ତିମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତିମତି ହାକ୍ ପେରିତ୍ ପାଉଲାର୍ ହଃର୍ତୁ ଚିଟି
୧ ତିମତି ଚିଟି ବିସୟେ ହଃଦେକ୍
ହଃର୍ତୁ ତିମତି ବୟ୍ ଗଟେକ୍ ଚିଟି, ପେରିତ୍ ପାଉଲ୍ ତାର୍ ଚେଲା ତିମତିକେ ଲେକି ଆଚେ । ହଃର୍ତୁ ତିମତି ଅଃଉଁ ହାରେ ଜିସୁ ଜଃଲମାର୍ ହାକାହାକି ୬୨-୬୪ ମଃସିଆ ବିତ୍ରେ ଲେକା ଜାୟ୍ରିଲି । ଇରି ଅଃଉଁ ହାରେ ପାଉଲାର୍ ଜିବନାର୍ ସେସ୍ କାଳ୍ ରିଲି । ପାଉଲାର୍ ସଃଙ୍ଗ୍ ତିମତିର୍ ଗବିର୍ ମିସାଣ୍ ରିଲି, ସେ ବେସି ତର୍ ତିମତିକେ ହଅ ବଃଲି କୟ୍ଆଚେ ପିଲିପି ୨:୨୨୧ ତିମ ୧:୨; ୧:୧୮ । ଇରି ପାଉଲ୍ ଲେକ୍ଲା ୪ ଗଟ୍ ଚିଟି ବିତ୍ରେ ଇରି ଗଟେକ୍ ଜୁୟ୍ତି କି ପାଉଲ୍ ମଣ୍ଡ୍ଳି ବାଦୁଲେ ଗଟ୍ ଲକାର୍ ଟିକ୍ଣା ଦେଉଁଲା । ବିନ୍ ୩ ଗଟ୍ ଚିଟି ଅଃଉଁଲି ୨ ତିମତି, ତିତସ୍ ଆର୍ ପିଲିମନ୍ । ହଃର୍ତୁ ତିମତି ତଃୟ୍ ମଣ୍ଡ୍ଳି ସେବା କାମ୍ ଉହ୍ରେ ବେସି କଃଉଆ ଜାୟ୍ ଆଚେ ୨:୧-୧୫ । ମଣ୍ଡ୍ଳିର୍ ନେତା ମଃନାର୍ ଜୟ୍ଗ୍ ବିସୟେ, ୩:୧-୧୩ ଆର୍ ମିଚ୍ ଗୁରୁମଃନାର୍ ବିରଦେ ଜଃଗ୍ରାତ୍ କଃର୍ତାର୍ ୧:୩-୧୧; ୪:୧-୫; ୬:୨-୫ । ମଣ୍ଡ୍ଳି ବିତ୍ରେ କଃନ୍କା ନେତା ଅଃଉତା ଲଳା ପାଉଲ ତିମତିକେ ଜାଣାଉଁଲା । ଆଜିର୍ ନେତା ମଃନ୍କେ ନିଜାର୍ ମଣ୍ଡ୍ଳିକେ କଃନ୍କଃରି ସେବା କାମ୍ ଚାଲାଉଁକେ ହଃଳେଦ୍ ହଃର୍ତୁ ତିମତି ତଃୟ୍ ଅଃନେକ୍ ସିକ୍ୟା ମିଳୁଲି ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ତିମତିକେ ଜୁଆର୍ ଜାଣାଉଁଲା । ୧:୧-୨
୨. ପାଉଲ ତିମତିକେ ମିଚ୍ ଗୁରୁ ମଃନାର୍ ବିରଦେ ଚେତାଉଁଲା । ୧:୩-୧୧
୩. ତିମତି ଜିସୁକ୍ରିସ୍ଟର୍ ଗିନେ ସେ କଃଡେ ବାୟ୍ଗ୍ ସେରି ପାଉଲ ବୁଜାଉଁଲା । ୧:୧୨-୧୯
୪. ପାଉଲ୍ ତିମତିକେ ମଣ୍ଡ୍ଳିର୍ ସେବା କାମ୍ ଆର୍ ନେତା ମଃନ୍ ବିସୟେ କଃଉଁଲା । ୨–୩
୫. ପାଉଲ୍ ତିମତିକେ ସେସ୍ କଃତା କୟ୍ ବଃନ୍ଦ୍ କଃଲା । ୪–୬
1ଟକ୍ ଗୁରୁମଃନ୍
1ମୁୟ୍ଁ ପାଉଲ୍ ଅଃମିମଃନାର୍ ମୁକ୍ଳାଉତା ଇସ୍ୱରାର୍ ଆର୍ ବଃର୍ସାକଃରି ଜିସୁ କ୍ରିସ୍ଟର୍ କୟ୍ଲା ହଃର୍କାରେ ଜିସୁ କ୍ରିସ୍ଟର୍ ଗଟ୍ ପେରିତ୍ ।
2୧:୨ ପେରି ୧୬:୧.ମର୍ ବିସ୍ୱାସାର୍ ହଅ ତିମତିକେ ଚିଟି ଲେକୁଲେ, ଉବା ଇସ୍ୱର୍ ଆର୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଉହ୍କାର୍, ଦଃୟା, ଆର୍ ସୁସ୍ତା ତର୍ ଉହ୍ରେ ଅଃଉଅ ।
ମିଚ୍ ସିକ୍ୟାକେ ଜଃଗ୍ରାତ୍
3ମୁୟ୍ଁ ମାକିଦନିଆ ଜାତାବଃଳ୍ ତୁମିକେ ଜଃନ୍କଃରି ଗଃଉଆରି କଃରିରିଲେ, ସେନ୍କଃରି ତୁୟ୍ ଏପିସିଏ ରଃୟ୍, କଃତିଲକ୍ ବୁଲ୍ ସିକ୍ୟା ଦେଉଁଲାୟ୍, ସେମଃନ୍କେ ସେରି ନଃକେରୁକେ କଃଉ । 4ଆର୍ ସେମଃନ୍ ମଃନେ ହାଚ୍ଲାକଃତା ଆର୍ ନଃସେର୍ତା ବଃଉଁସାର୍ କଃତାୟ୍ ମଃନ୍ ଦେଅତ୍ନାୟ୍, ଇତାର୍ ଗିନେ ସେମଃନ୍କେ କଃଉଆ, ସେରିସଃବୁ ବିସ୍ୱାସାର୍ କଃତାୟ୍ ଇସ୍ୱରାର୍ ବିଦିର୍ ଉହ୍କାର୍ ନାୟ୍, ମଃତର୍ କଃତା କାଟାକାଟି ଉବ୍ଜେଦ୍ । 5ମଃତର୍ ନିର୍ମୁଳ୍ ବୁଦି, ନିକ ମଃନ୍ ଆର୍ ନିର୍ମାୟା ବିସ୍ୱାସ୍ ତଃୟ୍ହୁଣି ଜୁୟ୍ ଲାଡ୍ ଉବ୍ଜେଦ୍, ତାକେ ଜଃଗ୍ରାତାର୍ ହାୟ୍ ମୁୟ୍ଁ ଆଜି ଇ ଆଦେସ୍ ଦେଉଁଲେ । 6କଃତେକ୍ ମାନାୟ୍ମଃନ୍ ଇ ମୁଳ୍ କଃତାମଃନ୍କେ ହାସ୍ରିକଃରି କୁୟ୍ଅଲେ ଲଳାକେ ନାୟ୍ଲା କଃତାୟ୍ ମାତି ବାଟ୍ ବାଣା ଅଃଉତି । 7ସେମଃନ୍ ମସାର୍ ବିଦିର୍ ଗୁରୁମଃନ୍ ଅଃଉଁକେ ମଃନ୍କଃର୍ତି, ମଃତର୍ ଜୁୟ୍ କଃତା ବଃଳ୍ମାଡ୍କଃରି ସିକ୍ୟା ଦେତି, ସେରି ନିଜେ ନଃବୁଜ୍ତି ।
8ଅଃମିମଃନ୍ ଜାଣୁ ବିଦିର୍ ନିକ ବେବାର୍ କଃଲେକ୍ ସେରି ନିକ । 9ମଃତର୍ ମଃନେ ରଃକୁକ୍ ହଃଳେଦ୍, ଇ ବିଦି ଦଃର୍ମି ଲକ୍ମଃନାର୍ ଗିନେ ନୟେ । ବିଦିନୟ୍ଲା ଅଃଦଃର୍ମିମଃନାର୍ ଗିନେ ତିଆର୍ ଅୟ୍ଆଚେ । ଜୁୟ୍ମଃନ୍ ନିଜାର୍ ଇଚାୟ୍ ଚାଲ୍ତି, ଇସ୍ୱର୍କେ ନଃଡିର୍ତି, ଜୁୟ୍ମଃନ୍ ହାହ୍ କାମେ ବୁଡି ଆଚ୍ତି, ଜୁୟ୍ମଃନାର୍ ଦଃର୍ମ୍ ବାବ୍ ଆର୍ ଜିବନ୍ ଦୁକାଉତାର୍ ନାୟ୍, ଜୁୟ୍ମଃନ୍ ଆୟ୍ସି ଉବାସିକ୍ ମାରୁକ୍ ହେଁ ନଃଚାଡ୍ତି, 10ବେସୁଆ, ଅଃଣ୍ଡ୍ରାଅଃଣ୍ଡ୍ରା ମିସ୍ତାର୍, ମାନାୟ୍ ଚର୍, ବିସ୍ୱାସେ ବିସ୍ ଦେଉ, ଆରେକ୍ ଜୁୟ୍ମଃନ୍ ସବୁ ସଃତ୍ ସିକ୍ୟାୟ୍ ବିରଦ୍ କଃର୍ତି ସେମଃନାର୍ ହାୟ୍ ବିଦି ଅୟ୍ଆଚେ । 11ଇ ସିକ୍ୟା ଇସ୍ୱରାର୍ ଜଃଜ୍ମାନାର୍ ଗିନେ ନିକ କବୁରାର୍ ସିକ୍ୟା ଦେଉଁକେ ମକେ ସଃହ୍ରି ଦିଆ ଅୟ୍ଲି ଆଚେ ।
ପାଉଲାର୍ ଉହ୍ରେ ଇସ୍ୱରାର୍ ଦଃୟା
12ମର୍ ଉହ୍ରେ ଆସା କଃରି ଇ ସେବା କାମ୍ ଦଃୟାୟ୍ ଦଃୟ୍ଆଚେ ଲାଗି ମାପ୍ରୁ ଜିସୁ କ୍ରିସ୍ଟକେ ଜୁଆର୍ କଃରୁଲେ, ସେ ମକେ ମର୍ କାମେ ସଃକ୍ତି ଦିଲା ଆଚେ, ସେ ମକେ ବିସ୍ୱାସ୍ ଜୟ୍ଗ୍ କଃରି ସେବାକାରି ହଃଦେ ବାଚ୍ଲା ଆଚେ । 13୧:୧୩ ପେରି ୮:୩; ୯:୪,୫.ମୁୟ୍ଁ ହୁର୍ବେ ଜିସୁକ୍ରିସ୍ଟର୍ ବିରଦେ ଲିନ୍ଦାକାରି, ତାଳ୍ନାକାରି ଆର୍ ହଃତ୍ୟାକାରି ରିଲେକ୍ ହେଁ, ମୁୟ୍ଁ ବିସ୍ୱାସ୍ ଗିନେ ନଃଜାଣିକଃରି ସେରି କଃରିରିଲେ, ମଃତର୍ ମୁୟ୍ଁ କାୟ୍ରି କଃରୁଲେ ବଃଲି ଜାଣି ନଃରିଲାକ୍ ଇସ୍ୱର୍ ମକେ ଦଃୟା କଃଲା, ଅବିସ୍ୱାସ୍ ରିଲାକେ ସେରି କଃଲେ । 14ଆର୍ ଅଃମିମଃନାର୍ ମାପ୍ରୁର୍ ଉହ୍କାର୍ ଜଃବର୍ ମିଳ୍ଲାକେ କ୍ରିସ୍ଟ ଜିସୁର୍ ଦଃୟା ବିସ୍ୱାସ୍ ଆର୍ ଲାଡ୍ ହଃର୍କାରେ ମକ୍ ଜଃବର୍ ଅୟ୍ଲି । 15ହାହିମଃନ୍କେ ମୁକ୍ଳାଉଁକ୍ କ୍ରିସ୍ଟ ଜିସୁ ଜେ ଜଃଗତେ ଆସିରିଲା, ଇ କଃତା ସଃତ୍ ଆର୍ ସଃବୁ ମାନ୍ତା ଜୟ୍ଗ୍, ସେ ହାହିମଃନାର୍ ବିତ୍ରେ ମୁୟ୍ଁ ବଃଡ୍ ହାହି । 16ଅୟ୍ଲେକ୍ ହେଁ ଜୁୟ୍ ଲକ୍ମଃନ୍ ଆସୁଲା କାଳେ ଅଃମ୍ବର୍ ଜିବନ୍ ହାଉଁକେ ଜିସୁ କ୍ରିସ୍ଟକେ ସଃତ୍କଃର୍ତି, ସେମଃନାର୍ ତଃୟ୍ ସାକିହର୍ ଅଃଉଁକେ ମୁଳ୍ ହାହି ଜେ ମୁୟ୍ଁ, ମର୍ତଃୟ୍ ସେ ଜଃନ୍କଃରି ଅଃହ୍ଣାର୍ ବଃଡେ ସଃମ୍ବାଳ୍ତାର୍ ଦଃକାୟ୍ଦ୍, ଇତାର୍ ଗିନେ ମୁୟ୍ଁ ଦଃୟା ହାୟ୍ଲେ । 17ନଃସ୍ଟ୍ନଃଉତା, ନଃଡିସ୍ତାର୍, ଗଟେକ୍ ବଃଲି ଇସ୍ୱର୍ ଜେ ଜୁଗ୍ ଜୁଗାର୍ ରଃଜା, ତାର୍ ବଃଡେ ମାୟ୍ନ୍ ଆର୍ ଜଃଜ୍ମାନ୍ ଜୁଗେଜୁଗେ ଅଃଉଅ । ଆମେନ୍ ।
18ଏ ମର୍ ହଅ, ତିମତି ତର୍ କଃତା ହୁର୍ବେ କଃଉଆ ଅୟ୍ ରିଲା ସଃବୁ ବାବ୍ବାଣି ହଃର୍କାରେ ମୁୟ୍ଁ ତକେ ଇ ବଃଚନ୍ ଦେଉଁଲେ, ଜଃନ୍କଃରି ତୁୟ୍ ସେସଃବୁ ବାବ୍ବାଣି ତଃୟ୍ହୁଣି ନିକ ଜୁଜ୍ କଃରୁ ହାର୍ସି, 19ବିସ୍ୱାସ୍ ଆର୍ ନିର୍ମୁଳ୍ ମଃନ୍ ଦଃରିରେ, ସେରି ଚାଡ୍ଲାକ୍ କଃତିଲକାର୍ ବିସ୍ୱାସ୍ ନଃସ୍ଟ୍ ଅୟ୍ଆଚେ । 20ସେମଃନାର୍ ବିତ୍ରେ ହୁମନାୟ ଆର୍ ଆଲେକ୍ଜେଣ୍ଡାର୍ ରିଲାୟ୍, ଇ ଦୁୟ୍ଲକ୍ ଜଃନ୍କଃରି ଅଃଦିକାର୍ ହାୟ୍ ଇସ୍ୱର୍ ଲିନ୍ଦା ନଃକେର୍ତି, ଇତାର୍ ଗିନେ ମୁୟ୍ଁ ସେମଃନ୍କେ ସୟ୍ତାନ୍ ଆତେ ସଃହ୍ରି ଦଃୟ୍ ଡଃଣ୍ଡ୍ ଦଃୟ୍ ଆଚି ଅଃଉଁ ହାରେ ଇସ୍ୱର୍ ଲିନ୍ଦା ନଃକେରୁକେ ସିକ୍ତି ।
2ମଣ୍ଡ୍ଳିର୍ ପାର୍ତ୍ନା ନିୟମ୍
1ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ ପାର୍ତ୍ନା କଃର୍ତା ବଃଳ୍ ସବୁ ଲକାର୍ ହାୟ୍ଁ ପାର୍ତ୍ନା କଃରା, ଇସ୍ୱରାର୍ ତଃୟ୍ ପାର୍ତ୍ନା ଗଃଉଆରି ଆର୍ ଦନ୍ୟବାଦ୍ ଜାଣାଉଆ, 2ଇତାର୍ ଗିନେ ସଃବୁଲକାର୍ ଜିବନେ ରଃଜା ଆର୍ ସାସନ୍ କଃରୁମଃନାର୍ ଗିନେ ଗଃଉଆରି, ପାର୍ତନା, ବିନ୍ତି ଆର୍ ଦନ୍ୟବାଦ୍ ଦେଉଁକେ ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ । 3ଇରଃକମ୍ ପାର୍ତ୍ନା ଅଃମିମଃନାର୍ ମୁକ୍ଳାଉତା ଇସ୍ୱରାର୍ ଆକାୟ୍ ନିକ ଆର୍ ମଃନ୍କେ ଗଃଲାର୍ । 4ସଃବୁ ଲକ୍ ଜଃନ୍କଃରି ମୁକ୍ତି ହାଉଅତ୍ ଆର୍ ସଃତ୍ ବିସୟେ ଗ୍ୟାନ୍ ହାଅତ୍, ଇରି ସେ ମଃନ୍ କଃରୁଲା । 5କାୟ୍ତାକ୍ବଃଲେକ୍ ଗଟେକ୍ ବଃଲି ଇସ୍ୱର୍ ଆଚେ, ଆର୍ ଇସ୍ୱର୍ ଆର୍ ମାନାୟ୍ମଃନାର୍ ବିତ୍ରେ ଗଟେକ୍ ହଃକା ମଃଜିର୍ ଲକ୍ ଆଚେ, ସେ କ୍ରିସ୍ଟ ଜିସୁ, ଗଟେକ୍ ମାନାୟ୍ । 6ଜିସୁ ସଃବୁ ଲକାର୍ ମୁକ୍ଳାଉତାର୍ ମଲ୍ ହର୍ ଆହ୍ଣାକେ ସହ୍ରିଦଃୟ୍ ଟିକ୍ ବେଳାୟ୍ ସେତିର୍ ସାକି ଅୟ୍ଆଚେ । 7୨:୭ ୨ ତିମ ୧:୧୧.ସେତାର୍ ଗିନେ ମୁୟ୍ଁ ଗଟେକ୍ ପର୍ଚାର୍କାରି ପେରିତ୍ ଆରେକ୍ ବିସ୍ୱାସ୍ ଆର୍ ସଃତ୍ କଃତାକ୍ ଅଜିଉଦି ଲକ୍ମଃନ୍କାର୍ ଗଟ୍ ଗୁରୁ ହର୍ ବାଚିଅୟ୍ଲେ, ଇରି ମୁୟ୍ଁ ସଃତ୍ କଃଉଁଲେ ମିଚ୍ ନଃକୟ୍ଁ ।
8ମୁୟ୍ଁ ମଃନ୍ କଃରୁଲେ ପାର୍ତନାୟ୍ ନିର୍ମୁଳ୍ ଆତ୍ ଟେକି ସଃବୁଲକ୍ ପାର୍ତ୍ନା କଃରତ୍ ମଃନ୍ ବିତ୍ରାର୍ ସଃବୁ ରିସା ଚାଡତ୍ । 9୨:୯ ୧ ପିତ ୩:୩.ମାୟ୍ଜିମଃନ୍କେ ହେଁ ମର୍ ଗଃଉଆରି ସେମଃନ୍ ବେସି ମଲାର୍ ଚଃଉଁରିକସା ଆର୍ ସନାମାଳି ଆର୍ ହିରା ହିନ୍ଦି ନିଜଃକେ ସୁନ୍ଦୁର୍ ନଃକେରି ନିକ କାମେ ଦଃର୍ମି ବାବେ ଜାଣା ହଃଳତ୍ । 10ଦଃର୍ମି ମାୟ୍ଜିମଃନ୍ ତାକାର୍ ଲଳା ହଃର୍କାରେ ନିକ କାମ୍ ସଃଙ୍ଗ୍ ଅଃହ୍ଣା ଅଃହ୍ଣାକ୍ ଜଃଗ୍ରାତ୍ କଃରତ୍ । 11ମାୟ୍ଜିମଃନ୍ ହୁରାହୁରି ମାୟ୍ନ୍କାରି ଅୟ୍ ତୁନ୍ହଃଳି ସିକ୍ୟା ସୁଣି ମଃନେ ଦଃରତ୍ । 12ମାୟ୍ଜିକେ ସିକ୍ୟା ଦେଉଁକେ କି ଅଃଣ୍ଡ୍ରା ଉହ୍ରେ ଅଃଦିକାର୍ କଃରୁକେ ମୁୟ୍ଁ ମାୟ୍ଜି ମଃନ୍କେ ସିକାଉଁକେ ନଃକୟ୍ଁ, ମଃତର୍ ସେମଃନ୍ ତୁନ୍ହଃଳି ସୁଣତ୍ । 13କାୟ୍ତାକ୍ବଃଲେକ୍ ଇସ୍ୱର୍ ହଃର୍ତୁ ଆଦମ୍କେ ତିଆର୍ କଃଲା, ତାର୍ହଃଚେ ହବା । 14ହଃର୍ତୁ ଆଦମ୍କେ ସୟ୍ତାନ୍ ଟକି ନଃରିଲି, ମଃତର୍ ହବାକ୍ ହାହ୍କଃରି ଇସ୍ୱରାର୍ କଃତା ନଃମାନ୍ତା ଦସେ ଦଃଣ୍ଡ୍ ହାୟ୍ଲି । 15ମଃତର୍ ମାୟ୍ଜିମଃନ୍ ନିକ ବୁଦିର୍ ସଃଙ୍ଗ୍, ବିସ୍ୱାସ୍, ଲାଡ୍, ଆର୍ ନିର୍ମୁଳ୍ ମଃନେ ତିର୍ ରିଲେକ୍, ସେମଃନ୍ ହିଲାକ୍ ଜଃଲମ୍ କଃଲେକ୍ ହାହେ ହୁଣି ମୁକ୍ତି ହାଉତି ।
3ମଣ୍ଡ୍ଳିର୍ ମୁଳିକାମଃନ୍
1ଇ କଃତା ସଃତ୍, କେ ଜଦି ମୁଳିକା ଅଃଉଁକେ ମଃନ୍କଃରେଦ୍, ତଃବେ ସେ ନିକ କାମ୍ କଃରୁକେ ଇଚା କଃର୍ । 2୩:୨ ତିତ ୧:୬-୯.ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକାର୍ ନିର୍ଦସି ଗୁଣ୍, ସେ ଗଟେକ୍ ମାୟ୍ଜିର୍ ଡକ୍ରାସି ଅୟ୍ବାର୍ ଆଚେ, ନିକ ଗୁଣାର୍, ନିକ ବୁଦି, ନିକ ଚାଲାଚାଲ୍ତି, ଲକ୍ସସି ଆର୍ ସିକ୍ୟା ଦେଉଁକ୍ ପିଆସ୍ ଲକ୍ ଅୟ୍ ରଃୟ୍ଦ୍ । 3ସେ ମଃଦୁଆ କି କୁନ୍ଦିକାଡୁ ନଃୟ୍କଃରି, ଦିର୍ ଆର୍ ଦିର୍ ମଃନାର୍, କାର୍ ସଃଙ୍ଗ୍ ବିରଦ୍ ନୟ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ । 4ନିଜାର୍ କୁଟୁମ୍କେ ନିକକଃରି ସାକାଳେଦ୍, ମଃନ୍ ଦିଆନେ ଅଃହ୍ଣାର୍ ହିଲାମଃନ୍କେ ମାନାୟ୍କଃରି ରଃୟ୍ଦ୍ । 5କେ ଜଦି ଅଃହ୍ଣାର୍ ଗଃର୍ କୁଟୁମ୍କେ ଚାଲାଉଁକେ ନଃଜାଣେ, ତଃବେ ସେ କଃନ୍କଃରି ଇସ୍ୱରାର୍ ମଣ୍ଡ୍ଳିକେ ଜଃତୁନ୍ ନେଉଁହାରେ ? 6ସେ ନଃଉଆଁ ବିସ୍ୱାସି ଅୟ୍ନଃରେଅ, ଜଃଡେବଃଳ୍ ବଃଡ୍ହାଣ୍ୟା ଅୟ୍ ସୟ୍ତାନ୍ ହର୍ ଡଃଣ୍ଡ୍ ହାୟ୍ଦ୍ । 7ସେ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ହେଁ ଡାକ୍ହୁଟା ଅୟ୍ରେବାର୍ ଆଚେ, ଅଃଉଁହାରେ ସେ ଲିନ୍ଦା ହାୟ୍ ସୟ୍ତାନାର୍ ହାନ୍ଦାୟ୍ ହଃଳେଦ୍ ।
ମଣ୍ଡ୍ଳିର୍ ଉହ୍କାର୍ କଃରୁମଃନ୍
8ସେରଃକମ୍ ମଣ୍ଡ୍ଳିର୍ ସେବାକାରିମଃନ୍ ନିର୍ମୁଳ୍ ବାବ୍ନା ସଃଙ୍ଗ୍ ବିସ୍ୱାସାର୍ ଗବିର୍ ଗ୍ୟାନ୍କେ ଦଃରି ଦିର୍ସୁସାୟ୍ ଚଃର୍ନ୍ବାଡା ନଃୟ୍କଃରି, ସେମଃନ୍ ମଃଦ୍ ନଃକାଅତ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ । 9ଅଃମିମଃନାର୍ ଦଃର୍ମ୍ ବିସ୍ୱାସାର୍ ଜାଣାହଃଳ୍ଲାର୍ ସଃତ୍ମଃନ୍ ସେମଃନ୍ ନିର୍ମୁଳ୍ ମଃନେ ଅଃଟୁଆ ବାବେ ବିସ୍ୱାସ୍ କଃର୍ତି ରେବାର୍ ଆଚେ । 10ସେମଃନ୍ ହେଁ ହଃର୍ତୁ ପରିକ୍ୟା ଜିଣତ୍ ଆର୍ ଲିନ୍ଦା ନଃବାରାୟ୍ଲେକ୍, ମଣ୍ଡ୍ଳିର୍ ସେବାକାରି ହଃଦେ ସେମଃନ୍କେ ବାଚା । 11ସେରଃକମ୍ ସେମଃନାର୍ ମାୟ୍ଜିମଃନ୍ ହେଁ ବିନ୍ ଲକ୍କେ ଲିନ୍ଦାକାରି ନଃୟ୍କଃରି ଦିର୍ ସୁସ୍ତାୟ୍, ସୁଆଦ୍ କଃତା ଆର୍ ସଃବୁ କଃତାୟ୍ ମାୟ୍ନ୍କାରିଣି ବିସ୍ୱାସି ଅଃଉତା ଲଳା । 12ସେବାକାରିମଃନ୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅଃଉତ୍ ଆର୍ ଅଃହ୍ଣା ମଃନ୍କାର୍ ହିଲାମଃନ୍କେ ଆର୍ ଗଃର୍ କୁଟୁମ୍କେ ନିକ କଃରି ଚାଲାଅତ୍ । 13କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ନିକ କଃରି ସେବାକାରିର୍ କାମ୍ କଃରି ଆଚ୍ତି, ସେମଃନ୍ ଅଃହ୍ଣା ମଃନ୍କାର୍ ଗିନେ ନାମର୍ତା ଆର୍ କ୍ରିସ୍ଟ ଜିସୁର୍ ତଃୟ୍ ବିସ୍ୱାସାର୍ ଗିନେ ଜଃବର୍ ସାସ୍ ହାଉତି ।
ବିସ୍ୱାସାର୍ ସଃତ୍
14ଇ ଚିଟି ଲେକ୍ଲା ବଃଳ୍ ମୁୟ୍ଁ ବେଗି ତୁମାର୍ ହାକ୍ ଆସିନ୍ଦ୍ ବଃଲି ଆସା କଃରୁଲେ । 15ମଃତର୍ ଜଃଡେବଃଳ୍ ମୁୟ୍ଁ ବେଗି ଆସୁ ନଃହାରି, ତଃବେ ଇସ୍ୱରାର୍ ଗଃରେ, ବଃଲେକ୍, ଜିବନ୍ ଇସ୍ୱରାର୍ ମଣ୍ଡ୍ଳିର୍ ସଃତାର୍ ମୁଣ୍ଡା ଆର୍ ମୁଳ୍ କୁନାଦି ତାର୍ ତଃୟ୍ କଃନ୍କଃରି ଚାଲାଚାଲ୍ତି କଃରୁକେ ହଃଳେଦ୍, ସେରି ଜଃନ୍କଃରି ତୁମି ଜାଣାସ୍, ସେତାକ୍ ଇତି ସଃବୁ ତୁମିକେ ଲେକୁଲେ । 16ଇସ୍ୱର୍ ମାନ୍ତିର୍ ଗୁପ୍ତ୍ ଗ୍ୟାନ୍ ଜେ ବଃଡ୍କଃତା, ଇରି ସଃବୁ ଲକ୍ ମାନ୍ତି । ସେରି ଇରି,
କ୍ରିସ୍ଟ ଗଃଗାଳ୍ ଦଃରି ଦଃକାୟ୍ ଅୟ୍ଲା,
ଆତ୍ମାୟ୍ ଦଃର୍ମି ବଃଲି ସଃତ୍ ବଃଲାୟ୍ ଅୟ୍ଲା,
ଦୁତ୍ମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା,
ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ପର୍ଚାର୍ ଅୟ୍ଲା,
ଜଃଗତେ ତାକ୍ ସଃତ୍ କଃଲାୟ୍,
ଜଃଜ୍ମାନେ ସଃର୍ଗେ ଗଃଲା ।
4ଟଃକ୍ ଗୁରୁମଃନ୍
1ସେସ୍କାଳେ କଃତେକ୍ ଲକ୍ ମିଚୁଆ ଗୁରୁମଃନାର୍ କଃତାୟ୍ ହଃଳି ବିସ୍ୱାସ୍ ଚାଡ୍ତି ଟକ୍ଗୁରୁ ମଃନାର୍ ବିସ୍ୱାସ୍ କଃର୍ତିରିଲା ହାହ୍ ଆତ୍ମାର୍ ବିସ୍ୱାସେ ଜାତି ଆର୍ ଜଃତ୍କଃତ୍ ଅଃଉତି । 2ଇମଃନ୍ ବୁଲ୍କାଉତା ଆର୍ ମିଚୁଆମଃନ୍ ସେମଃନାର୍ ବୁଦି ମଃଲାର୍ 3ସେ ମିଚୁଆ ଗୁରୁମଃନ୍ ବିବାନଃଉଆ ବଃଲ୍ତି, ଆର୍ ବିନ୍ବିନ୍ କାଦି ତଃୟ୍ହୁଣି ବିନେ ରେଉଁକେ ସିକାଉତି । ବିସ୍ୱାସି ଆର୍ ସଃତ୍ ଜାଣିରିଲା ଲକ୍ମଃନାର୍ ତଃୟ୍ହୁଣି ଦନ୍ୟବାଦ୍ ଦଃୟ୍ କାଉଁକେ ଇସ୍ୱର୍ ଇରିମଃନ୍ ଉବ୍ଜାଣ୍ କଃରିଆଚେ । 4କାୟ୍ତାକ୍ବଃଲେକ୍ ଇସ୍ୱର୍ ଉବ୍ଜାୟ୍ଲାର୍ ସଃବୁ ନିକ, ଆର୍ ଦନ୍ୟବାଦ୍ ଦଃୟ୍ କାୟ୍ଲେକ୍ କାୟ୍ରିହେଁ ଚାଡ୍ତାର୍ ନାୟ୍ । 5ବଲେକ୍, ଇସ୍ୱରାର୍ ବାକ୍ୟୟ୍ ଆର୍ ପାର୍ତ୍ନାୟ୍ ସେରି ନିର୍ମୁଳ୍ କଃରା ଅୟ୍ଦ୍ ।
କ୍ରିସ୍ଟ ଜିସୁର୍ ନିକ ସେବାକାରି
6ତିମତି, ଇସଃବୁ କଃତାମଃନ୍ ବାୟ୍ବେଣିମଃନ୍କେ ସିକ୍ୟା ଦିଲେକ୍ କ୍ରିସ୍ଟଜିସୁର୍ ଗଟେକ୍ ନିକ ସେବାକାରି ଅଃଉସି, ଆରେକ୍ ତୁମି ଜୁୟ୍ ବିସ୍ୱାସ୍ ଆର୍ ନିକ ସିକ୍ୟାୟ୍ ଚାଲି ଆସି ଆଚାସ୍, ସେରଃକମ୍ ବାକ୍ୟୟ୍ ହୁରା ଅଃଉସି । 7ଇସ୍ୱର୍ ଲାଜ୍ କଃର୍ତିରିଲା ମଲ୍ନୟ୍ଲା କଃତାମଃନ୍ ସୁଣାନାୟ୍ । ଇସ୍ୱର୍କେ ମାୟ୍ନ୍କାରି ଜିବନ୍ କାଟୁକ୍ ଅବ୍ୟାସ୍ କଃରା । 8କାୟ୍ତାକ୍ବଃଲେକ୍ ଗଃଗାଳେ କେଳ୍ତାର୍ ଅଃଳକ୍ ଦିନ୍ ହାଇଁ ଲାବ୍, ମଃତର୍ ଇସ୍ୱର୍କେ ମାୟ୍ନ୍ କଃର୍ତାର୍ ଇ କାଳେ ଆର୍ ସେ କାଳେ ସଃୟ୍ତ୍ କଃଲା ଜିବନାର୍ ସଃବୁ କଃତାୟ୍ ଉହ୍କାର୍ । 9ଇ କଃତା ସଃତ୍ୟା ଆର୍ ହୁରାହୁରି ମାନ୍ତା ଜୟ୍ଗ୍ । 10ଇତାର୍ ଗିନେ ତ ଅଃମିମଃନ୍ ମଃନ୍ହଃରାଣ୍ ଦଃୟ୍ କଃସ୍ଟ୍ ଆର୍ ଚେସ୍ଟାକ୍ରୁଲୁ, ବଃଲେକ୍ ଜୁୟ୍ ଜିବନ୍ ଇସ୍ୱର୍ ସଃବୁ ମାନାୟ୍ର୍, ମୁଳ୍କଃରି ବିସ୍ୱାସିମଃନାର୍ ମୁକ୍ଳାଉତା ଲକ୍, ତାର୍ତଃୟ୍ ଅଃମିମଃନାର୍ ଆସା ଆଚେ ।
11ତୁୟ୍ ଇ ସଃବୁ ବିସୟ୍ ଆଦେସ୍ ଦଃୟ୍ ସିକ୍ୟା ଦେସ୍ । 12ତର୍ ଦଃଙ୍ଗ୍ଳା ବଃଇଁସାର୍ ଗିନେ ତକେ କେହେଁ ଇନ୍ମାନ୍ ନଃକେରତ୍, ମଃତର୍ କଃତାୟ୍, ଚାଲାଚାଲ୍ତି ତଃୟ୍, ଲାଡେ, ବିସ୍ୱାସେ, ଆର୍ ନିର୍ମୁଲ୍ ସଃଙ୍ଗ୍ ବିସ୍ୱାସିମଃନାର୍ ଗଟେକ୍ ନିକ ଲକାର୍ ହର୍ ଅଃଉ । 13ମୁୟ୍ଁ ତର୍ତଃୟ୍ ଆସ୍ତା ହଃତେକ୍ ସାସ୍ତର୍ ହଳୁକ୍, ପର୍ଚାର୍ କଃରୁକେ ଆର୍ ସିକ୍ୟା ଦେଉଁକ୍ ମଃନ୍ ଦେସ୍ । 14ମଣ୍ଡ୍ଳିର୍ ପାରାଚିନ୍ମଃନ୍ ତର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ତକ୍ ଜୁୟ୍ ଆତ୍ମାର୍ ବର୍ ଦାନ୍ ଦିଆ ଅୟ୍ଆଚେ, ସେରି ଏଳା କଃର୍ ନାୟ୍ । 15ମୁୟ୍ଁ ଲେକିରିଲା ସଃବୁ କଃତା ମଃନ୍ଦଃୟ୍ କଃରି ମାନୁକେ ଅବ୍ୟାସ୍ କଃର୍ ତଃବେ ତର୍ କାମ୍ ଦାମ୍ ତୟ୍ ଟିକ୍ ବିସୟେ ଜଃଗ୍ରାତ୍ ରେ । 16ନିଜାର୍ ବିସୟେ ଆର୍ ନିଜାର୍ ସିକ୍ୟା ବିସୟେ ଜଃଗ୍ରାତ୍ ଅଃଉ, ଇ ସଃବୁ ବିସୟେ ଲାଗିରେ, କାୟ୍ତାକ୍ବଃଲେକ୍ ସେରି କଃଲେକ୍ ତୁୟ୍ ନିଜାର୍ ମୁକ୍ତି ଆର୍ ତର୍ ସିକ୍ୟା ସୁଣ୍ତା ଲକ୍ମଃନାର୍ ମୁକ୍ତି ହେଁ ସାଦୁନ୍ କଃରୁ ହାର୍ସି ।
5ବିସ୍ୱାସିମଃନାର୍ କଃର୍ତାକାମ୍
1ତୁଇ ବୁଡାବୁଡିମଃନ୍କ୍ ଇନସ୍ତା କଃର୍ ନାୟ୍, ମଃତର୍ ଉବା ହର୍ ମାନ୍ତି କଃରା, ଆର୍ ଦଃଙ୍ଗ୍ଳାମଃନ୍କେ ବାୟ୍ ହର୍, 2ବୁଡାବୁଡିମଃନ୍କ୍ ଉବାଆୟା ହର୍ ଆର୍ ଦଃଙ୍ଗ୍ଳିମଃନ୍କେ ନିର୍ମୁଳ୍ ମଃନେ ବେଣି ହର୍ ବାବି କଃରି ସେରଃକମ୍ କଃର୍ ।
3ସାହା ନୟ୍ଲା ରାଣ୍ଡିଲକେ ମାୟ୍ନ୍ କଃର୍ । 4ମଃତର୍ ଜଦି ଗଟ୍ ରାଣ୍ଡିର୍ ହଇସିଜିସି କି ନାତିନାତ୍ଣି ରେତି, ତଃବେ ସେମଃନ୍ ହଃର୍ତୁ ନିଜାର୍ ଗଃରାର୍ କୁଟୁମାର୍ ଲକ୍କେ ମାୟ୍ନ୍ କଃରୁକେ ଆର୍ ଆୟ୍ସି ଉବାସିମଃନ୍କେ ଲେଉଟି ଉହ୍କାର୍ କଃରୁକେ ସିକତ୍ । କାୟ୍ତାକ୍ବଃଲେକ୍ ଇରି ତ ଇସ୍ୱରାର୍ ଆକାୟ୍ ନିକ । 5ଜୁୟ୍ ରାଣ୍ଡି ଏକ୍ଲା, ସେ ଇସ୍ୱରାର୍ ଉହ୍ରେ ଆସା କଃରି ଦିନ୍ରାତି ଇସ୍ୱର୍କେ ଗଃଉଆରି କଃରି ଆର୍ ପାର୍ତ୍ନାୟ୍ ଲାଗି ରେଉଅ । 6ମଃତର୍ ଜେ ସୁକ୍ବୟ୍ଗେ ବୁଡିରୟ୍ଦ୍, ସେ ଜିବନ୍ ରିଲେକ୍ ହେଁ ମଃଲା ସଃମାନ୍ । 7ସେମଃନ୍ ଜଃନ୍କଃରି ଲିନ୍ଦା ନଃହାଉତି, ଇତାର୍ ଗିନେ ଇ ସଃବୁ ହେଁ ସେମଃନ୍କେ କଃଉ । 8ମଃତର୍ ଜଦି କେ ଅଃହ୍ଣାର୍ ଗଃରାର୍ ନିଜାର୍ ଗଃର୍ କୁଟୁମାର୍ ଜଃତୁନ୍ ନଃନେୟ୍, ସେ ବିସ୍ୱାସାର୍ କଃତା ନଃମାନି ଆଚେ, ଆର୍ ସେ ଅବିସ୍ୱାସି ତଃୟ୍ହୁଣି ଅଃଦିକ୍ ହାହି ।
9ଜୁୟ୍ ରାଣ୍ଡିର୍ ବଃୟ୍ସ୍ ସାଟେ ହୁଣି ଉଣା ନାୟ୍, 10ଆର୍ ଜେ ଗଟେକ୍ ଅଃଣ୍ଡ୍ରାର୍ ମାୟ୍ଜି ଆର୍ ନିକ କାମାର୍ ଗିନେ ଡାକ୍ ହୁଟି ରଃୟ୍ଦ୍, ବଃଲେକ୍ ସେ ଜଦି ହିଲାମଃନ୍କେ ନିକ ଜଃତୁନ୍ କଃରେଦ୍, ବିନ୍ ଲକେ ଜଃତୁନ୍ କଃରେଦ୍, ଦଃର୍ମି ଲକାର୍ ହାଦ୍ ଦଃୟ୍ଦ୍, ଦୁକିମଃନାର୍ ଦୁକ୍ ହାସ୍ରାୟ୍ଦ୍, ଆର୍ ସଃବୁ ନିକ କାମେ ତିକ୍ତିକା ରଃୟ୍ଦ୍, ତଃବେ ତାର୍ ନାମ୍ ରାଣ୍ଡି ବଃଲି ଗଃଣିତା କଃରା ।
11ମଃତର୍ ଦଃଙ୍ଗ୍ଳି ରାଣ୍ଡି ମଃନ୍କେ ରାଣ୍ଡି ବଃଲି ମାନା ନାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ଅଃଣ୍ଡ୍ରାକେ ମିସୁକ୍ ମଃନ୍କଃରି କ୍ରିସ୍ଟ ତଃୟ୍ହୁଣି ମଃନ୍ ବୁଲାୟ୍ଲେକ୍, ବିବା ଅଃଉଁକେ ମଃନ୍କଃର୍ତି । 12ସେମଃନ୍ ସେମଃନାର୍ ହଃର୍ତୁ କଃରି ରିଲା ସଃୟ୍ତ୍ ବାଙ୍ଗ୍ଲେକ୍ ସଃତ୍କଃରି ଡଃଣ୍ଡ୍ ହାଉତି । 13ଆରେକ୍ ହେଁ ସେମଃନ୍ ଦଃନ୍ଦି ଅୟ୍ ଗଃର୍ ଗଃର୍ ବୁଲି ଅଃଳ୍ସିଆଣି ଅଃଉଁକେ ସିକ୍ତି, ଚୁଚା ଅଃଳ୍ସିଆଣି ନାୟ୍, ମଃତର୍ ଲଳାକ୍ ନୟ୍ଲାର୍ ଆର୍ ଗାଣେଞ୍ଜ୍ କୟ୍ ନଃକ୍ଉତା କଃତା କଃଉତି । 14ଇତାର୍ ଗିନେ ମର୍ ମଃନ୍ ଦଃଙ୍ଗ୍ଳି ରିଲା ରାଣ୍ଡିମଃନ୍ ବିବା ଅଃଉତ୍, ହିଲା ହାଅତ୍, ଗଃର୍ ଚାଲାଅତ୍, ସଃତ୍ରୁକେ ଲିନ୍ଦା କଃରୁକ୍ କାୟ୍ ବାଟ୍ ନଃଦେଉଅତ୍ । 15ବଃଲେକ୍ ଅଃବେ ହେଁ କେ କେ କ୍ରିସ୍ଟର୍ ତଃୟ୍ହୁଣି ଦୁରିକ୍ ଅୟ୍ ସୟ୍ତାନ୍ ହଃଚେ ଜାୟ୍ ବିନ୍ ବାଟେ ଗଃଳାୟ୍ ଆଚ୍ତି । 16ଜଦି କୁୟ୍ ବିସ୍ୱାସି ମାୟ୍ଜିର୍ ଗଃରେ ରାଣ୍ଡିମଃନ୍ ରେତି, ତଃବେ ସେ ସେମଃନାର୍ ଜଃତୁନ୍ ନେଉଅ, ମଣ୍ଡ୍ଳି ଉହ୍ରେ ବଜ୍ ନଃଉଅ, ମଣ୍ଡ୍ଳି ଜଃନ୍କଃରି ଆସ୍ରା ନୟ୍ଲା ରାଣ୍ଡିମଃନାର୍ ଜଃତୁନ୍ ନେଉଁକ୍ ହାରେ ।
17ଜୁୟ୍ ପାରାଚିନ୍ ନିକ କଃରି ଚାଲାଉତି, ମୁଳ୍କଃରି ଜୁୟ୍ମଃନ୍ ମାପ୍ରୁର୍ କଃତା ପର୍ଚାର୍ କଃର୍ତି ଆର୍ ସିକ୍ୟା ଦେଉଁକେ କଃସ୍ଟ୍ କଃର୍ତି, ସେମଃନ୍ ଦୁୟ୍ଗୁଣ୍ ମାୟ୍ନ୍ ହାଉତା ଜୟ୍ଗ୍ । 18୫:୧୮ ମାତି ୧୦:୧୦; ଲୁକ ୧୦:୭.ବଃଲେକ୍ ସାସ୍ତର୍ କଃଉଁଲି, “ଦାନ୍ ମାଡାଉତାବଃଳ୍ ବଃଇଲ୍ ମୁଏଁ କତ୍ରା ବାନ୍ଦାନାୟ୍ ।” ଆର୍ ହାୟ୍ଟି କଃର୍ତା ଲକ୍ ତାର୍ ବୁତି ହାଉତା ଜୟ୍ଗ୍ । 19ଦୁୟ୍ କି ତିନି ଲକ୍ ସାକି ନୟ୍ଲେକ୍ ପାରାଚିନ୍ମଃନାର୍ ବିରଦେ କୟ୍ଲା କଃତା ମାନା ନାୟ୍ । 20ଜୁୟ୍ମଃନ୍ ହାହ୍ କଃରୁଲାୟ୍, ସେମଃନ୍କେ ସଃବୁ ଲକାର୍ ମୁଏଁ ଉଳିକଃରି କଃଉ, ଜଃନ୍କଃରି ବିନ୍ ଲକ୍ ହେଁ ଡିର୍ତି ।
21ଇସ୍ୱରାର୍, କ୍ରିସ୍ଟ ଜିସୁର୍ ଆର୍ ବାଚ୍ଲାର୍ ଦୁତ୍ମଃନାର୍ ମୁୟେ ଆଦେସ୍ ଦେଉଁଲେ, ହୁର୍ବାର୍ ମଃନ୍ବାବ୍ ହଃର୍କାରେ ନଃଚାଲିକଃରି ଇସଃବୁ ମାନ୍, ଏକ୍ବାଟ୍ୟା ଅୟ୍ କାୟ୍ କାମ୍ ହେଁ କଃର୍ ନାୟ୍ । 22ଦଃର୍ଲାଦାହ୍ରେ କାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ବର୍ ଦେସ୍ ନାୟ୍, କି ବିନ୍ ଲକାର୍ ହାହାର୍ ସଃଙ୍ଗୁଆଳି ଅଃଉ ନାୟ୍, ଆର୍ ନିଜ୍କେ ନିର୍ମୁଳ୍ କଃରି ରେ ।
23ଆର୍ ଅଃବ୍କା ହାଣି ନଃକାୟ୍କଃରି ତର୍ ହେଟ୍ ରଗ୍ ଆର୍ ତର୍କେ ତର୍ ଗଃଗାଳାର୍ ବେମାର୍ ତଃୟ୍ହୁଣି ନିକ ଅଃଉଁକେ ଗୁଳିକ୍ ଗୁଳିକ୍ ଅଙ୍ଗୁର୍ ରଃସ୍ ସୁର୍ ।
24କାର୍ କାର୍ ହାହ୍ ବିଚାର୍ ଅଃଉତା ଆଗ୍ତୁ, ଜାଣାହଃଳେଦ୍ ଆର୍ କାର୍ କାର୍ ହଃଚେ ଜାଣା ହଃଳେଦ୍ । 25ସେରଃକମ୍ ହେଁ ସଃତ୍ କାମ୍ ଆଗ୍ତୁ ଜାଣାହ୍ଳେଦ୍, ଆର୍ ଜାୟ୍ରି ଜାଣାନଃହେଳେ ସେରି ଲୁକାୟ୍ ନୟ୍ ।
61କ୍ରିସ୍ଟ ବିସ୍ୱାସି ଗତିଦଃଙ୍ଗ୍ଳାମଃନ୍ ଜଃତେକ୍ ଆଚ୍ତି, ସେମଃନ୍ ଅଃହ୍ଣା ଅଃହ୍ଣା ସାଉକାର୍ ମଃନ୍କେ ଲଳା ହଃର୍କାରେ ମାନ୍ତି ହାଉତା ଜୟ୍ଗ୍ ବଃଲି ଜାଣତ୍ ଜଃନ୍କଃରି ଇସ୍ୱରାର୍ ନାଉଁ ଆର୍ ସିକ୍ୟାର୍ ଲିନ୍ଦା ନୟ୍ । 2ଆର୍ ଜୁୟ୍ ଲକ୍ମଃନାର୍ ସାଉକାର୍ମଃନ୍ ବିସ୍ୱାସି, ସେମଃନ୍ ଗତିଦଃଙ୍ଗ୍ଳାକ୍ ବାୟ୍ ବଃଲି ବାବିକଃରି ଇନସ୍ତା ନଃକେରତ୍, ମଃତର୍ ଅଃଦିକ୍ ଜଃତୁନେ ସେମଃନାର୍ ଉହ୍କାର୍ କଃରତ୍, କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ଉହ୍କାର୍ ହାଉତି, ସେମଃନ୍ ବିସ୍ୱାସି ଆର୍ ଲାଡାର୍ । ଇସଃବୁ କଃତା ସିକ୍ୟା ଦେସ୍ ଆର୍ ପର୍ଚାର୍ କଃର୍ ।
ମିଚ୍ ସିକ୍ୟା ଆର୍ ଦଃନ୍ଲଃବ୍
3କେ ଜଦି ବିନ୍ ରଃକମ୍ ସିକ୍ୟା ଦଃୟ୍କଃରି, ଅଃମାର୍ ଜିସୁ କ୍ରିସ୍ଟର୍ ଉହ୍କାର୍ କଃର୍ତା କଃତା ଆର୍ ଇସ୍ୱରାର୍ ମାନ୍ତି କଃର୍ତା ହଃର୍କାରେ ସିକ୍ୟା ନଃମାନେ, 4ତଃବେ ସେ ଚୁଚାୟ୍ ଗଃର୍ବ୍ ଆର୍ ବୁଦି ନଃୟ୍ଲାର୍ ଆର୍ କଃତା ଦଃରାଦଃରି ଆର୍ କଃତା କାଟାକାଟି ତଃୟ୍ ଲାଗିରେତି, ଅଃକାର୍, ମାଡ୍ଗଳ୍, ଲିନ୍ଦା, କଃରାବ୍ ଆହ୍ରାତ୍, 5ଆର୍ ସେମଃନ୍ କାୟ୍ରି ବାବୁ ନାହାରି ହଲ୍ୟା ଦଃରାଦଃରିଅୟ୍ ସଃତ୍ ବିସୟ୍ମଃନ୍କେ ନିକନାୟ୍ ବଃଲି କଃଉତି । ଦଃର୍ମି ଅଃବ୍କା ଦଃନ୍ ହାଉତା ବାଟ୍ ବଃଲି ବାବ୍ତି ।
6ଦଃର୍ମିଲକ୍ ସଃତ୍ କଃରି ମାଜନ୍ ବଃଲେକ୍ ତାର୍ ଜଃତେକ୍ ଆଚେ ସଃତେକ୍ ତଃୟ୍ ସଃର୍ଦା ଅୟ୍ ରଃୟ୍ଦ୍ । 7ବଃଲେକ୍ ଅଃମିମଃନ୍ ଜଃଗତେ କାୟ୍ରି ହେଁ ଆଣି ନଃକେରୁ, ଆର୍ ଇତିହୁଣି କାୟ୍ରି ହେଁ ସଃଙ୍ଗେ ନେଉଁ ନଃହାରୁ । 8ତଃବେ ଅଃର୍ନ୍ ଆର୍ ବଃସ୍ତର୍ ରିଲେକ୍ ଅଃମାର୍ ହାଁୟ୍ ସଃରି । 9ମଃତର୍ ଜୁୟ୍ମଃନ୍ ମାଜନ୍ ଅଃଉଁକେ ମଃନ୍କଃର୍ତି, ସେମଃନ୍ ପରିକ୍ୟାୟ୍ ଆର୍ ହାନ୍ଦାୟ୍, ଆର୍ ଗାଦା ରଃକମ୍ ନଃକେର୍ତା କାମ୍ ଆର୍ ନଃସ୍ଟ୍ଅଉତା ମଃନ୍ବାବେ ହଃଳ୍ତି, ଇରିମଃନ୍ ମାନାୟ୍କେ ବଃସମ୍ ଆର୍ ନାସ୍ ଅଃଉତା ସଃମ୍ନ୍ଦେ ବୁଡାୟଦ୍ । 10କାୟ୍ତାକ୍ବଃଲେକ୍ ଦଃନ୍ଲଃବ୍ ସବୁ ନଃସ୍ଟ୍ଅଉତାର୍ ମୁଳ୍; କଃତିଲକ୍ ସେତାକ୍ ଆସା କଃରି ବିସ୍ୱାସ୍ ଚାଡିକଃରି ବାଟ୍ ବାଣାଅୟ୍ ଆଚ୍ତି । ଆର୍ ବଃଡ୍ ଦୁକେ ଅଃହ୍ଣା ଅଃହ୍ଣାର୍ ମଃନେ ଦୁକ୍ ହାୟ୍ ଆଚ୍ତି ।
ପାଉଲାର୍ ସଃରାସଃରି ସିକ୍ୟା
11ମଃତର୍ ଏ ତିମତି, ତୁୟ୍ ଗଟ୍ ଇସ୍ୱରାର୍ ଲକ୍, ତୁୟ୍ ଇସଃବୁ ଚାଡି କଃରି ଦଃର୍ମକଃତା, ଇସ୍ୱରାର୍ ମାୟ୍ନ୍, ବିସ୍ୱାସ୍, ଲାଡ୍, ସାସ୍ଦଃର୍ତାର୍ ଆର୍ ସମ୍ବାଳିକଃରି ରେଉଁକେ ଚେସ୍ଟା କଃର୍ । 12ବିସ୍ୱାସାର୍ ନିକ ଜୁଜେ ମଃନ୍ ହଃରାଣ୍ ସଃଙ୍ଗ୍ ଜୁଜ୍ କଃରି, ଅଃମ୍ବର୍ ଜିବନ୍ ଦଃରି ରେ; ସେତାର୍ଗିନେ ତ ତୁୟ୍ କୁଦାୟ୍ଅୟ୍ ଆଚ୍ସି ଆର୍ ଗାଦେକ୍ ସାକିମଃନାର୍ ଚଃମେ, ନିକ ସାକି ଦଃୟ୍ ଆଚ୍ସି । 13୬:୧୩ ଜହ ୧୮:୩୭.ସଃବ୍କେ ଜିବନ୍ ଦେତା ଇସ୍ୱରାର୍ ମୁଏଁ, ଆର୍ ପନ୍ତିଅ ପିଲାତର୍ ମୁୟେ ନିକ ସାକି ଦେଉଁକେ କ୍ରିସ୍ଟ ଜିସୁର୍ ମୁୟେ ମୁୟ୍ଁ ତକେ କଃଉଁଲେ । 14ତୁୟ୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଆସ୍ତା ହଃତେକ୍ ତକ୍ ଦିଲା ଦଃର୍ମ୍ ସିକ୍ୟାମଃନ୍କେ ମାୟ୍ନ୍କଃରି ନିର୍ମୁଳ୍ ଆର୍ ଲିନ୍ଦା ନଃହାୟ୍ ରେ । 15ଇସ୍ୱରାର୍ ଟିକ୍ ବେଳା ଆୟ୍ଲେକ୍, ସେରି ହୁରୁଣ୍ କଃରେଦ୍ । ସେ ବଃଡେ ବାୟ୍ଗ୍ ଗଟେକ୍ ବଃଲି ଚଃକର୍ବତି, ଜେ ରଃଜାମଃନାର୍ ରଃଜା ଆର୍ ମାପ୍ରୁମଃନାର୍ ମାପ୍ରୁ । 16ଇସ୍ୱର୍ ହଃକା ଅଃମ୍ବର୍ ଆର୍ କେ ସେ ଜଃଗାୟ୍ ଜଃଉଁନାହାର୍ତା ଉଜାଳେ ବାସାକଃରୁଲା, ଜାକେ କୁୟ୍ ଜଃଗତ୍ କଃବେ ନଃଦେକେ କି ଦଃକୁନାହାରେ, ସେ ଟିକଃବେଳାୟ୍ ସେରି ଦଃକାୟ୍ଦ୍ । ଜୁଗ୍ ଜୁଗ୍ ହଃତେକ୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ସଃକ୍ତିମାନ୍ ଜାଣା ହଃଳେଦ୍, ଆମେନ୍ ।
17ଜୁୟ୍ମଃନ୍ ଇ ଜଃଗତାର୍ ମାଜନ୍, ସେମଃନ୍ ଜଃନ୍କଃରି ଗଃର୍ବିଆ ନଃଉତି ଆର୍ ନଃସ୍ଟ୍ଅଃଉତା ଦଃନ୍ ଉହ୍ରେ ବଃର୍ସା ନଃକେର୍ତି, ମଃତର୍ ବୟ୍ଗ୍ କଃରୁକେ ସଃବୁ କଃତା ଅଃପର୍ବଳ୍ ଅଃମିମଃନ୍କ୍ ଦଃୟ୍ଦ୍ ଜୁୟ୍ ଇସ୍ୱର୍, ତାର୍ ଉହ୍ରେ ସଃବୁବଃଳ୍ ଆସା କଃରୁକେ କଃଉ । 18ଆର୍ ବିନ୍ ଲକାର୍ ଉହ୍କାର୍ କଃରି ସବୁ ସଃତ୍ କାମେ ମାଜନ୍ ଅଃଉତି, ଆର୍ ଆତ୍ ମେଲାକଃରି ଆର୍ ମଃନ୍ ସଃର୍ଦାୟ୍ ଦାନ୍ କଃର୍ତି, ଇତାର୍ ଗିନେ ସେମଃନ୍କେ ଆଦେସ୍ ଦେସ୍ । 19ଇରଃକମ୍ କଃଲେକ୍ ସେମଃନାର୍ ଆସୁଲା ଜିବନାର୍ ଗିନେ ନିକ ମୁଳ୍ ଦଃନ୍ ଅଃହ୍ଣା ଅଃହ୍ଣାର୍ ଗିନେ ରୁଣ୍ଡାଉତି, ଜଃନ୍କଃରି ସଃତ୍ ଜିବନ୍ ହାଉତି ।
20ଏ ତିମତି, ତକ୍ ଜାୟ୍ରି ଦିଆ ଅୟ୍ଆଚେ, ତାକେ ବାଚାୟ୍ରେ; ଚୁଚାୟ୍ ବକୁଆ କଃତା ଆର୍ କଃଉଆ ଅୟ୍ଲା ଗ୍ୟାନାର୍ କଃତା କାଟାକାଟି ଅଃଉତା ଲକମଃନାର୍ ତଃୟ୍ହୁଣି ଦୁରି ରେ । 21କଃତିଲକ୍ ସେରିମଃନ୍ ମାନିକଃରି ବିସ୍ୱାସ୍ କଃତାୟ୍ ବାଟ୍ ବାଣା ଅୟ୍ଆଚ୍ତି ।
ଇସ୍ୱରାର୍ ଦଃୟା ତର୍ ସଃଙ୍ଗେ ରେଉଅ ।