ପିତରଙ୍କ ଲିଖିତ ପ୍ରଥମ ପତ୍ର
ପିତର୍ ଲେକ୍ଲା ହଃର୍ତୁ ଚିଟି
୧ ପିତର୍ ଚିଟି ବିସୟେ ହଃଦେକ୍
ପିତରାର୍ ହଃର୍ତୁ ଚିଟି ପେରିତ୍ ପିତର୍ ଲେକି ରିଲା । ପିତର୍ ସେ କେ ଆର୍ କାକେ ଇ ଚିଟି ଲେକୁଲା ସେ ନିଜାର୍ ବିସୟେ କୟ୍କଃରି ଚିଟି ଲେକୁଲା । ସେ ଇ ଚିଟି ତଃୟ୍ ସଃବୁ ହଃର୍ବାସି କ୍ରିସ୍ଟିଆନ୍ମଃନ୍କେ ଦଃକିକଃରି ଲେକିଆଚେ ୧:୧; ୧:୧୭ଆର୍ ୨:୧୧ସେ ତାର୍ ଚିଟି ହଳୁ ଲକ୍ମଃନ୍କେ ଇ ହର୍ ଦଃକିକଃରି ଲେକି ଆଚେ, ବଃଲେକ୍ ସେମଃନ୍ ବିନ୍ବିନ୍ ଦେସେ ଜଃତ୍କଃତ୍ ଅୟ୍ରିଲାୟ୍ ।
ବଃଲେକ୍ ଇ ଚିଟି କଃତେକ୍ ବାଗେ ଏପିସିୟ ମଣ୍ଡ୍ଳି ହାକ୍ ପାଉଲାର୍ ଚିଟି ହର୍ । ଗାଦେକ୍ ଲକ୍ ବିସ୍ୱାସ୍ କଃରୁଲାୟ୍ ଜେ, ହଃର୍ତୁ ପିତର୍ ଜିସୁ କ୍ରିସ୍ଟାର୍ ଜଃଲମାର୍ ୬୫ ବଃର୍ସ୍ ହଃଚେ ଲେକା ଅୟ୍ରିଲି । ପିତର୍ ଇ ଚିଟି ରମି ଦେସେହୁଣି ଜାକେ ବାବିଲ୍ ବଃଲି ହେଁ କଃଉତି ସେତିହୁଣି ସେ ଲେକିରିଲା ୫:୧୩ ।
ପିତର୍ ଇ ଚିଟି ତଃୟ୍ ଲେକୁଲା ଜେ, ଇ ଚିଟିର୍ ବିସୟ୍ ତୁମିମଃନ୍କେ ସାସ୍ ଦେଉଁକେ ଆର୍ ଇସ୍ୱରାର୍ ସଃତ୍ ଦଃୟା ପରିକ୍ୟା କଃରୁକେ ୫:୧୨ । ଇତି ଗାଦେକ୍ ସଃମାନ୍ ବିସୟ୍ ଆଚେ ଜୁୟ୍ରିକି ୧ ପିତ ୨:୧୧–୩:୭ଏପି ୫:୧୮–୬:୯ ଆର୍ କଲ ୩:୧୮–୪:୬ । ଇ ତିନିଗଟ୍ ଚିଟିର୍ ସଃବୁ ଅଃନ୍ୟାୟେ ଗଃର୍କୁଟୁମ୍ ମିସିବିଳି ରେତାର୍ ଆର୍ ଅଃଦିକାର୍ ବିସୟେ ସିକ୍ୟା ଦେଉଁଲି । ସେସ୍ କାଳ୍ ଚଃମେ ଅୟ୍ରିଲାକ୍ କଃସ୍ଟ୍ ବଃଳ୍ ହେଁ ନିକକଃରି ରେଉଁକେ କ୍ରିସ୍ଟିଆନ୍ମଃନ୍କେ ସାସ୍ ଦେଉଁଆ । ୪:୧
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପିତର୍ ତାର୍ ଚିଟି ହଳୁମଃନ୍କେ ନିଜାର୍ ଟିକ୍ ଟିକ୍ଣା ଜାଣାଉଁଲା । ୧:୧-୨
୨. ପିତର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲା ଜେ, ସବୁ ଲକ୍ ଇସ୍ୱରାର୍ ଉଦାରାର୍ ବାଗିଦାର୍ ଅଃଉତି ଜୁଇରି ସେମଃନାର୍ ଜିବନାର୍ ବାଟ୍ । ୧:୩–୨:୧୦
୩. ହଃଚେ ଜଃଗତେ କଃନ୍କଃରି ନିକକଃରି ବଚୁକେ ଅୟ୍ଦ୍ ଆର୍ ମାଇଜି ଆର୍ ଅଃଣ୍ଡ୍ରା ମାପ୍ରୁ ଆର୍ ଦଃଙ୍ଗ୍ଳା ବିତ୍ରେ କଃନ୍ କଃରି ମିସିବିଳି ରେଉଁକେ ଅୟ୍ଦ୍ ସେରି ସିକ୍ୟା ଦଃୟ୍ଆଚେ । ୨:୧୧–୪:୧୧
୪. ଇତାର୍ ହଃଚେ କଃସ୍ଟ୍ ବେଳାୟ୍ ନିକ କଃରି ରେଉଁକେ ପିତର୍ ସେମଃନ୍କେ ସାସ୍ ଦେଉଁଲା । ୪:୧୨–୫:୧୧
୫. ପିତର୍ ତାର୍ ଚିଟି ତାର୍ ଚିଟି ଲେକ୍ତାର୍ ସଃରାଇ ଆଚେ । ୫:୧୨-୧୪
1ପିତରାର୍ ଚିଟି
1ମୁୟ୍ଁ ପିତର୍ ଜିସୁ କ୍ରିସ୍ଟର୍ ଗଟ୍ ପେରିତ୍ ଚେଲା, ପନ୍ତ, ଗାଲାତିଆ, କାପାଦକିଆ, ଆସିଆ ଆର୍ ବିତୁନିଆୟ୍ ବିନ୍ ବିନ୍ ଜୁୟ୍ ହଃର୍ବାସିମଃନ୍, ଇସ୍ୱରାର୍ ବାଚ୍ଲା ଲକ୍ମଃନେକେ ଚିଟି ଲେକୁଲେ । 2ଉବା ଇସ୍ୱରାର୍ ହୁର୍ବାର୍ ଗିଆନ୍ ହଃର୍କାରେ ଆତ୍ମାୟ୍ ନିର୍ମୁଳ୍ ଅୟ୍ ମାୟ୍ନ୍କାରି ଆର୍ ଜିସୁ କ୍ରିସ୍ଟର୍ ବଃନିଏ ଚିଚି ଅଃଉଁକେ କୁଦ୍ଲାର୍ ଅୟ୍ଆଚ୍ତି । ତୁମିମଃନାର୍ ଉହ୍ରେ ଇସ୍ୱରାର୍ ଜଃବର୍ ଦଃୟା ଆର୍ ସୁସ୍ତା ଅଃଉଅ ।
ଗଟେକ୍ ଜିବନାର୍ ବଃର୍ସା
3ଅଃମିମଃନାର୍ ମାପ୍ରୁ ଜିସୁକ୍ରିସ୍ଟାର୍ ଇସ୍ୱର୍ ଆର୍ ଉବା ଇସ୍ୱରାର୍ ଜୁଆର୍; ବଃଲେକ୍ ସେ ତାର୍ ଅଲେକାର୍ ଦଃୟାୟ୍ ଜିସୁ କ୍ରିସ୍ଟକେ ମଃର୍ନେ ହୁଣି ଉଟାୟ୍ କଃରି ଅଃମିକ୍ ନଃଉଆଁ ଜିବନ୍ ଦଃୟ୍ଆଚେ । ଇରି ଅଃମିମଃନ୍କ୍ ଜିବନ୍ ବଃର୍ସାୟ୍ ହୁର୍ନ୍ କଃରିଆଚେ । 4ତଃବେ ଇସ୍ୱର୍ ତାର୍ ଲକମଃନାର୍ ଗିନେ ଜୁୟ୍ ବେସିମଲାର୍ ଆସିର୍ବାଦ୍ ସଃଙ୍ଗାଇ ଆଚେ, ସେରି ହାଉଁକେ ଅଃମିମଃନ୍ ଜାଗି ଆଚୁ । ସେରି ସେ ସଃର୍ଗେ ତୁମାର୍ ହାଇଁ ସଃଙ୍ଗାଇ ଆଚେ, ସେତି ସେରି ନଃସ୍ଟ୍ ନଃୟ୍, କିଲୁଆ ନୟେ କି କଃବେ ନଃସେରେ । 5ଜୁୟ୍ ମୁକ୍ତି ସେସ୍ କାଳେ ଡିସାହଃଳ୍ତାର୍ ଆଚେ, ସେରି ହାଉଁକେ ତୁମିମଃନ୍ ବିସ୍ୱାସ୍ କଃରି ଇସ୍ୱରାର୍ ସଃକ୍ତିଏ ରଃକ୍ୟା ହାୟ୍ ଆଚାସ୍ ।
6ଇତାର୍ ଗିନେ ତୁମିମଃନ୍ ସଃର୍ଦା କଃରା, ଅଃୟ୍ଲେକ୍ହେଁ ଅଃବେ ଅଃଳକ୍ ଦିନାର୍ ଗିନେ ତୁମିମଃନ୍କେ ଗାଦା ପରିକ୍ୟାୟ୍ ଦୁକ୍ବୟ୍ଗ୍ କଃରୁକେ ଅୟ୍ଦ୍ । 7ଜଃନ୍କଃରି ଜୟେ ପରିକ୍ୟା ଅୟ୍ ନଃସ୍ଟ୍ ଅଃଉତା ସନା ତଃୟ୍ହୁଣି ଅଃଦିକ୍ ବଃଡେ ମଲ୍ ତୁମିମଃନାର୍ ପରିକ୍ୟା ଜିଣ୍ଲା ବିସ୍ୱାସ୍, ସେରି ଜିସୁ କ୍ରିସ୍ଟର୍ ଆସ୍ତା ବଃଳ୍ ଗୁଣାର୍ ଆର୍ ଜଃଜ୍ମାନାର୍ ଆର୍ ମାୟ୍ନାର୍ କଃତା ଅୟ୍ଦ୍ 8ତୁମିମଃନ୍ ତାକ୍ ନଃଦେକି ଲାଡ୍ କଃରୁଲାସ୍, ଆରେକ୍ ଅଃବେ ହେଁ ନଃଦେକ୍ଲେକ୍ ହେଁ ତାର୍ତଃୟ୍ ବିସ୍ୱାସ୍ କଃରି, କଃତାୟ୍ କୟ୍ନଃଉତାର୍ ଆର୍ ଜଃଜ୍ମାନ୍ କଃରି ସଃର୍ଦାୟ୍ ସଃର୍ଦା ଅଃଉଁଲାସ୍, 9ସେ ବିସ୍ୱାସାର୍ ହଃଳ୍ ହର୍ ତୁମିମଃନାର୍ ଆତ୍ମାର୍ ମୁକ୍ତି, ହାୟ୍ଆଚାସ୍ ।
10ଇ ଉଦାର୍ ବିସୟେ ବାବ୍ବାଦିମଃନ୍ ତୁମିମଃନାର୍ ଗିନେ ଟିକ୍ ଅୟ୍ଲାର୍ ଦଃୟାର୍ କଃତା ଆଗ୍ତୁ ଗଃଟ୍କଃତା କଃତା ଜାଣାୟ୍ଲାୟ୍, ଆରେକ୍ ସେ ମୁକ୍ତିର୍ କଃତା ଜଃତୁନେ ଲଳ୍ଲାୟ୍ ଆର୍ ନିକକଃରି ଦଃକ୍ଲାୟ୍ । 11୧:୧୧ ଜଃଡେବଃଳ୍ ବେଳା ଅୟ୍ଦ୍ କି ଜଃଡେବଃଳ୍ ବେଳା ଆସେଦ୍ କ୍ରିସ୍ଟର୍ ଦୁକ୍ ବୟ୍ଗ୍ ଆର୍ ତାର୍ ହଃଚାର୍ ଜଃଜ୍ମାନାର୍ କଃତାୟ୍ ହୁର୍ବେହୁଣି ସାକିଦେତା ଲକ୍ ଜେ ସେମଃନାର୍ ମଃଜାର୍ କ୍ରିସ୍ଟର୍ ଆତ୍ମା, ସେ କୁୟ୍ରି କି କୁୟ୍ ରଃକମାର୍ କାଳ୍କେ ଦଃକି କୟ୍ଆଚେ, ସେରି ସେମଃନ୍ ନିକକଃରି ଲଳ୍ଲାୟ୍ । 12ଇସ୍ୱର୍ ସେ ବାବ୍ବାଦିମଃନାର୍ ତଃୟ୍ ଜେ ଅଃହ୍ଣା ଅଃହ୍ଣାର୍ ସେବା ନଃକେରି ତୁମାର୍ ଜଃତୁନ୍ କଃର୍ତି ରିଲାୟ୍, ଇରି ସେମଃନ୍କାର ତଃୟ୍ ଜାଣାହ୍ଳିରିଲି, ଆର୍ ସେ ସଃବୁ କଃତା ସଃର୍ଗେହୁଣି ହଃଟାୟ୍ଲାର୍ ପବିତ୍ର ଆତ୍ମାର୍ ସଃକ୍ତିଏ ତୁମିମଃନାର୍ ହାକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକ୍ମଃନାର୍ ଗିନେ ଅଃବେ ତୁମି ମଃନ୍କେ ଜାଣାୟ୍ ଦିଆ ଅୟ୍ଆଚେ; ସେ ସଃବୁ ବିସୟ୍ ଦୁତ୍ମଃନ୍ ନିକକଃରି ଦଃକୁକ୍ ମଃନ୍କଃର୍ତି ।
ନିର୍ମୁଳ୍ ଜିବନ୍ କାଟୁକ୍ କୁଦ୍ଲାର୍
13ତଃବେ ଅଃହ୍ଣା ଅଃହ୍ଣାର୍ ମଃନ୍ହର୍ ଅଃଟାବିଳା ବାନ୍ଦିକଃରି ଜାଗ୍ରତ୍ ରିଆ, ଆର୍ ଜିସୁ କ୍ରିସ୍ଟର୍ ଆୟ୍ଲା ବଃଳ୍ ଜୁୟ୍ ଦଃୟାର୍ ଉଦାର୍ ତୁମାର୍ ଉହ୍ରେ ଅୟ୍ଦ୍, ସେତି ହୁରାହୁରି ଆସା କଃରା । 14ଇସ୍ୱରାର୍ ବଲ୍ ମାନା । ତୁମିମଃନାର୍ ହୁର୍ବାର୍ ନଃଜାଣ୍ତା ବଃଳାର୍ କଃରାବ୍ ବାବ୍ନା ହର୍ ନଃଉଆଁ, 15ମଃତର୍ ତୁମିମଃନ୍କେ କୁଦ୍ଲା ଲକ୍ ଜଃନ୍କାର୍ ପବିତ୍ର, ତୁମିମଃନ୍ ହେଁ ମାୟ୍ନ୍କାରି ହିଲାମଃନାର୍ ହର୍ ସଃବୁ ଚାଲାଚାଲ୍ତି ତଃୟ୍ ସେ ରଃକମ୍ ପବିତ୍ର ଅଃଉଆ । 16ଜଃନ୍କଃରି ସାସ୍ତରେ ଲେକା ଆଚେ, “ତୁମିମଃନ୍ ପବିତ୍ର ଅଃଉଆ, କାୟ୍ତାକ୍ବଃଲେକ୍ ମୁଁୟ୍ ପବିତ୍ର।”
17ଆର୍ ଜେ ମୁକ୍ମେଟ୍ ନଃକେରି ହଃତି ଲକାର୍ କାମ୍ ହଃର୍କାରେ ବିଚାର୍ କଃରେଦ୍, ତାକେ ଜଦି ଉବା ବଃଲି କଃଉଁଲାସ୍ ତଃବେ ଅଃହ୍ଣା ଅଃହ୍ଣାର୍ ହଃର୍ବାସି କାଳେ ଡିର୍ ସଃଙ୍ଗ୍ ବାସା କଃରା; 18ଜଃନ୍କଃରି ତୁମିମଃନ୍ ଜାଣା ଜେ, ତୁମିମଃନାର୍ ଦାଦିବାବୁମଃନାର୍ କଃରିଆସ୍ତା ତିରିବିଦିର୍ ହଲ୍ୟା ଚାଲାଚାଲ୍ତି ହୁଣି ରୁହା କି ସନା ହର୍ ନଃସ୍ଟ୍ ଅଃଉତା ଆସ୍ତି ତଃୟ୍ହୁଣି ମୁକ୍ଳୁ ନାହାରାସ୍ । 19ମଃତର୍ କୁନ୍ ନୟ୍ଲାର୍ ଆର୍ ନିର୍ଦସି ମେଣ୍ଡାହିଲାର୍ ହର୍ କ୍ରିସ୍ଟର୍ ବଃଡେ ମଲାର୍ ବଃନିଏ ମୁକ୍ଳି ଆଚାସ୍ । 20ସେ ଜଃଗତ୍ ଉବ୍ଜାଣ୍ ହୁର୍ବେ ହୁଣି ଟିକ୍ ଅୟ୍ ତୁମିମଃନାର୍ ଗିନେ ସେସ୍କାଳେ ଜାଣାୟ୍ ଅୟ୍ଆଚେ; 21ଜୁୟ୍ ଇସ୍ୱର୍ ତାକେ ମଃଲା ଲକାର୍ ତଃୟ୍ ହୁଣି ଉଟାୟ୍ ଜଃଜ୍ମାନ୍ କଃଲା ଆଚେ, ସେ ଇସ୍ୱର୍ ତଃୟ୍ ତୁମିମଃନ୍ ତାର୍ ଗିନେ ବିସ୍ୱାସ୍ କଃରୁଲାସ୍, ଇତାର୍ ଗିନେ ଇସ୍ୱର୍ ତୁମିମଃନାର୍ ବିସ୍ୱାସ୍ ଆର୍ ବଃର୍ସାର୍ ଟାଣ୍ ଅୟ୍ଆଚେ ।
22୧:୨୨ ତର୍ ସବୁମଃନେ କଃତେକ୍ ହର୍ନା ପୁସ୍ତକେ ନିର୍ମୁଳ୍ ମଃନେ ।ଅଃବେ ତୁମିମଃନ୍ ସେତାର୍ ହଃଚେ ଜାତା ଲକ୍ ଅୟ୍ରିଲାକ୍, ନିଜ୍ ନିଜ୍କେ ନିର୍ମୁଳ୍ କଃରି ଆଚାସ୍, ତୁମିମଃନ୍ ସଃତ୍ ମାନିକଃରି ହେଟ୍କପଟିଆ ନଃୟ୍କଃରି ବାୟ୍ମଃନ୍କେ ଲାଡ୍ କଃର୍ତାର୍ ଗିନେ ଅଃହ୍ଣା ଅଃହ୍ଣାର୍ ଆତ୍ମାକେ ନିର୍ମୁଳ୍ କଃରି ରିଲାକେ ମଃନ୍ ଦେୟ୍କଃରି ଏକ୍ମଃନେ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା । 23ଜଃନ୍କଃରି ତୁମିମଃନ୍ ନଃସ୍ଟ୍ ଅଃଉତା ବିଆନେ ହୁଣି ନାୟ୍ ମଃତର୍ ନସ୍ଟ୍ ନଃଉତାର୍ ବିଆନେ ହୁଣି ବଃଲେକ୍ ଇସ୍ୱରାର୍ ଜିବନ୍ ଆର୍ ସଃବୁ ଦିନାର୍ ବଃଚନେ ଆରେକ୍ ଗଟ୍ତର୍ ଜଃର୍ନ୍ ଅୟ୍ ଆଚାସ୍ । 24ସାସ୍ତରେ ଲେକା ଆଚେ,
“ନଃର୍ ଜାତି ରଃନ୍ହର୍ ସେମଃନାର୍ ସଃବୁ ତଃରାସ୍ ବଃନାର୍
ହୁଲ୍ ହର୍ ।
ରଃନ୍ ସୁକିଜାୟ୍ଦ୍ ଆର୍ ହୁଲ୍ ଜଃଳିଜାୟ୍ଦ୍ ।
25ମଃତର୍ ଇସ୍ୱରାର୍ ବଃଚନ୍ ଜୁଗେଜୁଗେ ରଃୟ୍ଦ୍ ।”
ଇରି ସେ ନିକ କବୁରାର୍ କଃତା, ଜୁୟ୍ରି ତୁମାର୍ ତଃୟ୍ ପର୍ଚାର୍ ଅୟ୍ରିଲି ।
2ଜିବନ୍ ଟେଳା ଆର୍ ପବିତ୍ର ଗସ୍ଟି
1ତଃବେ ମାପ୍ରୁ ଜେ ଉହ୍କାର୍ କାରି ଇରି ଜଦି ଚାକି ଆଚାସ୍ ତଃବେ ସଃବୁ ରଃକମାର୍ ଦୁସ୍ଟ୍ କାମ୍ ମିଚ୍ ଆର୍ ହେଟ୍କୁଟ୍, ଅଃକାର୍ ଆର୍ ଗାଣେଞ୍ଜ୍ ଚାଡା । 2ସଃବୁ ରଃକମ୍ ଦୁସ୍ଟ୍, ଚଃଲାକି, କୁଟ୍ ଚାଡି କଃଉଁଣା ହିଲା ହର୍ ନିର୍ମୁଳ୍ ଅଃଉଆ । ସଃବୁବଃଳ୍ ଆତ୍ମିକ୍ ଦୁଦ୍ କାଉଁକେ ମଃନ୍କଃରା । ତଃବେ ତୁମିମଃନ୍ ମୁକ୍ତି ହାଉତା ଜିବନେ ବାଡୁ ହାରାସ୍ । 3ଜଃନ୍କଃରି ସାସ୍ତରେ ଲେକାଆଚେ-
“ଇସ୍ୱର୍ କଃଡେକ୍ ନିକ ଦଃୟା କାରି ଅୟ୍ଆଚେ,
ତୁମିମଃନ୍ ଚାକିଆଚାସ୍ ।”
4ଜିବନ୍ ଟେଳା ହର୍ ଜେ ସେ ମାପ୍ରୁ, ଜଃଗତାର୍ ଲକ୍ମଃନ୍ ତାକ୍ ନଃମାନ୍ଲାୟ୍ ସଃତ୍, ମଃତର୍ ଇସ୍ୱର୍ ତଃୟ୍ ବାଚ୍ଲାର୍ ଆର୍ ବଃଡେ ମଲାର୍, ତାର୍ ହାକ୍ ଆସା 5ତାର୍ ତଃୟ୍ ଆସି ତୁମିମଃନ ହେଁ ଜିସୁ କ୍ରିସ୍ଟାର୍ ଦଃୟ୍ ଇସ୍ୱରାର୍ ତଃୟ୍ ମଃନ୍କେ ଗଃଲାହର୍ ଆତ୍ମିକ୍ ହୁଜା ଦେଉଁକେ ପବିତ୍ର ଜାଜକ୍ ଅଃଉଁକେ ଜିବନ୍ ଟେଳାହର୍ ଗଟେକ୍ ଆତ୍ମିକ୍ ଗଃର୍ ହର୍ ତିଆର୍ ଅଃଉଆ । 6କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ,
“ଦଃକା, ମୁଁୟ୍ ସିଅନେ ଗଟେକ୍ ବାଚ୍ଲାର୍
ଆର୍ ବଃଡେ ମଲାର୍ କନାର୍ ମୁଳ୍ଟେଳା ଗାଡୁଲେ
ଆର୍ ଜେ ତାର୍ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ ।”
7ତଃବେ ବିସ୍ୱାସ୍ କଃରୁଲାସ୍ ଜେ ତୁମିମଃନ୍, ତୁମିମଃନ୍ ସେ ବଃଡେମଲାର୍ ବାଗ୍ ହାଉତା ଲକ୍, ମଃତର୍ ଜୁୟ୍ମଃନ୍ ଅବିସ୍ୱାସି,
“ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ନଃଚ୍ଲାୟ୍,
ସେରି ସେମଃନାର୍ ହାୟ୍ଁ କନାର୍ ମୁଳ୍ ଟେଳା ଅୟ୍ଲି ।”
8ଆରେକ୍ ପବିତ୍ର ସାସ୍ତରେ ଲେକା ଆଚେ,
“ଇ ଟେଳାୟ୍ ଗାଦେକ୍ ଲକ୍ ଜଟ୍ୟାୟ୍ ଅଃଉତି
ଆର୍ ଇ ଟେଳା ସେମଃନ୍କେ ନାସ୍ କଃରେଦ୍ ।”
ସେମଃନ୍ ଇସ୍ୱରାର୍ ବଃଚନ୍କେ ନଃମାନି ଜଟ୍ୟାୟ୍ ଅୟ୍ଲାୟ୍, ଇରି ରିଲି ଇସ୍ୱରାର୍ ଜଃଜ୍ନା ।
9୨:୯ ତିତ ୨:୧୪.ମଃତର୍ ଜେ, ତୁମିମଃନ୍କେ ଅଃନ୍ଦାରେ ହୁଣି ନିଜାର୍ କାବାଅଃଉତା ଉଜାଳ୍ ଲଃଗେ କୁଦି ଆଚେ, ତୁମିମଃନ୍ ଜଃନ୍କଃରି ତାର୍ ଗୁଣ୍ କିର୍ତନ୍ କଃରାସ୍, ଇତାର୍ ଗିନେ ତୁମିମଃନ୍ ଗଟ୍ ବାଚ୍ଲାର୍ ବଃଉଁସ୍ ରଃଜାର୍ ଜାଜକ୍ମଃନ୍ ପବିତ୍ର ଜାତି ଆର୍ ଇସ୍ୱରାର୍ ନିଜାର୍ ଲକ୍ ଅୟ୍ ଆଚାସ୍ । 10ହୁର୍ବେ ତୁମିମଃନ୍ ଇସ୍ୱରାର୍ ଲକ୍ ଅୟ୍ ନଃରିଲାସ୍, ମଃତର୍ ଅଃବେ ଇସ୍ୱରାର୍ ଲକ୍ ଅୟ୍ ଆଚାସ୍, ହୁର୍ବେ ତୁମିମଃନ୍ ଇସ୍ୱରାର୍ ଦଃୟା ହାୟ୍ ନଃରିଲାସ୍, ମଃତର୍ ଅଃବେ ଦଃୟା ହାୟ୍ ଆଚାସ୍ ।
ଇସ୍ୱରାର୍ ଗତିଦଃଙ୍ଗ୍ଳା
11ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ବିଦେସି ଆର୍ ହଃର୍ବାସି ବଃଲି ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଗଃଗାଳାର୍ କଃରାବ୍ ଇଚା ଚାଡା, ସେରିମଃନ୍ ଆତ୍ମାର୍ ବିରଦେ ଜୁଜ୍ କଃରେଦ୍ । 12ତୁମିମଃନ୍ ଅଜିଉଦିମଃନାର୍ ତଃୟ୍ ବଲ୍ ଜିବନ୍ କାଟା, ଜଃନ୍କଃରି ସେମଃନ୍ ଜୁୟ୍ତାର୍ ଗିନେ ତୁମିମଃନ୍କେ ଦୁସ୍ଟ୍କାମ୍ କଃରୁମଃନ୍ ବଃଲି ଲିନ୍ଦା କଃର୍ତି, ତୁମିମଃନାର୍ ନିକ କାମ୍ ଦଃକି ସେ ବିସୟେ କ୍ରିସ୍ଟ ଆସ୍ତା ଦିନ୍ ଇସ୍ୱରାର୍ ଗୁଣ୍ ଗାଉତି ।
13ମାପ୍ରୁର୍ ଗିନେ ଗଃଉଆରି କଃରୁଲେ ସଃବୁଲକ୍ ରଃଜାମଃନାର୍ କଃତା ମାନା । 14ସଃବ୍କେ ବଃଡ୍ ରଃଜା ଅଃଉଅ କି ଦୁସ୍ଟ୍ କାମ୍ କଃରୁ ମଃନ୍କେ ଟିକ୍ ଡଃଣ୍ଡ୍ ଦେଉଁକେ ଆର୍ ସଃତ୍ କାମ୍ କଃରୁମଃନ୍କେ ଦନ୍ୟବାଦ୍ ଦେତା ଗିନେ ସେମଃନାର୍ ତଃୟ୍ ହୁଣି ଆୟ୍ଲାର୍ ଚାଲାଉତା ଲକ୍ ଅଃଉତ୍, ସେମଃନାର୍ ତଃଳେ ଚାଲା । 15ବଃଲେକ୍ ତୁମିମଃନ୍ ଜେ ସଃତ୍ କାମ୍ କଃରି ନିର୍ବୁଦିଆମଃନାର୍ ଗିଆନ୍ ନୟ୍ଲା କଃତା ବଃନ୍ଦ୍ କଃରା, ଇରି ଇସ୍ୱରାର୍ ଇଚା । 16ତୁମିମଃନାର୍ ତଃଳେ ନଃରିଲେକ୍ ହେଁ ତୁମିମଃନାର୍ ମୁକୁଳ୍ଲାର୍ ଦୁସ୍ଟ୍ କାମାର୍ ଡାହ୍ଣା ହର୍ ବେବାର୍ ନଃକେରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟ୍ ନିକ କାମ୍ କଃରା । 17ସଃବ୍କେ ଲାଡ୍ କଃରା, ବିସ୍ୱାସି ବାୟ୍ବେଣିମଃନ୍କେ ମାୟ୍ନ୍ ଦଃକାଉଆ । ଇସ୍ୱର୍କେ ଡିରା, ରଃଜାକେ ମାୟ୍ନ୍ କଃରା ।
ଜିସୁ ଦୁକ୍ ବୟ୍ଗ୍ କଃଲା କଃତା
18ଏ ଦଃଙ୍ଗ୍ଳାମଃନ୍ ତୁମିମଃନ୍ ଡିରିକଃରି ନିଜାର୍ ନିଜାର୍ ସାଉକାର୍ମଃନାର୍ କଃତା ମାନା, ଆର୍ ନିକ ଆର୍ ଦଃର୍ମି ସାଉକାରାର୍ ହଃକା ନାୟ୍, ମଃତର୍ ଦଃୟା ନଃକେର୍ତା ଲକ୍ମଃନ୍କେ ହେଁ ମାନା । 19ବଃଲେକ୍ କେ ଜଃବେ ଇସ୍ୱର୍କେ ନିଜେ ମାନି ଅଃନ୍ୟାୟେ ଦୁକ୍ ବୟ୍ଗ୍ କଃରି କଃସ୍ଟ୍ ସଃମ୍ବାଳେଦ୍, ତଃବେ ଇସ୍ୱର୍ ଦଃୟା କଃରେଦ୍ । 20ତଃବେ ତୁମିମଃନ୍ ଦଃସ୍ କଃରି ନିଜାର୍ ନିଜାର୍ ଦଃସାର୍ ଗିନେ ଦୁକ୍ ସଃମ୍ବାଳାସ୍, ତଃବେ ସେତାର୍ ଗିନେ କାୟ୍ ଲାବ୍ ? ମଃତର୍ ଜଦି ନିକ କାମ୍ କଃରି ଦୁକ୍ ସଃମ୍ବାଳାସ୍, ତଃବେ ସେରି ଇସ୍ୱରାର୍ ତଃୟ୍ ସଃର୍ଦାର୍ କଃତା । 21ଇତାର୍ ଗିନେ ହଃକା ତୁମିମଃନ୍ ଆସି ଆଚାସ୍, କାୟ୍ତାକ୍ ବଃଲେକ୍ ତୁମିମଃନ୍ ଜଃନ୍କଃରି କ୍ରିସ୍ଟର୍ ହାଦ୍ ଚିନ୍କେ ଅୟ୍ ଜଃହାସ୍, ସେତାର୍ ଗିନେ ସେ ହେଁ ତୁମାର୍ ଗିନେ ଦୁକ୍ ବୟ୍ଗ୍ କଃରି ତୁମିମଃନ୍କେ ସେହର୍ କଃରୁକେ ଦଃକାୟ୍ ଜାୟ୍ ଆଚେ; 22ସେ କାୟ୍ ହାହ୍ ହେଁ ନଃକେଲା, କି ତାର୍ ମୁଏଁ କାୟ୍ ମିଚ୍ କଃତା ନଃରିଲି । 23ତାକେ ଲିନ୍ଦା କଃଲା ବଃଳ୍ ସେ ଲେଉଟି ଲିନ୍ଦା ନଃକେଲା; ଦୁକ୍ ବୟ୍ଗ୍ କଃଲା ବଃଳ୍ ସେମଃନ୍କେ ବିରଦ୍ କଃରୁକେ ନଃଡିରାୟ୍ଲା, ମଃତର୍ ନ୍ୟାୟ୍ ବିଚାର୍ କାରିର୍ ଆତେ ସଃବୁ ସଃହ୍ରି ଦିଲା । 24ଅଃମିମଃନ୍ ଜଃନ୍କଃରି ହାହାର୍ ଗିନେ ମଃରିକଃରି ଦଃର୍ମି ଅଃଉଁକେ ଜିବନ୍ କାଟୁନ୍ଦ୍, ଇତାର୍ ଗିନେ ସେ ଅଃହ୍ଣାକ୍ କ୍ରୁସ୍ ଉହ୍ରେ ନିଜାର୍ ଗଃଗାଳେ ଅଃମିମଃନାର୍ ସଃବୁ ହାହ୍ ବୟ୍ଲା; ତାକେ ମାଡ୍ ହଃଳ୍ଲାକେ ତୁମିମଃନ୍ ଉଜ୍ ଅୟ୍ ଆଚାସ୍ । 25ବଃଲେକ୍ ତୁମିମଃନ୍ ମେଣ୍ଡାହର୍ ବିନ୍ ବାଟ୍ ଜାୟ୍ରିଲାସ୍, ମଃତର୍ ଅଃବେ ତୁମିମଃନାର୍ ଆତ୍ମାର୍ ଗଃଉଳିଆ ଆର୍ ମୁଳିକା ହାକ୍ ବାଉଳି ଆସି ଆଚାସ୍ ।
3ମାଇଜି ଆର୍ ଅଃଣ୍ଡ୍ରା ମଃନ୍କେ ସିକ୍ୟା
1୩:୧ ଏପି ୫:୨୨; କଲ ୩:୧୮.ସେରଃକମ୍, ଏ ମାୟ୍ଜିମଃନ୍, ତୁମିମଃନ୍ ନିଜାର୍ ନିଜାର୍ ଡକ୍ରାଦିମଃନାର୍ କଃତା ମାନା ଜଃନ୍କଃରି ସେମଃନାର୍ ବିତ୍ରେ କେ କେ ମାପ୍ରୁର୍ କଃତାକ୍ ନଃମାନ୍ଲେ ହେଁ ତୁମିମଃନାର୍ ଡିରାର୍ ସଃଙ୍ଗ୍ ନିକ ବେବାର୍ ଦଃକି ମାପ୍ରୁର୍ କଃତାୟ୍ ନୟ୍ଲେକ୍ହେଁ ଅଃହ୍ଣା ଅଃହ୍ଣାର୍ ଡକୁର୍ସି ମନାର୍ ବେବାର୍ ଦଃକି ବାଦୁଲ୍ତି । 2କାୟ୍ତାକ୍ ବଃଲେକ୍ ତୁମାର୍ ନିକଗୁଣ୍ କଃଡେ ନିକ ଦଃକି ସେମଃନ୍ ସିକ୍ତି । 3୩:୩ ୧ ତିମ ୨:୯.ଆର୍ ସୁନ୍ଦୁର୍କଃରି କସା ବାନ୍ଦ୍ତାର୍, ସନାର୍ ମାଳି, ସୁନ୍ଦୁର୍ ହଃଚ୍ୟା ହିନ୍ଦ୍ତାର୍, ଅଃନ୍କଃରି ଜୁୟ୍ ହଃଦାର୍ ବେସ୍, ସେରି ତୁମିମଃନାର୍ ବେସ୍ ନଃଉଅ । 4ମଃନ୍ ବିତ୍ରାର୍ ଜୁୟ୍ କଃଉଁଣା ଆର୍ ସାନ୍ତି ରିଲା ଗୁପ୍ତ୍ ମଃନ୍ବାବ୍ ଇସ୍ୱରାର୍ ଆକାୟ୍ ବଃଡେ ମଲ୍, ସେରି ହଃକା ତୁମିମଃନାର୍ ନଃସ୍ଟ୍ ନଃଉତା ବେସ୍ ଅଃଉଅ । 5ବଃଲେକ୍ ହୁର୍ବ୍ କାଳାର୍ ଦଃର୍ମି ମାୟ୍ଜିମଃନ୍ ଇସ୍ୱରାର୍ ତଃୟ୍ ଆସା କଃରି ଅଃହ୍ଣା ଅଃହ୍ଣାର୍ ଡକ୍ରାସିମଃନାର୍ କଃତା ମାନି ଇ ରଃକମ୍ ଅଃହ୍ଣା ଅଃହ୍ଣାକ୍ ବେସ୍ ବାନ୍ଦ୍ତି ରିଲାୟ୍ । 6ସାରା ସେରଃକମ୍ ଗଟେକ୍ ମାୟ୍ନ୍କାରି ମାୟ୍ଜି ରିଲି । ସେ ଅବ୍ରାହାମାର୍ କଃତା ମାନି ତାକ୍ ମାପ୍ରୁ ବଃଲି କଃଉତି ରିଲି । ତୁମିମଃନ୍ ଜଦି କୁୟ୍ ବିସୟେ ହେଁ ନଃଡିରି ନିକ ନିକ ମାନ୍ତିର୍ କାମ୍ କଃରାସ୍, ତଃବେ ତୁମିମଃନ୍ ହେଁ ତାର୍ ଜିସି ।
7୩:୭ ଏପି ୫:୨୫; କଲ ୩:୧୯.ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
ସଃତ୍କାମାର୍ ଗିନେ ଦୁକ୍ ବୟ୍ଗ୍
8ସଃରାସଃରି କଃତା ଇରି, ତୁମିମଃନ୍ ସଃବୁଲକ୍ ଗଟେକ୍ମଃନ୍ ଅୟ୍, ସଃବୁଲକାର୍ ଦୁକେ ସୁକେ ଉହ୍କାର୍ ଅଃଉଆ, ବାୟ୍ଲାଡେ ଲାଡ୍ କଃରା, କଃଉଁଣା ମଃନ୍, ଆର୍ ଦିର୍ମଃନାର୍ ଅଃଉଆ । 9ନଃସ୍ଟ୍ ବାଦୁଲେ ଆରେକ୍ ନଃସ୍ଟ୍ ନଃକେରି ଆର୍ ଲିନ୍ଦା ବାଦୁଲେ ଆରେକ୍ ଲିନ୍ଦା ନଃକେରି ତାର୍ ବାଦୁଲେ ଆସିର୍ବାଦ୍ କଃରା, କାୟ୍ କଃରୁକେ ବଃଲେକ୍ ତୁମିମଃନ୍ ଆସିର୍ବାଦାର୍ ଅଃଦିକାରି ଅଃଉଅାସ୍, ଇତାର୍ ଗିନେ କୁଦା ଅୟ୍ ଆଚାସ୍ । 10ସାସ୍ତରେ ଲେକା ଆଚେ,
“ଜଦି ଜେ ଜିବନେ ସୁକ୍ ବୟ୍ଗ୍ କଃରୁକେ
ଆର୍ ସୁକାର୍ ଦିନ୍ ଦଃକୁକ୍ ମଃନ୍ କଃରେଦ୍,
ସେ କଃରାବ୍ କଃତାୟ୍ ଅଃହ୍ଣାର୍ ଜିବ୍କେ
ଆର୍ ଦଃର୍ମ ଜଃଟ୍ତା କଃତାୟ୍ ହୁଣି ଅଃହ୍ଣାର୍ ଟଣ୍ଡ୍କେ ମଦା କଃର ।
11ସେ କଃରାବ୍ କାମ୍ ଚାଡିକଃରି ସଃତ୍ କାମ୍ କଃର;
ସେ ସୁସ୍ତା କଜି ତାର୍ ହଃଚେ ହଃଚେ ଜଃଉଅ ।
12ବଃଲେକ୍ ଦଃର୍ମିମଃନାର୍ ହାକ୍ ମାପ୍ରୁର୍ ଆକି ଆଚେ,
ସେମଃନାର୍ ପାର୍ତନାକ୍ ତାର୍ କାନ୍ ଉଗାଳା ଆଚେ,
ମଃତର୍ ମାପ୍ରୁର୍ ଟଣ୍ଡ୍ ଦୁସ୍ଟ୍ କାମ୍ କଃରୁମଃନାର୍ ବିରଦି ।”
13ଆର୍ ତୁମିମଃନ୍ ଜଦି ନିକ ବିସୟେ ତିକ୍ତିକା ଅଃଉଅାସ୍ ତଃବେ କେ ତୁମିମଃନାର୍ ନଃସ୍ଟ୍ କଃରେଦ୍ ? 14୩:୧୪ ମାତି ୫:୧୦.ଆର୍ ଜଦି ଦଃର୍ମ୍ କାମାର୍ ଗିନେ ତୁମିମଃନ୍କେ ଦୁକ୍ ବୟ୍ଗ୍ କଃରୁକେ ହଃଳେଦ୍, ତଃନ୍ଅଲେ ତୁମିମଃନାର୍ ବାୟ୍ଗ୍ । ସେମଃନ୍ ଡିରାୟ୍ଲେକ୍ ଡିରା ନାୟ୍ କି ଚିତା କଃରାନାୟ୍ । 15ମଃତର୍ କ୍ରିସ୍ଟକେ ମାପ୍ରୁ ବଃଲି ନିଜାର୍ ନିଜାର୍ ମଃନ୍ ବିତ୍ରେ ନିର୍ମୁଳେ ମାୟ୍ନ୍ କଃରା । ତୁମି କାୟ୍ କଃରୁକେ ବଃର୍ସା କଃରୁଲାସ୍ ବଃଲି କେ ହଃଚାର୍ଲେକ୍, ତାକେ ଉତୁର୍ ଦେଉଁକେ ଜଃଗ୍ରାତ୍ ରିଆ, 16ମଃତର୍ ଦିର୍ ବାବେ ଆର୍ ଡିରାର୍ ସଃଙ୍ଗ୍ ନିକ ବୁଦିର୍ ସଃଙ୍ଗ୍ ଉତୁର୍ ଦିଆସ୍ । ଜଃନ୍କଃରି ତୁମିକେ ଲିନ୍ଦା କଃରୁମଃନ୍ ଜୁୟ୍ ବିସୟେ ତୁମିମଃନାର୍ କ୍ରିସ୍ଟାନ୍ ଗୁଣାର୍ ଦଃସ୍ ଦେତି, ସେତି ସେମଃନ୍ ଲାଜ୍ ହାଉତି । 17ବଃଲେକ୍ ଦୁସ୍ଟ୍ କାମାର୍ ଗିନେ ଦୁକ୍ ବୟ୍ଗ୍ କଃର୍ତା ବାଟା ମଃତର୍ ଜଦି ଇସ୍ୱରାର୍ ଇଚା ଅୟ୍ଦ୍, ତଃବେ ସଃତ୍କାମ୍ କଃରି ଦୁକ୍ ବୟ୍ଗ୍ କଃର୍ତାର୍ ନିକ । 18୩:୧୮ ମଃର୍ନ୍ - ଅଃନେକ୍ ହର୍ନା ଲେକାୟ୍ କଃସ୍ଟ୍ ବଃଲି ଆଚେ । ବଃଲେକ୍ ତୁମିମଃନ୍କେ ଇସ୍ୱରାର୍ ହାକ୍ ଆଣୁକେ କ୍ରିସ୍ଟ ହେଁ ଦଃର୍ମି ଅୟ୍ ଅଃଦଃର୍ମିମଃନାର୍ ହାୟ୍ ହାହାର୍ ଗିନେ ତରେକ୍ ମଃର୍ନ୍ ବୟ୍ଗ୍ କଃଲା । ସେ ଗଃଗାଳେ ମଃର୍ନ୍ ବୟ୍ଗ୍ କଃଲା ସଃତ୍, ମଃତର୍ ଆତ୍ମାୟ୍ ଜିବନ୍ ହାୟ୍ଲା । 19ସେତିର୍ ଗିନେ ହେଁ ସେ କଃୟ୍ଦି ଆତ୍ମାମଃନାର୍ ତଃୟ୍ ଜାୟ୍ ପର୍ଚାର୍ କଃଲା । 20ହୁର୍ବ୍ କାଳେ ନହର୍ ବଃଳ୍ ଜାଜ୍ ହାଜ୍ତା ବଃଳ୍, ଜଃଡେବଃଳ୍ ଇସ୍ୱର୍ ବେସିଦିନ୍ ସଃମ୍ବାଳିକଃରି ଜାଗ୍ତି ରିଲା, ସଃଡେବଃଳ ସେମଃନ୍ ଅମାନ୍ୟା ଅୟ୍ରିଲାୟ୍ । ସେ ଜାଜେ ହୁରିକଃରି ଅଃଳକ୍ ଲକ୍ ବଃଲେକ୍ ଅଃକାୟ୍ ଆଟ୍ ଲକ୍, ରାଜିବୁଡା ହାଣାୟ୍ହୁଣି ରଃକ୍ୟା ହାୟ୍ଲାୟ୍ । 21ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି । 22ସେ ଜିସୁ କ୍ରିସ୍ଟ ସଃର୍ଗେ ଜାୟ୍ ଇସ୍ୱରାର୍ କାତାବାଟ୍ୟା ବଃସିଆଚେ, ଆର୍ ଦୁତ୍ମଃନ୍, ଅଃଦିକାରିମଃନ୍ ଆର୍ ସଃକ୍ତିକାରିମଃନ୍ ତାର୍ ତଃଳେ ଆଚ୍ତି ।
4ବାଦୁଲ୍ଲା ଜିବନ୍
1କ୍ରିସ୍ଟ ଗଃଗାଳେ ଦୁକ୍ ବୟ୍ଗ୍ କଃରି ରିଲାକ୍ ତୁମିମଃନ୍ ହେଁ ସେରଃକମ୍ ମଃନ୍ ଦଃରି ଅଃହ୍ଣାମଃନ୍କେ ନିକ କଃରି ତିଆର୍ କଃରା, ବଃଲେକ୍ ଜେ କ୍ରିସ୍ଟର୍ ଗିନେ ଗଃଗାଳେ ଦୁକ୍ବୟ୍ଗ୍ କଃରିଆଚେ, ସେ ହାହ୍ ଚାଡି ଆଚେ, 2ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାବ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା । 3ସେତାକ୍ ଅଜିଉଦିମଃନାର୍ ଇଚା ହଃର୍କାରେ କାମ୍ କଃରି ତୁମିମଃନ୍ ଜଃତି ଦିନ୍ କଃରାବ୍ କାମ୍, କଃରାବ୍ ଇଚା, ମଃଦ୍ କାତାର୍, ରଃଙ୍ଗ୍ରଃସିଆ, ମାତୁଆଳି ଆର୍ କିଚ୍କିଚା ମୁର୍ତିହୁଜା କଃର୍ତି ରିଲାସ୍ । 4ଇ ରଃକମ୍ ଉତ୍ହାତ୍ ବାଟେ ତୁମିମଃନ୍ ସେମଃନାର୍ ସଃଙ୍ଗ୍ ଦଃବ୍ଳି ନଃଜାହାସ୍, ଇରି ସେମଃନ୍ କାବା ଅୟ୍ ତୁମିମଃନାର୍ ବେସି ଲିନ୍ଦା କଃର୍ତି । 5ମଃତର୍ ଜୁୟ୍ ଇସ୍ୱର୍ ଜିବନ୍ ରିଲା ଆର୍ ମଃଲାଲକ୍ମଃନାର୍ ବିଚାର୍ କଃରେଦ୍, ତାର୍ ଚଃମେ ସେମଃନ୍କେ ଇସାବ୍ ଦେଉଁକେ ହଃଳେଦ୍ । 6ବଃଲେକ୍ ଇତାର୍ ଗିନେ ହଃକା ମଃଲା ଲକାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ ଅୟ୍ଲି, ଜଃନ୍କଃରି ସେମଃନ୍ ମାନାୟ୍ମଃନାର୍ ହର୍ ଗଃଗାଳେ ବିଚାର୍ କଃରା ଅୟ୍ଲେକ୍ ହେଁ, ଇସ୍ୱରାର୍ ହର୍ ଆତ୍ମାୟ୍ ଜିବନ୍ ଅଃଉତି ।
ଇସ୍ୱର୍ ଦିଲା ଦାନ୍ମଃନାର୍ ନିକ ବଃଣ୍ଡାର୍ଗଃରିଆ
7ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ । 8ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ । 9କଃଟି ନଃୟ୍କଃରି ଏକ୍ଆରେକ୍କେ ଗଃରେ କୁଦା । 10ହଃତି ଲକ୍ ହେଁ ଜଃନ୍କଃରି ଦଃୟା ହାୟ୍ ଆଚାସ୍, ସେ ରଃକମ୍ ଇସ୍ୱରାର୍ ସଃବୁ ବାଟାର୍ ଦଃୟାର୍ ନିକ ବଃଣ୍ଡାର୍ଗଃରିଆ ହର୍ ଏକ୍ଆରେକାର୍ ସେବା କଃରା । 11କେ ଜଦି ପର୍ଚାର୍ କଃରେଦ୍, ତଃବେ ସେ ଇସ୍ୱରାର୍ ବାକ୍ୟର୍ ପର୍ଚାର୍କଃରୁ ହର୍ ପର୍ଚାର୍ କଃର; କେ ଜଦି ସେବା କଃରେଦ୍, ତଃବେ ଇସ୍ୱରାର୍ ସଃକ୍ତି ହାୟ୍ଲା ଲକ୍ ହର୍ ସେବା କଃର, ଜଃନ୍କଃରି ଜିସୁ କ୍ରିସ୍ଟର୍ ଗିନେ ଇସ୍ୱର୍ ଜଃଜ୍ମାନ୍ ହାୟ୍ଦ୍; ଜୁଗେଜୁଗେ ଜଃଜ୍ମାନ୍ ଆର୍ ସଃକ୍ତି ତାର୍ । ଆମେନ୍ ।
କ୍ରିସ୍ଟିଆନ୍ମଃନାର୍ ଦୁକ୍ ବୟ୍ଗ୍
12ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନାର୍ ପରିକ୍ୟା ଗିନେ ଜୁୟ୍ ଦୁକ୍ ବୟ୍ଗାର୍ ହର୍ ଜୟ୍ ଆୟ୍ଲି ଆଚେ, ସେରି କାବା ଅଃଉତା ଗଃଟ୍ଣା ବଃଲି କାବା ଅଃଉଆ ନାୟ୍ । 13ମଃତର୍ ଜଃତେକ୍ ମାଡ୍ କ୍ରିସ୍ଟର୍ ଦୁକ୍ ବୟ୍ଗାର୍ ବାଗି ଅଃଉଁଲାସ୍ ସଃତେକ୍ ମାଡ୍ ସଃର୍ଦା କଃରା ଜଃନ୍କଃରି ତାର୍ ଜଃଜ୍ମାନ୍ ଜାଣାହଃଳ୍ତା ବଃଳ୍ ହେଁ ତୁମିମଃନ୍ ବଃଡେ ସଃର୍ଦା କଃରାସ୍ । 14ଜଦି ତୁମିମଃନ୍ କ୍ରିସ୍ଟର୍ ନାଉଁଆର୍ ଗିନେ ଲିନ୍ଦା ହାଉଁଲାସ୍, ତଃନ୍ଅୟ୍ଲେକ୍ ତୁମିମଃନାର୍ ବାୟ୍ଗ୍, ବଃଲେକ୍ ଜଃଜ୍ମାନାର୍ ଆତ୍ମା, ବଃଲେକ୍ ଇସ୍ୱରାର୍ ଆତ୍ମା, ତୁମିମଃନାର୍ ତଃୟ୍ ଉତ୍ରୁଲି । 15ଇତାର୍ ଗିନେ ତୁମିମଃନାର୍ ବିତ୍ରେ କେ ଜଦି ନଃର୍ ହଃତ୍ୟାକାରି, କି ଚର୍, କି କଃରାବ୍ ବେବାର୍ କଃରୁ, କି ଅଃଦିକାର୍ ନୟ୍ଲା ଗାଣେଞ୍ଜ୍କଃଉ, ଅୟ୍ ଦଃଣ୍ଡ୍ ବୟ୍ଗ୍ ନଃକେର । 16ମଃତର୍ କେ ଜଦି କ୍ରିସ୍ଟାନ୍ ଅୟ୍ ଡଃଣ୍ଡ୍ ବୟ୍ଗ୍ କଃରେଦ୍, ତଃନ୍ଅୟ୍ଲେକ୍ ସେ ଲାଜ୍ ନଃଉଅ, ମଃତର୍ ଇ ନାଉଁଆର୍ ଗିନେ ଇସ୍ୱରାର୍ ଗୁଣ୍ କଃଉଆ ।
17ବଃଲେକ୍ ଇସ୍ୱରାର୍ ଗଃରେହୁଣି ଆରୁମ୍ କଃରି ବିଚାର୍ କଃର୍ତା ବେଳା ଅୟ୍ଲିବେ; ଆର୍ ଜଦି ହଃର୍ତୁ ଅଃମାର୍ ତଃୟ୍ ଆରୁମ୍ ଅୟ୍ଦ୍, ତଃବେ ଜୁୟ୍ମଃନ୍ ଇସ୍ୱରାର୍ ନିକ କବୁରାର୍ ବଲ୍ ନଃମାନ୍ତି, ସେମଃନ୍କାର ସଃରାସଃରି ଦଃସା କଃନ୍କାର୍ ନୟ୍ ? 18ସାସ୍ତରେ ଲେକା ଆଚେ,
“ଦଃର୍ମି ଜଦି କଃସ୍ଟେ ମୁକ୍ତି ହାୟ୍ଦ୍ ତେବେ ଅଃଦଃର୍ମି
ଆର୍ ହାହି କୁୟ୍ତି ମୁଁ ଦଃକାୟ୍ଦ୍ ?”
19ତଃବେ, ଜୁୟ୍ମଃନ୍ ଇସ୍ୱରାର୍ ଇଚା ହଃର୍କାରେ ଦୁକ୍ ବୟ୍ଗ୍ କଃର୍ତି, ସେମଃନ୍ ସଃତ୍ କାମ୍ କଃରି ତାର୍ ତଃୟ୍ ହୁରାହୁରି ବଃର୍ସା କଃରତ୍ । ସେମଃନାର୍ ଉବ୍ଜାଣ୍କାରି ଇସ୍ୱର୍ ସଃବୁବଃଳ୍ ତାର୍ ଜଃବାଉ ରଃକ୍ୟା କଃରେଦ୍ ।
5ଇସ୍ୱରାର୍ ମେଣ୍ଡା ମଃନ୍ଦା
1ମୁୟ୍ଁ ଗଟେକ୍ ବଃୟ୍ସେ ବଃଡ୍ ଇସାବେ କ୍ରିସ୍ଟର୍ ଦୁକ୍ ବୟ୍ଗାର୍ ସାକି ଆର୍ ଆସୁଲା ଜଃଜ୍ମାନାର୍ ବାଗିଦାରି ଜେ ମୁୟ୍ଁ, ମୁଁୟ୍ ତୁମିମଃନାର୍ ବିତ୍ରେ ରିଲା ପାରାଚିନ୍ମଃନ୍କେ ଗଃଉଆରି କଃରୁଲେ । 2୫:୨ ଜହ ୨୧:୧୫-୧୭.ତୁମିମଃନାର୍ ଦାୟ୍ତେ ରିଲା ଇସ୍ୱରାର୍ ମଃନ୍ଦାକେ ହସ୍ହାଳ୍ କଃରା । ବାଦ୍ୟ ଅୟ୍କଃରି ନାୟ୍, ମଃତର୍ ଇସ୍ୱରାର୍ ଇଚା ହଃର୍କାରେ ସଃର୍ଦାମଃନେ, ଦଃନ୍ ଲାବାର୍ ଗିନେ ନାୟ୍, ମଃତର୍ ସଃର୍ଦାୟ୍ ସେରି କଃରା । 3ଆରେକ୍ ଜୁୟ୍ମଃନାର୍ ଦାୟ୍ତ୍ ତୁମାର୍ ଆତେ ସଃର୍ହି ଦିଆ ଅୟ୍ଲି ଆଚେ, ସେମଃନାର୍ ଉହ୍ରେ ଅଃଦିକାର୍ ନଃଦେକାୟ୍ ମଃନ୍ଦାର୍ ବାଟ୍ ଦଃକାୟ୍ଲା ହର୍ ସେରି କଃରା । 4ଜଃଡେବଃଳ୍ ମୁଳ୍ ମେଣ୍ଡା ଗଃଉଳିଆ ଆୟ୍ଲା ବଃଳ୍ ତୁମିମଃନ୍ ଜଃଜ୍ମାନାର୍ ନଃସ୍ଟ୍ ନଃଉତା ମୁକୁଟ୍ ହାଉଁଲାସ୍ ଜୁୟ୍ରି ତାର୍ ଜିକ୍ ଜିକା ଅଃଉତାର୍ କଃବେ ଆରାୟ୍ ନଃକେରେ ।
5ସେରଃକମ୍ ଏ ଦଃଙ୍ଗ୍ଳାମଃନ୍, ତୁମିମଃନ୍ ପାରାଚିନ୍ ମଃନାର୍ ତଃଳେ ରିଆ । ସଃବୁଲକ୍ ଅଃହ୍ଣା ଅଃହ୍ଣାକ୍ ଦିର୍ ହର୍ ବଃସ୍ତର୍ ହିନ୍ଦା, କାୟ୍ତାକ୍ ବଃଲେକ୍ ସାସ୍ତର୍ କଃଉଁଲି, “ଇସ୍ୱର୍ ଆକାରିମଃନ୍କେ ସାନ୍ କଃରି ଦିର୍ସୁସ୍ତାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।” 6୫:୬ ମାତି ୨୩:୧୨; ଲୁକ ୧୪:୧୧; ୧୮:୧୪.ବଃଲେକ୍ ଇସ୍ୱରାର୍ ବଃଳ୍କାରି ଆତ୍ ତଃଳେ ଅଃହ୍ଣା ଅଃହ୍ଣାକ୍ ସଃହ୍ରି ଦିଆସ୍, ଜଃନ୍କଃରି ସେ ତୁମିମଃନ୍କେ ଟିକ୍ ବେଳାୟ୍ ଉହ୍ରେ ଉଟାୟ୍ଦ୍ । 7ତୁମିମଃନାର୍ ସଃବୁ ଚିତାର୍ ବଜ୍ ଇସ୍ୱରାର୍ ଉହ୍ରେ ଚାଡିଦିଆସ୍, ବଃଲେକ୍ ସେ ତୁମିମଃନାର୍ ଗିନେ ଚିତା କଃରୁଲା ।
8ଜାଗ୍ରତ୍ ଅୟ୍ ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି । 9ବିସ୍ୱାସେ ତିର୍ ରଃୟ୍ ତାକ୍ ତେବାଉଆ, ଆରେକ୍ ଇରି ଜାଣା ଜେ, ଜଃଗତେ ରିଲା ବିସ୍ୱାସି ବାୟ୍ବେଣି ମଃନ୍କେ ହେଁ ଇରଃକମ୍ ଦୁକ୍ ବୟ୍ଗ୍ ଗଃଟୁଲି । 10ସଃବୁ ଦଃୟାକାରି ଜୁୟ୍ ଇସ୍ୱର୍ ଅଃହ୍ଣାର୍ ସଃବୁ ଦିନାର୍ ଜଃଜ୍ମାନାର୍ ତାର୍ ସଃଙ୍ଗ୍ ବାଗ୍ହାଉଁକ୍ କ୍ରିସ୍ଟ ଜିସୁର୍ ଗିନେ ତୁମିମଃନ୍କେ କୁଦି ଆଚେ, ସେ ତୁମିମଃନାର୍ ଚଃନେକାର୍ ଦୁକ୍ବୟ୍ଗାର୍ ହଃଚେ ତୁମିମଃନ୍କେ ହୁର୍ନ୍, ସୁସ୍ତା, ବପୁ, ଆର୍ ନାଉଁ ବାସ୍ କଃରାୟ୍ଦ୍ ।
11ବଳ୍ବପୁ ଜୁଗେଜୁଗେ ତାର୍ ଆମେନ୍ ।
ସଃରାସଃରି ଜୁଆର୍
12୫:୧୨ ପେରି ୧୫:୨୨,୪୦.ଇସ୍ୱରାର୍ ସଃତ୍ ଦଃୟା ଜେ ଇ ରଃକ୍ମ୍, ଇ ବିସୟେ ସାକି ଅୟ୍ ତୁମିମଃନ୍କେ ସାସ୍ ଦେଉଁକେ ସିଲାର୍ ଉହ୍କାରେ ମୁୟ୍ଁ ହଃଦେକ୍ ଚିଟି ଲେକ୍ଲେ; ମୁୟ୍ଁ ଜାଣ୍ଲା ହଃର୍କାରେ ସେ ଗଟ୍ ସଃତ୍ ବାୟ୍ । ତୁମିମଃନ୍ ଇ ଦଃୟାୟ୍ ତୁମିମଃନ୍ ତିର୍ ଅୟ୍ରିଆ ।
13୫:୧୩ ପେରି ୧୨:୧୨,୨୫; ୧୩:୧୩; ୧୫:୩୭-୩୯; କଲ ୪:୧୦; ପିଲିମ ୧:୨୪.୫:୧୩ ବାବିଲନ୍-ପ୍ରକାସିତ୍ ବାକ୍ୟ ହଃର୍କାରେ, ଇରି ଅଃଉଁ ହାରେ ରମ୍କେ ଜାଣାଉଁଲି ।ତୁମାର୍ ସଃଙ୍ଗ୍ ବାଚ୍ଲା ବାବିଲନାର୍ ମଃଣ୍ଡ୍ଳି ଆର୍ ମର୍ ଦଃର୍ମା ହଅ, ମାର୍କ ତୁମିମଃନ୍କେ ଜୁଆର୍ ଜାଣାଉଁଲା । 14କ୍ରିସ୍ଟିଆନ୍ ଲାଡେ ଏକ୍ଆରେକ୍କେ ଜୁଆର୍ କଃରା । କ୍ରିସ୍ଟର୍ ତଃୟ୍ ରିଲା ତୁମିମଃନ୍କେ ସୁସ୍ତା ଅଃଉଅ ।