ପ୍ରେରିତ ଶିଷ୍ୟମାନଙ୍କର କାର୍ଯ୍ୟର ବିବରଣ
ପେରିତ୍ ଚେଲାମଃନ୍ କଃଲା କାମ୍
ପେରିତ୍ ପୁସ୍ତକ୍ ବିସୟେ ହଃଦେକ୍
ପେରିତ୍ ପୁସ୍ତକ୍ ଅଃଉଁଲି ମଣ୍ଡ୍ଳିର୍ ଆରୁମ୍ ଆର୍ କଃନ୍କଃରି ଇରି ଜିରୁସାଲମେ ହୁଣି ଜିଉଦା, ସମିରଣ୍ ଆର୍ ହୁର୍ତିର୍ ସଃବୁହାକ୍ ଜାଣା ହଃଳ୍ଲି, ଇରି ଜିସୁର୍ ସଃର୍ଗେ ଜାତାର୍ ଆଗ୍ତୁ ତାର୍ ଚେଲାମଃନ୍କେ କୟ୍ରିଲା, ପେରି ୧:୮ ପେରିତ୍ ପୁସ୍ତକ୍ ଲୁକ ଲେକି ଆଚେ, ଜେକି ଲୁକ ନିକ କବୁର୍ ହେଁ ଲେକିରିଲା । ସେ ଗଟେକ୍ ବୟ୍ଦ୍କାରି ରିଲା ଆର୍ ଟିକ୍ବାବେ ଲେକା ଲେକି ରଃକୁକେ ଚଃଚଲ୍ ରିଲା ସେ ଲୁକ ଲେକ୍ଲା ନିକ କବୁର୍ ଆର୍ ପେରିତ୍ ଇ ଜୁଳେକ୍ ପୁସ୍ତକ୍ ଲଃଗେ ତିଅପିଲର୍ ନାଉଁ ନଃୟ୍ କୟ୍ଆଚେ, ସେ ଗଟେକ୍ ଗ୍ରିକ୍ ଲକ୍ ରିଲା, ଇ ଜଳେକ୍ ପୁସ୍ତକ୍ ଗ୍ରିକ୍ ଆର୍ ଜିଉଦି ଗସ୍ଟିମଃନାର୍ ଗିନେ ରିଲି । ପେରି ୧:୧ ଅଃଉଁ ହାରେ ପେରିତ୍ ପୁସ୍ତକ୍ ଜିସୁ କ୍ରିସ୍ଟର୍ ଜଃଲମ୍ ହଃଚେ ୬୦ ହୁଣି ୬୪ ମସିଆ ବିତ୍ରେ ଲେକା ଅୟ୍ରିଲି, ବଃଲେକ୍ ପାଉଲାର୍ ଜଃଇଲେ ହୁଣି ମୁକୁଳ୍ତା ଆଗ୍ତୁ ପୁସ୍ତକ୍ ଲେକା କାମ୍ ସଃରିରିଲି । ଲୁକ ହେଁ ପେରିତ୍ ପାଉଲାର୍ ସଃଙ୍ଗେ ବୁଲ୍ତିରିଲା ଆର୍ ଇ ପୁସ୍ତକ୍କେ ଆନ୍ତିଅକିଆ ହୁଣି ଲେକା ଜାୟ୍ ରିଲି ବଃଲି କଃଉଆ ଅଃଉଁଲି ।
ପେରିତ୍ ପୁସ୍ତକ୍ ଲୁକ ନିକ କବୁରାର୍ ତାର୍ ହଃଚାର୍ ପୁସ୍ତକ୍, ଇରି ଜିସୁର୍ ସଃର୍ଗେ ଜାତାର୍ ତଃୟହୁଣି ଆରୁମ୍ ଅୟ୍ଆଚେ । ଇ ଜୁଳେକ୍ ପୁସ୍ତକାର୍ ଜଃଜନା ସଃମାନ୍ । ତିଅପିଲ୍ ଆର୍ ବାଡତିରିଲା କ୍ରିସ୍ଟିଆନ୍ମଃନ୍ ନିକ କଃରି ଜାଣତ୍ । ସେମଃନଃକେ ସିକ୍ୟା ଦିଆଜାତିରିଲା ବିସୟ୍, ଜିସୁ କ୍ରିସ୍ଟାର୍ ଜିବନାର୍ କଃତା ଆର୍ ବାଡତି ରିଲା କ୍ରିସ୍ଟିଆନମଃନାର୍ ବିସୟେ ଟିକ୍ ଇସାବ୍ କଃରେଦ୍ । ପେରିତ୍ ପୁସ୍ତକ୍ ଲଃଗେ ଆରୁମ୍ ମଣ୍ଡ୍ଳି କ୍ରିସ୍ଟର୍ ତଃୟ୍ ବିସ୍ୱାସ କଃରୁକେ ଅଃମାର୍ ଗିନେ ସିକ୍ୟା ମିଳୁଲି । ପେରିତମଃନାର୍ ଜିବନ୍ ବିସୟେ ହୁଣି ଅଃମିମଃନ୍କ୍ ଜାଣା ହଃଳୁଲି ଜେ, କଃନକଃରି ପବିତ୍ର ଆତ୍ମାକେ ବର୍ସାକଃରି ବିନ୍ଲକମଃନାର୍ ତଃୟ୍ ନିକ କବୁରାର୍ କଃତା ପର୍ଚାର୍ କଃରା ଅୟ୍ଦ୍ ।
ଇ ପୁସ୍ତକ୍ ବିତ୍ରେ ମୁଳ୍ ବିସୟ୍ମଃନ୍
୧. ପବିତ୍ର ଆତ୍ମା ଉତୁରତାର୍ ଆର୍ ମଣ୍ଡ୍ଳି ବାଡ୍ତାର୍ । ୧:୧–୮:୧
୨. ମଣ୍ଡ୍ଳି ତାଳନା ଆର୍ ନିକ କବୁର୍ ବାଡ୍ତାର୍ । ୮:୨–୧୨:୨୩
୩. ପାଉଲାର୍ ହଃର୍ତୁ ନିକ କବୁରାର୍ ସେବା କାମେ ଜାତାର୍ । ୧୨:୨୪–୧୪:୨୮
୪. ନଃଉଆଁ ବିସ୍ୱାସିମଃନକେ ଦଃରକାର୍ ଆର୍ ଜିରୁସାଲମେ ବେରାଣ୍ । ୧୫:୧-୩୫
୫. ପାଉଲାର୍ ଦୁୟ୍ ଦାପା ନିକ କବୁରାର୍ ସେବା କାମେ ଜାତାର୍ । ୧୫:୩୬–୧୮:୨୨
୬. ପାଉଲାର୍ ତିନି ଦାପା ନିକ କବୁରାର୍ ସେବା କାମେ ଜାତାର୍ । ୧୮:୨୩–୨୦:୩୮
୭. ପାଉଲକେ ଜିରୁସାଲମେ ବନ୍ଦି କଃଲାୟ୍ । ୨୧:୧–୨୬:୧-୩୨
୮. ପାଉଲ ରମ୍ ଗଃଳ୍ ଜାତାର୍ । ୨୭:୧–୨୮:୧-୩୧
1ପେରିତ୍ ପୁସ୍ତକ
1୧:୧ ଲୁକ ୧:୧-୪.ଏ ଲାଡାର୍ ତିଅପିଲ, ଜିସୁ ସେ କାମ୍ ଆରୁମ୍ କଃରି ଜୁୟ୍ରି କଃଲା ଆର୍ ସିକାୟ୍ଲା ସେରି ମର୍ ଇ ହଃର୍ତୁ ପୁସ୍ତକେ ଲେକୁଲେ । 2ସେ ଜୁୟ୍ମଃନ୍କ୍ ପେରିତ୍ ବାବେ ବାଚିରିଲା ସେମଃନ୍କେ ସଃର୍ଗେ ଜାତା ଆଗ୍ତୁ ଜାତା ହଃତେକ୍ ପବିତ୍ର ଆତ୍ମାୟ୍ ସଃକ୍ତିଦଃୟ୍ ସଃର୍ଗେ ଗଃଲା । 3ଜିସୁ ଅଃହ୍ଣାକ୍ ଦୁକ୍ବଗ୍ ହଃଚେ ହେଁ ଗାଦେକ୍ ସଃତ୍ କାମ୍ ଦଃକାୟ୍ ସେମଃନାର୍ ତଃୟ୍ ଅଃହ୍ଣାକ୍ ସେ ନିଜେ ଅଃମ୍ବର୍ ଜିବନ୍ ବଃଲି ଦଃକାୟ୍ଲା । ଆରେକ୍ ଦୁୟ୍କଳି ଦିନ୍ ହଃତେକ୍ ଗାଦାତର୍ ସେମଃନ୍କେ ଦଃକାୟ୍ ଅୟ୍ ଇସ୍ୱରାର୍ ରାଇଜାର୍ କଃତା କୟ୍ଲା । 4୧:୪ ଲୁକ ୨୪:୪୯.୧:୪ ଜଃଡ୍ବଃଳ୍ ସେମଃନ୍ ଗଟ୍ତଃୟ୍ ଆୟ୍ଲାୟ୍, ଜଃଡ୍ବଃଳ୍ ସେ ସେମଃନାର୍ ସଃଙ୍ଗ୍ ରେତିରିଲା, ଜଃଡ୍ବଃଳ୍ ସେ ସେମଃନାର୍ ସଃଙ୍ଗ୍ କାତିରିଲା । ଗଟ୍ତର୍ ସେମଃନାର୍ ସଃଙ୍ଗ୍ କାଉଁକେ ବଃସ୍ଲା ବଃଳ୍ ଜିସୁ ସେମଃନ୍କେ ଇ ବଲ୍ ଦିଲା, “ତୁମିମଃନ୍ ଜିରୁସାଲମେ ହୁଣି କେଣେ ଜାହା ନାୟ୍, ମଃତର୍ ସଃର୍ଗାର୍ ଉବାର୍ ସଃୟ୍ତ୍ କଃତା ମର୍ ତଃୟ୍ହୁଣି ଜାୟ୍ରି ସୁଣି ଆଚାସ୍, ସେରି ଜାଗିରିଆ । 5୧:୫ ମାତି ୩:୧୧; ମାର୍କ ୧:୮; ଲୁକ ୩:୧୬; ଜହ ୧:୩୩.କାୟ୍ତାକ୍ବଃଲେକ୍ ଜହନ୍ ହାଣିୟେ ବାପ୍ତିସମ୍ ଦିଲା ସଃତ୍, ମଃତର୍ ତୁମିମଃନ୍ କଃତି ଦିନ୍ ହଃଚେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଅଃଉଆସ୍ ।”
ଜିସୁ ସଃର୍ଗେ ଜାତାର୍
(ମାର୍କ ୧୬:୧୯-୨୦; ଲୁକ ୨୪:୫୦-୫୩)
6ସେତାକ୍ ପେରିତ୍ମଃନ୍ ଗଟ୍ତଃୟ୍ ରୁଣ୍ଡି ଜିସୁକେ ହଃଚାରୁକ୍ ଦଃର୍ଲାୟ୍, “ଏ ମାପ୍ରୁ, ତୁୟ୍ କାୟ୍ ଅଃବେ ହଃକା ଇସ୍ରାଏଲ୍ ଆତେ ରାଇଜ୍ ବାଉଳାୟ୍ ଦେଉଁଲିସ୍ କି ?”
7ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ ସଃବୁ କାଳ୍ ଆର୍ ସଃମୟ୍ ସଃର୍ଗାର୍ ଉବା ଅଃହ୍ଣା ଅଃଦିକାରେ ସଃଙ୍ଗାୟ୍ ଆଚେ, ସେରି ତୁମିମଃନାର୍ ଜାଣ୍ତା କଃତା ନାୟ୍ । 8୧:୮ ମାତି ୨୮:୧୯; ମାର୍କ ୧୬:୧୫; ଲୁକ ୨୪:୪୭,୪୮.ମଃତର୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଆୟ୍ଲେକ୍ ତୁମିମଃନ୍ ସଃକାତ୍ ହାଉଆସ୍ ଆର୍ ଜିରୁସାଲମ, ସଃବୁ ଜିଉଦା ରାଜି ଆର୍ ସମିରଣ୍, ଆରେକ୍ ହୁର୍ତିବିର୍ ସେସ୍ ସଃନ୍ଦି ହଃତେକ୍ ହେଁ ମର୍ ସାକି ଅଃଉଆସ୍ ।” 9୧:୯ ମାର୍କ ୧୬:୧୯; ଲୁକ ୨୪:୫୦,୫୧.ସେ ଇ ସଃବୁ କଃତା କୟ୍ଲା ହଃଚେ, ସେମଃନ୍ ଦଃକୁଦଃକୁ କଃଣ୍ଡେକ୍ ମେଗ୍ ଆସି ଜିସୁକେ ଉହ୍ରେ ନଃୟ୍ଗଃଲି ଆର୍ ସେମଃନ୍ ତାକେ ଦଃକୁ ନାହାର୍ଲାୟ୍ ।
10ଜିସୁ ଜଃଉଁଜଃଉଁ ଚେଲାମଃନ୍ ଅଃଗାସ୍କେ ଦଃକୁଲାୟ୍, ଅଃନ୍କା ବେଳାୟ୍ ଦବ୍ ବଃସ୍ତର୍ ହିନ୍ଦ୍ଲା ଦୁୟ୍ ଲକ୍ ସେମଃନାର୍ ଚଃମେ ଆୟ୍ଲାୟ୍ । 11ଆରେକ୍ ସେମଃନ୍ କୟ୍ଲାୟ୍, “ଏ ଗାଲିଲିର୍ ଲକ୍ କାୟ୍ତାକ୍ ତୁମିମଃନ୍ ଅଃଗାସ୍କେ ଦଃକି ଟିଆ ଅୟ୍ ଆଚାସ୍ ? ଇ ଜୁୟ୍ ଜିସୁ ତୁମାର୍ ଚଃମେ ହୁଣି ସଃର୍ଗେ ନିଆ ଅୟ୍ଲା ତାକେ ତୁମିମଃନ୍ ଜୁୟ୍ ରଃକମ୍ ସଃର୍ଗେ ଜାତାର୍ ଦଃକ୍ଲାସ୍, ସେ ସେରଃକମ୍ ସଃର୍ଗେହୁଣି ବାଉଳି ଆସେଦ୍ ।”
ଜିଉଦାର୍ ବାଦୁଲେ ମାତିଆସ୍ ଆୟ୍ଲା
12ଇତାର୍ ହଃଚେ ସେମଃନ୍ ଜିତ୍ଡଙ୍ଗ୍ରେ ହୁଣି ଜିରୁସାଲମ୍କେ ବାଉଳି ଆୟ୍ଲାୟ୍, ସେ ଡଙ୍ଗୁର୍ ଜିରୁସାଲମ୍ ଚଃମେ ଗଟେକ୍ ଅଳିର୍ ବାଟ୍ରିଲି । 13୧:୧୩ ମାତି ୧୦:୨-୪; ମାର୍କ ୩:୧୬-୧୯; ଲୁକ ୬:୧୪-୧୬.ସେମଃନ୍, ବଃଲେକ୍, ପିତର୍, ଜହନ୍, ଜାକୁବ, ଆନ୍ଦ୍ରିଅ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିଅସାର୍ ହୟ୍ସି ଜାକୁବ, ଉଦ୍ଜଗି ସିମନ୍ ଜେ ଇସ୍ରାଏଲ୍ ମଃନ୍କେ ମୁକ୍ଳାଉଁକ୍ ମଃନ୍କଃର୍ତିରିଲା, ଆର୍ ଜାକୁବର୍ ହୟ୍ସି ଜିଉଦା ଜିରୁସାଲମ୍ ଗଃଳେ ଗଃଳାୟ୍ । ଆର୍ ଜୁୟ୍ ଉହ୍ରାର୍ ବଃକ୍ରାୟ୍ ସେମଃନ୍ ରେତି ରିଲାୟ୍ ସେତି ଗଃଲାୟ୍ । 14ସେମଃନ୍ ସଃବୁ ମାୟ୍ଜିମଃନାର୍ ସଃଙ୍ଗ୍ ଆର୍ ଜିସୁର୍ ଆୟ୍ସି ମରିୟମ୍ ଆର୍ ତାର୍ ବାୟ୍ମଃନାର୍ ସଃଙ୍ଗ୍ ଗଟେକ୍ ଟାଣେ ଗଟେକ୍ମଃନେ ପାର୍ତ୍ନା କଃରୁକେ ସଃବୁଲଃକ୍ ରୁଣ୍ଡ୍ତି ରିଲାୟ୍ ।
15କଃତିଦିନାର୍ ହଃଚେ ହାକାହାକି ଚଅକଳି ବିସ୍ୱାସି ବାୟ୍ବେଣି ମଃନାର୍ ଲକ୍ ଦଃଳ୍ ବିତ୍ରେ ପିତର୍ ଟିଆଅୟ୍ କୟ୍ଲା, 16“ବାୟ୍ବେଣିମଃନ୍, ଜୁୟ୍ ଇସ୍କାରିଅତ୍ ଜିଉଦା ଜିସୁକ୍ ଦଃର୍ତା ଲକ୍ମଃନ୍କେ ବାଟ୍ ଦଃକାୟ୍ରିଲା, ତାର୍ କଃତାକ୍ ପବିତ୍ର ଆତ୍ମା ଦାଉଦାର୍ ଟଣ୍ଡେ ଜାୟ୍ରି କୟ୍ରିଲି ସେ ସାସ୍ତର୍ କଃତା ହୁରୁଣ୍ ଅଃଉଁକେ ରିଲି । 17କାୟ୍ତାକ୍ବଃଲେକ୍ ଜିଉଦା ଅଃମାର୍ ଦଃଳ୍ ବିତ୍ରେ ଏକ୍ଲା ବଃଲି ଗଃଣ୍ତି ଅଃଉତି ରିଲା, ଆର୍ ଇ ସେବା ହଃଦେ ସେ ହେଁ ରିଲା ।” 18୧:୧୮ ମାତି ୨୭:୩-୮.ଇ ଜିଉଦା ଜିସୁକେ ଦଃରାୟ୍ ଜୁୟ୍ ଅଃଦଃର୍ମାର୍ ଟଃକା ହାୟ୍ରିଲା, ସେ ଟଃକାୟ୍ କଃଣ୍ଡେକ୍ ବୁୟ୍ଁ ଗେନା ଜାୟ୍ ରିଲି, ଆରେକ୍ ସେ ସେତି ଟିଆଟିଆ ହଃବ୍ଳାୟ୍ ଅୟ୍ଲା, ତାର୍ ହେଟ୍ ହୁଟ୍ଲି, ଆର୍ ଅଃତ୍ନିହଟା ବାରାୟ୍ଲି । 19ଆର୍ ଜିରୁସାଲମ୍ ଗଃଳେ ବାସାକଃର୍ତା ସବୁ ଲକ୍ମଃନ୍ ଜାଣ୍ଲାୟ୍ ଆର୍ ସେ ହଃଦା, ତାକାର୍ ବାସାୟ୍ “ହକଲ୍ଦମା” ବଃଲେକ୍ ବଃନିର୍ ହଃଦା ବଃଲି ଡାକ୍ ହୁଟ୍ଲି । 20“ଆର୍ ଗିତସଂଗିତା ପୁସ୍ତକେ ଇରି ଲେକା ଆଚେ,”
“ତାର୍ ଗଃର୍ ସୁନା ଅଃଉଅ,
ସେତି କେ ବାସା ନଃକେରତ୍,
ଆରେକ୍ ହେଁ ଲେକା ଆଚେ ତାର୍ କାମ୍ ବିନ୍ଲକ୍ ହାଉଅ ।”
21୧:୨୧ ମାତି ୩:୧୬; ମାର୍କ ୧:୯; ଲୁକ ୩:୨୧; ମାର୍କ ୧୬:୧୯; ଲୁକ ୨୪:୫୧.“ସେତାକ୍ ମାପ୍ରୁ ଜିସୁର୍ ମଃରି ଉଟ୍ଲାର୍ ସାକି ଅଃଉଁକେ ଆରେକ୍ ଗଟେକ୍ ଲକ୍ ଅଃମାର୍ ସଃଙ୍ଗ୍ ମିସ୍ତା ଲଳା । ଜହନ୍ ବାପ୍ତିସମ୍ ଦେତା ବଃଳ୍ ହୁଣି ଆରୁମ୍ କଃରି ଅଃମାର୍ ତଃୟ୍ହୁଣି ଉହ୍ରେ ସଃର୍ଗେ ଗଃଲା ଦିନ୍ହୁଣି ଜଃତେକ୍ ଦିନ୍ ମାପ୍ରୁ ଜିସୁ ଅଃମାର୍ ବିତ୍ରେ ଜାଆ ଆସ୍ କଃର୍ତିରିଲା, 22ଜିସୁ ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଲା ଦିନ୍ହୁଣି ସଃର୍ଗେ ଜାତା ହଃତେକ୍ ସଃବୁବଃଳ୍ ମାପ୍ରୁ ଜିସୁ ଅଃମିମଃନାର୍ ସଃଙ୍ଗ ବୁଲାଚାଲା ଅଃଉତାବଃଳ୍ ଜୁୟ୍ ଲକ୍ ଅଃମାର୍ ଦଃଳେ ରିଲାୟ୍ ସେମଃନାର୍ ବିତ୍ରେ ଏକ୍ଲାକେ ଉଟ୍ତା ଦଃର୍କାର୍ ।”
23ସେତାକ୍ ସେମଃନ୍ ଦୁୟ୍ ଲକ୍କେ, ବଃଲେକ୍ ଜସେପ୍ ଜାକେ ବଃର୍ସବା ବଃଲି କଃଉତି ଆର୍ ଜାର୍ ଆରେକ୍ ଗଟ୍ ନାଉଁ ଜୁସ୍ତ ଆର୍ ମତିୟକେ ଦୁୟ୍ ଲକାର୍ ନାଉ ଆଣ୍ଲାୟ୍ । 24ଆର୍ ଇ ପାର୍ତ୍ନା କଃଲାୟ୍, “ଏ ମାପ୍ରୁ ତୁୟ୍ ସଃବୁ ଲକାର୍ ଚିତା ଜାଣୁଲିସ୍, ଇ ଦୁୟ୍ ଲକାର୍ ବିତ୍ରେ କାକେ ତୁୟ୍ ବାଚି ଆଚ୍ସି, ଅଃମିକ୍ ଜାଣାଉ; ଜିଉଦା ମଃଲାକ୍ ତାର୍ ସେବା ଆର୍ ପେରିତ୍ ହଃଦ୍ ବୁଡି ଆଚେ, 25ଇ ଲକ୍ ଜିଉଦାର୍ ଟାଣେ ପେରିତ୍ ଚେଲା କାମ୍ କଃରେଦ୍, ସେବା ହଃଦ୍ ହାଉଁକ୍ ଇ ଦୁୟ୍ ଲକାର୍ ବିତ୍ରେ ତୁମି କାକେ ବାଚି ଆଚାସି, ତାକେ ଦଃକାଉ ।” 26ତାର୍ ହଃଚେ ସେମଃନ୍ ସେ ଦୁୟ୍ ଲକାର୍ ଗିନେ କେଳି ବାଚ୍ଲାୟ୍, ଆର୍ ମତିୟର୍ ନାଉଁଏ କେଳି ହୁଟ୍ଲି, ସେତାକ୍ ସେ ଏଗାର୍ ପେରିତ୍ ସଃଙ୍ଗ୍ ଗଃଣା ଅୟ୍ଲି ।
2ପବିତ୍ର ଆତ୍ମା ଉତୁର୍ତାର୍
1ଜଃଡ୍ବଃଳ୍ ପେଣ୍ଟିକସ୍ଟ୍ ହଃର୍ବାର୍ ଦିନ୍ ଚଃମେ ଅୟ୍ଲି ସଃବୁ କ୍ରିସ୍ଟ ବିସ୍ୱାସିମଃନ୍ ଗଟ୍ ଟାଣେ ରୁଣ୍ଡି ରିଲାୟ୍, 2ଆର୍ ଗୁରାଗାଲିର୍ ସଃବଦ୍ ହର୍ ଗଟେକ୍ ସଃବଦ୍ ତଃତ୍କାଣ୍ ଅଃଗାସେ ହୁଣି ଆୟ୍ଲି ଆର୍ ଜୁୟ୍ ଗଃରେ ସେମଃନ୍ ବଃସି ରିଲାୟ୍ ସେ ଗଃରାର୍ ଚାରିହାକ୍ ମାଡିଗଃଲି । 3ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି । 4ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
5ଅଃଡେବଃଳ୍ ଅଃଗାସ୍ ତଃଳେ ରିଲା ହୁର୍ତିବିର୍ ବିନ୍ବିନ୍ ଦେସେହୁଣି ଆସିରିଲା ଜିଉଦିମଃନ୍ ଜିରୁସାଲମେ ସେବାକାରି ସେତି ରିଲାୟ୍ । 6ଆର୍ ସେ ଗଃର୍ଞ୍ଜାଣ୍ ଅୟ୍ଲାକ୍ ଗାଦାଲକ୍ ରୁଣ୍ଡ୍ଲାୟ୍ ଆର୍ କ୍ରିସ୍ଟବିସ୍ୱାସି ମଃନ୍ ନିଜାର୍ ନିଜାର୍ ବାସାୟ୍ କଃଉତାର୍ ସୁଣି ବଃଡେ କାବା ଅୟ୍ଲାୟ୍ । 7ଆରେକ୍ ସେମଃନ୍ ବଃଡେ କାବା ଅୟ୍ କୟ୍ଲାୟ୍, “ଇ ଜୁୟ୍ ଲକ୍ମଃନ୍ କଃତା କଃଉଁଲାୟ୍ ସେମଃନ୍ କାୟ୍ ଗାଲିଲିର୍ ନଃଉତି ? 8ତଃବେ ଅଃମିମଃନ୍ କଃନ୍କଃରି ହଃତି ଲକ୍ ନିଜାର୍ ନିଜାର୍ ବାସାୟ୍ କଃତା କଃଉତାର୍ ସୁଣ୍ଲୁ । 9ପାର୍ତିୟ, ମାଦିୟ ଆର୍ ଏଲାମିୟ, ଆରେକ୍ ମେସପଟାମିଆ, ଜିଉଦା ଆର୍ କାପାଦକିଆ, ପନ୍ତ ଆର୍ ଆସିଆ, 10ପ୍ରୁଗିଆ ଆର୍ ପପୁଲିଆ, ମିସର୍ ଆର୍ କୁରିଣି ଚଃମାର୍ ଲିବିଆ ହଲିର୍ ଆର୍ ରମ୍ ହୁଣି ଆୟ୍ଲା ଜିଉଦି ଆର୍ ଜିଉଦି ଦଃର୍ମେ ମିସିକଃରି ଆସିରିଲା ଲକ୍ମଃନ୍, 11ଆରେକ୍ କ୍ରିତିଅ ଆର୍ ଆରବ୍ ଦେସାର୍ ଜିଉଦି ଲକ୍ମଃନ୍ ଜେ ଅଃମିମଃନ୍, ଅଃମିମଃନାର୍ ଦଃର୍ମ୍ ଦାରାୟ୍ ଅଃମାର୍ ନିଜାର୍ ନିଜାର୍ ବାସାୟ୍ ଇସ୍ୱରାର୍ ମହାନ୍ କଃତା କଃଉତାର୍ ସୁଣ୍ଲୁ ।” 12ଆର୍ ସଃବୁ କାବା ଆର୍ ବୁଦି ବାଣା ଅୟ୍ ସେମଃନାର୍ ବିତ୍ରେ କଃଉଁକେ ଦଃର୍ଲାୟ୍, “ଇତାର୍ ବାବ୍ କାୟ୍ରି ।”
13ମଃତର୍ ବିନ୍ ଲକ୍ମଃନ୍ ବିସ୍ୱାସି ମଃନ୍କେ ଟାହ୍ରାକଃରି କଃଉଁକେ ଦଃର୍ଲାୟ୍, “ଇମଃନ୍ ମଃଦ୍ କାୟ୍ ମାତି ଆଚ୍ତି ।”
ପିତରାର୍ ପର୍ଚାର୍
14ମଃତର୍ ପିତର୍ ଏଗାର୍ଗଟ୍ ସଃଙ୍ଗ୍ ଟିଆଅୟ୍ ବଃଡ୍ ଟଣ୍ଡ୍କଃରି ସେମଃନାର୍ ଚଃମେ କଃତା କଃଉଁକ୍ ଦଃର୍ଲା, “ଆର୍ ଏ ଜିଉଦି ଲକ୍ମଃନ୍ ଆର୍ ଜିରୁସାଲମାର୍ ସଃବୁ ଲକ୍ ତୁମିମଃନ୍ ଇରି ସୁଣା ଆର୍ ମର୍ କଃତାର୍ ଅଃର୍ତ୍ ବୁଜାୟ୍ କଃଉଁଲେ ଜାଣା । 15କାୟ୍ତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ମଃନେ ବାବୁଲାସ୍ ଇମଃନ୍ ସେମଃନାର୍ ହର୍ ମାତୁଆଳି ନାୟ୍, ବଃଲେକ୍ ଅଃବେ ସଃକାଳ୍ ନଅଃ ଗଃଟା ଅୟ୍ଆଚେ । 16ମଃତର୍ ଜୟେଲ୍ ବାବ୍ବାଦି ଜାୟ୍ରି କୟ୍ଆଚେ, ଇରି ସେ ଗଃଟ୍ଣା ।”
17“ଇସ୍ୱର୍ କୟ୍ଆଚେ ସେସ୍ କାଳେ ଅଃନ୍କାର୍ ଇରି ମୁୟ୍ଁ କଃରିନ୍ଦ୍ ।
ମୁୟ୍ଁ ସଃବୁ ଲକାର୍ ଉହ୍ରେ ନିଜାର୍ ଆତ୍ମା ବଃର୍ସାଇନ୍ଦ୍
ସେତାକ୍ ମର୍ କବୁର୍ କଃଉତି ହୟ୍ଦି ଜିଦିମଃନ୍ ବାବ୍ବାଣି କଃଉତି;
ଆର୍ ତୁମିମଃନାର୍ ବେଣ୍ଡ୍ୟାମଃନ୍ ନିକ କଃତାମଃନ୍ ଦଃକ୍ତି,
ଆରେକ୍ ତୁମାର୍ ପାରାଚିନ୍ମଃନ୍ ଚଃହୁନ୍ ଦଃକ୍ତି ।
18ହେଁ ସେ କାଳେ ମୁୟ୍ଁ ମର୍ ଗତିଦଃଙ୍ଗ୍ଳାମଃନାର୍ ଉହ୍ରେ ମର୍ ଆତ୍ମା ହଃଟାୟ୍ନ୍ଦ୍,
ସେତାକ୍ ସେମଃନ୍ ବାବ୍ବାଣି କଃଉତି ।
19ମୁୟ୍ଁ ଅଃଗାସ୍ ଉହ୍ରେ କାବା ଅଃଉତା କାମ୍
ଆରେକ୍ ଅଃଗାସ୍ ତଃଳାର୍ ହୁର୍ତିବି ତଃୟ୍ ବିନ୍ ବିନ୍ ଚିନ୍, ବଃନି, ଜୟ୍,
ଆର୍ କଃଳିଆ ଦୁଆଁ ଦଃକାୟ୍ନ୍ଦ୍ ।
20ମାପ୍ରୁର୍ ବଃଡ୍ ଆର୍
ଜଃଜ୍ମାନାର୍ ଦିନ୍ ଆସ୍ତା ଆଗ୍ତୁ ବେଳ୍ ଅଃନ୍ଦାର୍,
ଆର୍ ଜଃନ୍ ବଃନି ହର୍ ଅୟ୍ଦ୍ ।
21ଆର୍ ଅଃନ୍କାର୍ ଗଃଟେଦ୍ ଜେ, ଜଃଡେବଃଳ୍ ମାପ୍ରୁର୍ ନାଉଁଏ ପାର୍ତ୍ନା କଃରେଦ୍, ସେ ମୁକ୍ତି ହାୟ୍ଦ୍ ।”
22“ଏ ଇସ୍ରାଏଲ୍ ଲକ୍ମଃନ୍ ଇ ସଃବୁ କଃତା ସୁଣା ନାଜରିତାର୍ ଜିସୁ କଃତେକ୍ ସଃକ୍ତିର୍ କାମ୍, କାବା ଅଃଉତା କାମ୍, ଆର୍ ଚିନ୍ ଦଃକାୟ୍ ତୁମିମଃନାର୍ ଚଃମେ ଇସ୍ୱରାର୍ ହଃଟାୟ୍ଲା ଲକ୍ ବଃଲି ଚିନାୟ୍ଅୟ୍ ଆଚେ, ତାର୍ ତଃୟ୍ ଇସ୍ୱର୍ ଜେ ତୁମିମଃନାର୍ ବିତ୍ରେ ଇତି ସଃବୁ କାମ୍ କଃରିଆଚେ, ଇରି ତୁମିମଃନ୍ ନିଜେ ନିଜେ ଜାଣାସ୍ । 23୨:୨୩ ମାତି ୨୭:୩୫; ମାର୍କ ୧୫:୨୪; ଲୁକ ୨୩:୩୩; ଜହ ୧୯:୧୮.ଇସ୍ୱର୍ ତାର୍ ଜଃଜ୍ନା ହଃର୍କାରେ ଜିସୁକେ ତୁମାର୍ ଆତେ ସଃହ୍ରି ଦେଉଁକେ ତିର୍ କଃରିରିଲା । ଆରେକ୍ ତୁମି ତାକେ ବିଦିନୟ୍ଲା ହାହିମଃନାର୍ ସଃଙ୍ଗ୍ କ୍ରୁସେ ଚଗାୟ୍ ମାର୍ଲାସ୍ । 24୨:୨୪ ମାତି ୨୮:୫,୬; ମାର୍କ ୧୬:୬; ଲୁକ ୨୪:୫.ମଃତର୍ ଇସ୍ୱର୍ ମଃର୍ନ୍ ବାନ୍ଦୁଣ୍ ଇଟାୟ୍ ତାକେ ଉଟାୟ୍ ଆଚେ, କାୟ୍ତାକ୍ ବଃଲେକ୍ ସେ ମଃରି କଃରି ସଃବୁଦିନ୍ ରେତା ହାବଳ୍ । 25ଦାଉଦ୍ ତାର୍ କଃତା କୟ୍ଆଚେ,
‘ମୁୟ୍ଁ ସଃବୁବଃଳ୍ ମର୍ ମୁଏଁ ମାପ୍ରୁକ୍ ଦଃକି ଆଚି,
କାୟ୍ତାକ୍ ବଃଲେକ୍ ମୁୟ୍ଁ ନଃଡିରି, ସେତାକ୍ ସେ ମର୍ କାତା ବାଟ୍ୟା ଆଚେ ।
26ସେତାକ୍ ମର୍ ମଃନ୍ ସଃର୍ଦା,
ଆର୍ ମର୍ ଜିବନ୍ ବଃଡେ ସଃର୍ଦା ଅୟ୍ଲି,
ଆର୍ ମର୍ ମଃର୍ତା ଗଃଗାଳ୍ ହେଁ ଇସ୍ୱରାର୍ ବଃର୍ସାୟ୍ ବାଚେଦ୍ ।
27କାୟ୍ତାକ୍ବଃଲେକ୍ ତୁୟ୍ ମର୍ ହଃରାଣ୍କେ ହଃତାଳେ ନଃଚାଡ୍ସି,
ଆର୍ ଅଃହ୍ଣାର୍ ଦଃର୍ମି ଲକ୍କେ ମଃସୁଣ୍ କାଲେ ନଃସ୍ଟ୍ ଅଃଉଁକେ ନଃଦେସି ।
28ତୁୟ୍ ମର୍ ଜିବନାର୍ ବାଟ୍ ଦଃକାୟ୍ ଆଚ୍ସି,
ତୁୟ୍ ମର୍ ସଃଙ୍ଗ୍ ରିଲେକ୍ ମକ୍ ସଃର୍ଦାୟ୍ ହୁର୍ନ୍ କଃର୍ସି ।’
29ଏ ଇସ୍ରାଏଲାର୍ ବାୟ୍ବେଣିମଃନ୍, ଦାଦିବାବୁର୍ ମୁଳ୍ ବଃଉଁସ୍ ଦାଉଦାର୍ କଃତା ମୁୟ୍ଁ ତୁମିମଃନ୍କେ ଟଣ୍ଡ୍ ମେଲାକଃରି କଃଉତା ଅଃଦିକାର୍ ଜେ, ସେ ମଃଲା ଆର୍ ମଃସ୍ଣେ ତାକେ ତହ୍ଲାୟ୍, ଆର୍ ତାର୍ ମଃସୁଣ୍ ଆଜି ହଃତେକ୍ ଅଃମାର୍ ତଃୟ୍ ଆଚେ । 30ଅୟ୍ଲେକ୍ ହେଁ ସେ ବାବ୍ବାଦି ଅୟ୍ରିଲାକ୍ ଆର୍ ତାର୍ ବଃଉଁସାର୍ ଗଟେକ୍ ଲକ୍କେ ଇସ୍ୱର୍ ତାର୍ ସିଙ୍ଗାସଣେ ବଃସାଉଁକ୍ ତାର୍ ଚଃମେ ହଃର୍ମାଣ୍ କଃରି ସଃୟ୍ତ୍ କଃରିରିଲା । 31ଇସ୍ୱର୍ ଆସୁଲା ଦିନେ କାୟ୍ରି କଃରୁକେ ଜଃଉଁଲା, ଦାଉଦ୍ ସେରି ଜାଣୁହାରି କ୍ରିସ୍ଟ ଉଟ୍ତା କଃତା କୟ୍ ଆଚେ,
କାୟ୍ତାକ୍ବଃଲେକ୍ ସେ ହଃତାଳେ ଚାଡା ନୟ୍ଲା;
ଆର୍ ତାର୍ ଗଃଗାଳ୍ ନଃସ୍ଟ୍ ନୟ୍ଲି ।”
32ଇ ଜିସୁକେ ଇସ୍ୱର୍ ଉଟାୟ୍ ଆଚେ, ସେ କଃତା ଅଃମି ସଃବୁ ଜାଣୁ । 33ଜିସୁ, ତାର୍ ଉବାସି ଇସ୍ୱର୍ କାତା ବାଟ୍ୟା ସେ ଉଟାୟ୍ ଇସ୍ୱରାର୍ କାତା ଆତ୍ ତଃୟ୍ହୁଣି ଉଚ୍ ଆର୍ ଉବାର୍ ତଃୟ୍ହୁଣି ସଃୟ୍ତାର୍ ପବିତ୍ର ଆତ୍ମା ହାୟ୍କଃରି ଜାୟ୍ରି ତୁମିମଃନ୍ ଦଃକୁଲାସ୍ ଆର୍ ସୁଣୁଲାସ୍, ସେରି ସେ ଅଃମାର୍ ଉହ୍ରେ ଡାଳି ଦଃୟ୍ ଆଚେ । 34କାୟ୍ତାକ୍ବଃଲେକ୍ ଦାଉଦ୍ ସଃର୍ଗେ ଜାୟ୍ ନଃରିଲା, ମଃତର୍ ସେ ନିଜେ କୟ୍ଆଚେ,
“ମାପ୍ରୁ ମର୍ ମାପ୍ରୁକ୍ କୟ୍ଲା,
35ମୁୟ୍ଁ ଜୁୟ୍ ହଃତେକ୍ ତୁମାର୍ ସଃତ୍ରୁମ୍ନଃକେ ତୁମାର୍ ହାଦ୍ ତଃଳେ ନଃକେରି,
ସେ ହଃତେକ୍ ମର୍ କାତା ବାଟ୍ୟା ବଃସିରେ ।”
36“ବଃଲେକ୍ ସଃର୍ନେ ଇସ୍ରାଏଲ୍ ବଃଉଁସ୍ ବାୟ୍ଦ୍ରେ ଜାଣତ୍ ଜୁୟ୍ ଜିସୁକେ ତୁମିମଃନ୍ କ୍ରୁସେ ମାର୍ଲାସ୍ ତାକେ ଇସ୍ୱର୍ ମାପ୍ରୁ ଆର୍ କ୍ରିସ୍ଟ ଜଳେକ୍ ହଃଦେ ବଃସାୟ୍ ଆଚେ ।”
37ଇ କଃତା ସୁଣି ସେମଃନାର୍ ମଃନ୍ ବାଙ୍ଗିଗଃଲି ଆରେକ୍ ସେମଃନ୍ ପିତର୍ ଆର୍ କବୁର୍କାରିଆ ମଃନ୍କେ କୟ୍ଲାୟ୍, “ବାୟ୍ମଃନ୍ ଆମିମଃନ୍ କାୟ୍ କଃରୁଆଁ ?”
38ସେତାକ୍ ପିତର୍ ସେମଃନ୍କେ କୟ୍ଲା, “ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ । 39କାୟ୍ତାକ୍ବଃଲେକ୍ ଇ ସଃୟ୍ତ୍ ତୁମାର୍ ଗିନେ ଅୟ୍ଆଚେ, ତୁମିମଃନାର୍ ହିଲାମଃନାର୍ ଗିନେ ଆରେକ୍ ଦୁରେ ରେତା ଜଃତେକ୍ ଲକ୍କେ ମାପ୍ରୁ ଅଃମାର୍ ଇସ୍ୱର୍ ଅଃହ୍ଣାର୍ ଚଃମେ କୁଦେଦ୍, ସେ ସଃବ୍କାର୍ ଗିନେ ।”
40ଆରେକ୍ ବିନ୍ ଲକ୍ମଃନ୍କେ କଃତେକ୍ କଃତାୟ୍ ପିତର୍ ସାକି ଦେଉଁକ୍ ଦଃର୍ଲା ଆର୍ ସେମଃନ୍କେ ଗଃଉଆରି କଃରି କୟ୍ଲା, “ଇ ହେଟ୍କୁଟ୍ୟା ବଃଉଁସ୍ ତଃୟ୍ହୁଣି ତୁମିମଃନ୍ ମୁକ୍ଳା ।” 41ସେତାକ୍ ଜୁୟ୍ମଃନ୍ ପିତରାର୍ କଃତା ମଃନେ ବିସ୍ୱାସ୍ କଃଲାୟ୍, ସେମଃନ୍ ବାପ୍ତିସମ୍ ହାୟ୍ଲାୟ୍, ଆର୍ ସେ ଦିନ୍ ହାକାହାକି ତିନି ଅଃଜାର୍ ଲକ୍ ବିସ୍ୱାସି ଦଃଳେ ମିସ୍ଲାୟ୍ । 42ସେମଃନ୍ ପେରିତ୍ମଃନାର୍ ସିକ୍ୟାୟ୍, ସଃଙ୍ଗେ ରେତାର୍, ରୁଟି ବାଙ୍ଗ୍ତା ତଃୟ୍, ପାର୍ତ୍ନା କଃର୍ତା ତଃୟ୍ ମଃନ୍ହଃରାଣ୍ ଦଃୟ୍ରିଲାୟ୍ ।
ବିସ୍ୱାସିମଃନାର୍ ହଃତି ଦିନାର୍ ଜିବନ୍
43ଆର୍ ଲକ୍ମଃନ୍ କାବା ଅୟ୍ଲାୟ୍, କାୟ୍ତାକ୍ବଃଲେକ୍ ପେରିତ୍ମଃନ୍ ଗାଦେକ୍ କାବା ଅଃଉତା କାମ୍ ଆର୍ ଚିନ୍ମଃନ୍ ଦଃକାଉଁକ୍ ଦଃର୍ଲାୟ୍ । 44୨:୪୪ ପେରି ୪:୩୨-୩୫.ମଃତର୍ ଜୁୟ୍ ଲକ୍ମଃନ୍ ବିସ୍ୱାସ୍ କଃଲାୟ୍ ସେମଃନ୍ ସଃବୁ ଗଟେକ୍ ଟାଣେ ରୁଣ୍ଡି ସଃବୁ ରଃକମାର୍ ଦଃନ୍ବିତ୍ ସଃବାର୍ ବଃଲି ବାବ୍ତି ରିଲାୟ୍ । 45ଆରେକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ସଃବୁ ରଃକମାର୍ ଦଃନ୍ସଃପତି ବିକିକଃରି ଜାର୍ ଜଃତେକ୍ ଲଳା ସଃବ୍କେ ବାଟାକଃରୁକ୍ ଦଃର୍ଲାୟ୍ । 46ଆର୍ ସେମଃନ୍ ଏକ୍ ମଃନ୍ ଅୟ୍ ସଃବୁ ବିନ୍ ମନ୍ଦିରେ ରୁଣ୍ଡିରେତି ରିଲାୟ୍ ଆର୍ ଗଃରେ ଗଃରେ ରୁଟି ବାଙ୍ଗି କଃରି ସଃର୍ଦାୟ୍ ଆର୍ ସୁସାର୍ ମଃନେ କାଉଆ ହିଉଆ କଃର୍ତି ରିଲାୟ୍ ।
47ଆର୍ ସେମଃନ୍ ଇସ୍ୱରାର୍ ଦଃୟାର୍ ଜଃଜ୍ମାନ୍ କଃର୍ତି ରିଲାୟ୍ ଆର୍ ସଃବୁ ଲକାର୍ ଗଃର୍ ମଃନ୍କେ ଜାତି ରିଲାୟ୍, ଆରେକ୍ ମାପ୍ରୁ ହାହେ ହୁଣି ମୁକ୍ତି ହାୟ୍ଲା ଲକ୍ମଃନ୍କେ ହଃତିଦିନ୍ ସେମଃନାର୍ ଦଃଳେ ମିସାଉତି ରିଲାୟ୍ ।
3ଗଟେକ୍ ଚଟା ବିକାରି ଉଜ୍ ଅୟ୍ଲା
1ଗଟ୍ ଦିନ୍ ପିତର୍ ଆର୍ ଜହନ୍ ପାର୍ତ୍ନା ବେଳାୟ୍ ଉହୁର୍ଅଳି ତିନି ଗଃଟାବଃଳ୍ ମନ୍ଦିରେ ଜାତିରିଲାୟ୍ । 2ଅଃନ୍କାବଃଳ୍ ଜଃଲମେହୁଣି ହୁଣି ଗଟେକ୍ ଚଟାଲକେ ମନ୍ଦିର୍ ଦୁଆର୍ ଚମେ ବୟ୍ ନଃୟ୍ ବଃସାଉତି ରିଲାୟ୍; ମନ୍ଦିରେ ଜାତିରିଲା ଲକ୍ମଃନ୍କେ ବିକ୍ମାକୁକ୍ ଲକ୍ମଃନ୍ ତାକେ ହଃତି ଦିନ୍ ମନ୍ଦିରାର୍ ସୁନ୍ଦୁର୍ ନାଉଁଆର୍ ଦୁଆରେ ବଃସାଉତି ରିଲାୟ୍ । 3ସେ ଚଟା, ପିତର୍ ଆର୍ ଜହନ୍କେ ମନ୍ଦିର୍ ବିତ୍ରେ ଜାତାର୍ ଦଃକି ବିକ୍ମାକୁକ୍ ଦଃର୍ଲା । 4ପିତର୍ ଆର୍ ଜହନ୍ ତାକେ ନିକ୍କଃରି ଦଃକ୍ଲାୟ୍, ଆର୍ ପିତର୍ କୟ୍ଲା, “ଅଃମାର୍ ବାଟ ଦଃକ୍ ।” 5ସେତାକ୍ ସେ ଚଟା ସେମଃନାର୍ ତଃୟ୍ହୁଣି କାୟ୍ରି ହାଉଁକ୍ ଆସା କଃରି ସେମଃନାର୍ ହାକ୍ ଦଃକ୍ଲା । 6ମଃତର୍ ପିତର୍ କୟ୍ଲା, “ରୁହା କି ସନା ମର୍ ତଃୟ୍ ନାୟ୍, ମଃତର୍ ମର୍ ଜାୟ୍ରି ଆଚେ ସେରି ମୁୟ୍ଁ ତକ୍ ଦେଉଁଲେ, ନାଜରିତାର୍ ଜିସୁର୍ କ୍ରିସ୍ଟର୍ ନାଉଁଏ ଇଣ୍ଡ୍ ।” 7ଆରେକ୍ ସେ ତାର୍ କାତା ଆତ୍ ଦଃରି ଉଟାୟ୍ଲା, ତଃତ୍କାଣ୍ ତାର୍ ହାଦ୍ ଆର୍ ଗଡାର୍ ଗଃଟି ସଃବୁ ବଃଳ୍ ହାୟ୍ଲି । 8ଆରେକ୍ କୁତ୍ମାଡି ଟିଆ ଅୟ୍ଲା, ଆରେକ୍ ଇଣ୍ଡୁକ୍ ଦଃର୍ଲା, ଆର୍ ସେ ଇଣ୍ଡୁଇଣ୍ଡୁ ଆର୍ କୁତ୍ମାରୁମାରୁ, ଆରେକ୍ ଇସ୍ୱରାର୍ ଜଃଜ୍ମାନ୍ କଃରୁକଃରୁ ସେମଃନାର୍ ସଃଙ୍ଗେ ମନ୍ଦିର୍ ବିତ୍ରେ ଗଃଲା । 9ସେତିରିଲା ଲକ୍ମଃନ୍ ତାକେ ଇଣ୍ଡ୍ତାର୍ ଆର୍ ଇସ୍ୱରାର୍ ଜଃଜ୍ମାନ୍ କଃର୍ତାର୍ ଦଃକ୍ଲାୟ୍ । 10ଆର୍ ଜୁୟ୍ ଲକ୍ ମନ୍ଦିରାର୍ ସୁନ୍ଦୁର୍ ନାଉଁଆର୍ ଦୁଆର୍ ଚଃମେ ବଃସି ବିକ୍ ମାଗ୍ତିରିଲା, ଏ ସେ ଲକ୍ ବଃଲି ସେମଃନ୍ ଚିନ୍ଲାୟ୍ ଆରେକ୍ ତାକେ ଜାୟ୍ଜାୟ୍ରି ଗଃଟିରିଲି ସେରି ଦଃକି ସେମଃନ୍ ବଃଡେ ଡିର୍ଲାୟ୍, ଆର୍ କାବା ଅୟ୍ଲାୟ୍ ।
ପାର୍ତ୍ନା ଗଃରେ ପିତରାର୍ ପର୍ଚାର୍
11ସେ ଚଟାକେ ପିତର୍ ଆର୍ ଜହନ୍ ସଃଙ୍ଗ୍ ସଲ୍ମନାର୍ ହିଣ୍ଡାୟ୍ ରିଲାର୍ ଦଃକି ସଃବୁ ଲକ୍ ବଃଡେ କାବା ଅୟ୍ଲାୟ୍, ଆର୍ ସେମଃନାର୍ ତଃୟ୍ ଦଃବ୍ଳି ଆୟ୍ଲାୟ୍ । 12ପିତର୍ ସେରି ଦଃକି ଲକ୍ମଃନ୍କେ କୟ୍ଲା, ଏ ଇସ୍ରାଏଲ୍ ଲକ୍ମଃନ୍ କାୟ୍ତାକ୍ ଇ ଚଟାର୍ ଗିନେ କାବା ଅଃଉଁଲାସ୍, ଅଃମିମଃନ୍ ଜଃନ୍କଃରି ନିଜାର୍ ସଃକ୍ତି କି ଇସ୍ୱର୍ ବିସ୍ୱାସ୍ ବଃଳେ ଆକ୍ ଇଣ୍ଡୁକ୍ ଦଃୟ୍ ଆଚୁ, ସେରି ବାବି କାୟ୍ତାକ୍ ଅଃମିକ୍ ଦଃକିଲାଗୁଲାସ୍ ? 13ଅବ୍ରାହାମ୍, ଇସାକ୍ ଆର୍ ଜାକୁବର୍ ଇସ୍ୱର୍, ଅଃମାର୍ ଦାଦିବାବୁର୍ ଇସ୍ୱର୍ ଅଃହ୍ଣାର୍ ଦଃଙ୍ଗ୍ଳା ଜିସୁକେ ଜଃଜ୍ମାନ୍ କଃରି ଆଚେ, ସେ ଜିସୁକେ ତୁମିମଃନ୍ ସଃତ୍ରୁଆତେ ସଃହ୍ରି ଦିଲାସ୍ ଜଃଡେବଃଳ୍ ପିଲାତ୍ ତାକେ ମୁକ୍ଳାଉଁକ୍ ତିର୍ କଃର୍ତିରିଲା ସଃଡେବଃଳ୍ ତାକେ ତୁମିମଃନ୍ ପିଲାତର୍ ଚଃମେ ମୁକ୍ଳାଉଁକ୍ ନଃଦିଲାସ୍ । 14୩:୧୪ ମାତି ୨୭:୧୫-୨୩; ମାର୍କ ୧୫:୬-୧୪; ଲୁକ ୨୩:୧୩-୨୩; ଜହ ୧୯:୧୨-୧୫.ତୁମିମଃନ୍ ସେ ପବିତ୍ର ଆର୍ ଦଃର୍ମିଲକ୍କେ ଚାଡ୍ଲାକ୍ ଆର୍ ଗଟେକ୍ ନଃର୍ ଅଃତ୍ୟାକାରିକେ ଜଃନ୍କଃରି ତୁମାର୍ ଗିନେ ଚାଡୁକ୍ ଇତି ପିଲାତ୍କେ ଗଃଉଆରି କଃଲାସ୍ । 15ମଃତର୍ ଜିବନାର୍ ବାଟ୍ ଦଃକାଉତା ଲକେ ତୁମିମଃନ୍ ମାର୍ଲାସ୍, ତାକେ ଇସ୍ୱର୍ ମଃଲା ଲକ୍ମଃନାର୍ ତଃୟ୍ହୁଣି ଉଟାୟ୍ଲା ଆଚେ, ଅଃମିମଃନ୍ ସେତିର୍ ସାକି । 16ଆର୍ ଜିସୁର୍ ନାଉଁଏ ବିସ୍ୱାସ୍ କଃଲାକ୍ ଇ ଜୁୟ୍ ଲକ୍କେ ତୁମିମଃନ୍ ଦଃକୁଲାସ୍ ଆର୍ ଜାଣି ଆଚାସ୍, ଆକ୍ ତାର୍ ନାଉଁ ବଃଳ୍ ଦଃୟ୍ଆଚେ; ହେଁ ତାର୍ ବିସ୍ୱାସ୍ ହଃକା ତୁମାର୍ ସଃବ୍କାର୍ ଚଃମେ ଆକ୍ ଉଜ୍ କଃରି ଆଚେ ।
17“ଆର୍ ଏ ଇସ୍ରାଏଲିୟ ବାୟ୍ବେଣିମଃନ୍ ତୁମିମଃନ୍ ଆର୍ ତୁମାର୍ ମୁଳିକାମଃନ୍ ଜିସୁକେ ଜାୟ୍ରି କଃଲାସ୍ ସେରି ନଃଜାଣିକଃରି ଇରି କଃରି ଆଚାସ୍, ଇରି ମୁୟ୍ଁ ଜାଣି । 18ମଃତର୍ ଇସ୍ୱର୍ ଜିସୁ କ୍ରିସ୍ଟର୍ ଦୁକ୍ ବଗ୍ କଃତା ସଃବୁ ବାବ୍ବାଦିର୍ ମୁଏଁ ଜାୟ୍ଜାୟ୍ରି ହୁର୍ବେ ପର୍ଚାର୍ କଃରିରିଲା ସେ ସଃବୁ ଅଃନ୍କଃରି ହୁରୁଣ୍ କଃଲା । 19ବଃଲେକ୍ ତୁମିମଃନ୍ ଜଃନ୍କଃରି ତୁମିମଃନାର୍ ହାହ୍ କେମା ହାଉଁହାରାସ୍, ଇତାର୍ ଗିନେ ମଃନ୍ ବାଦ୍ଲାୟ୍ ବାଉଳି ଆସା । 20ତଃନ୍ଅୟ୍ଲେକ୍ ମାପ୍ରୁର୍ ତଃୟ୍ହୁଣି ସୁସ୍ତାର୍ ବେଳା ଆସେଦ୍ ଆରେକ୍ ତୁମାର୍ ଗିନେ ହୁର୍ବେ ଟିକ୍ କଃଲା ହଃର୍କାରେ କ୍ରିସ୍ଟ ବଃଲେକ୍ ଜିସୁକେ ସେ ହଃଟାୟ୍ଦ୍ । 21ସଃବୁ ବିସୟ୍ର୍ ନଃଉଆଁ କଃର୍ତାର୍ ଜୁୟ୍ ବେଳାର୍ କଃତା ହୁର୍ବ୍କାଳେ ହୁଣି ଇସ୍ୱର୍ ଅଃହ୍ଣାର୍ ପବିତ୍ର ବାବ୍ବାଦିମଃନାର୍ ମୁଏଁ କୟ୍ଆଚେ, ସେ ବେଳା ଆସ୍ତା ହଃତେକ୍ ଜିସୁକେ ସଃର୍ଗେ ରେଉଁକ୍ ଅୟ୍ଦ୍ । 22୩:୨୨ ମକେ ହଃଟାୟ୍ଲା ହର୍, ମର୍ହର୍ ଗଟ୍ଲକେ ।ଇ ବିସୟେ ମସା କୟ୍ ରିଲା ମାପ୍ରୁ ଇସ୍ୱର୍ ତୁମିମଃନାର୍ ବାୟ୍ମଃନାର୍ ବିତ୍ରେ ତୁମାର୍ ଗିନେ ମର୍ ହର୍ ଗଟେକ୍ ବାବ୍ବାଦିକେ ହଃଟାୟ୍ଦ୍, ଜୁୟ୍ ଜୁୟ୍ କଃତା ସେ ତୁମିମଃନ୍କେ କୟ୍ଦ୍ ସେ ସଃବୁକଃତା ତୁମିମଃନ୍ ତାର୍ କଃତା ସୁଣୁକ୍ ହଃଳେଦ୍ । 23ମଃତର୍ ଅଃନ୍କାର୍ ଗଃଟେଦ୍ ଜେ ବାବ୍ବାଦିର୍ କଃତା ନଃସୁଣେ ସେ ଇସ୍ୱରାର୍ ଲକ୍ମଃନାର୍ ତଃୟ୍ହୁଣି ତାକେ ଅଃଲ୍ଗା କଃରି ନଃସ୍ଟ୍ କଃରାଅୟ୍ଦ୍ । 24ଜାୟ୍ରି ଅଃବେ ଗଃଟୁଲି ସାମୁଏଲ୍ ବାବ୍ବାଦି ଆର୍ ତାର୍ ହଃଚାର୍ ବଃଳ୍ହୁଣି ଜଃତେକ୍ ବାବ୍ବାଦି କଃତା କୟ୍ ଆଚ୍ତି ସେମଃନ୍ ସଃବୁ ହେଁ ଇ କାଳାର୍ କଃତା ପର୍ଚାର୍ କଃରି ଆଚ୍ତି । 25ବାବ୍ବାଦି ମଃନାର୍ ତୁମିମଃନ୍ ସେ ବାବ୍ବାଦିର୍ ହିଲାମଃନ୍ ଆର୍ ତୁମାର୍ ବଃଉଁସ୍ ତଃୟ୍ହୁଣି ହୁର୍ତିବିର୍ ସଃବୁ ବାସାର୍ ଲକ୍ ଆସିର୍ବାଦ୍ ହାଉତି, ଇ କଃତା ଇସ୍ୱର୍ ଅବ୍ରାହାମ୍କେ କୟ୍ରିଲା, ଆର୍ ତୁମିମଃନାର୍ ଦାଦିବାବୁମଃନାର୍ ସଃଙ୍ଗ୍ ଜୁୟ୍ ବିଦି କଃରି ରିଲା ତୁମିମଃନ୍ ସେ ନିୟମାର୍ ହିଲା ଆଚାସ୍ । 26ସେତାର୍ ଗିନେ ଇସ୍ୱର୍ ତାର୍ ଦଃଙ୍ଗ୍ଳାକେ ବାଚିଆଚେ, ଜଃନ୍କଃରି ସେ ତୁମାର୍ ହଃତି ଲକ୍କେ ନିଜାର୍ ନିଜାର୍ ଦୁସ୍ଟ୍ ତଃୟ୍ହୁଣି ବାଉଳାୟ୍ ଆସିର୍ବାଦ୍ କଃରେଦ୍ ।”
4ଜିଉଦି ବେରାଣେ ପିତର୍ ଆର୍ ଜହନ୍
1୪:୧ ହୁଜେରି, କଃତିଗଟ୍ ହର୍ଣ୍ଣାଲେକାତଃୟ୍ ମୁଳ୍ ଜାଜକ୍ ଆଚେ । ପିତର୍ ଆର୍ ଜହନ୍ ଲକ୍ମଃନାର୍ ତଃୟ୍ କଃତା କଃଉତାବଃଳ୍ ଜାଜକ୍ମଃନ୍ ମନ୍ଦିରାର୍ ହାଁଞ୍ଚ୍କଳି ସଃଇନ୍ ଉହ୍ରେ ବଃଡ୍ ସଃୟ୍ନ୍ ଆର୍ ସାଦୁକିମଃନ୍ ସେମଃନାର୍ ଚଃମେ ହଚ୍ଲାୟ୍, 2ସେମଃନ୍ ରିସା ଅୟ୍ରିଲାୟ୍, କାୟ୍ତାକ୍ବଃଲେକ୍ ପେରିତ୍ମଃନ୍ ଲକ୍ମଃନ୍କେ ସିକ୍ୟା ଦେତି ରିଲାୟ୍ ଆର୍ ଜିସୁର୍ କଃତାକ୍ ଦଃରି ମଃଲା ଲକ୍ମଃନ୍ ଉଟ୍ତି ବଃଲି ପର୍ଚାର୍ କଃର୍ତି ରିଲାୟ୍ । 3ଆର୍ ସେମଃନ୍ ପିତର୍ ଆର୍ ଜହନ୍କେ ଦଃରି ଆରେକ୍ ଗଟ୍ ଦିନ୍ ହଃତେକ୍ ଜଃଇଲେ ହୁରାୟ୍ଲାୟ୍, କାୟ୍ତାକ୍ବଃଲେକ୍ ସଃଡେବଃଳ୍ ସଃଞ୍ଜ୍ ଅୟ୍ରିଲି । 4ମଃତର୍ ସେମଃନାର୍ ସିକ୍ୟା ସୁଣିରିଲା ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ ଆର୍ ଅଃଣ୍ଡ୍ରାଲକ୍ ହାଁଚ୍ ଅଃଜାର୍ ରିଲାୟ୍ ।
5ତାର୍ ହଃଚାର୍ ଦିନ୍ ଜିଉଦିମଃନାର୍ ମୁଳିକା, ପାରାଚିନ୍ ଆର୍ ଦଃର୍ମ୍ ଗୁରୁମଃନ୍ ଜିରୁସାଲମେ ରୁଣ୍ଡ୍ଲାୟ୍ । 6ସେତି ମୁଳ୍ ଜାଜକ୍ ହାନାନ୍, କୟାପା, ଜହନ୍, ଆଲେକ୍ଜେଣ୍ଡାର୍, ଆରେକ୍ ମୁଳ୍ ଜାଜକ୍ ବଃଉଁସାର୍ ସଃବୁ ଲକ୍କେ ବେଟ୍ ଅୟ୍ଲା । 7ସେମଃନ୍ ପେରିତ୍ମଃନ୍କ୍ ମଃଜାୟ୍ ଟିଆ କଃରାୟ୍ ହଃଚାରୁକ୍ ଦଃର୍ଲାୟ୍, “ତୁମି ଇରି କଃନ୍କଃରି କଃରୁଲାସ୍ ? କାର୍ ସଃକ୍ତିୟେ ଆର୍ କାର୍ ନାଉଁଏ ତୁମିମଃନ୍ ଇରି କଃରିଆଚାସ୍ ?”
8ସେତାକ୍ ପିତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ସେମଃନ୍କେ କୟ୍ଲା, “ଏ ଲକ୍ମଃନାର୍ ମୁଳିକା ଆର୍ ପାରାଚିନ୍ମଃନ୍ ।”
9ଜଦି ଆଜି ଅଃମିକ୍ ଇ ଚଟାକେ କଃରିରିଲା ନିକ କାମାର୍ ଗିନେ ହଃଚାର୍ଲାସ୍, ଆର୍ ସେ ଲକ୍ କଃନ୍କଃରି ଉଜ୍ ଅୟ୍ଆଚେ ବଃଲି ଜାଣୁକେ ମଃନ୍କଃରୁଲାସ୍ । 10ତଃନ୍ଅଲେ ତୁମିମଃନ୍ ଆର୍ ସଃର୍ନେ ଇସ୍ରାଏଲ୍ ଲକ୍ ଜାଣତ୍ ଜୁୟ୍ ନାଜରିତାର୍ ଜିସୁ କ୍ରିସ୍ଟକେ ତୁମିମଃନ୍ କ୍ରୁସେ ମାରି ରିଲାସ୍, ତାକେ ଇସ୍ୱର୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ ଆଚେ, ତାର୍ ନାଉଁଏ ହେଁ ତାର୍ ତଃୟ୍ହୁଣି ଇ ଲକ୍ ଉଜ୍ ଅୟ୍ ତୁମିମଃନାର୍ ମୁଏଁ ଟିଆ ଅୟ୍ଆଚେ ।
11ଇ ଜିସୁର୍ ବିସୟେ ସାସ୍ତରେ ଲେକା ଆଚେ,
ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ମଃନ୍ ନଃକେଲାୟ୍,
ମଃତର୍ ସେରି କନାର୍ ମୁଳ୍ ଟେଳା ଅୟ୍ଲି, ଇରି ସେ ଟେଳା ।
12ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟ୍ତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟ୍ ନାଉଁ ଦିଆ ନୟେ ।
13ସେମଃନ୍ ପିତର୍ ଆର୍ ଜହନାର୍ ସାସ୍ ଦଃକି ଆର୍ ସେମଃନ୍ ଜେ ସିକିତ୍ ନୟ୍ଲା ଲକ୍ ଆର୍ ଗ୍ୟାନ୍ ନୟ୍ଲା ଲକ୍, ଇରି ଜାଣି କାବା ଅୟ୍ଲାୟ୍ ଆରେକ୍ ସେମଃନ୍ ଜିସୁର୍ ସଃଙ୍ଗ୍ ରିଲାୟ୍ ବଃଲି ସେମଃନ୍କେ ଚିନ୍ଲାୟ୍ । 14ଆର୍ ସେ ଉଜ୍ ଅୟ୍ଲା ଲକ୍ ସେମଃନାର୍ ତଃୟ୍ ଟିଆ ଅୟ୍ରିଲାର୍ ଦଃକି ତାକାର୍ ବିରଦେ କାୟ୍ରି କଃଉଁକେ ନଃହାୟ୍ଲାୟ୍ । 15ତାର୍ହଃଚେ ସେମଃନ୍କେ ବେରାଣ୍ ମଃଣ୍ଡାୟ୍ ହୁଣି ବାରାୟ୍ ଜଃଉଁକେ କୟ୍ଲାୟ୍, ଆର୍ ସେମଃନ୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍, 16“ଇ ଲକ୍ମଃନ୍କେ କାୟ୍କଃରୁଆଁ ?” କାୟ୍ତାକ୍ ବଃଲେକ୍ ଇମଃନାର୍ ତଃୟ୍ହୁଣି ଗଟେକ୍ ବଃଡ୍ କାବା ଅଃଉତା ଚିନ୍ମଃନ୍ ଅୟ୍ଆଚେ, “ଇରି ଜିରୁସାଲମାର୍ ସଃବୁ ଲକ୍ ଜାଣି ଆଚ୍ତି, ଅଃମିମଃନ୍ ସେରି ନାୟ୍ ବଃଲୁନାହାରୁ । 17ମଃତର୍ ଇ କଃତାକ୍ ଲକ୍ମଃନାର୍ ଟାଣେ ଅଃଦିକ୍ ଉର୍ଜି ନଃଉଅ, ଇତାର୍ ଗିନେ ଜିସୁର୍ ନାଉଁଏ କାକେ ହେଁ ନଃକଉଁକେ ସେମଃନ୍କେ ଜଃଗ୍ରାତ୍ କଃରାୟ୍ଲାୟ୍ ।”
18ହଃଚେ ପିତର୍ ଆର୍ ଜହନ୍କେ ଆରେକ୍ ବିତ୍ରେ କୁଦି ଜିସୁର୍ ନାଉଁଏ ମୁଳ୍କେ କଃତା ନଃକଉଁକେ ଆର୍ ସିକ୍ୟା ନଃଦେଉଁକେ ନିକକଃରି ଆଦେସ୍ ଦିଲାୟ୍ । 19ମଃତର୍ ପିତର୍ ଆର୍ ଜହନ୍ ସେମଃନ୍କେ କୟ୍ଲାୟ୍, “ଇସ୍ୱରାର୍ କଃତା ସୁଣ୍ତା ବାଦୁଲେ ତୁମିମଃନାର୍ କଃତା ସୁଣ୍ତାର୍ ମାପ୍ରୁର୍ ଆକାୟ୍ ଟିକ୍ କି ନାୟ୍, ସେରି ତୁମିମଃନ୍ ବିଚାର୍ କଃରି ଦଃକା । 20କାୟ୍ତାକ୍ ବଃଲେକ୍ ଅଃମିମଃନ୍ ଜାୟ୍ଜାୟ୍ରି ଦଃକିଆଚୁ ଆର୍ ସୁଣି ଆଚୁ, ସେରି ସଃବୁ ନଃକୟ୍କଃରି ରେଉଁନାହାରୁ ।” 21ସେତାକ୍ ଲକ୍ମଃନାର୍ ଗିନେ ସେମଃନ୍କେ ଡଃଣ୍ଡ୍ ଦେଉଁକ୍ କାୟ୍ ଉପାୟ୍ ନଃହାୟ୍ ସେମଃନ୍କେ ଚାଡି ଦିଲାୟ୍, ବଃଲେକ୍ ଜାୟ୍ରି ଗଃଟ୍ଲି ସେତାର୍ ଗିନେ ଲକ୍ ସଃବୁ ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ । 22ଜୁୟ୍ ଲକାର୍ ତଃୟ୍ ସେ ଉଜ୍ ଅୟ୍ଲା କାବା ଅଃଉତା ଚିନ୍ମଃନ୍ କଃରାଜାୟ୍ ରିଲି, ତାକେ ଚାଳିସ୍ ବଃର୍ସ୍ ହୁଣି ଅଃଦିକ୍ ଅୟ୍ରିଲି ।
ସାସ୍ ଦଃରୁକ୍ ପାର୍ତ୍ନା
23ପିତର୍ ଆର୍ ଜହନ୍ ଜଃଇଲେ ହୁଣି ମୁକୁଳ୍ଲା ହଃଚେ, ତାକାର୍ ଦଃଳେ ଗଃଲାୟ୍ ଆର୍ ବଃଡ୍ ଜାଜକ୍ ଆର୍ ପାରାଚିନ୍ମଃନ୍ ସେମଃନ୍କେ ଜାୟ୍ ଜାୟ୍ରି କୟ୍ରିଲାୟ୍, ସେରି ସଃବୁ ଜାଣାୟ୍ଲାୟ୍ । 24ବିସ୍ୱାସି ମଃନ୍ ସେରି ସୁଣି ଏକ୍ମଃନେ ଇସ୍ୱର୍କେ ଆଉଲି ଅୟ୍ ପାର୍ତ୍ନା କଃରି କୟ୍ଲାୟ୍, “ଏ ମାପ୍ରୁ ତୁୟ୍ ଅଃଗାସ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେ ବିତ୍ରେ ଆଚ୍ତା ସଃବୁ ବିସୟ୍କେ ଉବ୍ଜାୟ୍ ଆଚ୍ସି । 25ତୁୟ୍ ଅଃହ୍ଣାର୍ ଦଃଙ୍ଗ୍ଳା ଅଃମାର୍ ଉବା ଦାଉଦାର୍ ମୁଏଁ ପବିତ୍ର ଆତ୍ମାୟ୍ ଇ କଃତା କୟ୍ଆଚ୍ସି ।”
“ଅଜିଉଦିମଃନ୍ କାୟ୍ତାକ୍ ରିସା ଅୟ୍ଲାୟ୍
ଆର୍ ଲକ୍ମଃନ୍ ସୁନେ ସୁନେ କୁଟ୍କଃଲାୟ୍ ।”
26ମାପ୍ରୁର୍ ବିରଦେ
ଆର୍ ତାର୍ ବାଚ୍ଲା ଲକାର୍ ଆର୍ ମଃସିଆ ବିରଦେ ହୁର୍ତିବିର୍ ରଃଜାମଃନ୍ ଟିଆ ଅୟ୍ଲାୟ୍
ଆରେକ୍ ସାସନ୍ କଃରୁମଃନ୍ ରୁଣ୍ଡ୍ଲାୟ୍ ।
27୪:୨୭ ଲୁକ ୨୩:୭-୧୧. ମାତି ୨୭:୧,୨; ମାର୍କ ୧୫:୧; ଲୁକ ୨୩:୧; ଜହ ୧୮:୨୮,୨୯.“କାୟ୍ତାକ୍ବଃଲେକ୍ ତୁମାର୍ ଜୁୟ୍ ପବିତ୍ର ଦଃଙ୍ଗ୍ଳା ଜିସୁକେ ଅବିସେକ୍ କଃଲିସ୍ ସଃତ୍କଃରି ତାର୍ ବିରଦେ ହେରଦ୍ ରଃଜା ଆର୍ ପନ୍ତିଅପିଲାତ୍ ଜୁଳେକ୍ ଅଜିଉଦିମଃନ୍ ଆର୍ ଇସ୍ରାଏଲ୍ ଲକ୍ମଃନାର୍ ସଃଙ୍ଗ୍ ଇ ଗଃଳେ, 28ତୁମାର୍ ସଃକ୍ତି ଆର୍ ତୁମାର୍ ଇଚା ହଃର୍କାରେ ଜୁଣ୍ ସଃବୁକଃତା ଗଃଟେଦ୍ ବଃଲି ହୁର୍ବେ ତିରକ୍ରା ଅୟ୍ରିଲି ସେରି କଃରୁକେ ଗଟେକ୍ତଃୟ୍ ରୁଣ୍ଡ୍ଲାୟ୍ । 29ଆର୍ ଅଃବେ ଏ ମାପ୍ରୁ ସେମଃନାର୍ ଉଳ୍ତାର୍ ଆର୍ ଗଃର୍ଞ୍ଜାଣ୍କେ ଦଃକ୍ ଆରେକ୍ ତର୍ ଗତିଦଃଙ୍ଗ୍ଳାମଃନ୍ ହୁରା ହୁସ୍ଟିସଃଙ୍ଗ୍ ତର୍ କଃତା କଃଉଁକେ ସାସ୍ ଦେ । 30ଆର୍ ତାର୍ ସଃଙ୍ଗ୍ ତର୍ ପବିତ୍ର ଦଃଙ୍ଗ୍ଳା ଜିସୁର୍ ନାଉଁଏ ଉଜ୍ କଃରୁକେ ଆର୍ ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ କଃରୁକେ ତର୍ ଆତ୍ ମେଲାକଃର୍ ।”
31ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
ବିସ୍ୱାସିମଃନ୍ ତାକାର୍ ବିତ୍ରାର୍ ସଃବୁ ଦଃନ୍ ସଃବ୍କାର୍ ବଃଲି ବାବ୍ତି ରିଲାୟ୍
32୪:୩୨ ପେରି ୨:୪୪,୪୫.ବିସ୍ୱାସ୍ କଃର୍ତା ଲକ୍ମଃନ୍ ଗଟେକ୍ ମଃନ୍ ଆର୍ ଗଟେକ୍ ହଃରାଣ୍ ଅୟ୍ ରେତିରିଲାୟ୍, ସେମଃନାର୍ ବିତ୍ରେ କେ ହେଁ ଅଃହ୍ଣାର୍ ଦଃନ୍କେ ନିଜାର୍ ବଃଲି କୟ୍ ନଃକେର୍ତି ରିଲାୟ୍, ମଃତର୍ ସେମଃନାର୍ ସଃବୁ ଦଃନାର୍ ସଃମାନ୍ ବାଗ୍ ହାଉତିରିଲାୟ୍ । 33ପେରିତ୍ମଃନ୍ ବଃଡେ ସଃକ୍ତିର୍ ସଃଙ୍ଗ୍ ଜିସୁର୍ ଉଟ୍ଲା ବିସୟେ ସାକି ଦେଉଁକ୍ ଦଃର୍ଲାୟ୍, ଆର୍ ସଃବ୍କାର୍ ଉହ୍ରେ ଇସ୍ୱରାର୍ ବଃଡେ ଦଃୟା ରିଲି । 34ବଃଲେକ୍ ସେମଃନାର୍ ବିତ୍ରେ କାର୍ କାୟ୍ରି ଅକେଟ୍ ନଃରିଲି, କାୟ୍ତାକ୍ବଃଲେକ୍ ଜଃତେକ୍ ଲକାର୍ ବୁୟ୍ଁ ଆର୍ ଗଃର୍ ରିଲି ସେମଃନ୍ ସେରି ବିକି ସଃର୍ନେ ଟଃକା ଆଣ୍ତି ରିଲାୟ୍, 35ଆର୍ ପେରିତ୍ମଃନ୍କ୍ ଦେତି ରିଲାୟ୍ ଆର୍ ହଃତି ଲକ୍କେ ତାର୍ ଲଳା ହଃର୍କାରେ ବାଟା କଃରାଅଉତିରିଲି ।
36ଆରେକ୍ ଜସେପ୍ ଲେବି ବଃଉଁସେ ଜଃଲମ୍ ଗଟେକ୍ ସାଇପ୍ରସ୍ ନାଉଁଆର୍ ଟାଣ୍ ଲକ୍ ଜାକେ ପେରିତ୍ମଃନ୍ ବର୍ନବା ବଃଲି ଆରେକ୍ ଗଟ୍ ନାଉଁ ସଃଙ୍ଗାୟ୍ ରିଲାୟ୍, ବଃଲେକ୍ “ଗଟ୍ଲକ୍ ଜେକି ସାସ୍ ଦଃୟ୍ଦ୍ ।” 37ତାର୍ କଃଣ୍ଡେକ୍ ବୁୟ୍ଁ ରିଲି ସେ ବୁଇଁକେ ବିକିକଃରି ସଃବୁ ଟଃକା ପେରିତ୍ମଃନ୍କ୍ ଆଣି ଦିଲା ।
5ହନନିଅ ଆର୍ ସପିରା
1ହନନିଅ ନାଉଁଆର୍ ଗଟେକ୍ ଲକ୍ ତାର୍ ମାୟ୍ଜି ସପିରାର୍ ସଃଙ୍ଗ୍ କଃତାଅୟ୍ କଃଣ୍ଡେକ୍ ବୁୟ୍ଁ ବିକ୍ଲାୟ୍ । 2ମଃତର୍ ହନନିଅ ତାର୍ ମାୟ୍ଜି ସଃଙ୍ଗ୍ କଃତାଅୟ୍, ବିକ୍ଲା ଟଃକାର୍ କଃତେକ୍ ଲୁକାୟ୍ ବାକି ଟଃକା ଆଣି ପେରିତ୍ମଃନ୍କ୍ ଦିଲାୟ୍ । 3ସେତାକ୍ ପିତର୍ କୟ୍ଲା, “ଏ ହନନିଅ ପବିତ୍ର ଆତ୍ମା ଚଃମେ ମିଚ୍ କଃଉଁକେ ଆର୍ ବୁୟ୍ଁ ବିକ୍ଲା ଟଃକାର୍ କଃତେକ୍ ଲୁକାୟ୍ ସଃଙ୍ଗାଉଁକ୍ ସୟ୍ତାନ୍ ତର୍ ମଃନ୍କେ କାୟ୍ତାକ୍ ଅଃଦିକାର୍ କଃରି ଆଚେ ।” 4ନଃବିକ୍ତା ହୁର୍ବେ ସେରି କାୟ୍ ତର୍ ନିଜାର୍ ଅୟ୍ନଃରିଲି ? ଆର୍ ବିକ୍ଲା ହଃଚେ ସେତିର୍ ଟଃକା କାୟ୍ ତୁମାର୍ ଅଃଦିକାରେ ନଃରିଲି ? ତଃବେ ତୁୟ୍ କାୟ୍ତାକ୍ ଇ ହର୍ ମଃନେ ବାବ୍ଲିସ୍ ? ତୁୟ୍ ମାନାୟ୍ର୍ ଚଃମେ ମିଚ୍ କୟ୍ଲିସ୍, ସେରି ନାୟ୍ ମଃତର୍ ଇସ୍ୱର୍ ଚଃମେ ମିଚ୍ କୟ୍ଲିସ୍ । 5ଇ ସଃବୁ କଃତା ସୁଣ୍ଲା ଦାହ୍ରେ ହନନିଅ କଚାଳି ଅୟ୍ ତଃଳେ ଅଦ୍ରି ମଃଲା । ସେତାକ୍ ସେମଃନ୍ ଇ କଃତା ଜଃତେକ୍ ଲକ୍ ସୁଣ୍ଲାୟ୍ ସଃବୁ ଲକ୍ ବଃଡେ ଡିର୍ଲାୟ୍ । 6ଆର୍ ବେଣ୍ଡ୍ୟା ହିଲାମଃନ୍ ଆସି ତାକେ ହଃଚ୍ୟା ଗୁଳ୍ୟାୟ୍ଲାୟ୍, ଆର୍ ତାକେ ହଃଦାୟ୍ ବୟ୍ ନଃୟ୍ ମଃସ୍ଣେ ତହ୍ଲାୟ୍ ।
7ହାକାହାକି ତିନି ଗଃଟା ହଃଚେ ତାର୍ ଡକୁର୍ସି ଆୟ୍ଲି, ମଃତର୍ କାୟ୍ରି ଅୟ୍ଆଚେ ସେରି ଜାଣି ନଃରିଲି । 8ପିତର୍ ତାକେ ହଃଚାର୍ଲା, “କଃଉ ତ, ତୁମିମଃନ୍ କାୟ୍ ଅଃତେକ୍ ଟଃକାୟ୍ ଇ ବୁୟ୍ଁ ବିକି ରିଲାସ୍ ?”
ସେ କୟ୍ଲି, “ସଃତେକ୍ ସେ ।”
9ସେତାକ୍ ପିତର୍ ତାକେ କୟ୍ଲା, “ମାପ୍ରୁର୍ ଆତ୍ମାକେ କଃଟ୍ହାଳ୍ ବୁଜୁକ୍ ତୁମିମଃନ୍ କାୟ୍ତାକ୍ ଗଟିକଃତା ଅୟ୍ଲାସ୍, ଦଃକ୍ ସେମଃନ୍ ତର୍ ଡକ୍ରାଦିକ୍ ମଃସ୍ଣେ ତହି ଆଚ୍ତି, ସେମଃନ୍ ଦୁଆର୍ଲଃଗେ ହଃଚ୍ଲାୟ୍ବେ । ଆର୍ ସେମଃନ୍ ତକ୍ ହେଁ ହଃଦାୟ୍ ବୟ୍ ନେତି ।” 10ତଃତ୍କାଣ୍ ସେ ପିତରାର୍ ହାଦ୍ ତଳେ ଅଦୁର୍ଲି ଆର୍ ମଃଲି, ଆର୍ ବେଣ୍ଡ୍ୟାହିଲାମଃନ୍ ଗଃର୍ ବିତ୍ରେ ହୁରି ତାକେ ମଃଲାର୍ ଦଃକି ହଃଦାୟ୍ ବୟ୍ ନିଲାୟ୍ ଆର୍ ତାର୍ ଡକ୍ରାସିର୍ ଚଃମେ ତହ୍ଲାୟ୍ । 11ସେତାକ୍ ସଃବୁ ମଣ୍ଡ୍ଳି ଆର୍ ଜଃତେକ୍ ଲକ୍ ଇ ସଃବୁ କାବାଅଃଉତା କାମ୍ ଆର୍ ସଃକ୍ତି ଜାଣ୍ଲାୟ୍, ସେମଃନ୍ ସଃବୁ ବଃଡେ ଡିରି ଗଃଲାୟ୍ ।
ମାପ୍ରୁର୍ ସଃକ୍ତି ଆର୍ କାବା ଅଃଉତା କାମ୍
12ପେରିତ୍ମଃନାର୍ ଆତେ ଲକ୍ମଃନାର୍ ବିତ୍ରେ ଗାଦେକ୍ ଚିନ୍ ଆର୍ କାବାଅଉତା କାମ୍ କଃରାଗଃଲି, ଆର୍ ସଃବୁ ବିସ୍ୱାସି ଦଃଳ୍ ସଲ୍ମନାର୍ ମଣ୍ଡପେ ଗଟେତଃୟ୍ ରୁଣ୍ଡ୍ଲାୟ୍ । 13ମଃତର୍ ବିନ୍ ଲକ୍ମଃନାର୍ ବିତ୍ରେ କେ ସେମଃନାର୍ ସଃଙ୍ଗ୍ ସେତି ଜଃଉଁକେ ସାସ୍ ନଃକେଲାୟ୍, ଅୟ୍ଲେକ୍ ହେଁ ସେମଃନାର୍ ଜଃଜ୍ମାନ୍ କଃର୍ତି ରିଲାୟ୍ । 14ମଃତର୍ ଆରେକ୍ ଅଃଦିକ୍ ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍ ଇସ୍ୱର୍ ତଃୟ୍ ବିସ୍ୱାସ୍କଃରି ମାପ୍ରୁର୍ ବିସ୍ୱାସି ଦଃଳେ ମିସୁକ୍ ଦଃର୍ଲାୟ୍ । 15ଅଃନ୍କାର୍ ଅୟ୍ଲି ଜେ ପିତର୍ ଆସ୍ତା ବଃଳ୍ ତାର୍ ତଃୟ୍ ଜଃନ୍କଃରି ରଗିମଃନାର୍ ବିତ୍ରେ କାର୍ କାର୍ ଉହ୍ରେ ତାର୍ ସାୟ୍ ହଃଳେଦ୍ ଇତାର୍ ଗିନେ ଲକ୍ମଃନ୍ ରଗିମ୍ନଃକେ ହଃଦାୟ୍ ବୟ୍ ଆଣି ଟାଟାୟ୍ ଆର୍ କଃଟେ ସଳାଉତି ରିଲାୟ୍ । 16ଜିରୁସାଲମାର୍ ଚାରିହାକାର୍ ଗଃଳେ ହୁଣି ଲକ୍ମଃନ୍ ରଗି ମଃନ୍କେ ଆର୍ ବିଟାଳ୍ ଆତ୍ମା ଦଃର୍ଲା ଲକ୍ମଃନ୍ ଗଟ୍ତଃୟ୍ ରୁଣ୍ଡ୍ତି ରିଲାୟ୍ ଆର୍ ସେମଃନ୍ ଉଜ୍ ଅଃଉତିରିଲାୟ୍ ।
ପେରିତ୍ ଚେଲାମଃନାର୍ କଃସ୍ଟ୍
17ହଃଚେ ମୁଳ୍ ଜାଜକ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍, ବଃଲେକ୍ ସାଦୁକି ଦଃଳ୍, ପେରିତ୍ମଃନ୍କ୍ ଅଃକାର୍ ଅୟ୍ ଜଃବର୍ ରିସା ଅୟ୍ଲାୟ୍ । 18ଆର୍ ପେରିତ୍ମଃନ୍କ୍ ବାନ୍ଦି ନଃୟ୍ ଜଃଇଲେ ହୁରାୟ୍ଲାୟ୍ । 19ମଃତର୍ ମାପ୍ରୁର୍ ଗଟେକ୍ ଦୁତ୍ ରାତି ବଃଳ୍ ଜଃଇଲାର୍ ଦୁଆର୍ ସଃବୁ ମେଲା କଃଲା, ଆର୍ ସେମ୍ନଃକେ ହଃଦାୟ୍ ବାର୍କଃରି କୟ୍ଲା, 20“ଜାହା ଆର୍ ମନ୍ଦିରେ ଟିଆ ଅୟ୍ ଲକ୍ମଃନ୍କେ ଇ ନଃଉଆଁ ଜିବନାର୍ କଃତା କଃଉଆ ।” 21ସେମଃନ୍ କଃତା ମାନି ସେମଃନ୍ ସଃକାଳ୍ୟା ମନ୍ଦିର୍ ବିତ୍ରେ ଜାୟ୍, ଲକ୍ମଃନ୍କେ ସିକ୍ୟା ଦେଉଁକ୍ ଦଃର୍ଲାୟ୍ । ଇ ବିତ୍ରେ ମୁଳ୍ ଜାଜକ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ଆସି ଜିଉଦିମଃନାର୍ ବେରାଣେ ଆର୍ ଇସ୍ରାଏଲ୍ମଃନାର୍ ପାରାଚିନ୍ ମଃନ୍କେ କୁଦି ଗଟ୍ ଟାଣେ ରୁଣ୍ଡ୍ଲାୟ୍, ଆରେକ୍ ପେରିତ୍ମଃନ୍କ୍ ଜଃଇଲେ ଆଣୁକେ ଲକ୍ ହଃଟାୟ୍ଲାୟ୍ । 22ମଃତର୍ ଜାଗୁଆଳିମଃନ୍ ଜଃଇଲେ ସେମଃନ୍କେ ନଃମିଳାୟ୍ ବାଉଳି ଆସି ଜିଉଦି ବେରାଣେ କୟ୍ଲାୟ୍, 23“ଅଃମିମଃନ୍ ଦଃକ୍ଲୁ ଜଃଇଲ୍ ଗଃର୍ ନିକକଃରି ଡାହି ଅୟ୍ଆଚେ, ଆର୍ ଦୁଆର୍ମଃନ୍କେ ଜାଗୁଆଳିମଃନ୍ ଟିଆ ଅୟ୍ ଆଚ୍ତି, ମଃତର୍ ଦୁଆର୍ ମେଲା କଃଲାକ୍ ବିତ୍ରେ ଅଃମିମଃନ୍ କାକେ ହେଁ ନଃହାୟ୍ଲୁ ।” 24ଇ ସଃବୁ କଃତା ସୁଣି ମନ୍ଦିରାର୍ ଜାଗୁଆଳିମଃନାର୍ ଅଃଦିକାରି ଆର୍ ବଃଡ୍ ଜାଜକ୍ମଃନ୍ ପେରିତ୍ମଃନ୍କ୍ କାୟ୍ରି ଅୟ୍ଆଚେ ବଃଲି ତାକାର୍ ବୁଦି ବାଣା ଅୟ୍ଲି । 25ଅଃଡେବଃଳ୍ ଗଟ୍ ଲକ୍ ଆସି ସେମଃନ୍କେ କୟ୍ଲା, “ଦଃକା ଜୁୟ୍ ଲକ୍ମଃନ୍କେ ତୁମିମଃନ୍ ଜଃଇଲେ ହୁରାୟ୍ ରିଲାସ୍, ସେମଃନ୍ ମନ୍ଦିରେ ଟିଆ ଅୟ୍ ଲକ୍ମଃନ୍କେ ସିକ୍ୟା ଦେଉଁଲାୟ୍ । 26ସଃଡେବଃଳ୍ ମନ୍ଦିର୍ ଜାଗୁଆଳିମଃନାର୍ ମୁଳ୍ ସଃୟ୍ନ୍ ତାର୍ ଜାଗୁଆଳିମଃନାର୍ ସଃଙ୍ଗ୍ ଜାୟ୍ ପେରିତ୍ମଃନ୍କ୍ ଆରେକ୍ ଆଣ୍ଲାୟ୍, ମଃତର୍ ବଃଳ୍ମାଡ୍କଃରି ନାୟ୍, କାୟ୍ତାକ୍ବଃଲେକ୍ ଅଃଉଁ ହାରେ ଲକ୍ମଃନ୍ ତାକାର୍ ଉହ୍ରେ ଟେଳା ମାର୍ତି, ସେତାକ୍ ଡିର୍ତି ରିଲାୟ୍ ।”
27ସେମଃନ୍ ପେରିତ୍ମଃନ୍କ୍ ଆଣି ବେରାଣ୍ ମଃଣ୍ଡାୟ୍ ଟିଆ କଃଲାୟ୍, ସେତାକ୍ ମୁଳ୍ ଜାଜକ୍ ସେମଃନ୍କେ ହଃଚାର୍ଲା । 28୫:୨୮ ମାତି ୨୭:୨୫.“ଆମିମଃନ୍ ତୁମିମଃନ୍କେ ଜିସୁର୍ ନାଉଁଏ ସିକ୍ୟା ଦେଉଁକ୍ କଃତେକ୍ ମଃନା କଃରି ରିଲୁ, ମଃତର୍ ଦଃକା ତୁମିମଃନ୍ କାୟ୍ କଃରିଆଚାସ୍, ତୁମିମଃନ୍ ତୁମାର୍ ସିକ୍ୟା ଜିରୁସାଲମାର୍ ଚାରିହାକ୍ ଉର୍ଜି କଃଲାସ୍, ଆର୍ ସେ ଲକାର୍ ମଃର୍ନ୍ ଦଃସ୍ ଅଃମାର୍ ଉହ୍ରେ ଲାଦୁକ୍ ମଃନ୍କଃରୁଲାସ୍ ।”
29ମଃତର୍ ପିତର୍ ଆର୍ ବିନ୍ ପେରିତ୍ମଃନ୍ କୟ୍ଲାୟ୍, ଅଃମି ବାୟ୍ଦ୍ରେ ମାନାୟ୍ମଃନାର୍ କଃତା ନଃମାନୁ, ଇସ୍ୱରାର୍ କଃତା ମାନୁନ୍ଦ୍ । 30ଜୁୟ୍ ଜିସୁକ୍ ତୁମିମଃନ୍ କ୍ରୁସେ ମଃର୍ନେ ମାର୍ଲାସ୍, ଅଃମାର୍ ଦାଦିବାବୁର୍ ଇସ୍ୱର୍ ତାକେ ମଃର୍ନେ ହୁଣି ଉଟାୟ୍ ଆଚେ । 31ଆରେକ୍ ସେ ଜଃନ୍କଃରି ଇସ୍ରାଏଲ୍କେ ମଃନ୍ ବାଦ୍ଲାୟ୍ ଆର୍ ହାହ୍ କେମା ଦଃୟ୍ଦ୍, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ କାତା ଆତେ ତାକେ ଅଃଦିକାରି ଆର୍ ମୁକ୍ଳାଉତା ଲକ୍କଃରି ବଃଡ୍ କଃରି ଆଚେ । 32ଆର୍ ଆମିମଃନ୍ ଇ ସଃବୁ ବିସୟାର୍ ସାକି, ଆର୍ ଜୁୟ୍ ପବିତ୍ର ଆତ୍ମାକେ ଇସ୍ୱର୍ ଅଃହ୍ଣାର୍ କଃତା ମାନ୍ତା ଲକ୍ମଃନ୍କେ ଦଃୟ୍ଆଚେ, ସେ ହେଁ ସାକି ।
33ଇ କଃତା ଜିଉଦି ବେରାଣାର୍ ଲକ୍ମଃନ୍ ସୁଣି ରିସା ଅୟ୍ଲାୟ୍ ଆର୍ ସେମଃନ୍କେ ମଃର୍ନେ ମାରୁକ୍ କୁଟ୍ ହାଚ୍ଲାୟ୍ । 34ମଃତର୍ ଗମଲିଏଲ୍ ନାଉଁଆର୍ ଗଟେକ୍ ପାରୁସି, ସେ ଗଟେକ୍ ମସାର୍ ସାସ୍ତରାର୍ ଦଃର୍ମ୍ ଗୁରୁ ଆର୍ ସଃବ୍କାର୍ ମାନ୍ତି ହାଉତା ଲକ୍, ସେ ବେରାଣେ ଟିଆଅୟ୍ ପେରିତ୍ମଃନ୍କ୍ ହଃଦାୟ୍ ବାର୍କଃରୁକେ କୟ୍ଲା । 35ଆର୍ ସେ ସେମଃନ୍କେ କୟ୍ଲା, “ଏ ଇସ୍ରାଏଲ୍ ଲକ୍ମଃନ୍ କାୟ୍ରି କଃରୁକେ ମଃନ୍ କଃରୁଲାସ୍ ସେ କଃତାୟ୍ ଜାଗ୍ରତ୍ ଅଃଉଆ । 36କାୟ୍ତାକ୍ବଃଲେକ୍ ଇତାର୍ ହୁର୍ବେ ତିଉଦା ଅଃହ୍ଣାକ୍ ଗଟେକ୍ ବଃଡ୍ ଲକ୍ ବଃଲି କୟ୍ଲା, ଆର୍ ହାକାହାକି ଚାଲିସ୍ ଲକ୍ ତାର୍ ଦଃଳେ ରିଲାୟ୍, ମଃତର୍ ତାକେ ମାରା ଅୟ୍ଲି ଆର୍ ସେ ଚାଲିସ୍ ଲକ୍ ଜଃତ୍କଃତ୍ ଅୟ୍ଲାୟ୍, ଆର୍ ତାର୍ କାମ୍ ହୁରୁଣ୍ ନୟ୍ଲି । 37ତାର୍ହଃଚେ, ଲକ୍ଗଃଣ୍ତି କଃର୍ତା ବଃଳ୍ ଗାଲିଲିର୍ ଜିଉଦା ଲକ୍ମଃନ୍କେ ତାର୍ ଦଃଳେ ନିଲା, ଆର୍ ଗଃଣ୍ଡ୍ଗଳ୍ କଃରାୟ୍ଲା । ତାକେ ହେଁ ମାରା ଅୟ୍ଲି । ଜଃତେକ୍ ଲକ୍ ତାର୍ ଦଃଳେ ରିଲାୟ୍ ସେମଃନ୍ ହେଁ ଜଃତ୍କଃତ୍ ଅୟ୍ଲାୟ୍ । 38ଅଃବେ ତୁମିମଃନ୍କେ କଃଉଁଲେ ଇ ପେରିତ୍ମଃନ୍କ୍ କାୟ୍ ନଃକେରି ଚାଡିଦିଆସ୍, କାୟ୍ତାକ୍ବଃଲେକ୍ ଇ ଜଃଜ୍ନା ଆର୍ କାମ୍ ଜଦି ମାନାୟ୍ ମଃନାର୍ ତଃୟ୍ହୁଣି ଅୟ୍ ରଃୟ୍ଦ୍ ତଃବେ ସେରି ନଃସ୍ଟ୍ ଅୟ୍ଦ୍ । 39ମଃତର୍ ଜଦି ସେରି ଇସ୍ୱର୍ ତଃୟ୍ହୁଣି ଅୟ୍ ରଃୟ୍ଦ୍, ତଃବେ ସେମଃନ୍କେ କାୟ୍ରି କଃରୁକେ ନଃହାରାସ୍, କେଜାଣ୍ ଇସ୍ୱର୍ ବିରଦେ ଜୁଜ୍ କଃରୁଲାସ୍ ବଃଲି ଜାଣା ହଃଳେଦ୍ । ଜିଉଦି ବେରାଣାର୍ ଲକ୍ମଃନ୍ ଗମଲିଆର୍ କଃତା ମାନ୍ଲାୟ୍ ।
40ସେମଃନ୍ ପେରିତ୍ମଃନ୍କ୍ କୁଦି କର୍ଡା ସଃଙ୍ଗ୍ ମାଡ୍ ମାର୍ଲାୟ୍ ଆର୍ ଜିସୁର୍ ନାଉଁଏ କଃତା ନଃକଉଁକ୍ କୟ୍କଃରି ଚାଡି ଦିଲାୟ୍ । 41ସେତାକ୍ ଜିସୁର୍ ନାଉଁ ଗିନେ ଲିନ୍ଦା ହାଉଁକ୍ ଜୟ୍ଗ୍ ବଃଲି ଗଃଣା ଅୟ୍ଲାୟ୍, ସେତାକ୍ ସେମଃନ୍ ସଃର୍ଦା କଃରିକଃରି ବେରାଣ୍ ମଃଣ୍ଡାୟ୍ ହୁଣି ବାରାୟ୍ ଗଃଳାୟ୍ । 42ଆର୍ ସେମଃନ୍ ହଃତି ଦିନ୍ ମନ୍ଦିରେ ଆର୍ ଗଃରେ ସିକ୍ୟା ଦେଉଁକ୍ ଆର୍ ଜିସୁ ଜେ କ୍ରିସ୍ଟ, ବଃଲେକ୍ ମୁକ୍ଳାଉତା ଲକ୍, ଇ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲାୟ୍ ।”
6ସାତ୍ଗଟ୍ ଉହ୍କାର୍ କାରିମଃନ୍
1ଜଃଡେବଃଳ୍ ଚେଲାମଃନ୍ ବୁତେକ୍ ଅଃଉଁକେ ଦଃର୍ଲାୟ୍ ସଃଡେବଃଳ୍ ଗ୍ରିକ୍ କଃଉତା ଜିଉଦିମଃନ୍ ଏବ୍ରି ଲକ୍ମଃନାର୍ ସଃଙ୍ଗ୍ କଃଉଆକଇ ଅଃଉଁକେ ଦଃର୍ଲାୟ୍, କାୟ୍ତାକ୍ବଃଲେକ୍ ହଃତି ଦିନାର୍ କାଦି ବାଟା କଃର୍ତାବଃଳ୍ ସେମଃନାର୍ ରାଣ୍ଡିମଃନ୍କେ ନଃଦେଉଁଲାୟ୍ ବଃଲି ଗ୍ରିକ୍ ବାସା କଃଉତିରିଲା ଜିଉଦିମଃନ୍ କୟ୍ଲାୟ୍ । 2ସେତାକ୍ ବାରଗଟ୍ ଚେଲା ଦଃଳାର୍ ସଃବୁ ବିସ୍ୱାସି ମଃନ୍କେ କୁଦିକଃରି କୟ୍ଲାୟ୍ “ଇସ୍ୱରାର୍ କଃତା ପର୍ଚାର୍ ନଃକେରି କାଦି ବାଟା କଃର୍ତା ସେବାୟ୍ ଲାଗି ରେତାର୍ ନିକ ନାୟ୍ । 3ବଃଲେକ୍ ଏ ବାୟ୍ବେଣିମଃନ୍, ଜୁୟ୍ମଃନ୍କ୍ ଆମିମଃନ୍ ଇ କାମ୍ କଃରାଉଁ ହାରୁ ଅଃନ୍କାର୍ ଡାକ୍ହୁଟା ଆର୍ ପବିତ୍ର ଆତ୍ମା ଆର୍ ଗ୍ୟାନେ ହୁରୁଣ୍ ସାତ୍ ଲକ୍କେ ତୁମିମଃନାର୍ ବିତ୍ରେ ବାଚି ତିର୍ କଃରା । 4ମଃତର୍ ଅଃମିମଃନ୍ ପାର୍ତ୍ନାୟ୍ ଆର୍ ମାପ୍ରୁର୍ କଃତା ପର୍ଚାର୍ କଃର୍ତା ସେବା କାମେ ମଃନ୍ ଦଃୟ୍ ଲାଗିରେଉଁନ୍ଦ୍ ।”
5ଇ କଃତା ସଃବ୍କାର୍ ମଃନ୍କେଗଃଲି ଆର୍ ସେମଃନ୍ ବିସ୍ୱାସ୍ ଆର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ସ୍ତିପାନ୍ ନାଉଁଆର୍ ଲକ୍କେ ଆର୍ ପିଲିପ୍, ପର୍କର୍, ନିକାନର୍, ତିମନ୍, ପାର୍ମନା ଆର୍ ଆନ୍ତିଅକିଆର୍ ହୁର୍ବେ ଜିଉଦି ଦଃର୍ମ୍ ଦାରାୟ୍ ମିସିରିଲା ଅଜିଉଦି ନିକଲାୟ୍କେ ବାଚ୍ଲାୟ୍ । 6ଆର୍ ପେରିତ୍ ମଃନାର୍ ମୁଏଁ ଆଣ୍ଲାୟ୍, ଆର୍ ପାର୍ତ୍ନା କଃରି ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃଲାୟ୍ ।
7ଇତାର୍ ହଃଚେ ଇସ୍ୱରାର୍ କଃତା ଅଃଦିକ୍ ପର୍ଚାର୍ ଅଃଉଁକେ ଦଃର୍ଲି, ଆର୍ ଜିରୁସାଲମେ ଜିସୁର୍ ଚେଲା ଅଃଉଁକେ ଦଃର୍ଲାୟ୍ ଆର୍ ଜାଜକ୍ ମଃନ୍ହେଁ ବିସ୍ୱାସ୍ କଃରୁକେ ଦଃର୍ଲାୟ୍ ।
ସ୍ତିପାନ୍କେ ବାନ୍ଦା ଅୟ୍ଲି
8ସ୍ତିପାନ୍ ମାପ୍ରୁର୍ ଦଃୟାର୍ ସଃକ୍ତିୟେ ହୁର୍ନ୍ଅୟ୍ ଲକ୍ମଃନାର୍ ବିତ୍ରେ ବଃଡେ ବଃଡେ କାବା ଅଃଉତା କାମ୍ ସାଦୁନ୍ କଃରୁକେ ଦଃର୍ଲା । 9୬:୯ ମୁକ୍ତ ମାନାୟ୍ ଏମଃନ୍ ଜିଉଦି ଜେକି ଗତି ରିଲାର୍, ସେ ମଃନ୍କେ ଆଣ୍ଲାର୍, ସେମଃନ୍କେ ମୁକ୍ତ୍ କଃଲାର୍ ।ମଃତର୍ ଲିବର୍ତିନ୍, କୁରିଣିୟ୍ ଆର୍ ଆଲେକ୍ଜେଣ୍ଡ୍ରିଆ ମଃନାର୍ ଗଃଳେମଃନ୍ ବାସା କଃର୍ତା ନାଉଁଏ ଡାକ୍ହୁଟା ଜିଉଦିମଃନାର୍ ପାର୍ତ୍ନା ଗଃରାର୍ କଃତେକ୍ ଲକ୍ ଆରେକ୍ କିଲିକିଆ ଆର୍ ଆସିଆର୍ କଃତେକ୍ ଲକ୍ ସ୍ତିପାନ୍ ସଃଙ୍ଗ୍ କଃତା କାଟାକାଟି ଅଃଉଁକ୍ ଦଃର୍ଲାୟ୍ । 10ମଃତର୍ ସେ ଜୁୟ୍ ଆତ୍ମାର୍ ସଃକ୍ତିୟେ କଃତା କଃଉତି ରିଲା ସେମଃନ୍ ତାର୍ ବିରଦେ ଆରେକ୍ କଃଉଁ ନଃହାର୍ତିରିଲାୟ୍ । 11ସେତାକ୍ ଲକ୍ମଃନ୍କେ ଉସ୍କାୟ୍ଲାୟ୍ ଆର୍ କୟ୍ଲାୟ୍, “ଆମିମଃନ୍ ଇ ଲକ୍ ମସାର୍ ଆର୍ ଇସ୍ୱରାର୍ ବିରଦେ ଲିନ୍ଦା କଃତା କଃଉତାର୍ ସୁଣିଆଚୁ ।” 12ଲକ୍ମଃନ୍କେ ଆର୍ ପାରାଚିନ୍ ଆର୍ ଦଃର୍ମ୍ ଗୁରୁମଃନକେ ରିସା କଃରାୟ୍ ତାକେ ବଃଳ୍ମାଡ୍ କଃରି ଦଃରି ବେରାଣ୍ ମଃଣ୍ଡାୟ୍ ନିଲାୟ୍ । 13ଆର୍ ମିଚ୍ ସାକିମଃନ୍କେ ଟିଆ କଃରାୟ୍ଲାୟ୍, ସେମଃନ୍ କୟ୍ଲାୟ୍, “ଇ ଲକ୍” ସେମଃନ୍ କୟ୍ଲାୟ୍ ଇ ପବିତ୍ର ମନ୍ଦିର୍ ଆର୍ ମସାର୍ ବିଦି ବିରଦେ କଃତା କୟ୍ବୁଲୁଲା, 14କାୟ୍ତାକ୍ବଃଲେକ୍ ନାଜରିତାର୍ ସେ ଜିସୁ ଇ ମନ୍ଦିର୍ ବଃସମ୍ କଃରେଦ୍, ଆର୍ ଅଃମିକ୍ ଜୁୟ୍ ଜୁୟ୍ ମସା ରିତିବିଦି ଦଃୟ୍ ଆଚେ, ସେରି ସଃବୁ ବାଦ୍ଲାୟ୍ଦ୍ ବଃଲି ସେ କଃଉତାର୍ “ଅଃମିମଃନ୍ ସୁଣି ଆଚୁ ।” 15ସଃଡେବଃଳ୍ ବେରାଣ୍ ମଃଣ୍ଡାୟ୍ ବଃସି ରିଲା ସଃବୁ ଲକ୍ ତାକେ ନିକକଃରି ଦଃକ୍ଲାୟ୍, ତାର୍ ମୁଁ ଦୁତାର୍ ମୁଁ ହର୍ ଦଃକ୍ଲାୟ୍ ।
7ସ୍ତିପାନାର୍ ପର୍ଚାର୍
1ସେତାକ୍ ବଃଡ୍ ଜାଜକ୍ ସ୍ତିପାନ୍କେ ହଃଚାର୍ଲା “ତର୍ବିରଦେ ଇରି କାୟ୍ ସଃତ୍ କି ?”
2ସେ କୟ୍ଲା, ଏ ବାୟ୍ ଆର୍ ଉବାମଃନ୍ ସୁଣା, ଅଃମାର୍ ଉବା ଅବ୍ରାହାମ୍ ହାରଣ୍ ତଃୟ୍ଁ ବାସାକ୍ର୍ତା ଦାଦା ସଃଡେବଃଳ୍ ସେ ମେସପଟାମିଆ ରିଲା, ସଃଡେବଃଳ୍ ଜଃଜ୍ମାନ୍ ଇସ୍ୱର୍ କୟ୍ଲା । 3ଆର୍ ତାକେ କୟ୍ଲା ତୁୟ୍ ତର୍ ଦେସେ ହୁଣି ଅଃହ୍ଣାର୍ ନିଜାର୍ ଲକ୍ତଃୟ୍ ହୁଣି ବାରାୟ୍ ଆଉ ଆରେକ୍ ଅଃମି ତକ୍ ଜୁୟ୍ ଦେସ୍ ଦଃକାଉଁନ୍ଦ୍ ସେ ଦେସେ ଜାଆ । 4ସେତାକ୍ ତାର୍ କଲଦିଅ ଦେସେ ହୁଣି ବାରାୟ୍ ସେ ହାରଣ୍ ତଃୟ୍ଁ ବାସା କଃଲା, ହଃଚେ ଅବ୍ରାହାମ୍ ଉବାସି ମଃଲାକେ ସେତି ହୁଣି ତୁମିମଃନ୍ ଅଃବେ ଜୁୟ୍ ଦେସେ ବାସା କଃରିଆଚାସ୍ ଇସ୍ୱର୍ ତାକେ ଇ ଦେସେ ଆଣ୍ଲା । 5ଆର୍ ସେ ତାକେ ସେତି କାୟ୍ ଅଃଦିକାର୍ ନଃଦିଲା, ଗଟେକ୍ ହାଦାର୍ ବୁୟ୍ଁ ହେଁ ନଃଦିଲା, ଆରେକ୍ ସଃଡେବଃଳ୍ ତାର୍ ହଅ ନଃରିଲାକ୍ ହେଁ ସେ ତାକେ ଆର୍ ତାର୍ ଆଗାଳିର୍ ବଃଉଁସ୍କେ ସେରି ଅଃଦିକାର୍ କଃରୁକେ ଦଃୟ୍ନ୍ଦ୍ ବଃଲି ସଃୟ୍ତ୍ କଃଲା । 6ଇସ୍ୱର୍ ଅବ୍ରାହାମ୍କେ କୟ୍ଲା, ତୁମାର୍ ବଃଉଁସ୍ ବିନ୍ ଦେସେ ବାସା କଃରାସ୍ ଆର୍ ସେତିର୍ ଲକ୍ ତାକେ ଚାରିସ ବଃର୍ସ୍ ହଃତେକ୍ ଗତିଦଃଙ୍ଗ୍ଳା କଃରି ସେମଃନ୍କେ ଡଃଣ୍ଡ୍ ଦେତି । 7ଆରେକ୍ ଇସ୍ୱର୍ କୟ୍ଲା ସେମଃନ୍ ଜୁୟ୍ ବାସାର୍ ଲକ୍ମଃନାର୍ ଗତିଦଃଙ୍ଗ୍ଳା ଅଃଉତି ଅଃମି ତାର୍ ବିଚାର୍ କଃରୁନ୍ଦ୍, ତାର୍ହଃଚେ ସେମଃନ୍ ବାରାୟ୍ ଆସି ଇ ଟାଣେ ଅଃମାର୍ ସେବା କଃର୍ତି । 8ଆର୍ ଇସ୍ୱର୍ ଅବ୍ରାହାମ୍କେ ସୁନତି ବିଦି ଦିଲା, ଆରେକ୍ ସେନ୍କାର୍ ଅବ୍ରାହାମ୍, ଇସାକ୍କେ ଜଃଲମ୍ ଦଃୟ୍ ଆଟ୍ଦିନ୍ ଅୟ୍ଲାକ୍ ସୁନତ୍ କଃଲା, ଜିସହାକ୍ ଜାକୁବକେ ଆର୍ ଜାକୁବକ୍ ବାରଗଟ୍ ହିଲା ବଃଲେକ୍ ବାର କୁଳ୍ବଃଉଁସ୍କେ ଜଃଲମ୍ ଦଃୟ୍ ସୁନତ୍ କଃଲା ।
9“ଜାକୁବର୍ ହୟ୍ସିମଃନ୍ ତାର୍ ବାୟ୍ସି ଜସେପ୍କେ ଅଃକାର୍ ଅୟ୍ ତାକେ ମିସର୍ ଦେସେ ଗତିଦଃଙ୍ଗ୍ଳା କଃରି ବିକ୍ଲାୟ୍, ମଃତର୍ ଇସ୍ୱର୍ ତାର୍ ସଃଙ୍ଗ୍ ରିଲା ।” 10ଆର୍ ତାର୍ ସଃବୁ କଃସ୍ଟେ ତାକେ ମୁକ୍ଳାୟ୍ ମିସରାର୍ ରଃଜା ପାରର୍ ମୁଏଁ ତାକେ ଦଃୟା ଆର୍ ଗ୍ୟାନ୍ ଦିଲା, ସେତାକ୍ ପାର ରଃଜା ତାକେ ମିସର୍ ଆର୍ ଅଃହ୍ଣାର୍ ଗଃରାର୍ ଗୁମୁସ୍ତା କଃଲା । 11ହଃଚେ ସଃବୁ ମିସର୍ ଆର୍ କିଣାନ୍ ଦେସେ କଃତାର୍ ଅୟ୍ଲି ଆରେକ୍ ବଃଡ୍ କଃସ୍ଟ୍ ଅୟ୍ଲି ଆର୍ ଅଃମାର୍ ଦାଦିବାବୁମଃନ୍ କାଦି ହାଉଁ ନଃହାୟ୍ଲାୟ୍ । 12ମଃତର୍ ମିସର୍ ଦେସେ କାଦି ଆଚେ ବଃଲି ସୁଣି ଜାକୁବ ତାର୍ ହୟ୍ସି ଅଃମାର୍ ଦାଦିବାବୁମଃନ୍କେ ସେତି ହଃର୍ତୁ ତର୍ ହଃଟାୟ୍ଲା । 13ଆରେକ୍ ହଃଚାର୍ତର୍ ଜସେପ୍ ଅଃହ୍ଣାର୍ ବାୟ୍ମଃନାର୍ ତଃୟ୍ ଚିନାୟ୍ ଅୟ୍ଲା ଆର୍ ପାର ରଃଜା ଜସେପାର୍ କୁଟୁମ୍କେ ଜାଣ୍ଲା । 14ସେତାକ୍ ଜସେପ୍ ଅଃହ୍ଣାର୍ ଉବାସି ଜାକୁବକେ ଆର୍ ତିନିକଳିହଃନ୍ଦ୍ର ତାକାର୍ କୁଟୁମ୍ ସଃବ୍କେ ମିସର୍ ଦେସେ କୁଦ୍ଲା । 15ସେତାକ୍ ଜାକୁବ ମିସର୍ ଦେସେ ଗଃଲା ସେତି ଜାକୁବ ଆର୍ ଅଃମାର୍ ଦାଦିବାବୁମଃନ୍ ମଃଲାୟ୍ । 16ଆର୍ ସେମଃନାର୍ ମଃଲା ଗଃଗାଳ୍କେ ସିକିମ୍କେ ନିଆଗଃଲି, ଆର୍ ଅବ୍ରାହାମ୍ ସେତି ହମର୍ ଲକ୍ମଃନ୍ ତଃୟ୍ହୁଣି ଜୁୟ୍ ମଃସୁଣ୍ହଃଦା ରୁହା ଟଃକା ଦଃୟ୍ ଗେନିରିଲା ସେମଃନ୍କେ ସେତି ତହ୍ଲାୟ୍ ।
17ମଃତର୍ ଇସ୍ୱର୍ ଅବ୍ରାହାମ୍କେ ଜୁୟ୍ ସଃୟ୍ତ୍ କଃରିରିଲା ସେ ସଃୟ୍ତ୍ ହୁରୁଣ୍ ଅଃଉତା ବେଳା ଅୟ୍ଲାକ୍ ଲକ୍ମଃନ୍ ମିସର୍ ଦେସେ ବଂସ୍ ବାଡି ଗାଦେକ୍ ଅୟ୍ଲାୟ୍ । 18ସଃରାସଃରି ମିସର୍ ଦେସେ ଆରେକ୍ ଗଟ୍ ରଃଜା ଅୟ୍ଲା, ସେ ଜସେପ୍ ଜାଣି ନଃରିଲା । 19ସେ ପାର ରଃଜା ଅଃମିମଃନାର୍ ଜାତିକ୍ ନିଚ୍ ଦଃକ୍ଲା ଆରେକ୍ ଅଃମାର୍ ଦାଦିବାବୁମଃନ୍ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ମଃର୍ନେ ମାରି ହଃଦାୟ୍ ହଃକାଉଁକ୍ ସେମଃନ୍କେ କଃସ୍ଟ୍ ଦିଲା । 20ସଃଡେବଃଳ୍ ମସା ଜଃଲମ୍ ଅୟ୍ଲା ସେ ଇସ୍ୱରାର୍ ଆକାୟ୍ ବଃଡେ ସୁନ୍ଦୁର୍ ରିଲା ଆର୍ ତିନିମାସ୍ ହଃତେକ୍ ଅଃହ୍ଣାର୍ ଉବାସି ଗଃରେ ବାଡ୍ଲା । 21ହଃଚେ ଜଃଡେବଃଳ୍ ହଃଦାୟ୍ ହଃଳ୍ଲା ସଃଡେବଃଳ୍ ପାରର୍ ଜିସି ତାକେ ବେଟିଆଣ୍ଲି ଆର୍ ତାର୍ ନିଜାର୍ ହୟ୍ସି ହର୍ ବାଡାୟ୍ଲି । 22ଆର୍ ମସା ମିସରାର୍ ସଃବୁ ଗିଆନେ ସିକିତ୍ ଅୟ୍ଲା, ଆର୍ କଃତାୟ୍ ଆର୍ କାମେ ବଃଡେ ଡାକ୍ହୁଟ୍ଲା ।
23“ମସାକ୍ ଚାଳିସ୍ ବଃର୍ସ୍ ହୁର୍ନ୍ ଅୟ୍ଲାକ୍ ଅଃହ୍ଣାର୍ ତାର୍ ନିଜାର୍ ଇସ୍ରାଏଲ୍ ବାୟ୍ ମଃନ୍କେ ଜାଣୁକେ ତାର୍ ମଃନ୍ ଅୟ୍ଲି । 24ସଃଡେବଃଳ୍ ଗଟ୍ ଲକ୍କେ ଅଃନ୍ୟାୟ୍ କଃର୍ତାର୍ ଦଃକି ସେ ତାର୍ ବାଟ୍ ଆୟ୍ଲା ଆର୍ ସେ ମିସରାର୍ ଲକ୍କେ ମଃର୍ନେ ମାର୍ଲା ଆର୍ ନ୍ୟାୟ୍ ହାଉତା ଲକ୍କେ ଉହ୍କାର୍ କଃଲା । 25ତାର୍ ଆତେ ଇସ୍ୱର୍ ତାର୍ ବାୟ୍ମଃନ୍କେ ମୁକ୍ଳାଉଁଲା ଇତି ଲକ୍ମଃନ୍ ଜାଣ୍ଲାୟ୍ ବଃଲି ମସା ମଃନେମଃନେ ବାବ୍ତି ରିଲା, ମଃତର୍ ତାର୍ ବାୟ୍ମଃନ୍ ବୁଜୁ ନଃହାୟ୍ଲାୟ୍ । 26ଆର୍କ ଦିନ୍ ସେମଃନ୍ ମାଡଗଳ୍ ଅଃଉତାର୍ ଦଃକି ସେମଃନ୍କେ ସୁସ୍ତାୟ୍ ମିସାଉଁକେ ମସା କୟ୍ଲା, ତୁମିମଃନ୍ ଇସ୍ରାଏଲ୍ ବାୟ୍ ବାୟ୍ ଅୟ୍ ହେଁ କାୟ୍ତାକ୍ ଅଃନ୍ୟାୟ୍ କଃରୁଲାସ୍ ? 27ମଃତର୍ ଜୁୟ୍ ଲକ୍ ଅଃନ୍ୟାୟ୍ କଃର୍ତିରିଲା ସେ ମସାକ୍ ହେଲାୟ୍ କୟ୍ଲା, କେ ତକ୍ ଅଃମାର୍ ଉହ୍ରେ ବିଚାର୍ କଃରୁକେ ଅଃଦିକାରି ହଃଦ୍ ଦଃୟ୍ଆଚେ ? 28ତୁୟ୍ କାଲି ଜଃନ୍କଃରି ସେ ମିସରାର୍ ଲକ୍କେ ମଃର୍ନେ ମାର୍ଲିସ୍ ସେନ୍ କାୟ୍ ମକ୍ ମାରୁକ୍ ମଃନ୍ କଃରୁଲିସ୍ ? 29ଇ କଃତା ସୁଣି ମସା ହଃଳାୟ୍ ଜାୟ୍ ମିଦିୟନ୍ ଦେସେ ବାସା କଃଲା, ସେତି ତାର୍ ଜଳେକ୍ ହୟ୍ସି ଜଃଲମ୍ ଅୟ୍ଲାୟ୍ ।”
30“ହଃଚେ ଚାଳିସ୍ ବଃର୍ସ୍ ହୁର୍ନ୍ ଅୟ୍ଲାକ୍ ସିନୟ୍ ହଃର୍ବାତ୍ ତଃୟ୍ ଗଟେକ୍ ଜୟ୍ଲାଗତା ବୁଟାୟ୍ ଇସ୍ୱରାର୍ ଦୁତ୍ ତାକେ ଦଃକାୟ୍ ଅୟ୍ଲା । 31ମସା ସେରି ଦଃକି କାବା ଅୟ୍ଲା ଆର୍ ନିକକଃରି ଦଃକୁକ୍ ଚଃମେ ଜାତା ବଃଳ୍ ମାପ୍ରୁର୍ ଇ କଃତା ସୁଣାଗ୍ଲି । 32ଅଃମି ତୁମାର୍ ଦାଦିବାବୁମଃନାର୍ ଇସ୍ୱର୍ ଅବ୍ରାହାମ୍, ଇସାକ୍ ଆର୍ ଜାକୁବର୍ ଇସ୍ୱର୍, ସେତାକ୍ ମସା ଦଃଲ୍କିଗଃଲା ଆର୍ ନିକକଃରି ଦଃକୁକ୍ ସାସ୍ ନଃକେଲା । 33ତାର୍ହଃଚେ ମାପ୍ରୁ ତାକେ କୟ୍ଲା ତର୍ ହାଦେ ହୁଣି ହାଣ୍ଡାୟ୍ କୁସ୍ଳାଉ କାୟ୍ତାକ୍ ବଃଲେକ୍ ତୁୟ୍ ଜୁୟ୍ ଟାଣେ ଟିଅୟ୍ ଆଚ୍ସି ସେରି ପବିତ୍ର ମାଟି । 34ମିସର୍ ଦେସେ ଅଃମାର୍ ଜୁୟ୍ ଲକ୍ମଃନ୍ ଆଚ୍ତି ସେମଃନାର୍ କଃସ୍ଟ୍ ଦଃକି ଆଚି ଆର୍ ସେମଃନାର୍ କାନ୍ଦ୍ତାର୍ ସୁଣିଆଚି ଆରେକ୍ ସେମଃନ୍କେ ମୁକ୍ଳାଉଁକ୍ ଉତ୍ରି ଆସି ଆଚି ଆର୍ ଅଃବେ ଅଃମି ତକ୍ ‘ମିସର୍ ଦେସେ ହଃଟାୟ୍ନ୍ଦ୍ ।’”
35“କେ ତକ୍ ରାଜ୍ କଃରୁକେ ଆର୍ ବିଚାର୍ କଃରୁକେ ମୁଳିକା ହଃଦ୍ ଦିଲା ବଃଲି ଜୁୟ୍ ମସାକ୍ ସେମଃନ୍ ମଃନ୍ ନଃକେଲାୟ୍ ତାକେ ଇସ୍ୱରାର୍ ଦୁତ୍ ବୁଟାୟ୍ ଦଃକାୟ୍ ଅୟ୍ରିଲା, ତୁୟ୍ ତାର୍ ଉହ୍କାର୍ କଃରୁକେ ମୁକ୍ଳାଉତା ଲକ୍ କଃରି ହଃଟାୟ୍ଲା । 36ଲକ୍ମଃନ୍କେ ମିସର୍ ଦେସ୍, ସୁପ୍ସାଗଃର୍ ଆର୍ ଚାଳିସ୍ ବଃର୍ସ୍ ହଃତେକ୍ ସୁକ୍ଲା ବଃଟାୟ୍ କାବା ଅଃଉତା କାମ୍ ଆର୍ ଚିନ୍ମଃନ୍ ଦଃକାୟ୍ ସେମଃନ୍କେ ବାର୍କଃରି ଆଣ୍ଲା । 37୭:୩୭ ମର୍ହର୍ ଗଟ୍ ବାବ୍ବାଦି ସେ ହଃଟାୟ୍ଦ୍ । ଇ ମସା ଇସ୍ରାଏଲ୍ ଲକ୍ମଃନ୍କେ କୟ୍ଲା, ଇସ୍ୱର୍ ତୁମିମଃନାର୍ ବାୟ୍ମଃନାର୍ ବିତ୍ରେ ତୁମାର୍ ଗିନେ ମର୍ ହର୍ ଗଟେକ୍ ବାବ୍ବାଦିକେ ହଃଟାୟ୍ଦ୍ । 38ଇ ସୁକ୍ଲା ବଃଟାୟ୍ ମଣ୍ଡ୍ଳି ବିତ୍ରେ ରଃୟ୍ ସିନୟ୍ ହଃର୍ବାତେ ତାର୍ ସଃଙ୍ଗ୍ କଃତା କଃର୍ତିରିଲା, ଦୁତାର୍ ଆର୍ ଅଃମାର୍ ଦାଦିବାବୁମଃନାର୍ ବିତ୍ରେ ମଃଜାୟ୍ ଅୟ୍ରିଲା, ସେ ତୁମିମଃନ୍କେ ଦେଉଁକ୍ ଅଃମ୍ବର୍ ଜିବନ୍ ହାୟ୍ଲା ।”
39“ଅଃମିମଃନାର୍ ଦାଦିବାବୁମଃନ୍ ତାର୍ କଃତା ମାନୁକ୍ ମଃନ୍ ନଃକେରି, ତାକେ ଚାଡ୍ଲାୟ୍ ଆରେକ୍ ମିସର୍କେ ବାଉଳି ଗଃଲାୟ୍ । 40ଆର୍ ହାରଣ୍କେ କୟ୍ଲାୟ୍ ଅଃମାର୍ ଆଗେ ଆଗେ ଜଃଉଁକେ ଅଃମାର୍ ଗିନେ ଦେବ୍ତାମଃନ୍କେ ତିଆର୍ କଃର୍, କାୟ୍ତାକ୍ବଃଲେକ୍ ଇ ଜୁୟ୍ ମସା ଆମିମଃନ୍କେ ମିସର୍ ଦେସେ ହୁଣି ବାର୍କଃରି ଆଣ୍ଲା ତାର୍ କାୟ୍ରି ଆଚେ ଅଃମି ନଃଜାଣୁ ।” 41ଆର୍ ସଃଡେବଃଳ୍ ସେମଃନ୍ ଗଟେକ୍ ବାଚିମୁର୍ତି ହାଜ୍ଲାୟ୍, ଆର୍ ସେ ମୁର୍ତିକେ ହୁଜା ଦଃୟ୍ ଅଃହ୍ଣାର୍ ଆତେ ତିଆର୍ କଃଲା ଆସ୍ତିକ୍ ମାନି ବଜିକଃରୁକେ ଦଃର୍ଲାୟ୍ । 42ମଃତର୍ ଇସ୍ୱରାର୍ ତଃୟ୍ହୁଣି ଇସ୍ୱରାର୍ ସେବା କଃରୁକେ ଚାଡିକଃରି ସେମଃନ୍ ଅଃଗାସାର୍ ହୁଜା କଃରୁକେ ଦଃର୍ଲାୟ୍, ଜଃନ୍କଃରି ବାବ୍ବାଦିର୍ ସାସ୍ତରେ ଲେକା ଆଚେ-
“ଏ ଇସ୍ରାଏଲ୍ ବଃଉଁସ୍ ସୁକ୍ଲା ବଃଟାୟ୍ ଚାଳିସ୍ ବଃର୍ସ୍ ହଃତେକ୍
ତୁମିମଃନ୍ କାୟ୍ ଅଃମାର୍ ଗିନେ
ମେଣ୍ଡା ହୁଜା ଆର୍ ହସୁହୁଜା ଦଃୟ୍ନଃରିଲାସ୍,
43‘ତଃବେ ତୁମିମଃନ୍ ସେବା କଃରୁକେ ଜୁୟ୍ ହୁତ୍ଳା ସଃବୁ ତିଆର୍ କଃରି ରିଲାସ୍,
ସେ ମାଲେକ୍ ଦେବ୍ତାର୍ ତୁମ୍ବ୍
ଆର୍ ରମ୍ପା ଦେବ୍ତାର୍ ତାରାକେ ତୁମିମଃନ୍ ବୟ୍ଲାସ୍ ।
ଇତାକ୍ ମୁୟ୍ଁ ତୁମିମଃନ୍କେ ବାନ୍ଦିକଃରି ବାବିଲନ୍ ତଃୟ୍ର୍ ସେହାଟି ହଃଟାୟ୍ନ୍ଦ୍ ।’”
44“ତୁମି ଜୁୟ୍ ନିକ କଃତା ଦଃକାୟ୍ ଆଚାସ୍ ସେନ୍କାର୍ ସାକ୍ୟତୁମ ତିଆର୍ କଃରା ବଃଲି ମସାକ୍ ଜେ କୟ୍ରିଲା ତାର୍ କଃତାୟ୍ ଅଃମାର୍ ଦାଦିବାବୁମଃନ୍ ସୁକ୍ଲା ବଃଟାୟ୍ ସାକ୍ୟତୁମ୍ବ୍ ତିଆର୍ କଃଲାୟ୍ । 45ହଃଚେ ଅଃମାର୍ ଦାଦିବାବୁମଃନ୍ ସେମଃନାର୍ ଦାଦିବାବୁ ତଃୟ୍ହୁଣି ହାୟ୍ରିଲା ସେ ସାକ୍ୟତୁମ୍ବ୍ କେ ଜିହସୟ୍ ସଃଙ୍ଗ୍ ବୟ୍ନଃୟ୍ ଆଗେ ଆଗେ ଗଃଳାୟ୍ ଆର୍ ଇସ୍ୱର୍ ବାର୍କଃଲା ଅଜିଉଦି ଲକ୍ମଃନାର୍ ଦେସ୍ ଅଃଦିକାର୍ କଃଲାୟ୍, ସେରି ଦାଉଦାର୍ ଦିନ୍ ହଃତେକ୍ ରିଲି । 46୭:୪୬ ଅବ୍ରାହାମାର୍ ଇସ୍ୱର୍, କଃତିଗଟ୍ ହର୍ନା ଲେକାୟ୍ ମଃନ୍ ଇସ୍ରାଏଲାର୍ ଇସ୍ୱର୍ ବଃଲି ଆଚେ । ସେ ଇସ୍ୱରାର୍ ଆକାୟ୍ ଦଃୟା ଦଃକାୟ୍ ଅୟ୍ରିଲା ଆର୍ ଜାକୁବର୍ ଇସ୍ୱରାର୍ ଗିନେ ଗଟେକ୍ କୁଳ୍ୟା ଗଃର୍ ବାନ୍ଦୁକେ ପାର୍ତ୍ନା କଃଲା । 47ମଃତର୍ ସଲ୍ମନ୍ ତାର୍ ଗିନେ ଗଟେକ୍ ମନ୍ଦିର୍ ବାନ୍ଦ୍ଲା ।”
48“ଅୟ୍ଲେକ୍ ହେଁ ବାବ୍ବାଦି କୟ୍ଆଚେ, ‘ସଃର୍ଗାର୍ ଇସ୍ୱର୍ ସେ ଲକ୍ମଃନାର୍ ବାନ୍ଦ୍ଲା ମନ୍ଦିରେ ବାସା ନଃକେରେ ।’
49ମାପ୍ରୁ କୟ୍ଆଚେ, ‘ଜଃନ୍କଃରି ସଃର୍ଗ୍ ଅଃମାର୍ ସିଙ୍ଗାସଣ୍
ହୁର୍ତିବି ଅଃମାର୍ ହାଦ୍ ସଃଙ୍ଗାଉତା ଟାଣ୍ ।
ତୁମିମଃନ୍ ଅଃମାର୍ ଗିନେ କଃନ୍କା ଗଃର୍ ବାନ୍ଦାସ୍ ?
କି ଅଃମାର୍ ବିସାଉତା ଟାଣ୍ କଃୟ୍ ?
50ଅଃମାର୍ ଆତ୍ କାୟ୍ ଇରି ସଃବୁ ଉବ୍ଜାୟ୍ ନଃକେରେ ?’”
51ସ୍ତିପାନ୍ କୟ୍ଲା, “ଏ ସୁନତ୍ ନୟ୍ଲା ଅମାନ୍ୟା ମଃନ୍ ଲକ୍ମଃନ୍, ତୁମିମଃନ୍ ବଃୟ୍ରା ଲକ୍, ସଃବୁବଃଳ୍ ପବିତ୍ର ଆତ୍ମାର୍ ବିରଦ୍ କଃରୁଲାସ୍, ତୁମିମଃନାର୍ ଦାଦିବାବୁମଃନ୍ ଜଃନ୍କାର୍ ତୁମିମଃନ୍ ହେଁ ସେନ୍କାର୍ । 52ବାବ୍ବାଦିମଃନାର୍ ବିତ୍ରେ କାକେ ତୁମିମଃନାର୍ ଦାଦିବାବୁମଃନ୍ କାକେ କଃସ୍ଟ୍ ଦଃୟ୍ ନଃରିଲାୟ୍ କି ? ଜୁୟ୍ ଲକ୍ମଃନ୍ ସେ ଦଃର୍ମି ଲକାର୍ ଆସ୍ତା କଃତା ହୁର୍ବେ ଜାଣାୟ୍ ରିଲା ସେମଃନ୍କେ ସେମଃନ୍ ମଃର୍ନେ ମାର୍ଲାୟ୍, ଅଃବେ ତୁମିମଃନ୍ ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ମଃର୍ନେ ମାରି ଆଚାସ୍ । 53ତୁମିମଃନ୍ ସଃର୍ଗାର୍ ଦୁତ୍ମଃନ୍ ତଃୟ୍ହୁଣି ଦିଲା ଇସ୍ୱରାର୍ ବିଦିବିଦାନ୍ ହାୟ୍ ଆଚାସ୍, ମଃତର୍ ମାନି ନଃକେଲାସ୍ ।”
ସ୍ତିପାନାର୍ ମଃର୍ନ୍
54ଇ ସଃବୁ କଃତା ସୁଣି ବେରାଣେ ବଃସ୍ଲା ଲକ୍ମଃନ୍ ମଃନେମଃନେ ବାଦା ହାୟ୍ଲାୟ୍, ଆର୍ ସ୍ତିପାନ୍କେ ରିସାଅୟ୍ ଦାତ୍ଚାବୁକେ ଦଃର୍ଲାୟ୍ । 55ମଃତର୍ ସେ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ସଃର୍ଗ୍ ହାକ୍ ନିକକଃରି ଅଃନ୍ୟାୟ୍ ଦଃକ୍ଲା ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଜିସୁକେ ଇସ୍ୱରାର୍ କାତା ବାଟ୍ୟା ଟିଆ ଅୟ୍ରିଲାର୍ ଦଃକି କୟ୍ଲା, 56ଦଃକା ମୁୟ୍ଁ ସଃର୍ଗ୍ ମେଲା ଅଃଉତାର୍ ଆର୍ ନଃରାର୍ ହୟ୍ସିକ୍ ଇସ୍ୱରାର୍ କାତା ବାଟ୍ୟା ଟିଆ ଅୟ୍ରିଲାର୍ ଦଃକୁଲେ ।
57ମଃତର୍ ସେମଃନ୍ ମୁଁ ଟାଣ୍କଃରି ବଃଡ୍ ଟଣ୍ଡ୍କଃରି ଉଲ୍ଗାଟ୍ ଅୟ୍ ଅଃହ୍ଣା ଅଃହ୍ଣାର୍ କାନ୍ ମୁଦି ଅୟ୍ଲାୟ୍ ସେମଃନ୍ ଅଃକା ସଃଙ୍ଗ୍ ଦବ୍ଳି ଆୟ୍ଲାୟ୍ ଆର୍ ତାର ଉହ୍ରେ ମାଡିବଃସ୍ଲାୟ୍ । 58ଆରେକ୍ ସେମଃନ୍ ତାକେ ଗଃଳେ ହୁଣି ବାର୍କଃରି ନଃୟ୍ ଟେଳାସୁତ୍ରି ମାରୁକ୍ ଦଃର୍ଲାୟ୍ ଆର୍ ସାକିମଃନ୍ ସାଉଲ୍ ନାଉଁଆର୍ ଗଟେକ୍ ବେଣ୍ଡ୍ୟାର୍ ହାଦ୍ ତଃଳେ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ସଃଙ୍ଗାୟ୍ ଲାୟ୍ 59ଜଃଡେବଃଳ୍ ସେମଃନ୍ ସ୍ତିପାନ୍କେ ଟେଳା ସୁତ୍ରି ମାର୍ତି ରିଲାୟ୍, ସଃଡେବଃଳ୍ ସ୍ତିପାନ୍ ପାର୍ତ୍ନା କଃରି କୟ୍ଲା, “ଏ ମାପ୍ରୁ ଜିସୁ ମର୍ ଆତ୍ମା ନେ” 60ଆରେକ୍ ସେ ମାଣ୍ଡିକୁଟା ଟେସି ବଃଡ୍ ଟଣ୍ଡ୍ କଃରି ଆଉଲି ଅୟ୍ କୟ୍ଲା, ଏ ମାପ୍ରୁ, ଇ ହାହ୍ ଇମଃନାର୍ ବିରଦେ ଗଃଣ୍ନା କଃର୍ ନାୟ୍ । ସେ ଇରି କୟ୍ ହଃରାଣ୍ ଚାଡ୍ଲା । ସାଉଲ୍ ସ୍ତିପାନାର୍ ମଃର୍ନ୍ ଦଃକୁକ୍ ମଃନ୍ କଃର୍ତିରିଲା ।
8ମଣ୍ଡ୍ଳିକେ ସାଉଲ୍ କଃସ୍ଟ୍ଦିଲା
1ସାଉଲ୍ ସ୍ତିପାନାର୍ ଜିବନ୍ ନାସ୍ କଃରୁକେ ମଃନ୍ରିଲି, ସେଦିନ୍ ହୁଣି ଜିରୁସାଲମାର୍ ମଣ୍ଡ୍ଳିକେ ବଃଡେ କଃସ୍ଟ୍ ଆୟ୍ଲି, ସେତାକ୍ ପେରିତ୍ମଃନ୍କ୍ ଚାଡି ବିନ ଚେଲାସଃବୁ ଜିଉଦାରାଜି ଆର୍ ସମିରଣ୍ ହଲିବାଟ୍ ଚାରିହାକ୍ ବିଚ୍ରି ଅୟ୍ଲାୟ୍ । 2ଅୟ୍ଲେକ୍ ହେଁ କଃତିଲକ୍ ସ୍ତିପାନ୍କେ ତହ୍ଲାୟ୍ ଆର୍ ତାର୍ ଗିନେ କାନ୍ଦ୍ଲାୟ୍ ।
3୮:୩ ପେରି ୨୨:୪,୫; ୨୬:୯-୧୧.ମଃତର୍ ସାଉଲ୍ ଗଃରେ ଗଃରେ ହୁରି ଅଃଣ୍ଡ୍ରା ଆର୍ ମାୟ୍ଜି ମଃନ୍କେ ଜିକି ଆଣି ଜଃଇଲେ ହୁରାୟ୍ଲା, ଆର୍ ମଣ୍ଡ୍ଳିକେ ନଃସ୍ଟ୍ କଃରୁକେ ଦଃର୍ଲା ।
ସମିରଣେ ନିକ କବୁର୍ ପର୍ଚାର୍ ।
4ସେତାକ୍ ଜୁୟ୍ମଃନ୍ ଜଃତ୍କଃତ୍ ଅୟ୍ରିଲାୟ୍ ସେମଃନ୍ ଚାରିହାକ୍ ବୁଲିବୁଲି ନିକ କବୁର୍ ପର୍ଚାର୍ କଃଲାୟ୍ । 5୮:୫ ଗଟ୍ମୁଳ୍ ଗଃଳ୍, କଃତିଗଟ୍ ହର୍ନା ଲେକାୟ୍ମଃନ୍ ଗଃଳ୍ ବଃଲି ଆଚେ ।ଆରେକ୍ ପିଲିପ୍ ସମିରଣକେ ଜାୟ୍ ବଃଡ୍ ବଃଡ୍ ଗଃଳାର୍ ଲକ୍ମଃନ୍କେ କ୍ରିସ୍ଟର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍ । 6ଆର୍ ଲକ୍ମଃନ୍ ପିଲିପାର୍ କଃତା ସୁଣି ଆର୍ ସେ କଃଲା କାବା ଅଃଉତା କାମ୍ ଦଃକି ଗଟେମଃନେ ତାର୍ କଃତାକ୍ ଦଃର୍ଲାୟ୍ । 7କାୟ୍ତାକ୍ବଃଲେକ୍ ବିଟାଳ୍ ଆତ୍ମାମଃନ୍ ଲକ୍ମଃନାର୍ ତଃୟ୍ହୁଣି କିର୍କିରି କଃରି ବାରାୟ୍ ଆସୁକ୍ ଦଃର୍ଲାୟ୍ ଆରେକ୍ ଗାଦେକ୍ ଏକ୍ଅଃଙ୍ଗି ଆର୍ ଚଟାମଃନ୍ ଉଜ୍ ଅଃଉଁକ୍ ଦଃର୍ଲାୟ୍ । 8ସେତାକ୍ ସେ ଗଃଳେ ବଃଡେ ସଃର୍ଦା ଅୟ୍ଲି ।
9ମଃତର୍ ସିମନ୍ ନାଉଁଆର୍ ଗଟେକ୍ ଲକ୍ ଇତାର୍ ହୁର୍ବେ ଗୁରୁ ଗୁଣିଆକଃରି ନିଜ୍କେ ଗଟେକ୍ ବଃଡ୍ ଲକ୍ବଃଲି କୟ୍ ସମିରଣ୍ ତଃୟ୍ର୍ ଲକ୍ମଃନ୍କେ କାବା କଃର୍ତିରିଲା । 10ଇସ୍ୱରାର୍ ସଃକ୍ତିକ୍ ଜୁୟ୍ ବଃଡ୍ ବଃଲି କଃଉଆ ଅୟ୍ଦ୍ ସିମନ୍କେ ଏ ସେ ବଃଲି ତାକେ ମାନ୍ତି କଃର୍ତି ରିଲାୟ୍ । 11କାୟ୍ତାକ୍ ବଃଲେକ୍ ସେ ବୁତ୍ଦିନ୍ ହୁଣି ତାର୍ ଗୁରୁଗୁଣିଆ କାମ୍ କଃରି ସେମଃନ୍କେ କାବା କଃର୍ତିରିଲା । 12ମଃତର୍ ପିଲିପ୍ ଇସ୍ୱରାର୍ ରାଇଜାର୍ ଆର୍ ଜିସୁ କ୍ରିସ୍ଟର୍ ନାଉଁଏ ନିକ କବୁର୍ ପର୍ଚାର୍ କଃଲାକ୍ ସେମଃନ୍ ଜଃଡେବଃଳ୍ ସଃତ୍ କଃଲାୟ୍ ସଃଡେବଃଳ୍ ହୁଣି ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍ ବାପ୍ତିସମ୍ ଅଃଉଁକେ ଦଃର୍ଲାୟ୍ । 13ଆର୍ ସିମନ୍ ନିଜେ ହେଁ ବିସ୍ୱାସ୍ କଃରି ବାପ୍ତିସମ୍ ହାୟ୍ଲା ଆର୍ ପିଲିପାର୍ ସଃଙ୍ଗ୍ ରିଲା ଆର୍ କଃତେକ୍ କଃତେକ୍ ଚିନ୍ ଆର୍ ବଃଡ୍ବଃଡ୍ ସଃକ୍ତିର୍ କାମ୍ ଦଃକି କାବା ଅଃଉଁକେ ଦଃର୍ଲା ।
14ସମିରଣ୍ ତଃୟ୍ର୍ ଲକ୍ମଃନ୍ ଜେ ଇସ୍ୱରାର୍ କଃତା ସୁଣିକଃରି ମାନି ଆଚ୍ତି, ଇରି ଜଃଡେବଃଳ୍ ଜିରୁସାଲମେ ରିଲା ପେରିତ୍ମଃନ୍ ସୁଣ୍ଲାୟ୍, ସଃଡେବଃଳ୍ ସେମଃନ୍ ପିତର୍ ଆର୍ ଜହନ୍କେ ସେମଃନାର୍ ତଃୟ୍ ହଃଟାୟ୍ଲାୟ୍ । 15ସେମଃନ୍ ଜାୟ୍ ଜଃନ୍କଃରି ପବିତ୍ର ଆତ୍ମା ହାଉତି ଇତାକ୍ ସେମଃନାର୍ ଗିନେ ପାର୍ତ୍ନା କଃଲାୟ୍; 16କାୟ୍ତାକ୍ ବଃଲେକ୍ ସେମଃନାର୍ ବିତ୍ରେ କାର୍ ଉହ୍ରେ ହେଁ ପବିତ୍ର ଆତ୍ମା ଉତ୍ରି ନଃରିଲି, ମଃତର୍ ସେମଃନ୍ ମାପ୍ରୁ ଜିସୁର୍ ନାଉଁଏ ବାପ୍ତିସମ୍ ହାୟ୍ ରିଲାୟ୍ । 17ସଃଡେବଃଳ୍ ସେମଃନ୍ ପିତର୍ ଆର୍ ଜହନ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ସେମଃନ୍ ପବିତ୍ର ଆତ୍ମା ହାୟ୍ଲାୟ୍ ।
18ପେରିତ୍ମଃନାର୍ ଆତ୍ ସଃଙ୍ଗାୟ୍ଲାକ୍ ଆତ୍ମା ଦିଆ ଅଃଉଁଲି ଇରି ଦଃକି ସିମନ୍ ସେମ୍ନଃକେ ଟଃକା ଜାଚି କୟ୍ଲା, 19“ମକ୍ ହେଁ ଇ ଅଃଦିକାର୍ ଦିଆ, ମୁୟ୍ଁ ଜୁୟ୍ ଲକାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଦ୍ ସେ ପବିତ୍ର ଆତ୍ମା ହାଉଅ ।”
20ମଃତର୍ ପିତର୍ ତାକେ କୟ୍ଲା, “ତର୍ ଟଃକା ତର୍ ସଃଙ୍ଗ୍ ନଃସ୍ଟ୍ ଅଃଉଅ, କାୟ୍ତାକ୍ ବଃଲେକ୍ ଇସ୍ୱରାର୍ ଦାନ୍କେ ଗେନୁକ୍ ବାବଃଲିସ୍ । 21ଇ କଃତାୟ୍ ତର୍ ବାଗ୍ ନାୟ୍, କି ଅଃଦିକାର୍ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଚଃମେ ତର୍ ମଃନାର୍ ବାବ୍ନା ନିକ ନାୟ୍ । 22ତଃବେ ତର୍ ଦୁସ୍ଟ୍ ଚାଡି ମଃନ୍ ବାଦ୍ଲାୟ୍ ମାପ୍ରୁର୍ ତଃୟ୍ ପାର୍ତ୍ନା କଃର୍, କେଜାଣ୍ ତର୍ ମଃନାର୍ ବାବ୍ନା କେମା ଅଃଉଁ ହାରେ । 23କାୟ୍ତାକ୍ ବଃଲେକ୍ ତୁୟ୍ ଡାରା କଃତାୟ୍ ହୁର୍ନ୍ ଅୟ୍ ହାହ୍ ବାନ୍ଦୁଣେ ବାନ୍ଦାୟ୍ ଅୟ୍ ଆଚ୍ସି ବଃଲି ମୁୟ୍ଁ ଜାଣୁଲେ ।”
24ସେତାକ୍ ସିମନ୍ ପିତର୍ ଆର୍ ଜହନ୍କେ କୟ୍ଲା, “ତୁମିମଃନ୍ ଜାୟ୍ଜାୟ୍ରି କଃଉଁଲାସ୍ ସେତିର୍ କାୟ୍ କଃତା ହେଁ ମକ୍ ନଃଉଅ, ଇତାକ୍ ତୁମିମଃନ୍ ମର୍ ଗିନେ ମାପ୍ରୁ ତଃୟ୍ ପାର୍ତ୍ନା କଃରା ।”
25ଅଃନ୍କଃରି ସେମଃନ୍ ଜିସୁର୍ ସାକି ଦେଉଁକେ ଆର୍ ମାପ୍ରୁର୍ କଃତା କୟ୍ ସମିରଣିୟର୍ ଗାଉଁମଃନ୍କେ ନିକ କବୁର୍ ପର୍ଚାର୍ କଃରି ପିତର୍ ଆର୍ ଜହନ୍ ଜିରୁସାଲମ୍ ବାଉଳ୍ଲାୟ୍ ।
ପିଲିପ୍ ଆର୍ ଇତିଅପିଆର୍ ରାଣିର୍ ଗୁମୁସ୍ତା
26୮:୨୬ ଦକିଣ୍ ଦିଗ୍, ଗାଜା ବଃଲି ଆଚେ । ହଃଚେ ଇସ୍ୱରାର୍ ଗଟେକ୍ ଦୁତ୍ ପିଲିପକେ କୟ୍ଲା, “ଉଟ୍, କାତା ଦିଗେ ଜୁୟ୍ ବାଟ୍ ଜିରୁସାଲମ୍ ହୁଣି ଗାଜା ହାକ୍ ଜାୟ୍ଆଚେ ସେ ବାଟେ ଜାଆ” ଆଜିକାଲି ଲକ୍ ସେ ବାଟ୍ ଅୟ୍ ନଃଜାତି । 27ସେତାକ୍ ପିଲିପ୍ ଉଟିଗଃଲା, ଆର୍ ଦଃକ୍ଲା, ଇତିଅପିଆର୍ ଦେସାର୍ କାଣ୍ଡାକି ନାଉଁଆର୍ ରାଣିର୍ ତଃଳାର୍ ବଃଡ୍ହଃଦ୍ ହାୟ୍ଲା ଇତିଅପିଆର୍ ବେଜୁ, ଜେ ରାଣିର୍ ସଃବୁଦଃନ୍ ବଃଣ୍ଡାରାର୍ ଅଃଦିକାରି ରିଲା, ସେ ସେବା କଃରୁକେ ଜିରୁସାଲମ୍ ଆସିରିଲା । 28ସେ ବାଉଳି ଜଃଉଁଜଃଉଁ, ଅଃହ୍ଣାର୍ ରଃତ୍ ଉହ୍ରେ ବଃସି ଜିସାୟ୍ ବାବ୍ବାଦିର୍ ସାସ୍ତର୍ ଉଲ୍ଗାଟ୍ ଅୟ୍ ହଳ୍ତି ରିଲା । 29ସଃଡେବଃଳ୍ ପବିତ୍ର ଆତ୍ମା ପିଲିପକେ କୟ୍ଲି, “ଚଃମେ ଜାୟ୍ ରଃତ୍ ଚାଲାଉ ସଃଙ୍ଗ୍ ଜାଆ” 30ସେତାକ୍ ପିଲିପ୍ ଦଃବ୍ଳି ଜାୟ୍ ସେ ଜିସାୟ୍ ବାବ୍ବାଦିର୍ ସାସ୍ତର୍ ହଃଳ୍ତାର୍ ସୁଣି ହଃଚାର୍ଲା, “ତୁୟ୍ ଜାୟ୍ରି ହଳୁଲିସ୍, ସେରି କାୟ୍ ବୁଜୁଲିସ୍ ।”
31ବେଜୁ କୟ୍ଲା “କେ ମକ୍ ବୁଜାୟ୍ ନଃଦିଲେକ୍ ମୁୟ୍ଁ କଃନ୍କଃରି ବୁଜୁ ହାରିନ୍ଦ୍ ?” ଆର୍ ସେ ରଃତ୍ ଉହ୍ରେ ଚଃଗି ଆସି ଅଃହ୍ଣାର୍ ଚଃମେ ବଃସୁକ୍ ଗଃଉଆରି କୟ୍ଲା । 32ସାସ୍ତରାର୍ ଜୁୟ୍ରି ସେ ହଳ୍ତିରିଲା ସେରି ଇରି-
“ସେ ମେଣ୍ଡା ହର୍ ହୁଜା କଃରୁକେ ନେତା ମେଣ୍ଡା ହର୍ ଚିମ୍ରା ଅୟ୍ରିଲା,
ଆରେକ୍ ଗଃଡ୍ରା ମେଣ୍ଡାର୍ ରମ୍ କାଟ୍ତା ଲକ୍ମଃନାର୍ ତଃୟ୍ ଜଃନ୍କଃରି ତୁନ୍ହଃଳି ରଃୟ୍ଦ୍,
ସେନ୍କାର୍ ସେ ଟଣ୍ଡ୍ ହୁଟାୟ୍ ନଃକେଲା ।
33ସେ ଦୁକ୍ ସଃମ୍ବାଳ୍ଲାକ୍ ତାର୍ ଡଃଣ୍ଡ୍ ଉଣା ନୟ୍ଲି ।
ତାର୍ ବଃଉଁସ୍ କେ କଃଉ ହାରେ ?
କାୟ୍ତାକ୍ ବଃଲେକ୍ ତାର୍ ଜିବନ୍ ହୁର୍ତିବି ତଃୟ୍ ହୁଣି ନିଆ ଅୟ୍ଲି ।”
34ଗୁମୁସ୍ତାବେଜୁ ପିଲିପକେ କୟ୍ଲା, “ମୁୟ୍ଁ ତକ୍ ଗଃଉଆରି କଃରୁଲେ, ବାବ୍ବାଦି କାର୍ କଃତା କଃଉଁଲା, ତାର୍ କଃତା କି ଆର୍ କାର୍ କଃତା ?” 35ସେତାକ୍ ପିଲିପ୍ ଟଣ୍ଡ୍ ହୁଟାୟ୍ ସାସ୍ତରାର୍ ଇ କଃତାୟ୍ ହୁଣି ମୁଳ୍ୟାୟ୍ ତାର୍ ତଃୟ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃଲା । 36୮:୩୬ ଆଜିକାଲି ଇ ରଃସ୍ତା ବେବାର୍ ନଃକେରୁଲାୟ୍, ସେରି ବାଲିଆ ଆର୍ ଟଃଙ୍ଗ୍ରା ବଃଟା । ଆର୍ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍ ହାଣିନାଳେ ହଚ୍ଲାୟ୍, ସେତାକ୍ ବେଜୁ କୟ୍ଲା, “ଇତି ତ ହାଣି ଆଚେ, ମର୍ ବାପ୍ତିସମ୍ ହାଉଁକ୍ କାୟ୍ ବାଦା ଆଚେ ?” 37ପିଲିପ୍ କୟ୍ଲା ତୁୟ୍ ସଃବୁ ମଃନ୍ ହଃରାଣ୍ ସଃଙ୍ଗ୍ ଜଦି ବିସ୍ୱାସ୍ କଃର୍ସି ତଃବେ ଅଃଉଁ ହାରେ । ସେତାକ୍ ବେଜୁ କୟ୍ଲା ଜିସୁ କ୍ରିସ୍ଟ ଜେ ଇସ୍ୱରାର୍ ହୟ୍ସି ଇରି ମୁୟ୍ଁ ବିସ୍ୱାସ୍ କଃରୁଲେ ।
38ଆରେକ୍ ବେଜୁ ରଃତ୍ ତେବାଉଁକେ କୟ୍ଲା । ତଃବେ ପିଲିପ୍ ଆର୍ ବେଜୁ ହାଣି ବିତ୍ରେ ଉତୁର୍ଲାୟ୍ ଆର୍ ପିଲିପ୍ ତାକେ ବାପ୍ତିସମ୍ ଦିଲା । 39ସେମଃନ୍ ହାଣି ବିତ୍ରେ ହୁଣି ବାରାୟ୍ ଆୟ୍ଲାକ୍ ମାପ୍ରୁ ଆତ୍ମା ପିଲିପକେ କେଣେ ଦଃରିଗଃଲି ଆରେକ୍ ବେଜୁ ଆର୍ ପିଲିପକେ ଦଃକୁ ନଃହାର୍ଲା, ଅୟ୍ଲେକ୍ ହେଁ ସେ ସଃର୍ଦା ଅୟ୍କଃରି ତାର୍ ବାଟେ ଗଃଲା । 40ମଃତର୍ ପିଲିପ୍ ଅସ୍ଦତ୍ ତଃୟ୍ ଦଃକାୟ୍ ଅୟ୍ଲା; ଆର୍ ସେ ଜଃଉଁଜଃଉଁ ଗଃଳେମଃନ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃରି କାଇସରିଆ ତଃୟ୍ ହଚ୍ଲା ।
9ସାଉଲାର୍ ମଃନ୍ବାଦୁଲ୍ଲି
1ମଃତର୍ ସାଉଲ୍ ଅଃବେ ହଃତେକ୍ ହେଁ ମାପ୍ରୁର୍ ଚେଲାମଃନାର୍ ବିରଦେ ଡିରାୟ୍ ଆର୍ ମଃର୍ନେ ମାର୍ତା କଃତା କୟ୍ ମୁଳ୍ ଜାଜକ୍ ଚଃମେ ଗଃଲା । 2ଆରେକ୍ କ୍ରିସ୍ଟ ବିସ୍ୱାସି ଜୁୟ୍ ଅଃଣ୍ଡ୍ରା ଆର୍ ମାୟ୍ଜିକେ ଦଃକ୍ଲେକ୍, ସେମଃନ୍କେ ଜଃନ୍କଃରି ବାନ୍ଦି ଜିରୁସାଲମେ ଆଣୁ ହାରେ, ଇତାର୍ ଗିନେ ଦମେସକାର୍ ସଃବୁ ପାର୍ତ୍ନା ଗଃରେ ତାର୍ତଃୟ୍ ହୁଣି ଲେକାହଃତାର୍ ମାଗ୍ଲା ।
3ହଃଚେ ସେ ଜଃଉଁଜଃଉଁ ଦମେସକ୍ ଚଃମେ ଆୟ୍ଲାକ୍ ସେଦାହ୍ରେ ଗଟେକ୍ ଅଃଗାସାର୍ ଉଜାଳ୍ ତାର୍ ଚାରିହାକ୍ ଜଃଲ୍କିଗଃଲି । 4ସେତାକ୍ ସେ ବୁୟ୍ଁ ତଃଳେ ଅଦ୍ରି ଇ କଃତା ସୁଣ୍ଲା, “ଏ ସାଉଲ୍ କାୟ୍ତାକ୍ ଅଃମିକ୍ କଃସ୍ଟ୍ ଦେଉଁଲିସ୍ ?” 5ସେ କୟ୍ଲା, “ଏ ମାପ୍ରୁ, ତୁୟ୍ କେ ?” ସେ କଃତା ଆରେକ୍ ସୁଣାଗଃଲି, ଜାକେ ତୁୟ୍ କଃସ୍ଟ୍ ଦେଉଁଲିସ୍ ମୁଁୟ୍ ସେ ଜିସୁ । 6“ମଃତର୍ ଉଟ୍ ଆର୍ ଗଃଳ୍ ବିତ୍ରେ ଜାଆ, ଆର୍ ତକ୍ କାୟ୍ରି କଃରୁକେ ଅୟ୍ଦ୍ ସେରି କଃଉଆ ଅୟ୍ଦ୍ ।”
7ଜୁୟ୍ ଲକ୍ମଃନ୍ ସାଉଲ୍ ସଃଙ୍ଗ୍ ଜାତିରିଲାୟ୍ ସେମଃନ୍ ସେ ଗଃର୍ଜାଣ୍ ସୁଣି କାକେ ହେଁ ନଃଦେକି କାବା ଅୟ୍ ଟିଆ ଅୟ୍ଲାୟ୍ । 8ଆରେକ୍ ସାଉଲ୍ ବୁୟେଁ ହୁଣି ଉଟି ଜଃଡେବଃଳ୍ ଅଃହ୍ଣାର୍ ଆକି ମେଲାକଃଲା ସଃଡେବଃଳ୍ ସେ କାୟ୍ରି ଦଃକି ନଃହାର୍ଲା, ଇତାକ୍ ତାକେ ଆତେ ଦଃରି ଦମେସକ୍ ନିଲାୟ୍ । 9ଆର୍ ସେ ତିନି ଦିନ୍ ହଃତେକ୍ କାଣା ଅୟ୍ରିଲା, ଆର୍ କାୟ୍ରି ନଃକାୟ୍ଲା କି ନଃସୁର୍ଲା ।
10ଦମେସକ୍ ତଃୟ୍ ହନନିଅ ନାଉଁଆର୍ ଗଟେକ୍ କ୍ରିସ୍ଟ ଚେଲା ରିଲା । ମାପ୍ରୁ ତାକେ ଦଃକାୟ୍ ଅୟ୍ କୟ୍ଲା, “ହନନିଅ ଏ ମାପ୍ରୁ, କଃଉ ।”
11ସେତାକ୍ ମାପ୍ରୁ ତାକେ କୟ୍ଲା, “ଉଟ୍ ଆର୍ ସଃଳ୍କ୍ ନାଉଁଆର୍ ବାଟେ ଜାୟ୍ ଜିଉଦାର୍ ଗଃରେ ତାର୍ସୁସ୍ ଗଃଳାର୍ ସାଉଲ୍ ନାଉଁଆର୍ ଗଟେକ୍ ଲକେ କଜ୍, କାୟ୍ତାକ୍ ବଃଲେକ୍ ସେ ପାର୍ତ୍ନା କଃରୁଲା । 12ଆର୍ ସେ ଜଃନ୍କଃରି ଦଃକୁକ୍ ହାରେ ଇତାର୍ ଗିନେ ହନନିଅ ନାଉଁଆର୍ ଗଟେକ୍ ଲକ୍ ଆସି ତାର୍ ଉହ୍ରେ ଆତ୍ ସଃଙ୍ଗାଉଁଲା ବଃଲି ସେ ଦଃର୍ସନ୍ ଦଃକିଆଚେ ।”
13ମଃତର୍ ହନନିଅ କୟ୍ଲା, “ମାପ୍ରୁ, ଜିରୁସାଲମେ ତୁମାର୍ ଦଃର୍ମି ମଃନ୍କେ ଇ ଲକ୍ କଃତେକ୍ କଃସ୍ଟ୍ ଦଃୟ୍ଆଚେ, ସେରି ମୁୟ୍ଁ କଃତେକ୍ ଲକ୍ ତଃୟ୍ହୁଣି ଇ ଲକାର୍ କଃତା ସୁଣି ଆଚି । 14ଆର୍ ଇ ଟାଣେ ଜଃତେକ୍ ଲକ୍ ତୁମାର୍ ନାଉଁଏ ପାର୍ତ୍ନା କଃର୍ତି ସେମଃନ୍କେ ବାନ୍ଦୁକେ ସେ ବଃଡ୍ ଜାଜକ୍ମଃନାର୍ ତଃୟ୍ହୁଣି ଅଃଦିକାର୍ ହାୟ୍ଆଚେ ।”
15ମଃତର୍ ମାପ୍ରୁ ତାକେ କୟ୍ଲା, “ଜାଆ, କାୟ୍ତାକ୍ ବଃଲେକ୍ ସେ ଅଜିଉଦି, ରଃଜା ଆର୍ ଇସ୍ରାଏଲାର୍ ଲକ୍ମଃନାର୍ ମୁଏଁ ଅଃମାର୍ ପର୍ଚାର୍ କଃରୁକେ ଅଃମି ତାକେ ବାଚି ଆଚୁ । 16ବଃଲେକ୍ ମର୍ ନାଉଁଆର୍ ଗିନେ ତାକେ କଃତେକ୍ ଦୁକ୍ ହାଉଁକ୍ ଅୟ୍ଦ୍ ସେରି ମୁଁୟ୍ ତାକେ ଜାଣାୟ୍ନ୍ଦ୍ ।”
17ସେତାକ୍ ହନନିଅ ଜାୟ୍କଃରି ସେ ଗଃର୍ବିତ୍ରେ ହୁର୍ଲା । ଆରେକ୍ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍କଃରି କୟ୍ଲା, “ସାଉଲ୍ ବାୟ୍, ମାପ୍ରୁ ବଃଲେକ୍ ଜୁୟ୍ ଜିସୁ, ଆସ୍ତାବଃଳ୍ ବାଟେ ତକେ ଦଃକାୟ୍ ଅୟ୍ଲା, ତୁୟ୍ ଜଃନ୍କଃରି ଦଃକୁ ହାର୍ସି ଆର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉସି, ଇତାକ୍ ସେ ମକ୍ ହଃଟାୟ୍ ଆଚେ ।” 18ସେ ଦାହ୍ରେ ତାର୍ ଆକାୟ୍ ହୁଣି ମାଚ୍ହଃକଳ୍ ହର୍ କାୟ୍ରି ଗଟେକ୍ ଅଦୁର୍ଲି ଆର୍ ସେ ଦକୁକ୍ ହାର୍ଲା । ଆରେକ୍ ସେ ଉଟି ବାପ୍ତିସମ୍ ହାୟ୍ଲା ।
ଦମେସକେ ସାଉଲାର୍ ପର୍ଚାର୍
19ଆର୍ ସାଉଲ କାଦି କାୟ୍ ବଃଳ୍ ହାୟ୍ଲା । ଦମେସକ୍ ତଃୟ୍ ସାଉଲାର୍ ପର୍ଚାର୍ ହଃଚେ ସେ ଦମେସକେ ଚେଲାମଃନାର୍ ସଃଙ୍ଗ୍ କଃତିଦିନ୍ ରିଲା ।
20ଆରେକ୍ ଜିସୁ ଇସ୍ୱରାର୍ ହୟ୍ସି ବଃଲି ତଃତ୍କାଣ୍ ସେ ପାର୍ତ୍ନା ଗଃରେମଃନ୍ ପର୍ଚାର୍ କଃରୁକେ ଦଃର୍ଲା ।
21ଆର୍ ଜୁୟ୍ମଃନ୍ ତାର୍ କଃତା ସୁଣ୍ଲାୟ୍ ସେମଃନ୍ ସଃବୁ ଲକ୍ କାବା ଅଃଉଁକେ ଦଃର୍ଲାୟ୍ । “ଜିସୁ ନାଉଁ ଦଃରି ପାର୍ତ୍ନା କଃର୍ତା ଲକ୍ମଃନ୍କେ ଜିରୁସାଲମେ କଃସ୍ଟ୍ ଦେତିରିଲା ଆର୍ ଜଃନ୍କଃରି ସେମଃନ୍କେ ବାନ୍ଦି ବଃଡ୍ ଜାଜକ୍ ମଃନାର୍ ହାକ୍ ନେଉଁ ହାରେ ସେତାକ୍ ଦମେସକ୍ ଆସି ରିଲା, ଏକି ସେ ନାୟ୍ ?”
22ମଃତର୍ ସାଉଲ୍ ଅଃଦିକ୍ ସଃକ୍ତି ଅୟ୍ ଉଟ୍ଲା ଆରେକ୍ ଏ ଜେ କ୍ରିସ୍ଟ୍ ବଃଲେକ୍ ମସିଅ ଇରି ନିକକଃରି ବୁଜାୟ୍ଲା, ଇତାକ୍ ଦମେସକ୍ ତଃୟ୍ର୍ ଜିଉଦିମଃନ୍ ଆରେକ୍ କାୟ୍ରି କଃଉଁକେ ନଃହାୟ୍ଲାୟ୍ ।
23୯:୨୩ ୨ କର ୧୧:୩୨,୩୩.ବୁତେକ୍ ବିନ୍ ଗଃଲା ହଃଚେ ଜିଉଦିମଃନ୍ ସାଉଲ୍କେ ମଃର୍ନେ ମାରୁକ୍ ମିସିକଃରି କୁଟ୍ ହାଚ୍ଲାୟ୍ । 24ମଃତର୍ ସାଉଲ୍ ସେମଃନାର୍ କୁଟ୍ ହାଚ୍ତାର୍ ସୁଣ୍ଲା । ଆର୍ ସେମଃନ୍ ଜଃନ୍କଃରି ତାକେ ମାର୍ତି, ଇତାର୍ ଗିନେ ଦିନ୍ ରାତି ଗଃଳାର୍ ସଃବୁ ଦୁଆରେ ଜାଗିରିଲାୟ୍ । 25ମଃତର୍ ତାର୍ ଚେଲାମଃନ୍ ରାତିବଃଳ୍ ତାକେ ଗଟେକ୍ ଡଃଲାୟ୍ ବଃସାୟ୍ କୁଆଳେ ହୁଣି ତଃଳେ ଉତ୍ରାୟ୍ଲାୟ୍ ।
ଜିରୁସାଲମ୍ ତଃୟ୍ ସାଉଲ୍
26ତାର୍ହଃଚେ ସାଉଲ୍ ଜିରୁସାଲମ୍କେ ଜାୟ୍ ଚେଲାମଃନାର୍ ସଃଙ୍ଗ୍ ମିସୁକ୍ ମଃନ୍ହାଚ୍ତି ରିଲା, ମଃତର୍ ସେ ଜେ ଗଟେକ୍ ଚେଲା ଇରି ସଃତ୍ ନଃକେରି ସଃବୁଲକ୍ ତାକେ ଡିର୍ତି ରିଲାୟ୍ । 27ମଃତର୍ ବର୍ନବା ତାକେ ସଃଙ୍ଗେ ଦଃରି ପେରିତ୍ ମଃନାର୍ ଚଃମେ ଆଣ୍ଲା, ଆରେକ୍ ତାର୍ ବାଟେ ଜଃନ୍କଃରି ମାପ୍ରୁ ତାକେ ଦଃକାୟ୍ ଅୟ୍ଲା, ଆର୍ ମାପ୍ରୁ ତାକେ କଃତା କୟ୍ଲା, ଆର୍ କଃନ୍କଃରି ସେ ଦମେସକ୍ ତଃୟ୍ ବଃଡେ ସାସେ ଜିସୁର୍ ନାଉଁଏ ପର୍ଚାର୍ କଃର୍ତିରିଲା, ଇ ସଃବୁ ସେମଃନାର୍ ଟାଣେ ଗଟେକ୍ ଗଟେକ୍ କଃରି କୟ୍ଲା । 28ଆର୍ ସାଉଲ ପେରିତ୍ ମଃନାର୍ ସଃଙ୍ଗେ ରିଲା ସେମଃନାର୍ ସଃଙ୍ଗ୍ ଜିରୁସାଲମେ ବୁଲାବୁଲିକଃରି, ମାପ୍ରୁର୍ ନାଉଁଏ ବଃଡେ ସାସେ ପର୍ଚାର୍ କଃରୁକେ ଦଃର୍ଲା । 29ଇ ସଃବୁ ସେ ଗ୍ରିକ୍ ବାସାର୍ ଜିଉଦିମଃନାର୍ ସଃଙ୍ଗ୍ କଃତାବାର୍ତା ଆର୍ କଃତାୟ୍ ଦଃରାଦଃରି ଅଃଉତି ରିଲା, ମଃତର୍ ସେମଃନ୍ ତାକେ ମଃର୍ନେ ମାରୁକ୍ ଉପାୟ୍ କଃର୍ତି ରିଲାୟ୍ । 30ସେରି ଜାଣୁ ହାରି ବିସ୍ୱାସି ବାୟ୍ମଃନ୍ ସାଉଲ୍କେ କାଇସରିଆକେ ନିଲାୟ୍ ଆର୍ ତାର୍ସୁସ୍କେ ହଃଟାୟ୍ଲାୟ୍ ।
31ଅଃନ୍କଃରି ସଃବୁ ଜିଉଦା ରାଜି, ଗାଲିଲି ଆର୍ ସମିରଣ୍ ମଣ୍ଡ୍ଳି ନିକ ରଃୟ୍ ମାପ୍ରୁକ୍ ଡିରିକଃରି ଚାଲାଚାଲ୍ତି ଅୟ୍ ସୁସ୍ତା ହାଉତି ରିଲାୟ୍, ଆରେକ୍ ପବିତ୍ର ଆତ୍ମାର୍ ଉହ୍କାର୍ ସଃଙ୍ଗ୍ ବାଡୁକେ ଦଃର୍ଲାୟ୍ ।
ଲୁଦ୍ ଆର୍ ଜାପ ତଃୟ୍ ପିତର୍
32ଇ ବିତ୍ରେ ପିତର୍ ସଃବୁ ହଲି ବୁଲି ବୁଲି ଲୁଦ୍ ଗଃଳାର୍ ଇସ୍ୱରାର୍ ବିସ୍ୱାସିମଃନାର୍ ଚଃମେ ଆୟ୍ଲା । 33ସେତି ସେ ଏନିୟ ନାଉଁଆର୍ ଲକ୍କେ ବେଟ୍ହାୟ୍ଲା, ସେ ଆଟ୍ ବଃର୍ସ୍ ହଃତେକ୍ ମଃଳୁହଃଳି ଟାଟାୟ୍ ହୁଣି ଉଟୁ ନଃହାର୍ତି ରିଲା, ତାକେ ଏକ୍ଅଃଙ୍ଗି ରଗ୍ ଅୟ୍ରିଲି । 34ପିତର୍ ତାକେ କୟ୍ଲା, “ଏନିୟ ଜିସୁ କ୍ରିସ୍ଟ୍ ତକ୍ ଉଜ୍ କଃରୁକେ ମଃନ୍କଃରୁଲା, ଉଟ୍ ଆର୍ ତର୍ ଟାଟି ଉଟାଉ” ସେତାକ୍ ସେ ତଃତ୍କାଣ୍ ଉଟ୍ଲା । 35ଆର୍ ଲୁଦ୍ ଆର୍ ସାରଣାଇ ବାସାକଃର୍ତାର୍ ଲକ୍ମଃନ୍ ତାକେ ଦଃକି ମାପ୍ରୁର୍ ହାକ୍ ବାଉଳି ଆୟ୍ଲାୟ୍ ।
36ଜାପ ତଃୟ୍ ତାବିତା ନାଉଁଆର୍ ବିସ୍ୱାସି ମାୟ୍ଜି ରିଲି, ଗ୍ରିକ୍ ବାସାୟ୍ ନାଉ ଦର୍କା, ବଃଲେକ୍ “ଗଟ୍ କଟ୍ରା ।” ସେ ଗଃରିବ୍ମଃନ୍କେ ଉହ୍କାର୍ ଆର୍ ଗଃରିବ୍ ମଃନ୍କେ ଦାନ୍ କଃର୍ତିରିଲି । 37ସଃଡେବଃଳ୍ ସେ ରଗେ ହଃଳି ମଃଲି; ସେତାକ୍ ସେମଃନ୍ ତାକେ ହାଣି ଗଃଦ୍ଳାୟ୍ ଗଟେକ୍ ଉହ୍ରାର୍ ବଃକ୍ରାୟ୍ ସଳାୟ୍ଲାୟ୍ । 38ଆରେକ୍ ଲୁଦ୍ ଜାପର୍ ଚଃମେ ରିଲି; ଚେଲାମଃନ୍ ପିତର୍ ସେତି ଆଚେ ବଃଲି ଦୁୟ୍ ଲକ୍କେ ତାର୍ ତଃୟ୍ ହଃଟାୟ୍ ଗଃଉଆରି କଃଲାୟ୍, “ଅଃମାର୍ ତଃୟ୍ ବେଗିଆଉ ।” 39ଇତାକ୍ ପିତର୍ ଉଟି ସେମଃନାର୍ ସଃଙ୍ଗ୍ ଗଃଲା, ସେ ଆୟ୍ଲାକ୍ ସେମଃନ୍ ତାକେ ଉହ୍ରାର୍ ବଃକ୍ରାୟ୍ ନିଲାୟ୍, ଆର୍ ରାଣ୍ଡିମଃନ୍ ତାର୍ ଚାରିବେଳ୍ତ୍ ବେଳି କାନ୍ଦି କାନ୍ଦି କୟ୍ଲାୟ୍, ଦର୍କା ତାକାର୍ ସଃଙ୍ଗ୍ ରିଲାବଃଳ୍ ଜୁୟ୍ ସଃବୁ ହିନ୍ଦ୍ତା ହଃଚ୍ୟା ସଃବୁ ତିଆର୍ କଃରିରିଲି, ସେରି ସଃବୁ ଦଃକାଉଁକ୍ ଦଃର୍ଲାୟ୍ । 40ମଃତର୍ ପିତର୍ ବଃକ୍ରାୟ୍ ହୁଣି ସଃବ୍କେ ବାର୍କଃରି ମାଣ୍ଡିକୁଟା ଟେସି ପାର୍ତ୍ନା କଃଲା ଆରେକ୍ ମଃଳାର୍ ଗଃଗାଳ୍ ମୁଁ ବୁଲାୟ୍ କୟ୍ଲା, “ତାବିତା, ଉଟ୍” ସେତାକ୍ ସେ ଆକି ଉଗାଳି ପିତର୍କେ ଦଃକ୍ଲି ଆର୍ ଉଟି ବଃସ୍ଲି । 41ଆରେକ୍ ସେ ଆତେ ଦଃରି ତାକେ ଉଟାୟ୍ଲା । ସଃବୁ ବିସ୍ୱାସି ଆର୍ ରାଣ୍ଡିମଃନ୍କେ କୁଦି ଦଃର୍କାକେ ଜିବନ୍ ହାୟ୍ଲାର୍ ଦଃକାୟ୍ଲା । 42ଇ କଃତା ଜାପର୍ ଚାରିହାକ୍ ଜାଣାହଃଳ୍ଲି ଆର୍ ଗାଦେକ୍ ଲକ୍ ମାପ୍ରୁକ୍ ବିସ୍ୱାସ୍ କଃଲାୟ୍ । 43ଆରେକ୍ ପିତର୍ ବୁତେକେ ଦିନ୍ ହଃତେ ଜାପ ତଃୟ୍ ସିମନ୍ ନାଉଁଆର୍ ଚାମ୍ରା ଗଃରେ ରିଲା ।
10ପିତର୍ ଆର୍ କର୍ନିଲିୟ
1କାଇସରିଆ ଗଃଳେ କର୍ନିଲିୟ ନାଉଆର୍ ଗଟେକ୍ ଲକ୍ ରିଲା “ସେ ଇତାଲିକ୍ ନାଉଁଆର୍ ରମିୟ୍ ସଃଇନ୍ ଦଃଳାର୍ ଗଟେକ୍ ହାଁଞ୍ଚ୍କଳି ସଃଇନାର୍ ଅଃଦିକାରି ।” 2ସେ ଗଟେକ୍ ଦଃର୍ମି ଲକ୍ ଆର୍ ତାର୍ ଗଃର୍କୁଟୁମ୍ ସଃବୁ ଇସ୍ୱର୍କେ ମାନ୍ତି ରିଲାୟ୍, ସେ ଦିଉଦି ଗଃରିବ୍ମଃନ୍କେ ଉହ୍କାର୍ କଃର୍ତିରିଲା ଆର୍ ସଃବୁବଃଳ୍ ମାପ୍ରୁକ୍ ପାର୍ତ୍ନା କଃର୍ତିରିଲା । 3ଗଟ୍ ଦିନ୍ ଉହୁର୍ଅଳି ହାକାହାକି ତିନି ଗଃଟା ବଃଳ୍ ସେ ଦୁତ୍କେ ଦଃର୍ସନେ ନିକକଃରି ଦଃକ୍ଲା, ଜଃନ୍କଃରି ଇସ୍ୱରାର୍ ଦୁତ୍ ତାର୍ ଚଃମେ ଆସି କୟ୍ଲା, “ଏ କର୍ନିଲିୟ ।”
4ସେତାକ୍ ତାକେ ନିକକଃରି ଦଃକି, ଡିରିକଃରି କୟ୍ଲା, “ଏ ମାପ୍ରୁ କାୟ୍ରି ?” ସେ ତାକେ କୟ୍ଲା, “ଇସ୍ୱର୍ ତର୍ ପାର୍ତ୍ନା ଆର୍ ତର୍ ଦାନ୍ ଦେତା ତଃୟ୍ ସଃର୍ଦା ଅୟ୍ଆଚେ ଆର୍ ଉତୁର୍ ଦେଉଁକେ ଇଚା କଃରିଆଚେ । 5ଅଃବେ ଜାପ ତଃୟ୍ ଲକ୍ ହଃଟାୟ୍ ସିମନ୍କେ କୁଦି ଆଣାଉ ତାର୍ ଆରେକ୍ ଗଟ୍ ନାଉଁ ଅଃଉଁଲି ପିତର୍ । 6ସେ ସିମନ୍ ନାଉଁଆର୍ ଚାମ୍ରାର୍ ଗଃରେ ଆଚେ, ତାର୍ ଗଃର୍ ସଃମ୍ନ୍ଦ୍ କଃଣ୍ଡାୟ୍ ।” 7ଇରି କୟ୍ ଦୁତ୍ ଗଃଲା ହଃଚେ କର୍ନିଲିୟ ତାର୍ ଗଃରାର୍ ଦଃଙ୍ଗ୍ଳା ବିତ୍ରେ ଦୁୟ୍ଲକେ ଆର୍ ତାର୍ ସଃଇନ୍ମଃନାର୍ ବିତ୍ରେ ଗଟେକ୍ ଦଃର୍ମି ସଃଇନ୍କେ କୁଦ୍ଲା । 8ଆର୍ ସେମଃନ୍କେ ସଃବୁ କଃତା କୟ୍ ଜାପକେ ହଃଟାୟ୍ଲା ।
9ଆର୍କ ଦିନ୍ ସେମଃନ୍ ଜଃଉଁ ଜଃଉଁ ଜଃଡେବଃଳ୍ ସେ ଗଃଳାର୍ ଚଃମେ ଅୟ୍ଲାୟ୍, ସଃଡେବଃଳ୍ ପିତର୍ ଦିନ୍ ବାରଗଃଟା ବଃଳ୍ ପାର୍ତ୍ନା କଃରୁକେ ଚାନି ଉହ୍ରେ ଗଃଲା । 10ଆର୍ ସେ ବୁକ୍ ଅୟ୍ଲା, ଆର୍ କାଉଁକେ ମଃନ୍ କଃଲା ମଃତର୍ ସେମଃନ୍ କାଦି ରାନ୍ଦ୍ତା ବଃଳ୍ ସେ ଗଟେକ୍ ଦଃର୍ସନ୍ ଦଃକ୍ଲା । 11ସେ ଦଃକ୍ଲା ଜେ, ଅଃଗାସ୍ ଉଗାଳି ଅୟ୍ଆଚେ ଆର୍ ଗଟେକ୍ ବଃଡ୍ ହଃଚ୍ୟା ଚାରିକନେ ଦଃରା ଅୟ୍ ହୁର୍ତିବି ଉହ୍ରେ ଗଃସ୍ରାୟ୍ ଦିଆ ଅଃଉଁଲି । 12ସେତି ହୁର୍ତିବିର୍ ସଃବୁ ହଃର୍କାର୍ ଚାରି ହଃଦୁମାର୍ ବଃନାର୍ ଜଃତୁମଃନ୍, ବୁୟେଁ ରାଙ୍ଗ୍ତା ଜିବ୍ ଜଃତୁମଃନ୍ ଆର୍ ଅଃଗାସାର୍ ଚେଳେମଃନ୍ ରିଲାୟ୍ । 13ଆର୍ ତାକେ ଇ କଃତା କଃଉଆ ଅୟ୍ଲି, “ଏ ପିତର୍ ଉଟ୍ ମାର୍ ଆର୍ କାଆ ।”
14ମଃତର୍ ପିତର୍ କୟ୍ଲା, “ନାୟ୍ ମାପ୍ରୁ, ମୁୟ୍ଁ କଃବେ ହେଁ ଅପବିତ୍ର ଆର୍ ବିଟାଳ୍ କାଦି ନଃକାୟ୍ ।”
15ଆରେକ୍ ଗଟ୍ତର୍ ତାକେ ଇ କଃତା ସୁଣା ଅୟ୍ଲି, “ଇସ୍ୱର୍ ଜାୟ୍ରି ନିର୍ମୁଳ୍ କଃରି ଆଚେ, ସେତାକ୍ ବିଟାଳ୍ ବଃଲି କଃଉନାୟ୍ ।” 16ଅଃନ୍କଃରି ତିନିତର୍ ଅୟ୍ଲା ହଃଚେ, ଆର୍ ହଃଚ୍ୟା ତଃତ୍କାଣ୍ ଅଃଗାସେ ଉଟାୟ୍ ନିଆ ଅୟ୍ଲି ।
17ପିତର୍ ଜାୟ୍ରି ଦଃର୍ସନେ ଦଃକ୍ଲା ସେତାର୍ ବାବ୍ କାୟ୍ରି ଏତାୟ୍ ଏତାୟ୍ ସେ କାବା ଅୟ୍ଲା । ଅଃନ୍କାବଃଳ୍ କର୍ନିଲିୟ ହଃଟାୟ୍ଲା ଲକ୍ମଃନ୍ ସିମନାର୍ ଗଃର୍ ଲଳ୍ଲାୟ୍ ଆର୍ ତାର୍ ଦୁଆର୍ ଚଃମେ ଟିଆ ଅୟ୍ଲାୟ୍ । 18ସିମନ୍ ପିତର୍ “ସେ ଗଃରେ ଆଚେ କି ନାୟ୍ ବଃଲି, କୁଦିକଃରି ହଃଚାର୍ଲାୟ୍ ।”
19୧୦:୧୯ ତିନି; କଃତିଗଟ୍ ହର୍ନାଲେକାୟ୍ କଃତେକ୍ ବଃଲିଆଚେ, ଆରେକ୍ କଃତିତଃୟ୍ ଦୁୟ୍ଲକ୍ ବଃଲି ଆଚେ ।ପିତର୍ ଦଃର୍ସନ୍ ଦଃକ୍ଲା କଃତା ବାବ୍ତାବଃଳ୍ ଆତ୍ମା ତାକେ କୟ୍ଲି, “ସୁଣ୍, ତଃଳେ ତିନି ଲକ୍ ତକେ ଲଳୁଲାୟ୍ । 20ଉଟ୍ ତଃଳେ ଜାଆ ଆର୍ କାୟ୍ରି ଅଃହ୍ରାତ୍ ନଃବାବି ତାକାର୍ ସଃଙ୍ଗ୍ ଜାଆ କାୟ୍ତାକ୍ବଃଲେକ୍ ମୁୟ୍ଁ ସେମଃନ୍କେ ହଃଟାୟ୍ ଆଚି ।” 21ସେତାକ୍ ପିତର୍ ସେ ଲକ୍ମଃନାର୍ ହାକ୍ ଉତ୍ରି ଆସି କୟ୍ଲା, “ତୁମିମଃନ୍ ଜାକେ ଲଳୁଲାସ୍ ସେ ମୁୟ୍ଁ । ତୁମିମଃନ୍ କାୟ୍ତାକ୍ ଆସି ଆଚାସ୍ ?”
22ସେମଃନ୍ କୟ୍ଲାୟ୍, କର୍ନିଲିୟ ନାଉଁଆର୍ ଗଟେକ୍ ହାଁଞ୍ଚ୍କଳି ସଃଇନାର୍ ଅଃଦିକାରି, ସେ ଗଟେକ୍ ଦଃର୍ମି ଲକ୍ ଆର୍ ଇସ୍ୱର୍କେ ମାନ୍ତା ଲକ୍ ଆର୍ ସଃବୁ ଜିଉଦିମଃନାର୍ ତଃୟ୍ ଜାଣାସୁଣା ଲକ୍ । “ସେ ତାର୍ ଗଃରେ ତକ୍ କୁଦି ହଃଟାୟ୍ ଆଚେ ।” ଆର୍ ତର୍ କଃତା ସୁଣୁକ୍ “ପବିତ୍ର ଦୁତ୍ ତାକେ ଦଃର୍ସନ୍ ଦଃୟ୍ ଆଚେ ।” 23ସେତାକ୍ ସେମଃନ୍କେ ଗଟ୍ ରାତି ରେଉଁକେ ଗଃର୍ ବିତ୍ରେ କୁଦ୍ଲା, ତାର୍ ଆର୍କ ଦିନ୍ ଉଟି ତାକାର୍ ସଃଙ୍ଗ୍ ଗଃଲା, ଆରେକ୍ ଜାପର୍ ବିସ୍ୱାସି ବାୟ୍ମଃନାର୍ ବିତ୍ରେ କଃତେକ୍ ଲକ୍ ତାର୍ ସଃଙ୍ଗ୍ ଗଃଲାୟ୍ । 24ଆରେକ୍ ଗଟ୍ ଦିନ୍ ସେମଃନ୍ କାଇସରିଆ ହଚ୍ଲାୟ୍, ଜୁୟ୍ତି କର୍ନିଲିୟ ତାର୍ ନିଜାର୍ ଲକ୍ମଃନ୍କେ କୁଦି ସେମଃନ୍କେ ଜାଗ୍ତି ରିଲା । 25ପିତର୍ ହଚ୍ଲାକ୍ କର୍ନିଲିୟ ତାକେ ବେଟ୍ ଅୟ୍ ଗଡ୍ତଃଳେ ଡୁଳି ଜୁଆର୍ କଃଲା । 26ମଃତର୍ ପିତର୍ ତାକେ ଉଟାୟ୍ କୟ୍ଲା, “ଟିଆ ଅଃଉ” ମୁୟ୍ଁ ହେଁ ଗଟେକ୍ ମାନାୟ୍ । 27ସେତାକ୍ ସେ ତାର୍ ସଃଙ୍ଗ୍ କଃତା ଅଃଉଁ ଅଃଉଁ ଗଃର୍ ବିତ୍ରେ ଗଃଲା, ଆର୍ ଗାଦେକ୍ ଲକ୍ ରୁଣ୍ଡି ରିଲାର୍ ଦଃକ୍ଲା । 28ଆରେକ୍ ସେ ସେମଃନ୍କେ କୟ୍ଲା, ଅଜିଉଦି ଲକ୍ମଃନାର୍ ସଃଙ୍ଗ୍ ମିସ୍ତାର୍ କି ତାର୍ ଚଃମେ ଜାତାର୍ ଜିଉଦି ଲକ୍ମଃନାର୍ ବିଦି ନାୟ୍, ସେରି “ତୁମିମଃନ୍ ଜାଣାସ୍, ଅୟ୍ଲେକ୍ ହେଁ କୁୟ୍ ଲକ୍କେ ହାହି କି ବିଟାଳ୍ ବଃଲି ନଃକଃଉଁକ୍ ଇସ୍ୱର୍ ମକ୍ ଦଃର୍ସନ୍ ଦଃକାୟ୍କଃରି କୟ୍ଆଚେ । 29ସେତାକ୍ ତୁମି କୁଦ୍ଲାଦାହ୍ରେ ମୁୟ୍ଁ ନାୟ୍ ନଃବେଲି ତୁମାର୍ ଗଃରେ ଆୟ୍ଲେ । ଇତାକ୍ ମୁୟ୍ଁ ହଃଚାରୁଲେ କି କାୟ୍ତାକ୍ ମକ୍ କୁଦି ଆଚାସ୍ ?”
30୧୦:୩୦ ପାର୍ତ୍ନା, କଃତିଗଟ୍ ହର୍ନାଲେକାୟ୍ ପାର୍ତ୍ନା ଆର୍ ଉପାସ୍ ବଃଲି ଆଚେ ।କର୍ନିଲିୟ କୟ୍ଲା, “ତିନ୍ ବିନ୍ ହୁର୍ବେ ଟିକ୍ ଇ ବେଳାୟ୍ ମର୍ ଗଃରେ ତିନିଗଃଟା ବେଳାୟ୍ ପାର୍ତ୍ନା କଃର୍ତିରିଲେ ଆର୍ ଗଟ୍ ଦଃବ୍ଳା ବଃସ୍ତର୍ ହିନ୍ଦିରିଲା ଗଟେକ୍ ଲକ୍ ମର୍ ଚଃମେ ଟିଆ ଅୟ୍ କୟ୍ଲା, 31‘କର୍ନିଲିୟ, ତର୍ ପାର୍ତ୍ନା ଇସ୍ୱର୍ ସୁଣି ଆଚେ ଆରେକ୍ ତର୍ ଦାନ୍ ସଃବୁ ଇସ୍ୱର୍ ଏତୁ କଃରି ଆଚେ ।’ 32ତଃବେ ଜାପକେ ଲକ୍ ହଃଟାୟ୍ ସିମନ୍ ପିତର୍କେ କୁଦି ଆଣ୍, ସେ ସଃମ୍ନ୍ଦ୍ କଃଣ୍ଡାୟ୍ ସିମନ୍ ଚାମ୍ରାର୍ ଗଃରେ ଆଚେ । 33ଇତାର୍ ଗିନେ ମୁୟ୍ଁ ସଃଙ୍ଗେ ସଃଙ୍ଗେ ତର୍ ତଃୟ୍ ଲକ୍ ହଃଟାୟ୍ଲେ ଆର୍ ତୁୟ୍ ଆସି ଆଚ୍ସି, ନିକ କଃରି ଆଚ୍ସି । ତଃବେ ମାପ୍ରୁ ତକ୍ ଜାୟ୍ରି ସଃବୁ କୟ୍ଆଚେ ସେରି ସୁଣୁକ୍ ଅଃମିମଃନ୍ ଇସ୍ୱରାର୍ ଚଃମେ ଆଚୁ ।”
ପିତରାର୍ ପର୍ଚାର୍
34ସେତାକ୍ ପିତର୍ ଟଣ୍ଡ୍ ହୁଟାୟ୍ କୟ୍ଲା, “ମୁୟ୍ଁ ଅଃବେ ସଃତ୍ ବୁଜୁ ହାରୁଲେ ଜେ, ଇସ୍ୱର୍ ସଃବ୍କେ ସଃମାନ୍ ବାବେ ଦଃକୁଲା ।”
35ମଃତର୍ ହଃତି ଲକ୍ ଜେ ତାକେ ମାନେଦ୍ ଆର୍ ଦଃର୍ମ୍ କାମ୍ କଃରେଦ୍ ମାପ୍ରୁ ତାକେ ନିଜାର୍ କଃରେଦ୍, ଇରି ମୁୟ୍ଁ ସଃତ୍ କଃରି ବୁଜୁଲେ । 36ତୁମଃନ୍ ଜାଣି ଆଚାସ୍ ଜେ, ଇସ୍ୱର୍ ଇସ୍ରାଏଲ୍ମଃନାର୍ ହାକ୍ ଜୁୟ୍ ସେ ନିକ କବୁର୍ ହଃଟାୟ୍ ରିଲାର୍ ସେରି ହଃକା ଜିସୁ ପର୍ଚାର୍ କଃରି ରିଲାର୍ ସୁସ୍ତାର୍ କବୁର୍, ଇ ଜିସୁ କ୍ରିସ୍ଟ ସଃବ୍କାର୍ ମାପ୍ରୁ । 37ଜହନ୍ ପର୍ଚାର୍ କଃଲା ବାପ୍ତିସମ୍ ଗାଲିଲି ତଃୟ୍ହୁଣି ମୁଳ୍ୟାୟ୍ କଃରି ସଃବୁ ଜିଉଦା ରାଜାୟ୍ କାୟ୍ରି ଗଃଟ୍ଲି ସେତିର୍ କଃତା ତୁମିମଃନ୍ ଜାଣାସ୍ । 38ବଃଲେକ୍ ନାଜରିତାର୍ ଜିସୁର୍ କଃତା, କଃନ୍କଃରି ଇସ୍ୱର୍ ତାକେ ପବିତ୍ର ଆତ୍ମାୟ୍ ଅବିସେକ୍ କଃଲା ଆର୍ ସଃକ୍ତି ଦଃୟ୍ରିଲା ଆର୍ ସେ ନିକ କାମ୍ କଃଲା, ଆର୍ ସୟ୍ତାନ୍ ଆତେ ହୁଣି ରଗି ମଃନ୍କେ ଉଜ୍ କଃରି ସଃବୁ ହାକ୍ ବୁଲ୍ଲା, କାୟ୍ତାକ୍ ବଃଲେକ୍ ଇସ୍ୱର୍ ତାର୍ ସଃଙ୍ଗ୍ ରିଲା । 39ଆରେକ୍ ସେ ଜିଉଦିମଃନାର୍ ଦେସେ ଆର୍ ଜିରୁସାଲମେ ଜାୟ୍ ଜାୟ୍ରି କଃଲା ଅଃମିମଃନ୍ ସେ ସଃବୁର୍ ସାକି । ତାକେ ସେମଃନ୍ କ୍ରୁସେ ଜଃଗାୟ୍ ମାର୍ଲାୟ୍ । 40ତାକେ ଇସ୍ୱର୍ ତିନିଦିନାର୍ ହଃଚେ ମଃଲା ତଃୟ୍ହୁଣି ଉଟାୟ୍ଲା ଆର୍ ଲକ୍ମଃନ୍କେ ଦଃକାୟ୍ଲା । 41ସେ ସଃବ୍କେ ଦଃକାୟ୍ ନଃୟ୍ଲା, ମଃତର୍ ଇସ୍ୱର୍ ହୁର୍ବେ ଟିକ୍ କଃଲା ସାକି ଜେ ଅଃମିମଃନ୍, ଅଃମିମଃନ୍କ୍ ଦଃକାୟ୍ ଅୟ୍ଲା, ସେ ମଃଲା ଲକ୍ ତଃୟ୍ହୁଣି ଉଟ୍ଲା ହଃଚେ ଅଃମିମଃନ୍ ତାର୍ସଃଙ୍ଗ୍ କାଉଆ ହିଉଆ କଃଲୁ । 42ଆର୍ ଲକ୍ମଃନ୍ ତଃୟ୍ ପର୍ଚାର୍ କଃରୁକେ ଆରେକ୍ ମଃଲା ଆର୍ ଜିବନ୍ ଲକ୍ମଃନ୍କେ ବିଚାର୍ କଃର୍ତା ଗିନେ ଇସ୍ୱର୍ ତାକେ ବାଚିଆଚେ ବଃଲି ସାକି ଦେଉଁକ୍ ସେ ଅଃମିମଃନ୍କ୍ ବାଚି ଆଚେ । 43ତାର୍ ବିସୟେ ଇ କଃତା କୟ୍ଲା ଜୁୟ୍ ଲକ୍ ତାକେ ସଃତ୍ କଃରେଦ୍ ସେ ତାର୍ ନାଉଁଏ ହାହ୍ କେମା ହାୟ୍ଦ୍ ଇରି ସଃବୁ ବାବ୍ବାଦି ମଃନ୍ କୟ୍ ଆଚ୍ତି ।
ଅଜିଉଦି ଲକ୍ହେଁ ପବିତ୍ର ଆତ୍ମା ହାଉତି
44ପିତର୍ ଇ ସଃବୁ କଃତା କଃଉତା ବଃଳ୍ ଜଃତେକ୍ ଲକ୍ ସୁଣ୍ତି ରିଲାୟ୍ ସେ ସଃବୁଲକାର୍ ଉହ୍ରେ ପବିତ୍ର ଆତ୍ମା ଉତୁର୍ଲି । 45ସୁନତ୍ ହାୟ୍ଲା ପିତର୍ ସଃଙ୍ଗ୍ ଆୟ୍ଲା ଜିଉଦି ବିସ୍ୱାସିମଃନ୍ ସଃବୁଲକ୍ ଅଜିଉଦି ଲକ୍ମଃନାର୍ ଉହ୍ରେ ହେଁ ପବିତ୍ର ଆତ୍ମା ଆସ୍ତାର୍ ଦଃକି କାବା ଅୟ୍ଲାୟ୍ । 46କାୟ୍ତାକ୍ବଃଲେକ୍ ଜିଉଦି ବିସ୍ୱାସିମଃନ୍ ସେମଃନ୍କେ ବିନ୍ ବିନ୍ ବାସାୟ୍ କଃତା ଅଃଉତାର୍ ଆର୍ ଇସ୍ୱରାର୍ ଜଃଜ୍ମାନ୍ କଃର୍ତାର୍ ସୁଣ୍ଲାୟ୍ ସଃଡେବଃଳ୍ ପିତର୍ କୟ୍ଲା, 47“ଇ ଜୁୟ୍ ଲକ୍ମଃନ୍ ଅଃମାର୍ ହର୍ ପବିତ୍ର ଆତ୍ମା ହାୟ୍ ଆଚ୍ତି ଇମଃନ୍ ଜଃନ୍କଃରି ବାପ୍ତିସମ୍ ନଃହାଉତି ସେତାକ୍ କେ କାୟ୍ ହାଣି ନାୟ୍ ବଃଲେଦ୍ ?” 48ଆରେକ୍ ସେମଃନ୍କେ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ଦେଉଁକ୍ ଆଦେସ୍ ଦିଲା, ହଃଚେ ସେମଃନ୍ କଃତି ଦିନ୍ ସେତି ରେଉଁକ୍ ତାକେ ଗଃଉଆରି କଃଲାୟ୍ ।
11ଜିରୁସାଲ ମଣ୍ଡ୍ଳିଏ ପିତରାର୍ ସାକି ଦେଉଁଲା
1ଅଜିଉଦିମଃନ୍ ହେଁ ଇସ୍ୱରାର୍ କଃତା ସୁଣ୍ଲାୟ୍, ଇରି ପେରିତ୍ମଃନ୍ ଆର୍ ଜିଉଦା ରାଜିୟେ ରିଲା ବିସ୍ୱାସି ବାୟ୍ମଃନ୍ ହେଁ ସୁଣ୍ଲାୟ୍ । 2ଆର୍ ଜଃଡେବଃଳ୍ ପିତର୍ ଜିରୁସାଲମେ ଆୟ୍ଲା, ସଃଡେବଃଳ୍ ସୁନତ୍ ଚେଲାମଃନ୍ ତାକ୍ ବିରଦ୍କଃରି କୟ୍ଲାୟ୍ । 3“ତୁୟ୍ ଅସୁନତ୍ ଲକ୍ମଃନାର୍ ଗଃର୍ ବିତ୍ରେ ଜାୟ୍ ସେମଃନାର୍ ସଃଙ୍ଗ୍ କାୟ୍ଆଚ୍ସି” 4ମଃତର୍ ପିତର୍ ଇ କଃତାକ୍ ଆରୁମେ ହୁଣି ସେସ୍ ହଃତେକ୍ ବୁଜାୟ୍ କୟ୍ଲା ।
5“ମୁୟ୍ଁ ଜାପ ଗଃଳେ ପାର୍ତ୍ନା କଃର୍ତିରିଲେ ଆରେକ୍ ଦଃର୍ସନେ ଇରି ଦଃକ୍ଲେ, ଗଟେକ୍ ବଃଡ୍ ହଃଚ୍ୟା ତାର୍ ଚାରି କନେ ଦଃରାଅୟ୍ ଅଃଗାସେ ହୁଣି ତଃଳେ ଉତ୍ରି ଆସୁଲି । 6ଆର୍ ସେରି ମର୍ ହଃତେକ୍ ଆୟ୍ଲି, ମୁୟ୍ଁ ତାକେ ଦଃକି ବାବୁକ୍ ଦଃର୍ଲେ ସେତି ହୁର୍ତିବିର୍ ଚାରି ଗଡିଆ ଜଃତୁ, ବୁୟେଁ ରାଙ୍ଗ୍ତା ଜିବ୍ ଆର୍ ଅଃଗାସାର୍ ଚେଳେମଃନ୍ ରିଲାର୍ ଦଃକ୍ଲେ । 7ଆରେକ୍ ମକ୍ କଃଉଆ ଅଃଉତା ଗଟେକ୍ କଃତା ସୁଣ୍ଲେ, ଏ ପିତର୍ ‘ଉଟ୍ ମାରିକଃରି କାଆ ।’ 8ମଃତର୍ ମୁୟ୍ଁ କୟ୍ଲେ, ‘ନାୟ୍ ମାପ୍ରୁ, ମୁୟ୍ଁ ପବିତ୍ର ନୟ୍ଲାର୍ କି ବିଟାଳ୍ରି କାୟ୍ରି କଃବେ ହେଁ ନଃକାୟ୍ ।’ 9ମଃତର୍ ଆରେକ୍ ଗଟ୍ତର୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣାଗଃଲି, ମାପ୍ରୁ ଜାୟ୍ରି ପବିତ୍ର କଃରି ଆଚେ ତାକେ ବିଟାଳ୍ ବଃଲି ନଃକ୍ଉ । 10ଅଃନ୍କଃରି ତିନିତର୍ ଆୟ୍ଲି, ହଃଚେ ସଃର୍ଗେ ନିଆ ଅୟ୍ଲି । 11୧୧:୧୧ ମୁୟ୍ଁ ଗଃର୍ବିତ୍ରେ ରିଲେ, କଃତିଗଟ୍ ହର୍ନା ଲେକାୟ୍ ଅଃମି ରିଲୁ ବଃଲିଆଚେ । ଆରେକ୍ ଦଃକା ସେଦାହ୍ରେ ତିନିଲକ୍ ଅଃମି ଜୁୟ୍ ଗଃରେ ରିଲୁ, ସେତି ଦୁଆରେ ଟିଆ ଅୟ୍ରିଲାୟ୍ । ସେମଃନ୍ କାଇସରିଆ ହୁଣି ହଃଟାୟ୍ ରିଲାକ୍ ଆସି ରିଲାୟ୍ । 12ଆରେକ୍ କାୟ୍ରି ଅଃହ୍ରାତ୍ ନଃବାବି ସେମଃନାର୍ ସଃଙ୍ଗ୍ ଜଃଉଁକେ ପବିତ୍ର ଆତ୍ମା ମକ୍ କୟ୍ଲି, ଆର୍ ଚଅ ଲକ୍ ବାୟ୍ମଃନ୍ ହେଁ ମର୍ ସଃଙ୍ଗ୍ ଗଃଲାୟ୍, ଆର୍ ଆମିମଃନ୍ କର୍ନିଲିୟର୍ ଗଃର୍ ବିତ୍ରେ ଗଃଲୁ । 13ସେ କଃନ୍କଃରି ଗଟେକ୍ ସଃର୍ଗ୍ ଦୁତ୍କେ ଦଃର୍ସନେ ଦଃକିରିଲା ସେରି ଆମିମଃନ୍କେ କୟ୍ଲା, ସେ ଦୁତ୍ ତାର୍ ଗଃରେ ଟିଅୟ୍ ତାକେ କୟ୍ଲା, ଜାପକେ ଲକ୍ ହଃଟାୟ୍ ପିତର୍ ବଃଲେକ୍ ସିମନ୍କେ କୁଦାୟ୍ ଆଣ୍ । 14ସେ ଆସି ଜୁୟ୍ ସଃବୁ କଃତାୟ୍ ତୁୟ୍ ଆର୍ ଗଃର୍କୁଟୁମ୍ ସଃବୁ ହାହେ ହୁଣି ମୁକ୍ଳାସ୍ ସେ ତୁମିକେ କୟ୍ଦ୍ । 15ହଃଚେ ମୁୟ୍ଁ କଃତା କଃଉଁକ୍ ମୁଳ୍ୟାଉତା ବଃଳ୍ ପବିତ୍ର ଆତ୍ମା ହଃର୍ତୁ ଅଃମାର୍ ଉହ୍ରେ ଆୟ୍ଲା ହର୍, ସେମଃନାର୍ ଉହ୍ରେ ହେଁ ଆୟ୍ଲି । 16୧୧:୧୬ ପେରି ୧:୫.ସଃଡେବଃଳ୍ ମାପ୍ରୁର୍ ଇ କଃତା ମକ୍ ଏତୁ ହଃଳ୍ଲି, ‘ଜହନ୍ ହାଣିୟେ ବାପ୍ତିସମ୍ ଦିଲା ସଃତ୍, ମଃତର୍ ତୁମିମଃନ୍ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଅଃଉଆସ୍ ।’ 17ତଃବେ ଆମିମଃନ୍ ମାପ୍ରୁ ଜିସୁ କ୍ରିସ୍ଟ୍ ତଃୟ୍ ବିସ୍ୱାସ୍ କଃର୍ତା ବଃଳ୍ ଇସ୍ୱର୍ ଜଃନ୍କଃରି ଆମିମଃନ୍କେ ଦାନ୍ ଦଃୟ୍ରିଲା, ସେନ୍କଃରି ସେମଃନ୍କେ ହେଁ ସଃମାନ୍ ଦାନ୍ ଦିଲା, ତଃବେ ମୁୟ୍ଁ କଃନ୍କଃରି ଇସ୍ୱର୍କେ ବିରଦ୍ କଃଲେ ହୁଣି ?”
18ଇ ସଃବୁ କଃତା ସୁଣ୍ଲାକ୍ ସେମଃନ୍ ତୁନ୍ହାଳ୍ଲାୟ୍, ଇସ୍ୱରାର୍ ଜଃଜ୍ମାନ୍ କଃରି କୟ୍ଲାୟ୍, ତଃବେ “ଇସ୍ୱର୍ ଅଜିଉଦି ଲକ୍ମଃନ୍ ହେଁ ଜିବନ୍ ହାଉଁକ୍ ମଃନ୍ ବାଦ୍ଲାଉଁକ୍ ଦାନ୍ ଦଃୟ୍ଆଚେ ।”
ଆନ୍ତିଅକିଆର୍ ମଣ୍ଡ୍ଳି
19୧୧:୧୯ ପେରି ୮:୧-୪.ଇ ବିତ୍ରେ ସ୍ତିପାନାର୍ ଗିନେ ଗଃଟି ରିଲା କଃସ୍ଟ୍ ଗିନେ ଜୁୟ୍ମଃନ୍ ଏଣେ ତେଣେ ଅୟ୍ରିଲାୟ୍, ସେମଃନ୍ ପଇନିକିଆ ସାଇପ୍ରସ୍ ଆର୍ ଆନ୍ତିଅକିଆ ହଃତେକ୍ ବୁଲି ବୁଲି ଜିଉଦିମଃନ୍କେ ଚାଡି କାର୍ ତଃୟ୍ ମାପ୍ରୁର୍ କଃତା ପର୍ଚାର୍ ନଃକେର୍ତି ରିଲାୟ୍ । 20୧୧:୨୦ ଅଜିଉଦି, କଃତିଗଟ୍ ହର୍ନା ଲକାୟ୍ ଗ୍ରିକ୍ ବାସା କଃଉତା ଜିଉଦି ବଃଲି ଆଚେ । ମଃତର୍ ସେମଃନାର୍ ବିତ୍ରେ କଃତେକ୍ ସାଇପ୍ରସ୍ ଆର୍ କୁରିଣିୟର୍ ଲକ୍ ଆନ୍ତିଅକିଆକ୍ ଆସି ଗ୍ରିକ୍ମଃନ୍କେ ହେଁ ମାପ୍ରୁ ଜିସୁର୍ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲାୟ୍ । 21ଆର୍ ସେମଃନାର୍ ସଃଙ୍ଗ୍ ମାପ୍ରୁର୍ ଆତ୍ ରିଲି, ଆରେକ୍ ଗାଦେକ୍ ଲକ୍ ବିସ୍ୱାସ୍ କଃରି ମାପ୍ରୁ ହାକ୍ ଆୟ୍ଲାୟ୍ ।
22ସେମଃନାର୍ କଃତା ଜିରୁସାଲମ୍ ମଣ୍ଡ୍ଳି ତଃୟ୍ ସୁଣା ଅୟ୍ଲି, ସେତାକ୍ ସେମଃନ୍ ଆନ୍ତିଅକିଆର୍ ହଃତେକ୍ ବର୍ନବାକ୍ ହଃଟାୟ୍ଲାୟ୍ । 23ବର୍ନବା ସେତି ହଚି ଇସ୍ୱରାର୍ ଦଃୟା ଦଃକି ସଃର୍ଦା ଅୟ୍ଲା, ଆର୍ ସେମଃନ୍ ମଃନ୍ ହଃରାଣ୍ ଦଃୟ୍ ଏକ୍ ଅୟ୍ ମାପ୍ରୁର୍ ତଃୟ୍ ରେତି ଇତାର୍ ଗିନେ ସଃବ୍କେ ଗଃଉଆରି ସାସ୍ଦିଲା । 24କାୟ୍ତାକ୍ବଃଲେକ୍ ବର୍ନବା ଗଟେକ୍ ନିକ ଲକ୍ ପବିତ୍ର ଆତ୍ମାର୍ ଆର୍ ବିସ୍ୱାସେ ହୁର୍ନ୍ ରିଲା ଅଃନ୍କଃରି ଗାଦେକ୍ ଲକ୍ ମାପ୍ରୁର୍ ତଃୟ୍ ଆୟ୍ଲାୟ୍ ।
25ହଃଚେ ସେ ସାଉଲ୍କେ ଲଳୁକ୍ ତାର୍ସୁସ୍କେ ବାରାୟ୍ ଗଃଲା । 26ଆରେକ୍ ସେ ତାକେ ମିଳାୟ୍ ଆନ୍ତିଅକିଆକ୍ ନିଲା । ସେତି ସେମଃନ୍ ଗଟେକ୍ ବଃର୍ସ୍ ହଃତେକ୍ ମଣ୍ଡ୍ଳିର୍ ସଃଙ୍ଗ୍ ରଃୟ୍ ଗାଦେକ୍ ଲକ୍ ମଃନ୍କେ ସିକ୍ୟା ଦିଲାୟ୍, ଆରେକ୍ ଆନ୍ତିଅକିଆର୍ ଚେଲାମଃନ୍ ହଃର୍ତୁ କ୍ରିସ୍ଟାନ୍ ବଃଲି ଡାକ୍ ହୁଟ୍ଲାୟ୍ ।
27ସଃଡେବଃଳ୍ କଃତେକ୍ ବାବ୍ବାଦି ଜିରୁସାଲମେ ହୁଣି ଆନ୍ତିଅକିଆକ୍ ଆୟ୍ଲାୟ୍ । 28୧୧:୨୮ ପେରି ୨୧:୧୦.ସେମଃନାର୍ ବିତ୍ରେ ଆଗାବ୍ ନାଉଁଆର୍ ଗଟେକ୍ ଲକ୍ ହୁର୍ତିଏ ବଃଡେ କଃତାର୍ ଅୟ୍ଦ୍ ବଃଲି ଆତ୍ମା ତଃୟ୍ ଜାଣାୟ୍ଲା, ସେରି କ୍ଲାଉଦିଆ ରମରାଜିର୍ ଚକର୍ ବତି ରିଲାବଃଳ୍ ଗଃଟ୍ଲି । 29ସେତାକ୍ ଚେଲାମଃନ୍ ହଃତିଲକ୍ ତାକାର୍ ହାରୁସଃକାତ୍ ଜିଉଦା ରାଜିର୍ ବାୟ୍ମଃନ୍କେ ଉହ୍କାର୍ କଃରୁକେ ତିର୍ କଃଲାୟ୍ । 30ଆର୍ ସେମଃନ୍ ହେଁ ସେନ୍କଃରି ବର୍ନବା ଆର୍ ସାଉଲ୍ ଆତେ ପାରାଚିନ୍ମଃନ୍କେ ଡାବୁ ହଟାୟ୍ଲାୟ୍ ।
12ବେସି ତାଳ୍ନା
1୧୨:୧ ରଃଜା ହେରଦ୍, ହେରଦ୍ ଆଗ୍ରିପା ୧, ପାଲେସ୍ଟାୟ୍ନାର୍ ସାସନ୍ କଃରୁ ।ସଃଡେବଃଳ୍ ହେରଦ୍ ରଃଜା ମଣ୍ଡ୍ଳିର୍ କଃତେକ୍ ଲକ୍ମଃନ୍କେ କଃସ୍ଟ୍ ଦେଉଁକ୍ ଆରୁମ୍ କଃଲା । 2ସେ ଜହନାର୍ ବାୟ୍ସି ଜାକୁବକେ କଃଣ୍ଡା ସଃଙ୍ଗ୍ ଅଃତ୍ୟା କଃଲା । 3ଇତାକ୍ ଜିଉଦିମଃନ୍ ସଃର୍ଦା ଅଃଉତାର୍ ଦଃକି ସେ ପିତର୍କେ ବାନ୍ଦ୍ଲାୟ୍ । ସଃଡେବଃଳ୍ କମିର୍ ନଃମିସାୟ୍ଲା ହିଟାର୍ ହଃର୍ବ୍ ରିଲି । 4ହଃଚେ ସେ ତାକେ ଦଃରି ଜଃଇଲେ ହୁରୟ୍ଲା, ମୁକ୍ଳାଉଁଣି ହଃର୍ବ୍ ସଃର୍ଲେକ୍ ତାକେ ଲକ୍ମଃନାର୍ ତଃୟ୍ ବାର୍କଃରି ଆଣୁକେ ଟିକ୍ କଃଲା ଆର୍ ହଃତି ଦଃଳେ ଚାରିଲକ୍ ଲେକା ରେତା ଚାରିଗଟ୍ ସଃଇନ୍ ଦଃଳ୍ ତାକେ ଜାଗାୟ୍ଲା । 5ତଃବେ ପିତର୍ ଜଃଇଲେ ରିଲା, ମଃତର୍ ତାର୍ ଗିନେ ମଣ୍ଡ୍ଳି ଏକ୍ମଃନେ ଇସ୍ୱର୍ ତଃୟ୍ ପାର୍ତ୍ନା କଃର୍ତି ରିଲାୟ୍ ।
ଜଃଇଲେ ହୁଣି ପିତର୍ ମୁକ୍ତି
6ହଃଚେ ହେରଦ୍ ଜୁୟ୍ଦିନ୍ ପିତର୍କେ ବାର୍କଃରି ଆଣ୍ତାର୍ ରିଲି, ସେ ଆଗାର୍ ରାତି ସିକ୍ଳାୟ୍ ବାନ୍ଦା ଅୟ୍ ଜଳେକ୍ ସଃୟ୍ନ୍ ମଃଜାୟ୍ ସୟ୍ରିଲା, ଆର୍ ସଃଇନ୍ମଃନ୍ ଦୁଆର୍ ମୁଏଁ ଜାଗ୍ତି ରିଲାୟ୍ । 7ଆର୍ ଦଃକା ମାପ୍ରୁର୍ ଦୁତ୍ ହଚ୍ଲା ଆର୍ ଜଃଇଲ୍ ଗଃର୍ ଉଜାଳ୍ ଅୟ୍ଲି ଆର୍ ସେ ପିତର୍କେ କୁଚାୟ୍ମାରି ତାକେ ନିଦ୍ ବାଙ୍ଗାୟ୍ କୟ୍ଲା, “ବେଗି ଉଟ୍” ସଃଡେବଃଳ୍ ତାର୍ ଆତେ ହୁଣି ସିକ୍ଳି କୁସୁଳ୍ଲି । 8ଆରେକ୍ ଦୁତ୍ ତାକେ କୟ୍ଲା, “ଅଃଟାବିଳା ବାନ୍ଦ୍ ଆର୍ ହାଣ୍ଡାୟ୍ ହିନ୍ଦ୍ ।” ପିତର୍ ସେନ୍ କଃଲା ଆର୍ ତାକେ କୟ୍ଲା, ଆର୍ “ଗଃଗାଳେ ହଃଚ୍ୟା ହୁଙ୍ଗ୍ରି ମର୍ ହଃଚେହଃଚେ ଆଉ ।” 9ସେ ବାରାୟ୍ ତାର୍ ହଃଚେହଃଚେ ଗଃଲା, ମଃତର୍ ଦୁତ୍ ଜାୟ୍ରି କଃଲା, ପିତର୍ ସେରି ଜେ ସଃତ୍ ବଃଲି ଜାଣି ଇସଃବୁ ଚଃହ୍ନେ ଦଃକୁଲେ ବଃଲି ବାବ୍ତି ରିଲା । 10ଜଃଡେବଃଳ୍ ହଃର୍ତୁ ଆର୍ ହଃଚାର୍ ଜାଗ୍ତା ଦଃଳ୍ ଲିଙ୍ଗିକଃରି ଜୁୟ୍ ଲଃଉଆର୍ ଦୁଆର୍ ବାଟ୍ ଅୟ୍ ଗଃଳେ ଜଃଉଁକେ ଅୟ୍ଦ୍ ସେ ଚଃମେ ଆୟ୍ଲାୟ୍, ସେ ଦୁଆର୍ ମଃନ୍କେ ମଃନ୍ ସେମଃନାର୍ ଗିନେ ଉଗାଳି ଅୟ୍ଲି ଆର୍ ସେମଃନ୍ ବାରୟ୍ ଜାୟ୍ ଡଃଣ୍ଡାର୍ ସଃରାସଃରି ମୁଣ୍ଡ୍ ହଃତେକ୍ ଗଃଲାୟ୍, ସେଦାହ୍ରେ ସେ ଦୁତ୍ ପିତର୍କେ ଚାଡି ବାଣାଅୟ୍ଲା ।
11ସଃଡେବଃଳ୍ ପିତର୍ ଚେତ୍ନା ଅୟ୍ କୟ୍ଲା ମାପ୍ରୁ ଅଃହ୍ଣାର୍ ଦୁତ୍ ହଃଟାୟ୍ ହେରଦ୍ ଆତେ ହୁଣି ଆର୍ ଜିଉଦି ଲକ୍ମଃନାର୍ ତଃୟ୍ହୁଣି ମକ୍ ମୁକ୍ଳାୟ୍ ଆଚେ, “ଇତି ମୁୟ୍ଁ ଅଃବେ ନିଜ୍କଃରି ଜାଣ୍ଲେ ।”
12ସେ ଇ କଃତା ବାବି ମାର୍କ ବଃଲେକ୍ ଜହନାର୍ ଆୟ୍ସି ମରିୟମାର୍ ଗଃରେ ଆୟ୍ଲା, ସେତି ଗାଦେକ୍ ଲକ୍ ରୁଣ୍ଡି ପାର୍ତ୍ନା କଃର୍ତି ରିଲାୟ୍ । 13ସେ ହଃଦାର୍ ଦୁଆର୍ ମାର୍ଲାକ୍ ରଦା ନାଉଁଆର୍ ଗଟେକ୍ ଗତିଦଃଙ୍ଗ୍ଳି କେ ବଃଲି ହଃଚାରୁକ୍ ଗଃଲି । 14ସେ ପିତରାର୍ ଟଣ୍ଡ୍ ସୁଣି ସଃର୍ଦା ଅୟ୍ ଦୁଆର୍ ଉଗାଳି ନଃକେରି ବିତ୍ରେ ଦଃବ୍ଳି ଗଃଲି ଆର୍ ଦୁଆରେ ପିତର୍ ଟିଆ ଅୟ୍ଆଚେ ବଃଲି କୟ୍ଲି । 15ସେମଃନ୍ ତାକେ କୟ୍ଲାୟ୍ “ତୁୟ୍ ବଃୟା ଅୟ୍ଲିସ୍” ମଃତର୍ ସେ ସଃତ୍ ବଃଲି କଃଉଁକେ ଦଃର୍ଲି, ସେମଃନ୍ କୟ୍ଲାୟ୍, “ଇରି ପିତରାର୍ ଦୁତ୍ ।”
16ମଃତର୍ ପିତର୍ ଦୁଆରେ ତର୍କେତର୍ ମାର୍ତି ରିଲା, ଆରେକ୍ ସେମଃନ୍ ଦୁଆର୍ ଉଗାଳି ତାକେ ଦଃକି କାବା ଅୟ୍ଲାୟ୍ । 17ମଃତର୍ ସେମଃନ୍କେ ତୁନ୍ ହାଳୁକ୍ ଆତ୍ ସଃଗ୍ୟାକଃରି କୟ୍ଲା ଆର୍ ମାପ୍ରୁ କଃନ୍କଃରି ତାକେ ଜଃଇଲେ ହୁଣି ବାର୍କଃରି ଆଣ୍ଲା ସେରି ସେମଃନଃକେ ଗଟେକ୍ ଗଟେକ୍ କଃରି କୟ୍ଲା, ଆରେକ୍ “ସେ କୟ୍ଲା ଇସଃବୁ କଃତା ଜାକୁବକ୍ ଆର୍ ବାୟ୍ମଃନ୍କେ ଜାଣାଉ” ଆର୍ ସେ ସେତି ହୁଣି ବିନେ ଗଃଲା ।
18ସଃକାଳ୍ ଅୟ୍ଲାକ୍ ପିତର୍ କେଣେ ଗଃଲା ବଃଲି ସଃଇନ୍ମଃନାର୍ ବିତ୍ରେ ଉର୍ଜି ଅୟ୍ଲି । 19ଆର୍ ହେରଦ୍ ତାକେ ଲଳୁ ନାହାର୍ଲାକ୍ ଜାଗ୍ତା ସଃଇନ୍ମଃନ୍କେ ହଃଚାର୍ଲା ହଃଚେ ସେମଃନ୍କେ ମଃର୍ନେ ମାରୁକ୍ କୟ୍ଲା । ହଃଚେ ଜିଉଦା ରାଜାୟ୍ ହୁଣି କାଇସରିଆ ଜାୟ୍ ସେତି ରିଲା ।
ହେରଦାର୍ ମଃର୍ନ୍
20ସଃଡେବଃଳ୍ ହେରଦ୍ ସର୍ ଆର୍ ସିଦନ୍ ଲକାର୍ ଉହ୍ରେ ବଃଡେ ରିସା ଅୟ୍ରିଲା, ଆର୍ ସେମଃନ୍ ଗଟେକ୍ ଦଃଳ୍ଅୟ୍ ତାର୍ ଚଃମେ ଆୟ୍ଲାୟ୍ ଆର୍ ରଃଜାର୍ ସଃଉତା ଗଃରାର୍ ଗୁମୁସ୍ତା ବ୍ଲାସ୍ତକେ ଅଃହ୍ଣାର୍ କଃତାକ୍ ସୁସ୍ତା ଅଃଉଁକେ ଗଃଉଆରି କଃଲାୟ୍, କାୟ୍ତାକ୍ ବଃଲେକ୍ ରଃଜାର୍ ଦେସେ ହୁଣି ସେମଃନାର୍ ଦେସେ କାଦିକଣ୍ଡା ଜାତି ରିଲି ।
21ଇତାକ୍ ଗଟେକ୍ ଟିକ୍ ଅୟ୍ଲା ବିନ୍ ହେରଦ୍ ରଃଜା ବଃସ୍ତର୍ ହିନ୍ଦି ସିଙ୍ଗାସଣେ ବଃସି ସେମଃନାର୍ ମୁଏଁ ଗଟେକ୍ କଃତା ଉଦେସ୍ ଦିଲା । 22ସେତାକ୍ ଲକ୍ମଃନ୍ ଉଲ୍ଗାଟ୍ ଅୟ୍ କାଉଁକେ ଦଃର୍ଲାୟ୍, “ଇରି ଦେବ୍ତାର୍ ଟଣ୍ଡ୍, ମାନାୟ୍ର୍ ଟଣ୍ଡ୍ ନାୟ୍ ।” 23ତଃତ୍କାଣ୍ ମାପ୍ରୁର୍ ଗଟେକ୍ ଦୁତ୍ ତାକେ ମାର୍ଲା, କାୟ୍ତାକ୍ ବଃଲେକ୍ ସେ ଇସ୍ୱର୍କେ ଜଃଜ୍ମାନ୍ ନଃକେଲା ଆର୍ ସେ ହକ୍ ଦଃରାୟ୍ ଅୟ୍ ମଃଲା ।
24ମଃତର୍ ଇସ୍ୱରାର୍ କଃତା ଅଃଦିକ୍ ଉର୍ଜିଅୟ୍ ଚାରିହାକ୍ ବାଟି ଅଃଉଁକେ ଦଃର୍ଲି ।
25୧୨:୨୫ ହୁଣି, ଆରେକ୍ କଃତି ଗଟ୍ ହର୍ନା ଲେକାୟ୍ ତଃୟ୍ ହୁଣି ଆଚେ । ହଃଚେ ବର୍ନବା ଆର୍ ସାଉଲ୍ ଅଃହ୍ଣାମଃନାର୍ ସେବା କାମ୍ ସଃରାୟ୍ ମାର୍କ ବଃଲେକ୍ ଜହନ୍କେ ସଃଙ୍ଗେ ଦଃରି ଜିରୁସାଲମ୍ ବାଉଳି ଗଃଳାୟ୍ ।
13ବର୍ନବା ଆର୍ ସାଉଲ୍କେ ବାଚି ହଟାୟ୍ଲାୟ୍
1୧୩:୧ ହେରଦ୍; ହେରଦ୍ ଆଗ୍ରିପା; ଗାଲିଲିର୍ ସାସନ୍ କଃରୁ ।ସଃଡେବଃଳ୍ ଆନ୍ତିଅକିଆର୍ ମଣ୍ଡ୍ଳି ତଃୟ୍ ବର୍ନବା, ସିମିୟନ୍ ଜାକେ ନିଗର୍ ବଃଲି କଃଉତି, କୁରିଣିୟର୍ ଲୁକିଅର୍ ତଃଳିଆ ରଃଜା ହେରଦ୍ ତାକେ ବାଡାୟ୍ ରିଲା ମନହେମ୍ ଆର୍ ସାଉଲ୍ ଅଃନ୍କଃରି ବାବ୍ବାଦି ଆର୍ ସିକାଉତା ଲକ୍ ରିଲାୟ୍ । 2ସେମଃନ୍ ମାପ୍ରୁର୍ ସେବା ଆର୍ ଉହାସ୍ କଃର୍ତାବଃଳ୍ ପବିତ୍ର ଆତ୍ମା କୟ୍ଲି, ଜୁୟ୍ କାମାର୍ ଗିନେ ଅଃମି ବର୍ନବା ଆର୍ ସାଉଲ୍କେ କୁଦି ଆଚୁ ସେତାକ୍ ସେମଃନ୍କେ ବିନେ କଃରା ।
3ସେତାକ୍ ସେମଃନ୍ ଉହାସ୍ ଆର୍ ପାର୍ତ୍ନା କଃଲା ହଃଚେ, ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାୟ୍ ଆର୍ ସେମଃନ୍କେ ହଃଟାୟ୍ଲାୟ୍ ।
ସାୟ୍ପ୍ରସ୍ ତଃୟ୍ ସେବା କାମ୍
4ଇ ହଃର୍କାରେ ବର୍ନବା ଆର୍ ସାଉଲ୍ ପବିତ୍ର ଆତ୍ମା ହଃଟାୟ୍ଲାକେ ସେଲୁକିଆକ୍ ଗଃଲାୟ୍, ସେତି ହୁଣି ହାଣି ଜାଜେ ଚଃଗି ସାଇପ୍ରସ୍ ହାକ୍ ଗଃଲାୟ୍ । 5ସେମଃନ୍ ସାଲମି ତଃୟ୍ ହଚ୍ଲା ହଃଚେ ଜିଉଦିମଃନାର୍ ସଃବୁ ପାର୍ତ୍ନା ଗଃରେ ଇସ୍ୱରାର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍, ଆର୍ ଜହନ୍ ମାର୍କ ହେଁ ସେମଃନ୍କେ ଉହ୍କାର୍ କଃରୁକେ ସେମଃନାର୍ ସଃଙ୍ଗ୍ ରିଲା ।
6ଆରେକ୍ ସେମଃନ୍ ଚାରିହାକ୍ ଟାପୁମଃନ୍କେ ବୁଲି ବୁଲି ପାପସ୍କେ ଆସି ଗଟେକ୍ ବମ୍ଳାଉତା ବାବ୍ବାଦିକେ ଦଃକ୍ଲାୟ୍, ସେ ଗଟେକ୍ ଜିଉଦି ଆର୍ ତାର୍ ନାଉଁ ବାର୍ଜିସୁ । 7ସେ ରଃଜା ବାଚ୍ଲା ଗୁମୁସ୍ତା ସେର୍ଗିଅ ପାଉଲାର୍ ସଃଙ୍ଗୁଆଳି ରିଲା, ସେ ରଃଜା ବାଚ୍ଲା ଗୁମୁସ୍ତା ଲକ୍ ଗଟେକ୍ ବୁଦିମାନ୍ ଲକ୍ ରିଲା, ସେ ଇସ୍ୱରାର୍ କଃତା ସୁଣୁକ୍ ମଃନ୍ କଃରି ବର୍ନବା ଆର୍ ସାଉଲ୍କେ ତାର୍ ଚଃମେ କୁଦାୟ୍ଲା । 8ମଃତର୍ ସେ ଗୁଣିଆ ଏଲିମା, ଇରି ତାର୍ ଗ୍ରିକ୍ ନାଉଁ, ସେ ରଃଜାର୍ ବାଚ୍ଲା ଅଃଦିକାରି ଜଃନ୍କଃରି କି କ୍ରିସ୍ଟକେ ବିସ୍ୱାସ୍ ନଃକେରେ ସେତାର୍ଗିନେ ସେମଃନ୍କେ ବାଦା ଦେଉଁକ୍ ଦଃର୍ଲା । 9ମଃତର୍ ସାଉଲ୍ ଜାକେ ପାଉଲ୍ ବଃଲି ହେଁ କଃଉତି, ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ତାକେ ଗଃଡିୟା ଗଃଡିୟା ଦଃକି କଃରି କୟ୍ଲା, 10“ଏ ସୟ୍ତାନାର୍ ହୟ୍ସି ତୁୟ୍ ସଃବୁ ହଃର୍କାର୍ ହେଟ୍କୁଟ୍ୟା ଆର୍ ଟକୁଆ ଆର୍ ସଃବୁ ହଃର୍କାର୍ ଦଃର୍ମାର୍ ସଃତ୍ରୁ, ତୁୟ୍ ସଃବୁବଃଳ୍ ମାପ୍ରୁର୍ ସଃତ୍କେ ମିଚ୍ କଃରୁକେ ଚେସ୍ଟା କଃରୁଲିସ୍ । 11ଆର୍ ଅଃବେ ଦଃକ୍ ମାପ୍ରୁର୍ ଆତ୍ ତର୍ ଉହ୍ରେ ଆଚେ, ତୁୟ୍ କାଣା ଅୟ୍ କଃତି ଗଃଟା ହଃତେକ୍ ବେଳ୍କେ ଦଃକୁ ନଃହାର୍ସି । ସେଦାହ୍ରେ ଦୁୟେଁରି ଆର୍ ଅଃନ୍ଦାର୍ ତାକେ ଡାହ୍ଲି” ସେତାକ୍ ତାକେ ଆତ୍ ଦଃରି କାଡାଉଁକ୍ ସେ ଏଣେ ତେଣେ ଆଣ୍ଡଳି ଲକ୍କେ ଲଳୁକ୍ ଦଃର୍ଲା । 12ସେ ରଃଜା ବାଚ୍ଲା ଗୁମୁସ୍ତା ଇ ଗଃଟ୍ଣା ଦଃକି ମାପ୍ରୁର୍ ତଃୟ୍ ବିସ୍ୱାସ୍ କଃଲା ବଃଲେକ୍ ସେ ମାପ୍ରୁର୍ କଃତା ସୁଣି କାବା ଅୟ୍ରିଲା ।
ପିସିଦିଆର୍ ଆନ୍ତିଅକିଆୟ୍ ତଃୟ୍ ସେବା କାମ୍
13ହଃଚେ ପାଉଲ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ପାପସ୍ ଟାଣେ ହୁଣି ହାଣି ଜାଜେ ପପୁଲିଆର୍ ପର୍ଗିକେ ଆୟ୍ଲାୟ୍, ମଃତର୍ ଜହନ୍ ମାର୍କ ସେମଃନ୍କେ ଚାଡିକଃରି ଜିରୁସାଲମ୍ ବାଉଳି ଗଃଲା । 14ସେମଃନ୍ ପର୍ଗି ହୁଣି ଜାୟ୍କଃରି ପିସିଦିଆର୍ ଆନ୍ତିଅକିଆ ହଚ୍ଲାୟ୍ ଆର୍ ବିସାଉଁଣିବାର୍ ବିନ୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍ ବଃସ୍ଲାୟ୍ । 15ଆରେକ୍ ମସାର୍ ସାସ୍ତର୍ ଆର୍ ବାବ୍ବାଦିର୍ ସାସ୍ତର୍ ହଳ୍ଲା ହଃଚେ ପାର୍ତ୍ନା ଗଃରାର୍ ମୁଳିକାମଃନ୍ ସେମଃନାର୍ ହାକ୍ ଇରି କୟ୍ ହଃଟାୟ୍ଲାୟ୍ “ବାୟ୍ମଃନ୍ ଲକ୍ମଃନାର୍ ଗିନେ ଜଦି ତୁମିମଃନାର୍ କାୟ୍ ସିକ୍ୟା ଦେତାର୍ କଃତା ଆଚେ ତଃବେ କଃଉଆ ।” 16ସେତାକ୍ ପାଉଲ୍ ଟିଆ ଅୟ୍ ଆତ୍ସଃଗ୍ୟା କଃରି କଃଉଁକେ ଦଃର୍ଲା ଏ ଇସ୍ରାଏଲ୍ ଲକ୍ମଃନ୍ ଆର୍ ଇସ୍ୱର୍କେ ମାନ୍ତା ଲକ୍ମଃନ୍ ମର୍ କଃତା ସୁଣା, 17ଇସ୍ରାଏଲ୍ ଜାତିର୍ ଇସ୍ୱର୍ ଅଃମିମଃନାର୍ ଦାଦିବାବୁମଃନ୍କେ ବାଚ୍ଲା ଆର୍ ସେମଃନ୍ ମିସର୍ ଦେସେ ବାସା କଃର୍ତି ରିଲାୟ୍ ସଃଡେବଃଳ୍ ସେମ୍ନଃକେ ଉହ୍ରେ ଉଟାୟ୍ଲା ଆରେକ୍ ତାର୍ ବଃଳ୍ ସଃକାତ୍ ଆତେ ସେତି ହୁଣି ସେମ୍ନଃକେ ବାର୍କଃରି ଆଣ୍ଲା । 18୧୩:୧୮ ବେବାର୍ ସଃମ୍ୱାଳ୍ଲା, କଃତିଗଟ୍ ଲେକାୟ୍ ସେ ଜଃତୁନ୍ ନିଲା । ହଃଚେ ଚାଳିସ୍ ବଃର୍ସ୍ ହଃତେକ୍ ସୁକ୍ଲା ବଃଟାୟ୍ ସେମଃନାର୍ ଗେଞ୍ଜ୍ଣା ସମ୍ୱାଳ୍ଲା । 19ଆରେକ୍ କିଣାନ୍ ଦେସାର୍ ସାତ୍ଗଟ୍ ବଃଉଁସାର୍ ଲକ୍ମଃନ୍କେ ନାସ୍ କଃରି, 20୧୩:୨୦ ଇରି ସବୁ ୪୫୦ ବଃର୍ସେ ଗଃଟ୍ଲି । ହଃଚେ ବଃଲି ଆଚେ, ବଲେକ୍ ୪୫୦ ବଃର୍ସ୍ ହଃଚେ ବଃଲି ଆଚେ ।ହାକାହାକି ଚାରିସଅ ଦୁୟକଳିଦଃସ୍ ବଃର୍ସ୍ ବିତ୍ରେ ଇସଃବୁ ଗଃଟ୍ଣା ଗଃଟ୍ଲି । “ଇତାର୍ ହଃଚେ ବାବ୍ବାଦି ସାମୁଏଲ୍ ହଃତେକ୍ ବିଚାର୍କ୍ର୍ତା ଲକ୍ମଃନ୍କେ ବାଚ୍ଲା ।” 21ତାର୍ ହଃଚେ ସେମଃନ୍ ଗଟେକ୍ ରଃଜା ହାଉଁକେ ପାର୍ତ୍ନା କଃଲାୟ୍, ଆର୍ ଇସ୍ୱର୍ ଦୁୟ୍କଳି ବଃର୍ସ୍ ହଃତେକ୍ ବିନ୍ୟାମିନ୍ ବଃଉଁସାର୍ କିସାର୍ ହୟ୍ସି ସାଉଲ୍କେ ସେମଃନ୍କେ ରଃଜା କଃରି ଦିଲା । 22ହଃଚେ ଇସ୍ୱର୍ ତାକେ ରଃଜା ହଃଦ୍ କାଡିକଃରି ସେମଃନାର୍ ରଃଜା ଅଃଉଁକେ ଦାଉଦ୍କେ ବାଚ୍ଲା ସେ ହେଁ ତାର୍ କଃତା ସାକି ଅୟ୍ କୟ୍ଲା ଅଃମି ଜିସିର୍ ଦାଉଦ୍କେ ମିଳାୟ୍ ଆଚୁ ସେ ଅଃମାର୍ ମଃନ୍ କଃଲା ଲକ୍, ସେ ସଃବୁ କଃତାୟ୍ ଅଃମାର୍ ଇଚା ମାନେଦ୍ । 23ତାର୍ ବଃଉଁସ୍ ହୁଣି ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଇସ୍ରାଏଲାର୍ ଗିନେ ଗଟେକ୍ ମୁକ୍ଳାଉତା ଲକ୍ ବଃଲେକ୍ ଜିସୁକେ ହଃଟାୟ୍ଦ୍ । 24୧୩:୨୪ ମାର୍କ ୧:୪; ଲୁକ ୩:୩.ଜିସୁ ତାର୍ କାମ୍ ଆରୁମ୍ କଃର୍ତା ହୁର୍ବେ ଜହନ୍ ସଃବୁ ଇସ୍ରାଏଲ୍ ଲକାର୍ ଚଃମେ ହଃର୍ତୁ ମଃନ୍ ବାଦ୍ଲାଉତା ବାପ୍ତିସମ୍ ପର୍ଚାର୍ କଃରି ରିଲା । 25୧୩:୨୫ ଜହ ୧:୨୦; ମାତି ୩:୧୧; ମାର୍କ ୧:୭; ଲୁକ ୩:୧୬; ଜହ ୧:୨୭.ଆର୍ ଜହନ୍ ଅଃହ୍ଣାର୍ ଟିକ୍ କଃଲା କାମ୍ ସଃରାଉଁ ସଃରାଉଁ ଲକ୍ମଃନ୍କେ କୟ୍ଲା, ମୁୟ୍ଁ ଜେ ବଃଲି ତୁମିମଃନ୍ ମଃନେ ବାବୁଲାସ୍ ମୁୟ୍ଁ ସେ ନାୟ୍, ମଃତର୍ ଦଃକା ମର୍ ହଃଚେ ଗଟେକ୍ ଲକ୍ ଆସୁଲା, ତାର୍ ହାଦାର୍ ହାଣ୍ଡାୟ୍ କୁସ୍ଳାଉଁକେ ମୁୟ୍ଁ ଜୟ୍ଗ୍ ନାୟ୍ ।
26“ଏ ବାୟ୍ମଃନ୍ ଅବ୍ରାହାମ୍ ବଃଉଁସାର୍ ହିଲାମଃନ୍ ଆର୍ ତୁମିମଃନାର୍ ବିତ୍ରେ ଇସ୍ୱର୍ କେ ମାନ୍ତା ଅଜିଉଦିମଃନ୍ ଅଃମାର୍ ଚଃମେ ଇ ମୁକ୍ଳାଉତା କଃତା କୟ୍ ହଃଟାୟ୍ ଆଚେ ।” 27କାୟ୍ତାକ୍ବଃଲେକ୍ ଜିରୁସାଲମାର୍ ଲକ୍ମଃନ୍ ଆରେକ୍ ସେମଃନାର୍ ମୁଳିକାମଃନ୍ ଜିସୁକେ ମୁକ୍ତିକାରି ବଃଲି ନଃଜାଣି ଆରେକ୍ ହଃତି ବିସାଉଁଣିବାର୍ଦିନ୍ ହଳ୍ତା ବାବ୍ବାଦିମଃନାର୍ କଃତା ସଃବ୍କେ ନଃଜାଣିକଃରି ତାକେ ଦସି ବାବେ ବିଚାର୍ କଃରି ସଃବୁ ହୁରୁଣ୍ କଃଲାୟ୍ । 28୧୩:୨୮ ମାତି ୨୭:୨୨,୨୩; ମାର୍କ ୧୫:୧୩,୧୪; ଲୁକ ୨୩:୨୧-୨୩; ଜହ ୧୯:୧୫.ଆର୍ ମଃର୍ନ୍ ଦଃଣ୍ଡାର୍ କାୟ୍ ଦଃସ୍ ନଃହାୟ୍ଲେକ୍ ହେଁ ତାକେ ମାରୁକ୍ ପିଲାତକେ ଗଃଉଆରି କଃଲାୟ୍ । 29୧୩:୨୯ ମାତି ୨୭:୫୭-୬୧; ମାର୍କ ୧୫:୪୨-୪୭; ଲୁକ ୨୩:୫୦-୫୬; ଜହ ୧୯:୩୮-୪୨.ଆରେକ୍ ତାର୍ ବିସୟେ ଦଃର୍ମ୍ସାସ୍ତରେ ଜୁୟ୍ ସଃବୁ ଲେକା ଆଚେ ସେମଃନ୍ ସେ ସଃବୁ ହୁର୍ନ୍ କଃଲା ହଃଚେ ତାକେ କ୍ରୁସେ ହୁଣି ଉତ୍ରାୟ୍ ଆଣି ମଃସ୍ଣେ ସଃଙ୍ଗାୟ୍ଲାୟ୍ । 30ମଃତର୍ ଇସ୍ୱର୍ ତାକେ ମଃଲା ତଃୟ୍ ହୁଣି ଉଟାୟ୍ଲା । 31୧୩:୩୧ ପେରି ୧:୩.ଆରେକ୍ ଜୁୟ୍ ଲକ୍ମଃନ୍ ତାର୍ ସଃଙ୍ଗ୍ ଗାଲିଲି ହୁଣି ଜିରୁସାଲମ୍ ଆସି ରିଲାୟ୍ ସେମଃନ୍ ବୁତେକ୍ ଦିନ୍ ହଃତେକ୍ ତାକେ ଦଃକ୍ଲାୟ୍, ସେମଃନ୍ ଇସ୍ରାଏଲ୍ ଲକ୍ମଃନାର୍ ଗିନେ ସାକି । 32ଆର୍ ଦାଦିବାବୁ ମଃନାର୍ ଚଃମେ କଃଲା ସଃୟ୍ତ୍ ଆମିମଃନ୍ ତୁମିମଃନଃକେ ଇ ନିକ କବୁର୍ ପର୍ଚାର୍ କଃରୁଲୁ । 33ଇସ୍ୱର୍ ଜିସୁକେ ଉଟାୟ୍ କଃରି ସେମଃନାର୍ ହିଲା ଜେ ଆମିମଃନ୍ ଅଃମାର୍ ଗିନେ ସେ ସଃୟ୍ତ୍ ହୁରୁଣ୍ କଃରିଆଚେ, ଜଃନ୍କଃରି ଗିତ୍ସଙ୍ଗିତା ଦୁୟ୍ ଲଃଗେ ଲେକା ଆଚେ-
“ତୁୟ୍ ଅଃମାର୍ ହଅ;
ଆଜି ମୁୟ୍ଁ ତର୍ ଉବାଦି ଅୟ୍ଲେ ।”
34ସେ ଜେ ମଃଲା ଲକ୍ ତଃୟ୍ହୁଣି ଉଟାୟ୍ ଆଚେ ଆରେକ୍ ସେ ଜେ, ଆର୍ ନଃସ୍ଟ୍ ଜଃଗାୟ୍ ନଃଲେଉଟେ ଇ କଃତା ଇ ହଃର୍କାରେ କୟ୍ଆଚେ-
“ମୁୟ୍ଁ ଦାଉଦାର୍ ଚଃମେ ସଃୟ୍ତ୍ କଃଲା ପବିତ୍ର,
ଆର୍ ତିର୍ ରେତା ଆସିର୍ବାଦାର୍ ଜୟ୍ଗ୍ ଦଃୟ୍ନ୍ଦ୍ ।”
35ଆରେକ୍ ହେଁ ସାସ୍ତରାର୍ ଗଟେକ୍ ତଃୟ୍ ଲେକାଆଚେ-
“ତୁୟ୍ ତକ୍ ମାନ୍ତା ଲକ୍କେ ମଃସ୍ଣେ ନଃସ୍ଟ୍ ଅଃଉଁକେ ନଃଦେସି ।”
36ଦାଉଦ୍ ତ ଅଃହ୍ଣାର୍ କାଳାର୍ ଲକ୍ମଃନାର୍ ବିତ୍ରେ ଇସ୍ୱରାର୍ ଇଚା ହଃର୍କାରେ ସେବା କାମ୍ କଃଲା ହଃଚେ ମଃରି ଗଃଲା ଆର୍ ଅଃହ୍ଣାର୍ ଦାଦିବାବୁ ମଃନାର୍ ଚଃମେ ତହ୍ଲାକ୍ ତାର୍ ଗଃଗାଳ୍ ନଃସ୍ଟ୍ ଅୟ୍ଲି, 37ମଃତର୍ ଜାକେ ଇସ୍ୱର୍ ମଃର୍ନେହୁଣି ଉଟାୟ୍ଲା ଆଚେ ସେ ନଃସ୍ଟ୍ ନଃୟ୍ ।
38ତଃବେ ଏ ବାୟ୍ମଃନ୍ ସୁଣା, ତୁମିମଃନ୍ ଇରି ଜାଣି ରିଆ ଜେ, ଇ ଲକାର୍ ତଃୟ୍ହୁଣି ତୁମାର୍ ଚଃମେ ହାହ୍ କେମାର୍ ନିକ କବୁର୍ ପର୍ଚାର୍ କଃରାଅୟ୍ଆଚେ ମସାର୍ ବିଦି ତଃୟ୍ ସଃବୁ ଲକ୍ ବିସ୍ୱାସ୍ କଃଲେକ୍ ଉଦାର୍ ହାଉତି । 39ଆରେକ୍ ମସାର୍ ସାସ୍ତର୍ ତଃୟ୍ହୁଣି ଜୁୟ୍ ସଃବୁ ବିସୟ୍ ତୁମିମଃନ୍ ଉଦାର୍ ହାୟ୍ ଦଃର୍ମି ଗଃଣା ନୟ୍ଲାସ୍ ବିସ୍ୱାସ୍ କଃର୍ତା ହଃତିଲକ୍ ତାର୍ ତଃୟ୍ହୁଣି ସେସଃବୁ କଃତାୟ୍ ହୁଣି ମୁକ୍ଳି ଦଃର୍ମି ଗଃଣା ଅଃଉତି । 40୧୩:୪୦ ଜଃନ୍କଃରି ତୁମିମଃନ୍କେ ନଃଗେଟେ । ସେତାକ୍ ଜାଗ୍ରତ୍, କଃଡେବଃଳ୍ ବାବ୍ବାଦିମଃନାର୍ ସାସ୍ତରେ ଜାୟ୍ରି କଃଉଆ ଅୟ୍ଆଚେ ସେରି ଜଃନ୍କଃରି ତୁମିମଃନ୍କେ ନଃଗଟେ ।
41ଏ ଅମାନ୍ୟାର୍ ଲକ୍ମଃନ୍ ତୁମିମଃନ୍ କାବା ଅୟ୍ ମଃରା,
ଇତାକ୍ ମୁୟ୍ଁ ତୁମିମଃନାର୍ ବେଳାୟ୍ ଗଟେକ୍ କାମ୍ କଃରୁଲେ,
ଜଦି ସେ କେ ସେ କାମ୍ ତୁମାର୍ ଚଃମେ ଗଟେକ୍ ଗଟେକ୍ କଃରି କାୟ୍ରି କୟ୍ଦ୍,
ତଃବେ ତୁମିମଃନ୍ କଃନ୍କଃରି ହେଁ “ସେରି ସଃତ୍ କଃରା ନାୟ୍ ।”
42ପାଉଲ୍ ଆର୍ ବର୍ନବା ପାର୍ତ୍ନା ଗଃରେହୁଣି ବାରୟ୍ ଜାତାବଃଳ୍ ଜଃନ୍କଃରି ଆରେକ୍ ଗଟ୍ ବିସାଉଁଣିବାର୍ଦିନ୍ ସେ ସଃବୁ କଃତା ସେମଃନ୍କେ କଃଉଆ ଅୟ୍ଦ୍ ଇତାର୍ ଗିନେ ସେମଃନ୍ ଗଃଉଆରି କଃରୁକେ ଦଃର୍ଲାୟ୍ । 43ପାର୍ତ୍ନା ସଃର୍ଲା ହଃଚେ ଜିଉଦି ଆର୍ ଜିଉଦି ଦଃର୍ମ୍ ଦାରାୟ୍ ମିସ୍ଲା ଅଜିଉଦି ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ପାଉଲ୍ ଆର୍ ବର୍ନବାର୍ ହଃଚେହଃଚେ ଗଃଲାୟ୍, ପେରିତ୍ମଃନ୍ ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ୱରାର୍ ଦଃୟାୟ୍ ତିର୍ ଅୟ୍ ରେଉଁକ୍ ବୁଜାୟ୍ଲାୟ୍ ।
44ଆରେକ୍ ଗଟେକ୍ ବିସାଉଁଣି ବିନ୍ ଗଃଳାର୍ ସଃବୁଲକ୍ ଇସ୍ୱର୍ କଃତା ସୁଣୁକ୍ ଗଟେତଃୟ୍ ଅୟ୍ଲାୟ୍ । 45ମଃତର୍ ଜିଉଦିମଃନ୍ ଲକ୍ମଃନ୍କେ ଦଃକି ଡାରାୟ୍ ହୁର୍ନ୍ ଅୟ୍ଲାୟ୍, ଆରେକ୍ ଲିନ୍ଦା କଃରି ପାଉଲାର୍ କଃତାକ୍ ଜଃବର୍ ବିରଦ୍ କଃରୁକେ ଦଃର୍ଲାୟ୍ । 46ସେତାକ୍ ପାଉଲ୍ ଆର୍ ବର୍ନବା ସାସ୍ ଦଃରି କୟ୍ଲାୟ୍ ହଃର୍ତୁ ତୁମିମଃନାର୍ ତଃୟ୍ ଇସ୍ୱରାର୍ କଃତା କଃଉତା ଲଳାରିଲି, ମଃତର୍ ତୁମିମଃନ୍ ସେରି ନଃସୁଣ୍ଲାସ୍, ଅଃହ୍ଣା ଆହ୍ଣାକେ ଅଃମ୍ବର୍ ଜିବନାର୍ ଜୟ୍ଗ୍ ନାୟ୍ ବଃଲି ବିଚାର୍ କଃଲାକ୍, ଦଃକା ଅଃମି ତୁମିମଃନ୍କେ ଚାଡି ଅଜିଉଦିମଃନାର୍ ତଃୟ୍ ଜଃଉଁଲୁ । 47କାୟ୍ତାକ୍ ବଃଲେକ୍ ମାପ୍ରୁ ଆମିମଃନ୍କେ ଇ ଆଦେସ୍ ଦଃୟ୍ଆଚେ
“ଆମିମଃନ୍ ଇ ଅଜିଉଦି ଲକ୍ମଃନାର୍ ଉଜାଳ୍ ହର୍ ତୁମିମଃନ୍କେ ବାଚି ଆଚୁ ।”
ଜଃନ୍କଃରି ତୁମି ହୁର୍ତିବିର୍ ସେସ୍ ହଃତେକ୍ ମୁକ୍ଳାଉତା “ଲକ୍ ହର୍ ଅଃଉଆସ୍ ।”
48ଅଜିଉଦିମଃନ୍ ଇରି ସୁଣି ସଃର୍ଦା ଅୟ୍ଲାୟ୍ ଆର୍ ଇସ୍ୱରାର୍ କଃତାକ୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ଆରେକ୍ ଜଃତେକ୍ ଲକ୍ ଅଃମ୍ବର୍ ଜିବନ୍ ଗିନେ ବାଚ୍ଲାର୍ ଅୟ୍ରିଲା, ସେମଃନ୍ ବିସ୍ୱାସ୍ କଃଲାୟ୍ । 49ଆର୍ ସଃବୁ ହଲିତଃୟ୍ ମାପ୍ରୁର୍ କଃତା ପର୍ଚାର୍ ଅୟ୍ଲି । 50ମଃତର୍ ଜିଉଦି ଅଃଦିକାରି ଅଜିଉଦି ଡାକ୍ ହୁଟା ମାୟ୍ଜିମଃନ୍କେ ଆର୍ ଗଃଳାର୍ ବଃଡ୍ଜାଜକ୍ ଲକ୍ମଃନ୍କେ ଜିଉଦିମଃନ୍ ସଃର୍ଜାୟ୍ଲାୟ୍ । ଆରେକ୍ ପାଉଲ୍ ଆର୍ ବର୍ନବାକ୍ ତାଳ୍ନା କଃରି ଅଃହ୍ଣାର୍ ସଃନ୍ଦି ତଃୟ୍ ହୁଣି ସେମଃନ୍କେ ବାର୍କଃଲାୟ୍ । 51୧୩:୫୧ ମାତି ୧୦:୧୪; ମାର୍କ ୬:୧୧; ଲୁକ ୯:୫; ୧୦:୧୧.ସେତାକ୍ ପେରିତ୍ମଃନ୍ ଅଃହ୍ଣା ଅଃହ୍ଣାର୍ ହାଦାର୍ ଦୁଳି ସେମଃନାର୍ ବିରଦେ ହାହଳି ଇକନିଆକେ ଗଃଲାୟ୍ । 52ଆର୍ ଆନ୍ତିୟକିଆୟ୍ ଚେଲାମଃନ୍ ସଃର୍ଦାଅୟ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଁକେ ଦଃର୍ଲାୟ୍ ।
14ଇକନିଆୟ୍ ସେବା କାମ୍
1ଇକନିଆୟ୍ ହେଁ ସେନ୍କାର୍ ଗଃଟ୍ଲି, ପାଉଲ୍ ଆର୍ ବର୍ନବା ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍କଃରି ଇ କଃତା କୟ୍ଲାୟ୍ ଜେ, ଜିଉଦି ଆର୍ ଅଜିଉଦିମଃନାର୍ ବିତ୍ରେ ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ । 2ମଃତର୍ ଜୁୟ୍ ଜିଉଦିମଃନ୍ ବିସ୍ୱାସ୍ ନଃକେଲାୟ୍ ସେମଃନ୍ ବିନ୍ ଅଜିଉଦି ଲକ୍ମଃନ୍କେ ସିର୍ଜାୟ୍ ବିସ୍ୱାସି ବାୟ୍ମଃନାର୍ ବିରଦେ ବିରଦ୍ ବାବ୍ ଜାତ୍କଃଲାୟ୍ । 3ପାଉଲ୍ ଆର୍ ବର୍ନବା ସେତି ବୁତେକ୍ ବିନ୍ ହଃତେକ୍ ରଃୟ୍ ମାପ୍ରୁର୍ ଉହ୍ରେ ବଃର୍ସା କଃରି, ସାସ୍ ଦଃରି ପର୍ଚାର୍ କଃଲାୟ୍, ଆର୍ ଇସ୍ୱର୍ ସେମଃନାର୍ ଆତେ ହୁଣି ଚିନ୍ ଆର୍ କାବା ଅଃଉତା କାମ୍ କଃରି ଅଃହ୍ଣାର୍ ଦଃୟାର୍ କଃତାକ୍ ସାକି ଦିଲାୟ୍ । 4ମଃତର୍ ଗଃଳାର୍ ଲକ୍ମଃନ୍ ଦୁୟ୍ ବାଗ୍ ଅୟ୍ଲାୟ୍, ଗଟ୍ ଦଃଳେ ଜିଉଦିମଃନାର୍ ହାକ୍, ଆରେକ୍ ଗଟ୍ ଦଃଳ୍ ପେରିତ୍ ମଃନାର୍ ହାକ୍ ଅୟ୍ଲାୟ୍ ।
5ତାର୍ହଃଚେ ଅଜିଉଦି ଲକ୍ମଃନ୍ ଆର୍ ଜିଉଦିମଃନ୍, ସେମଃନାର୍ ମୁଳିକାମଃନାର୍ ସଃଙ୍ଗ୍ ସେମଃନ୍କେ କଃସ୍ଟ୍ ଦେଉଁକ୍ ଦଃର୍ଲାୟ୍ ଆର୍ ଟେଳା ସଃତ୍ରୁକ୍ ତିର୍ କଃଲାୟ୍ । 6ସଃଡେବଃଳ୍ ସେମଃନ୍ ସେରି ଜାଣୁ ହାରି ଲୁକାନିଆର୍ ଲୁସ୍ତ୍ରା ଆର୍ ଦର୍ବି ଗଃଳେ ଆର୍ ଚାରି ହଃକାର୍ ହଲିକ୍ ହଃଳାୟ୍ଲାୟ୍ । 7ଆର୍ ସେତି ସେମଃନ୍ ନିକ କବୁର୍ ପର୍ଚାର୍ କଃଲାୟ୍ ।
ଲୁସ୍ତ୍ରା ଆର୍ ଦର୍ବି ତଃୟ୍ ସେବା କାମ୍
8ଲୁସ୍ତ୍ରାୟ୍ ଗଟେକ୍ ଚଟା ଲକ୍ ରିଲା ତାର୍ ହାଦ୍ ଦୁର୍ବୁଳ୍ ରିଲି ସେ ଜଃଲମେ ହୁଣି ଚଟା ଆର୍ ସେ କଃବେ ଇଣ୍ଡି ନଃରିଲା । 9ସେ ଲକ୍ ପାଉଲାର୍ ପର୍ଚାର୍ ସୁଣ୍ତି ରିଲା, ପାଉଲ୍ ତାକେ ଦଃକି ଆର୍ ଉଜ୍ ଅଃଉଁକେ ତାର୍ ବିସ୍ୱାସ୍ ରିଲାର୍ ଦଃକି, 10ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା “ତର୍ ହାଦେ କୁତ୍ମାଡି ସିଦା ଟିଆ ଅଃଉ !” ସେତାକ୍ ସେ କୁତ୍ ମାଡି ଇଣ୍ଡୁକ୍ ଦଃର୍ଲା । 11ପାଉଲ୍ ଜାୟ୍ରି କଃରିଆଚେ ଲକ୍ମଃନ୍ ସେରି ଦଃକି ଲୁକାନିଆ ବାସାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍ “ଦେବ୍ତାମଃନ୍ ମାନାୟ୍ ବେସେ ଅଃମାର୍ ତଃୟ୍ ଉତ୍ରି ଆସି ଆଚ୍ତି ।” 12ସେମଃନ୍ ବର୍ନବାକ୍ ବ୍ରୁହସ୍ପତି, ବଃଲେକ୍ ବଃଡ୍ ଦେବ୍ତା ବଃଲି କୟ୍ଲାୟ୍, ଆର୍ ପାଉଲ୍ ବେସି କଃତା କଃଉତିରିଲା ଲକ୍ ରିଲା, ତାକେ ବୁଦ, ବଃଲେକ୍ କଃତା କଃଉତା ଦେବ୍ତା ହେର୍ମାସ୍ ବଃଲି କୟ୍ଲାୟ୍ । 13ଗଃଳ୍ ଚଃମେ ରିଲା ବଃଡ୍ ଦେବ୍ତା ମନ୍ଦିରାର୍ ହୁଜେରି କଃତିଗଟ୍ ଗଃଚ୍ ଆର୍ ହୁଲ୍ମାଳ୍ ଗଃଳାର୍ ଦୁଆରେ ଆଣି ଲକ୍ମଃନାର୍ ସଃଙ୍ଗ୍ ପେରିତ୍ମଃନାର୍ ଚଃମେ ହୁଜା ଦେଉଁକ୍ ମଃନ୍ କଃର୍ତି ରିଲାୟ୍ ।
14ମଃତର୍ ପେରିତ୍ମଃନ୍ ବଃଲେକ୍ ବର୍ନବା ଆର୍ ପାଉଲ୍ ଇରି ସୁଣି ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଚିରି ଲକ୍ମଃନାର୍ ଚଃମେ ଦଃବ୍ଳି ଜାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍, 15“ଏ ବାୟ୍ମଃନ୍, ଇରି ସଃବୁ କାୟ୍ତାକ୍ କଃରୁଲାସ୍ ? ଅଃମିମଃନ୍ ହେଁ ତୁମିମଃନାର୍ ହଃର୍ ନଃର୍ସେ, ଅଃମି ତୁମିମଃନାର୍ ଚଃମେ ଇ ନିକ କବୁର୍ ପର୍ଚାର୍ କଃରୁଲୁ, ଜଃନ୍କଃରି ତୁମିମଃନ୍ ଇ ସଃବୁ ମିଚ୍ ଦେବ୍ତା ତଃୟ ହୁଣି ଦୁର୍ ଅୟ୍ ଜିବନ୍ ଇସ୍ୱର୍ ତଃୟ୍ ବାଉଳା । ସେ ଅଃଗାସ୍ମଃଣ୍ଡ୍ଳ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେତି ରିଲାର୍ ସଃବୁ ଉବ୍ଜାୟ୍ ଆଚେ । 16ସେ ହୁର୍ବାର୍ ମାନାୟ୍ ମଃନାର୍ ତଃୟ୍ହୁଣି ଅୟ୍ ଆସ୍ତାର୍ ସଃବୁ ଲକ୍ମଃନ୍କେ ଅଃହ୍ଣା ଅଃହ୍ଣାର୍ ବାଟେ ଇଣ୍ଡୁକ୍ ଚାଡି ଦଃୟ୍ ରିଲା । 17ଅୟ୍ଲେକ୍ ହେଁ ସେ ଆହ୍ଣାକେ ଲୁକାୟ୍ନଃକେରି ନିକକାମ୍ କଃରି ସେ ନିକକଃରି ଆଚେ, ଆର୍ ଅଃଗାସେ ହୁଣି ବଃର୍ସା ଆର୍ ତାସ୍ ଆର୍ କାଦି ଦଃୟ୍ ସଃର୍ଦାୟ୍ ତୁମିମଃନାର୍ ମଃନ୍ ହୁରୁଣ୍ କଃରିଆଚେ ।” 18ଇ ସଃବୁ କଃତା କୟ୍ ସେମଃନ୍ ବଃଡେ କଃସ୍ଟେ ସେମଃନାର୍ ଗିନେ ହୁଜା କଃର୍ତାତଃୟ୍ ହୁଣି ବଃନ୍ଦ୍କଃରାୟ୍ଲାୟ୍ ।
19ମଃତର୍ ପିସିଦିଆର୍ ଆନ୍ତିଅକିଆ ଆର୍ ଇକନିଆୟ୍ ହୁଣି ସେତି ଜିଉଦିମଃନ୍ ଆସି ଲକ୍ମଃନ୍କେ ଉସ୍କାୟ୍ ଦିଲାୟ୍ ଆରେକ୍ ପାଉଲ୍କେ ଟେଳା ମାରି, ସେ ମଃରି ଆଚେ ବଃଲି ମଃନେ ବାବିକଃରି ହଃଦାୟ୍ ଅଃର୍ଗଡି ନିଲାୟ୍ । 20ମଃତର୍ ଚେଲାମଃନ୍ ତାକେ ବେଳି ଟିଆ ଅୟ୍ଲାକ୍ ସେ ଉଟି ଗଃଳ୍ ବିତ୍ରେ ବାଉଳି ଗଃଲା, ଆର୍କ ଦିନ୍ ସେ ବର୍ନବା ସଃଙ୍ଗ୍ ଦର୍ବିକେ ଗଃଲା ।
ସିରିଆର୍ ଆନ୍ତିଅକିଆକ୍ ବାଉଳ୍ଲାୟ୍
21ସେମଃନ୍ ଦର୍ବି ଗଃଳେ ନିକ କବୁର୍ ପର୍ଚାର୍ କଃଲାୟ୍ ଆର୍ ଗାଦେକ୍ ଲକ୍ମଃନ୍କେ ଚେଲା କଃଲା ହଃଚେ, ଲୁସ୍ତ୍ରା, ଇକନିଆ ଆର୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍ । 22ଆରେକ୍ ସେ ଟାଣେ ଚେଲାମଃନାର୍ ମଃନ୍କେ ତିର୍ କଃଲାୟ୍ ଆର୍ ବିସ୍ୱାସେ ତିର୍ ଅୟ୍ ରେଉଁକ୍ ସେମଃନ୍କେ ଗଃଉଆରି କଃରି ବଃର୍ସା କଃରାୟ୍ଲାୟ୍, “ବଃଡେ ଦୁକ୍କଃସ୍ଟ୍ ଅୟ୍ ଅଃମିକ୍ ଇସ୍ୱରାର୍ ରାଇଜେ ଜଃଉଁକେ ଅୟ୍ଦ୍ ।” 23ଆର୍ ସେମଃନ୍ ସେମଃନାର୍ ଗିନେ ହଃତି ମଣ୍ଡ୍ଳି ତଃୟ୍ ପାରାଚିନ୍ ବାଚି ଉହାସ୍ ସଃଙ୍ଗ୍ ପାର୍ତ୍ନା କଃଲାୟ୍ ଆର୍ ଜୁୟ୍ ମାପ୍ରୁ ତଃୟ୍ ସେମଃନ୍ ବିସ୍ୱାସ୍ କଃର୍ତି ରିଲାୟ୍ ତାର୍ ଆତେ ସେମଃନ୍କେ ସଃହ୍ରି ଦିଲାୟ୍ ।
24ହଃଚେ ସେମଃନ୍ ପିସିଦିଆ ବାଟ୍ ଦଃୟ୍, ପପୁଲିଆ ଆୟ୍ଲାୟ୍ । 25ଆର୍ ପର୍ଗି ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆତାଲିଆ ଗଃଳାୟ୍ । 26ସେତି ହୁଣି ହାଣି ଜାଜେ ସେମଃନ୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍, ସେମଃନ୍ ଜୁୟ୍ କାମ୍ କଃର୍ତି ରିଲାୟ୍ ସେରି କଃରୁକେ ଇସ୍ୱରାର୍ ଦଃୟାୟ୍ ସଃହ୍ରିଅୟ୍ ସେଟାଣେ ହୁଣି ବାରାୟ୍ ଗଃଲାୟ୍ ।
27ସେମଃନ୍ ଆନ୍ତିଅକିଆ ହଚି, ମଣ୍ଡ୍ଳିର୍ ଲକ୍ମଃନ୍କେ ଗଟ୍ତଃୟ୍ ରୁଣ୍ଡାୟ୍ଲାୟ୍ ଆର୍ ଇସ୍ୱର୍ ସେମଃନାର୍ ସଃଙ୍ଗେ ରଃୟ୍ ଜୁୟ୍ ସଃବୁ କାମ୍ କଃରି ରିଲା ଆର୍ ଅଜିଉଦି ଲକ୍ମଃନ୍କେ ବିସ୍ୱାସାର୍ ଦୁଆର୍ ଉଗାଳି ଦଃୟ୍ରିଲାୟ୍ ସେ ସଃବୁ ଗଟେକ୍ ଗଟେକ୍ କଃରି କୟ୍ଲାୟ୍ । 28ଆର୍ ସେମଃନ୍ ବିସ୍ୱାସିମଃନାର୍ ସଃଙ୍ଗ୍ ବୁତେକ୍ ବିନ୍ ହଃତେକ୍ ସେତି ରିଲାୟ୍ ।
15ଜିରୁସାଲମେ ମଣ୍ଡ୍ଳିର୍ ବେରାଣ୍
1ଇ ବିତ୍ରେ କଃତେକ୍ ଲକ୍ ଜିଉଦା ରାଜାୟ୍ ହୁଣି ଆସି ବିସ୍ୱାସିମଃନ୍କେ ଇ ସିକ୍ୟା ଦେଉଁକ୍ ଦଃର୍ଲାୟ୍, “ମସାର୍ ବିଦି ହଃର୍କାରେ ତୁମିମଃନାର୍ ସୁନତ୍ ନୟ୍ଲେକ୍ ହାହେ ହୁଣି ମୁକ୍ଳୁକ୍ ନାହାରାସ୍ ।” 2ଇତାକ୍ ପାଉଲ୍ ଆର୍ ବର୍ନବା ସେମଃନାର୍ ସଃଙ୍ଗ୍ କଃତା କାଟାକାଟି ଅୟ୍ଲାକ୍ ବାୟ୍ମଃନ୍ ପାଉଲ୍, ବର୍ନବା ଆର୍ ତାକାର୍ ବିତ୍ରେ ଆର୍ କଃତିଲକ୍ ଇ କଃତାକ୍ ଦଃରି ଜିରୁସାଲମାର୍ ପେରିତ୍ ଆର୍ ପାରାଚିନ୍ମଃନାର୍ ତଃୟ୍ ଜଃଉଅ ବଃଲି ତିର୍ କଃଲାୟ୍ ।
3ତଃବେ ମଣ୍ଡ୍ଳିର୍ ଲକ୍ମଃନ୍ ସେମଃନ୍କେ ବାଟ୍ ହଃତେକ୍ ନଃୟ୍ ଚାଡି ଦିଲା ହଃଚେ, ସେମଃନ୍ ପଇନିକିଆ ଆର୍ ସମିରଣ ବାଟ୍ ଅୟ୍ ଜଃଉଁ ଜଃଉଁ ଅଜିଉଦି ଲକ୍ମଃନାର୍ ମଃନ୍ ବାଦ୍ଲାଉତାର୍ କଃତା କୟ୍କଃରି ସଃବୁ ବାୟ୍ମଃନାର୍ ବଃଡେ ସଃର୍ଦା କଃରାୟ୍ଲାୟ୍ । 4ହଃଚେ ସେମଃନ୍ ଜିରୁସାଲମେ ହଚି, ମଣ୍ଡ୍ଳି ଆର୍ ପେରିତ୍ ଆର୍ ପାରାଚିନ୍ମଃନାର୍ ତଃୟ୍ ହଚି ମାନ୍ତି ହାୟ୍ଲାୟ୍ ଆର୍ ଇସ୍ୱର୍ ସେମଃନାର୍ ସଃଙ୍ଗ୍ ରଃୟ୍ ଜୁୟ୍ ସଃବୁ କାମ୍ କଃରି ରିଲା ସେରି ସଃବୁ ଗଟେକ୍ ଗଟେକ୍ କଃରି କୟ୍ଲାୟ୍ । 5ମଃତର୍ ପାରୁସି ଦଃଳାର୍ କଃତି ଲକ୍ ଜିଉଦି ବିସ୍ୱାସି ମଃନ୍ କୟ୍ଲାୟ୍ “ଅଜିଉଦି ଚେଲାମଃନ୍ ସୁନତ୍ ଅୟ୍ ମସାର୍ ବିଦି ମାନ୍ତା ଲଳା ଆଚେ ।”
6ହଃଚେ ଇ ବିସୟେ କଃତାବାର୍ତା କଃରୁକେ ପେରିତ୍ ଆର୍ ପାରାଚିନ୍ମଃନ୍ ରୁଣ୍ଡ୍ଲାୟ୍ । 7୧୫:୭ ପେରି ୧୦:୧-୪୩.କଃତେକ୍ କଃତାବାର୍ତା ଅୟ୍ଲା ହଃଚେ ପିତର୍ ଉଟି ସେମଃନ୍କେ କୟ୍ଲା, “ଏ ବାୟ୍ବେଣିମଃନ୍ ତୁମିମଃନ୍ ଜାଣାସ୍ ଜେ, ମର୍ ଟଣ୍ଡେହୁଣି ଅଜିଉଦି ଲକ୍ମଃନ୍ ଜଃନ୍କଃରି ନିକ କବୁର୍ ସୁଣି ବିସ୍ୱାସ୍ କଃର୍ତି, ଇତାକ୍ ବୁତେକ୍ ଦିନ୍ ତଃଳେ ଇସ୍ୱର୍ ତୁମିମଃନାର୍ ବିତ୍ରେ ମକ୍ ବାଚିରିଲା । 8୧୫:୮ ପେରି ୧୦:୪୪; ୨:୪.ସଃବ୍କାର୍ ମଃନାର୍ କଃତା ଜାଣ୍ତା ଇସ୍ୱର୍ ଅଃମିମଃନ୍କ୍ ଜଃନ୍କଃରି ପବିତ୍ର ଆତ୍ମା ଦଃୟ୍ଆଚେ, ସେମଃନ୍କେ ହେଁ ସେନ୍କଃରି ଦଃୟ୍ ସେମଃନ୍କେ କୁଦିଆଚେ । 9ଆର୍ ସେ ଅଃମିମଃନାର୍ ଆର୍ ସେମଃନାର୍ ମଃନ୍ ବିତ୍ରେ କାୟ୍ ଅଃହ୍ରାତ୍ ନଃବାବି କଃରି ବିସ୍ୱାସ୍ ଗିନେ ସେମଃନାର୍ ହାହ୍ କେମା କଃରି ଆଚେ । 10ଇତାକ୍ ଜୁୟ୍ ଜିଅଡି ଅଃମାର୍ ଦାଦିବାବୁ ଆର୍ ଅଃମିମଃନ୍ ବଃଉଁକ୍ ନଃହାର୍ଲୁ, ସେ ଜିଅଡି ଚେଲାମଃନାର୍ କଃନ୍ଦେ ଲାଦିଦଃୟ୍ କାୟ୍ତାକ୍ ତୁମିମଃନ୍ ଇସ୍ୱର୍କେ ପରିକ୍ୟା କଃରୁଲାସ୍ ? 11ନୟ୍ ଇରି ଟିକ୍ ନାୟ୍ ମଃତର୍ ସେମଃନ୍ ଜଃନ୍କଃରି ବିସ୍ୱାସ୍ କଃରି ହାହେ ହୁଣି ମୁକ୍ଳି ଆଚ୍ତି, ଅଃମିମଃନ୍ ହେଁ ସେନ୍କାର୍ ମାପ୍ରୁ ଜିସୁର୍ ଦଃୟାୟ୍ ହାହେ ହୁଣି ମୁକ୍ତି ହାଉଁନ୍ଦ୍ ବଃଲି ବିସ୍ୱାସ୍ କଃରିଆଚୁ ।”
12ସେତାକ୍ ସଃର୍ନେ ଲକ୍ ତୁନ୍ ହାଳ୍ଲାୟ୍ ଆର୍ ବର୍ନବା ଆର୍ ପାଉଲ୍ ତଃୟ୍ହୁଣି ଅଜିଉଦି ଲକ୍ ବିତ୍ରେ ଇସ୍ୱର୍ ଜୁୟ୍ ସଃବୁ ଚିନ୍ ଆର୍ କାବା ଅଃଉତା କାମ୍ କଃରି ରିଲାୟ୍, ସେମଃନ୍ ତଃୟ୍ହୁଣି ସେତିର୍ ସଃବୁ କଃତା ସୁଣୁକ୍ ଦଃର୍ଲାୟ୍ । 13ସେମଃନାର୍ କଃତା ସଃର୍ଲାହଃଚେ ଜାକୁବ ଟିଆ ଅୟ୍ କୟ୍ଲା, “ଏ ବାୟ୍ବେଣିମଃନ୍ ମର୍ କଃତା ସୁଣା ।” 14ଇସ୍ୱର୍ ଅଃହ୍ଣାର୍ ନାଉଁ ଗିନେ ଅଜିଉଦି ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍କେ ମାନୁକ୍ କଃନ୍କଃରି ସେମଃନ୍କେ ଦଃୟା କଃରିରିଲା, ସେରିମଃନ୍ ସିମନ୍ କୟ୍ଆଚେ । 15ଆରେକ୍ ବାବ୍ବାଦିମଃନାର୍ କଃତା ଇତାର୍ ସଃଙ୍ଗ୍ ମିସୁଲି, ଜଃନ୍କଃରି ସାସ୍ତରେ ଲେକାଆଚେ-
16“ମାପ୍ରୁ କୟ୍ଲା, ଇତାର୍ ହଃଚେ ମୁୟ୍ଁ ବାଉଳି ଆସିନ୍ଦ୍,
ଆର୍ ଦାଉଦାର୍ ବଃସୁଳ୍ଲା ଗଃର୍ ଆରେକ୍ ବାନ୍ଦିନ୍ଦ୍ ।
ଆରେକ୍ ତାର୍ ବଃସମ୍ ଟାଣ୍ ସଃବୁ
ଆରେକ୍ ବାନ୍ଦି ସେରି ଆରେକ୍ ଟିଆ କଃରିନ୍ଦ୍ ।”
17ଜଃନ୍କଃରି ଉବୁର୍ଲା ଲକ୍ ଆର୍ ଜୁୟ୍ ସଃବୁ ଅଜିଉଦି ଲକ୍ ମର୍ ନାଉଁଏ ଡାକ୍ ହୁଟାଅୟ୍ ସେମଃନ୍ ମାପ୍ରୁକ୍ ଲଳ୍ତି । ସଃବୁ ସାଦୁନ୍ କଃର୍ତା ମାପ୍ରୁ ଇରି କଃଉଁଲା ।
18ମାପ୍ରୁ ଇ କଃତା କଃଉଁଲା, ଜେ ହୁର୍ବ୍କାଳେ ହୁଣି ଇ କଃତା ଜାଣାୟ୍ରିଲା । 19“ତଃବେ ମର୍ ବିଚାର୍ ଇରି ଅଜିଉଦି ଲକ୍ ବିତ୍ରେ ଜୁୟ୍ ମଃନ୍ ଇସ୍ୱର୍ ହାକ୍ ବାଉଳ୍ତି ସେମଃନ୍କେ ଅଃମିମଃନ୍ ବଜ୍ ବଳାଉଁ ନଃଚୁଆଁ । 20ମଃତର୍ ମୁର୍ତି ବିସୟାର୍ ବିଟାଳ୍, ଦାରି, ଟଟି ହିଚି ମଃରାୟ୍ଲାର୍ ଜଃତୁ ଆର୍ ବଃନି ହୁଣି ଅଃଲ୍ଗା ରେଉଁକ୍ ଅଃମି ସେମଃନ୍କେ ଚିଟି ଲେକୁଆଁ । 21କାୟ୍ତାକ୍ବଃଲେକ୍ ହୁର୍ବ୍ କାଳେହୁଣି ହଃତି ଗଃଳେ ମସାର୍ ପର୍ଚାର୍ କଃର୍ତା ଲକ୍ମଃନ୍ ଆଚ୍ତି; ହଃତି ବିସାଉଁଣିବାର୍ ଦିନ୍ ପାର୍ତ୍ନା ଗଃରେ ତାର୍ ବିଦି ହାଟ୍ କଃରାଅଉଁଲି ।”
ଅଜିଉଦି ବିସ୍ୱାସି ମଃନାର୍ ହାକ୍ ଚିଟି
22ତାର୍ହଃଚେ ପେରିତ୍ ଆର୍ ପାରାଚିନ୍ମଃନ୍ ସଃବୁ ମଣ୍ଡ୍ଳି ସଃଙ୍ଗ୍ ତାକାର୍ ତାକାର୍ ବିତ୍ରାର୍ ଲକ୍, ବଃଲେକ୍ ବାୟ୍ମଃନାର୍ ବିତ୍ରେ ମୁଳିକା ବର୍ସବା ନାଉଁଏ ଡାକ୍ହୁଟା ଜିଉଦା ଆର୍ ସିଲାକ୍ ବାଚି କଃରି ପାଉଲ୍ ଆର୍ ବର୍ନବା ସଃଙ୍ଗ୍ ଆନ୍ତିଅକିଆକ୍ ହଃଟାଉଁକ୍ ତିର୍ କଃଲାୟ୍ । 23ଆର୍ ସେମଃନ୍ ସେମଃନାର୍ ଆତେ ଇ ଚିଟି ଲେକି ହଃଟାୟ୍ଲାୟ୍, “ଆନ୍ତିଅକିଆ, ସୁରିଆ ଆର୍ କିଲିକିଆର୍ ଅଜିଉଦି ବାୟ୍ବେଣିମଃନ୍କେ ପେରିତ୍ ଆର୍ ପାରାଚିନ୍ ବାୟ୍ମଃନାର୍ ଜୁଆର୍ । 24ଅଃମିମଃନ୍ ସୁଣି ଆଚୁ ଜେ, ଅଃମିମଃନ୍ ଜୁୟ୍ ଲକ୍ମଃନ୍କେ କାୟ୍ ବଲ୍ ନଃଦେଉଁ ଅଃମାର୍ ବିତ୍ରାର୍ ଅଃନ୍କାର୍ କଃତେକ୍ ଲକ୍ କଃତାୟ୍ ତୁମିମଃନାର୍ ମଃନ୍କେ ବିଗଃଳାୟ୍ କଃରି କାବା କଃରାୟ୍ ଆଚ୍ତି । 25ଆର୍ ଅଃମିମଃନ୍ ଲକମଃନ୍ ଅୟ୍ ଗଟେ ଟାଣେ କଃରି ହଃଟାଉଁକେ ବାଚି ଆଚୁ ସେମଃନ୍ ଲାଡାର୍ ବର୍ନବା ଆର୍ ପାଉଲ୍ ସଃଙ୍ଗ ଜାତି, 26ଏ ବାୟ୍ମଃନ୍ ମାପ୍ରୁ ଜିସୁ କ୍ରିସ୍ଟର୍ ସେବାୟ୍ ଅଃହ୍ଣାର୍ ଜିବନ୍ ବିବ୍ତି ତଃୟ୍ ହଃକାୟ୍ ଆଚ୍ତି । 27ଇତାକ୍ ଅଃମିମଃନ୍ ଜିଉଦା ଆର୍ ସିଲାକେ ହଃଟାଉଁଲୁ ଇମଃନ୍ ହେଁ ତାକାର୍ ମୁଏଁ ତୁମିମଃନ୍କେ ସେସଃବୁ କଃତା ଜାଣାଉତି । 28କଃତେକ୍ ଲଳାରି ବିଦିଚାଡି ତୁମିମଃନାର୍ ଉହ୍ରେ ଆରେକ୍ କାୟ୍ହେଁ ବଜ୍ ନଃଦେଉଁକେ ଅଃମି ପବିତ୍ର ଆତ୍ମା ତଃୟ୍ ହୁଣି ଆଦେସ୍ ହାୟ୍ଆଚୁ । 29ସେ କଃତିଗଟ୍ ନିୟମ୍ ଅୟ୍ଲି ମୁର୍ତି ହୁଜାକାଦି କାହା ନାୟ୍ ବଃନି କାହା ନାୟ୍ ଆର୍ ଗଃଳା ନଃକାଟି ମାରିରିଲା ହସୁ ମାସ୍ କାହା ନାୟ୍, ଦାରି କାମ୍ ଚାଡି ଦିଆସ୍ ଇସଃବୁ କାମ୍ ନଃକେରୁକେ ଜଃଗ୍ରାତ୍ ରିଲେକ୍ ଉହ୍କାର୍ ଅୟ୍ଦ୍ । ଅଃମାର୍ ଜୁଆର୍ ହାଉଆ ।”
30ସେମଃନ୍କେ ମେଲାଣି ଦିଲାକ୍ ଆନ୍ତିଅକିଆକ୍ ଆୟ୍ଲାୟ୍ । ଆର୍ ବିସ୍ୱାସି ମଃନ୍କେ ରୁଣ୍ଡାୟ୍ ଚିଟି ଦିଲାୟ୍ । 31ସେମଃନ୍ ସେରି ହଳି, ସୁସ୍ତା ଅୟ୍ ସଃର୍ଦା ଅୟ୍ଲାୟ୍ । 32ଆରେକ୍ ଜିଉଦା ଆର୍ ସିଲା ନିଜେ ନିଜେ ହେଁ ବାବ୍ବାଦି ରିଲାକେ ବୁତେକ୍ ଗଃଳି କଃତା କୟ୍ ସେ କଃତାକ୍ ବୁଜାୟ୍ ବାୟ୍ମଃନ୍କେ ହେଁ ତିର୍ କଃଲାୟ୍ । 33୧୫:୩୩ କଃତିଗଟ୍ ହଃର୍ନାଲେକାତଃୟ୍ ୩୪ ହଃଦ୍ କଃରା ଅୟ୍ଆଚେ, ମଃତର୍ ସିଲା ସେତି ରେଉଁକେ ବଲ୍ ବଃଲ୍ଲା । ଆର୍ ସେତି ସେମଃନ୍ କଃତି ଦିନ୍ ରିଲା ହଃଚେ ସେମଃନ୍କେ ହଃଟାୟ୍ ରିଲା ଲକ୍ମଃନ୍ ହାକ୍ ବାଉଳି ଜଃଉଁକେ ବିସ୍ୱାସି ବାୟ୍ମଃନ୍ ସୁସ୍ତାୟ୍ ମେଲାଣି ଦିଲାୟ୍ । 34ମଃତର୍ ସିଲା ସେତି ରେଉଁକ୍ ମଃନ୍ ନଃକେଲା ।
35ଆରେକ୍ ପାଉଲ୍ ଆର୍ ବର୍ନବା ଆନ୍ତିଅକିଆୟ୍ ରଃୟ୍ ଗାଦେକ୍ ଲକାର୍ ସଃଙ୍ଗ୍ ମିସି ମାପ୍ରୁର୍ କଃତା ସିକ୍ୟା ଦିଲାୟ୍ ଆର୍ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲାୟ୍ ।
ପାଉଲ୍ ଆର୍ ବର୍ନାବା ଅଃଲ୍ଗା ଅଃଲ୍ଗା ଅୟ୍ଲାୟ୍
36କଃତି ଦିନ୍ ହଃଚେ ପାଉଲ୍ ବର୍ନବାକ୍ କୟ୍ଲା, “ଆଉ ଆମିମଃନ୍ ଜୁୟ୍ ଗଃଳେ ମଃନ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆଚୁ ସେ ସଃବୁ ଗଃଳ୍କେ ବାଉଳି ଜାୟ୍ ବାୟ୍ମଃନ୍ କଃନ୍କାର୍ ଆଚ୍ତି ସେରି ଦଃକୁକ୍ ଜୁ ।” 37ଜହନ୍ ମାର୍କକେ ହେଁ ସଃଙ୍ଗେ ନେଉଁକ୍ ବର୍ନବାର୍ ମଃନ୍ ରିଲି । 38୧୫:୩୮ ପେରି ୧୩:୧୩.ମଃତର୍ ସେ ସେମ୍ନଃକେ ଚାଡି ପପୁଲିଆ ହୁଣି ଆସିରିଲା ଆର୍ ସେମଃନାର୍ ସଃଙ୍ଗ୍ ପର୍ଚାର୍ କାମ୍କେ ଜାୟ୍ ନଃରିଲା, ତାକେ ସଃଙ୍ଗେ ନେଉଁକ୍ ପାଉଲ୍ ଟିକ୍ ନାୟ୍ ବଃଲି ବାବ୍ଲା । 39ସେତାକ୍ ପାଉଲ୍ ଆର୍ ବର୍ନବା ବଃଡେ ଉଳାଉଳି ଅୟ୍ଲାକ୍ ସେମଃନ୍ ତାକାର୍ ବିତ୍ରେ ଅଃଲ୍ଗା ଅୟ୍ଲାୟ୍; ବର୍ନବା ଜଃନ୍ମାର୍କ ମାର୍କକେ ସଃଙ୍ଗେ ନଃୟ୍ ହାଣିଜାଜେ ସାଇପ୍ରସ୍ ହାକ୍ ଗଃଲା । 40ମଃତର୍ ପାଉଲ୍ ସିଲାକ୍ ବାଚିକଃରି ବାୟ୍ମଃନାର୍ ତଃୟ୍ହୁଣି ମାପ୍ରୁର୍ ଦଃୟାୟ୍ ସଃହ୍ରିଅୟ୍ ବାଉଳି ଗଃଲା । 41ଆର୍ ସେ ସୁରିଆର୍ କିଲିକିଆ ବାଟ୍ ଅୟ୍ ଜଃଉଁଜଃଉଁ ମଣ୍ଡ୍ଳିମଃନ୍କେ ସୁସ୍ତିର୍ କଃଲା ।
16ପାଉଲ୍ ଆର୍ ସିଲା ସଃଙ୍ଗ୍ ତିମତି ଗଃଲା
1ହଃଚେ ପାଉଲ୍ ଦର୍ବି ଆର୍ ଲୁସ୍ତ୍ରା ହେଁ ଆୟ୍ଲା ଆର୍ ସେଟାଣେ ତିମତି ନାଉଁଆର୍ ଗଟେକ୍ ଚେଲା ରିଲା, ସେ ଗଟେକ୍ ବିସ୍ୱାସି ଜିଉଦି ମାୟ୍ଜିର୍ ହୟ୍ସି, ମଃତର୍ ତାର୍ ଉବାସି ଗ୍ରିକ୍ ଲକ୍ ରିଲା । 2ଲୁସ୍ତ୍ରା ଆର୍ ଇକନିଆୟ୍ ରେତା ବାୟ୍ବେଣି ତିମତିକେ ନିକଲକ୍ ବଃଲି ସାକି ହାୟ୍ ରିଲାୟ୍ । 3ତାକେ ସଃଙ୍ଗେ ନେଉଁକ୍ ପାଉଲ୍ ମଃନ୍କଃଲା ଆର୍ ସେ ସଃବୁ ହଲିୟେ ରିଲା ଜିଉଦିମଃନାର୍ ଗିନେ ତାକେ ନଃୟ୍ ସୁନତି କଃଲା । କାୟ୍ତାକ୍ ବଃଲେକ୍ ତାର୍ ଉବାସି ଗଟେକ୍ ଗ୍ରିକ୍ ଲକ୍ ବଃଲି ସଃବୁ ଜାଣି ରିଲାୟ୍ । 4ଆରେକ୍ ସେମଃନ୍ ବିନ୍ବିନ୍ ଗଃଳ୍ମଃନ୍କେ ଜଃଉଁଜଃଉଁ ଜିରୁସାଲମାର୍ ପେରିତ୍ମଃନାର୍ ଆର୍ ପାରାଚିନ୍ମଃନାର୍ ଟିକ୍ କଃରି ତିର୍ କଃଲା ବଲ୍ ମାନୁକ୍ ସେମଃନାର୍ ତଃୟ୍ ସଃହ୍ରିଦିଲା । 5ଅଃନ୍କଃରି ମଣ୍ଡ୍ଳିମଃନ୍ ବିସ୍ୱାସେ ତିର୍ ଅୟ୍ ଦିନ୍ ଦିନ୍କେ ବୁତେକ୍ ଅଃଉଁକେ ଦଃର୍ଲାୟ୍ ।
ତ୍ରୟା ତଃୟ୍ ପାଉଲାର୍ ଦଃର୍ସନ୍
6ସେତାକ୍ ସେମଃନ୍ ଆସିଆ ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରୁକେ ପବିତ୍ର ଆତ୍ମା ମଃନ୍ ନଃକେଲାକ୍ ପ୍ରୁଗିଆ ଆର୍ ଗାଲାତି ବାଟ୍ ଅୟ୍ଗଃଲାୟ୍ 7ଆର୍ ସେମଃନ୍ ମୁସିଆ ତଃୟ୍ ହଚି ବିତୁନିଆ ଜଃଉଁକେ ମଃନ୍ କଃଲାୟ୍, ମଃତର୍ ଜିସୁର୍ ଆତ୍ମା ସେମଃନ୍କେ ଜଃଉଁକେ ନଃଦିଲି । 8୧୬:୮ ସେ ମଃନ୍ ମୁସିଆ ଅୟ୍ଗଃଲାୟ୍, ବାଟ୍ ଦଃୟ୍ ବଃଲି ଆଚେ ।ସେତାକ୍ ସେମଃନ୍ ମୁସିଆ ବାଟଅୟ୍ ତ୍ରୟା ହଚ୍ଲାୟ୍ । 9ଆର୍ ରାତିବଃଳ୍ ପାଉଲ୍ ଗଟେକ୍ ଦଃର୍ସନ୍ ଦଃକ୍ଲା, ମାକିଦନିଆର୍ ଗଟେକ୍ ଲକ୍ ଟିଆଅୟ୍ ତାକେ ଗଃଉଆରିକଃରି କଃଉଁଲା । “ମାକିଦନିଆ ତଃୟ୍ହୁଣି ଅଃମାର୍ ତଃୟ୍ ଆସି ଅଃମାର୍ ଉହ୍କାର୍ କଃର୍ ।” 10ସେ ଦଃର୍ସନ୍ ଦଃକ୍ଲା ହଃଚେ ଆମିମଃନ୍ ତଃତ୍କାଣ୍ ମାକିଦନିଆକେ ଜଃଉଁକେ ତିଆର୍ ଅୟ୍ଲୁ କାୟ୍ତାକ୍ବଃଲେକ୍ ସେମଃନାର୍ ଚଃମେ ସେମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ଆମିମଃନ୍କେ କୁଦି ଆଚେ ବଃଲି ଆମିମଃନ୍ ବୁଜ୍ଲୁ ।
ପିଲିପିଏ ଲୁଦିଆ ମଃନ୍ ବାଦ୍ଲାୟ୍ଲା
11ସେତାକ୍ ତ୍ରୟା ତଃୟ୍ହୁଣି ହାଣି ଜାଜେ ଅଃମିମଃନ୍ ସାମତ୍ରାକିକେ ଆର୍ ଆର୍କ ବିନ୍ ନିଆପଲିକେ ହଚ୍ଲୁ । 12୧୬:୧୨ ମାସିଦନିଆର୍ ଗଃଳାର୍ ହଃର୍ତୁ ଜିଲା, କଃତିଗଟ୍ ଲେକାୟ୍ ମାକିଦନିଆ ଜିଲାର୍ ଗଟ୍ ବଃଡ୍ ବଃସ୍ତି ବଃଲି ଆଚେ, ମାକିଦନିଆର୍ ସେ ଜିଲାର୍ ଗଟ୍ ବଃଡ୍ ବଃସ୍ତି ବଃଲି ଲେକା ଆଚେସେତି ହୁଣି ପିଲିପକେ ଗଃଲୁ, ଇରି ମାକିଦନିଆ ଜିଲାର୍ ଗଟେକ୍ ବଃଡ୍ ଗଃଳ୍ ଆର୍ ରମ୍ ଦେସାର୍ ଲକ୍ମଃନ୍ ଆସି ବାସା କଃର୍ତା ଗଟେକ୍ ଟାଣ୍, ସେ ଗଃଳେ ଆମିମଃନ୍ ବୁତେକ୍ ଦିନ୍ ରିଲୁ । 13ବିସାଉଁଣିବାର୍ ଦିନ୍ ଗଃଳ୍ ଦୁଆରେ ହୁଣି ବାରାୟ୍ ଗାଡ୍କଃଣ୍ଡାୟ୍ ଗଃଲୁ, ସେତି ପାର୍ତ୍ନା କଃର୍ତା ଟାଣ୍ ଆଚେ ବଃଲି ଆମିମଃନ୍ ମଃନେ ବାବ୍ତି ରିଲୁ ଆର୍ ଅଃମିମଃନ୍ ବଃସି ରୁଣ୍ଡିରିଲା ମାୟ୍ଜିମଃନ୍କେ କଃତା ଅଃଉଁକେ ଦଃର୍ଲୁ । 14ଆରେକ୍ ତୁୟତିରା ଗଃଳାର୍ କଃଚା ହଃତ୍ରିଆ ବଃସ୍ତର୍ ବିକ୍ତା ଲୁଦିଆ ନାଉଁଆର୍ ଗଟେକ୍ ମାୟ୍ଜି ସେ ଇସ୍ୱର୍କେ ମାନ୍ତି ରିଲି, ସେ ଅଃମାର୍ କଃତା ସୁଣ୍ତି ରିଲି । ସେ ଜଃନ୍କଃରି ପାଉଲାର୍ କୟ୍ଲା କଃତାମଃନ୍ ଦିଆନ୍ ଦେତିରିଲି ଇତାର୍ ଗିନେ ମାପ୍ରୁ ତାର୍ ମଃନ୍ ଉଗାଳ୍ଲା । 15ଆରେକ୍ ସେ ଆର୍ ତାର୍ ଗଃର୍କୁଟୁମ୍ ବାପ୍ତିସମ୍ ନିଲା ହଃଚେ, ସେମଃନଃକେ ଗଃଉଆରି କଃରି କୟ୍ଲି, ତୁମିମଃନ୍ ଜଦି ମକ୍ ମାପ୍ରୁର୍ ବିସ୍ୱାସି ଲକ୍ ବଃଲି ବିଚାର୍ କଃରୁଲାସ୍, “ତଃବେ ମର୍ ଗଃରେ ଆସି ରିଆ ବଃଲି ସେ ଆମିମଃନ୍କେ କଃଉଁକେ ଦଃର୍ଲି ।”
ପିଲିପାର୍ ଜଃଇଲେ ପାଉଲ୍ ଆର୍ ସିଲା
16ଗଟ୍ଦିନ୍ ଆମିମଃନ୍ ପାର୍ତ୍ନା ଟାଣେ ଜଃଉଁଜଃଉଁ ସୟ୍ତାନ୍ ସଃକ୍ତି ରିଲା ଗଟେକ୍ ଗତିଦଃଙ୍ଗ୍ଳି ଆମିମଃନ୍କେ ବେଟ୍ ଅୟ୍ଲି । ସେ ଲକ୍ମଃନାର୍ ହାଞ୍ଜି ଦଃକ୍ତି ରିଲି । ସେତାକ୍ ତାର୍ ସାଉକାରାର୍ ବଃଡେ ଲାବ୍ ହାଉତିରିଲା । 17ସେ ପାଉଲ୍ ଆର୍ ଅଃମାର୍ ହଃଚେ ହଃଚେ ଆସି ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲି “ଇ ଲକଃମଃନ୍ ସଃବ୍କେ ବଃଡ୍ ଇସ୍ୱରାର୍ ଗତିଦଃଙ୍ଗ୍ଳାମଃନ୍, ସେମଃନ୍ ତୁମିମଃନ୍କେ ମୁକ୍ଳାଉତା ବାଟ୍ ଦଃକାଉଁଲାୟ୍ ।” 18ସେ ବୁତେକ୍ ଦିନ୍ ହଃତେକ୍ ଇରି କଃଲି, ମଃତର୍ ପାଉଲ୍ ରିସା ଅୟ୍ ଉଲ୍ଟି ଦଃକି ସେ ଆତ୍ମାକେ କୟ୍ଲା, “ଜିସୁ କ୍ରିସ୍ଟର୍ ନାଉଁଏ କଃଉଁଲେ, ତାର୍ ତଃୟ୍ହୁଣି ବାରୟ୍ଜାଆ ।” ଇତାକ୍ ସେଦାହ୍ରେ ବାରାୟ୍ ଗଃଲି । 19ମଃତର୍ ତାର୍ ସାଉକାର୍ମଃନ୍ ତାକାର୍ ଲାବାର୍ ବଃର୍ସା ଗଃଲି ବଃଲି ପାଉଲ୍ ଆର୍ ସିଲାକ୍ ଦଃରି ଗଃଳାର୍ ବଃଜାରାର୍ ମଃଜିଟାଣେ ସେମଃନ୍କେ ସଃର୍କାରି ଅଃଦିକାରିମଃନାର୍ ଚଃମେ ନିଲାୟ୍ । 20ଆର୍ ସେମଃନ୍ ସେମଃନ୍କେ ରମିୟ ବିଚାର୍ କଃର୍ତା ଲକାର୍ ତଃୟ୍ ଆଣି କୟ୍ଲାୟ୍, “ଇ ଲକ୍ମଃନ୍ ଜିଉଦି, ଇମଃନ୍ ଅଃମାର୍ ଗଃଳେ ଗଲ୍ମାଲ୍ କଃରୁଲାୟ୍ । 21ଅଃମାର୍ ରମିୟ୍ ଲକ୍ମଃନାର୍ ଜୁୟ୍ ସଃବୁ ତିରିବିଦି ମାନ୍ତାର୍ ବିଦି ନାୟ୍ ସେରି ଇମଃନ୍ ସିକାଉଁଲାୟ୍ । 22ସେତାକ୍ ଲକ୍ମଃନ୍ ହେଁ ସେମଃନାର୍ ବିରଦେ ଉଟ୍ଲାୟ୍ । ଆରେକ୍ ବିଚାର୍ କଃର୍ତା ଲକ୍ମଃନ୍ ସେମଃନାର୍ ବଃସ୍ତର୍ କାଡି ସେମଃନ୍କେ ବେତ୍ଡାଙ୍ଗ୍ ସଃଙ୍ଗ୍ ମାରୁକ୍ କୟ୍ଲାୟ୍ । 23ସେମଃନ୍ ସେମଃନ୍କେ ଜଃବର୍ ମାର୍ଲାୟ୍, ଆର୍ ଜଃଇଲ୍ ଗଃରେ ହୁରାୟ୍ କଃରି ଜଃଇଲାର୍ ଅଃଦିକାରିକ୍ ସେମଃନ୍କେ ଜାଗ୍ରତେ ଜାଗିରେଉଁକେ କୟ୍ଲାୟ୍ ।” 24ସେ ଅଃନ୍କାର୍ ଆଦେସ୍ ହାୟ୍ ସେମଃନ୍କେ ଜଃୟ୍ଲ୍ ଜାଗ୍ଉଆଳି ବିତୁର୍ ଜଃଇଲେ ହୁରାୟ୍ ସେମଃନାର୍ ଗଡେ ବଃଡ୍ କଟ୍ଲା ବାନ୍ଦ୍ଲାୟ୍ ।
25ମଃତର୍ ମଃଜାରାତି ପାଉଲ୍ ଆର୍ ସିଲା ଇସ୍ୱର୍ ତଃୟ୍ ପାର୍ତ୍ନା ଆର୍ ପ୍ରସଂସାର୍ ଗିତ୍ କଃଉତି ରିଲାୟ୍, ଆର୍ ବିନ୍ କଃୟ୍ଦିମଃନ୍ ସୁଣ୍ତି ରିଲାୟ୍ । 26ସଃଡେବଃଳ୍ ତଃତ୍କାଣ୍ ଦଃର୍ତି ଲଃଦ୍ବଃଦ୍ଲି ଆର୍ ଜଃଇଲ୍ ଗଃରାର୍ କୁନାଦି ଦଃଲ୍କି ଜଃଉଁକେ ଆରୁମ୍ ଅୟ୍ଲି ଆର୍ ତଃତ୍କାଣ୍ ସଃବୁ ଦୁଆର୍ ଉଗାଳି ଅୟ୍ଲି ଆର୍ ହଃତି ଲକାର୍ ଆତ୍ଦଃଣ୍ଡା ଇଟ୍ଲି । 27ଇତାକ୍ ଜୁୟ୍ ଜଃଇଲ୍ ଅଃଦିକାରି ନିଦେ ହୁଣି ଉଟି ଜଃଇଲାର୍ ଦୁଆର୍ ଉଗାଳି ଅୟ୍ଲାର୍ ଦଃକି କଃୟ୍ଦିମଃନ୍ ହଃଳାୟ୍ ଜାୟ୍ ଆଚ୍ତି ବଃଲି ମଃନେ ବାବି କଃଣ୍ଡା ବାର୍କଃରି ନିଜେ ମାରିଅଃଉଁକେ ଜାତି ରିଲା । 28ମଃତର୍ ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, “ତର୍ ନିଜାର୍ କାୟ୍ରି କଃର୍ ନାୟ୍, କାୟ୍ତାକ୍ବଃଲେକ୍ ଅଃମିମଃନ୍ ସଃବୁ ଇତି ଆଚୁ ।”
29ଜଃୟ୍ଲ୍ ଜାଗୁ ଅଳା ଆଣୁକେ କୟ୍ ଡଃଗାୟ୍ ଡିର୍କେ ତଃର୍ତଃରି ପାଉଲ୍ ଆର୍ ସିଲାର୍ ଚଃମେ ହଃଳାୟ୍ ଆସି ହାଦ୍ ତଃଳେ ଡୁଳ୍ଲା । 30ଆର୍ ସେମଃନ୍କେ ହଃଦାୟ୍ ଆଣି କୟ୍ଲା, “ମାପ୍ରୁ, ହାହେ ହୁଣି ମୁକ୍ଳୁକ୍ ମକ୍ କାୟ୍ କଃରୁକେ ଅୟ୍ଦ୍ ।” 31ସେମଃନ୍ କୟ୍ଲାୟ୍, “ମାପ୍ରୁ ଜିସୁ ତଃୟ୍ ବିସ୍ୱାସ୍ କଃର୍ ତଃନ୍ଅୟ୍ଲେକ୍ ତୁମି ଗଃରାର୍ ସଃବୁ ଲକ୍ ହାହେ ହୁଣି ମୁକ୍ଳାସ୍ ।” 32ହଃଚେ ସେମଃନ୍ ତାକେ ଆର୍ ତାର୍ ଗଃରେ ରିଲା ସଃବ୍କେ ମାପ୍ରୁର୍ କଃତା କୟ୍ଲାୟ୍ । 33ଆର୍ ଜଃୟ୍ଲ୍ ଜାଗୁ ସେମଃନ୍କେ ରାତି ବଃଳ୍ ନଃୟ୍ ସେମଃନାର୍ ମାଡ୍ କାୟ୍ଲା ଗାଉ ସଃବୁ ହାଣାୟ୍ ଦୟ୍ଦିଲା, ଆରେକ୍ ସେ ଆର୍ ତାର୍ ଗଃର୍ କୁଟୁମ୍ ସେଦାହ୍ରେ ବାପ୍ତିସମ୍ ନିଲାୟ୍ । 34ତାର୍ହଃଚେ ସେ ଅଃହ୍ଣାର୍ ଗଃରେ ନଃୟ୍ କାଉଁକେ ଦିଲା ଆର୍ ସଃବୁ ଗଃର୍ କୁଟୁମ୍ ସଃଙ୍ଗ୍ ଇସ୍ୱର୍କେ ବିସ୍ୱାସ୍ କଃରି ବଃଡେ ସଃର୍ଦା ଅୟ୍ଲାୟ୍ ।
35ସଃକାଳ୍ ଅୟ୍ଲାକ୍ ବିଚାର୍ କଃର୍ତା ରମିୟ ଅଃଦିକାରି ସଃଇନ୍ମଃନ୍କେ ଇରି କୟ୍ ହଃଟାୟ୍ଲାୟ୍ “ସେ ଲକ୍ମଃନ୍କେ ଚାଡି ଦିଆସ୍ ।”
36ସେତାକ୍ ଜଃଇଲ୍ ଅଃଦିକାରି ପାଉଲ୍କେ ଇ କଃତା ଜାଣାୟ୍ଲା, “ତୁମିମଃନ୍କେ ଚାଡି ଦେଉଁକେ ବିଚାର୍ କଃର୍ତା ଅଃଦିକାରିମଃନ୍ ହଃଟାୟ୍ ଆଚ୍ତି, ଇତାକ୍ ବାରୟ୍ ଆସି ସୁସ୍ତାୟ୍ ଜାହା ।”
37ମଃତର୍ ପାଉଲ୍ ସେମଃନ୍କେ କୟ୍ଲା, “ରମିୟ୍ ଲକ୍ ଜେ ଅଃମିମଃନ୍ ଅଃମାର୍ ବିଚାର୍ ନଃକେରି ସେମଃନ୍ ସଃବ୍କାର୍ ମୁଏଁ ଅଃମିକ୍ ମାଡ୍ ମାର୍ଲା ହଃଚେ ଜଃଇଲେ ହୁରାୟ୍ ଆଚ୍ତି ଆର୍ ଅଃବେ କି ଲୁକ୍ଣେ କି ଆମିମଃନ୍କେ ଚାଡି ଦେଉଁଲାୟ୍ ? ସେରି ନାୟ୍ ମଃତର୍ ସେମଃନ୍ ନିଜେ ଆସି ଆମିମଃନ୍କେ ବାର୍କଃରତ୍ ।”
38ସେତାକ୍ ସଃଇନ୍ ମଃନ୍ ବିଚାର୍ କଃର୍ତା ମୁଳିକାମଃନ୍କେ ଇ ସଃବୁ କଃତା ଜାଣାୟ୍ଲାୟ୍ ଆରେକ୍ ସେମଃନ୍ ଜେ ରମିୟ ଲକ୍ ଇରି ସୁଣି ଡିରି ଗଃଲାୟ୍ । 39ଆର୍ ସେମଃନ୍ ଆସି ସେମଃନ୍କେ ଗଃଉଆରି କଃଲାୟ୍, ଆର୍ ସେମଃନ୍କେ ବାର୍କଃରି ଆଣି ଗଃଳେ ହୁଣି ବାରାୟ୍ ଜଃଉଁକେ ସେମଃନ୍କେ ଗଃଉଆରି କଃଲାୟ୍ । 40ସେତାକ୍ ପାଉଲ ଆର୍ ସିଲା ଜଃଇଲେ ହୁଣି ବାର୍ଅୟ୍ ଜାୟ୍ ଲୁଦିଆର୍ ଗଃରେ ଗଃଲାୟ୍ । ଆର୍ ବାୟ୍ ମଃନାର୍ ସଃଙ୍ଗ୍ ମିସି ସେମଃନ୍କେ ବଃର୍ସା କଃତା କୟ୍ଲା ହଃଚେ ସେତି ହୁଣି ଗଃଲାୟ୍ ।
17ତେସଲନିକି ତଃୟ୍ ପର୍ଚାର୍
1ହଃଚେ ସେମଃନ୍ ଆପିପଲି ଆର୍ ଆପଲନିଆ ବାଟ୍ ଅୟ୍ ତେସଲନିକିକେ ଆୟ୍ଲାୟ୍, ସେତି ଜିଉଦିମଃନାର୍ ଗଟେକ୍ ପାର୍ତ୍ନା ଗଃର୍ ରିଲି । 2ଆର୍ ପାଉଲ୍ ତାର୍ ରିତି ହଃର୍କାରେ ସେମଃନାର୍ ଚଃମେ ଗଃଲା, ଆରେକ୍ ତିନି ବିସାଉଁଣିବାର୍ ହଃତେକ୍ ସାସ୍ତରାର୍ କଃତା ସେମଃନ୍କେ ବୁଜାୟ୍ଲା । 3ଦଃର୍ମ୍ସାସ୍ତର୍ କୟ୍କଃରି ବୁଜାୟ୍ଲା “ଜେ ମସିହର୍” ଦୁକ୍ବୟ୍ଗ୍ ଆର୍ ମଃର୍ନ୍ ବୟଃଗ୍ କଃରି ମଃଲା ଲକ୍ତଃୟ୍ହୁଣି ଉଟ୍ତାର୍ ଲଳା ରିଲି ଆର୍ ସେ ଜୁୟ୍ ଜିସୁକେ ସେମଃନାର୍ ତଃୟ୍ ପର୍ଚାର୍ କଃରୁଲା ସେ ଜେ କ୍ରିସ୍ଟ ଇ କଃତା ଟିକ୍ କଃରି ବୁଜାୟ୍ଲା । 4ସେତାକ୍ ସେମଃନାର୍ ବିତ୍ରେ କଃତି ଲକ୍ ବିସ୍ୱାସ୍ କଃରି ପାଉଲ୍ ଆର୍ ସିଲାର୍ ସଃଙ୍ଗ୍ ମିସ୍ଲାୟ୍ ଆର୍ ଜିଉଦି ଦଃର୍ମ୍ କଃର୍ତା ଗ୍ରିକ୍ ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ଆର୍ କଃତିଗଟ୍ ମାୟନ୍ ହାଉତା ମାୟ୍ଜିମଃନ୍ ସେମଃନାର୍ ସଃଙ୍ଗ୍ ମିସ୍ଲାୟ୍ ।
5ମଃତର୍ ଜିଉଦିମଃନ୍ ଡାରା ଅୟ୍ କଃତେକ୍ ବଃଜାରାର୍ କଃତିଗଟ୍ ଦୁସ୍ଟଲକ୍ମଃନକେ ସଃଙ୍ଗେ ଆଣି ଲକ୍ମଃନକେ ଗଟେଟାଣେ କଃରି ଗଃଳେ ଗଃଣ୍ଡ୍ଗଳ୍ ଲାଗାୟ୍ଲାୟ୍ ଆର୍ ଜାସନାର୍ ଗଃରେ ହୁରି ସେମଃନ୍କେ ଲକ୍ମଃନାର୍ ଚଃମେ ବାର୍କଃରି ଆଣୁକେ ଉପାୟ୍ କଃଲାୟ୍ । 6ମଃତର୍ ସେମଃନ୍କେ ନଃହାୟ୍, ସେମଃନ୍ ଜାସନ୍ ଆର୍ କଃତିଲକ୍ ବିସ୍ୱାସି ବାୟ୍ମଃନ୍କେ ଗଃଳାର୍ ସଃର୍କାରି ଅଃଦିକାରିମଃନାର୍ ତଃୟ୍ ଜିକି ଆଣି ରାଟୁକଃରି କୟ୍ଲାୟ୍, “ଇ ଜୁୟ୍ ଲକ୍ମଃନ୍ ହୁର୍ତିବିକ୍ ଉଲ୍ଟାହାଲ୍ଟା କଃଲାୟ୍ନି ସେମଃନ୍ ଇତି ହେଁ ଆସି ଆଚ୍ତି, 7ସେମଃନ୍କେ ଜାସନ୍ ତାର୍ ଗଃରେ କୁଦି ଆଚେ । ଜିସୁ ନାଉଁଏ ଆରେକ୍ ଗଟ୍ ରଃଜା” ଆଚେ ବଃଲି କୟ୍ ଇମଃନ୍ ରମ୍ ଦେସାର୍ କାଇସର୍ ବିରଦ୍ କଃରୁଲାୟ୍ । 8ସେମଃନାର୍ ଇ କଃତା ସୁଣି ଲକ୍ମଃନ୍ ଆର୍ ରମ୍ ସଃର୍କାର୍ ଅଃଦିକାରିମଃନ୍ ଗଃଣ୍ଡ୍ଗଳ୍ ଅୟ୍ଲାୟ୍ । 9ହଃଚେ ସେମଃନ୍ ଜାସନ୍ ଆର୍ ତାର୍ ସଃଙ୍ଗୁଆଳି ମଃନ୍କେ ଜରିମନା ନଃୟ୍ ଜାମିନେ ଚାଡ୍ଲାୟ୍ ।
ବରିଆ ତଃୟ୍ ପର୍ଚାର୍ କାମ୍
10ଆରେକ୍ ବାୟ୍ମଃନ୍ ପାଉଲ୍ ଆର୍ ସିଲାକ୍ ରାତିବଃଳ୍ ବରିଆକେ ହଃଟାୟ୍ଲାୟ୍ । ସେମଃନ୍ ସେତି ହଚି ଜିଉଦିମଃନାର୍ ପାର୍ତ୍ନା ଗଃରେ ଗଃଲାୟ୍ । 11ତେସଲନିକି ତଃୟ୍ ରେତା ଜିଉଦିମଃନ୍ ହୁଣି ଇମଃନ୍ କଲାମଃନାର୍ ରିଲାୟ୍, ଇମଃନ୍ ବଃଡେ ସଃର୍ଦାୟ୍ ମାପ୍ରୁର୍ କଃତା ସୁଣ୍ଲାୟ୍, ଆରେକ୍ ଇ ସଃବୁ ସଃତ୍ କି ନାୟ୍ ଜାଣୁକେ ହଃତିଦିନ୍ ଦଃର୍ମ୍ ସାସ୍ତର୍ ହଳ୍ତି ରିଲାୟ୍ । 12ସେତାକ୍ ସେମଃନାର୍ ବିତ୍ରେ କଃତେକ୍ ଆର୍ ଗ୍ରିକ୍ମାୟ୍ଜିମଃନାର୍ ବିତ୍ରେ କଃତେକ୍ ମାଜନ୍ ମାୟ୍ଜି ଆର୍ ଅଃଣ୍ଡ୍ରାମଃନ୍ ହେଁ ବିସ୍ୱାସ୍ କଃଲାୟ୍ । 13ମଃତର୍ ଜଃଡେବଃଳ୍ ତେସଲନିକିର୍ ଜିଉଦିମଃନ୍ ଜାଣ୍ଲାୟ୍ ଜେ, ଇସ୍ୱରାର୍ କଃତା ପାଉଲ୍ ବରିଆୟ୍ ହେଁ ପର୍ଚାର୍ କଃଲା, ସଃଡେବଃଳ୍ ସେମଃନ୍ ସେତି ଆସି ଲକ୍ମଃନ୍କେ ଜାଣାୟ୍ଲାୟ୍ ଆର୍ ଡିରାୟ୍ଲାୟ୍ । 14ସେତାକ୍ ବାୟ୍ମଃନ୍ ବେଗି ପାଉଲ୍କେ ସଃମ୍ନ୍ଦ୍ ବାଟ୍ ଜଃଉଁକେ ହଃଟାୟ୍ଲାୟ୍, ଆର୍ ସିଲା ଆର୍ ତିମତି ସେତି ରିଲାୟ୍ । 15ମଃତର୍ ଜୁୟମଃନ୍ ପାଉଲ୍କେ ସଃଙ୍ଗେ ନିଲାୟ୍, ସେମଃନ୍ ତାକେ ଏତେନ୍ସ୍ ହଃତେକ୍ ବାଉଳାୟ୍ ଆଣ୍ଲାୟ୍ ଆର୍ ସିଲା ଆର୍ ତିମତି ଜଃନ୍କଃରି ବେଗି ତାର୍ତଃୟ୍ ଆସ୍ତି, ପାଉଲାର୍ ଇ ଆଦେସ୍ ସୁଣି ଆୟ୍ଲାୟ୍ ।
ଏତେନ୍ସ୍ ତଃୟ୍ ପାଉଲାର୍ ପର୍ଚାର୍
16ଏତେନ୍ସ୍ ତଃୟ୍ ପାଉଲ୍, ସିଲା ଆର୍ ତିମତିର୍ ଆସ୍ତାର୍ ଜାଣି ରେତା ବଃଳ୍ ସେ ଗଃଳେ ହୁରି ମୁର୍ତି ଗାଦା ରିଲାର୍ ଦଃକି ପାଉଲ୍ ଆତ୍ମାୟ୍ ଦୁକ୍ କଃଲା । 17ସେତାକ୍ ସେ ପାର୍ତ୍ନା ଗଃରେ ଜିଉଦି ଆର୍ ଇସ୍ୱର୍କେ ସେବା କଃର୍ତା ଅଜିଉଦି ଲକ୍ମଃନାର୍ ସଃଙ୍ଗ୍ ଆର୍ ଡେଳା ବାଟେ ହଃତିଦିନ୍ ଜୁୟ୍ ଲକ୍ମଃନାର୍ ସଃଙ୍ଗ୍ ବେଟ୍ ଅଃଉତି ରିଲା ସେମଃନ୍କେ ସେମଃନାର୍ ବିସୟେ କଃତା କଃଉତି ରିଲା । 18୧୭:୧୮ ସେ ଜିସୁ ଆର୍ ମଃରି ଉଟ୍ତାର୍ ପର୍ଚାର୍ କଃର୍ତିରିଲା, ଗ୍ରିକ୍ ବାସାୟ୍ ମାୟ୍ ନାଉଁ, “ମଃରି ଉଟ୍ତାର୍” ବଃଲେକ୍ ମାୟ୍ ଦେବିକେ ବୁଜାୟ୍ଦ୍ । ସେତି ଏପିକୁର ଆର୍ ସ୍ତଇକାର୍ କଃତିଗଟ୍ ଗୁରୁମଃନ୍ ହେଁ ତାର୍ସଃଙ୍ଗ୍ କଃତା କାଟାକାଟି ଅଃଉତିରିଲାୟ୍ ଆର୍ କେକେ କୟ୍ଲାୟ୍ “ଏ ବୁତେକ୍ କଃତା କଃଉ କାୟ୍ରି କଃଉଁକେ ମଃନ୍କଃରୁଲା ?” ଆର୍ କେକେ କୟ୍ଲାୟ୍, “ସେ ବିଦେସି ଦେବ୍ତା ମଃନାର୍ ପର୍ଚାର୍ କଃରୁଲା ବଃଲି ଜାଣାହଃଳୁଲି ।” କାୟ୍ତାକ୍ ବଃଲେକ୍ ପାଉଲ୍ ଜିସୁ ମଃରି ଉଟ୍ଲା କଃତା ପର୍ଚାର୍ କଃର୍ତିରିଲା ବଃଲି କୟ୍ଲାୟ୍ । 19ହଃଚେ ସେମଃନ୍ ପାଉଲ୍କେ ଜିଉଦି ବେରାଣେ ଆରପାଗ୍ ତଃୟ୍ ନିଲାୟ୍, ଆର୍ କୟ୍ଲାୟ୍, “ଇ ଜୁୟ୍ ନଃଉଆଁ ସିକ୍ୟା ତୁୟ୍ ଦେଉଁଲିସ୍, ସେରି କାୟ୍ରି ବଃଲି ଅଃମି ଜାଣୁ ହାରୁ କି ? 20କାୟ୍ତାକ୍ ବଃଲେକ୍ ତୁୟ୍ ଅଃମିମଃନ୍କ୍ କଃତେକ୍ କାବା ଅଃଉତା କଃତା ସୁଣାଉଁଲିସ୍, ତଃବେ ଇ ସଃବୁ କଃତାର୍ ବାବ୍ କାୟ୍ରି, ଅଃମି ଜାଣୁକେ ମଃନ୍କଃରୁଲୁ ।” 21ଏତିନିର୍ ଲକ୍ମଃନ୍ ଆର୍ ସେତି ରେତା ବିଦେସି ଲକ୍ମଃନ୍ ନଃଉଆଁ କଃଉତାର୍ ଆର୍ ସୁଣ୍ତାର୍ ଚାଡି କୁୟ୍ କାମେ ହେଁ ସଃମୟ୍ ନଃସ୍ଟ୍ ନଃକେର୍ତି ରିଲାୟ୍ ।
22ଇତାକ୍ ପାଉଲ୍ ଆରପାଗାର୍ ବେରାଣ୍ ମଃଜାୟ୍ ଟିଆ ଅୟ୍ କୟ୍ଲା, “ଏ ଏତିନିର୍ ଲକ୍ମଃନ୍ ତୁମିମଃନ୍ ସଃବୁ କଃତାୟ୍ ବଃଡେ ଦଃର୍ମ୍ ବିସ୍ୱାସି ଇରି ମୁୟ୍ଁ ଦଃକୁଲେ ।” 23ବଃଲେକ୍ ମୁୟ୍ଁ ତୁମାର୍ ଗଃଳ୍କେ ଅୟ୍ ବୁଲ୍ତାବଃଳ୍ ତୁମିମଃନାର୍ ହୁଜାକଃର୍ତା ଟାଣ୍ ସଃବୁ ଦଃକୁ ଦଃକୁ ଗଟେକ୍ ବେଦିହିଣ୍ଡା ଦଃକ୍ଲେ ଜାର୍ ଉହ୍ରେ ଇ କଃତା ଲେକା ଅୟ୍ରିଲି, “ନଃଜାଣ୍ତା ଦେବ୍ତାର୍ ଗିନେ ।” ତଃବେ ତୁମିମଃନ୍ ଜାକେ ନଃଜାଣି ହୁଜା କଃରୁଲାସ୍, ମୁୟ୍ଁ ତାର୍ବିସୟେ ତୁମିମଃନାର୍ ତଃୟ୍ ପର୍ଚାର୍ କଃରୁଲେ । 24୧୭:୨୪ ପେରି ୭:୪୮.ଜୁୟ୍ ଇସ୍ୱର୍ ଜଃଗତ୍ ଆର୍ ସେତିର୍ ସଃବୁ ବିସୟ୍ ତିଆର୍ କଃରି ଆଚେ, ସେ ସଃର୍ଗ୍ ଆର୍ ହୁର୍ତିବିର୍ ମାପ୍ରୁ ଅୟ୍ରିଲାକ୍ ମାନାୟ୍ ଆତେ ତିଆର୍ ଅୟ୍ଲା ମନ୍ଦିର୍ମଃନ୍କେ ବାସା ନଃକେରେ । 25ଆରେକ୍ ତାର୍ କାୟ୍ ଉଣା ନଃରିଲାକ୍ ମାନାୟ୍ ଆତେ ହୁଣି ଦିଲା ହୁଜା ସେ ଲଳା ନଃକେରେ, ସେ ନିଜେ ସଃବ୍କେ ଜିବନାର୍ ହୁଣ୍ଡାଣ୍ ଆର୍ ସଃର୍ନେ ଲଳାରିଲା ବିସୟ୍ ଦଃୟ୍ଦ୍ । 26ଆର୍ ସେ ହୁର୍ତିବିର୍ ସଃବୁ ହାକ୍ ବାସା କଃରୁକେ ଗଟେକ୍ ଲକ୍ ତଃୟ୍ହୁଣି ସଃବୁ ଲକ୍କେ ତିଆର୍ କଃରି ଆଚେ, ସେ ସଃବ୍କାର୍ ଟିକ୍ କାଳ୍ ଆର୍ ବାସା କଃର୍ତାର୍ ଦିନ୍ ତିର୍ କଃରି ଆଚେ । 27ସେମଃନ୍ ଜଃନ୍କଃରି ଇସ୍ୱର୍କେ ଲଳିକଃରି ତାକେ ହାଉଁ ହାର୍ତି, ଅୟ୍ଲେକ୍ ହେଁ ସେ ଅଃମାର୍ କାର୍ ତଃୟ୍ହୁଣି ଦୁରିକ୍ ନାୟ୍ ।
28କାୟ୍ତାକ୍ବଃଲେକ୍ ତାର୍ ତଃୟ୍ ଅଃମାର୍, ଜିବନ୍ ରେତାର୍, ଜାତାର୍ ଆର୍ ଅବୁସ୍ତା ଜଃନ୍କାର୍ ତୁମିମଃନାର୍ ଗିତ୍ଲେକୁ ମଃନାର୍ବିତ୍ରେ କେକେ କୟ୍ ଆଚ୍ତି,
କାୟ୍ତାକ୍ ବଃଲେକ୍ ଅଃମିମଃନ୍ ହେଁ ତାର୍ ହିଲା ମଃନ୍ ।
29ତଃବେ ଆମିମଃନ୍ ଇସ୍ୱରାର୍ ହିଲା ଅୟ୍ରିଲାକ୍ ଇସ୍ୱର୍ ହର୍ ମାନାୟ୍ ଗଃଳ୍ଲା ଆର୍ ବାବ୍ନା ହଃର୍କାରେ ଗେନି ରିଲାର୍ ସନା କି ରୁହା କି ଟେଳା ହର୍ ମଃନେ କଃରା ନାୟ୍ 30ଇସ୍ୱର୍ ସେ ଗ୍ୟାନ୍ ନୟ୍ଲା କାଳ୍କେ ଚାଡି ଆଚେ ସଃତ୍, ମଃତର୍ ସେ ଅଃବେ ସଃବୁ ମାନାୟ୍କେ ମଃନ୍ ବାଦ୍ଲାଉଁକ୍ ଜାଣାଉଁଲା । 31କାୟ୍ତାକ୍ବଃଲେକ୍ ଜୁୟ୍ ଦିନ୍ ସେ ଅଃହ୍ଣାର୍ ବାଚ୍ଲା ଲକ୍ ହୁଣି ଦଃର୍ମେ ଜଃଗତାର୍ ବିଚାର୍ କଃରେଦ୍, ଅଃନ୍କାର୍ ଗଟେକ୍ ଦିନ୍ ତିର୍ କଃରି ଆଚେ ଆର୍ ତାକେ ମଃଲା ଲକାର୍ ତଃୟ୍ ହୁଣି ଉଟାୟ୍ ଇ କଃତାକ୍ ସଃବ୍କାର୍ ଦଃୟ୍ ହଃର୍ମାଣ୍ ଦଃୟ୍ ଆଚେ ।
32ମଃର୍ନେ ହୁଣି ଉଟ୍ତା କଃତା ସୁଣି କେକେ ଟାହ୍ରା କଃରୁକେ ଦଃର୍ଲାୟ୍ ଆର୍ କେକେ କୟ୍ଲାୟ୍, “ଆମିମଃନ୍ ଆରେକ୍ ଗଟ୍ତର୍ ଇ କଃତା ସୁଣୁକ୍ ମଃନ୍କଃରୁଲୁ ।” 33ଇରି କୟ୍ ପାଉଲ୍ ବେରାଣେ ହୁଣି ବାରାୟ୍ ଗଃଲା । 34ମଃତର୍ କେ କେ ତାର୍ ବାଟ୍ୟା ଅୟ୍ ତାକେ ବିସ୍ୱାସ୍ କଃଲାୟ୍, ସେମଃନାର୍ ବିତ୍ରେ ବେରାଣାର୍ ସେ ଗଟ୍ ମେମର୍ ରିଲା ଦିଅନୁସିଅ ଦାମାରି ନାଉଁଆର୍ ଗଟେକ୍ ମାୟ୍ଜି ଆର୍ ସେମଃନାର୍ ସଃଙ୍ଗ୍ ଆରେକ୍ କଃତି ଲକ୍ ରିଲାୟ୍ ।
18କରନ୍ତି ଗଃଳେ ପାଉଲାର୍ ସେବାକାମ୍
1ଇ ସଃବୁ ଗଃଟ୍ଣା ହଃଚେ ସେ ଆତିନି ହୁଣି କରନ୍ତିକେ ଗଃଲା । 2ଆର୍ ସେ ଆକିଲା ନାଉଁଆର୍ ଗଟେକ୍ ଜିଉଦିଲକେ ବେଟ୍ ଅୟ୍ଲା, ପନ୍ତ ତାର୍ ଜଃଲମ୍ ମାଟି ଅଃଳକ୍ ଦିନ୍ ଅୟ୍ଲି ତାର୍ ଡକୁର୍ସି ପ୍ରିସ୍କିଲା ଇତାଲିଆ ହୁଣି ଆସି ରିଲି, କାୟ୍ତାକ୍ ବଃଲେକ୍ କ୍ଲାଉଦିଆ ସଃବୁ ଜିଉଦିମଃନ୍କେ ରମ୍ ହୁଣି ବାରାୟ୍ ଜଃଉଁକେ ବଲ୍ ଦଃୟ୍ ରିଲା । ପାଉଲ୍ ସେମଃନାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଗଃଲା । 3ଆର୍ ସେମଃନ୍ ସଃଙ୍ଗ୍ ରିଲା, ଆର୍ କାମ୍ କଃରୁକେ ଦଃର୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ତୁମ୍ ବୁଣ୍ତା ଲକ୍ ରିଲାୟ୍ ଏହେଁ ଇ ବେବାରେ ଜିଉତିରିଲା । 4ଆରେକ୍ ହଃତି ବିସାଉଁଣିବାର୍ ଦିନ୍ ସେ ପାର୍ତ୍ନା ଗଃରେ ଆଲ୍ଚଃନା କଃରି ଜିଉଦି ଆର୍ ଗ୍ରିକ୍ ମଃନାର୍ ବିସ୍ୱାସ୍ କଃରାଉଁକ୍ ମଃନ୍ ହାଚ୍ତି ରିଲା ।
5ସଃଡେବଃଳ୍ ସିଲା ଆର୍ ତିମତି ମାକିଦନିଆୟ୍ ହୁଣି ଆୟ୍ଲାୟ୍ ସଃଡେବଃଳ୍ ପାଉଲ୍ ମାପ୍ରୁର୍ କଃତା ପର୍ଚାର୍ କଃରୁକେ ଲାଗିହଃଳିରିଲା, ଆର୍ ଜିସୁ ଜେ କ୍ରିସ୍ଟ ବଃଲେକ୍ ମସିଅ ଇରି ଜିଉଦି ମଃନ୍କେ ସାକି ଦେତିରିଲା । 6ମଃତର୍ ସେମଃନ୍ ବିରଦ୍ ଆର୍ ଲିନ୍ଦା କଃଲାୟ୍, ସେ ଅଃହ୍ଣାର୍ ହଃଚ୍ୟା ହାହଳି ସେମଃନ୍କେ କୟ୍ଲା, ତୁମିମଃନାର୍ ବଃନି ତୁମାର୍ ମୁଣ୍ଡେ ହଃଳ, ମୁୟ୍ଁ ନିର୍ଦସ୍, ଅଃବେହୁଣି ମୁୟ୍ଁ ଅଜିଉଦି ଲକ୍ମଃନାର୍ ତଃୟ୍ ଜାଇନ୍ଦ୍ । 7ସେତାକ୍ ସେ ଟାଣ୍ ହୁଣି ତିତସ୍ ଜୁସ୍ତ ନାଉଁଆର୍ ଇସ୍ୱର୍ ବିସ୍ୱାସି ଗଃରେ ଗଃଲା, ସେତି ପାର୍ତ୍ନା କଃରୁକେ ଲାଗିରିଲି । 8ମଃତର୍ ପାର୍ତ୍ନା ଗଃରାର୍ ମୁଳିକା କ୍ରିସ୍ପ ଆର୍ ଗଃର୍କୁଟୁମ୍ ମାପ୍ରୁକ୍ ବିସ୍ୱାସ୍ କଃଲାୟ୍, ଆର୍ କରନ୍ତି ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ସିକ୍ୟା ସୁଣି ବିସ୍ୱାସ୍ କଃରୁକେ ଦଃର୍ଲାୟ୍ ଆର୍ ବାପ୍ତିସମ୍ ନିଲାୟ୍ ।
9ଆରେକ୍ ମାପ୍ରୁ ରାତିବଃଳ୍ ଦଃକାୟ୍ଅୟ୍ ପାଉଲ୍କେ କୟ୍ଲା, “ଡିର୍ ନାୟ୍, ତୁନ୍ ନଃହାଳି ପର୍ଚାର୍ କଃରୁକେ ବନ୍ଦ୍ ନଃକେର୍ । 10କାୟ୍ତାକ୍ବଃଲେକ୍ ଅଃମି ତର୍ ସଃଙ୍ଗ୍ ଆଚୁ କୁୟ୍ ଲକ୍ ତକ୍ କାୟ୍ କଃରୁକେ ନାହାରେ, ବଃଲେକ୍ ଅଃମାର୍ ଗାଦେକ୍ ଲକ୍ ଇ ଗଃଳେ ଆଚ୍ତି ।” 11ଆରେକ୍ ସେ ସେମଃନାର୍ ତଃୟ୍ ଇସ୍ୱରାର୍ କଃତା ସିକ୍ୟା ଦଃୟ୍ ବଃର୍ସେକ୍ ଚଅ ମାସ୍ ସେତି ବାସ୍ କଃଲା ।
12ମଃତର୍ ଗାଲିଅନ୍ ଆକାୟା ରମିୟ ରାଇଜ୍ କଃର୍ତା ବଃଳ୍ ଜିଉଦିମଃନ୍ ଜେ ପାଉଲ୍ ବିରଦେ ଉଟି ତାକେ ବେରାଣ୍ ମଃଣ୍ଡାୟ୍ ବିଚାର୍ କଃରୁକେ ଆଣି କୟ୍ଲାୟ୍ । 13“ଇ ଲକ୍ ମସାର୍ ବିଦିର୍ ବିରଦାର୍ ଇସ୍ୱର୍କେ ସେବା କଃରୁକେ ଲକ୍ମଃନ୍କେ ବୁଲ୍କାଉଁଲା ।”
14ମଃତର୍ ପାଉଲ୍ ଟଣ୍ଡ୍ ହୁଟାୟ୍ କଃତା କଃଉଁକ୍ ଦଃର୍ଲା ବଃଳ୍, ଗାଲିଅନ୍ ଜିଉଦିମଃନ୍କେ କୟ୍ଲା, “ଏ ଜିଉଦିମଃନ୍ କାୟ୍ ଅଃନ୍ୟାୟ୍ ଅୟ୍ରିଲେକ୍ ସଃମ୍ବାଳିକଃରି ତୁମିମଃନାର୍ କଃତା ସୁଣୁକ୍ ଟିକ୍ ଅୟ୍ଲି ହୁଣି । 15ମଃତର୍ ଇ ସଃବୁ ଅଃବ୍କା କଃତା, ନାଉଁ ଆର୍ ଅଃର୍ତ୍ ତୁମିମଃନାର୍ ମସାର୍ ବିଦିର୍ କଃତା ଲାଗି, ତୁମିମଃନ୍ ବୁଜା, ମୁୟ୍ଁ ଇ ସଃବୁ କଃତା ବିଚାର୍ ନଃକେରି ।” 16ଇରି କୟ୍ ସେମଃନ୍କେ ବେରାଣେ ହୁଣି ବାର୍କଃରି କଃଦ୍ଲା । 17ସେତାକ୍ ସଃବୁ ଲକ୍ ପାର୍ତ୍ନା ଗଃରାର୍ ମୁଳିକା ସସ୍ତନାକେ ଦଃରି ବେରାଣ୍ ମୁୟେ ମାଡ୍ ମାରୁକ୍ ଦଃର୍ଲାୟ୍, ମଃତର୍ ଗାଲିଅନ୍ ସେ ସଃବୁ କଃତାକ୍ ନଃମାନ୍ଲା ।
ଆନ୍ତିଅକିଆକ୍ ପାଉଲ୍ ବାଉଳ୍ଲା
18୧୮:୧୮ ସେ ଗଟ୍ ମାନ୍ସିକ୍ କଃରିରିଲା ଇରି ଜିଉଦି ମଃନାର୍ ରିତିନିତି ହଃର୍କାରେ ମୁଣ୍ଡ୍ କୁରାୟ୍ ଆର୍ ମାନ୍ସିକ୍ କଃର୍ତାର୍ ଗଟ୍ ଚିନ୍ । ପାଉଲ୍ ବୁତେକ୍ ଦିନ୍ ଦଃରି କରନ୍ତିଏ ବିସ୍ୱାସି ବାୟ୍ବେଣିମଃନାର୍ ସଃଙ୍ଗ୍ ରିଲା । ତାର୍ ହଃଚେ ସେଲଃଗେ ରିଲା ସିକିରାକେ ଗଃଲା, ହୁର୍ବାର୍ ତାର୍ ଗଟେକ୍ ମାନ୍ସିକ୍ କଃରିରିଲା ହଃର୍କାରେ କେଙ୍କେରିଆ ତଃୟ୍ଁ ସେ ତାର୍ ମୁଣ୍ଡ୍ କୁରାୟ୍ଲା । ତାର୍ହଃଚେ ପ୍ରିସ୍କିଲା ଆର୍ ଆକିଲା ସଃଙ୍ଗ୍ ହାଣି ଜାଜେ ସିରିଆ ଜଃଉଁକେ ବାରାୟ୍ଲା । 19ହଃଚେ ସେମଃନ୍ ଏପିସିଏ ହଚ୍ଲାୟ୍, ଆରେକ୍ ସେଟାଣେ ସେମଃନ୍କେ ଚାଡି ନିଜେ ପାର୍ତ୍ନା ଗଃର୍ ବିତ୍ରେ ଜାୟ୍ ଜିଉଦିମଃନ୍କାର୍ ସଃଙ୍ଗ୍ ଆଲ୍ଚଃନା କଃଲା । 20ଆରେକ୍ ସେମଃନ୍ ତାକେ ଅଃଦିକ୍ ଦିନ୍ ରେଉଁକ୍ ଗଃଉଆରି କଃଲାୟ୍, ମଃତର୍ ସେ ମଃନ୍ ନଃକେଲା । 21ମଃତର୍ ସେମଃନାର୍ ତଃୟ୍ହୁଣି ମେଲାଣି ନଃୟ୍ କୟ୍ଲା, “ଇସ୍ୱରାର୍ ଇଚା ଅୟ୍ଲେକ୍, ଆରେକ୍ ଗଟ୍ତର୍ ତୁମାର୍ ତଃୟ୍ ବାଉଳି ଆସିନ୍ଦ୍ ।” ଆରେକ୍ ସେ ଏପିସିଏ ହୁଣି ହାଣି ଜାଜେ ଚଃଗି ଗଃଲା ।
22କାଇସରିଆ ହଃଚି ସେ ଜାଜେ ହୁଣି ଉତୁର୍ଲା ଆର୍ ଜାୟ୍ ବିସ୍ୱାସିମଃନ୍କେ ଜୁଆର୍ କଃରି ଆନ୍ତିଅକିଆକ୍ ଗଃଲା । 23ସେଟାଣେ କଃତି ଦିନ୍ ରିଲା ହଃଚେ ସେ ସେତି ହୁଣି ଗଃଲା, ଆର୍ ଗାଲାତି ହଲି ଆର୍ ପ୍ରୁଗିଆ ବାଟ୍ ଜଃଉଁଜଃଉଁ ଚେଲାମଃନ୍କେ ସାସ୍ଦିଲା ।
ଏପିସି ଆର୍ କରନ୍ତି ତଃୟ୍ ଆପଲ୍
24ଇ ବିତ୍ରେ ଆପଲ୍ ନାଉଁଆର୍ ଗଟେକ୍ ଜିଉଦି ଏପିସିଏ ଆୟ୍ଲା, ତାର୍ ଜଃଲମ୍ ମାଟି ଆଲେକ୍ଜେଣ୍ଡ୍ରିଆ, ନିକ କଃଉଁ ହାର୍ତାର୍ ଆର୍ ଦଃର୍ମ୍ ସାସ୍ତର୍ ଜାଣ୍ଲା ଲକ୍ ରିଲା । 25ଇ ମାନାୟ୍ ମାପ୍ରୁର୍ ବାଟ୍ ବିସୟେ ସିକ୍ୟା ହାୟ୍ରିଲା, ଆରେକ୍ ଆତ୍ମାୟ୍ ହୁର୍ନ୍ ଅୟ୍ ଜିସୁର୍ କଃତା ନିକ କଃରି ସିକ୍ୟା ଦେତିରିଲା ମଃତର୍ ସେ ଅଃବ୍କା ଜହନାର୍ ବାପ୍ତିସମ୍ କଃତା ଜାଣିରିଲା । 26ସେ ପାର୍ତ୍ନା ଗଃରେ ସାସ୍ ଦଃରି ସିକ୍ୟା ଦେଉଁକ୍ଦଃର୍ଲା । ମଃତର୍ ପ୍ରିସ୍କିଲା ଆର୍ ଆକିଲା ତାର୍ କଃତା ସୁଣି ତାକାର୍ ସଃଙ୍ଗ୍ ନୟ୍ ଅଃଦିକ୍ ନିକ କଃରି ଇସ୍ୱରାର୍ ବାଟ୍ କଃତା ସେମଃନ୍ ବୁଜାୟ୍ଲାୟ୍ । 27ସେ ଆକାୟା ଦେସ୍କେ ଜଃଉଁକେ ମଃନ୍କଃଲାକ୍ ବାୟ୍ମଃନ୍ ତାକେ ବଃର୍ସା ଦଃୟ୍ ତାକେ ଆଗଳି ଦଃରୁକ୍ ଚେଲାମଃନ୍କେ ଚିଟି ଲେକ୍ଲାୟ୍ । ସେ ସେତି ହଚି ଜୁୟ୍ମଃନ୍ ସଃତ୍କଃରି ରିଲାୟ୍, ଇସ୍ୱର୍ ଦଃୟା ତଃୟ୍ ସେମଃନାର୍ କଃତେକ୍ ଉହ୍କାର୍ କଃଲା । 28କାୟ୍ତାକ୍ବଃଲେକ୍ ଜିସୁ ଜେ କ୍ରିସ୍ଟ, ଇରି ଦଃର୍ମ୍ ସାସ୍ତର୍ ତଃୟ୍ହୁଣି ବୁଜାୟ୍ ସେ ଡାକେହାକେ ସଃକ୍ତିର୍ ସଃଙ୍ଗ୍ ଜିଉଦିମଃନାର୍ କଃତାକ୍ କାଟ୍ତିରିଲା ।
19ଏପିସିଏ ପାଉଲ୍
1ଆପଲ୍ କରନ୍ତି ତଃୟ୍ ରେତାବଃଳ୍, ପାଉଲ୍ ଦେସାର୍ ହୁର୍ବ୍ ହଲିବାଟ୍ ଆସିକଃରି ଏପିସିଏ ଆସି ହଚ୍ଲା । ସେତି ସେ କଃତି ଗଟ୍ ଚେଲାକେ ବେଟ୍ ଅୟ୍ଲା, 2ସେ ସେମଃନ୍କେ ହଃଚାର୍ଲା, “ବିସ୍ୱାସ୍ କଃର୍ତା ବଃଳ୍ କାୟ୍ ତୁମିମଃନ୍ ପବିତ୍ର ଆତ୍ମା ହାୟ୍ରିଲାସ୍ ?”
ସେମଃନ୍ ତାକେ କୟ୍ଲାୟ୍, ନାୟ୍, “ପବିତ୍ର ଆତ୍ମା ଜେ ଆଚେ ବଃଲି ସେରି ଅଃମି କଃବେ ହେଁ ନଃସୁଣୁ ।”
3ସେତାକ୍, ସେ ହଃଚାର୍ଲା ତଃବେ ତୁମିମଃନ୍ କାୟ୍ତି ବାପ୍ତିସମ୍ ହାୟ୍ଲାସ୍ ? ସେମଃନ୍ କୟ୍ଲାୟ୍, “ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଆଚୁ ।”
4୧୯:୪ ମାତି ୩:୧୧; ମାର୍କ ୧:୪,୭,୮; ଲୁକ ୩:୪,୧୬; ଜହ ୧:୨୬,୨୭.ସେତାକ୍ ପାଉଲ୍ କୟ୍ଲା, “ଜହନ୍ ଇସ୍ରାଏଲ୍ ଲକ୍ମଃନ୍କେ ମଃନ୍ ବାଦ୍ଲାଉତା ବାପ୍ତିସମେ ବାପ୍ତିସମ୍ ଦଃୟ୍, ତାର୍ହଃଚେ ଜେ ଆସେଦ୍ ତାର୍ ତଃୟ୍ ବଃଲେକ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃରୁକେ ଅୟ୍ଦ୍ ବଃଲି ଲକ୍ମଃନ୍କେ କଃଉତି ରିଲା ।
5ସେମଃନ୍ ଇରି ସୁଣି ମାପ୍ରୁ ଜିସୁର୍ ନାଉଁଏ ବାପ୍ତିସମ୍ ନିଲାୟ୍ । 6ଆର୍ ପାଉଲ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ପବିତ୍ର ଆତ୍ମା ଆୟ୍ଲି, ଆରେକ୍ ସେମଃନ୍ ବିନ ବିନ୍ ବାସାୟ୍ କଃତା କଃଉଁକେ ଆର୍ ଇସ୍ୱରାର୍ କବୁର୍ କଃଉଁକେ ଦଃର୍ଲାୟ୍ । 7ସେମଃନ୍ ସଃବୁ ହାକାହାକି ବାର ଗଟ୍ ଅଃଣ୍ଡ୍ରାଲକ୍ ରିଲାୟ୍ ।”
8ହଃଚେ ସେ ଜିଉଦିମଃନାର୍ ପାର୍ତ୍ନା ଗଃର୍ ବିତ୍ରେ ଜାୟ୍ ତିନି ମାସ୍ ହଃତେକ୍ ସାସ୍ ଦଃରି ଇସ୍ୱରାର୍ ରାଇଜାର୍ କଃତା ପର୍ଚାର୍ କଃଲା ଆର୍ ବିସ୍ୱାସେ ବାଡୁକେ କୟ୍ଲା । 9୧୯:୯ କଃତିଗଟ୍ ହର୍ନା ଲେକାୟ୍ ୧୧ ସଃକାଳ୍ ହୁଣି ସଃଞ୍ଜବେଳା ୪ଗଃଟା ହଃତେକ୍ ବଃଲି ଆଚେ ।ମଃତର୍ ଜଃଡେବଃଳ୍ କଃତେକ୍ ଲକ୍ ଅଃଟୁଆ ଆର୍ ଅମାନ୍ୟାର୍ ଅୟ୍ ଲକ୍ମଃନାର୍ ଚଃମେ ସେ କଃତାକ୍ ଲିନ୍ଦା କଃରୁକେ ଦଃର୍ଲାୟ୍ । ସଃଡେବଃଳ୍ ପାଉଲ୍ ସେମଃନ୍କେ ଚାଡି ଚେଲାମଃନ୍କେ ଅଃଲ୍ଗା କଃଲା ଆର୍ ହଃତି ଦିନ୍ ତୁରାନର୍ ଇସ୍କୁଲେ ଆଲ୍ଚଃନା କଃରୁକେ ଦଃର୍ଲାୟ୍ । 10ଦୁୟ୍ ବଃର୍ସ୍ ହଃତେକ୍ ଅଃନ୍କାର୍ ଅୟ୍ଲି, ସେତାକ୍ ଆସିଆର୍ ଜିଉଦି ଆର୍ ଅଜିଉଦି ମାପ୍ରୁର୍ କଃତା ସୁଣ୍ଲାୟ୍ ।
ସ୍କେବାର୍ ହୟ୍ସିମଃନ୍
11ଆରେକ୍ ଇସ୍ୱର୍ ପାଉଲ୍ ଆତେହୁଣି କାବା ଅଃଉତା ସକ୍ତିର୍ କାମ୍ କଃର୍ତି ରିଲା । 12ଅଃନ୍କାର୍ କି ପାଉଲ୍ ବାଉର୍ତା ରୁମାଲ୍ ଆର୍ ବଃସ୍ତର୍ ରଗିମଃନାର୍ ତଃୟ୍ ଆଣ୍ଲେକ୍ ସେମଃନାର୍ ତଃୟ୍ ହୁଣି ରଗ୍ ଚାଡି ଜାତି ରିଲି, ଆର୍ ଦୁସ୍ଟ୍ ଆତ୍ମାମଃନ୍ ବାରୟ୍ ଜାତି ରିଲାୟ୍ । 13ମଃତର୍ ବାର୍ବୁଲା ଜିଉଦି ବୁତ୍ ଚାଡାଉମଃନାର୍ ବିତ୍ରେ କଃତେକ୍ ଲକ୍ ହେଁ ଦୁସ୍ଟ୍ ଆତ୍ମା ଦଃରିରିଲା “ଲକ୍ମଃନାର୍ ଉହ୍ରେ ମାପ୍ରୁ ଜିସୁର୍ ନାଉଁ କୟ୍କଃରି ଜୁୟ୍ ଜିସୁକେ ପାଉଲ୍ ପର୍ଚାର୍ କଃରୁଲା ମୁୟ୍ଁ ତୁମିମଃନ୍କେ ତାର୍ ନାଉଁଏ ଆଦେସ୍ ଦେଉଁଲେ ।” 14ଆରେକ୍ ସ୍କେବା ନାଉଁଆର୍ ଗଟେକ୍ ଜିଉଦି ବଃଡ୍ ଜାଜକାର୍ ସାତ୍ ଗଟ୍ ହୟ୍ସି ଅଃନ୍କଃରି କଃର୍ତି ରିଲାୟ୍ ।
15ମଃତର୍ ଦୁସ୍ଟ୍ ଆତ୍ମା ସେମଃନ୍କେ କୟ୍ଲି, “ମୁୟ୍ଁ ଜିସୁକେ ଜାଣି, ଆର୍ ପାଉଲ୍କେ ଚିନି ଆଚି, ମଃତର୍ ତୁମିମଃନ୍ କେ ?”
16ସଃଡେବଃଳ୍ ଦୁସ୍ଟ୍ ଆତ୍ମା ଡଃସିରିଲା ଲକ୍ ସେମଃନାର୍ ଉହ୍ରେ ଡଃଗାୟ୍ ସେ ଦୁୟ୍ ଲକ୍କେ ଅଃନ୍କା ମାଡ୍ ମାର୍ଲା ଜେ, ସେମଃନ୍ ନଃଗ୍ଳା ଆର୍ କଃଣ୍ଡିଆକାବ୍ରା ଅୟ୍ ସେ ଗଃରେ ହୁଣି ବାରୟ୍ ହଃଳାୟ୍ଲାୟ୍ । 17ଇ କଃତା ଏପିସିଏ ଜିଉଦି ଆର୍ ଅଜିଉଦି ସଃବୁ ଲକ୍ ଜାଣ୍ଲାୟ୍, ଆର୍ ସେତାକ୍ ସଃବୁ ଲକ୍ ଡିର୍ଲାୟ୍ ଆର୍ ମାପ୍ରୁ ଜିସୁର୍ ନାଉଁକ୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ।
18ଆରେକ୍ ବିସ୍ୱାସିମଃନାର୍ ବିତ୍ରେ ଗାଦେକ୍ ଲକ୍ ଆସି ଅଃହ୍ଣାର୍ ଅଃହ୍ଣାର୍ ହାହ୍ କାମ୍ ମାନ୍ଲାୟ୍ ଆର୍ ଜାଣାଉଁକ୍ ଦଃର୍ଲାୟ୍ । 19୧୯:୧୯ ଗଟ୍ ରୁହା ଟଃକା ବଃଲେକ୍ ଦେସି ଗାଉଁଏ ମଃନ୍ ତାର୍ ମଃଲ୍ ଗଟ୍ଦିନାର୍ ବୁତିଡାବୁ ରିଲି ।ଆର୍ ଗୁଣିଆ କାମ୍ କଃର୍ତା ଗାଦେକ୍ ଲକ୍ ନିଜାର୍ ନିଜାର୍ ପୁସ୍ତକ୍ ଆଣି ରୁଣ୍ଡାୟ୍ ସଃବ୍କାର୍ ମୁଏଁ ହଡାୟ୍ ହଃକାୟ୍ଲାୟ୍, ସେମଃନ୍ ସେ ସଃବୁର୍ ମଲ୍ ଇସାବ୍ କଃରି ଦୁୟ୍କଳି ଦଃସ୍ ଅଃଜାର୍ ରୁହା ଟଃକା ବଃଲି କୟ୍ଲାୟ୍ । 20୧୯:୨୦ ଇତି ମାପ୍ରୁ; ଆରେକ୍ ସେତାକ୍, ମାପ୍ରୁର୍ ସକ୍ତିଏ, ସଃବୁର୍ ।ଅଃନ୍କଃରି ମାପ୍ରୁର୍ କଃତା ସଃକ୍ତିଏ ବାଡୁକେ ଦଃର୍ଲି, ଆର୍ ଅଃଦିକ୍ ସଃକାତ୍ ଅଃଉଁକେ ଦଃର୍ଲି ।
ଏପିସି ତଃୟ୍ ଗଃଣ୍ଡ୍ଗଳ୍
21୧୯:୨୧ ପାଉଲ୍ ମଃନେ ତିର୍ କଃଲା; ପାଉଲ୍ ଆତ୍ମାୟ୍ ବାଟ୍ କାଡାୟ୍ଲାକେ ଗଃଲା, ତିର୍ କଃଲା ।ଇ ସଃବୁ କଃତା ସଃର୍ଲା ହଃଚେ ପାଉଲ୍ ମାକିଦନିଆ ଆର୍ ଆକାୟା ବାଟ୍ ଅୟ୍ ଜିରୁସାଲମ୍କେ ଜଃଉଁକେ ଆତ୍ମାୟ୍ ମଃନ୍ କଃରି କୟ୍ଲା, “ସେତି ଗଃଲା ହଃଚେ ମକେ ବାୟ୍ଦ୍ରେ ରମ୍କେ ହେଁ ଜଃଉଁକେ ଅୟ୍ଦ୍” 22ଆରେକ୍ ଜୁୟ୍ମଃନ୍ ତାର୍ ଜଃତୁନ୍ କଃର୍ତି ରିଲାୟ୍ ସେମଃନାର୍ ବିତ୍ରେ ତିମତି ଆର୍ ଏରାସ୍ଟ, ଇ ଦୁୟ୍ ଲକ୍କେ ମାକିଦନିଆକେ ହଃଟାୟ୍ କଃରି ସେ ଅଃଳକ୍ ଦିନ୍ ହଃତେକ୍ ଆସିଆ ତଃୟ୍ ରିଲା ।
23ସଃଡେବଃଳ୍ ମାପ୍ରୁ ଦଃକାୟ୍ ରିଲା ବାଟାର୍ ଗିନେ ଏପିସି ଗଃଳେ ବଃଡେ ଗଃଣ୍ଡ୍ଗଳ୍ ଅୟ୍ଲି । 24କାୟ୍ତାକ୍ବଃଲେକ୍ ଦିମାତ୍ରିୟ ନାଉଁଆର୍ ଗଟେକ୍ ରୁହା ମୁର୍ତି ହାଜୁ ଆର୍ତେମିର୍ ରୁହା ମନ୍ଦିର୍ ବାନ୍ଦ୍ତି ରିଲା ଆର୍ ମେସ୍ତୁରି ମଃନ୍କାର୍ ବୁତେକ୍ ଲାବ୍ କଃରାଉତି ରିଲା । 25ସେ ସେମଃନ୍କେ ଆର୍ ସେ ବେବାର୍କଃରୁ ମେସ୍ତୁରିମଃନ୍କେ କୁଦି କୟ୍ଲା, “ଆଗ୍ୟାମଃନ୍ ଇ ବେବାରାର୍ ଗିନେ ଅଃମି ଲାବ୍ ହାଉଁଲୁ, ଇରି ତୁମିମଃନ୍ ସଃବୁ ଜାଣିଆଚାସ୍ । 26ଆର୍ ଆତେ ହାଜ୍ଲା ଦେବ୍ତାମଃନ୍ ଇସ୍ୱର୍ ନାୟ୍ ବଃଲି କୟ୍ ପାଉଲ୍ ଅଃବ୍କା ଏପିସିଏ ନାୟ୍ ମଃତର୍ ସଃବୁ ଆସିଆର୍ ଗାଦେକ୍ ଲକ୍ମଃନ୍କେ ବୁଲ୍କାଉଁଲା, ଇରି ତୁମିମଃନ୍ ଦଃକୁଲାସ୍ ଆର୍ ସୁଣୁଲାସ୍ । 27ଇତାକ୍ ଜେ, ଅଃମାର୍ ବେବାରେ ବାଦା ଅଃଉତାର୍ ଦଃକା ଜଃଉଁଲି, ସେରି ନାୟ୍ ମଃତର୍ ଜୁୟ୍ ମହାଦେବି ଆର୍ତେମିକ୍ ସଃବୁ ଆସିଆ ଆର୍ ଜଃଗତ୍ ସଃରା ହୁଜା କଃରୁଲାୟ୍ ସେ ମନ୍ଦିରାର୍ ହେଁ ଜଃଜ୍ମାନାର୍ ଲିନ୍ଦା ଅଃଉଁଲି ।”
28ଇ କଃତା ସୁଣି ସେମଃନ୍ ବେସି ରିସା ଅୟ୍ ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲାୟ୍, “ଏପିସି ମଃନାର୍ ଆର୍ତେମି ବଃଡ୍ଦେବିର୍ ଜୟ୍ ଅଃଉଅ ।” 29ଇତାକ୍ ସଃବୁ ଗଃଳ୍ ଜାକ ଗଃଣ୍ଡ୍ଗଳ୍ ଅୟ୍ଲି, ଆର୍ ସେମଃନ୍ ପାଉଲାର୍ ସଃଙ୍ଗାର୍ ମାକିଦନିଆର୍ ଗାୟ ଆର୍ ଆରିସ୍ତାର୍କକେ ଦଃରି ଜୁଜ୍ବଃଟାକ୍ ଦଃବୁଳ୍ଲାୟ୍ । 30ଇତାକ୍ ପାଉଲ୍ ଲକ୍ମଃନାର୍ ବିତ୍ରେ ଜଃଉଁକେ ମଃନ୍କଃଲା, ମଃତର୍ ଚେଲାମଃନ୍ ତାକେ ଜଃଉଁକେ ନଃଦିଲାୟ୍ । 31ଆର୍ ଆସିଆର୍ ବଃଡ୍ ସଃର୍କାରି ଲକ୍ମଃନାର୍ ବିତ୍ରେ ହେଁ କଃତି ଲକ୍ ତାକାର୍ ନିଜାର୍ ଲକ୍ ରିଲାକ୍ ଲକ୍ ହଃଟାୟ୍ ଜୁଜ୍ବଃଟାୟ୍ ନଃଜ୍ଉଁକେ ପାଉଲ୍କେ ଗଃଉଆରି କଃଲାୟ୍ । 32ସଃଡେବଃଳ୍ କେ କେ ଇ କଃତା, କେ କେ ସେ କଃତା କୟ୍ ଉଲ୍ଗାଟ୍ ଅଃଉତି ରିଲାୟ୍, କାୟ୍ତାକ୍ ବଃଲେକ୍ ବେରାଣ୍ ମେଣ୍ଡା ଜଃବର୍ ଉରାଟୁ ଅୟ୍ଲି । ଆର୍ ସେମଃନ୍ ଜେ କାୟ୍ତାକ୍ ରୁଣ୍ଡି ଆଚ୍ତି ସେରି ଅଃନେକ୍ ଲକ୍ ଜାଣି ନଃରିଲାୟ୍ । 33ଆର୍ ଜିଉଦିମଃନ୍ ଆଲେକ୍ଜେଣ୍ଡାର୍କେ ଆଗ୍ତୁ ବାର୍କଃରି ଆଣୁକେ ଲକ୍ମଃନ୍କେ ତାକେ ଜୁଜାୟ୍ଲାୟ୍, କାୟ୍ତାକ୍ବଃଲେକ୍ ସେତି ଆଲେକ୍ଜେଣ୍ଡାର୍ ଆତେ ସଃଗ୍ୟା କଃରି ଲକ୍ମଃନାର୍ ଚଃମେ ବିସ୍ୱାସିମଃନାର୍ ବାଟ୍ୟା ଅୟ୍ ବୁଜାଉଁକେ ମଃନ୍ କଃର୍ତି ରିଲାୟ୍ । 34ମଃତର୍ ସେ ଗଟେକ୍ ଜିଉଦି ବଃଲି ସେମଃନ୍ ଜାଣ୍ଲାୟ୍, ସଃଡେବଃଳ୍ ସଃବୁ ଲକ୍ ଦୁୟ୍ ଗଃଟା ହଃତେକ୍ ଉରାଟୁ କଃରୁକେ ଦଃର୍ଲାୟ୍, “ଏପିସିମଃନାର୍ ଆର୍ତେମି ବଃଡ୍ଦେବିର୍ ଜଃୟ୍ ଅଃଉଅ ।”
35ତାର୍ ହଃଚେ ଗଃଳାର୍ ବେବର୍ତା ଲକ୍ମଃନ୍କେ ଚିମ୍ରା କଃରାୟ୍ କୟ୍ଲା ଏ ଏପିସିର୍ ଲକ୍ମଃନ୍ ଏପିସି ଗଃଳ୍ ବଃଡ୍ଦେବି ଆର୍ତେମି ଆର୍ ଅଃଗାସେ ହୁଣି ଅଦୁର୍ଲା ମୁର୍ତିର୍ ମନ୍ଦିର୍ ଦଃକାସୁଣା କଃରୁ ଇରି ସଃବୁଲକେ ଜାଣା ଆଚେ । 36ତଃବେ ଇ ସଃବୁ କଃତା କେ ନାୟ୍ ବଃଲେଦ୍, ଇତାକ୍ ତୁମିମଃନ୍ ସୁସ୍ତା ଅଃଉତାର୍ ଆର୍ କାୟ୍ରି ନଃବାବି କାୟ୍ କାମ୍ କଃର୍ତାର୍ ନିକ ନାୟ୍ । 37କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍କେ ତୁମି ଦଃରି ଆଣି ଆଚାସ୍ ଇ ମଃନ୍ ତ ମନ୍ଦିରାର୍ କାୟ୍ରି ଚରି ନଃକେର୍ତି କି ଅଃମାର୍ ଦେବିର୍ ଲିନ୍ଦା ନଃକେର୍ତି । 38ଇତାକ୍ ଜଦି କାର୍ ବିରଦେ ଦିମାତ୍ରିୟ୍ର ଆର୍ ତାର୍ ସଃଙ୍ଗୁଆଳି ମେସ୍ତୁରିମଃନାର୍ କାୟ୍ କଃତା ଆଚେ ତଃବେ ବିଚାର୍ କଃର୍ତା ବେରାଣ୍ ମଃଣ୍ଡା ମେଲା ଆଚେ, ଆର୍ ସାସନ୍ କଃରୁମଃନ୍ ଆଚ୍ତି; ସେମଃନ୍ ଅଃହ୍ଣା ଅଃହ୍ଣାର୍ ବିରଦେ ଦଃସ୍ ଆଣତ୍ । 39ମଃତର୍ ଜଦି ତୁମିମଃନାର୍ ଆର୍ କାୟ୍ରି କଃଉତାର୍ ଆଚେ ତଃବେ କୁଟୁମ୍ ବେରାଣେ ତାର୍ ବିଦି ହଃର୍କାରେ ବୁଜାମଃଣା ଅୟ୍ଦ୍ । 40କାୟ୍ତାକ୍ବଃଲେକ୍ ସଃତ୍କଃରି ଆଜିର୍ ଗଃଣ୍ଡ୍ଗଳ୍ ଗିନେ ଅଃମାର୍ ବିତ୍ରେ କାୟ୍ କଃତା ଅଃଉଁକେ ଆଚେ ଅଃମିମଃନ୍ ଇ ଗଣ୍ଡ୍ଗଳାର୍ କାୟ୍ କଃତା କଃଉ ନଃହାରୁ । 41ଇରି କୟ୍ ସେ କୁଟୁମାର୍ ସଃବ୍କେ ମେଲାଣି ଦିଲା ।
20ମାକିଦନିଆ ଆର୍ ଆକାୟାକେ ପାଉଲ୍ ଜାତାର୍
1ସେ ଗଃଣ୍ଡ୍ଗଳ୍ ସଃର୍ଲା ହଃଚେ, ପାଉଲ୍ ଚେଲାମଃନ୍କେ କୁଦି ସେମଃନ୍କେ ବଃର୍ସା ଦିଲା ଆର୍ ସେମଃନାର୍ ତଃୟ୍ହୁଣି ମେଲାଣି ମାଗି ମାକିଦନିଆକେ ଜଃଉଁକେ ବାରାୟ୍ଲା । 2ସେ ସଃବୁ ହଲିବାଟ୍ ଗଃଲାବଃଳ୍ ସେ ଚେଲାମଃନ୍କେ ବଃର୍ସା ଦିଲା ହଃଚେ ଆକାୟାକେ ଆୟ୍ଲା । 3ସେତି ତିନି ମାସ୍ ରଃୟ୍, ଜଃଡେବଃଳ୍ ଜାଜେ ଚଃଗି ସୁରିଆକ୍ ଜଃଉଁକେ ମଃନ୍ କଃଲା, ସଃଡେବଃଳ୍ ଜିଉଦିମଃନ୍ ତାର୍ ବିରଦେ କୁଟ୍ କଃଲାକ୍ ସେ ମାକିଦନିଆ ବାଟ୍ ଅୟ୍ ବାଉଳୁକ୍ ମଃନ୍କଃଲା । 4ଆର୍ ପୁରର୍ ହୟ୍ସି ବେରିଆର୍ ସପାତ୍ର, ତେସଲନିକି ମଃନାର୍ ବିତ୍ରେ ଆରିସ୍ତାର୍କ୍ ଆର୍ ସେକୁନ୍ଦ୍, ଦର୍ବିର୍ ଗାୟ, ତିମତି ଆର୍ ଆସିଆର୍ ଲକ୍ମଃନାର୍ ବିତ୍ରେ ତୁକିକ୍ ଆର୍ ତ୍ରପିମ୍ ତାର୍ ସଃଙ୍ଗ୍ ଗଃଳାୟ୍ । 5ଇମଃନ୍ ସଃବୁ ଆଗ୍ତୁ ଜାୟ୍ ତ୍ରୟା ତଃୟ୍ ଅଃମିମଃନ୍କେ ଜାଗ୍ତି ରିଲାୟ୍ । 6ଆର୍ କମିର୍ ନୟ୍ଲା ରୁଟିର୍ ହଃର୍ବ୍ ହଃଚେ ଅଃମିମଃନ୍ ଜାଜେ ଚଃଗି ପିଲିପି ଗଃଳେ ହୁଣି ଗଃଲୁ ଆରେକ୍ ହାଁଚ୍ଦିନ୍ ଅୟ୍ଲି ତ୍ରୟା ତଃୟ୍ ସେମଃନାର୍ ଟାଣେ ଆୟ୍ଲୁ; ସେତି ଅଃମିମଃନ୍ ସାତ୍ ଦିନ୍ ରିଲୁ ।
ତ୍ରୟା ତଃୟ୍ ପାଉଲାର୍ ସଃରାସଃରି ଜାତାର୍
7୨୦:୭ ସାତ୍ଦିନାର୍ ହଃର୍ତୁଦିନ୍ସାତ୍ ରୟ୍ବାର୍ ଦିନ୍ ସଃଞ୍ଜ୍ବେଳାୟ୍ ଜଃଡେବଃଳ୍ ଅଃମିମଃନ୍ କାଉଁକ୍ ଏକ୍ ଅୟ୍ରିଲୁ, ସଃଡେବଃଳ୍ ପାଉଲ୍ ଆର୍କ ଦିନ୍ ଜଃଉଁକେ ମଃନ୍କଃର୍ତିରିଲା, ମଃଜା ରାତି ହଃତେକ୍ ପର୍ଚାର୍ କଃଲା । 8ଜୁୟ୍ ଉହ୍ରାର୍ ବଃକ୍ରାୟ୍ ଅଃମିମଃନ୍ ରୁଣ୍ଡିରିଲୁ ଗାଦାଗଟ୍ କୁପି ଲାଗିରିଲି । 9ଆର୍ ଇଉତୁକ୍ ନାଉଁଆର୍ ଗଟେକ୍ ଦଃଙ୍ଗ୍ଳା ଜର୍କା ଉହ୍ରେ ବଃସିରିଲା, ତାକେ ବଃଡେ ନିଦ୍ ଅଃଉତି ରିଲି, ପାଉଲ୍ ପର୍ଚାର୍ ଡେଙ୍ଗ୍ କଃଲାକ୍ ସେ ନିଦାର୍ ଗିନେ ତିନିତାଲାୟ୍ ହୁଣି ତଃଳେ ଅଦୁର୍ଲା ଆର୍ ତାକେ ଉଟାୟ୍ଲାକ୍, ସେ ମଃଲା ବଃଲି ଜାଣାହଃଳ୍ଲା । 10ସେତାକ୍ ପାଉଲ୍ ତଃଳେ ଉତ୍ରି ତାକେ ହଃଟଳିକଃରି ତାକେ ଚୁମିକଃରି କୟ୍ଲା, “ଚିନ୍ତାକଃରାନାୟ୍” କାୟ୍ତାକ୍ ବଃଲେକ୍ “ସେ ଜିବନ୍ ଆଚେ ।” 11ହଃଚେ ସେ ଉହ୍ରେ ଜାୟ୍ ସେମଃନାର୍ ସଃଙ୍ଗ୍ ରୁଟି ବାଙ୍ଗି କାୟ୍ଲାୟ୍ ଆରେକ୍ ସଃକାଳ୍ ଅଃଉତା ହଃତେକ୍ ସେମଃନାର୍ ସଃଙ୍ଗ୍ ବୁତେକ୍ କଃତାବାର୍ତା କଃରି ପାଉଲ୍ ଗଃଲା । 12ଆର୍ ସେମଃନ୍ ସେ ହିଲାକ୍ ଜିବନ୍ ରିଲାକ୍ ତାକାର୍ ସଃଙ୍ଗ୍ ଗଃରେ ନିଲାୟ୍ ଆର୍ ସଃର୍ଦା ହାୟ୍ଲାୟ୍ ।
ତ୍ରୟା ହୁଣି ମିଲିତକେ ଗଃଲା
13ମଃତର୍ ଅଃମିମଃନ୍ ଆଗ୍ତୁ ଡଙ୍ଗାୟ୍ ଚଃଗି ଆସସ୍କେ ଜଃଉଁକେ ଦଃର୍ଲୁ, ସେତି ହୁଣି ଅଃମିମଃନ୍ ପାଉଲ୍କେ ନେଉଁକ୍ ମଃନ୍ କଃରି ରିଲୁ କାୟ୍ତାକ୍ ବଃଲେକ୍ ସେ ନିଜେ ଇଣ୍ଡି ଇଣ୍ଡି ଜଃଉଁକେ ତିର୍ କଃରିରିଲା । 14ସଃଡେବଃଳ୍ ସେ ଆମିମଃନ୍କେ ଆସସ୍ ତଃୟ୍ ବେଟ୍ ଅୟ୍ଲା, ଅଃମିମଃନ୍ ତାକେ ଜାଜେ ମିତୁଲିନିକ୍ ଗଃଲୁ । 15ଆର୍ ସେତି ହୁଣି ଜାଜ୍ ସଃଙ୍ଗ୍ ଅଃମିମଃନ୍ ଆର୍କ ଦିନ୍ କିଅସ୍ ଚଃମେ ଆୟ୍ଲୁ, ତାର୍ ଆର୍କ ଦିନ୍ ସାମ ତଃୟ୍ ଜାଜ୍ ତେବାୟ୍ଲୁ ଆର୍ ତାର୍ ଆର୍କ ଦିନ୍ ମିଲିତ ତଃୟ୍ ହଚ୍ଲୁ । 16କାୟ୍ତାକ୍ ବଃଲେକ୍ ଆସିଆ ତଃୟ୍ ପାଉଲ୍କେ ରେଉଁକ୍ ନଃହେଳେ ଇତାକ୍ ସେ ଏପିସିଏ ଚାଡି ଜଃଉଁକେ ମଃନେ ତିର୍ କଃରିରିଲା, ସେତାକ୍ ସେ ପେଣ୍ଟିକସ୍ଟ୍ ଦିନ୍ ଜିରୁସାଲମେ ହଚୁକ୍ ମଃନ୍ କଃର୍ତି ରିଲା ।
ଏପିସିର୍ ମୁଳିକାମଃନ୍କେ ପାଉଲାର୍ ମେଲାଣି କଃତା
17ମିଲିତ ତଃୟ୍ହୁଣି ପାଉଲ ଏପିସିଏ ଲକ୍ ହଃଟାୟ୍ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ ଅଃହ୍ଣାର୍ ଚଃମେ କୁଦାୟ୍ଲା । 18ସେମଃନ୍ ତାର୍ ଚଃମେ ହଚ୍ଲାକ୍, ସେ ସେମଃନ୍କେ କୟ୍ଲା, “ଆସିଆ ଆୟ୍ଲା ହଃର୍ତୁ ଦିନ୍ ହୁଣି ମୁୟ୍ଁ ସଃବୁବଃଳ୍ ତୁମାର୍ ବିତ୍ରେ କଃନ୍କଃରି ଦିନ୍ ବିତାୟ୍ଲେ । 19ମଃନେ ମଃନେ ଆସୁ ଗଃସ୍ରାୟ୍ ଜିଉଦିମଃନାର୍ ହେଟ୍କୁଟାର୍ ଗିନେ ମକ୍ ଜଃନ୍କାର୍ କଃଟ୍ହାଳ୍ ଗଃଟ୍ତି ରିଲି ସେ ସଃବୁ ବିତ୍ରେ କଃନ୍କଃରି ମାପ୍ରୁର୍ ସେବାକାମ୍ କଃର୍ତି ରିଲେ । 20କଃନ୍କଃରି କାୟ୍ ନିକ କଃତା ତୁମାର୍ ତାଣେ ଜାଣାଉଁକେ ଆର୍ ତୁମିମଃନ୍କେ, ଉହ୍କାର୍ ଅୟ୍ଦ୍ ସେରି ଗଃରେଗଃରେ କଃଉଁକେ ଲୁକାୟ୍ ନଃରିଲେ 21ସେମଃନ୍ ହାହେହୁଣି ଇସ୍ୱରାର୍ ହାକ୍ ମଃନ୍ ବାଦ୍ଲାୟ୍ ଅଃମିମଃନାର୍ ଜିସୁକେ ସଃତ୍ କଃରୁକେ ଜିଉଦି ଆର୍ ଅଜିଉଦି ଲକ୍ମଃନ୍କେ ହେଁ ଅଃକାହର୍ ସାକି ଦେତିରିଲେ । ସେରି ତୁମି ଜାଣାସ୍ । 22ଅଃବେ ଦଃକା ମୁୟ୍ଁ ଆତ୍ମାର୍ ବଃଳେ ଜିରୁସାଲମ୍କେ ଜଃଉଁଲେ, ସେତି ମକ୍ କାୟ୍ କାୟ୍ରି ଅୟ୍ଦ୍ ସେରି ମୁୟ୍ଁ ନଃଜାଣି । ମଃତର୍ ଅଃତେକ୍ ଜାଣି, 23ମର୍ ଗିନେ ବାନ୍ଦୁଣ୍ ଆର୍ କଃସ୍ଟ୍ ଆଚେ, ଇରି ପବିତ୍ର ଆତ୍ମା ମକ୍ ସଃବୁ ଗଃଳେ ସାକି ଦେଉଁଲି । 24୨୦:୨୪ ୨ ତିମ ୪:୭.ମଃତର୍ ଜଃନ୍କଃରି ମର୍ ଟିକ୍ ଅୟ୍ଲା ବାଟେ ସଃରାସଃରି ହତେକ୍ ଦଃବ୍ଳୁକ୍ ହାରିନ୍ଦ୍ ଆର୍ ଇସ୍ୱରାର୍ ଦଃୟାର୍ ତଃୟ୍ ନିକ କବୁର୍ ଗିନେ ସାକି ଅଃଉଁକେ ଜୁୟ୍ ପର୍ଚାର୍ କଃର୍ତା କାମ୍ ମାପ୍ରୁ ଜିସୁ ତଃୟ୍ ହୁଣି ହାୟ୍ ଆଚି, ସେରି ହୁର୍ନ୍ କଃରୁକେ ହାରି ଇତାକ୍ ମୁୟ୍ଁ ଅଃହ୍ଣାର୍ ହଃର୍ ଜିବନ୍କେ ଲାଡ୍ ନଃକେରି ସେରି ସାନ୍ ବଃଲି ବାବୁଲେ ।”
25“ଆରେକ୍ ଅଃବେ ଦଃକା ତୁମିମଃନାର୍ ବିତ୍ରେ ଇସ୍ୱରାର୍ ରାଇଜ୍ ପର୍ଚାର୍ କଃରି ବୁଲ୍ଲେ ଅଃନ୍କାର୍ ଜେ ତୁମିମଃନ୍ କଃବେ ଆର୍ ମକେ ଦଃକୁ ନଃହାରାସ୍ ବଃଲି ମୁୟ୍ଁ ଜାଣି । 26ସେତାକ୍ ମୁୟ୍ଁ ସଃବ୍କାର୍ ବଃନି ତଃୟ୍ହୁଣି ମର୍ ଦାୟ୍ତ୍ ନାୟ୍ ଇରି ମୁୟ୍ଁ ଆଜି ତୁମିମଃନ୍କେ କଃଉଁଲେ । 27ଇସ୍ୱରାର୍ ସଃବୁ ଇଚା ମୁୟ୍ଁ ତୁମିମଃନ୍କେ ଜାଣାଉଁକେ ଲାଜ୍ ଅୟ୍ନଃରିଲେ । 28୨୦:୨୮ ଇସ୍ୱର୍; କଃତିଗଟ୍ ଲେକାୟ୍ ମାପ୍ରୁ ବଃଲି ଲେକା ଆଚେ । ୨୦:୨୮ ତାର୍ ହୟ ବଃନିଏ; ତାର୍ ହୟସିର୍ ହୁଜା ଦିଲା ବଃନିଏ, ତାର୍ ନିଜାର୍ ବଃନିଏ । ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ବିସୟେ ଆର୍ ଜୁୟ୍ ମଣ୍ଡ୍ଳି ଇସ୍ୱର୍ ଅଃହ୍ଣାର୍ ନିଜାର୍ ବଃନି ଦଃୟ୍ ଗେନି ଆଚେ ତାର୍ ସେ ମଣ୍ଡ୍ଳିକେ ହାଳି ପବିତ୍ର ଆତ୍ମା ଜୁୟ୍ ସଃବୁ ମଃନ୍ଦା ବିତ୍ରେ ତୁମିମଃନ୍କେ ମୁଳିକା ହର୍ ବାଚି ଆଚେ, ସେମଃନାର୍ ବିସୟେ ଜଃଗ୍ରତ୍ ଅୟ୍ରିଆ । 29ମର୍ ଗଃଲା ହଃଚେ ବାଗ୍ମଃନ୍ ତୁମାର୍ ବିତ୍ରେ ହୁରି ମଃନ୍ଦାକେ ଦଃୟା ନଃକେରି ଜଃତ୍କଃତ୍ କଃର୍ତି । 30ଆରେକ୍ ତୁମିମଃନାର୍ ବିତ୍ରେ ହେଁ ଲକ୍ମଃନ୍ ଚେଲାମଃନ୍କେ ଅଃହ୍ଣାର୍ ହଃଚେ ଜିକି ନେଉଁକ୍ ଉଲ୍ଟା କଃତାମଃନ୍ କଃଉତି, ଇରି ମୁୟ୍ଁ ଜାଣି । 31ତଃବେ ତୁମିମଃନ୍ ଜାଗି ରିଆ ଆର୍ ମୁୟ୍ଁ ତିନିବଃର୍ସ୍ ହଃତେକ୍ ଦିନ୍ ରାତି ଆସୁ ଗଃସ୍ରାୟ୍ ହଃତି ଲକ୍କେ ଚେତ୍ନା ଦେଉଁକେ ବଃନ୍ଦ୍ କଃରିନଃରିଲେ, ଇରି ଏତୁ କଃରା ।”
32“ଅଃବେ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଟାଣେ ଆର୍ ତାର୍ ଦଃୟାର୍ କଃତା ତଃୟ୍ ଦେଉଁଲେ ସେ ତୁମିମଃନ୍ ସଃବ୍କେ ଦଃର୍ମି ଆର୍ ନିର୍ମୁଳ୍ ଲକ୍ ଅଃଉଁକେ କଃରୁ ହାରେ । 33ମୁୟ୍ଁ କାର୍ ରୁହା କି ସନା କି ବଃସ୍ତର୍ ଲଃବ୍ କଃରି ନଃରିଲେ । 34ମର୍ ଇ ଜଳେକ୍ ଆତେ ମର୍ ଆର୍ ମର୍ ସଃଙ୍ଗୁଆଳି ମଃନାର୍ ଅକେଟ୍ ହୁରୁଣ୍ କଃରୁକେ କାମ୍ କଃରି ଆସୁଲେ, ଇତି ତୁମିମଃନ୍ ନିଜେନିଜେ ଜାଣାସ୍ । 35ଅଃନ୍କଃରି ହାୟ୍ଟି କଃରି ନିଗାଳ୍ ଲକ୍ମଃନ୍କେ ଉହ୍କାର୍ କଃର୍ତାର୍ ଆରେକ୍ ହାଉତା ବାଦୁଲେ ଦାନ୍କଃର୍ତାର୍ ନିକ ବଃଲିନ୍ଦ୍, ମାପ୍ରୁ ଜିସୁ ନିଜେ ଇ ଜୁୟ୍ କଃତା କୟ୍ଆଚେ ସେରି ଏତାଉତାର୍ ତୁମିମଃନାର୍ କଃତା । ଇସାବ୍ କଃତା ମୁୟ୍ଁ ତୁମିମଃନ୍କେ ମର୍ କାମ୍ ତଃୟ୍ ଦଃକାୟ୍ ଆଚି ।”
36ଇ ସଃବୁ କଃତା କୟ୍ଲା ହଃଚେ, ମାଣ୍ଡିକୁଟା ଦଃୟ୍ ସେମଃନାର୍ ସଃଙ୍ଗ୍ ପାର୍ତ୍ନା କଃଲା । 37ଆର୍ ସେମଃନ୍ ସଃବୁଲକ୍ କାନ୍ଦିକାନ୍ଦି ପାଉଲ୍କେ ହଃଟଳି ଚୁମୁକେ ଦଃର୍ଲାୟ୍ । 38ଆରେକ୍ ସେମଃନ୍ ତାର୍ ମୁଁ ଆର୍ ଦଃକୁ ନଃହାର୍ତି ବଃଲି ସେ ଜୁୟ୍ କଃତା କୟ୍ରିଲା ସେତାର୍ଗିନେ ମଃନଦୁକ୍ କଃଲା ହଃଚେ ସେମଃନ୍ ତାକେ ଡଙ୍ଗା ହଃତେକ୍ ହଚାଉଁକ୍ ଗଃଳାୟ୍ ।
21ପାଉଲ୍ ଜିରୁସାଲମ୍ ଗଃଲା
1ସେମଃନାର୍ ତଃୟ୍ହୁଣି ମେଲାଣି ହାୟ୍ ଅଃମିମଃନ୍ ଗଟେକ୍ ଜାଜେ ଚଃଗି ସଃଳ୍କ୍ ବାଟେ କସ୍କେ ଆୟ୍ଲୁ, ଆର୍କ ଦିନ୍ ରଦାକେ, ଆରେକ୍ ସେତି ହୁଣି ପାତାରାକେ ଆୟ୍ଲୁ । 2ସେତି ପଇନିକିଆ ଜାତା ଗଟେକ୍ ଡଙ୍ଗା ମିଳାୟ୍ ସେତି ଚଃଗି ଗଃଲୁ । 3ହଃଚେ ସାଇପ୍ରସ୍ ଦଃକାଗଃଲାକେ ସେରି ଡେବ୍ରି ବାଟ୍ ଚାଡି ଅଃମିମଃନ୍ ସିରିଆକେ ଜାୟ୍କଃରି ସର୍ ତଃୟ୍ ହଚ୍ଲୁ, କାୟ୍ତାକ୍ବଃଲେକ୍ ସେତି ଡଙ୍ଗାୟ୍ ହୁଣି ଆସ୍ତିବାଡି ଉତ୍ରାଉତାର୍ ରିଲି । 4ସେତି ବିସ୍ୱାସିମଃନ୍କେ ଲଳି ସେମଃନ୍କେ ବେଟ୍ହାୟ୍ ସେତି ସାତ୍ଦିନ୍ ରିଲୁ, ଆରେକ୍ ପାଉଲ୍ ଜଃନ୍କଃରି ଜିରୁସାଲମେ ନଃହଚେ, ଇତାର୍ ଗିନେ ସେମଃନ୍ ଆତ୍ମା ତଃୟ୍ ତାକେ କୟ୍ଲାୟ୍ । 5ସାତ୍ ଦିନ୍ ରିଲା ହଃଚେ ଅଃମିମଃନ୍ ବାଉଳି ବାଟ୍ଦଃର୍ଲୁ, ଆରେକ୍ ସେମଃନ୍ ସଃବୁ ମାୟ୍ଜି ଆର୍ ହିଲାମଃନାର୍ ସଃଙ୍ଗ୍ ଗଃଳାର୍ ହଃଦା ହଃତେକ୍ ଅଃମିମଃନ୍କ୍ ଚାଡୁକ୍ ଆୟ୍ଲାୟ୍, ଆର୍ ସଃମ୍ନ୍ଦ୍ କଃଣ୍ଡାୟ୍ ମାଣ୍ଡିକୁଟା ଟେସି ଅଃମିମଃନ୍ ପାର୍ତ୍ନା କଃଲୁ । 6ଆର୍ ଅଃମାର୍ ବିତ୍ରେ ମେଲାଣି ଦିଲୁ, ହଃଚେ ଅଃମିମଃନ୍ ଡଙ୍ଗାୟ୍ ଚଃଗ୍ଲୁ ଆର୍ ସେମଃନ୍ ଗଃର୍କେ ବାଉଳି ଗଃଳାୟ୍ ।
7ଅଃମିମଃନ୍ ସର୍ ଗଃଳେ ହୁଣି ଜାଜେ ପତଲ୍ମାୟ୍ ତଃୟ୍ ହଚ୍ଲୁ, ଆର୍ ବାୟ୍ମଃନ୍କେ ଜୁଆର୍ କଃଲୁ ଆର୍ ଗଟେକ୍ ଦିନ୍ ସେମଃନାର୍ ସଃଙ୍ଗ୍ ରିଲୁ । 8୨୧:୮ ପେରି ୬:୫; ୮:୫.ଆର୍କ ଦିନ୍ ଅଃମିମଃନ୍ କାଇସରିଆକେ ଗଃଲୁ ଆର୍ ସାତ୍ ଲକାର୍ ବିତ୍ରେ ଜିରୁସାଲମେ ରିଲାନିକ କବୁର୍ ପର୍ଚାର୍ କଃର୍ତା ପିଲିପ୍ ଗଃରେ ଜାୟ୍ ତାର୍ ସଃଙ୍ଗ୍ ରିଲୁ । 9ତାର୍ ଚାରିଗଟ୍ ଦଃଙ୍ଗ୍ଳି ଟକି ରିଲାୟ୍, ସେମଃନ୍ ଇସ୍ୱରାର୍ ବାବ୍ବାଣି କଃଉତି ରିଲାୟ୍ । 10୨୧:୧୦ ପେରି ୧୧:୨୮.ସେଟାଣେ ଅଃମିମଃନ୍ ବୁତେକ୍ ଦିନ୍ ରିଲା ହଃଚେ ଆଗାବ୍ ନାଉଁଆର୍ ଗଟେକ୍ ବାବ୍ବାଦି ଜିଉଦା ରାଜି ହୁଣି ଆୟ୍ଲା । 11ସେ ଅଃମାର୍ ଚଃମେ ଆସି ପାଉଲାର୍ ଅଃଟା ବାନ୍ଦୁଣ୍ ନେୟ୍କଃରି ଅଃହ୍ଣାର୍ ଆତ୍ଗଡ୍ ବାନ୍ଦି କଃରି କୟ୍ଲା, “ପବିତ୍ର ଆତ୍ମା ମକ୍ ଇରି କଃଉଁଲି, ‘ଇ ଅଃଟାବିଳା ବାନ୍ଦ୍ଲା ଲକ୍କେ’ ଜିରୁସାଲମାର୍ ଲକ୍ ଜିଉଦିମଃନ୍ ଅଃନ୍କଃରି ବାନ୍ଦି ଅଜିଉଦି ଲକ୍ମଃନାର୍ ଆତେ ସଃହ୍ରିଦେତି ।”
12ଇ ସଃବୁ କଃତା ସୁଣି ଜିରୁସାଲମ୍କେ ନଃଜ୍ଉଁକେ ଅଃମି ଆର୍ ସେଟାଣାର୍ ଲକ୍ମଃନ୍ ତାକେ ଗଃଉଆରି କଃଲୁ । 13ସେତାକ୍ ପାଉଲ୍ କୟ୍ଲା, “ତୁମିମଃନ୍ କାୟ୍ କଃରୁଲାସ୍ କାନ୍ଦିକଃରି ମର୍ ଗଃର୍ବ୍ ହଡାୟ୍ଲା ହର୍ କଃରୁଲାସ୍ ? କାୟ୍ତାକ୍ ବଃଲେକ୍ ମୁୟ୍ଁ ମାପ୍ରୁ ଜିସୁର୍ ନାଉଁ ଗିନେ ଜିରୁସାଲମେ ବାନ୍ଦାୟ୍ ଅଃଉଁକେ ରାଜି, ସଃତେକ୍ ନାୟ୍, ମଃତର୍ ମଃରୁକ୍ ହେଁ ରାଜି ଆଚି ।”
14ସେ ନଃମାନ୍ଲାକ୍ ଅଃମିମଃନ୍ ତୁନ୍ହଃଳ୍ଲୁ ଆର୍ କୟ୍ଲୁ, “ମାପ୍ରୁର୍ ଇଚା ହୁର୍ନ୍ ଅଃଉଅ ।”
15ଅଃଳକ୍ ଦିନ୍ ସେତି ରିଲା ହଃଚେ ଅଃମିମଃନ୍ ଆସ୍ତିବାଡି ଦଃରି ଜିରୁସାଲମ୍କେ ଗଃଲୁ । 16୨୧:୧୬ ଅଃମିମଃନ୍ ଜାର୍ ଗଃରେ ରେଉଁକେ ରିଲି ତାର୍ ସଃଙ୍ଗ୍ ନିଲାୟ୍, ଜାର୍ ଗଃରେ ଅଃମି ରେଉଁକ୍ ରିଲି ତାର୍ ଗଃରେ ଆଣ୍ଲାୟ୍ ।ଆରେକ୍ କାଇସରିଆ ହୁଣି କଃତିଗଟ୍ ଚେଲା ହେଁ ଅଃମାର୍ ସଃଙ୍ଗ୍ ଆୟ୍ଲାୟ୍, ସେମଃନ୍ ସାଇପ୍ରସ୍ ମାନାସନ୍ ନାଉଁଆର୍ ଗଟେକ୍ ହଃର୍ତୁର୍ ଚେଲାକେ ସଃଙ୍ଗେ ଆଣ୍ଲା, ତାର୍ ଗଃରେ ଅଃମିମଃନାର୍ ରେଉଁକ୍ ରିଲି ।
ଜାକୁବ ସଃଙ୍ଗ୍ ପାଉଲାର୍ ବେଟ୍ ଗାଟ୍
17ଅଃମିମଃନ୍ ଜିରୁସାଲମେ ହଚ୍ଲାକ୍ ବିସ୍ୱାସି ବାୟ୍ମଃନ୍ ଅଃମିମଃନ୍କ୍ ସଃର୍ଦାୟ୍ କୁଦ୍ଲାୟ୍ । 18ଆର୍କ ଦିନ୍ ପାଉଲ୍ ଅଃମାର୍ ସଃଙ୍ଗ୍ ଜାକୁବର୍ ଗଃରେ ଗଃଲା; ଆର୍ ସଃବୁ ପାରାଚିନ୍ମଃନ୍ ସେତି ରିଲାୟ୍ । 19ପାଉଲ୍ ସେମଃନ୍କେ ଜୁଆର୍ କଃଲା ହଃଚେ, ଇସ୍ୱର୍ ତାର୍ ସେବା କାମାର୍ ଗିନେ ଅଜିଉଦି ଲକ୍ମଃନାର୍ ବିତ୍ରେ ଜୁୟ୍ ଜୁୟ୍ କାମ୍ କଃରି ରିଲା ସେ ସଃବୁ ଗଟେକ୍ ଗଟେକ୍ କଃରି ସେମଃନାର୍ ତଃୟ୍ କୟ୍ଲା । 20ସେମଃନ୍ ସେରି ସୁଣି ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ । ଆରେକ୍ ତାକେ କୟ୍ଲାୟ୍, “ଏ ବାୟ୍ ପାଉଲ୍ ଜିଉଦିମଃନାର୍ ବିତ୍ରେ ଜେ କଃତି ଅଃଜାର୍ ବିସ୍ୱାସି ଆଚ୍ତି, ଇରି ତୁୟ୍ ଦଃକୁଲିସ୍, ସଃବୁ ଲକ୍ ମସାର୍ ବିଦିକେ ମାନୁକେ ଦଃରିବଃସ୍ତାର୍ମଃନ୍ । 21ଆରେକ୍ ଅଜିଉଦି ମଃନ୍କାର୍ ଦେସେ ବାସା କଃର୍ତା ସଃବୁ ଜିଉଦି ମଃନ୍କେ ଅଃହ୍ଣା ଅଃହ୍ଣାର୍ ସାନ୍ ହିଲାମଃନ୍କେ ସୁନତ୍ ନଃକେରୁକ୍ ଆର୍ ମସାର୍ ବିଦି ହଃର୍କାରେ ନଃଚାଲୁକେ ସେମଃନ୍କେ ସିକ୍ୟା ଦଃୟ୍ଆଚ୍ସି ଇ କଃତା ସେମଃନ୍ ସୁଣି ଆଚ୍ତି ।” 22ତୁୟ୍ ଆସି ଆଚ୍ସି ବଃଲି ସେମଃନ୍ ବାୟ୍ଦ୍ରେ ସୁଣ୍ତି ତବେ କଃନ୍ କଃରୁଆଁ ? 23ଇତାକ୍ ଅଃମିମଃନ୍ ତୁମିକେ ଜାୟ୍ରି କଃଉଁଲୁ ସେରି କଃର୍, ଅଃମାର୍ ଚଃମେ ଚାରି ଲକ୍ ଆଚ୍ତି ସେମଃନ୍ ଗଟେକ୍ ବ୍ରତ କଃରି ଆଚ୍ତି । 24୨୧:୨୪ ସେମଃନାର୍ ମୁଣ୍ଡ୍ କୁରାୟ୍ଲାୟ୍, ୧୮:୧୮ ।ସେମଃନ୍କେ ନଃୟ୍କଃରି ସେମଃନାର୍ ସଃଙ୍ଗ୍ ନିଜ୍କେ ସୁଦ୍ କଃର୍, ଆର୍ ସେମଃନାର୍ ମୁଣ୍ଡ୍କୁରାୟ୍ଲା କଃର୍ଚ୍ ଦେସ୍, ତଃନ୍ ଅୟ୍ଲେକ୍ ତର୍ କଃତାୟ୍ ସେମଃନ୍ ଜୁୟ୍ ସଃବୁ କଃତା ସୁଣି ଆଚ୍ତି ସେତି କାୟ୍ ସଃତ୍ ନାୟ୍, ଆର୍ ତୁୟ୍ ହେଁ ନିଜେ ମସାର୍ ବିଦି ହାଳୁଲିସ୍, ଇରି ସଃବୁ ଜାଣ୍ତି । 25୨୧:୨୫ ପେରି ୧୫:୨୯.ମଃତର୍ ଜୁୟ୍ ଅଜିଉଦି ଲକ୍ମଃନ୍ ବିସ୍ୱାସି ଅୟ୍ ଆଚ୍ତି, ସେମଃନାର୍ କଃତାକ୍ ମୁର୍ତି ଚଃମାର୍ ହୁଜାକାଦି, ବଃନି, ଟଟି ହିଚ୍ଲା ଜଃତୁର୍ ମାସ୍ ଆର୍ ଦାରି କାମ୍ ହୁଣି ଅଃହ୍ଣା ଆହ୍ଣାକେ ଅଃଲ୍ଗା କଃର୍ତାର୍ ଜେ ନିକ ଇରି ଅଃମିମଃନ୍ ବିଚାର୍ କଃରି ଲେକି ଆଚୁ ।
26ସେତାକ୍ ପାଉଲ୍ ସେ ଲକ୍ମଃନାର୍ ଗିନେ ଆର୍କ ଦିନ୍ ସେମଃନାର୍ ସଃଙ୍ଗ୍ ନିଜ୍କେ ନିର୍ମୁଲ୍ କଃରି ମନ୍ଦିର୍ ବିତ୍ରେ ଗଃଲା, ଆରେକ୍ ସେମଃନାର୍ ହଃତି ଲକାର୍ ଗିନେ ଦାନ୍ ଦେଉଁକେ ନିର୍ମୁଳ୍ କାମେ କଃତି ଦିନ୍ ଲାଗେଦ୍ ସେରି ଜାଣାୟ୍ଲା ।
ପାଉଲ୍କେ ମନ୍ଦିର୍ ବିତ୍ରେ ବାନ୍ଦ୍ଲାୟ୍
27ସେ ସାତ୍ ଦିନ୍ ସଃର୍ଲାକ୍ ଆସିଆର୍ ଜିଉଦିମଃନ୍ ମନ୍ଦିରେ ପାଉଲ୍କେ ଦଃକି ଲକ୍ମଃନ୍କେ ସିର୍ଜାୟ୍ଲାୟ୍, ଆରେକ୍ ତାକେ ଦଃରି ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲାୟ୍, 28“ଏ ଇସ୍ରାଏଲ୍ ଲକ୍ମଃନ୍” ସେମଃନ୍ ବେଲ୍କି ଅୟ୍ କୟ୍ଲାୟ୍ “ଜୁୟ୍ ଲକ୍ ସଃବୁ ଟାଣେ ଅଃମିମଃନାର୍ ବାସାର୍ ଲକ୍ ମସାର୍ ବିଦି ଆର୍ ଇ ଟାଣ୍ ବିରଦେ ସଃବ୍କେ ସିକ୍ୟା ଦେତି ରିଲା ସେ ଇ ଲକ୍, ଆର୍ ହେଁ ସେ ମନ୍ଦିର୍ ବିତ୍ରେ ଅଜିଉଦିମଃନ୍କେ ହେଁ ଆଣି ଇ ପବିତ୍ର ଟାଣ୍କେ ବିଟାଳ୍ କଃରି ଆଚେ ।” 29୨୧:୨୯ ପେରି ୨୦:୪.କାୟ୍ତାକ୍ ବଃଲେକ୍ ହୁର୍ବେ ଗଃଳ୍ ବିତ୍ରେ ଏପିସିର୍ ତ୍ରପିମ୍କେ ପାଉଲ୍ ସଃଙ୍ଗେ ଦଃକି ରିଲାୟ୍ ଆର୍ ସେ ମନ୍ଦିର୍ ବିତ୍ରେ ଆଣେଦ୍ ବଃଲି ବାବ୍ତି ରିଲାୟ୍ ।
30ଇତାକ୍ ଗଃଳାର୍ ସଃବୁ ହାକ୍ ଉରାଟୁ ଅୟ୍ଲାୟ୍, ଆର୍ ଉର୍ଜି ଅୟ୍ଲି ଲକ୍ମଃନ୍ ଗଟେକ୍ ତଃୟ୍ ଦଃବୁଳ୍ଲାୟ୍ ଆରେକ୍ ସେମଃନ୍ ପାଉଲ୍କେ ଦଃରି ମନ୍ଦିରାର୍ ହଃଦାୟ୍ ଜିକି ଆଣ୍ଲାୟ୍, ଆର୍ ସେ ଦାହ୍ରେ ଦୁଆର୍ ସଃବୁ ଡାହ୍ଲାୟ୍ । 31ଆରେକ୍ ସେମଃନ୍ ତାକେ ମାରି ହଃକାଉଁକ୍ ଉପାୟ୍ କଃଲାକ୍ ସଃବୁ ଜିରୁସାଲମେ ଗଃଣ୍ଡ୍ଗଳ୍ ଅୟ୍ଆଚେ ବଃଲି ସଃଇନ୍ ଦଃଳାର୍ ସଃଇନ୍ ଅଃଦିକାରି ଟାଣେ କଃବୁର୍ ଆୟ୍ଲି । 32ଇତାକ୍ ସେଦାହ୍ରେ ସଃଇନ୍ ଆର୍ ହାଁଚ୍ କଳି ସଃଇନ୍ ଉହ୍ରାର୍ ଅଃଦିକାରିକ୍ ଦଃରି ସେମଃନାର୍ ତଃୟ୍ ଦଃବୁଳ୍ଲା, ସେମଃନ୍ ସଃଇନ୍ ଅଃଦିକାରିକ୍, ଆର୍ ସଃଇନ୍ମଃନ୍କେ ଦଃକି ପାଉଲ୍କେ ମାରୁକେ ବଃନ୍ଦ୍ କଃଲାୟ୍ । 33ସଃଡେବଃଳ୍ ସଃଇନ୍ ଅଃଦିକାରି ଚଃମେ ଆସି ତାକେ ଦଃରି ଜଳେକ୍ ସିକ୍ଳାୟ୍ ବାନ୍ଦୁକେ କୟ୍ଲା, ଆର୍ ହଃଚାର୍ଲାୟ୍, “ଇ ଲକ୍ କେ ? ଆର୍ କାୟ୍ କଃରିଆଚେ ?” 34ସେତାକ୍ ଲକ୍ମଃନାର୍ ବିତ୍ରେ କେକେ ଇ କଃତା ଆର୍ କଃତେକ୍ ସେ କଃତା କୟ୍ ଉରାଟୁ କଃରୁକେ ଦଃର୍ଲାୟ୍, ଆର୍ ସେ ଉରାଟୁର୍ ମୁଳ୍ ନିଜ୍କଃରି ଜାଣୁ ନଃହାର୍ଲାକ୍ ତାକେ ସଇନ୍ମଃନାର୍ ରେତା ଟାଣେ ନେଉଁକ୍ ଆଦେସ୍ ଦିଲା । 35ଜଃଡେବଃଳ୍ ତାକେ ହାଉଜ୍ ଉହ୍ରେ ଆଣ୍ଲାୟ୍, ସଃଡେବଃଳ୍ ଲକ୍ମଃନାର୍ ରିସାକ୍ ଦଃକି ସଇନ୍ମଃନ୍ ତାକେ ବୟ୍ ନେଉଁକ୍ ହଃଳ୍ଲି । 36କାୟ୍ତାକ୍ ବଃଲେକ୍ ଗାଦେକ୍ ଲକ୍ ହଃଚେ ଜଃଉଁ ଜଃଉଁ ତାକେ “ମଃର୍ନେ ମାରା” ବଃଲି ଉଲ୍ଗାଟ୍ ଅୟ୍ କଃଉତି ରିଲାୟ୍ ।
ପାଉଲ୍ ଲକ୍ମଃନ୍କେ କୟ୍ଲା
37ସେମଃନ୍ ପାଉଲ୍କେ ଗଃଳ୍ ବିତ୍ରେ ନେଉଁକ୍ ଦଃର୍ଲା ବଃଳ୍ ସେ ସଃଇନ୍ ଅଃଦିକାରିକ୍ କୟ୍ଲା, “ମୁୟ୍ଁ ତକ୍ କାୟ୍ରି କୟ୍ନ୍ଦ୍ କି ?”
“ସେ ତାକ୍ କୟ୍ଲା, ତୁୟ୍ କାୟ୍ ଗ୍ରିକ୍ ଜାଣ୍ସି ? 38ତଃବେ ଇତାର୍ ହୁର୍ବେ ଜୁୟ୍ ମିସରାର୍ କଃଙ୍ଗାର୍ ଜେ ଚାରି ଆଜାର୍ ଲକ୍ମଃନ୍କେ ସୁକ୍ଲା ବଃଟାୟ୍ ନଃୟ୍ରିଲା ତୁୟ୍ କି ସେଲକ୍ ନାୟ୍ ?”
39ସେତାକ୍ ପାଉଲ୍ କୟ୍ଲା, “ମୁୟ୍ଁ ଗଟେକ୍ ଜିଉଦି” ତାର୍ସୁସ୍ ଗଃଳାର୍ ଲକ୍ କିଲିକିଆର୍ ଗଟେକ୍ ବଃଡ୍ ଜାଣାସୁଣା ଗଃଳାର୍ ଲକ୍ । ଇ ଲକ୍ମଃନ୍କେ କଃତା କଃଉଁକେ ଆଦେସ୍ ଦେ ବଃଲି ତକେ ଗଃଉଆରି କଃରୁଲେ ।
40ମୁଳିକା ମାନାୟ୍ କାଉଁକେ ଦିଲାକ୍ ପାଉଲ୍ ହାଉଜେ ଟିଆ ଅୟ୍ ସେମଃନ୍କେ ଆତ୍ସଃଗ୍ୟା କଃଲା, ଆର୍ ସଃବୁ ଲକ୍ ତୁନ୍ହଃଳ୍ଲାକ୍ ସେ ଏବ୍ରି ବାସାୟ୍ ସେମଃନ୍କେ କଃଉଁକେ ଦଃର୍ଲା ।
221“ଏ ବାୟ୍ ଆର୍ ଉବାମଃନ୍, ମୁୟ୍ଁ ଅଃବେ ତୁମିମଃନାର୍ ଚଃମେ ଜୁୟ୍ ମର୍ ନିଜାର୍ କଃତା କଃଉଁଲେ ସୁଣା ।” 2ପାଉଲ ସେମଃନାର୍ ଚଃମେ ଏବ୍ରି ବାସାୟ୍ କଃତା କଃଉଁଲା ବଃଲି ସୁଣି ସେମଃନ୍ ଅଃଦିକ୍ ତୁନ୍ହଃଳ୍ଲାକ୍ ।
3୨୨:୩ ପେରି ୫:୩୪-୩୯.ସେତାକ୍ ସେ କୟ୍ଲା, “ମୁୟ୍ଁ ଗଟେକ୍ ଜିଉଦି, କିଲିକିଆର୍ ତାର୍ସୁସ୍ ଗଃଳେ ମର୍ ଜଃଲମ୍, ମଃତର୍ ମୁୟ୍ଁ ଇ ଗଃଳେ ବାଡି ଆଚି ଅଃମିମଃନାର୍ ଦାଦିବାବୁମଃନାର୍ ବିଦି ବିଦାନ୍ ହଃର୍କାରେ ଗମଲିଏଲାର୍ ଚେଲା ରିଲେ, ସଃର୍ଦାୟ୍ ତୁମିମଃନ୍ ସଃବୁ ଆଜି ଜଃନ୍କଃରି ବିସ୍ୱାସି ଆଚାସ୍ ଇସ୍ୱରାର୍ ଗିନେ ମୁୟ୍ଁ ହେଁ ସେନ୍ ଦଃରିବଃସି ବିସ୍ୱାସି ଅୟ୍ ଆଚି । 4୨୨:୪ ପେରି ୮:୩; ୨୬:୯-୧୧.ମୁୟ୍ଁ ମାପ୍ରୁ ବାଟ୍ ଜାତା ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍କେ ବାନ୍ଦି ଜଃଇଲେ ହୁରାୟ୍ ମଃର୍ନ୍ ଡଃଣ୍ଡ୍ ଦେତି ରିଲେ । 5ମର୍ ଇ କଃତା ସଃତ୍, ମୁଳ୍ ଜାଜକ୍ ଆର୍ ପାରାଚିନ୍ ସଃବୁ ଲକ୍ ମର୍ ସାକି, ସେମଃନାର୍ ତଃୟ୍ହୁଣି ମୁୟ୍ଁ ବାୟ୍ ମଃନାର୍ ଚଃମେ ଚିଟି ହାୟ୍ ଦମେସକ୍ ରେତା ଲକ୍ମଃନ୍ ଜଃନ୍କଃରି ଡଃଣ୍ଡ୍ ହାଉତି ଇତାକ୍ ସେମଃନ୍କେ ହେଁ ସିକ୍ଳାୟ୍ ବାନ୍ଦି ଜିରୁସାଲମାର୍ ବେରାଣେ ଆଣୁକେ ସେଟାଣେ ଜାୟ୍ରିଲେ ।”
ପାଉଲ୍ ତାର୍ ମଃନ୍ ବାଦୁଲ୍ତାର୍ କୟ୍ଲା
6ମଃତର୍ ମୁୟ୍ଁ ଜଃଉଁଜଃଉଁ ଦମେସକ୍ ଚଃମେ ଆୟ୍ଲାକ୍ ମଃୟ୍ଦାନ୍ ବଃଳ୍ ତଃତ୍କାଣ୍ ମର୍ ଚାରି ବେଳ୍ତ୍ ଅଃଗାସେ ହୁଣି ବଃଡେ ଉଜାଳ୍ ଜଃଲ୍କି ଗଃଲି । 7ସେତାକ୍ ମୁୟ୍ଁ ବୁୟେଁ ଅଦୁର୍ଲେ ଆର୍ ମର୍ ଗିନେ ଇ କଃତା ସୁଣା ଗଃଲି, “ସାଉଲ୍, ସାଉଲ୍, କାୟ୍ତାକ୍ ମକ୍ କଃସ୍ଟ୍ ଦେଉଁଲିସ୍ ?” 8“ମୁୟ୍ଁ ହଃଚାର୍ଲେ, ମାପ୍ରୁ ତୁୟ୍ କେ ? ସେତାକ୍ ସେ ମକ୍ କୟ୍ଲା, ତୁୟ୍ ଜୁୟ୍ ନାଜରିତାର୍ ଜିସୁକେ କଃସ୍ଟ୍ ଦେଉଁଲିସ୍, ମୁୟ୍ଁ ସେ ।” 9ଜୁୟ୍ମଃନ୍ ମର୍ ସଃଙ୍ଗ୍ ରିଲାୟ୍ ସେମଃନ୍ ସେ ଉଜାଳ୍ ଦଃକ୍ଲାୟ୍ ସଃତ୍, ମଃତର୍ ଜେ ମକ୍ କଃତା କୟ୍ଲା, ତାର୍ ଟଣ୍ଡ୍ ନଃସୁଣ୍ତି । 10ସେତାକ୍ ମୁୟ୍ଁ ହଃଚାର୍ଲେ, ମାପ୍ରୁ ମୁୟ୍ଁ କାୟ୍ରି କଃରିନ୍ଦ୍, ସେତାକ୍ ମାପ୍ରୁ କୟ୍ଲା, “ଉଟ୍ ଦମେସକ୍ ଜାଆ, ଆର୍ ସଃବୁ ଇସ୍ୱରାର୍ କାମ୍ କଃରୁକେ ତର୍ ଗିନେ ଟିକ୍ କଃରା ଅୟ୍ଆଚେ ସେ ସଃବୁ ତକ୍ ସେତି କଃଉଆ ଅୟ୍ଦ୍ 11ସେ ଉଜାଳାର୍ ଜଃଜ୍ମାନ୍ ଗିନେ ମୁୟ୍ଁ ଦଃକୁ ନଃହାର୍ଲାକ୍ ମର୍ ସଃଙ୍ଗ୍ ରେତା ଲକ୍ମଃନାର୍ ମକେ ଆତେ ଦଃରି ଦମେସକ୍କେ ଆଣ୍ଲାୟ୍ ।”
12“ସେତି ରିଲା ସଃବୁ ଜିଉଦିମଃନାର୍ ଚଃମେ ଡାକ୍ ହୁଟା ହନନିଅ ନାଉଁଆର୍ ବିଦି ହଃର୍କାରେ ଗଟେକ୍ ମାପ୍ରୁର୍ ହୁଜା କଃର୍ତା ଲକ୍, ସେତିରିଲା ଜିଉଦି ଲକ୍ ମଃନ୍ ତାକେ ମାୟ୍ନ୍ କଃର୍ତି ରିଲାୟ୍ । 13ସେ ମର୍ ଚଃମେ ଆସି ଟିଆଅୟ୍ ମକ୍ କୟ୍ଲା, ସାଉଲ୍ ବାୟ୍ ଆକି ଦଃକ୍, ସେଦାହ୍ରେ ମୁୟ୍ଁ ତାକେ ଦଃକ୍ଲେ । 14ଆରେକ୍ ସେ କୟ୍ଲା, ‘ଅଃମିମଃନାର୍ ଦାଦିବାବୁର୍ ଇସ୍ୱର୍ ତାର୍ ମଃନ୍ ଜାଣୁକେ ଆର୍ ସେ ଦଃର୍ମି ଲକ୍କେ ଦଃକୁକ୍ ଆରେକ୍ ତାର୍ ମୁଆଁର୍ କଃତା ସୁଣୁକ୍ ତକ୍ ବାଚି ଆଚେ ।’ 15କାୟ୍ତାକ୍ବଃଲେକ୍ ତୁୟ୍ ଜାୟ୍ ଜାୟ୍ରି ଦଃକି ଆଚ୍ସି ଆର୍ ସୁଣି ଆଚ୍ସି, ସେ ସଃବୁ କଃତା ସଃବୁ ଲକମଃନାର୍ ତଃୟ୍ ତାର୍ ସାକି ଅଃଉସି । 16ଆର୍ ଅଃବେ ତୁୟ୍ କାୟ୍ତାକ୍ ବେଳା କଃରୁଲିସ୍, ଉଟ୍ ବାପ୍ତିସମ୍ ହାଉ, ଆରେକ୍ ତାର୍ ନାଉଁଏ ପାର୍ତ୍ନା କଃରି ନିଜାର୍ ହାହ୍ ସଃବୁ ଦଃଉ ।”
ଅଜିଉଦିମଃନାର୍ ତଃୟ୍ ପାଉଲାର୍ ପର୍ଚାର୍
17“ଇତାର୍ ହଃଚେ ମୁୟ୍ଁ ଜିରୁସାଲମ୍କେ ବାଉଳି ଆସି, ମନ୍ଦିରେ ପାର୍ତ୍ନା କଃର୍ତା ବଃଳ୍ ଦଃର୍ସନ୍ ଦଃକ୍ଲେ, 18ସେ ଦଃର୍ସନେ ମୁୟ୍ ମାପ୍ରୁକେ ଦଃକ୍ଲେ, ସେ ମକ୍ କୟ୍ଲା, ବେଳ୍ ନଃକେରି ‘ବେଗି ଜିରୁସାଲମ୍କେ ଜାଆ’ କାୟ୍ତାକ୍ ବଃଲେକ୍ ସେମଃନ୍ ଅଃମାର୍ ବିସୟେ ତର୍ ସାକି ନଃମାନ୍ତି । 19ସେତାକ୍ ମୁୟ୍ଁ କୟ୍ଲେ, ‘ମାପ୍ରୁ ମୁୟ୍ଁ ଜେ ତର୍ ତଃୟ୍ ବିସ୍ୱାସି ମଃନ୍କେ ପାର୍ତ୍ନା ଗଃରେ ଦଃରି ଜଃଇଲେ ହୁରାଉତି ରିଲେ, ଇରି ସେମଃନ୍ ନିଜେ ଜାଣି ଆଚ୍ତି ।’ 20୨୨:୨୦ ପେରି ୭:୫୮.ଆର୍ ଜଃଡେବଃଳ୍ ତୁମାର୍ ସାକି ସ୍ତିପାନ୍ ମାଡ୍ କାତି ରିଲା, ସଃଡେବଃଳ୍ ମୁୟ୍ଁ ହେଁ ସେ ଚଃମେ ଟିଆ ଅୟ୍ ସେରି ରାଜି ଅୟ୍ରିଲେ, ଆର୍ ଅଃତ୍ୟା କଃର୍ତା ଲକ୍ମଃନାର୍ ବଃସ୍ତର୍ ଜାଗ୍ତି ରିଲେ । 21ସେତାକ୍ ପର୍ବୁ ମକ୍ କୟ୍ଲା, ‘ଜାଆ,’ କାୟ୍ତାକ୍ ବଃଲେକ୍ ଦୁର୍କେ ଅଜିଉଦି ଲକ୍ମଃନାର୍ ତଃୟ୍ ହଃଟାୟ୍ନ୍ଦ୍ ।”
22ପାଉଲ୍ ଇ କଃତା କଃଉତା ହଃତେକ୍ ଲକ୍ମଃନ୍ ସୁଣ୍ତିରିଲାୟ୍ ଆର୍ ବଃଡ୍ ଟଣ୍ଡ୍ କଃରି କୟ୍ଲାୟ୍, “ଅଃନ୍କା ଲକ୍କେ ହୁର୍ତିବି ହୁଣି ଦୁର୍ କଃରା, କାୟ୍ତାକ୍ ବଃଲେକ୍ ସେ ଜିବନ୍ ରେତାର୍ ନିକ ନାୟ୍ ।” 23ଆର୍ ଜଃଡେବଃଳ୍ ସେମଃନ୍ ଉରାଟୁ କଃରି ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ହିଙ୍ଗି ଅଃଗାସେ ଦୁଳି ହଃକାଉଁକ୍ ଦଃର୍ଲାୟ୍ । 24ସଃଡେବଃଳ୍ ସଃଇନ୍ ଅଃଦିକାରି ତାକେ ଗଃଳ୍ ବିତ୍ରେ ନେଉଁକ୍ କୟ୍ଲା, ଆରେକ୍ ଲକ୍ମଃନ୍ ତାର୍ ବିରଦେ କାୟ୍ତାକ୍ ଅଃନ୍କାର୍ ଉରାଟୁ କଃରୁଲାୟ୍ ସେରି ଜାଣୁକ୍ କୁଆଳ୍ ବିତ୍ରେ ନଃୟ୍ ସାଟ୍ଣି ମାରାୟ୍ ତାର୍ କଃଟ୍ହାଳ୍ ବୁଜୁକ୍ କୟ୍ଲା । 25ସେମଃନ୍ ତାକେ କର୍ଡା ମାରୁକ୍ ବାନ୍ଦ୍ଲା ହଃଚେ, ପାଉଲ୍ ଚଃମେ ଟିଆ ଅୟ୍ରିଲା ହାଁଚ୍ କଳି ସଃୟ୍ନ୍ ଉହ୍ରାର୍ ମୁଳିକା ସଃଇନ୍କେ କୟ୍ଲା, “ଗଟେକ୍ ରମିୟ ଲକାର୍ ବିଚାର୍ ନଃକେରି ତାକେ ସାଟ୍ଣି ସଃଙ୍ଗ୍ ମାର୍ତାର୍ ତୁମାର୍ ତଃୟ୍ କାୟ୍ ବିଦି ଆଚେ ?”
26ସେ ସଃଇନ୍ ଅଃଦିକାରି ଇରି ସୁଣି ସଃଇନ୍ ଅଃଦିକାରି ଚଃମେ ଜାୟ୍ ଇ କଃତା କୟ୍ଲା, “ତୁୟ୍ କାୟ୍ରି କଃରୁକେ ଜଃଉଁଲିସ୍ ? ଇ ଲକ୍ ତ ଗଟେକ୍ ରମିୟ ଲକ୍ ।”
27ସେତାକ୍ ସେ ସଃଇନ୍ ଅଃଦିକାରି ଆସି ତାକେ ହଃଚାର୍ଲା, “ମକ୍ କଃଉ, ତୁୟ୍ କାୟ୍ ଗଟେକ୍ ରମିୟ ?” ସେ କୟ୍ଲା, “ହେଁ ।”
28ସଃଇନ୍ ଅଃଦିକାରି କୟ୍ଲା, “ବୁତେକ୍ ଟଃକା ଦଃୟ୍ ମୁୟ୍ଁ ଇ ରମିୟ ଲକ୍ ଅୟ୍ ଆଚି ।” ମଃତର୍ ପାଉଲ୍ କୟ୍ଲା, ମୁୟ୍ଁ ଜଃଲମେ ହୁଣି ରମିୟ୍ ।
29ତଃବେ ଜୁୟ୍ମଃନ୍ ତାକେ କଃଟ୍ହାଳ୍ ବୁଜୁକ୍ ମଃନ୍ କଃର୍ତି ରିଲାୟ୍ ସେମଃନ୍ ତଃତ୍କାଣ୍ ସେତି ହୁଣି ତୁନ୍ହାଳ୍ଲାୟ୍ ଆର୍ ଗଟେକ୍ ଅଃଜାର୍ ସଃଇନାର୍ ମୁଳିକା ହେଁ ସେ ଗଟେକ୍ ରମିୟ, ଇରି ଜାଣ୍ଲାକ୍ ପାଉଲ୍କ୍ ବାନ୍ଦ୍ଲାର୍ ଗିନେ ଡିରି ଗଃଲା ।
ଜିଉଦି ବେରାଣେ ପାଉଲ୍
30ମଃତର୍ ସେ କାୟ୍ତାକ୍ ଜିଉଦିମଃନାର୍ ତଃୟ୍ହୁଣି ଦସି କଃରି ଆଚ୍ତି, ସେରି ନିଜ୍କଃରି ଜାଣୁକେ ସେ ଆର୍କ ଦିନ୍ ତାର୍ ବାନ୍ଦ୍ଲାର୍ ଇଟାୟ୍ ବଃଡ୍ ଜାଜକ୍ ଆର୍ ସଃବୁଲକ୍ ଜିଉଦିମଃନାର୍ ବେରାଣ୍ ମଃଣ୍ଡାୟ୍ ସଃଙ୍ଗେ ଆସୁକ୍ କୟ୍ଲା, ଆର୍ ପାଉଲ୍କେ ନଃୟ୍ ସେମଃନାର୍ ଚଃମେ ଟିଆ କଃରାୟ୍ଲା ।
231ଆର୍ ପାଉଲ୍ ଜିଉଦି ବେରାଣ୍ ମଃଣ୍ଡାକ୍ ନିକ କଃରି ଦଃକି କୟ୍ଲା, “ଏ ଇସ୍ରାଏଲିୟ ବାୟ୍ମଃନ୍, ମୁୟ୍ଁ ଆଜି ହଃତେକ୍ ନିକ ମଃନେ ଇସ୍ୱରାର୍ ଚଃମେ ଚାଲ୍ଚାଲ୍ତି କଃରି ଆସିଆଚି ।” 2ସେତାକ୍ ମୁଳ୍ ଜାଜକ୍ ହନନିଅ ପାଉଲ୍ ଚଃମେ ଟିଆ ଅୟ୍ରିଲା ଲକ୍ ମଃନ୍କେ ତାର୍ ମୁଏଁ ଚାହୁଳ୍ ମାରୁକ୍ କୟ୍ଲା । 3୨୩:୩ ମାତି ୨୩:୨୭,୨୮.ସଃଡେବଃଳ୍ ପାଉଲ୍ ତାକେ କୟ୍ଲା, “ଏ ଚୁନ୍ ମାର୍ଲା ଦଃବ୍ଳା କୁଡ୍, ଇସ୍ୱର୍ ତକ୍ ମାରେଦ୍, ତୁୟ୍ ଅଃକାବଃଳ୍ ବିଦି ହଃର୍କାରେ ମର୍ ବିଚାର୍ ନଃକେରି, ବିଦି ବିରଦେ ମକ୍ ମାରୁକ୍ କଃଉଁଲିସ୍ ?”
4ସେତାକ୍ ଚଃମେ ଟିଆ ଅୟ୍ରିଲା ଲକ୍ମଃନ୍ କୟ୍ଲାୟ୍, “ତୁୟ୍ କି ଇସ୍ୱରାର୍ ମୁଳ୍ ଜାଜକ୍କେ ଲିନ୍ଦା କଃରୁଲିସ୍ ?”
5ଆରେକ୍ ପାଉଲ୍ କୟ୍ଲା, “ଏ ଇସ୍ରାଏଲିୟ ବାୟ୍ମଃନ୍ ସେ ମୁଳ୍ ଜାଜକ୍ ବଃଲି ମୁୟ୍ଁ ଜାଣି ନଃରିଲେ, କାୟ୍ତାକ୍ ବଃଲେକ୍ ସାସ୍ତରେ ଲେକା ଆଚେ, ତୁମି ଅଃହ୍ଣାର୍ ମୁଳିକାକ୍ ମଃନ୍ଦ୍ କଃତା କଃଉଆ ନାୟ୍ ।”
6୨୩:୬ ପେରି ୨୬:୫; ପିଲିପି ୩:୫.ମଃତର୍ ପାଉଲ୍ ଗଟେକ୍ ବାଗ୍ ସାଦୁକି ଆର୍ ଗଟେକ୍ ବାଗ୍ ପାରୁସି ବଃଲି ଜାଣି ବେରାଣ୍ ମଃଣ୍ଡାୟ୍ ଉଲ୍ଗାଟ୍ ଅୟ୍ କୟ୍ଲା, “ଏ ଇସ୍ରାଏଲିୟ ବାୟ୍ମଃନ୍ ମୁୟ୍ଁ ଗଟେକ୍ ପାରୁସି ଆର୍ ପାରୁସିର୍ ହୟ୍ସି, ଆରେକ୍ ଇ ବଃର୍ସା, ବଃଲେକ୍ ମଃଲା ଲକ୍ ମଃନାର୍ ଉଟ୍ତା ବିସୟେ ମୁୟ୍ଁ ବିଚାର୍ ଅଃଉଁଲେ ।”
7ସେ ଇ କଃତା କୟ୍ଲାକ୍ ପାରୁସି ଆର୍ ସାଦୁକି ମଃନାର୍ ବିତ୍ରେ ଦଃରାମ୍ସ୍କା ଅୟ୍ଲାୟ୍, ଆର୍ ବେରାଣ୍ ମଃଣ୍ଡା ଦଃଳ୍ ବାଗ୍ ଅୟ୍ଲି । 8୨୩:୮ ମାତି ୨୨:୨୩; ମାର୍କ ୧୨:୧୮; ଲୁକ ୨୦:୨୭.କାୟ୍ତାକ୍ ବଃଲେକ୍ ସାଦୁକିମଃନ୍ ମଃଲେକ୍ ଉଟ୍ତାର୍ ନାୟ୍ କି ଦୁତ୍ ଆର୍ ଆତ୍ମା ନାୟ୍ ବଃଲି କଃଉତି, ମଃତର୍ ପାରୁସିମଃନ୍ ଇ ତିନିଗଟ୍ ହେଁ ମାନ୍ତି । 9ଇତାକ୍ ବଃଡେ ଉରାଟୁ ଅୟ୍ଲି ଆର୍ ପାରୁସିମଃନାର୍ ଦଃଳାର୍ କଃତେକ୍ ଦଃର୍ମ୍ଗୁରୁମଃନ୍ ଉଟି କଃତା ଦଃରା ଦଃରି ଅୟ୍ କୟ୍ଲାୟ୍ “ଅଃମିମଃନ୍ ଇ ଲକ୍ତଃୟ୍ କାୟ୍ ଦଃସ୍ ନଃଦେକୁ, କେ ଜାଣ୍ କୁୟ୍ ଆତ୍ମା କି ଦୁତ୍ ତାର୍ ସଃଙ୍ଗ୍ କଃତା କଃଉଁଲା ।”
10ଅଃନ୍କାର୍ ବଃଡେ ଉରାଟୁ ଅୟ୍ଲାକ୍ କଃଡେବଃଳ୍ ପାଉଲ୍କେ କଃଣ୍ଡ୍ କଃଣ୍ଡ୍ କଃରି ମାର୍ତି, ଇ ଡିରାର୍ ଗିନେ ସଃଇନ୍ ଅଃଦିକାରି ସେମଃନାର୍ ବିତ୍ରେ ବଃଳ୍ ମାଡେ ଗଃଳ୍ ବିତ୍ରେ ଆଣୁକେ ସଃଇନ୍ମଃନ୍କେ ଆଦେସ୍ ଦିଲା ।
11ସେ ରାତି ମାପ୍ରୁ ତାର୍ ଚଃମେ ଟିଆ ଅୟ୍ କୟ୍ଲା, “ଡିର୍ ନାୟ୍ ସାସ୍ ଦଃର୍ କାୟ୍ତାକ୍ବଃଲେକ୍ ତୁୟ୍ ଜଃନ୍କଃରି ଜିରୁସାଲମେ ଅଃମାର୍ ସାକି ଦିଲିସ୍, ସେନ୍କଃରି ତକ୍ ରମ୍ ତଃୟ୍ ହେଁ ସାକି ଦେଉଁକ୍ ଅୟ୍ଦ୍ ।”
ପାଉଲ୍କେ ମଃର୍ନେ ମାରୁକ୍ କୁଟ୍ କଃଲାୟ୍
12ଆର୍କ ଦିନ୍ ସଃକାଳ୍ ଅୟ୍ଲାକ୍ ଜିଉଦିମଃନ୍ ମଃନ୍ଦା ଅୟ୍ ପାଉଲ୍କେ ନଃମାର୍ତା ହଃତେକ୍ ଅଃର୍ନ୍ ଆଣି ଚୁୟ୍ଲେକ୍ ସାୟ୍ପ୍ ହାଉଁନ୍ଦ୍ ବଃଲି ଅଃହ୍ଣା ଅଃହ୍ଣାକ୍ ସଃୟ୍ତ୍ କଃଲାୟ୍ । 13ଇ କୁଟ୍ କଃଲା ଲକ୍ମଃନ୍ ଦୁୟ୍ କଳି ଲକ୍ ହୁଣି ଅଃଦିକ୍ ରିଲାୟ୍ । 14ସେମଃନ୍ ବଃଡ୍ ଜାଜକ୍ ଆର୍ ପାରାଚିନ୍ମଃନାର୍ ହାକ୍ ଆସି କୟ୍ଲାୟ୍ “ଅଃମିମଃନ୍ ପାଉଲ୍କେ ମଃର୍ନେ ନଃମାର୍ତା ହଃତେକ୍ କାୟ୍ରି କାୟ୍ଲେକ୍ ସାୟ୍ପ୍ ହାଉଁନ୍ଦ୍ ବଃଲି ନିଜେ ନିଜେ ସଃୟ୍ତ୍ କଃରି ଆଚୁ । 15ତଃବେ ତୁମିମଃନ୍ ଅଃଦିକ୍ ନିକ କଃରି ତାର୍ ବିଚାର୍ କଃରୁକେ ମଃନ୍ କଃରୁଲୁ ବଃଲି ଜଃଟି କଃରି ତାକେ ତୁମିମଃନାର୍ ଚଃମେ ଆଣୁକେ ଅଃବେ ବେରାଣ୍ ମୁଣ୍ଡାର୍ ଲକେ ଆର୍ ସଃଇନ୍ ଅଃଦିକାରିକ୍ ଗଃଉଆରି କଃରା । ସେ ବେରାଣେ ଆସ୍ତା ହୁର୍ବେ ଅଃମିମଃନ୍ ତାକେ ମାରୁକ୍ ଜାଗି ଆଚୁ ।”
16ମଃତର୍ ପାଉଲାର୍ ବେଣ୍ସିର୍ ହୟ୍ସି ସେମଃନାର୍ ଜାଗି ରିଲାର୍ କଃତା ସୁଣି ଆସି, ଗଃଳ୍ ବିତ୍ରେ ହୁରି ପାଉଲ୍କେ ଜାଣାୟ୍ଲା । 17ସେତାକ୍ ପାଉଲ୍ ଗଟେକ୍ ହାଁଚ୍ କଳି ମୁଳିକା ସଃଇନ୍କେ କୁଦି କୟ୍ଲା, “ଇ ବେଣ୍ଡ୍ୟାକ୍ ଏକ୍ ଅଃଜାର୍ ସଃଇନାର୍ ମୁଳିକାର୍ ଚଃମେ ନେ, କାୟ୍ତାକ୍ବଃଲେକ୍ ତାକେ ଜାଣାଉଁକ୍ ଆର୍ କାୟ୍ କଃତା ଆଚେ ।” 18ସେତାକ୍ ତାକେ ସଃଇନାର୍ ଅଃଦିକାରି ମୁଳିକା ଚଃମେ ନଃୟ୍ କୟ୍ଲା, “କଃୟ୍ଦି ପାଉଲ୍ ତାର୍ ଚଃମେ ମକ୍ କୁଦି ତର୍ ଚଃମେ ଇ ବେଣ୍ଡ୍ୟାକେ ଆଣୁକେ ଗଃଉଆରି କଃଲା, ତୁୟ୍ କଃଉ ଆର୍ କାୟ୍ କଃତା ଆଚେ ।”
19ସଃଇନାର୍ ଅଃଦିକାରି ସେ ବେଣ୍ଡ୍ୟାର୍ ଆତ୍ ଦଃରି ଗଟେକ୍ ସିଣିନ୍ଦ୍ ଟାଣେ ନଃୟ୍ ତାକେ ହଃଚାର୍ଲା, “ମକ୍ ଜାଣାଉ ତର୍ କାୟ୍ରି କଃଉତାର୍ ଆଚେ ?”
20ସେ କୟ୍ଲା, ପାଉଲାର୍ କଃତାକ୍ ଅଃଦିକ୍ ନିକ କଃରି ବିଚାର୍ କଃରୁକେ, ହେଟ୍କପଟିଆ ଜିଉଦିମଃନ୍ ତାକେ କାଲି ବେରାଣ୍ ମଃଣ୍ଡାୟ୍ ଆଣୁକେ ତକ୍ ଗଃଉଆରି କଃରୁକେ ଟିକ୍ କଃରି ଆଚ୍ତି । 21ଇତାକ୍ ସେମଃନାର୍ କଃତାୟ୍ ରାଜି ଅଃଉଅ ନାୟ୍, କାୟ୍ତାକ୍ବଃଲେକ୍ ତାକେ ମଃର୍ନେ ନଃମାର୍ତା ହଃତେକ୍ ଅଃର୍ନ୍ ହାଣି ଚୁୟ୍ଲେକ୍ ସାୟ୍ପ୍ ହାଉଁନ୍ଦ୍ ବଃଲି ନିଜେ ନିଜେ ସଃୟ୍ତ୍ କଃରି ଦୁୟ୍ କଳି ଲକ୍ ହୁଣି ଅଃଦିକ୍ ତାକେ ଜାଗି ଆଚ୍ତି । ଆର୍ ଅଃବେ ସେମଃନ୍ ତର୍ ତଃୟ୍ହୁଣି ଆଦେସ୍ ହାଉଁକ୍ ଜାଗି ଆଚ୍ତି ।
22ସେତାକ୍ ସଃଇନ୍ ଅଃଦିକାରି ସେ ବେଣ୍ଡ୍ୟାକ୍ ହଃଟାୟ୍ ଦଃୟ୍ ତାକେ କୟ୍ଲା, “ତୁୟ୍ ଜୁୟ୍ କଃତା ମକ୍ କୟ୍ଲିସ୍, ଇତି କାକେ ହେଁ କଃଉନାୟ୍ ।”
ପାଉଲ୍କେ କାୟ୍ସର୍ ହାକ୍ ହଃଟାୟ୍ଲାୟ୍
23ସଃୟ୍ନ୍ ଅଃଦିକାରି ତାର୍ ଜଳେକ୍ ଅଃଦିକାରିକ୍ କୁଦି କୟ୍ଲା “କାଇସରିଆ ହାକ୍ ଜଃଉଁକେ ଦୁୟ୍ସ ସଃଇନ୍ ମଃନ୍କେ ଜାଗ୍ରତ୍ କଃର୍, ଦୁୟ୍କଳି ଗଃଳା ଚଃଗୁ ଆର୍ ଦୁୟ୍ସ ବାଲା ଦଃରୁ ମଃନ୍କେ ଆର୍ ଆଜି ରାତି ନଅ ଗଃଟା ବଃଳ୍ ବାରାଉଁକେ ଟିକ୍ କଃର୍ । 24ଆରେକ୍ ସେମଃନ୍ ଜଃନ୍କଃରି ପାଉଲ୍କେ ବଃସାୟ୍ ରଃଜାର୍ ଗୁମୁସ୍ତା ପେଲିକ୍ସ୍ ତଃୟ୍ ଜଃତୁନେ ନେତି, ଇତାକ୍ ସଃବୁ କଃରୁକେ ଆଦେସ୍ ଦିଲା ।” 25ଆର୍ ମୁଳିକା ଅଃନ୍କାର୍ ଗଟେକ୍ ଚିଟି ଲେକ୍ଲା ।
26“ମାୟ୍ନ୍ କାରି ଗନର୍ ପେଲିକ୍ସ୍କେ କ୍ଲାଉଦିଅ, ଲୁସିଆକେ ଜୁଆର୍ । 27ଜିଉଦିମଃନ୍ ଇ ଲକ୍କେ ଦଃରି ମାରୁକ୍ ଜାତା ବଃଳ୍ ମୁୟ୍ଁ ସଃଇନ୍ ମଃନାର୍ ସଃଙ୍ଗ୍ ଜାୟ୍ ସେ ଗଟେକ୍ ରମିୟ ବଃଲି ଜାଣି ଆକ୍ ବାଚାୟ୍ଲେ । 28କାୟ୍ତାର୍ ଗିନେ ସେମଃନ୍ ଆକ୍ ଦଃସ୍ ଦଃରୁଲାୟ୍ ସେରି ଜାଣୁକେ ମଃନ୍କଃରି ମୁୟ୍ଁ ଆକ୍ ସେମଃନାର୍ ବେରାଣେ ନିଲେ । 29ମଃର୍ନ୍ ଡଃଣ୍ଡ୍ କି ବାନ୍ଦୁଣ୍ ଜୟ୍ଗ୍ କାୟ୍ କଃତା ଆର୍ ବିରଦେ ଦଃସ୍ କଃରା ନଃଜାୟ୍ଁ ସେମଃନାର୍ ବିଦିର୍ କଃତା ଦଃସ୍ କଃରା ଅଃଉଁଲି ବଃଲି ମୁୟ୍ଁ ବୁଜ୍ଲେ । 30ଇ ଲକ୍ ବିରଦେ କୁଟ୍ କଃରା ଅୟ୍ଆଚେ ବଃଲି ମକ୍ କୟ୍ଲାକ୍ ମୁୟ୍ଁ ଆକ୍ ଦାପେ ତର୍ ହାକ୍ ହଃଟାୟ୍ଲେ, ଆର୍ ଦଃସ୍ ଦଃରୁ ମଃନ୍କେ ହେଁ ଆର୍ ବିରଦେ ସାକି ଦେଉଁକ୍ କୟ୍ଲେ ।”
31ସେତାକ୍ ସଃଇନ୍ମଃନ୍ ଆଦେସ୍ ହାୟ୍ଲା ହଃର୍କାରେ ପାଉଲ୍କେ ଦଃରି ରାତି ବଃଳ୍ ଆନ୍ତିପାତ୍ରିକେ ଆଣ୍ଲାୟ୍ । 32ଆର୍କ ଦିନ୍ ସଃଇନ୍ମଃନ୍ ଗଃଳା ଚଃଗୁମଃନ୍କେ ତାର୍ ସଃଙ୍ଗ୍ ଜଃଉଁକେ ଚାଡ୍ଲାୟ୍ ଆର୍ ଗଃଳେ ବାଉଳି ଗଃଲାୟ୍ । 33ହଃଚେ ଗଳାଚଃଗୁମଃନ୍ କାଇସରିଆକେ ଆସି ସାସନ୍କଃର୍ତାକେ ଚିଟି ଦିଲାୟ୍ ଆର୍ ପାଉଲ୍କେ ହେଁ ତାର୍ ଆତେ ସଃହ୍ରି ଦିଲାୟ୍ । 34ସେ ଚିଟି ହଳ୍ଲା ହଃଚେ ସେ କୁୟ୍ ରାଇଜାର୍ ଲକ୍ ବଃଲି ହଃଚାର୍ଲା, ଆରେକ୍ ସେ ଜେ କିଲିକିଆର୍ ଲକ୍ ଇରି ଜାଣ୍ଲା । 35ଆର୍ ସେ କୟ୍ଲା, “ତର୍ ଦଃସ୍ ଦଃରୁମଃନ୍ ଆୟ୍ଲେକ୍ ମୁୟ୍ ତର୍ କଃତା ସୁଣିନ୍ଦ୍” ଆର୍ ସେ ହେରଦାର୍ କୁଆଳ୍ ତଃୟ୍ଁ ତାକେଜଃୟ୍ଲେ ଡାହୁକେ କୟ୍ଲା ।
24ପାଉଲ୍କେ ଜିଉଦିମଃନ୍ ଦଃସି କଃଲାୟ୍
1ହାଁଚ୍ ଦିନ୍ ହଃଚେ ହନନିଅ ମୁଳ୍ ଜାଜକ୍ ପାରାଚିନ୍ ମଃନ୍ ଆର୍ ତର୍ତୁଲ୍ ନାଉଁଆର୍ ଗଟେକ୍ ଅକିଲ୍ ସଃଙ୍ଗ୍ କାଇସରିଆ ଆୟ୍ଲାୟ୍ ଆର୍ ସେମଃନ୍ ପାଉଲାର୍ ବିରଦେ ରଃଜାର୍ ତଃୟ୍ ଦଃସ୍ ଆଣ୍ଲାୟ୍ । 2ପାଉଲ୍କେ କୁଦ୍ଲାକ୍ ତର୍ତୁଲ୍ ତାକେ ଦସ୍ଦଃରି କଃଉଁକେ ଦଃର୍ଲା, “ଏ ପେଲିକ୍ସ୍ ତର୍ ସାସନ୍ ତଃୟ୍ ହୁଣି ଅଃମିମଃନ୍ ଜେ ସୁସ୍ତାୟ୍ ଆଚୁ ଆରେକ୍ ତର୍ ରାଜ୍ କଃର୍ତା ବଃଳ୍ ଇ ଲକ୍ମଃନାର୍ ଗିନେ ଅଃମାର୍ ଦଃଳେ ନିକ ଉହ୍କାର୍ ମଃନ୍ ଅଃଉଁଲି । 3ଇରି ଅଃମି ସଃବୁ ବଃଳ୍ ଆର୍ ସଃବୁ ଟାଣେ ହୁରାହୁରି ମାଇନ୍ କଃରି ମାନୁଲୁ । 4ମଃତର୍ ମୁୟ୍ଁ ଜଃନ୍କଃରି ତକ୍ ଅଃଦିକ୍ ବେଳ୍ ହଃତେକ୍ କଃଉଁକେ ମଃନ୍ ନଃକେରି, ଇତାର୍ ଗିନେ ଅଃଳକ୍ କଃତା କଃଉଁଲେ, ଦଃର୍ମ୍କଃରି ସୁଣୁକ୍ ଗଃଉଆରି କଃରୁଲେ । 5କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇ ଲକ୍କେ ବଃଡେ କୁର୍ଲିଆ ବଃଲି ଜାଣୁଲୁ, ଜଃଗତାର୍ ସଃବୁ ଟାଣେ ସଃବୁ ଜିଉଦିମଃନାର୍ ବିତ୍ରେ କୁର୍ଲିଆର୍ ବଂସାର୍ ଲକ୍ ଆର୍ ନାଜରିତ୍ ଦଃଳାର୍ ଗଟେକ୍ ବଃଡ୍ ମୁଳିକା ବଃଲି ଜାଣି ଆଚୁ । 6୨୪:୬ କଃତିଗଟ୍ ଲେକାତଃୟ୍ ୬-୮ ଆଚେ ଅଃମିମଃନ୍ ଅଃମାର୍ ବିଦି ସଃଙ୍ଗ୍ ବିଚାର୍ କଃରୁକେ ଉପାୟ୍ କଃଲୁ, ୭ ମଃତର୍ ସଃୟ୍ନ୍ ଅଃଦିକାରି ଆସି ବଃଳ୍ମାଡେ ଅଃମାର୍ ତଃୟ୍ ହୁଣି ଜିକି ନିଲା ୮ ଇତାର୍ ଦସ୍ଦଃକୁମଃନ୍ ତୁମାର୍ ଆଗେ ଆସତ୍ । ଆରେକ୍ ହେଁ ଏ ମନ୍ଦିର୍ ବିଟାଳ୍ କଃରୁକେ ମୁଳ୍ୟାଉତି ରିଲା, ମଃତର୍ ଅଃମିମଃନ୍ ଆକ୍ ଦଃର୍ଲୁ । 7ମଃତର୍ ସଃଇନାର୍ ମୁଳିକା ଲୁସିଆ ଆସି ବଃଳ୍ମାଡ୍ କଃରି ଅଃମାର୍ ତଃୟ୍ହୁଣି ଚାଡାୟ୍ ନିଲା । 8ଆର୍ ଇତାର୍ ଦଃସ୍ ଦଃରୁ ମଃନ୍କେ ତର୍ ମୁଏଁ ଟିଆ ଅଃଉଁକେ କୟ୍ଲା, ଇ ସଃବୁ ବିସୟେ ଅଃମିମଃନ୍ ଇତାର୍ ବିରଦେ ଦଃସ୍ ଦଃରୁଲୁ, ତୁୟ୍ ନିଜେ ଆକ୍ ହଃଚାର୍ଲେକ୍ ସେ ସଃବୁ ଜାଣୁ ହାର୍ସି ।” 9ଜିଉଦିମଃନ୍ ହେଁ ଇ ଦସ୍ ଦେତାର୍ ସଃତ୍ ବଃଲି କଃଉଁଲାୟ୍ ।
ପେଲିକ୍ସ୍ ଚଃମେ ପାଉଲାର୍ ନିଜାର୍ କଃତା
10ସେତାକ୍ ଗନର୍ କଃତା କଃଉଁକେ ପାଉଲ୍କେ ଆତ୍ସଃଗ୍ୟା କଃଲାକ୍, ସେ କୟ୍ଲା, ତୁୟ୍ ବୁତେକ୍ ବଃର୍ସ୍ ଅୟ୍ଲି ଇ ଜାତିର୍ ଲକ୍ମଃନାର୍ ବିଚାର୍ କଃରୁଲିସ୍ ବଃଲି ମୁୟ୍ଁ ଜାଣି ଆଚି, ସେତାକ୍ ମୁୟ୍ଁ ସାସ୍ ଦଃରି ମର୍ କଃତା କଃଉଁଲେ । 11ବାରଦିନ୍ ହୁଣି ଅଃଦିକ୍ ନାୟ୍ ମୁୟ୍ଁ ସେବା କଃରୁକେ ଜିରୁସାଲମ୍ ମନ୍ଦିରେ ଜାୟ୍ରିଲେ, ଇରି ତୁୟ୍ ହଃଚାରି ଜାଣୁ ହାର୍ସି । 12ଆର୍ ଇମଃନ୍ ମନ୍ଦିରେ କି ପାର୍ତ୍ନା ଗଃରେ କି ଗଃଳେ ମକେ କାର୍ ସଃଙ୍ଗ୍ ଗଃଣ୍ଡ୍ଗଳ୍ କଃର୍ତାର୍ କି ଲକ୍ମଃନ୍କେ ଉସ୍କାଉତାର୍ ନଃଦେକ୍ତି । 13ଆରେକ୍ ଅଃବେ ଇମଃନ୍ ମର୍ ବିରଦେ ଜୁୟ୍ସଃବୁ ଦଃସ୍ ଦଃରି ଆଚ୍ତି ଇ ସଃବୁ ବିସୟେ ତର୍ ତଃୟ୍ କାୟ୍ ସାକି ଦେଉଁ ନଃହାର୍ତି । 14ମଃତର୍ ଇମଃନ୍ ଜାକେ ଗଟେକ୍ ମିଚ୍ ଦସି ବଃଲି କଃଉଁଲାୟ୍ ମୁୟ୍ଁ ସେ ଦଃର୍ମ୍ ହଃର୍କାରେ ଅଃମାର୍ ଦାଦିବାବୁମଃନାର୍ ଇସ୍ୱରାର୍ ହୁଜା କଃରୁଲେ, ଜାୟ୍ ଜାୟ୍ରି ବିଦି ହଃର୍କାରେ ଆର୍ ଜାୟ୍ ଜାୟ୍ରି ବାବ୍ବାଦି ସାସ୍ତରେ ଲେକା ଆଚେ, ସେରି ସଃବୁ ମୁୟ୍ଁ ବିସ୍ୱାସ୍ କଃରୁଲେ । 15ଆରେକ୍ ଦଃର୍ମି ଆର୍ ହାହିମଃନ୍ ଉଟ୍ତି ବଃଲି ଜାୟ୍ରି ଇମଃନ୍ ନିଜେ ଜାଣୁଲାୟ୍, ମୁୟ୍ଁ ହେଁ ଇସ୍ୱର୍ ତଃୟ୍ ସେନ୍କାର୍ ବଃର୍ସା କଃରି ଆଚି ବଃଲି ତର୍ ତଃୟ୍ ମାନୁଲେ । 16ଇତାର୍ ଗିନେ ମୁୟ୍ଁ ହେଁ ସଃବୁ ବଃଳ୍ ଇସ୍ୱର୍ ଆର୍ ମାନାୟ୍ ତଃୟ୍ ନିର୍ଦସି ମଃନେ ରେଉଁକ୍ ଜଃତୁନ୍ କଃରୁଲେ ।
17୨୪:୧୭ ପେରି ୨୧:୧୭-୨୮.“ବୁତେକ୍ ବଃର୍ସ୍ କାଳ୍ ମୁୟ୍ଁ ଜିରୁସାଲମ୍ ହୁଣି ଦୁରିକ୍ ରିଲା ହଃଚେ ମର୍ ନିଜାର୍ ଲକ୍ମଃନାର୍ ଗିନେ ଦାନ୍ ଦେଉଁକ୍ ଆର୍ ହୁଜା କଃରୁକେ ଜିରୁସାଲମେ ଜାୟ୍ରିଲେ । 18ସଃଡେବଃଳ୍ ଇମଃନ୍ ମକ୍ ମନ୍ଦିରେ ସୁଚି ଅୟ୍ରିଲାର୍ ଦଃକ୍ଲାୟ୍ । ମୁୟ୍ଁ କୁୟ୍ ଲକ୍ମଃନାର୍ ତଃୟ୍ କି କୁୟ୍ କୁର୍ଲିଆ ମଃନାର୍ ତଃୟ୍ ମିସି ନଃରିଲେ । 19ମଃତର୍ ଆସିଆର୍ କଃତେକ୍ ଜିଉଦିମଃନ୍ ରିଲାୟ୍ । ଜଦି ସେମଃନାର୍ ମର୍ ବିରଦେ କାୟ୍ କଃତା ରିଲେକ୍ ତଃବେ ତର୍ ଚଃମେ ସେମଃନ୍ ଆସି କାୟ୍ ଦଃସ୍ ରିଲେକ୍ ଜାଣାଉତାର୍ ରିଲି । 20ଆରେକ୍ ମୁୟ୍ଁ ଜଦି ଅଃନ୍ୟାୟ୍ କଃରିଆଚି ବେରାଣେ ଟିଆ ଅୟ୍ ଆଚି ସେରି ଜିଉଦି ଲକ୍ମଃନ୍ କଃଉଅତ୍ । 21୨୪:୨୧ ପେରି ୨୩:୬.ସେ ଗଟେକ୍ କଃତା ଚାଡି ବେରାଣ୍ ମଃଣ୍ଡାୟ୍ ଟିଆ ଅୟ୍ଲା ବଃଳ୍ ମୁୟ୍ଁ ଅଃଟୁଆ ବାବେ କୟ୍ରିଲେ, ମଲାଲକ୍ମଃନ୍ ଉଟ୍ତି ବଃଲି ମୁୟ୍ଁ ବିସ୍ୱାସ୍ କଃରୁଲାକ୍ ଆଜି ତୁମିମଃନାର୍ ତଃୟ୍ ବିଚାର୍ କଃରାୟ୍ ଅଃଉଁଲେ ।”
22ମଃତର୍ ପେଲିକ୍ସ୍ ସେ ବାଟ୍ ବିସୟେ କଃତେକ୍ ଜାଣି ରିଲାକ୍ ବିଚାର୍ ବଃନ୍ଦ୍ କଃରି କଃଉଁକେ “ଗଟେକ୍ ଆଜାର୍ ସଃଇନାର୍ ମୁଳ୍ ସଃଇନ୍ ଲୁସିଆ ଆୟ୍ଲେକ୍ ମୁୟ୍ଁ ତର୍ କଃତା ଚିଡାଇନ୍ଦ୍ ବଃଲି କୟ୍ଲା ।” 23ଆରେକ୍ ସେ ସଃଇନ୍ ଅଃଦିକାରିକ୍ ତାର୍ କାୟ୍ ନିଜାର୍ ଲକ୍ ତାର୍ ଜଃତୁନ୍ କଃରୁକେ ନାୟ୍ ନଃବେଲୁକ୍ ଆର୍ ତାକେ କଃୟ୍ଦି ହର୍ ବଚାଉଁକ୍ ଆର୍ ନିକ କଃରି ଦଃକୁକ୍ କୟ୍ଲା ।
ପେଲିକଃସ୍ ଆର୍ ଦ୍ରୁସିଲା ଚଃମେ ପାଉଲ୍
24କଃତିଦିନ୍ ହଃଚେ ପେଲିକ୍ସ୍ ଦ୍ରୁସିଲା ନାଉଁଆର୍ ଅଃହ୍ଣାର୍ ଜିଉଦି ମାୟ୍ଜି ସଃଙ୍ଗ୍ ଆସି ପାଉଲ୍କେ କୁଦାୟ୍ କ୍ରିସ୍ଟ ଜିସୁର୍ ତଃୟ୍ ବିସ୍ୱାସ୍ କଃତା ତାର୍ ତଃୟ୍ ହୁଣି ସୁଣ୍ଲାୟ୍ । 25ମଃତର୍ ସେ ଦଃର୍ମି ଆର୍ ନିଜ୍କେ ମାପ୍ରୁ ତଃୟ୍ ସଃହ୍ରି ଅୟ୍ କଃରାବ୍ କାମ୍ ଚାଡ୍ତାର୍, ବିସ୍ୱାସେ ତିର୍ ଅୟ୍ରେତାର୍ ଆର୍ ଆସୁଲା ମାପ୍ରୁର୍ ବିଚାର୍ କଃର୍ତାର୍ କଃଉତା ବଃଳ୍ ପେଲିକ୍ସ୍ ଡିରି ଜାୟ୍ କୟ୍ଲା, “ଅଃବେ ତୁୟ୍ ଜାଆ, ସୁବିଦା ଅୟ୍ଲେକ୍ ଆରେକ୍ ତକ୍ କୁଦାୟ୍ନ୍ଦ୍ ।” 26ଆରେକ୍ ହେଁ ପାଉଲ୍ ତାକେ ଟଃକା ଦଃୟ୍ଦ୍ ବଃଲି ପେଲିକ୍ସ୍ ଆସା କଃରି ତର୍କେ ତର୍ ତାକେ କୁଦି ତାର୍ ସଃଙ୍ଗ୍ କଃତା ଅଃଉତି ରିଲା ।
27ମଃତର୍ ଦୁୟ୍ ବଃର୍ସ୍ ହୁର୍ନ୍ ଅୟ୍ଲା ହଃଚେ ପର୍କିୟ ପେସ୍ଟ ପେଲିକ୍ସ୍ ହଃଦେ ବଃସ୍ଲା, ଆର୍ ପେଲିକ୍ସ୍ ଜିଉଦିମଃନାର୍ ମଃନ୍କେ ଜଃଉଁକେ ମଃନ୍କଃରି ପାଉଲ୍କେ କଃୟ୍ଦି କଃରି ଚାଡି ଗଃଲା ।
25କାଇସରାର୍ ଚଃମେ ପାଉଲାର୍ ଗଃଉଆରି
1ସେତାକ୍ ପେସ୍ଟ ଅଃଦିକାରି ହଃଦ୍ ହାୟ୍ ତିନିଦିନ୍ ହଃଚେ କାଇସରିଆ ହୁଣି ଜିରୁସାଲମେ ଗଃଲା । 2ଆର୍ ସେତି ବଃଡ୍ ଜାଜକ୍ମଃନ୍ ଆର୍ ଜିଉଦିମଃନ୍ ତାର୍ ତଃୟ୍ ଆରେକ୍ ପାଉଲ୍ ବିରଦେ ଗଃଉଆରି କଃଲାୟ୍, 3ଆର୍ ସେ ଜଃନ୍କଃରି “ପାଉଲ୍କେ ଜିରୁସାଲମେ କୁଦାୟ୍ ହଃଟାୟ୍ଦ୍, ଇତାର୍ ଗିନେ ତାକେ ଗଃଉଆରି କଃଲାୟ୍; ଆର୍ ସେମଃନ୍ ବାଟେ ମାରୁକ୍ ଜାଗୁକେ ଦଃର୍ଲାୟ୍ । 4ସେତାକ୍ ପେସ୍ଟ କୟ୍ଲା, ପାଉଲ୍ କାଇସରିଆ ତଃୟ୍ କଃୟ୍ଦି ଅୟ୍ଆଚେ, ଆର୍ ମୁୟ୍ଁ ହେଁ ବେଗି ସେତି ଜଃଉଁଲେ । 5ତଃବେ ତୁମିମଃନାର୍ ବିତ୍ରେ ମୁଳିକାମଃନ୍ ମଃର୍ ସଃଙ୍ଗ୍ କାଇସରିଆ ଆସା ସେତି ଜାୟ୍ ପାଉଲାର୍ ବିରଦେ କାୟ୍ ଦଃସ୍ ରିଲେକ୍ ସେତି କଃଉଆ ।”
6ହଃଚେ ପେସ୍ଟ୍ ସେମଃନାର୍ ସଃଙ୍ଗ୍ ଆଟ୍ ଦଃସ୍ ଦିନ୍ ହୁଣି ଅଃଦିକ୍ ନଃରଃୟ୍ କାଇସରିଆକେ ବାଉଳି ଗଃଲା ଆର୍ ଆର୍କ ଦିନ୍ ବେରାଣେ ବଃସି ବିଚାର୍ କଃରୁକେ ପାଉଲ୍କେ ଆଣାୟ୍ଲା । 7ପାଉଲ୍ ଆୟ୍ଲାକ୍ ଜିରୁସାଲମାର୍ ଜିଉଦିମଃନ୍ ଆସି ତାର୍ ଚାରିବେଳ୍ତ୍ ଟିଆ ଅୟ୍ ତାର୍ ବିରଦେ ଅଃଦିକ୍ ଦସ୍ ଲାଦୁକ୍ ଦଃର୍ଲାୟ୍, ମଃତର୍ ସେରି ସଃବୁ ସେମଃନ୍ ସାକି ଦେଉଁକ୍ ନଃହାର୍ଲାୟ୍ । 8ସେତାକ୍ ପାଉଲ୍ ତାର୍ ନିଜାର୍ ସାକି ଦଃୟ୍ କୟ୍ଲା, “ଜିଉଦିମଃନାର୍ ବିଦି ବିରଦେ କି ମନ୍ଦିର୍ ବିରଦେ କି କାଇସରାର୍ ବିରଦେ ମୁୟ୍ଁ କାୟ୍ ଦଃସ୍ ନଃକେରି ।”
9ମଃତର ପେସ୍ଟ ଜିଉଦିମଃନ୍କେ ବଃଲ୍ ବଃଲାୟ୍ ଅଃଉଁକେ ମଃନ୍ କଃରି ପାଉଲ୍କେ ଗଃଉଆରି କଃଲା, “ତୁୟ୍ କାୟ୍ ଜିରୁସାଲମ୍କେ ଜାୟ୍ ସେତି ଅଃମାର୍ ଚଃମେ ବିଚାର୍ କଃରାୟ୍ ଅଃଉଁକେ ମଃନ୍ କଃରୁଲିସ୍ ?”
10ମଃତର୍ ପାଉଲ୍ କୟ୍ଲା, “ମୁୟ୍ଁ କାଇସରାର୍ ବେରାଣ୍ ମେଣ୍ଡା ଚଃମେ ଟିଆ ଅୟ୍ ଆଚି, ସେଟାଣେ ମର୍ ବିଚାର୍ ଅଃଉଅ, ମୁୟ୍ଁ ଜିଉଦିମଃନାର୍ ଗିନେ କାୟ୍ ଅଃନ୍ୟାୟ୍ ନଃକେରି, ତୁୟ୍ ହେଁ ସେରି ନିକ କଃରି ଜାଣି ଆଚ୍ସି । 11ତଃବେ ଜଦି ମୁୟ୍ଁ ଅଃନ୍ୟାୟ୍ କଃରି ରଃୟ୍ନ୍ଦ୍, ଆର୍ ମଃର୍ନ୍ ଡଃଣ୍ଡ୍ ହାଉତା କାମ୍ କଃରି ରଃୟ୍ନ୍ଦ୍, ତଃବେ ମଃର୍ନ୍ ଡଃଣ୍ଡ୍ ହାଉଁକ୍ ନାୟ୍ ନଃବେଲି, ମଃତର୍ ମର୍ ବିରଦେ ଜାୟ୍ରି ସଃବୁ କଃଉଁଲାୟ୍, ଇ ସଃବୁ ବିତ୍ରେ ଜଦି ହଃଦେକ୍ ସଃତ୍ ନାୟ୍, ତଃବେ କେହେଁ ସେମଃନାର୍ ଆତେ ଚାଡୁକ୍ ନାହାରେ, ମୁୟ୍ଁ କାଇସର୍ ମୁଏଁ ବିଚାର୍ କଃରାୟ୍ ଅଃଉଁକେ ଗଃଉଆରି କଃରୁଲେ ।”
12ସେତାକ୍ ପେସ୍ଟ ମଃତ୍ରିମଃନାର୍ ସଃଙ୍ଗ୍ କଃତା ଅୟ୍ କୟ୍ଲା, “ତୁୟ୍ କାଇସର୍ ଚଃମେ ବିଚାର୍ ଅଃଉଁକେ ଗଃଉଆରି କଃରି ଆଚ୍ସି, ତୁୟ୍ କାଇସର୍ ଚଃମେ ଜାସି ।”
ଆଗ୍ରିପା ଆର୍ ବର୍ନିକିର୍ ଚଃମେ ପାଉଲ୍
13କଃତି ଦିନ୍ ଗଃଲା ହଃଚେ ରଃଜା ଆଗ୍ରିପା ଆର୍ ବର୍ନକି କାଇସରିଆକେ ଆସି ପେସ୍ଟକେ ବେଟ୍ ଅୟ୍ଲାୟ୍ । 14ସେମଃନ୍ ବୁତେକ୍ ଦିନ୍ ସେତି ରିଲାକ୍ ରଃଜାର୍ ଚଃମେ ପେସ୍ଟ ପାଉଲାର୍ କଃତା ଜାଣାୟ୍ କୟ୍ଲା, “ପେଲିକ୍ସ୍ ଗଟେକ୍ ଲକ୍କେ କଃୟ୍ଦି କଃରି ଚାଡି ଗଃଲା ଆଚେ । 15ମୁୟ୍ଁ ଜିରୁସାଲମେ ରିଲା ବଃଳ୍ ଜିଉଦିମଃନାର୍ ବଃଡ୍ ଜାଜକ୍ ଆର୍ ପାରାଚିନ୍ମଃନ୍ ମର୍ ତଃୟ୍ କୟ୍ କଃରି ତାର୍ ବିରଦେ ଡଃଣ୍ଡ୍ ଦେଉଁକ୍ ଗଃଉଆରି କଃର୍ତି ରିଲାୟ୍ । 16ମୁକାମୁକି ସେମଃନ୍କେ କୟ୍ଲେ, ତୁମି ଆର୍ ପାଉଲ୍ ମୁଁଆମୁୟ୍ଁ ନଃଉତା ହଃତେକ୍ ଆର୍ ଜୁୟ୍ ଲକ୍ ଜାକେ ଦଃସ୍ ଲାଦେଦ୍ ସେଲକ୍ ତାର୍ ନିଜାର୍ ସାକି ଦେଉଁକ୍ ସୁବିଦା ନଃହାଉତା ହଃତେକ୍ ତାକେ ଦସି କଃର୍ତା ଅଃମାର୍ ରମିୟମଃନାର୍ ବିଦି ନାୟ୍ । 17ଇତାକ୍ ସେମଃନ୍ ମର୍ ସଃଙ୍ଗ୍ ଇଟାଣେ ଆୟ୍ଲାକ୍ ମୁୟ୍ଁ ବେଳ୍ ନଃକେରି ସଃଙ୍ଗେ ସଃଙ୍ଗେ ଆର୍କ ଦିନ୍ ବେରାଣେ ବଃସି ସେ ଲକ୍କେ ଆଣୁକେ କୟ୍ଲେ । 18ଦଃସ୍ ଦଃରୁମଃନ୍ ଟିଆ ଅୟ୍ ମୁୟ୍ଁ ଜଃନ୍କାର୍ ଦଃସାର୍ କଃତା ଜାଗ୍ତି ରିଲେ, ସେନ୍କାର୍ କାୟ୍ ଦଃସ୍ ତାର୍ ଗିନେ ନାଣ୍ଲାୟ୍ । 19ମଃତର୍ ସେମଃନାର୍ ତାକାର୍ ଦଃର୍ମ୍ ଆରେକ୍ ଜିରୁସାଲମେ ଜିସୁ ନାଉଁଆର୍ ଗଟେକ୍ ମଃଲା ଲକ୍ ଜାକେ ପାଉଲ୍ ଜିବନ୍ ଆଚେ ବଃଲି କଃଉତି ରିଲା ସେ ସଃବୁ କଃତା ତାର୍ ବିରଦେ ସେମଃନାର୍ ବିତ୍ରେ କଃତା ଦଃରାଦଃରି ଅୟ୍ଲାୟ୍ । 20ଇସଃବୁ କଃତା ଆରେକ୍ ନିକ କଃରି ଜାଣୁକେ କାୟ୍କଃରୁକ୍ ଅୟ୍ଦ୍ ତିର୍ କଃରୁ ନଃହାର୍ଲେ, ଆର୍ ପାଉଲ୍ ଜିରୁସାଲମ୍ ଜାୟ୍ ଇ କଃତାକ୍ ବିଚାର୍ କଃରାୟ୍ ଅଃଉଁକେ ଇଚା କି ନାୟ୍ ବଃଲି ହଃଚାର୍ଲେ । 21ମଃତର୍ ପାଉଲ୍ କାଇସର୍ ଚଃମେ ବିଚାର୍ ହାଉଁକେ ଗଃଉଆରି କଃଲା, ତଃବେ ମୁୟ୍ଁ କାଇସର୍ ହାକ୍ ନଃହେଟାଉତା ହଃତେକ୍ ବାନ୍ଦି ରେଉଁକ୍ କୟ୍ଲେ ।”
22ସେତାକ୍ ଆଗ୍ରିପା ପେସ୍ଟକେ କୟ୍ଲା, “ମୁୟ୍ଁ ନିଜେ ସେଲକାର୍ କଃତା ସୁଣୁକ୍ ମଃନ୍ କଃରୁଲେ ।”
“ସେ କୟ୍ଲା କାଲି ତୁୟ୍ ତାର୍ କଃତା ସୁଣ୍ସି ।”
23ତଃବେ ଆର୍କ ଦିନ୍ ଆଗ୍ରିପା ଆର୍ ବର୍ନକି ବଃଡେ ଦଃଳ୍ବଃଳ୍ ସଃଙ୍ଗ୍ ଆସି ବଃଡ୍ ବଃଡ୍ ହାଁଚ୍ କଳି ସଃଇନ୍ ମଃନାର୍ ଉହ୍ରେ ବଃଡ୍ସଃଇନ୍ ଆର୍ ଗଃଳାର୍ ମୁଳିକା ସଃଙ୍ଗ୍ ବିଚାର୍ କଃରୁକେ ବଃଙ୍ଗ୍ଲାୟ୍ ହୁରି ବଃସ୍ଲାକେ, ପେସ୍ଟର୍ କଃତା ହଃର୍କାରେ ପାଉଲ୍କେ ଆଣା ଅୟ୍ଲି । 24ସେତାକ୍ ପେସ୍ଟ କୟ୍ଲା, “ଏ ମଃହାରଃଜା ଆଗ୍ରିପା ଆର୍ ଅଃମାର୍ ସଃଙ୍ଗ୍ ଇଟାଣେ ରେତା ବଃଡ୍ ମାନାୟ୍ମଃନ୍ ତୁମିମଃନ୍ ଇ ଲକ୍କେ ଦଃକୁଲାସ୍, ଆର୍ ବିରଦେ ଜିରୁସାଲମେ ଆର୍ ଇଟାଣେ ହେଁ ଜିଉଦି ଲକ୍ମଃନ୍ ଅଃମାର୍ ତଃୟ୍ ଗଃଉଆରି କଃରି ଆଚ୍ତି ତାର୍ ଆର୍ ଜିବନ୍ ରେତାର୍ ଜୟ୍ଗ୍ ନାୟ୍ ବଃଲି ସଃବୁଲକ୍ ଉରାଟୁ କଃଲାୟ୍ । 25ମଃତର୍ ଇ ଲକ୍ ମଃର୍ନ୍ ଦଃଣ୍ଡାର୍ କାୟ୍ କାମ୍ ନଃକେରେ ବଃଲି ମୁୟ୍ଁ ବୁଜ୍ଲେ, ଆର୍ ହଃଚେ ନିଜେ ଚଃକର୍ବତିର୍ ଚଃମେ ବିଚାର୍ କଃରା ଅଃଉଁକେ ଗଃଉଆରି କଃଲାକ୍ ମୁୟ୍ଁ ତାକେ ସେତି ହଃଟାଉଁକ୍ ତିର୍ କଃଲେ । 26ମଃତର୍ ମାପ୍ରୁ ହାକ୍ ଲେକୁକ୍ ମର୍ କାୟ୍ କଃତା ନାୟ୍, ଇତାର୍ ଗିନେ ବିଚାର୍ କଃରି ମୁୟ୍ଁ ଜଃନ୍କଃରି କାୟ୍ରି ଲେକୁକ୍ ହାଉଁ ହାରି ଇତାକ୍ ତାକେ ଏ ରଃଜା ଆଗ୍ରିପା ତର୍ ତଃୟ୍ ଆଣି ଆଚି । 27କାୟ୍ତାକ୍ ବଃଲେକ୍ କଃୟ୍ଦିକେ ହଃଟାଉତା ବଃଳ୍ ତାର୍ ବିରଦେ ରିଲା ଦଃସ୍ ମଃନ୍ ନଃଦେକାୟ୍ଲେକ୍ ନିକ ନାୟ୍ ବଃଲି ମୁୟ୍ଁ ଜାଣୁଲେ ।”
26ଆଗ୍ରିପା ଚଃମେ ପାଉଲ୍ ନିଜାର୍ ବିସୟେ କୟ୍ଲା
1ସେତାକ୍ ଆଗ୍ରିପା ପାଉଲ୍କେ କୟ୍ଲା, “ତକ୍ ନିଜାର୍ ବିସୟେ କଃଉଁକେ ସୁବିଦା ଦିଆ ଅୟ୍ଲି, ସଃଡେବଃଳ୍ ପାଉଲ୍ ଆତ୍ ସାଗ୍ୟାକଃରି ସେ ନିଜାର୍ କଃତା କଃଉଁକେ ଦଃର୍ଲା ।”
2“ଏ ମଃହାରଃଜା ଆଗ୍ରିପା ଜିଉଦିମଃନ୍ ମର୍ ବିରଦେ ଜୁୟ୍ ସଃବୁ ମିଚ୍ ଦସ୍ମଃନ୍ କଃଉଁଲାୟ୍, ସେତାକ୍ ମୁୟ୍ଁ ଜେ ତର୍ ତଃୟ୍ ମର୍ ନିଜାର୍ ସାକି ଦେଉଁକ୍ ସୁବିଦା ହାୟ୍ ଆଚି ଇତାର୍ ଗିନେ ମୁୟ୍ଁ ନିଜ୍କେ ବାୟ୍ଗ୍ ମଃନେକଃରୁଲେ, 3କାୟ୍ତାକ୍ବଃଲେକ୍ ତୁୟ୍ ଜିଉଦିମଃନାର୍ ସଃବୁ ରିତିବିଦି ଆର୍ କଃତା ସଃବୁ ନିକକଃରି ଜାଣ୍ସି, ଇତାକ୍ ମଃନ୍ ଦଃୟ୍ ମର୍ କଃତା ସୁଣୁକ୍ ତକେ ଗଃଉଆରି କଃରୁଲେ ।”
4“ହିଲାବଃଳ୍ ହୁଣି ନିଜାର୍ ଲକ୍ମଃନାର୍ ତଃୟ୍ ଆର୍ ଜିରୁସାଲମେ ମର୍ ଜିବନ୍ କାଟ୍ତାର୍ ଜିଉଦିମଃନ୍ ସଃବୁ ଜାଣିଆଚ୍ତି । 5୨୬:୫ ପେରି ୨୩:୬; ପିଲିପି ୩:୫.ସେମଃନ୍ ହଃର୍ତୁ ହୁଣି ମକ୍ ଜାଣି ଆଚ୍ତି, ଜଦି ମଃନ୍କଃର୍ତି ତଃବେ ସାକି ଦେଉଁକେ ହାର୍ତି ଜେ ମୁୟ୍ଁ ଅଃମାର୍ ଦଃର୍ମାର୍ ସଃବ୍କେ ଜିଣ୍ତେ କଃସ୍ଟ୍ ମାନିକଃରି ସେ ହଃର୍କାରେ ମୁୟ୍ଁ ପାରୁସି ଅୟ୍ ଜିବନ୍ କାଟ୍ଲେ । 6ଅଃମିମଃନାର୍ ଦାଦିବାବୁମଃନାର୍ ଟାଣେ ଇସ୍ୱର୍ ଜୁୟ୍ ସଃୟ୍ତ୍ କଃରିରିଲା ସେ ସଃୟ୍ତାର୍ ସଃତ୍କଃରି ମୁୟ୍ଁ ବିଚାର୍ ହାଉଁକେ ମୁୟ୍ଁ ଟିଆ ଅୟ୍ ଆଚି । 7ଅଃମାର୍ ବାର ଗସ୍ଟି ସଃୟ୍ତାର୍ ହଃଳ୍ ହାଉଁକେ ଆସା ବଃର୍ସା କଃରି ଦିନ୍ ରାତି ଏକ୍ମଃନେ ଇସ୍ୱରାର୍ ହୁଜା କଃରୁଲାୟ୍, ଏ ମଃହାରଃଜା ସେ ସଃୟ୍ତାର୍ ଗିନେ ମୁୟ୍ଁ ଜିଉଦିମଃନାର୍ ତଃୟ୍ ବିଚାର୍ କଃରାୟ୍ ଅଃଉଁଲେ । 8ଇସ୍ୱର୍ ଜେ ମଃଲା ଲକ୍କେ ଉଟାୟ୍ଦ୍ ଇରି କାୟ୍ତାକ୍ ତୁମାର୍ ବିଚାରେ ମିଚ୍ ବଃଲି ମଃନେ ବାବୁଲାସ୍ ?”
9୨୬:୯ ପେରି ୮:୩; ୨୨:୪,୫.“ନାଜରିତାର୍ ଜିସୁର୍ ନାଉଁଏ ମର୍ ଗାଦେକ୍ କାମ୍ ତାର୍ ନାଉଁ ବିରଦେ କଃରୁକେ ଆଚେ, ଇରି ମୁୟ୍ଁ ନିଜେ ମଃନେ ବାବ୍ତିରିଲେ । 10ଆର୍ ଜିରୁସାଲମେ ମୁୟ୍ଁ ଇତି ହେଁ କୟ୍ରିଲେ ବଃଡ୍ ଜାଜକ୍ମଃନାର୍ ତଃୟ୍ ହୁଣି ଅଃଦିକାର୍ ହାୟ୍ ଇସ୍ୱରାର୍ ବିସ୍ୱାସିମଃନ୍କେ ଜଃଇଲେ ହୁରାୟ୍ ରିଲେ ଆର୍ ସେମଃନାର୍ ମଃର୍ନ୍ ଦଃଣ୍ଡ୍ ବଃଳ୍ ମୁୟ୍ଁ ସେମଃନାର୍ ଡଃଣ୍ଡ୍ ହାଉତା ଲକାର୍ ବିରଦେ ମର୍ ରାଜି ରିଲି । 11ଆର୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ତର୍କେ ତର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ ସେମଃନ୍କେ ଜିସୁର୍ ଲିନ୍ଦା କଃରି ତାକେ ଚାଡୁକ୍ ବଃଳ୍ମାଡ୍ କଃର୍ତିରିଲେ ଆରେକ୍ ସେମଃନାର୍ ବିରଦେ ରିସା ଅୟ୍ ବିନ୍ ଦେସାର୍ ଗଃଳ୍ମଃନ୍କେ ହେଁ ଜାୟ୍ ସେମଃନ୍କେ କଃସ୍ଟ୍ ଦେତିରିଲେ ।”
ପାଉଲ୍ ନିଜାର୍ ବାଦୁଲ୍ଲା କଃତା କୟ୍ଲା
12“ଇ କାମ୍ କଃରୁକେ ବଃଡ୍ ଜାଜକ୍ମଃନାର୍ ତଃୟ୍ହୁଣି ଅଃଦିକାର୍ ଲେକା ଦଃରି ଦମେସକ୍ ଜାତା ବଃଳ୍, 13ଏ ମଃହାରଃଜା, ମଃୟ୍ଦାନ୍ ବଃଳ୍ ବାଟେ ଅଃଗାସେ ହୁଣି ବେଳ୍ ତଃୟ୍ହୁଣି ବଃଳେ ଉଜାଳ୍ ମର୍ ସଃଙ୍ଗେ ରିଲା ଲକ୍ମଃନାର୍ ଚାରି ବେଳ୍ତ୍ ଉଜାଳ୍ ଅଃଉତାର୍ ଦଃକ୍ଲେ । 14ଅଃମିମଃନ୍ ସଃବୁ ବୁୟେଁ ଅଦୁର୍ଲାକ୍ ମୁୟ୍ଁ ଏବ୍ରି ବାସାୟ୍ ମର୍ ଗିନେ ଇ କଃତା କଃଉଆ ଅୟ୍ଲି, ସାଉଲ୍, କାୟ୍ତାକ୍ ମକ୍ କଃସ୍ଟ୍ ଦେଉଁଲିସ୍ ତିତିର୍ ହିଲେ ବଃୟ୍ଲ୍ ଲାତ୍ ମାର୍ଲେକ୍ ବଃୟ୍ଲ୍କେ ଜଃନ୍କଃରି କଃସ୍ଟ୍ ଅୟ୍ଦ୍, ତକ୍ ହେଁ ସେନ୍ କଃସ୍ଟ୍ ଅୟ୍ଦ୍ । 15ସେତାକ୍ ମୁୟ୍ ହଃଚାର୍ଲେ, ‘ମାପ୍ରୁ ତୁୟ୍ କେ ?’ ସେତାକ୍ ମାପ୍ରୁ କୟ୍ଲା, ‘ଜୁୟ୍ ଜିସୁକେ ତୁୟ୍ କଃସ୍ଟ୍ ଦେଉଁଲିସ୍ ମୁୟ୍ଁ ସେ,’ 16୨୬:୧୬ କଃତିଗଟ୍ ଲେକାୟ୍ ମର୍ବଃଲି ନାୟ୍ ।ମଃତର୍ ଉଟ୍ କୁତ୍ମାଡି ଟିଆ ଅଃଉ, କାୟ୍ତାକ୍ବଃଲେକ୍ ମୁୟ୍ଁ ତକ୍ ମର୍ କାମ୍ କଃରୁକେ ଆର୍ ତୁୟ୍ ମର୍ ଜାୟ୍ଜାୟ୍ରି ଦଃକି ଆଚ୍ସି ଆରେକ୍ ଦଃକ୍ସି, ସେସଃବୁ କଃତାର୍ ବିନ୍ ଲକ୍ମଃନ୍କେ କଃଉଁକେ ତକ୍ ଦଃକାୟ୍ ଅୟ୍ ଆଚି । 17ଦିଉଦି ଆର୍ ଅଜିଉଦି ଲକ୍ମଃନ୍ ଚଃମେ ମୁୟ୍ ତକେ ହଃଟାୟ୍ନ୍ଦ୍ । ସେମଃନାର୍ ତଃୟ୍ ହୁଣି ମୁୟ୍ଁ ତକେ ବାଚାୟ୍ନ୍ଦ । 18ତୁୟ୍ ସେମଃନାର୍ ଆକି ଦଃକାଉଁକେ ଅୟ୍ଦ୍ ଆର୍ ସେମଃନ୍କେ ଅଃନ୍ଦାରେ ହୁଣି ଉଜାଳେ ଆର୍ ସୟ୍ତାନ୍ ଅଃଦିକାରେ ହୁଣି ମାପ୍ରୁ ହାକ୍ ବାଉଳାୟ୍ ଆଣୁକେ ଅୟ୍ଦ୍ ଆର୍ ଜଃନ୍କଃରି ମର୍ ତଃୟ୍ ବିସ୍ୱାସାର୍ ଗିନେ ସେମଃନାର୍ ହାହ୍ କେମା ଅୟ୍ଦ୍ ଆର୍ ମାପ୍ରୁର୍ ବାଚ୍ଲା ଲକ୍ ମଃନାର୍ ତଃୟ୍ ସେମଃନ୍ ଟାଣ୍ ହାଉତି ।”
ପାଉଲ୍ ନିଜାର୍ କାମ୍ ବିସୟେ କୟ୍ଲା
19“ଏ ମଃହାରଃଜା ଆଗ୍ରିପା ମୁୟ୍ଁ ସେ ସଃର୍ଗାର୍ ଜାୟ୍ରି ଦଃର୍ସନ୍ ଦଃକି ଆଚି ତାର୍ ଅମାନ୍ୟାର୍ ନୟ୍ଲେ । 20୨୬:୨୦ ପେରି ୯:୨୦,୨୮,୨୯.ମଃତର୍ ହଃର୍ତୁ ଦମେସକ୍ ଆର୍ ଜିରୁସାଲମାର୍ ଲକ୍ମଃନାର୍ ତଃୟ୍, ହଃଚେ ଜିଉଦା ରାଜି ଆର୍ ସଃବୁ ହଲି ତଃୟ୍, ଆରେକ୍ ଅଜିଉଦି ଲକ୍ମଃନାର୍ ତଃୟ୍ ହେଁ ପର୍ଚାର୍ କଃରୁକେ ଦଃର୍ଲେ, ଜଃନ୍କଃରି ସେମଃନ୍ ହାହେ ହୁଣି ମଃନ୍ ବାଦ୍ଲାୟ୍ କଃରି ଇସ୍ୱର୍ ହାକ୍ ବାଉଳି ଆସ୍ତି ଆର୍ ମଃନ୍ ବାଦୁଲାୟ୍ ଆଚୁ ବଃଲି ତାକାର୍ କାମେ ଦଃକାଉତି । 21ଇତାର୍ ଗିନେ ଜିଉଦିମଃନ୍ ମନ୍ଦିର୍ ବିତ୍ରେ ମକ୍ ଦଃରି ମଃର୍ନେ ମାରୁକ୍ ଉପାୟ୍ କଃର୍ତି ରିଲାୟ୍ । 22ତଃବେ ଇସ୍ୱର୍ ତଃୟ୍ ଉହ୍କାର୍ ହାୟ୍ ମୁୟ୍ଁ ଆଜି ହଃତେକ୍ ସାନ୍ ବଃଡ୍ ସଃବ୍କାର୍ ତଃୟ୍ ସାକି ଦଃୟ୍ ଆସୁଲେ ଆରେକ୍ ବାବ୍ବାଦିମଃନ୍ ଆର୍ ମସା ଜାୟ୍ ଜାୟ୍ରି ଗଃଟେଦ୍ ବଃଲି କୟ୍ରିଲାୟ୍ ସେରି ମୁୟ୍ଁ କଃଉଁଲେ । 23୨୬:୨୩ ୧ କର ୧୫:୨୦.ବଃଲେକ୍ କ୍ରିସ୍ଟ ବାୟ୍ଦ୍ରେ ଦୁକ୍ ବୟଃଗ୍ କଃରି ଆରେକ୍ ମଃଲା ଲକ୍ ତଃୟ୍ହୁଣି ହଃର୍ତୁ ଉଟ୍ଲା ହଃଚେ ଜିଉଦି ଆର୍ ଅଜିଉଦି ଲକ୍ମଃନାର୍ ତଃୟ୍ ମୁକ୍ତିର୍ ଉଜାଳ୍ ଦଃକାୟ୍ଦ୍ ।”
24ଅଃନ୍କଃରି ସେ ନିଜାର୍ କଃତା ସୁଣାଉତା ବଃଳ୍ ପେସ୍ଟ ବଃଡ୍ ଟଣ୍ଡ୍ କଃରି କୟ୍ଲା, ପାଉଲ୍ ତୁୟ୍ ବଃୟାଅୟ୍ଲିସ୍ ଜଃବର୍ ଗିଆନ୍ ତକ୍ ବଃୟା କଃରି ଆଚେ ।
25ମଃତର୍ ପାଉଲ୍ କୟ୍ଲା, ଏ ମଃହାରଃଜା ପେସ୍ଟ୍ ମୁୟ୍ଁ ବଃୟା ନାୟ୍, ସଃତ୍ ଆର୍ ତିର୍ ବୁଦିର୍ କଃତା କଃଉଁଲେ । 26ରଃଜା ତୁୟ୍ ତ ଇ ସଃବୁ କଃତା ଜାଣି ଆଚ୍ସି, ଆର୍ ତର୍ ଚଃମେ ହେଁ ସାସେ କଃତା କଃଉଁଲେ, କାୟ୍ତାକ୍ବଃଲେକ୍ ଇ ସଃବୁ କଃତାର୍ କାୟ୍ କଃତା ତର୍ ନଃଜାଣ୍ଲାର୍ ନୟ୍ ବଃଲି ମର୍ ବିସ୍ୱାସ୍; ଇରି ତ ଲୁକ୍ଣେ କଃଲାର୍ ନୟ୍ । 27ଏ ମଃହାରଃଜା, ଆଗ୍ରିପା, ତୁୟ୍ କାୟ୍ ବାବ୍ବାଦି ମଃନ୍କେ ବିସ୍ୱାସ୍ କଃରୁଲିସ୍ ? ତୁୟ୍ ବିସ୍ୱାସ୍ କଃରୁଲିସ୍ ବଃଲି ମୁୟ୍ଁ ଜାଣି ।
28ସେତାକ୍ ଆଗ୍ରିପା ପାଉଲ୍କେ କୟ୍ଲା, “କଃଡେକ୍ ବେଗି ତୁୟ୍ ମକ୍ କ୍ରିସ୍ଟାନ୍ କଃରିନ୍ଦ୍ ବଃଲି ବାବୁଲିସ୍ କି ?”
29ପାଉଲ୍ ଉତୁର୍ ଦିଲା “ଅଃଳକ୍ ବେଳା ଅଃଉଅ କି ବୁତେକ୍ ବେଳା ଅଃଉଅ” ତୁୟ୍ ହଃକା ନାୟ୍, ମଃତର୍ ଜଃତେକ୍ ଲକ୍ ଆଜି ଇସ୍ୱର୍ ତଃୟ୍ “ମର୍ ପାର୍ତ୍ନା ସୁଣୁଲାୟ୍, ଜଃନ୍କଃରି ସେମଃନ୍ ସଃବୁ ହେଁ ମର୍ ହର୍ ଅଃଉଅତ୍, ମଃତର୍ ସେମଃନ୍କେ ଇ ବାନ୍ଦୁଣ୍ ନଃହେଳ, ଇରି ମୁୟ୍ଁ ଇସ୍ୱର୍ ତଃୟ୍ ପାର୍ତ୍ନା କଃରୁଲେ ।”
30ସେତାକ୍ ରଃଜା ଆର୍ ତାର୍ ତଃଳାର୍ ଅଃଦିକାରି ବର୍ନକି ଆର୍ ସେମଃନାର୍ ସଃଙ୍ଗେ ରିଲା ଲକ୍ମଃନ୍ ଉଟ୍ଲାୟ୍ । 31ଆର୍ ଜାତା ବଃଳ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “ଇ ଲକ୍ ମଃର୍ନ୍ ଡଃଣ୍ଡ୍ କି ସିକ୍ଳି ତଃୟ୍ ବାନ୍ଦାୟ୍ ଅଃଉତା କାୟ୍ କାମ୍ ନଃକେରେ ।” 32ଆର୍ ଆଗ୍ରିପା ପେସ୍ଟକେ କୟ୍ଲା, ଇ ଲକ୍ ଜଦି କାଇସର୍ ତଃୟ୍ ବିଚାର୍ କଃରାୟ୍ ଅଃଉଁକେ ଗଃଉଆରି କଃରି ନଃରିଲେକ୍ ତଃବେ ଚାଡି ଦିଆ ଅୟ୍ଲି ହୁଣି ।
27ପାଉଲ୍ ରମ୍ ଗଃଳେ ଗଃଲା
1ଜଃଡେବଃଳ୍ ଅଃମିମଃନାର୍ ଜାଜେ ଚଃଗି ଇତାଲିଆକେ ଜଃଉଁକେ ତିର୍ ଅୟ୍ରିଲି, ସଃଡେବଃଳ୍ ପାଉଲ୍ ଆର୍ କଃତେକ୍ କଃୟ୍ଦି ରଃଜାର୍ ସଃୟ୍ନ୍ ଦଃଳାର୍ ଜୁଲିଅ ନାଉଁଆର୍ ଗଟେକ୍ ହାଁଞ୍ଚ୍କଳି ସଃଇନାର୍ ମୁଳିକାର୍ ଆତେ ସଃହ୍ରି ଅୟ୍ଲାୟ୍ । 2ସେତାକ୍ ଆସିଆ କଃଣ୍ଡାୟ୍ ବିନ୍ ବିନ୍ ଟାଣେ ଜଃଉଁକେ ରିଲା ଗଟେକ୍ ଆଦ୍ରାମୁତିଅ ଡଙ୍ଗାୟ୍ ଅଃମିମଃନ୍ ଚଃଗି ଗଃଲୁ; ଆର୍ ମାକିଦନିଆର୍ ଆରିସ୍ତାର୍କ୍ ନାଉଁଆର୍ ଗଟେକ୍ ତେସଲନିକିର୍ ଲକ୍ ଅଃମାର୍ ସଃଙ୍ଗ୍ ରିଲା । 3ଆର୍କ ଦିନ୍ ଅଃମିମଃନ୍ ସିଦନ୍ ତଃୟ୍ ହଚ୍ଲୁ, ଆର୍ ଜୁଲିଅ ପାଉଲ୍କେ ଦଃୟା କଃର୍ତି ରିଲା ଆର୍ ତାର୍ ଲକ୍ମଃନାର୍ ତଃୟ୍ ଜାୟ୍ ଉହ୍କାର୍ ହାଉଁକେ ଚାଡିଦିଲା । 4ଅଃମିମଃନ୍ ସେଟାଣେ ହୁଣି ଜଃବର୍ ବାଉର୍ ଗିନେ ସାଇପ୍ରସ୍ କଃଣ୍ଡିକଃଣ୍ଡି ଗଃଲୁ । 5କିଲିକିଆ ଆର୍ ପପୁଲିଆ ଚଃମାର୍ ସଃମ୍ନ୍ଦ୍ ଲିଙ୍ଗି ଲୁକିଆର୍ ମୁରାକ୍ ଆୟ୍ଲୁ । 6ସେତାକ୍ ସଏ ସଃୟ୍ନାର୍ ଅଃଦିକାରି ଇତାଲିଆକେ ଜାୟ୍ରିଲା ଆଲେକ୍ଜେଣ୍ଡ୍ରିଆ ଡଙ୍ଗା ହାୟ୍ଲୁ ସେତି ଚଃଗି ଜୁଲିଆ ହାକ୍ ଗଃଲୁ ।
7ହଃଚେ ବୁତେକ୍ ଦିନ୍ ହଃତେକ୍ ଦିରେ ଦିରେ ଜାୟ୍ କଃସ୍ଟେ କିନ୍ଦର୍ ଚଃମେ ହଚ୍ଲୁ ଆର୍ ବାଉ ଅଃମିକ୍ ଆଗ୍ତୁ ଜଃଉଁକେ ନଃଦିଲାକ୍ ସାଲନି ବାଟ୍ ଅୟ୍ କ୍ରିତିର୍ କଣ୍ଡି କଣ୍ଡି ଗଃଲୁ । 8ଆରେକ୍ କଃସ୍ଟେ କଣ୍ଡି କଣ୍ଡି ଜାୟ୍ ସୁନ୍ଦୁର୍ ସାଗର୍ ନାଉଁଆର୍ ଜଃଗାୟ୍ ଜାଜ୍ମଃନ୍ ଟିଆଅୟ୍ ରେତାଟାଣେ ଆୟ୍ଲୁ, ସେରି ଲାସା ଚଃମେ ରିଲି ।
9୨୭:୯ ହାହାର୍ ଗିନେ ହୁଜା ଦେତା ଦିନ୍, ଆସାଳ୍ ମାସାର ସଃରା ସଃରି ବଃଳ୍ ନୟ୍ଲେକ୍ ଦଃସ୍ରା ମାସାର୍ ଆରୁମେ ଇରି କଃରା ଜାୟ୍ଦ୍, ସଃଡେବଃଳ କଃରାବ୍ ହାଗ୍ ଦଃକା ଗଃଲେକ୍ ବିବ୍ତି ହଃଳ୍ତା ଚିନ୍ ବଃଲ୍ତି ।ଅଃନ୍କାର୍ ବୁତେକ୍ ଦିନ୍ ଅୟ୍ଲି ଆରେକ୍ ସଃମ୍ନ୍ଦେ ବେସି ହାବଳ୍ ଅୟ୍ଲି, କାୟ୍ତାକ୍ ବଃଲେକ୍ ସଃଡେବଃଳ୍ ଉହାସ୍ ହଃର୍ବ୍ ସଃରି ରିଲି । ଇତାକ୍ ପାଉଲ୍ ସେମଃନ୍କେ ଜଃଗ୍ରତ୍ କଃରି କୟ୍ଲା, 10“ବାୟ୍ବାବୁମଃନ୍, ଇ ଜାଜେ ଗଃଲେକ୍ ଡଙ୍ଗାର୍ ଆସ୍ତିମଃନ୍ ନଃସ୍ଟ୍ ଅୟ୍ଦ୍, ସେରି ହଃକା ନାୟ୍, ମଃତର୍ ଅଃମାର୍ ଜିବନ୍ ନଃସ୍ଟ୍ ଅୟ୍ଦ୍ ବଃଲି ମୁୟ୍ଁ ଜାଣୁଲେ ।” 11ମଃତର୍ ସଃଇନାର୍ ଅଃଦିକାରି ଜୁଲିଆ ପାଉଲାର୍ କଃତାକ୍ ସଃତ୍ନଃକେରି, ଜାଜ୍ ଡାୟ୍ବର୍ ଆର୍ ଜାଜାର୍ ଅଃଦିକାରିର୍ କଃତାୟ୍ ଅଃଦିକ୍ ସଃତ୍କଃଲା । 12୨୭:୧୨ ଉତୁର୍ ପଚିମ୍ ଆର୍ ଦକିଣ୍ ପଚିମ୍, ଆର୍ ଦକିଣ୍ ପୁର୍ବ୍ ଆର୍ ଉତୁର୍ ହୁର୍ବ୍ । ଆର୍ ସେ ଜାଜ୍ମଃନ୍ ରେତାଟାଣେ, ସିତ୍ ବଃଳ୍ ରେଉଁକ୍ ସୁବିଦା ନଃରିଲାକ୍, ସେତାକ୍ କଃନ୍କଃରି ହେଁ ପଇନିକ୍ ତଃୟ୍ ଜାୟ୍ ସେତି ସିତ୍ ଦିନ୍ ରେଉଁକ୍ ଜାଜ୍ ଚାଲାଉଁକ୍ ବୁତେକ୍ ଲକ୍ କୟ୍ଲାୟ୍ । ସେ ପଇନିକ୍ କ୍ରିତିର୍ ଗଟେକ୍ ଜାଜ୍ମଃନ୍ ରେତାଟାଣ୍, ସେରି ଡେବ୍ରି ଉଦ୍ୟାନ୍ ଆର୍ କାତାବାଟ୍ୟାର୍ ଉଦ୍ୟାନ୍ ବାଟ୍ ଆଚେ ।
ସଃମ୍ନ୍ଦେ ବାଉହାଣି
13ହଃଚେ କାତା ବାଟାର୍ ବାଉ ଦିରେ ଦିରେ ଆୟ୍ଲାକ୍, ସେମଃନ୍ ସୁବ୍ ଅଃଉଁଲି ବଃଲି ମଃନେକଃରି ହାଣି ଜାଜ୍କେ ତେବାଉତା ଲଃଉଆର୍ଆକଳି ଟେକିକଃରି କ୍ରିତିର୍ କଃଣ୍ଡିକଃଣ୍ଡି ଜଃଉଁକେ ଦଃର୍ଲାୟ୍ । 14ମଃତର୍ ସେଦାହ୍ରେ ଜାକେ ଇଉରକ୍ୱିଲ୍ ବଃଲି କଃଉତି, ସେ “ଉତୁର୍ ହୁର୍ବ୍” ମୁର୍କେ ବାଉହାଣି ଆସି ଜାଜ୍ଜେ ଡୁକ୍ଲି । 15ଆରେକ୍ ଜାଜ୍ ବାଉର୍ ହାକ୍ ମୁଁ କଃରୁକେ ନଃହାର୍ଲାକ୍ ଅଃମିମଃନ୍ ଡଙ୍ଗାକ୍ ତାର୍ମଃନେ ହାଣାୟ୍ ହଃଉଁରୁକ୍ ଚାଡି ଦିଲୁ । 16ଆରେକ୍ କ୍ଲାଉଦା ନାଉଁଆର୍ ଟାପୁ ଟାଣାର୍ କଃଣ୍ଡାୟ୍ କଃସ୍ଟେ ଜାଜାର୍ ଡଙ୍ଗା ଗଟେକ୍ ଦଃରି ବଚ୍ଲୁ । 17ଆର୍ ଜାଜାର୍ ଡାୟ୍ବର୍ମଃନ୍ ତାକେ ଉହ୍ରେ ଉଟାୟ୍ ବାନ୍ଦ୍ଲାୟ୍ ଆରେକ୍ କଃଡେବଃଳ୍ ସେମଃନ୍ ଲିବିଆର୍ ସୁର୍ତି ନାଉଁଆର୍ ହାଣି ବିତ୍ରାର୍ ବାଲି ଗାଦାୟ୍ ଜାଜ୍ ଡୁକେଦ୍ ବଃଲି ଡିରି କଃରି ଡଙ୍ଗାୟ୍ ବାନ୍ଦ୍ତା ପାଲ୍ ଇଟାୟ୍ ଜାଜ୍ ବାଉ ସଃଙ୍ଗ୍ ହାଣାୟ୍ ହଃଉଁରୁକ୍ ଚାଡି ଦିଲାୟ୍ । 18ମୁର୍କେ ବାଉ ଗିନେ ବଃଡେ ହାବଳ୍ ଅୟ୍ଲାକ୍ ଆର୍କ ଦିନ୍ ଜାଜାର୍ ଡାୟ୍ବର୍ମଃନ୍ ଆସ୍ତିବାଡିମଃନ୍ ସଃମଃନ୍ଦ୍ ବିତ୍ରେ ହଃକାୟ୍ଲାୟ୍ । 19ଆରେକ୍ ତାର୍ ଆର୍କ ଦିନ୍ ଡାୟ୍ବର୍ମଃନ୍ ଡଙ୍ଗା ମଃରାମତ୍ କଃର୍ତା ଜଃତର୍ହାତି ହେଁ ସଃମ୍ନ୍ଦେ ହଃବ୍ଳାୟ୍ଲାୟ୍ । 20କଃତେକ୍ ଦିନ୍ ହଃତେକ୍ ବେଳ୍ କି ତାରା, ଜଃନ୍ ଦଃକୁ ନଃହାର୍ଲୁ । ଗଃଳିକେ ଗଃଳି ଜଃବର୍ ବାଉ ଅଃଉତାର୍ ଦଃକି ଅଃମିମଃନାର୍ ବଚ୍ତାର୍ ବଃର୍ସା ଚାଡିଦିଲୁ ।
21ଆର୍ ବୁତେକ୍ ଦିନ୍ ସଃବୁଲକ୍ ବୁକାର୍ହେଟେ ରିଲାକ୍ ପାଉଲ୍ ସେମଃନାର୍ ବିତ୍ରେ ଟିଆ ଅୟ୍ କୟ୍ଲା, “ବାୟ୍ମଃନ୍ ମର୍ କଃତା ମାନି କ୍ରିତି ତଃୟ୍ ହୁଣି ଚାଡି ନଃରିଲେକ୍ ଅଃମାର୍ ଇ କଃସ୍ଟ୍ ନୟ୍ଲିହୁଣି । 22ଜଃନ୍ଅଉଅ, ଅଃବେ ମୁୟ୍ଁ ତୁମିମଃନ୍କେ କଃଉଁଲେ, ସାସ୍ଦଃରା, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିତ୍ରେ କାର୍ ଜିବନ୍ ନଃସ୍ଟ୍ ନୟ୍ ମଃତର୍ ଡଙ୍ଗା ନଃସ୍ଟ୍ ଅୟ୍ଦ୍ । 23ମୁୟ୍ଁ ଜୁୟ୍ ଇସ୍ୱର୍କେ ମାନୁଲେ ତାର୍ ଗଟେକ୍ ଦୁତ୍ ଇ ରାତି ମର୍ ଚଃମେ ଟିଆ ଅୟ୍ କୟ୍ଲା, 24ଏ ପାଉଲ୍ ଡିର୍ ନାୟ୍, କାଇସର୍ ଚଃମେ ତକ୍ ଟିଆ ଅଃଉଁକେ ଅୟ୍ଦ୍, ଆର୍ ତର୍ ସଃଙ୍ଗ୍ ଜାତା ସଃବୁ ଲକ୍କେ ଇସ୍ୱର୍ ତକେ ଦଃୟ୍ ଆଚେ । 25ତଃବେ ବାୟ୍ମଃନ୍ ସାସ୍ଦଃରା କାୟ୍ତାକ୍ ବଃଲେକ୍ ଇସ୍ୱର୍ ତଃୟ୍ ମର୍ ବିସ୍ୱାସ୍ ଆଚେ ଜେ, ମକ୍ ଜଃନ୍କଃରି କଃଉଆ ଅୟ୍ଆଚେ, ସେବାନ୍ୟା ଗଃଟେଦ୍ । 26ମଃତର୍ ଅଃମିକ୍ କୁୟ୍ ଗଟେକ୍ ଚାରି ହାକ୍ ହାଣି ମଃଜାୟ୍ ବୁୟ୍ଁ ରିଲା ଟାଣେ ଜଃଉଁକେ ଅୟ୍ଦ୍ ।”
27ଇ ରଃକମ୍ ଅଃମିମଃନ୍ ଆଦ୍ରିଆ ସଃମ୍ନ୍ଦେ ଏଣେ ତେଣେ ଅଃଉଁ ଅଃଉଁ ଜଃଡେବଃଳ୍ ଚଃଉଦ ରାତି ଅୟ୍ଲି ସଃଡେବଃଳ୍ ଡାୟ୍ବର୍ମଃନ୍ ମଃଜାରାତି ବଃଳ୍ କୁୟ୍ ଗଟେକ୍ କଃଣ୍ଡାୟ୍ ହଚୁନ୍ଦ୍ । 28ଇତାକ୍ ସେମଃନ୍ ହାଣିକ୍ ନାହିକଃରି ଦୁୟ୍କଳି ମିଟର୍ ଡେଙ୍ଗ୍ ହାଣି ଆଚେ ବଃଲି ଜାଣ୍ଲାୟ୍; ଆରେକ୍ କଃଣ୍ଡେକ୍ ଆଗ୍ତୁ ଜାୟ୍ ଆରେକ୍ ଗଟ୍ତର୍ ନାହି ତିରିସ୍ ମିଟର୍ ଡେଙ୍ଗ୍ ହାଣି ଆଚେ ବଃଲି ଜାଣ୍ଲାୟ୍; 29କଃଡେବଃଳ୍ ଅଃମିମଃନ୍ କୁୟ୍ ଟେଳାୟ୍ ଡୁକାୟ୍ ଅଃଉଁନ୍ଦ୍, ଇ ଡିରାର୍ ଗିନେ ଡାୟ୍ବର୍ମଃନ୍ ଜାଜ୍ ହଃଚାର୍ ଚାରି ବେଳ୍ତ୍ ଜାଜ୍ ତେବାଉତା ଲଃଉଆ ଆକଳି ହଃକାୟ୍ଲାୟ୍, ଦିନ୍ ରାତି ପାର୍ତନା କଃରିକଃରି ଜାଗିରିଲାୟ୍ । 30ଆରେକ୍ ଡାୟ୍ବର୍ମଃନ୍ ଜାଜାର୍ ଆଗ୍ବାଟାର୍ ଜାଜ୍ ତେବାଉତା ଆକଳି ହଃକାଉଁଲୁ ବଃଲି ମିଚ୍ କୟ୍ ଉହ୍ରେ ବାନ୍ଦି ରିଲାୟ୍ । ଡଙ୍ଗା ସଃମ୍ନ୍ଦେ ଉତ୍ରାୟ୍ ଜାଜେ ହୁଣି ହଃଳାଉଁକ୍ ଉପାୟ୍ କଃଲାୟ୍ । 31ପାଉଲ୍ ହାଁଞ୍ଚ୍କଳି ସଃଇନାର୍ ବଃଡ୍ ସଃଇନ୍କେ ଆର୍ ସଃଇନ୍ମଃନ୍କେ କୟ୍ଲା, ଇ ଡଙ୍ଗାୟ୍ ନଃରିଲେକ୍ ତୁମିମଃନ୍ ବଚୁ ନାହାରାସ୍ । 32ସେତାକ୍ ସଃଇନ୍ମଃନ୍ ଡଙ୍ଗାର୍ ଡର୍ମଃନ୍ କାଟି ତାକେ ହାଣାୟ୍ ହଃବ୍ଳାୟ୍ଲାୟ୍ ।
33ଆର୍ ଦିନ୍ ଆରୁମ୍ ଅଃଉତାବଃଳ୍ ପାଉଲ୍ ସେମଃନ୍କେ ସାସ୍ ଦଃୟ୍ କୟ୍ଲା, “ଆଜିକେ ଚଃଉଦ ଦିନ୍ ଅୟ୍ଲି ତୁମିମଃନ୍ କାୟ୍ରି ନଃକାୟ୍ ବୁକେ ଆଚାସ୍ । 34ଇତାକ୍ କାୟ୍ରି କଃଣ୍ଡେକ୍ କାଉଁକେ ମୁୟ୍ଁ ତୁମିମଃନ୍କେ କଃଉଁଲେ, କାୟ୍ତାକ୍ବଃଲେକ୍ ସେରି ତୁମିମଃନାର୍ ଜିବନ୍ ମୁକ୍ଳାୟ୍ଦ୍, ତଃବେ ତୁମାର୍ କାର୍ ମୁଣ୍ଡାର୍ ବାଳ୍ ଗଟେକ୍ ନଃସ୍ଟ୍ ନାୟ୍ ।” 35ସେ ଇସଃବୁ କଃତା କୟ୍ ରୁଟି ଦଃରି ସଃବ୍କାର୍ ମୁଏଁ ଇସ୍ୱର୍କେ ଦନ୍ୟବାଦ୍ କଃରି ସେରି କାଉଁକେ ଦଃର୍ଲାୟ୍ । 36ସେତାକ୍ ସେମଃନ୍ ସଃବୁ ସାସ୍ହାୟ୍ ନିଜେ ନିଜେ ହେଁ କାୟ୍ଲାୟ୍ । 37୨୭:୩୭ ୨୭୬ କଃତେକ୍ ଲେକାୟ୍ ମଃନ୍ ୨୭୫ ବଃଲିଆଚେ, ବିନେ ମଃନ୍ ୭୬ ବଃଲି ଆଚେ । ସେତି ସେ ଡଙ୍ଗାୟ୍ ସଃବୁ ଅୟ୍ ୨୭୬ ଲକ୍ ରିଲା । 38ସେମଃନ୍ ହେଟ୍ହୁର୍ନେ କାୟ୍ଲା ହଃଚେ ଡଙ୍ଗାକ୍ ଉସାସ୍ କଃରୁକେ ଗଅଁକେ ସଃମନ୍ଦେ ହଃବ୍ଳାୟ୍ଲାୟ୍ ।
ଡଙ୍ଗା ବାଙ୍ଗଲି
39ଉଜାଳ୍ ଅୟ୍ଲାକ୍ ସେ ଜଃଗା ସେମଃନ୍ ଚିନୁ ନଃହାୟ୍ଲାୟ୍, ମଃତର୍ ଡାୟ୍ବର୍ମଃନ୍ ହାଣି ବିତ୍ରାର୍ ବାଲି ଗାଦା ଚଃମାର୍ ଗଟେକ୍ କାଲ୍ ଟାଣ୍ ଦଃକି ସେତି ଡଙ୍ଗା ତେବାଉଁକ୍ ଉପାୟ୍ କଃଲାୟ୍ । 40ଇତାକ୍ ଜାଜ୍ ତେବାଉତା ଆକଳିର୍ ଡର୍ କାଟି ସେସଃବୁକେ ସଃମ୍ନ୍ଦେ ବୁଡିଜଃଉଁକ୍ ଚାଡିଦିଲାୟ୍, ଆର୍ ସଃଙ୍ଗେସଃଙ୍ଗେ ଜାଜାର୍ ପାଲ୍ ଡର୍ସଃବୁ ଇଟାୟ୍ ବାଉ ବାଟ୍ୟା ଆଗାର୍ ଜାଜାର୍ ପାଲ୍ ଉଡାୟ୍ଲାୟ୍, ତଃବେ ଜାଜ୍ ବାଉୟେ ଟେଲିଅୟ୍ କଃଣ୍ଡିବାଟ୍ ଗଃଲି । 41ମଃତର୍ ସେମଃନ୍ ଦୁୟ୍ସଃମ୍ନ୍ଦ୍ ମିସିରିଲା ଟାଣେ ଜାୟ୍ ହଚ୍ଲାୟ୍, ଜାଜ୍ ହାଣି ବିତ୍ରାର୍ ବାଲି ଗାଦା ତଃୟ୍ ଡୁକ୍ଲି ଆର୍ ଜାଜାର୍ ମୁଉଁବାଟ୍ ମୁଣ୍ଡ୍ ଗାଡିଅୟ୍ ନଃଗୁଚ୍ଲି, ମଃତର୍ ହଃଚ୍ ବାଟ୍ ଉଲାଳାର୍ ଗିନେ ବାଙ୍ଗୁକ୍ ଦଃର୍ଲି ।
42ସଃଡେବଃଳ୍ କଃଇଦିମଃନାର୍ ବିତ୍ରେ କେ ହଃଉଁରି ହଃଳାୟ୍ ଜାତି ଇତାର୍ ଗିନେ ସେମଃନ୍କେ ମାରୁକ୍ ସଃଇନ୍ମଃନ୍ କଃତା ଅୟ୍ଲାୟ୍ । 43ମଃତର୍ ସଃଇନାର୍ ଅଃଦିକାରି ପାଉଲାର୍ ଜିବନ୍ ରଃକ୍ୟା କଃରୁକେ ମଃନ୍କଃରି ସେ କାମ୍କଃର୍ତା ତଃୟ୍ହୁଣି ମଃନାକଃଲା, ଆରେକ୍ ଜୁୟ୍ମଃନ୍ ହଃଉଁରୁକ୍ ହାର୍ତି ସେମଃନ୍ ସଃମ୍ନ୍ଦେ ଡଃଗାୟ୍ ହଃଉଁରି ହଃଉଁରି କଃଣ୍ଡାୟ୍ ଜଃଉଅତ୍ ବଃଲି କୟ୍ଲା । 44ଆରେକ୍ ବାକିଲକ୍ ବିତ୍ରେ କେକେ ହାଟା ଆର୍ କେକେ ଡଙ୍ଗାର୍ ବାଙ୍ଗ୍ଲା କଃଣ୍ଡ୍ମଃନ୍ ଦଃରି ଜଃଉଅତ୍, ବଃଲ୍ଲାକେ ଅଃନ୍କଃରି ସେମଃନ୍ ସଃବୁ ଲକ୍ ଜଃତୁନେ ସଃମ୍ନ୍ଦ୍ କଃଣ୍ଡାୟ୍ ହଚ୍ଲାୟ୍ ।
28ମିଲିତି ତଃୟ୍ ପାଉଲ୍
1ଅଃମିମଃନ୍ ରଃକ୍ୟା ହାୟ୍ ହଃଚ୍ଲାକେ ସେ ଜଃଗା ମିଲିତି ଟାପୁ ବଃଲି ଜାଣ୍ଲୁ । 2ଆର୍ ସେତିର୍ ଅଜିଉଦି ଲକ୍ମଃନ୍ ଅଃମିକ୍ ବଃଡେ ଦଃୟା ଦଃକାୟ୍ଲାୟ୍, କାୟ୍ତାକ୍ବଃଲେକ୍ ବଃର୍ସା ଆର୍ ସିତ୍ ଅଃଉତି ରିଲାକ୍ ସେମଃନ୍ ଜୟ୍ ଲାଗାୟ୍ ଅଃମିକ୍ ତାହୁକ୍ ଦିଲାୟ୍ । 3ମଃତର୍ ପାଉଲ୍ ହଃଣ୍ଡେକ୍ ଜାଟି ରୁଣ୍ଡାୟ୍ ଆଣି ଜୟେ ହଃକାୟ୍ଲାକ୍ ତାହାତାର୍ ଗିନେ ଗଟେକ୍ ବିସ୍ ସାହ୍ ବାରୟ୍ ପାଉଲାର୍ ଆତେ ଚାବି ଅଳାୟ୍ ଅୟ୍ରିଲି । 4ସେତି ଲକ୍ମଃନ୍ ତାର୍ ଆତେ ସେ ସାହ୍କେ ଅଳାୟ୍ ଅୟ୍ରିଲାର୍ ଦଃକି, ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “ଇ ବିଦେସିଆ ଲକ୍ ବାୟ୍ଦ୍ରେ ହଃତ୍ୟାକାରି, ସଃମ୍ନ୍ଦେ ହୁଣି ରଃକ୍ୟା ହାୟ୍ଲାକ୍ ହେଁ ଦଃର୍ମ୍ ଆକ୍ ଜିବନ୍ ରେଉଁକେ ନଃଦେଉଁଲି ।” 5ମଃତର୍ ପାଉଲ୍ ସେ ସାହ୍କେ ଉର୍ଲି ଜୟେ ହଃକାୟ୍ଲା, ଆର୍ ତାର୍ କାୟ୍ହେଁ ନୟ୍ଲି । 6ସେ ହୁଲି ଜାୟ୍ଦ୍ କି ତଃତ୍କାଣ୍ ମଃରେଦ୍ ବଃଲି ଦଃକ୍ତି ରିଲାୟ୍, ମଃତର୍ ବୁତେକ୍ ବେଳ୍ ହଃତେକ୍ ଦଃକ୍ଲା ହଃଚେ ହେଁ ତାର୍ କାୟ୍ନୟ୍ଲି, ଇରି ଦଃକି ସେମଃନ୍ କଃଉଆକଇ ଅୟ୍ଲାୟ୍, “ଏ ଗଟେକ୍ ମାପ୍ରୁ ।”
7ସେ ଜଃଗାର୍ ଚଃମେ ପୁବ୍ଲିଆ ନାଉଁଆର୍ ଗଟେକ୍ ମୁଳିକା ଲକାର୍ ବୁୟ୍ଁ ଆର୍ ଗଃର୍ ରିଲି, ଅଃମିକ୍ କୁଦି ତିନିଦିନ୍ ହଃତେକ୍ ତାର୍ ଗଃରେ ରେଉଁକ୍ ଦିଲା ଆର୍ ଜଃତୁନ୍ କଃଲା । 8ସଃଡେବଃଳ୍ ପୁବ୍ଲିଆର୍ ଉବାସି ଜଃର୍ ଆର୍ ବଃନ୍ଦାଳ୍ ଗିନେ ସୟ୍ରିଲା । ଆର୍ ପାଉଲ୍ ବିତ୍ରେ ଜାୟ୍ ପାର୍ତ୍ନା କଃଲା ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ତାକେ ଉଜ୍ କଃଲା । 9ଇ ଗଃଟ୍ଣା ହଃଚେ ସେ ମିଲ୍ତିର୍ ସଃବୁ ରଗିମଃନ୍ ଆସି ଉଜ୍ ଅୟ୍ଲାୟ୍ । 10ସେମଃନ୍ ହେଁ ଆମିମଃନ୍କେ ବଃଳେ ମାନ୍ତି କଃଲାୟ୍, ଅଃମି ଜଃଉଁକେ ବାରାଉତା ବଃଡେ ଅଃମାର୍ ଦଃର୍କାର୍ ଆସ୍ତିବାଡି ମଃନ୍ହେଁ ଦିଲାୟ୍ ।
ମିଲିତି ହୁଣି ରମ୍ ଗଃଳ୍
11ତିନିମାସ୍ ହଃଚେ ଅଃମିମଃନ୍ ଗଟେକ୍ ଆଲେକ୍ଜେଣ୍ଡ୍ରିଆର୍ ଜାଜେ ଚଃଗି ଜଃଉଁକେ ଦଃର୍ଲୁ, ସେ ଡଙ୍ଗା ଇ ଜଃଗାୟ୍ ସିତ୍ କାଳ୍ ରିଲି, ତାର୍ ଚିନ୍ ଅୟ୍ଲି ଜଳା ମାପ୍ରୁ । 12ସୁରାକୁସ୍ ଗଃଳେ ହଚ୍ଲୁ, ସେତି ଅଃମିମଃନ୍ ତିନିଦିନ୍ ରିଲୁ । 13ଆରେକ୍ ସେତି ହୁଣି ଜାଜେ ଜାୟ୍ ରେଗିଅ ତଃୟ୍ ହଚ୍ଲୁ ଦୁୟ୍ ଦିନାର୍ ହଃଚେ ଉତୁର୍ ଦିଗ୍ ବାଟ୍ୟାର୍ ବାଉ ଆୟ୍ଲାକ୍ ଆରେକ୍ ଗଟ୍ ଦିନ୍ ପୁତେଅଲିକେ ଆୟ୍ଲୁ । 14ସେ ଟାଣେ ଅଃମିମଃନ୍ କ୍ରିସ୍ଟାନ୍ ବିସ୍ୱାସି ବାୟ୍ମଃନ୍କେ ବେଟ୍ ଅୟ୍ଲୁ, ଆର୍ ସେମଃନାର୍ ସଃଙ୍ଗ୍ ଆଟ୍ଦିନ୍ ରେଉଁକ୍ ସେମଃନ୍ ଅଃମିକ୍ ଗଃଉଆରି କଃଲାୟ୍, ଅଃନ୍କଃରି ଅଃମିମଃନ୍ ରମ୍ ହଚ୍ଲୁ । 15ଅଃମାର୍ କବୁର୍ ସୁଣି ରମ୍ ତଃୟ୍ର୍ ବିସ୍ୱାସି ବାୟ୍ ବେଣିମଃନ୍ ଅଃମିକ୍ ଅପିଅର୍ ଆଟ୍, ଆର୍ ତିନି ସରାୟ୍ ଗଃର୍ ହଃତେକ୍ ଅଃମିକ୍ ବେଟ୍ ଅଃଉଁକେ ଆୟ୍ଲାୟ୍, ଆରେକ୍ ପାଉଲ୍ ସେମଃନ୍କେ ଦଃକି ଇସ୍ୱର୍କେ ଜୁଆର୍ କଃରି ସାସ୍ ହାୟ୍ଲା ।
ରମ୍ ଗଃଳେ ପାଉଲ୍
16ଆର୍ ଅଃମିମଃନ୍ ରମ୍ ତଃୟ୍ ହଚ୍ଲାକ୍ ପାଉଲ୍କେ ଜାଗ୍ତା ସଃଇନ୍ମଃନ୍ ସଃଙ୍ଗେ ଅଃଲ୍ଗା ତଃୟ୍ ରେଉଁକ୍ ଦିଆ ଅୟ୍ଲି ।
17ତିନିଦିନ୍ ଗଃଲାକେ ପାଉଲ୍ ଜିଉଦିମଃନାର୍ ବଃଡ୍ବଃଡ୍ ଲକ୍କେ କୁଦ୍ଲା ଆର୍ ସେମଃନ୍ ରୁଣ୍ଡ୍ଲାକ୍, ପାଉଲ୍ ସେମଃନ୍କେ କୟ୍ଲା, “ଏ ଇସ୍ରାଏଲାର୍ ବାୟ୍ବେଣିମଃନ୍, ଅୟ୍ଲେକ୍ ହେଁ ମୁୟ୍ଁ ନିଜାର୍ ଲକ୍ ବିରଦେ କି ଅଃମାର୍ ଦାଦିବାବୁର୍ ରିତିବିଦି ବିରଦେ କାୟ୍ରି ନଃକେରି, ଅୟ୍ଲେକ୍ ହେଁ ଜିରୁସାଲମ୍ ତଃୟ୍ହୁଣି ରମିୟସମଃନାର୍ ଆତେ ସଃହ୍ରିଅୟ୍ଲେ । 18ସେମଃନ୍ ମର୍ ବିଚାର୍ କଃରି ମକେ ହଃଚାର୍ଲା ହଃଚେ ମର୍ ତଃୟ୍ ମଃର୍ନ୍ ଦଃଣ୍ଡାର୍ କାୟ୍ ଦଃସ୍ ନଃରିଲାକ୍ ମକ୍ ଚାଡି ଦେଉଁକ୍ ମଃନ୍ କଃର୍ତି ରିଲାୟ୍ । 19୨୮:୧୯ ପେରି ୨୫:୧୧.ମଃତର୍ ଜିଉଦିମଃନ୍ ମକ୍ ଚାଡ୍ତା କଃତାର୍ ବିରଦେ କୟ୍ଲାକ୍ ମୁୟ୍ଁ କାଇସର୍ ଚଃମେ ବିଚାର୍ ଅଃଉଁକେ ଗଃଉଆରି କଃଲେ, ମର୍ ନିଜାର୍ ଜାତି ବିରଦେ କାୟ୍ କଃତା ନଃରିଲି, ସେରି ନାୟ୍ । 20ସେତାର୍ଗିନେ ଇ ବିସୟେ ମୁୟ୍ଁ ତୁମିମଃନ୍କେ ମର୍ ସଃଙ୍ଗ୍ ବେଟ୍ ଅୟ୍ କଃତାବାର୍ତା କଃରୁକେ ଗଃଉଆରି କଃଲେ, କାୟ୍ତାକ୍ବଃଲେକ୍ ଇସ୍ରାଏଲାର୍ ବଃର୍ସା ଗିନେ ମୁୟ୍ଁ ଇ ସିକ୍ଳାୟ୍ ବାନ୍ଦାୟ୍ ଅୟ୍ ଆଚି ।”
21ସେତାକ୍ ସେମଃନ୍ ତାକେ କୟ୍ଲାୟ୍, “ତର୍ କଃତା ଜିଉଦା ଦେସେ ହୁଣି ଅଃମିମଃନ୍ କାୟ୍ ଚିଟି ନଃହାଉଁ, କି ବାୟ୍ମଃନାର୍ ବିତ୍ରେ କେ ଇତି ଆସି ତର୍ କଃତା କାୟ୍ କଃରାବ୍ କବୁର୍ ନଃଦେତି କି ନଃକଃଉତି । 22ମଃତର୍ ତର୍ ବାବ୍ କାୟ୍ରି ସେରି ଅଃମିମଃନ୍ ତର୍ ତଃୟ୍ହୁଣି ସୁଣୁକ୍ ମଃନ୍କଃରୁଲୁ, କାୟ୍ତାକ୍ବଃଲେକ୍ ଇ ଦଃଳ୍ ବିରଦେ କଃତା କଃଉଁଲାୟ୍ ବଃଲି ଅଃମି ଜାଣୁ, ସଃବୁ ହାକ୍ ତର୍ ଦଃଳ୍ ବିରଦେ କଃତାକ୍ ଅଃଉଁଲାୟ୍ ।”
23ଇତାକ୍ ସେମଃନ୍ ତାର୍ ସଃଙ୍ଗ୍ ଗଟେକ୍ ଦିନ୍ ଟିକ୍କଃରି, ବୁତେକ୍ ଲକ୍ ତାର୍ ବାସାୟ୍ ଆୟ୍ଲାୟ୍ ଆର୍ ସେ ସଃକାଳ୍ ହୁଣି ସଃଞ୍ଜ୍ ହଃତେକ୍ ସେମଃନାର୍ ସଃଙ୍ଗ୍ କଃତାଅୟ୍ ଇସ୍ୱରାର୍ ରାଇଜାର୍ ବିସୟେ ସାକି ଦିଲା, ଆରେକ୍ ମସାର୍ ବିଦି ଆରେକ୍ ବାବ୍ବାଦିମଃନାର୍ ସାସ୍ତର୍କେ ଦଃରି ଜିସୁର୍ କଃତା ସେମଃନ୍କେ ବିସ୍ୱାସ୍ କଃରାଉଁକ୍ କୟ୍ଲା । 24ସେତାକ୍ କେକେ କୟ୍ଲା କଃତାକ୍ ବିସ୍ୱାସ୍କଃଲାୟ୍ ମଃତର୍ କେକେ ସଃତ୍ ନଃକେଲାୟ୍ । 25ଆରେକ୍ ସେମଃନାର୍ ବିତ୍ରେ ଗଟେକ୍ ମଃନ୍ ନୟ୍ଲାକ୍ ସେତି ହୁଣି ଗଃଳାୟ୍ । ସେମଃନ୍ ଜାତାବଃଳ୍ ପାଉଲ୍ ଗଟେକ୍ କଃତା କୟ୍ଲା, “ତୁମିମଃନାର୍ ଦାଦିବାବୁମଃନ୍କେ ବାବ୍ବାଦି ଜିସାୟ୍ ହୁଣି ପବିତ୍ର ଆତ୍ମା ସଃତ୍ କୟ୍ ଆଚେ ।”
26ସେ କୟ୍ଆଚେ ଇ ଲକ୍ମଃନାର୍ ତଃୟ୍ ଜାୟ୍ କଃଉଆ,
ତୁମିମଃନ୍ ସୁଣୁସୁଣୁ ସୁଣାସ୍, ମଃତର୍ ନଃବୁଜାସ୍,
ଆରେକ୍ ଦଃକୁଦଃକୁ ଦଃକାସ୍ ମଃତର୍ ଦଃକୁ ନଃହାରାସ୍ ।
27କାୟ୍ତାକ୍ବଃଲେକ୍ ଇ ଲକ୍ମଃନ୍ ଅଃବୁଜ୍ୟା,
ସେମଃନ୍ କାନେ କଃସ୍ଟେ ସୁଣ୍ଲାୟ୍,
ଆର୍ ଅଃହ୍ଣାର୍ ଆକି ଲୁମଃଲାୟ୍,
ଜଃନ୍କଃରି ସେମଃନ୍ ଆକାୟ୍ ନଃଦେକ୍ତି,
ଆର୍ କାନେ ନଃସୁଣ୍ତି,
ଆର୍ ଗଃର୍ବେ ନଃବୁଜ୍ତି,
ଆରେକ୍ ବାଉଳିନାସ୍ତି,
ଆର୍ ଅଃମି ସେମଃନ୍କେ ଉଜ୍ ନଃକେରୁ ।
28୨୮:୨୮ କଃତେକ୍ ଲେକା ତଃୟ୍ ୨୯ ବଃଲି ଲେକାଆଚେ- ପାଉଲ ଇରି କୟ୍ଲା ହଃଚେ ଜିଉଦିମଃନ୍ ତାକେ ଚାଡି ଦିଲାୟ୍, ତାକାର୍ ତାକାର୍ ବିତ୍ରେ ଦଃରାଦଃରି ଅୟ୍ଲାୟ୍ ।ସଃରାସଃରି ଇସ୍ୱରାର୍ ଇ ମୁକ୍ତି କଃର୍ତାର୍ ଅଜିଉଦି ଲକ୍ମଃନାର୍ ତଃୟ୍ ହଃଟାଅୟ୍ଆଚେ “ତୁମିମଃନ୍ ଇତି ଜାଣା, ସେମଃନ୍ ହେଁ ସୁଣ୍ତି ।” 29ଆର୍ ପାଉଲ ଇ ସଃବୁ କଃତା କୟ୍ଲାକ୍ ଜିଉଦିମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ କଃଉଆକଇ ଅୟ୍ ହଃଳାୟ୍ଲାୟ୍ ।
30ପାଉଲ୍ ଗଟେକ୍ ଗଃର୍ବାଳା କଃରି ଦୁୟ୍ ବଃର୍ସ୍ ହଃତେକ୍ ରିଲା ଆର୍ ତାକେ ଦଃକୁକେ ଆସ୍ତି ରିଲା ସଃବୁ ଲକ୍ମଃନ୍କେ ସଃର୍ଦାୟ୍ କୁଦ୍ତିରିଲା । 31ସାସ୍ ସଃଙ୍ଗ୍ ଆର୍ କାକେ ନଃଡିରିକଃରି ଇସ୍ୱରାର୍ ରାଇଜ୍ ବିସୟେ ପର୍ଚାର୍ କଃରି, ମାପ୍ରୁ ଜିସୁ କ୍ରିସ୍ଟର୍ ବିସୟେ ସିକ୍ୟା ଦେତି ରିଲା ।