗାଳାର୍ ମୁଣ୍ଡ୍ହର୍, ସେ ମୁଳେହଃଣି, ମଃଲାମଃନ୍କାର୍ ବିତ୍ରେ ହଃର୍ତୁ ଉଟିରିଲା ହଃର୍ତୁଜାତ୍ ହିଲା, ଜୁୟ୍ତାର୍ ଗିନେ ସେ ସଃବୁ ବିସୟେ ହଃର୍ତୁ ଟାଣ୍ ହାଉତାର୍ ଜୟ୍ଗ୍ । 19କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଟିକ୍ କଃଲା ହଃର୍କାରେ ହୟ୍ସି ନିଜେ ଇସ୍ୱରାର୍ ହୁର୍ନ୍ ଗୁଣ୍ ଦଃରେଦ୍ । 20୧:୨୦ ଏପି ୨:୧୬.ହୟସି ଗିନେ ସଃବୁ ଜଃଗତ୍କେ ବାଉଳାୟ୍ ଆଣୁକେ ଟିକ୍ କଃଲା ଆର୍ କ୍ରୁସେ ତାର୍ ହୟ୍ସିର୍ ମଃର୍ନ୍ ଗିନେ ତିର୍ କଃରିଆଚେ । ଆର୍ ହୁର୍ତି ଆର୍ ସଃର୍ଗେ ରିଲାର୍ ସଃବୁ ବିସୟ୍କେ ନିଜାର୍ ତଃୟ୍ ବାଉଳାୟ୍ ଆଣେଦ୍ ।
21ଆର୍, ହୁର୍ବେ କଃରାବ୍ ବାବ୍ନା ମିଚ୍ କାମ୍ କଃରି ତୁମିମଃନ୍ ଇସ୍ୱରାର୍ ତଃୟ୍ ହୁଣି ବିନ୍ ରିଲାସ୍ ଆର୍ ମଃନେ ସଃତ୍ ନଃରିଲାସ୍ । 22ମଃତର୍ ଅଃବେ ଇସ୍ୱର୍ ତୁମିମଃନ୍କେ ହେଁ ଅଃହ୍ଣାର୍ ମୁଏଁ ନିର୍ମୁଳ୍, ଲିନ୍ଦା ନଃହାୟ୍ଲାର୍ ଆର୍ ନିର୍ଦସି କଃରି ତାହୁନ୍ କଃରୁକେ କ୍ରିସ୍ଟର୍ ମାସାର୍ ଗଃଗାଳେ ମଃଲାକେ ତୁମିମଃନ୍କେ ଆରେକ୍ ନିଜାର୍ ସଃଙ୍ଗ୍ ମିସାୟ୍ ଆଚେ । 23ତୁମିମଃନ୍ ଜଃବେ ବିସ୍ୱାସେ ମୁଳ୍ରି ଜାଣି ଅଃଟୁଆ ରଃୟ୍ ନିକ କବୁରେ ରିଲା ବଃର୍ସା ଚାଡି ଏଣେ ତେଣେ ନଃଉଆଁ । ସେ ସଃବୁ ଅଃଗାସ୍ ତଃଳେ ରିଲା ସଃବୁ ଜଃଗତେ ପର୍ଚାର୍ ଅୟ୍ଆଚେ ତୁମିମଃନ୍ ସୁଣିଆଚାସ୍, ଆର୍ ମୁୟ୍ଁ ପାଉଲ୍ ସେତିର୍ ଗଟେକ୍ ସେବାକାରି ଅୟ୍ ଆଚି ।
ମଣ୍ଡ୍ଳି ତଃୟ୍ ପାଉଲାର୍ ସେବା କାମ୍
24ମୁୟ୍ଁ ତୁମିମଃନାର୍ ଗିନେ ଜୁୟ୍ ସଃବୁ ଦୁକ୍ ବୟ୍ଗ୍ ତଃୟ୍, ଅଃବେ ସଃର୍ଦା କଃରୁଲେ, ଆର୍ କ୍ରିସ୍ଟର୍ ଜୁୟ୍ ଦୁକ୍ବୟଗ୍ ବାକିଆଚେ, ସେରି ମୁୟ୍ଁ ତାର୍ ଗଃଗାଳ୍ ହର୍ ମଣ୍ଡ୍ଳିର୍ ହାଁୟ୍ ମର୍ ଗଃଗାଳେ ହୁରୁଣ୍ କଃରୁଲେ । 25ଇସ୍ୱର୍ ମକେ ଜୁୟ୍ ସେବାକାରି ହଃଦ୍ ତୁମିମଃନାର୍ ହାଁୟ୍ ଦଃୟ୍ଆଚେ ସେ ହଃର୍କାରେ ମୁୟ୍ଁ ସେ ମଣ୍ଡ୍ଳିର୍ ଗଟ୍ ସେବାକାରି ଅୟ୍ ଆଚି, ଜଃନ୍କଃରି ମୁୟ୍ଁ ଇସ୍ୱରାର୍ କଃତା ହୁର୍ଣ୍ଣକଃରି ପର୍ଚାର୍ କଃରିନ୍ଦ୍ । 26ସେ ଗୁପ୍ତକଃତା ହୁର୍ବେ ଆର୍ ଦାଦିବାବୁ ମଃନାର୍ ତଃୟ୍ହୁଣି ଗୁପ୍ତ ଅୟ୍ରିଲି, ମଃତର୍ ଅଃବେ ସେରି ତାର୍ ସାଦୁ ଲକ୍ମଃନାର୍ ତଃୟ୍ ଜାଣା ହଃଳିଆଚେ । 27ଅଜିଉଦିମଃନାର୍ ତଃୟ୍ଁ ସେ ଗୁପ୍ତ କଃତାର୍ ଜଃଜ୍ମାନାର୍ ଦଃନ୍ ଜେ କାୟ୍ରି, ସେରି ଇସ୍ୱର୍ ଅଃହ୍ଣାର୍ ଲକ୍ମଃନାର୍ ତଃୟ୍ କଃଉଁକେ ମଃନ୍କଃଲା; ସେ ଗୁପ୍ତ୍କଃତା ଇରି, ତୁମିମଃନାର୍ ବିତ୍ରେ କ୍ରିସ୍ଟ ସେ ଜଃଜ୍ମାନାର୍ ବଃର୍ସାହର୍ । 28ତାକେ ଅଃମିମଃନ୍ ପର୍ଚାର୍ କଃରୁଲୁ, ଆର୍ ହଃତିଲକେ ଚେତ୍ନା ଆର୍ ହୁର୍ନ୍ ଗିଆନ୍ ସଃଙ୍ଗ୍ ସିକ୍ୟା ଦେଉଁଲୁ, ଜଃନ୍କଃରି ଅଃମିମଃନ୍ ହଃତିଲକେ କ୍ରିସ୍ଟର୍ ମିଳାମିସାୟ୍ ସିଦ୍ କଃରି ଦଃକାଉଁ ହାରୁ । 29ଇ କାମ୍ ହୁରୁଣ୍ କଃରୁକେ ମର୍ ତଃୟ୍ ଚାଲ୍ତା କ୍ରିସ୍ଟ ଦଃୟ୍ ରିଲା ବଃଡ୍ ସଃକ୍ତିକେ କାମେ ଲାଗାୟ୍ ଜିବନ୍ ହଃରାଣ୍ ଦଃୟ୍ ଚେସ୍ଟା ଆର୍ କଃସ୍ଟ୍ କଃରୁଲେ ।
21ତୁମିମଃନାର୍ ଆର୍ ଲାଅଦିକିଆର୍ ଲକ୍ମଃନାର୍, ଆରେକ୍ ଜଃତେକ୍ ଲକ୍ ମକେ ନଃଚିନି ନଃଜାଣି ଆଚ୍ତି, ସେ ସଃବୁ ଲକାର୍ ଗିନେ ମୁୟ୍ଁ କଃତେକ୍ କଃସ୍ଟ୍ କଃରିଆଚି ଇରି ତୁମିମଃନ୍ ଜାଣା ବଃଲି ମର୍ ମଃନ୍ । 2ମର୍ ମଃନ୍ ଇରି, ଜଃନ୍କଃରି ତୁମିମଃନ୍ ସଃର୍ଦା ଅଃଉଆସ୍ ଏକ୍ ଆରେକ୍ ଲାଡେ ବାନ୍ଦି ଅଃଉଆସ୍ ଆର୍ ସଃତ୍ ଗିଆନ୍ ଲାବ୍ କଃରି ମୁଳ୍ ବଃର୍ସା ହର୍ ଦଃନ୍ ହାୟ୍ ହୁର୍ନ୍ ଅଃଦିକାରି ଅଃଉଆସ୍ ଇରି ମର୍ ମଃନ୍ । ଇତାର୍ ଗିନେ ତୁମିମଃନ୍ ସଃବୁଲକ୍ ଜାଣାସ୍ ଜେ କ୍ରିସ୍ଟ ହଃକା ଇସ୍ୱରାର୍ ସେ ଗୁପ୍ତ କଃତା । 3କ୍ରିସ୍ଟ ଅଃଉଁଲା ସେ କୁଚିକାଡା ଜୁୟ୍ରି ଇସ୍ୱରାର୍ ବୁଦି ଆର୍ ଗିଆନ୍ ହର୍ ସଃବୁ ଲୁକାୟ୍ ରିଲା ଦଃନାର୍ କାହାଟ୍ ଉଗାଳେଦ୍ ।
4କେ ତୁମିମଃନ୍କେ ଚଃଲାକି କଃତାୟ୍ ବୁଲ୍କାୟ୍ ନଃକେରେ, ସେତାକ୍ ଇରି କଃଉଁଲେ । 5କାୟ୍ତାକ୍ବଃଲେକ୍ ଜଦି ନିଜ୍ ଗଃଗାଳେ ମୁୟ୍ଁ ସେତି ନାୟ୍, ଅୟ୍ଲେକ୍ ହେଁ ଆତ୍ମାୟ୍ ତୁମିମଃନାର୍ ସଃଙ୍ଗ୍ ଆଚି । ତୁମିମଃନାର୍ ନିକରି ଆର୍ କ୍ରିସ୍ଟର୍ ତଃୟ୍ ଜଃବର୍ ବିସ୍ୱାସି ଇରି ଦଃକି ସଃର୍ଦା ଅଃଉଁଲେ ।
କ୍ରିସ୍ଟର୍ ତଃୟ୍ ହୁର୍ନ୍ ଜିବନ
6ବଃଲେକ୍, କ୍ରିସ୍ଟଜିସୁକେ ମାପ୍ରୁ ବଃଲି ମାନି ଆଚାସ୍, ସେନ୍କଃରି ତାର୍ ସଃଙ୍ଗ୍ ମିସିକଃରି ଜିବନ୍ କାଟା; 7ତୁମିମଃନାର୍ ତଃୟ୍ ରିଲା ସିକ୍ୟା ହଃର୍କାରେ ବିସ୍ୱାସେ ଅଃଦିକ୍ ସଃକ୍ତି ଅଃଉଆ । ତୁମିମଃନାର୍ ମଃନ୍ ଦନ୍ୟବାଦେ ହୁର୍ନ୍ ଅଃଉଅ ।
8ଜଃଗ୍ରାତ୍, କେ ଜଃନ୍କଃରି ତୁମିକେ ଜଃଗତାର୍ ବାମାଉତାର୍ କଃରାବ୍ ଗିଆନେ ଆୟ୍ତେ ନଃରେକ ସେ ସଃବୁ ଗିଆନ୍ କ୍ରିସ୍ଟର୍ ସିକ୍ୟା ତଃୟ୍ ହୁଣି ନାସେ ସେରି ମାନାୟ୍ ମଃନାର୍ ହୁର୍ବେ ହୁଣି ଚାଲି ଆୟ୍ଲା ସିକ୍ୟା ଆର୍ ବିସ୍ୱାସ୍ ଉହ୍ରେ ସାସନ୍ କଃର୍ତିରିଲା ଗଃଗାଳ୍ ନାୟ୍ଲା ସଃକ୍ତି ମଃନାର୍ ସିକ୍ୟାର୍ ହଃଳ୍ । 9ଅଃବ୍କା ମାନାୟ୍ ରୁହାର୍ କ୍ରିସ୍ଟର୍ ତଃୟ୍ ଇସ୍ୱରାର୍ ଗୁଣ୍ ହୁରୁଣ୍ କଃରି ରଃୟ୍ ଆଚେ । 10ତାର୍ ସଃଙ୍ଗ୍ ମିସ୍ଲାର୍ ଗିନେ ତୁମିମଃନ୍ ଜିବନେ ହୁରୁଣ୍ ଲାବ୍ କଃରିଆଚାସ୍ ବିନ୍ ସଃବୁ ସଃକ୍ତି ଆର୍ ଅଃଦିକାରି ଉହ୍ରେ କ୍ରିସ୍ଟର୍ ସାସନ୍ ହାଣ୍ ହଃକା ସଃବ୍କେ ବଃଡ୍ ।
11ଆରେକ୍ ହେଁ ଗଃଗାଳାର୍ ମଃନ୍ବାବ୍ ଚାଡିକଃରି ତୁମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସିକଃରି ମାନାୟ୍ର୍ କଃର୍ତା ସୁନତ୍ ନଃୟ୍କଃରି କ୍ରିସ୍ଟର୍ ସୁନତ୍ ତଃୟ୍ ସୁନତ୍ ଅୟ୍ ଆଚାସ୍ । ସେରି ମାନାୟ୍ର୍ ହାହ୍ କଃଲା ଗଃଗାଳାର୍ ସଃବୁ ସଃକ୍ତି ତଃୟ୍ ହୁଣି ମୁକ୍ଳାୟ୍ଦ୍ । 12୨:୧୨ ରମି ୬:୪.ତୁମିମଃନ୍ ବାପ୍ତିସମେ ତାର୍ ସଃଙ୍ଗ୍ ମଃରି ଉଟି, ଜୁୟ୍ ଇସ୍ୱର୍ ତାକେ ମଃଲା ତଃୟ୍ ହୁଣି ଉଟାୟ୍ଲା ତାର୍ କଃରୁହାର୍ତା ସଃକ୍ତିଏ ସଃତ୍ କଃରି କ୍ରିସ୍ଟର୍ ସଃଙ୍ଗ୍ ଆରେକ୍ ଉଟି ଆଚାସ୍ । 13୨:୧୩ ଏପି ୨:୧-୫.ହାହାର୍ ଗିନେ ଆର୍ ଗଃଗାଳେ ଅଜିଉଦି ରିଲାକେ ତୁମିମଃନ୍ ତ ମଃରି ରିଲାସ୍, ତୁମିମଃନ୍କେ ହେଁ ଇସ୍ୱର୍ ତାର୍ ଜିବନ୍ ଦଃୟ୍ଆଚେ; ସେ ତ ଅଃମିମଃନ୍କ୍ ସଃବୁ ହାହ୍ କେମା କଃରିଆଚେ । 14୨:୧୪ ଏପି ୨:୧୫.ଆରେକ୍ ବିଦି ଉହ୍ରେ ଅଃମିମଃନାର୍ ବିରଦେ ଜୁୟ୍ ଦଃସ୍ ଲେକା ରିଲି, ସେରି ସେ ନାସ୍ କଃରି କ୍ରୁସେ ମାରିକଃରି ଅଃମାର୍ ହାଁୟ୍ ରିଲାର୍ ହାହ୍ ଗୁଚାୟ୍ ଆଚେ 15ଆରେକ୍ ସେ କ୍ରୁସେ କ୍ରିସ୍ଟ ସଃବୁ ରଃକମାର୍ ସଃକ୍ତି ଆର୍ ଅଃଦିକାରି ତଃୟ୍ ହୁଣି ନିଜ୍କେ ମୁକ୍ତ କଃରି ଆଚେ ଆର୍ ସେମଃନ୍କେ ବାନ୍ଦି କଃରି ନିଜେ ଜିଣିକଃରି ଜାତାବଃଳ୍ ସଃବୁ ଲକାର୍ ମୁୟେ ସେମଃନ୍କେ ଲାଜ୍ କଃରାୟ୍ ଆଚେ ।
16୨:୧୬ ରମି ୧୪:୧-୬.କାଉଆ ହିଉଆ କି ହଃର୍ବ୍, ଦଃର୍ମ୍ଦିନ୍ କି କଃଉଁଣାଜନ୍ ହଃର୍ବ୍ କି ବିସାଉଁଣି ବାରାର୍ କଃତାୟ୍ କେ ତୁମିକେ ଦଃସି ବିଚାର୍ ନଃକେରତ୍ । 17ସେରିମଃନ୍ ଅୟ୍ଲି ଆସୁଲା ଦିନେ ଗଃଟ୍ତା ବିସୟାର୍ ହାଁୟ୍ ଗଃଗାଳ୍ ହର୍, ମଃତର୍ କ୍ରିସ୍ଟ ହଃକା ସଃବୁ ବିସୟାର୍ ମୁଳ୍ । 18ଜୁୟ୍ମଃନ୍ ଦଃର୍ସନ୍ ଚଃଲାକି ସୁସାର୍ ଆର୍ ସଃର୍ଗ୍ଦୁତ୍ ହୁଜା ଉହ୍ରେ ମଃନ୍ ଦଃୟ୍ ନିଜ୍କେ ଗଃର୍ବ୍ କଃର୍ତି, ସେମଃନ୍କେ ଦଃକି ନିଜ୍କେ ସାନ୍ ବାବାନାଁୟ୍ ଇହର୍ ଲକ୍ମଃନ୍ ନିଜ୍କେ ମାନାୟ୍ ମଃନାର୍ ବାବ୍ନାୟ୍ ହଲ୍ୟା ଗଃର୍ବେ ଗଃର୍ବ୍ କଃର୍ତି । 19୨:୧୯ ଏପି ୪:୧୬.ଗଃଗାଳାର୍ ମୁଣ୍ଡ୍ ହର୍ କ୍ରିସ୍ଟର୍ ତଃୟ୍ ହୁଣି ସେମଃନ୍ ଦୁର୍ ଅୟ୍ ଆଚ୍ତି ତାର୍ତଃୟ୍ ହୁଣି ଗଃଗାଳାର୍ ସବୁ ଗଃଟିମଃନ୍ ଆର୍ ଚିର୍ମଃନାର୍ ଗିନେ ଉହ୍କାର୍ ହାୟ୍ ଦୁମା ଅୟ୍ଦ୍ ଆର୍ ଗଃଗାଳ୍ ଇସ୍ୱରାର୍ ଇଚା ହଃର୍କାରେ ବାଡେଦ୍ ।
କ୍ରିସ୍ଟ ସଃଙ୍ଗ୍ ମଃର୍ତାର୍ ଆର୍ ଜିଉତାର୍
20ତୁମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମଃରି ଆଚାସ୍ ଆର୍ ଇ ରାଜି ଉହ୍ରେ ରାଜ୍ କଃର୍ତା ସଃକ୍ତିମଃନାର୍ ବଃଳେହୁଣି ମୁକ୍ଳି ଆଚାସ୍ । ତଃବେ କାୟ୍କଃରୁକ୍ ତୁମିମଃନ୍ ଜଃଗତାର୍ ଲକ୍ ହର୍ ଜିବନ୍ କାଟୁଲାସ୍ ? କାୟ୍କଃରୁକ୍ ତୁମିମଃନ୍ ଇହର୍ ବିଦି ସଃବୁ ମାନୁଲାସ୍, 21“ଇରି ଦଃରା ନାୟ୍, ସେରି କାହାନାୟ୍, ସେରି ଚିଉଆ ନାୟ୍ ।” 22ଇସଃବୁ ବିସୟ୍ ଦୁୟ୍ ଦିନାର୍ । ଇରି ବେବାର୍ ଅଃଉତା ସଃଙ୍ଗେ ସଃଙ୍ଗେ ହଲ୍ୟା ଅୟ୍ଦ୍ । ଇସଃବୁ ଅଃବ୍କା ମାନାୟ୍ ହାଜ୍ଲା ନିଅମ୍ ଆର୍ ସିକ୍ୟା । 23ବାୟ୍ଦ୍ରେ ସଃର୍ଗ୍ଦୁତ୍ ହୁଜା, ଚଃଲାକି, ସୁସାର୍, ଦଃର୍ମି ଆର୍ ଗଃଗାଳ୍କେ କଃସ୍ଟ୍ ଦେତାର୍ ଗିନେ ଗିଆନାର୍ ନାଉଁ ହାଇ ଆଚେ, ମଃତର୍ ସେତିର୍ ମଲ୍ ନାୟ୍; ସେତାର୍ଗିନେ ଗଃଗାଳାର୍ ମଃନ୍ବାବାର୍ ହୁର୍ନ୍ ଅୟ୍ଦ୍ ।
31ତୁମିମଃନ୍ ଜଃବେ କ୍ରିସ୍ଟର୍ ସଃଙ୍ଗ୍ ମଃରି ଉଟି ଆଚାସ୍, ତଃବେ ଇସ୍ୱରାର୍ କାତାବାଟ୍ ବଃସିରିଲା କ୍ରିସ୍ଟର୍ ଜୁୟ୍ ରେତାଟାଣ୍, ସେ ସଃର୍ଗାର୍ ବିସୟ୍ମଃନ୍ ମଃନ୍ ଦିଆସ୍ । 2ହୁର୍ତିବିର୍ ବିସୟ୍ ମଃନେ ଦଃରିନଃକେରି ସଃର୍ଗାର୍ ବିସୟ୍ ମଃନେ ଦଃରା । 3କାୟ୍ତାକ୍ବଃଲେକ୍ ତୁମିମଃନ୍ ମଃରି ଆଚାସ୍, ଆର୍ ତୁମିମଃନାର୍ ଜିବନ୍ ଇସ୍ୱରାର୍ ତଃୟ୍ କ୍ରିସ୍ଟର୍ ସଃଙ୍ଗ୍ ଗୁପ୍ତ୍ ଆଚେ । 4ଅଃମିମଃନାର୍ ଜିବନ୍ ହର୍ ଜେ କ୍ରିସ୍ଟ, ଜଃଡ୍ବଃଳ୍ ସେ ଦଃକାୟ୍ ଅୟ୍ଦ୍, ସଃଡେବଃଳ୍ ତୁମିମଃନ ହେଁ ତାର୍ ସଃଙ୍ଗ୍ ଜଃଜ୍ମାନେ ଦଃକାୟ୍ ଅଃଉଆସ୍ ।
ହର୍ନା ଆର୍ ନଃଉଆଁ ଜିବନ
5ତୁମିମଃନାର୍ ହୁର୍ତିବିର୍ ଇଚାୟ୍, ବଃଲେକ୍ ଦାରିମଃନ୍ବାବ୍, ବିଟାଳ୍, କଃରାବ୍ ମଃନ୍ବାବ୍, ଚଃକ୍ତହାଣ୍, ମୁର୍ତିହୁଜା ହର୍ ଲଃବ୍, ଇସଃବୁ ବିସୟେ ହୁଣି ଦୁରି ରିଆ । 6ଇ ସଃବୁ ଜେମଃନ୍ କଃର୍ତି ଆର୍ ଇସ୍ୱର୍କେ ନଃମାନ୍ତି ଇତାର୍ ଗିନେ ଇସ୍ୱରାର୍ ରିସା ସେମଃନାର୍ ଉହ୍ରେ ଆସେଦ୍ । 7ହଃର୍ତୁ ତୁମିମଃନ୍ ହେଁ ଇରିମଃନ୍ ଲଃବ୍କଃରି ସେରଃକମ୍ ଜିବନ୍ କାଟ୍ତି ରିଲାସ୍ ।
8ମଃତର୍ ଅଃବେ ତୁମିମଃନ୍ ହେଁ ଇରିମଃନ୍ ବଃଲେକ୍, ରିସା, ବେର୍, ଅଃକାର୍, ଲିନ୍ଦା, ଚଃକ୍ତକଃତା ଚାଡିଦିଆସ୍ । 9୩:୯ ଏପି ୪:୨୨.ଏକ୍ ଆରେକ୍ ମିଚ୍ କଃଉଆ ନାୟ୍; ତୁମିମଃନ୍ ତ ହର୍ନା ଚାଲ୍ଚାଲ୍ତି ଆର୍ 10୩:୧୦ ଏପି ୪:୨୪.ସେତିର୍ ସଃବୁ କାମ୍ ଚାଡିକଃରି ନଃଉଆଁ ଗୁଣ୍ ଦଃରି ଆଚାସ୍ ସେ ନଃଉଆଁ ଗୁଣ୍ ନିଜାର ଉବ୍ଜାଣ୍କାରି ରୁହ୍ ହଃର୍କାରେ ହୁର୍ନ୍ ଗିଆନ୍ ହାଉଁକେ ନଃଉଆଁ ଅୟ୍ ଆଚାସ୍ । 11ଇତାର୍ ଗିନେ ଅଜିଉଦି ଆର୍ ଜିଉଦି ସୁନତ୍ ଆର୍ ଅସୁନତ୍ ନିଜାର୍ ବଃର୍ନ୍, ବିନ୍ବଃର୍ନ୍, ଗତିଦଃଙ୍ଗ୍ଳା କି ହଃଦାସେ ରିଲାର୍ ଇ ଲକାର୍ ବିତ୍ରେ କେହେଁ ବିନ୍ ନାୟ୍, ମଃତର୍ କ୍ରିସ୍ଟ ସଃବୁ ତଃୟ୍ଁ ସଃବୁର୍, ଆରେକ୍ ସଃବ୍କାର୍ ତଃୟ୍ ବାସାକଃରୁଲା ।
12୩:୧୨ ଏପି ୪:୨.ତୁମି ଇସ୍ୱରାର୍ ଲକ୍, ସେ ତୁମିକେ ଲାଡ୍ କଃରି ସେ ନିଜାର୍ ଗିନେ ବାଚ୍ଲା, ସେତାର୍ ଗିନେ, କଃଉଁଣା ମଃନ୍, ଦଃୟା, ସୁସ୍ତା, ଦିର୍, ସଃମ୍ବାଳ୍ତାର୍ ହୁଙ୍ଗ୍ରା । 13୩:୧୩ ଏପି ୪:୩୨.ଏକ୍ଲା ଆରେକ୍ ଏକ୍ଲାକେ ସଃମ୍ବାଳ, ଆରେକ୍ ଜଦି କାର୍ ବିରଦେ କଃତା ରିଲେକ୍, ଏକ୍ଲା ଆରେକ୍ ଏକ୍ଲାକେ କେମା କଃର; ମାପ୍ରୁ ଜଃନ୍କଃରି ତୁମିମଃନ୍କେ କେମା କଃରି ଆଚେ, ତୁମିମଃନ୍ ହେଁ ସେ ରଃକମ୍ କେମା କଃରା । 14ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ । 15ଆର୍, କ୍ରିସ୍ଟର୍ ଦିଲା ଜୁୟ୍ ସୁସ୍ତା ବଗ୍ କଃରୁକେ ତୁମିମଃନ୍କେ ଗଟେକ୍ ଗଃଗାଳ୍ ହର୍ କୁଦାୟ୍ ଅୟ୍ ଆଚାସ୍, ସେରି ତୁମିମଃନାର୍ ମଃନେ ରାୟ୍ଜ୍କଃର; ଆରେକ୍ ତୁମିମଃନ୍ ସଃବୁବଃଳ୍ ଦନ୍ୟବାଦ୍ ଦିଆସ୍ । 16୩:୧୬ ଏପି ୫:୧୯,୨୦.କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ । 17ଆର୍ କଃତାୟ୍ କି କାମେ ତୁମିମଃନ୍ ଜାଇରି କଃରା, ସେରିମଃନ୍ ମାପ୍ରୁ ଜିସୁର୍ ନାଉଁଏ କଃରି, ତାର୍ ତଃୟ୍ଁ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
ନଃଉଆଁ ଜିବନ୍ ସଃଙ୍ଗ୍ ମିସ୍ତାର୍
18୩:୧୮ ଏପି ୫:୨୨; ୧ ପିତ ୩:୧.ଏ ମାୟ୍ଜିମଃନ୍, ଜିସୁ ମାପ୍ରୁର୍ ମିଳାମିସାୟ୍ ଟିକ୍ ଚାଲ୍ଚାଲ୍ତି ହଃର୍କାରେ ନିଜାର୍ ନିଜାର୍ ଅଃଣ୍ଡ୍ରାର୍ କଃତାମାନି ଚାଲା ।
19୩:୧୯ ଏପି ୫:୨୫; ୧ ପିତ ୩:୭.ଏ ଅଃଣ୍ଡ୍ରାମଃନ୍ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା, ସେମଃନ୍କେ ସାଦା ନାୟ୍ ।
20୩:୨୦ ଏପି ୬:୧.ଏ ହିଲାମଃନ୍, ସଃବୁ କଃତାୟ୍ ଆୟାଉବାର୍ ବଲ୍ ମାନା, କାୟ୍ତାକ୍ ବଃଲେକ୍ ଇରି ମାପ୍ରୁ ତଃୟ୍ ସଃର୍ଦାର୍ କଃତା ।
21୩:୨୧ ଏପି ୬:୪.ଏ ଆୟା ଉବାମଃନ୍ ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରାଉଆ ନାୟ୍, ବଃଲେକ୍ ଇତାର୍ ଗିନେ ସେମଃନ୍ ମଃନ୍ ଉଣା କଃର୍ତି ।
22୩:୨୨ ଏପି ୬:୫-୮.ଏ ଗତିଦଃଙ୍ଗ୍ଳାମଃନ୍ ନଃର୍ ସାଉକାର୍ ମଃନ୍କେ ସଃର୍ଦା କଃରାଉଁକ୍ କଃଲାହର୍ ଦଃକ୍ଣେ କାମ୍ ନଃକେରି ମାପ୍ରୁକେ ଡିରି ମଃନ୍ସଃର୍ଦାୟ୍ ସଃବୁ କଃତାୟ୍ ତୁମିମଃନାର୍ ଜଃଗତାର୍ ମୁଳିକାର୍ କଃତାମାନା । 23ତୁମିମଃନ୍ ଜାୟ୍ରିହେଁ କଃରାସ୍, ମାପ୍ରୁ ହାଁୟ୍ କଃଲାହର୍ ସଃର୍ଦାୟ୍ ସେରି କଃରା, ମାନାୟ୍ ହାୟ୍ଁ କଃଲାହର୍ କଃରା ନାୟ୍; 24ମଃନେ ହଃକାଉଆ ମାପ୍ରୁର୍ ତଃୟ୍ହୁଣି ତାର୍ ହିଲାମଃନ୍ ହାଉତାର୍ ସଃଙ୍ଗାୟ୍ଲାର୍ ପୁରିସ୍କାର୍ ହାଉଆସ୍, କ୍ରିସ୍ଟ ସଃତ୍ଗୁରୁ ଇରିତ ତୁମିମଃନ୍ ମାପ୍ରୁ କ୍ରିସ୍ଟକେ ସେବା କଃରୁଲାସ୍ ଇତି ଜାଣାସ୍ । 25୩:୨୫ ଏପି ୬:୯.ବଃଲେକ୍ ଜେ ଦସ୍ କଃରେଦ୍, ସେ ନିଜାର୍ ଦଃସାର୍ ହଃଳ୍ ହାୟ୍ଦ୍ । କାୟ୍ତାକ୍ବଃଲେକ୍ ଇସ୍ୱର୍ ମୁକ୍ମେଟ୍ ନଃଦେକି ସଃବ୍କାର୍ ବିଚାର୍ କଃରେଦ୍ ।
41୪:୧ ଏପି ୬:୯.ଏ ସାଉକାର୍ମଃନ୍, ସଃର୍ଗେ ତୁମିମଃନାର୍ ହେଁ ସାଉକାର୍ ଆଚେ ବଃଲି ଜାଣି ନିଜାର୍ ନିଜାର୍ ଗତିଦଃଙ୍ଗ୍ଳା ମଃନ୍କେ ଟିକ୍ ଆର୍ ନିକ ବେବାର୍ କଃରା ।
ବିନ୍ବିନ୍ ସିକ୍ୟା
2ସଃବୁବଃଳ୍ ପାର୍ତନାୟ୍ ଜିବନ୍ କାଟା ଆର୍ ଇସ୍ୱର୍କେ ଦନ୍ୟବାଦ୍ କଃରି ପାର୍ତନାୟ୍ ଜଃଗ୍ରାତ୍ ରିଆ । 3ଅଃମାର୍ ହାୟ୍ଁ ହେଁ ପାର୍ତ୍ନା କଃରା, ଜଃନ୍କଃରି ବାକ୍ୟ ପର୍ଚାର୍ କଃରୁକେ ଇସ୍ୱର୍ ଅଃମାର୍ ହାଁୟ୍ ଦୁଆର୍ ଉଗାଳେଦ୍ । ଆର୍ ଜଃନ୍କଃରି କ୍ରିସ୍ଟର୍ ଜୁୟ୍ ଗୁପ୍ତ୍ଗିଆନାର୍ ଗିନେ ମୁୟ୍ଁ ଜଃୟ୍ଲେ ଆଚି । 4ପାର୍ତ୍ନା କଃରା ଜଃନ୍କଃରି ମୁୟ୍ଁ ସଃତ୍ ବାବେ ଆର୍ ନିକକଃରି ସେରି ପର୍ଚାର୍ କଃରୁ ହାରିନ୍ଦ୍ ।
5୪:୫ ଏପି ୫:୧୬.ସେରି କଃରୁକେ ବେଳା ମିଳିଆଚେ, ସଃତ୍ ନଃକେର୍ତା ଲକ୍ମଃନାର୍ ତଃୟ୍ ବୁଦିର୍ ସଃଙ୍ଗ୍ ଚାଲ୍ଚାଲ୍ତି କଃରା । 6ତୁମିମଃନାର୍ କଃତା ସଃବୁବଃଳ୍ ସଃର୍ଦାରି ଅଃଉଅ, ଦଃୟା ଲାଡାର୍ ଅଃଉଅ, ଜଃନ୍କଃରି କାକେ କଃନ୍କଃରି ଟିକ୍ ଉତୁର୍ ଦେଉଁକେ ଅୟ୍ଦ୍ ସେରି ଜାଣୁ ହାରାସ୍ ।
ସଃରାସଃରି ଜୁଆର୍ କଃର୍ତାର୍
7୪:୭ ପେରି ୨୦:୪; ୨ ତିମ ୪:୧୨.୪:୭ ଏପି ୬:୨୧,୨୨.ଅଃମାର୍ ଲାଡାର୍ ବାୟ୍, ମାପ୍ରୁର୍ ସଃତ୍ ସେବାକାରି ଆର୍ ସଃଙ୍ଗୁଆଳି ତୁକିକ, ସେ ମର୍ ସଃବୁ କଃତା ଜାଣାୟଦ୍ । 8ସେତାର୍ ଗିନେ ମୁୟ୍ଁ ତାକେ ତୁମିମଃନାର୍ ହାକ୍ ହଃଟାୟ୍ଲେ, ଜଃନ୍କଃରି ତୁମିମଃନ୍ ଅଃମିମଃନାର୍ ଅବୁସ୍ତା ବିସୟ୍ ଜାଣୁହାରାସ୍, ଆର୍ ତୁମିମଃନାର୍ ମଃନ୍ ତାର୍ ହାଁୟ୍ ସଃର୍ଦା ଅୟ୍ଦ୍ । 9୪:୯ ପିଲିମ ୧:୧୦-୧୨.ତାର୍ସଃଙ୍ଗ୍ ମୁୟ୍ଁ ବିସ୍ୱାସି ଆର୍ ଲାଡାର୍ ବାୟ୍ ଅନିସିମକେ ହଃଟାୟ୍ଲେ, ସେ ତୁମିମଃନାର୍ ବିତ୍ରେ ଏକ୍ଲା । ସେ ମର୍ ଇତିର୍ ସଃବୁ କବୁର୍ ତୁମିମଃନ୍କେ ଜାଣାୟ୍ଦ୍ ।
10୪:୧୦ ପେରି ୧୯:୨୯; ୨୭:୨; ପିଲିମ ୧:୨୪; ପେରି ୧୨:୧୨,୨୫; ୧୩:୧୩; ୧୫:୩୭-୩୯.ମରସଃଙ୍ଗ୍ ଜଃଇଲେ ରିଲା ଆରିସ୍ତାର୍କ୍ ଆରେକ୍ ବର୍ନବାର୍ କୁଟୁମାର୍ ବାୟ୍ ମାର୍କ, ତାର୍ କଃତା ତୁମିମଃନ୍ ବିଦି ହାୟ୍ ଆଚାସ୍; ସେ ଜଦି ତୁମାର୍ ହାକ୍ ଆସେଦ୍, ତଃବେ ତାକେ ମାନା, ସେ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲା । 11ଆର୍ ଜୁସ୍ତ ନାଉଁଏ ଡାକ୍ହୁଟା ଜିହସୁୟ ହେଁ ତୁମିମଃନ୍କେ ଜୁଆର୍ ଜାଣାଉଁଲା; ଜିହୁଦିମଃନାର୍ ବିତ୍ରେ ସେମଃନ୍ ହଃକା ଇସ୍ୱରାର୍ ରାଇଜାର୍ ଗିନେ ମର୍ ସଃଙ୍ଗ୍ କାମ୍ କଃରୁ ଏମଃନ୍ ଉହ୍କାର୍ କଃରୁମଃନ୍ ।
12୪:୧୨ କଲ ୧:୭; ପିଲିମ ୧:୨୩.ଏପାପ୍ରା, ଜେ ତୁମିମଃନାର୍ ବିତ୍ରେ ଏକ୍ଲା ତୁମିମଃନ୍କେ ଜୁଆର୍ ଜାଣାଉଁଲା, ସେତ କ୍ରିସ୍ଟ ଜିସୁର୍ ଗତିଦଃଙ୍ଗ୍ଳା ଆର୍ ନିଜାର୍ ପାର୍ତନାୟ୍ ତୁମିମଃନାର୍ ଗିନେ ସଃବୁବଃଳ୍ ଜିବନ୍ ସଃର୍ହ୍ରିଆଚେ, ଜଃନ୍କଃରି ତୁମିମଃନ୍କେ ସିଦ୍ ଆର୍ ଇସ୍ୱରାର୍ ସଃବୁ ଇଚାକ୍ ହୁରୁଣ୍ କଃରି ଜାଣି ଅଃଟୁଆ ରିଆସ୍ । 13କାୟ୍ତାକ୍ବଃଲେକ୍ ସେ ତୁମିମଃନାର୍ ଗିନେ ଆର୍ ଲାଅଦିକିଆ, ଆର୍ ହିରାପଲିଏ ରିଲା ଲକମଃନାର୍ ହାୟ୍ଁ ତ ଅଃଦିକ୍ କଃସ୍ଟ୍ କଃରୁଲା, ତାର୍ ଗିନେ ମୁୟ୍ଁ ଇ ସାକି ଦେଉଁଲେ । 14୪:୧୪ ୨ ତିମ ୪:୧୧; ପିଲିମ ୧:୨୪; ୨ ତିମ ୪:୧୦; ପିଲିମ ୧:୨୪.ଲାଡାର୍ ବୟ୍ଦ୍ ଲୁକ ଆର୍ ଦିମା ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
15ଲାଅଦିକିଆ ତଃୟ୍ ରିଲା ବାୟ୍ବେଣିମଃନ୍କେ, ବେଣି ମୁନ୍ପା ଆର୍ ତାର୍ ଗଃରେ ରିଲା ମଣ୍ଡ୍ଳିକେ ଜୁଆର୍ ଜାଣାଉଆ । 16ଆରେକ୍ ତୁମିମଃନାର୍ ବିତ୍ରେ ଇ ଚିଟି ହଳ୍ଲା ହଃଚେ ଲାଅଦିକିଆ ମଣ୍ଡ୍ଳିଏ ହେଁ ଜଃନ୍କଃରି ହଳ୍ତା ଲଳା, ଆରେକ୍ ଲାଅଦିକିଆ ତଃୟ୍ ହୁଣି ଜୁୟ୍ ଚିଟି ଆସେଦ୍, ସେରି ହେଁ ତୁମିମଃନ୍ ହଳାସ୍ ଇତାର୍ ଗିନେ ଜଃତୁନ୍ କଃରା । 17୪:୧୭ ପିଲିମ ୧:୨.ଆର୍କିପପ୍କେ କଃଉଆ ତୁମି “ମାପ୍ରୁର୍ କାମେ ଜୁୟ୍ ସେବାର୍ ହଃଦ୍ ହାୟ୍ଆଚାସ୍ ସେରି ହୁରା କଃରୁକେ ଜଃଗ୍ରାତ୍ ଅୟ୍ରିଆ ।”
18ମୁୟ୍ଁ ପାଉଲ୍ ମର୍ ନିଜାର୍ ଆତେ ଲେକି ଇ ଚିଟି ତଃୟ୍ ଜୁଆର୍ ଜାଣାଉଁଲେ, ମର୍ ବାନ୍ଦୁଣ୍ ବିତ୍ରେ ରିଲାର୍ ଏତାଉଆ, ଇସ୍ୱରାର୍ ଦଃୟା ତୁମିକେ ଅଃଉଆ ।