ଥେସଲନିକୀୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ଦ୍ୱିତୀୟ ପତ୍ର
ତେସଲନିକି ଲକ୍ମଃନ୍କେ ପେରିତ୍ ପାଉଲାର୍ ଦୁୟ୍ ଲଃମ୍ବର୍ ଚିଟି
୨ ତେସଲନିକି ଚିଟି ବିସୟେ ହଃଦେକ୍
ତେସଲନିକି ମଣ୍ଡ୍ଳିକେ ଦୁୟ୍ ଲଃମରାର୍ ଚିଟିହେଁ ପାଉଲ ଲେକିରିଲା ୧:୧ । ସେ ତେସଲନିକି ମଣ୍ଡ୍ଳିକେ ହଃର୍ତୁ ଚିଟି ଲେକ୍ଲା ଲଃଗାଲଃଗି ଜିସୁକ୍ରିସ୍ଟର୍ ଜଃଲମାର୍ ୫୧ ବଃର୍ସ୍ ହଃଚେ ଇ ହଃଚାର୍ ଚିଟି ହେଁ ଲେକି ରିଲା । ପାଉଲ ଇ ଚିଟି ତେସଲନିକି ମଣ୍ଡ୍ଳିକେ ଲେକ୍ତାବଃଳ୍ ସେ ଜୁୟ୍ ହଚାର୍ ତର୍ ମିସ୍ନେରି ଅୟ୍ ଜାୟ୍ କରନ୍ତି ମଣ୍ଡ୍ଳିକେ ଜାୟ୍ ରିଲା ସେ ସେତି ହୁଣି ଇ ଚିଟି ଲେକ୍ଲା । ପେରି ୧୭:୧-୧୦ । ଇରି କଃଉଆ ଜଃଉଁଲି ଜେ କଃତେକ୍ ଜିଉଦି ଆର୍ ଅଃନେକ୍ ଗ୍ରିକ୍ ଲକ୍ମଃନ୍ ଇ ମଣ୍ଡ୍ଳି ତିଆର୍ କଃରିରିଲାୟ୍ । ତେସଲନିକି ମଣ୍ଡ୍ଳିକେ ଚିଟି ଜିସୁର୍ ଆରେକ୍ ବାୟ୍ଦ୍ରେ ଆସ୍ତାର୍ ବିସୟେ ଲେକା ଅୟ୍ଲା ଚିଟି, କାୟ୍ତାକ୍ବଃଲେକ୍ ପାଉଲ ଇ ହଃଚାର୍ ଚିଟି ତଃୟ୍ ହେଁ ଇ ବିସୟେ ବେସି ଲେକୁଲା । ପାଉଲ ଅଃଳ୍ସ୍ ହାଣ୍ ଚାଡୁକ୍ ଜଃଗ୍ରାତ୍ କଃରାଉଁଲା, ସଃବୁଲକ୍ ସେମଃନାର୍ କାଦିର୍ ଗିନେ ହାୟ୍ଟି କଃର୍ତା ଲଳା ୩:୬-୧୦ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ତାର୍ ଆର୍ ତାର୍ ସଃଙ୍ଗୁଆଳି ମଃନାର୍ ଚିନାଜାଣା କଃରୁଲା । ୧:୧-୨
୨. ପାଉଲ ମଃଣ୍ଡ୍ଳିର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ ପାର୍ତନା କଃଲା । ୧:୩-୧୨
୩. ପାଉଲ ସେସ୍ କାଳ୍ ବିସୟେ କଃଉଁଲା । ୨
୪. ସେ ଅଃଳ୍ସିଆ ବିସୟେ ବିରଦ୍ କଃରୁଲା । ୩:୧-୧୫
୫. ପାଉଲ ଜୁଆର୍ ଜାଣାୟ୍ ଲେକୁକ୍ ସେସ୍ କଃଲା । ୩:୧୬-୧୮
1ତେସଲନି ମଣ୍ଡ୍ଳିକେ ପେରିତ୍ ପାଉଲାର୍ ଚିଟି
1୧:୧ ପେରି ୧୭:୧.ପାଉଲ୍, ସିଲା ଆର୍ ତିମତି ତଃୟ୍ହୁଣି ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ ରିଲା ତେସଲନିକି ବିସ୍ୱାସି ଦଃଳ୍କେ ଚିଟି ଲେକୁଲେ ।
2ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ ।
କ୍ରିସ୍ଟ ଆସ୍ତାବ୍ଳାର୍ ବିଚାର୍
3ଏ ବାୟ୍ବେଣିମଃନ୍, ତୁମିମଃନାର୍ ଗିନେ ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ କଃର୍ତାର୍ ଅଃମିମଃନାର୍ ଲଳା, ଆର୍ ସେରି କଃର୍ତାର୍ ଟିକ୍, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିସ୍ୱାସ୍ ଦିନ୍କେ ଦିନ୍ ବାଡୁଲି, ଆରେକ୍ ନିଜାର୍ ନିଜାର୍ ବିତ୍ରେ ତୁମି ସଃବୁଲକାର୍ ଲାଡ୍ ବାଡୁଲି, 4ଇବାନ୍ୟା ତୁମିମଃନ୍ ଜୁୟ୍ ସଃବୁ କଃସ୍ଟ୍ ଆର୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ବିତ୍ରେ ତୁମିମଃନାର୍ ସଃମ୍ବାଳ୍ତାର୍ ଆର୍ ବିସ୍ୱାସ୍ ଗିନେ ଅଃମିମଃନ୍ ନିଜେ ଇସ୍ୱରାର୍ ବିସ୍ୱାସି ଦଃଳ୍ ତଃୟ୍ମଃନ୍ ତୁମିମଃନାର୍ ଗିନେ ଗଃର୍ବ୍ କଃରୁଲୁ ।
5ଇସ୍ୱରାର୍ ରାଇଜ୍ ଗିନେ ତୁମିମଃନ୍ ଜୁୟ୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ଜୟ୍ଗ୍ ବଃଲି ଜାଣାଉଁକେ ଇରି ତ ଇସ୍ୱରାର୍ ଟିକ୍ ବିଚାର୍ ଆର୍ ହଃର୍ମାଣ୍ । 6ଜୁୟ୍ରି ଟିକ୍ ସେରି ସେ ସାଦୁନ୍ କଃରେଦ୍ ଆର୍ ଜୁୟ୍ ମଃନ୍ ତୁମିମଃନ୍କେ ତାଳ୍ନା କଃରୁଲାୟ୍ ଇସ୍ୱର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ । 7ଇସ୍ୱର୍ ତୁମାର୍ ଦୁକ୍ବଗାର୍ ସେସ୍ କଃରି ଅଃମିକ୍ ହେଁ ବିସାଉଁଣି ଦଃୟ୍ଦ୍ ଇସ୍ୱର୍ ଇ କାମ୍ ସାଦୁନ୍ କଃରେଦ୍, ମାପ୍ରୁ ଜିସୁ ଜଃଡେବଃଳ୍ ଅଃହ୍ଣାର୍ ସଃକ୍ତିମାନ୍ ଦୁତ୍ମଃନାର୍ ସଃଙ୍ଗ୍ ଲାଗ୍ତା ଜୟ୍ସଃଙ୍ଗ୍ ସଃର୍ଗେହୁଣି ଆସେଦ୍ । 8ଜୁୟ୍ ଲକ୍ମଃନ୍ ଇସ୍ୱର୍କେ ନଃଜାଣ୍ତି ଆର୍ ଅଃମିମଃନାର୍ ମାପ୍ରୁ ଜିସୁର୍ ନିକ କବୁର୍ ନଃମାନ୍ତି, ସେମଃନ୍କେ ସେ ସଃଡେବଃଳ୍ ଟିକ୍ ଡଃଣ୍ଡ୍ ଦଃୟ୍ଦ୍ । 9ସେ ଦିନ୍ ସେମଃନ୍ ଡଃଣ୍ଡ୍ ହାଉତି, ବଃଲେକ୍ ମାପ୍ରୁର୍ ତଃୟ୍ହୁଣି ଆର୍ ତାର୍ ସଃକ୍ତିର୍ ଜଃଜ୍ମାନ୍ ତଃୟ୍ହୁଣି ବାର୍କଃରା ଅୟ୍ ସଃବୁ ଦିନାର୍ ନାସ୍ ବୟଃଗ୍ କଃର୍ତି, 10ମଃତର୍ ସେଦିନ୍ ସେ ତାର୍ ଲକ୍ମଃନାର୍ ତଃୟ୍ ହୁଣି ଆର୍ ସଃବୁ ବିସ୍ୱାସି ମଃନାର୍ ତଃୟ୍ହୁଣି ମାନ୍ତି ଆର୍ ଜଃଜ୍ମାନ୍ ହାୟ୍ଦ୍, ଇମଃନାର୍ ବିତ୍ରେ ତୁମିହେଁ ମିସାସ୍ । କାୟ୍ତାକ୍ ବଃଲେକ୍ ଅଃମି ତୁମିକେ ଜୁୟ୍ ସଃବୁ ଦଃୟ୍ ରିଲୁ ସେରି ତୁମି ସଃତ୍ କଃରି ଆଚାସ୍ ।
11ଇତାର୍ ଗିନେ ଅଃମାର୍ ଇସ୍ୱର୍ ନିଜେ ଜଃନ୍କଃରି ତୁମିମଃନ୍କେ କୁଦ୍ଲାର୍ ଜୟ୍ଗ୍ ବଃଲି ଗଃଣିତା କଃରେଦ୍, ଆରେକ୍ ତୁମିମଃନାର୍ ସଃବୁ ସଃତ୍ଇଚା ଆର୍ ବିସ୍ୱାସାର୍ କାମ୍ ତାର୍ ସଃକ୍ତିୟେ ହୁରୁଣ୍ କଃରେଦ୍, ସେତାର୍ଗିନେ ହେଁ ଅଃମିମଃନ୍ ସଃବୁବଃଳ୍ ତୁମିମଃନାର୍ ଗିନେ ପାର୍ତ୍ନା କଃରୁଲୁ । 12ସେବାନ୍ୟା ଅୟ୍ଲେକ୍ ଅଃମିମଃନାର୍ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ହଃର୍କାରେ ଅଃମିମଃନାର୍ ମାପ୍ରୁ ଜିସୁର୍ ନାଉଁ ତୁମିମଃନାର୍ ତଃୟ୍ ଜଃଜ୍ମାନ୍ ହାୟ୍ଦ୍, ଆର୍ ତୁମିମଃନ୍ ତାର୍ ତଃୟ୍ ଜଃଜ୍ମାନ୍ ହାଉଆସ୍ ।
2ଦୁସ୍ଟ୍ମାନାୟ୍
1୨:୧ ୧ ତେସ ୪:୧୫-୧୭.ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଆସ୍ତାର୍ ଆର୍ ତାର୍ ଚଃମେ ଅଃମିମଃନାର୍ ଗଟେତଃୟ୍ଁ ରୁଣ୍ଡ୍ତା କଃତା ତୁମିମଃନ୍କେ ମୁୟ୍ଁ ଗଃଉଆରି କଃରୁଲେ, 2ମାପ୍ରୁର୍ ଦିନ୍ କେଟ୍ଲିନି ବଃଲି ତୁମିମଃନ୍କେ କୁୟ୍ ହେଁ ଆତ୍ମା କି ମାପ୍ରୁର୍ କଃତା କି ଅଃମିମଃନାର୍ ତଃୟ୍ହୁଣି ଲେକା ଅୟ୍ଆଚେ ବଃଲି ମଃନେ ବାବା ନାୟ୍, ଆର୍ କୁୟ୍ ହେଁ ଚିଟିର୍ ଗିନେ ସେଦାହ୍ରେ ଏଣେ ତେଣେ ଅଃଉଆ ନାୟ୍ ଆର୍ ଡିରା ନାୟ୍ । 3କେ ହେଁ କଃନ୍କଃରି ତୁମିମଃନ୍କେ ନଃବୁଲ୍କାଅ, କାୟ୍ତାକ୍ବଃଲେକ୍ ହଃର୍ତୁ ଜୁଜ୍ ଗଃଟେଦ୍, ସେ ଅଃଦଃର୍ମି ଲକ୍ ଆସେଦ୍; ଆର୍ ତାକେ ନଃର୍କେ ହଃକାୟ୍ ନଃକେର୍ତା ହଃତେକ୍ ମାପ୍ରୁର୍ ଦିନ୍ ନାସେ । 4ଇ ସେ ଅଃଦଃର୍ମି ମାନାୟ୍ ଜେ ହୁଜା ହାୟ୍ ଇସ୍ୱର୍କେ ବିରଦ୍ କଃରେଦ୍ । ଆର୍ ସଃବାର୍ ତଃୟ୍ ହୁଣି ସେ ନିଜ୍କେ ଅଃଦିକ୍ ବଃଡ୍ କଃରେଦ୍, ଆର୍ ଇବାନ୍ୟା ଇସ୍ୱରାର୍ ମନ୍ଦିରେ ବଃସି ସେ ନିଜ୍କେ ଇସ୍ୱର୍ ବଃଲି ଦଃକାୟ୍ ଅୟ୍ଦ୍ ।
5ମୁୟ୍ଁ ତୁମିମଃନାର୍ ସଃଙ୍ଗ୍ ରେତା ବଃଳ୍ ଇ ସଃବୁ କଃତା ଜେ ତୁମିମଃନ୍କେ ତର୍କେ ତର୍ କୟ୍ରିଲେ, ସେରି କାୟ୍ ତୁମିମଃନାର୍ ମଃନେ ନାୟ୍ ? 6ଆର୍ ସେ ଅଃଦଃର୍ମି ମାନାୟ୍ ଟିକ୍ଅୟ୍ଲା ବେଳାୟ୍ ଜାଣାହ୍ଳୁକ୍ କାୟ୍ରି ବାଦା ଦେଉଁଲି, ସେରି ତ ତୁମିମଃନ୍ ଜାଣି ଆଚାସ୍ । 7କାୟ୍ତାକ୍ବଃଲେକ୍ ଅଃଦଃର୍ମାର୍ ବିତ୍ରିକଃତା ଅଃବେ ହଃତେକ୍ କାମ୍ କଃରୁଲି, ଚେକ୍ତା ଲକ୍ ଦୁର୍ ନଃଉତା ହଃତେକ୍ ସେରି କାମ୍ କଃର୍ତି ରଃୟ୍ଦ୍ । 8ସଃଡେବଃଳ୍ ସେ ବିଦିନୟ୍ଲା ଲକ୍ ଆସେଦ୍, ତାକେ ମାପ୍ରୁ ଜିସୁ ଅଃହ୍ଣାର୍ ମୁଆଁର୍ ହୁଣ୍ଡ୍ତା ବାଉ ସଃଙ୍ଗ୍ ମାରେଦ୍ ଆର୍ ଅଃହ୍ଣା ଆସ୍ତାର୍ ଜାଣାୟ୍ ତାକେ ନାସ୍ କଃରେଦ୍ । 9୨:୯ ମାତି ୨୪:୨୪.ସେ ସୟ୍ତାନ୍ ସଃକ୍ତିଏ ବଃଳ୍ବାନ୍ ଅୟ୍ ଆସେଦ୍ ଆର୍ ଗାଦା ରଃକମ୍ କାବାଅଉତା କାମ୍ ସଃବୁ ରଃକମାର୍ ସାଦୁନ୍ କଃର୍ତାର୍ ଚଃଲାକି କଃରେଦ୍ । 10ଗାଦେକ୍ ଲକ୍ ତାର୍ ଅଃଦଃର୍ମେ ବେମ୍ରି ଅୟ୍ ନାସ୍ ଅଃଉତି । ଜୁୟ୍ ସଃତ୍କେ ମାନିକଃରି ତାର୍ ତଃୟ୍ ସଃତ୍କଃରି ସେମଃନ୍ ମୁକ୍ତି ହାୟ୍ ଲାୟ୍ ହୁଣି, ସଃତ୍କେ ଲାଡ୍ ନଃକେଲାର୍ ଗିନେ ସେମଃନାର୍ ଇ ଦଃସା ଗଃଟେଦ୍ । 11ଆର୍ ଇତାର୍ ଗିନେ ସେମଃନ୍ ଜଃନ୍କଃରି ମିଚ୍କେ ବିସ୍ୱାସ୍ କଃର୍ତି, ସେତାର୍ଗିନେ ଇସ୍ୱର୍ ସେମଃନାର୍ ଲଃଗେ ବଃମ୍ଳାଉତା ସଃକ୍ତି ହଃଟାୟ୍ଦ୍ । 12ଜଃନ୍କଃରିକି ଜୁୟ୍ ଲକ୍ମଃନ୍ ସଃତ୍କେ ବିସ୍ୱାସ୍ ନଃକେରି କଃରାବ୍ କାମେ ସଃନ୍ମତ୍ ଅୟ୍ ଆଚ୍ତି, ସେମଃନ୍ ସଃବୁ ଲକ୍ ଦଃଣ୍ଡାର୍ ଜୟ୍ଃଗ୍ ବଃଲି ବିଚାର୍ କଃରା ଅଃଉତି ।
ତୁମିମଃନ୍କେ ମୁକ୍ଳୁକ୍ ବାଚ୍ଲାର୍
13ମଃତର୍ ଏ ମାପ୍ରୁର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନାର୍ ଗିନେ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃର୍ତାର୍ ଅଃମିମଃନାର୍ ଲଳା, କାୟ୍ତାକ୍ବଃଲେକ୍ ଇସ୍ୱର୍ ଆତ୍ମାର୍ ନିର୍ମୁଲ୍ ଆର୍ ସଃତ୍ ତଃୟ୍ ବିସ୍ୱାସ୍ କଃରି ମୁକ୍ଳୁକ୍ ତୁମିମଃନ୍ ହଃର୍ତୁ ଉଦାର୍ ହାଉଆସ୍ ଆର୍ ଗଟେକ୍ ପବିତ୍ର ଜାତି ଅଃଉଆସ୍ । 14ସେତାର୍ଗିନେ ହେଁ ଇସ୍ୱର୍ ଅଃମିମଃନାର୍ ନିକ କବୁର୍ ତଃୟ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଜଃଜ୍ମାନ୍ ହାଉଁକ୍ ତୁମିମଃନ୍କେ କୁଦି ଆଚେ । 15ତଃବେ ଏ ବାୟ୍ବେଣିମଃନ୍, ତିର୍ ଅୟ୍ରିଆ, ଆରେକ୍ ଅଃମିମଃନାର୍ କଃତା କି ଚିଟି ତଃୟ୍ ତୁମିମଃନ୍ ଜୁୟ୍ ସିକ୍ୟା ହାୟ୍ଆଚାସ୍, ସେ ସଃବୁ ମଃନେ ଦଃରି ରିଆ ।
16ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ ନିଜେ, ଜୁୟ୍ ଉବା ଇସ୍ୱର୍ ଅଃମିମଃନ୍କେ ଲାଡ୍ କଃରି ଦଃୟା ତଃୟ୍ ଅଃମିକ୍ ଅଃମ୍ବର୍ ସୁସ୍ତା ଆର୍ ନିକ ବଃର୍ସା ଦଃୟ୍ଆଚେ, 17ସେ ନିଜେ ତୁମିମଃନାର୍ ମଃନ୍କେ ସୁସ୍ତା ଦଃୟ୍ ସଃବୁ ନିକ କାମ୍ ଆର୍ କଃତା ତଃୟ୍ ତିର୍ କଃର୍ ।
3ଅଃମାର୍ ଗିନେ ପାର୍ତ୍ନା କଃରା
1ଏ ବାୟ୍ବେଣିମଃନ୍, ସଃରାସଃରି ଅଃମିମଃନାର୍ ଗିନେ ପାର୍ତ୍ନା କଃରା, ମାପ୍ରୁର୍ କଃତା ତୁମିମଃନାର୍ ବିତ୍ରେ ଜଃନ୍କଃରି ଉର୍ଜି ଅୟ୍ରିଲି, ସେରଃକମ୍ ସଃବୁହାକ୍ ବେଗି ଉର୍ଜିଅୟ୍ ଜଃଜ୍ମାନ୍ ହାୟ୍ଦ୍, 2ଆରେକ୍ ପାର୍ତ୍ନା କଃରା, ଇସ୍ୱର୍ ଜଃନ୍କଃରି ଅଃମିମଃନ୍କ୍ କଃରାବ୍ ଲକ୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ତଃୟ୍ହୁଣି ରଃକ୍ୟା କଃରେଦ୍ କାୟ୍ତାକ୍ବଃଲେକ୍ ସଃବୁ ଲକ୍ ନିକ କବୁର୍କେ ବିସ୍ୱାସ୍ ନଃକେର୍ତି ।
3ମଃତର୍ ମାପ୍ରୁ ବିସ୍ୱାସାର୍ ଜୟ୍ଗ୍, ସେ ତୁମିମଃନ୍କେ ତିର୍କଃରି ସୟ୍ତାନ୍ ତଃୟ୍ହୁଣି ବାଚାୟ୍ଦ୍ । 4ଅଃମିମଃନ୍ ଜୁୟ୍ସଃବୁ ବଲ୍ ଦଃୟ୍ଆଚୁ, ସେସଃବୁ ଜେ ତୁମିମଃନ୍ କଃରୁଲାସ୍ ଆର୍ କଃରାସ୍, ଇରି ତୁମିମଃନାର୍ କଃତାୟ୍ ମାପ୍ରୁର୍ ତଃୟ୍ ଅଃମିମଃନାର୍ ବଃଡେ ବିସ୍ୱାସ୍ ଆଚେ ।
5ଆର୍ ମାପ୍ରୁ ତୁମିମଃନାର୍ ମଃନ୍କ୍ ଇସ୍ୱରାର୍ ଲାଡ୍ ଆର୍ କ୍ରିସ୍ଟର୍ ସଃମ୍ବାଳ୍ତା ହର୍ ବାଟେ କାଡାୟ୍ ନେଉଅ ।
ସଃବୁ ଲକ୍ କାମ୍ କଃର୍ତା ଲଳା ଆଚେ
6ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ତୁମିମଃନ୍କେ ଇ ଆଦେସ୍ ଦେଉଁଲୁ, ଜୁୟ୍ ବାୟ୍ବେଣିମଃନ୍ ଅଃଳ୍ସିଆ ଜିବନ୍ କାଟ୍ତି ଆର୍ ଅଃମାର୍ ତଃୟ୍ହୁଣି ହାୟ୍ଲା ସିକ୍ୟା ହଃର୍କାରେ ଜିବନ୍ ନଃକାଟେ, ଆର୍ ସେ ବାୟ୍ମଃନାର୍ ତଃୟ୍ହୁଣି ଅଃହ୍ଣା ଆହ୍ଣାକେ ଅଃଲ୍ଗା କଃରି ରିଆ । 7କାୟ୍ତାକ୍ବଃଲେକ୍ କଃନ୍କଃରି ଅଃମିମଃନ୍କ୍ କାମ୍ ହଃର୍କାରେ ତୁମିମଃନ୍କେ କଃର୍ତାର୍ ଲଳା, ସେରି ତୁମିମଃନ୍ ନିଜେ ଜାଣୁଲାସ୍; ତୁମିମଃନାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ଅଃଳ୍ସିଆ ଅୟ୍ ନଃରିଲୁ, 8କି ତଃନେ ତଃନେ କାର୍ ଅଃର୍ନ୍ କାୟ୍ନଃରିଲୁ, ମଃତର୍ ତୁମିମଃନାର୍ ବିତ୍ରେ କାର୍ ଉହ୍ରେ ବଜ୍ ହର୍ ନଃଉଁକ୍ କଃସ୍ଟ୍ ଆର୍ ଦୁକ୍ ସଃଙ୍ଗ୍ ଦିନ୍ରାତି କାମ୍ କଃରିରିଲୁ । 9ତୁମିମଃନାର୍ ତଃୟ୍ହୁଣି କାୟ୍ରି ନେଉଁକ୍ ଜେ ଅଃମିମଃନାର୍ ଅଃଦିକାର୍ ନାୟ୍, ସେରି ନାୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ଅଃମିମଃନାର୍ କାମ୍ କଃରାସ୍, ଇତାର୍ ଗିନେ ଅଃମିକ୍ ଦଃକି ତୁମି ସିକୁକ୍ ସେବାନ୍ୟା କଃଲୁ । 10କାୟ୍ତାକ୍ବଃଲେକ୍ ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ଅଃମିମଃନ୍ ତୁମିମଃନ୍କେ ଇ ବଲ୍ ଦଃୟ୍ରିଲୁ, “ଜୁୟ୍ ଲକ୍ କାମ୍ କଃରୁକେ ମଃନ୍ ନଃକେରେ, ସେ ଅଃର୍ନ୍ ହେଁ କାଉଅ ନାୟ୍ ।”
11ତୁମିମଃନାର୍ ବିତ୍ରେ କେ କେ ଅଃଳ୍ସିଆ ଜିବନ୍ କାଟୁଲାୟ୍ ଆର୍ ନିଜାର୍ କାୟ୍ କାମ୍ ନଃକେରି ବିନ୍ ଲକାର୍ କାମେ ବାଦା ଦେଉଁକ୍ ଲାଗିରେତି ବଃଲି ଅଃମିମଃନ୍ ସୁଣୁଲୁ । 12ଇରଃକମ୍ ଲକ୍ମଃନ୍କେ ସୁସ୍ତା ବାବେ କାମ୍ କଃରି ନିଜାର୍ ନିଜାର୍ ଅଃର୍ନ୍ କାଉଁକେ ଅଃମିମଃନ୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆଦେସ୍ ଆର୍ ଚେତ୍ନା ଦେଉଁଲୁ ।
13ମଃତର୍ ଏ ବାୟ୍ବେଣିମଃନ୍, ସଃତ୍ କାମ୍ କଃରୁକେ ତୁମିମଃନ୍ ତାକା ନାୟ୍ । 14ଆର୍ ଜଃବେ କେ ଇ ଚିଟି ତଃୟ୍ ଲେକା ଅୟ୍ଲା ଅଃମିମଃନାର୍ ସିକ୍ୟାକେ ନଃମାନେ, ତଃବେ ସେ ଲକ୍କେ ଚିନି ରିଆ, ଆରେକ୍ ସେ ଜଃନ୍କଃରି ଲାଜ୍ ଅୟ୍ଦ୍, ଇତାର୍ ଗିନେ ତାର୍ ସଃଙ୍ଗ୍ ମିସାବିଳା କଃରାନାୟ୍ । 15ଅୟ୍ଲେକ୍ ହେଁ ତାକେ ସଃତ୍ରୁ ବଃଲି ମଃନେ ବାବା ନାୟ୍, ମଃତର୍ ତାକେ କ୍ରିସ୍ଟ ବିସ୍ୱାସି ବାୟ୍ ବଃଲି ମଃନେ ବାବି ଚେତ୍ନା ଦିଆସ୍ ।
ସଃରାସଃରି କଃତା
16ସୁସ୍ତା ଦେଉଁକେ ମାପ୍ରୁ ନିଜେ ତୁମିମଃନ୍କେ ସଃବୁବଃଳ୍ ଆର୍ ସଃବୁ ରଃକମେ ସୁସ୍ତା ଦେଅ । ମାପ୍ରୁ ତୁମି ସଃବୁ ଲକାର୍ ସଃଙ୍ଗେ ସଃଙ୍ଗେ ରେଅ ।
17ମୁୟ୍ଁ ପାଉଲ୍, ମର୍ ନିଜାର୍ ଆତେ ଲେକି ଜୁଆର୍ ଜାଣାଉଁଲେ; ସଃବୁ ଚିଟି ତଃୟ୍ ଇରି ଚିନ୍ ହର୍, ମୁୟ୍ଁ ଇବାନ୍ୟା ଲେକିନ୍ଦ୍ ।
18ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।