ଯୋହନଙ୍କ ଲିଖିତ ପ୍ରଥମ ପତ୍ର
ଜହନ୍ ଲେକ୍ଲା ହଃର୍ତୁ ଜହନ୍
୧ ଜହନ୍ ଚିଟି ବିସୟେ ହଃଦେକ୍
ହଃର୍ତୁ ଜହନାର୍ ଚିଟି ଜିସୁକ୍ରିସ୍ଟର୍ ଜଃଲମ୍ ହଃଚେ ୫୦-୧୦୦ ମଃସିଆ ବିତ୍ରେ ପେରିତ୍ ଜହନ୍ ଲେକିରିଲା । ଜହନ୍ ନିଜେ ଇ ବୟ୍ ଲେକି ଆଚି ବଃଲି ନଃଜାଣାଉଁଲା, ମଃତର୍ ହଃର୍ତୁ ବାଗେ ସେ କ୍ରିସ୍ଟର୍ ଜିବନ୍ ଆର୍ ଉଟ୍ତାର୍ ସେ ଅଃକାୟ୍ ଦଃକ୍ଲା ସାକି ବଃଲି ଜାଣା ଜଃଉଁଲି ୧:୧-୩ । ହଃର୍ତୁ ଜହନାର୍ ଲେକା ତଃରିକା ଜହନ୍ ଲେକ୍ଲା ନିକ କବୁରାର୍ ଲେକାର୍ ତଃରିକା ସଃଙ୍ଗ୍ ବେସି ହାକାହାକି ଜାଣାହଃଳୁଲି । ଇରି ବିସ୍ୱାସ୍ ଜାଣାହଃଳୁଲି ଜେ, ଜଃଡେବଃଳ୍ ସେ ଏପିସିଏ ରିଲା ସଃଡେବଃଳ୍ ସେ ଜହନ୍ ନିକ କବୁର୍ ଆର୍ ଜହନାର୍ ତିନିଗଟ୍ ଚିଟି ଲେକିରିଲା ତଃବେ, ୧ ଜହନ୍, ୨ ଜହନ୍, ୩ ଜହନ୍ ।
ଗ୍ୟାନି ବଃଲି କଃଉଆ ଜାତିରିଲା ଦଃଳେକ୍ ଲକମଃନାର୍ ଦଃୟ୍ ମଣ୍ଡ୍ଳି ଜଃଞ୍ଜାଳେ ହଃଳ୍ତି ରିଲା ବଃଳେ ଜହନ୍ ସଃବୁ କ୍ରିସ୍ଟିଆନ୍ମଃନ୍କେ ଇ ଚିଟି ଲେକି ରିଲା । ସେମଃନ୍ ବିସ୍ୱାସ୍ କଃର୍ତି ରିଲାୟ୍ ଜେ, ଜିସୁ ଅଃଉଁଲା ସଃତ୍କଃରି ହୁରାହୁରି ଇସ୍ୱର୍ ମଃତର୍ ଜଃଗତେ ରେତା ବଃଳ୍ ସେ ଗଃଗାଳ୍ ଦଃର୍ଲା ମାନାୟ୍ ରିଲା । ଜହନ୍ ଜିସୁ କ୍ରିସ୍ଟକେ ନିଜ୍ ଆକାୟ୍ ଦଃକ୍ଲା ସାକି ଆର୍ ତାର୍ ଆତ୍ ଜିସୁକେ ଚୁୟ୍ ରିଲାର୍ ଗିନେ ସେ ଇରି ଲେକୁଲା ୧:୧-୩ । ଜହନ୍ ଇ ଚିଟି ଲେକ୍ତାର୍ ଅଃର୍ତ୍ ତାର୍ ସଃର୍ଦା ହୁର୍ନ୍ କଃରୁକେ ୧ ଜହ ୪:୧ ଆର୍ ବିସ୍ୱାସିମଃନ୍କେ ହାହେହୁଣି ଦୁରିକେ ରେଉଁକେ, ୧ ଜହ ୨:୧ ଆର୍ ମିଚ୍ ସିକ୍ୟା ତଃୟ୍ହୁଣି ବିସ୍ୱାସିମଃନ୍କେ ରଃକ୍ୟା କଃରୁକେ ୧ ଜହ ୨:୨୬ ଆରେକ୍ ବିସ୍ୱାସିମଃନ୍ ରଃକ୍ୟା ହାୟ୍ ଆଚୁ ବଃଲି ହୁରାହୁରି ବିସ୍ୱାସ୍ କଃରାଉଁକ୍ ୫:୧୩ ।
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜହନ୍ ତାର୍ ଚିଟିର୍ ଟିକ୍ଣା ଦେତା ସଃଙ୍ଗ୍ ଇ ଚିଟି କାୟ୍ତାକ୍ ଲେକୁଲା ସେ ବିସୟେ ହେଁ ଲେକୁଲା । ୧:୧-୪
୨. ଇସ୍ୱର୍ କଃନ୍କଃରି ନିଜେ ଉଜାଳ୍ ବୁଜାୟ୍ କଃରି ଜିସୁ ହର୍ ଜିବନ୍ କାଟୁକେ କଃଉଁଲା । ୧:୫–୩:୧୦
୩. ଇସ୍ୱର୍କେ ଲାଡ୍ କଃର୍ତା ବିସୟେ ଅଃମିମଃନ୍କ୍ ମଃନେ ଏତାୟ୍ ଦେଉଁଲା । ୩:୧୧–୫:୧୨
୪. ସେ ତାର୍ ଲେକା ସଃରାୟ୍ଲା । ୫:୧୩-୨୧
1ଜିବନ୍ ଦେତା ବାକ୍ୟ
1୧:୧ ଜହ ୧:୧.ଆରୁମେ ଜେ ରିଲା ଜାର୍ ବାକ୍ୟ ଅଃମିମଃନ୍ ସୁଣି ଆଚୁ, ଜାକେ ନିଜ୍ଆକାୟ୍ ଦଃକି ଆଚୁ । ଆର୍ ନିଜାର୍ ଆତେ ଚୁୟ୍ ଆଚୁ, ସେ ଜିବନ୍ ହର୍ କଃତାକ୍ ତୁମିମଃନ୍କେ ଜାଣାଉଁଲୁ । 2୧:୨ ଜହ ୧:୧୪.ସେ ଜିବନ୍ ଦଃକାୟ୍ ଅୟ୍ଲା ଆର୍ ଅଃମିମଃନ୍ ଦଃକିଆଚୁ ଆର୍ ସାକି ଦେଉଁଲୁ; ଜୁୟ୍ ଅଃମ୍ବର୍ ଜିବନ୍ ଉବାର୍ ସଃଙ୍ଗ୍ ରିଲା ଆର୍ ଅଃମିମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା, ତାର୍ କଃତା ତୁମିମଃନ୍କେ ଜାଣାଉଁଲୁ । 3ଜାୟ୍ରି ଅଃମିମଃନ୍ ଦଃକି ଆଚୁ ଆର୍ ସୁଣି ଆଚୁ ସେରି ତୁମିମଃନ୍କେ ହେଁ ଜାଣାଉଁଲୁ, ଜଃନ୍କଃରି ତୁମିମଃନ୍ ହେଁ ଅଃମିମଃନାର୍ ସଃଙ୍ଗ୍ ମିସାବିଳା କଃରୁ ହାରାସ୍, ଅଃମିମଃନାର୍ ଉବା ଆର୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଆଚେ । 4୧:୪ ଅଃମାର୍ - କଃତେକ୍ ହର୍ନା ଲେକାୟ୍ ତୁମାର୍ ।ଅଃମିମଃନାର୍ ସଃର୍ଦା ଜଃନ୍କଃରି ହୁର୍ନ୍ ଅୟ୍ଦ୍ ଇତାର୍ ଗିନେ ଅଃମିମଃନ୍ ଇ ସଃବୁ ଲେକୁଲୁ ।
ଇସ୍ୱର୍ ଉଜାଳ୍
5ଅଃମିମଃନ୍ ତାର୍ ତଃୟ୍ ହୁଣି ଜୁୟ୍ କବୁର୍ ସୁଣି ଆଚୁ ଆର୍ ତୁମିମଃନ୍କେ ଜାଣାଉଁଲୁ ସେରି ଇରି ଇସ୍ୱର୍ ଉଜାଳ୍ ଆର୍ ତାର୍ ଟାଣେ ଅଃଳକ୍ ହେଁ ଅଃନ୍ଦାର୍ ନାୟ୍ 6ତାର୍ ସଃଙ୍ଗ୍ ଅଃମାର୍ ମିସାଣ୍ ଆଚେ, ଇରି କୟ୍ ଜଦି ଅଃମିମଃନ୍ ଅଃନ୍ଦାରେ ଜିବନ୍ କାଟୁନ୍ଦ୍, ସେନ୍ଅୟ୍ଲେକ୍ ଅଃମିମଃନ୍ ମିଚୁଆମଃନ୍ ଆର୍ ସଃତେ ଜିବନ୍ ନଃକାଟୁଲୁ । 7ମଃତର୍ ସେ ଜଃନ୍କଃରି ଉଜାଳେ ବାସାକାରି, ଅଃମିମଃନ୍ ଜଦି ସେନ୍କଃରି ଉଜାଳେ ଚାଲ୍ଚାଲ୍ତି କଃରୁଲୁ, ତଃବେ ଅଃମିମଃନାର୍ ବିତ୍ରେ ମିସିକଃରି ଆଚେ । ଆରେକ୍ ତାର୍ ହୟ୍ସି ଜିସୁର୍ ବଃନି ସଃବୁ ହାହେ ହୁଣି ଅଃମିମଃନ୍କ୍ ନିର୍ମୁଳ୍ କଃରେଦ୍ ।
8ଅଃମିମଃନାର୍ ହାହ୍ ନାୟ୍ ଇରି ଜଦି କଃଉନ୍ଦ୍ ତଃନ୍ଅୟ୍ଲେକ୍ ଅଃହ୍ଣା ଅଃହ୍ଣାକ୍ ଜଃଟୁଲୁ । ଆରେକ୍ ଅଃମାର୍ ତଃୟ୍ ସଃତ୍ ନାୟ୍ । 9ଜଦି ଅଃମିମଃନ୍ ଇସ୍ୱରାର୍ ତଃୟ୍ ନିଜ୍ନିଜ୍କେ ହାହି ବଃଲି କଃଉନ୍ଦ୍ ତଃବେ ସେ ଅଃମାର୍ ହାହ୍ କେମା କଃରୁକେ ଆର୍ ସଃବୁ ଅଃଦଃର୍ମେ ହୁଣି ଅଃମିମଃନ୍କ୍ ନିର୍ମୁଳ୍ କଃରୁକେ ବିସ୍ୱାସାର୍ ଜୟ୍ଗ୍ ଆର୍ ନ୍ୟାୟ୍ବାନ୍ । 10ଅଃମିମଃନ୍ ହାହ୍ ନଃକେରୁ ଇରି ଜଦି କଃଉନ୍ଦ୍ ତଃନ୍ଅଲେ ଅଃମିମଃନ୍ ତାକେ ମିଚୁଆ କଃରୁନ୍ଦ୍ ଆରେକ୍ ତାର୍ ବାକ୍ୟ ଅଃମାର୍ ତଃୟ୍ ନାୟ୍ ।
2ମୁକ୍ତିକାରି ଜିସୁ
1ଏ ମର୍ ଲାଡାର୍ ହିଲାମଃନ୍ ତୁମିମଃନ୍ ଜଃନ୍କଃରି ହାହ୍ ନଃକେରାସ୍, ଇତାର୍ ଗିନେ ମୁଁୟ୍ ଇ ସଃବୁ ତୁମିମଃନାର୍ ହାକ୍ ଲେକୁଲେ । ମଃତର୍ କେ ଜଦି ହାହ୍ କଃରେଦ୍ ସେନ୍ ଅୟ୍ଲେକ୍ ଉବାର୍ ଚଃମେ ଅଃମିମଃନାର୍ ଗିନେ ଗଃଉଆରି କଃରୁକେ ଗଟ୍ ମାନାୟ୍ ଆଚେ ସେ ଅଃଉଁଲା ଦଃର୍ମି ଜିସୁ କ୍ରିସ୍ଟ । 2ଆର୍ ସେ ଅଃମିମଃନାର୍ ହାହାର୍ ଗିନେ, ଅଃକାୟ୍ ଅଃମାର୍ ହାହାର୍ ଗିନେ ନଃୟ୍ ମଃତର୍ ହୁର୍ତି ଜାକର୍ ହାହାର୍ ଗିନେ ହେଁ ହୁଜା ଅୟ୍ଆଚେ ।
3ଜଦି ଅଃମିମଃନ୍ ତାର୍ ଆଦେସ୍ ମାନୁନ୍ଦ୍ ତଃବେ ଅଃମିମଃନ୍ ସେତି ହୁଣି ଜାଣୁ ହାରୁନ୍ଦ୍ ଜେ, ଅଃମିମଃନ୍ ତାକ୍ ଜାଣିଆଚୁ । 4ତାର୍ ବିଦି ନଃମାନିକଃରି ତାକ୍ ଜାଣି ବଃଲି ଜେ କୟ୍ଦ୍, ସେ ମିଚୁଆ ଆର୍ ତାର୍ ତଃୟ୍ ସଃତ୍ ନାୟ୍ 5ମଃତର୍ ଜେ, ତାର୍ ବଲ୍ ମାନେଦ୍ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ ସଃତ୍କଃରି ହୁର୍ନ୍ ଅୟ୍ଆଚେ । ଇତାର୍ ଗିନେ ଅଃମିମଃନ୍ ଜାଣୁନ୍ଦ୍ ଜେ, ଅଃମିମଃନ୍ ତାର୍ ତଃୟ୍ ଆଚୁ । 6ଜେ ତାର୍ ତଃୟ୍ ଆଚି ବଃଲି କୟ୍ଦ୍ ସେ ଜିସୁର୍ ହର୍ ଜିବନ୍ କାଟ୍ତାର୍ ହେଁ ଲଳା ଆଚେ ।
ନଃଉଆଁ ଆଦେସ୍
7୨:୭ ଜହ ୧୩:୩୪.ଏ ଲାଡାର୍ ବାୟ୍ବେଣିମଃନ୍ ମୁଁୟ୍ ତୁମିମଃନାର୍ ହାକ୍ କାୟ୍ହେଁ ନଃଉଆଁ ଆଦେସ୍ ନଃଲେକି ମଃତର୍ ଆରୁମେ ଜୁୟ୍ ହଃର୍ନା ବଲ୍ ତୁମିମଃନ୍ ହାୟ୍ ଆଚାସ୍, ସେରି ଲେକୁଲେ, ଜୁୟ୍ ବିସୟ୍ ତୁମିମଃନ୍ ସୁଣି ଆଚାସ୍ ସେରି ହଃକା ସେ ହଃର୍ନା ଆଦେସ୍, 8ଆରେକ୍ ଗଟ୍ତର୍, ମୁଁୟ୍ ନଃଉଆଁ ଆଦେସ୍ ହର୍ ମଃତର୍ ତୁମିମଃନାର୍ ହାକ୍ ଲେକୁଲେ ଇରି ତାର୍ ତଃୟ୍ ଆର୍ ତୁମାର୍ ତଃୟ୍ ସଃତ୍ ବଃଲି ଜାଣା ହଃଳେଦ୍ । କାୟ୍ତାକ୍ବଃଲେକ୍ ଅଃନ୍ଦାର୍ ଗୁଚିଜଃଉଁଲି ଆର୍ ସଃତ୍ ଉଜାଳ୍ ଜାଣା ହଃଳ୍ଲିନି ।
9ଜେ ନିଜାର୍ ବାୟ୍ ଆର୍ ବେଣିକେ ଲାଡ୍ନଃକେରି କୟ୍ଦ୍ ଜେ, ସେ ଉଜାଳେ ଆଚେ, ମଃତର୍ ସେ ଅଃବେ ହଃତେକ୍ ହେଁ ଅଃନ୍ଦାରେ ଆଚେ । 10୨:୧୦ କେ ଅଲେ, ନୟ୍ଲେକ୍ ଅଃମି ।ଜେ ଅଃହ୍ଣାର୍ ବାୟ୍ବେଣିକେ ଲାଡ୍ କଃରେଦ୍ ସେ ଉଜାଳେ ରଃୟ୍ଦ୍, ଆରେକ୍ ସେ କଃନ୍କଃରିହେଁ ଜଟ୍ୟାୟ୍ ନୟ୍ । 11ମଃତର୍ ଜେ ଅଃହ୍ଣାର୍ ବାୟ୍ବେଣିକେ ଗିଣ୍ କଃରେଦ୍ ସେ ଅଃନ୍ଦାରେ ଆଚେ, ଆରେକ୍ ଅଃନ୍ଦାରେ ବାଟ୍ ଇଣ୍ଡି କେଣେ ଜଃଉଁଲା ସେରି ନିଜେ ନଃଜାଣେ ବଃଲେକ୍ ଅଃନ୍ଦାର୍ ତାର୍ ଆକିକେ କାଣା କଃରି ଆଚେ ।
12ଏ ଇସ୍ୱରାର୍ ହିଲାମଃନ୍ ମୁୟ୍ଁ ତୁମାର୍ ହାକ୍ ଲେକୁଲେ, ବଃଲେକ୍ ଜିସୁର୍ ନାଉଁଆର୍ ଗିନେ ତୁମାର୍ ହାହ୍ କେମା ଅୟ୍ଆଚେ । 13ଏ ଉବାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକୁଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣି ଆଚାସ୍ । ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକୁଲେ, ବଃଲେକ୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
14ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ଉବାକ୍ ଜାଣି ଆଚାସ୍ । ଏ ଉବାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣିଆଚାସ୍, ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ସଃକାତିଆ ଆରେକ୍ ଇସ୍ୱରାର୍ ବିସୟ୍ ତୁମାର୍ ତଃୟ୍ ଆଚେ ଆର୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
ଜଃଗତ୍କେ ଲାଡ୍ ନଃକେରା
15ଇ ଜଃଗତ୍କେ କି ଜଃଗତାର୍ ବିସୟ୍କେ ଲାଡ୍ କଃରାନାୟ୍ । କେ ଜଦି ଇ ଜଃଗତ୍କେ ଲାଡ୍ କଃରେଦ୍ ଉବାର୍ ଲାଡ୍ ତାର୍ ତଃୟ୍ ନାୟ୍ । 16ବଃଲେକ୍ ଗଃଗାଳାର୍ ଇଚା ଆକିର୍ ଇଚା ଆର୍ ଅଃମାର୍ ଜାୟ୍ ଦଃନ୍ ଆଚେ ସେତାର୍ ଗିନେ ଜଃଗତାର୍ ଗଃର୍ବ୍ କଃର୍ତାର୍, ଜଃଗତେ ରିଲା ଇସଃବୁ ବିସୟ୍ ଉବାର୍ ତଃୟ୍ ହୁଣି ନାୟ୍, ମଃତର୍ ସଃଙ୍ଗ୍ସାରେ ହୁଣି ଆସିଆଚେ । 17ଜଃଗତ୍ ଆର୍ ସେତିର୍ ଇଚା ଦୁୟ୍ଦିନିଆ, ମଃତର୍ ଜେ ଇସ୍ୱରାର୍ ଇଚା ହାଳେଦ୍ ସେ ଜୁଗେଜୁଗେ ରଃୟ୍ଦ୍ ।
କ୍ରିସ୍ଟର୍ ସଃତ୍ରୁ
18ଏ ହିଲାମଃନ୍ ସେସ୍କାଳ୍ ହଚ୍ଲିନି, ଆରେକ୍ ମିଚ୍ କ୍ରିସ୍ଟ ଆସେଦ୍ ବଃଲି ତୁମିମଃନ୍ ଜଃନ୍କଃରି ସୁଣି ରିଲାସ୍, ସେନ୍କଃରି ଅଃବେ ହେଁ ଗାଦେକ୍ ମିଚ୍ କ୍ରିସ୍ଟମଃନ୍ ବାର୍ଲାୟ୍ନି; ଇତାକ୍ ଅଃମିମଃନ୍ ଜାଣୁଲୁ ଜେ ସେସ୍ କାଳ୍ ହଚ୍ଲିନି । 19ସେମଃନ୍ ଅଃମିମଃନାର୍ ବିତ୍ରେ ହୁଣି ବାରାୟ୍ଲାୟ୍, ମଃତର୍ ଅଃମାର୍ ଦଃଳାର୍ ଲକ୍ ନଃରିଲାୟ୍; ବଃଲେକ୍ ଜଦି ସଃତ୍କଃରି ଅଃମାର୍ ଦଃଳାର୍ ଲକ୍ ଅୟ୍ରିଲେକ୍, ଅଃମାର୍ ସଃଙ୍ଗ୍ ରିଲାୟ୍ହୁଣି; ମଃତର୍ ସେମଃନ୍ ଜେ ଅଃମାର୍ ଦଃଳାର୍ ଲକ୍ ନୟ୍ ଇରି ଜଃନ୍କଃରି ଜାଣା ହଃଳେଦ୍ ଇତାର୍ ଗିନେ ସେମଃନ୍ ବାରାୟ୍ ଗଃଳାୟ୍ ।
20ତୁମିମଃନ୍ ସେ ପବିତ୍ର ମାନାୟ୍ ତଃୟ୍ହୁଣି ଦାନ୍ ହାୟ୍ ରିଲାକ୍ ତୁମି ସଃବୁଲକ୍ ଗିଆନ୍ ହାୟ୍ ଆଚାସ୍ । 21ତୁମିମଃନ୍ ସଃତ୍ ଜାଣି ନଃରିଲାର୍ ଗିନେ ମୁଁୟ୍ ଜେ ତୁମିମଃନାର୍ ହାକ୍ ଲେକ୍ଲେ ସେରି ନାୟ୍, ମଃତର୍ ତୁମିମଃନ୍ ସଃତ୍ ଜାଣିରିଲାକ୍ ଲେକୁଲେ । ସଃତେହୁଣି ମିଚ୍ ଜାତ୍ ନୟ୍ ବଃଲି ଜାଣିରିଲାକ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ ।
22ଜିସୁ ଜେ କ୍ରିସ୍ଟ ଇରି ଜେ ନଃମାନେ ତାର୍ ତଃୟ୍ ହୁଣି ଆର୍ ମିଚୁଆ କେ ? ଜେ ଇସ୍ୱର୍ ଆର୍ କ୍ରିସ୍ଟକେ ନଃମାନେ ସେ କ୍ରିସ୍ଟ ବିରଦି । 23ଜେ ଇସ୍ୱରାର୍ ହୟ୍ସିକ୍ ନଃମାନେ ସେ ଇସ୍ୱର୍କେ ନଃହାୟ୍; ଜେ କ୍ରିସ୍ଟକେ ମାନେଦ୍ ସେ ଇସ୍ୱର୍କେ ହେଁ ହାୟ୍ ଆଚେ ।
24ତୁମିମଃନ୍ ଆରୁମେ ଜାୟ୍ରି ସୁଣି ଆଚାସ୍ ସେରି ତୁମାର୍ ତଃୟ୍ ରେଅ । ତୁମିମଃନ୍ ଆରୁମେ ଜାୟ୍ରି ସୁଣି ଆଚାସ୍, ସେରି ଜଦି ତୁମାର୍ ତଃୟ୍ ରଃୟ୍ଦ୍ ତଃବେ ତୁମିମଃନ୍ ହେଁ କ୍ରିସ୍ଟର୍ ଆର୍ ଇସ୍ୱର୍ ତଃୟ୍ ରିଆସ୍ । 25ଆର୍ ସେ ଅଃମିମଃନ୍କ୍ ଜାୟ୍ରି ଜଃବାଉ କଃରି ଆଚେ, ସେରି ଅଃମ୍ବର୍ ଜିବନ୍ ।
26ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ଟକୁକେ ଉପାୟ୍ ହାଚ୍ତି, ସେମଃନାର୍ ବିସୟେ ମୁଁୟ୍ ତୁମାର୍ ହାକ୍ ଇ ସଃବୁ ଲେକ୍ଲେ । 27ମଃତର୍ ତୁମିମଃନ୍କେ କ୍ରିସ୍ଟ ଜିସୁ ତାର୍ ପବିତ୍ରଆତ୍ମାୟ୍ ହୁର୍ନ୍ କଃରିଆଚେ, ତାର୍ ଆତ୍ମା ତୁମାର୍ ତଃୟ୍ ରେତା ହଃତେକ୍ ତୁମିମଃନ୍କେ ବିନ୍ଲକ୍ ସିକ୍ୟା ଦଃୟ୍ଦ୍, ଇରି ତୁମିମଃନାର୍ ଲଳା ନାୟ୍, ପବିତ୍ର ଆତ୍ମା ସଃବୁ ବିସୟେ ଟିକ୍ ସିକ୍ୟା ଦଃୟ୍ଦ୍ ତାର୍ ସିକ୍ୟା ମିଚ୍ ନୟ୍ । ସେ ପବିତ୍ର ଆତ୍ମାର୍ ସିକ୍ୟା ମାନିକଃରି କ୍ରିସ୍ଟର୍ ସଃଙ୍ଗ୍ ମିସିକଃରି ରିଆ ।
28ତଃବେ ଏ ହିଲାମଃନ୍ କ୍ରିସ୍ଟର୍ ତଃୟ୍ ମିସିରିଆ, ତଃବେ ସେ ଜଃଡେବଃଳ୍ ଆସେଦ୍, ତାର୍ ଆସ୍ତା ବଃଳ୍ ତାର୍ ମୁଏଁ ଅଃମିମଃନ୍ ଲାଜ୍ ନଃହାୟ୍ ସାସ୍ ସଃଙ୍ଗ୍ ବେଟ୍ ଅଃଉଁନ୍ଦ୍ । 29ଅଃମିମଃନ୍ ଜାଣୁ ଜେ, କ୍ରିସ୍ଟ ନ୍ୟାୟ୍କାରି ଇରି ହେଁ ଅଃମିମଃନ୍ ଜାଣୁ ଜେ, ଜୁୟ୍ମଃନ୍ ଦଃର୍ମ୍ କାମ୍ କଃର୍ତି ସେମଃନ୍ ଇସ୍ୱରାର୍ ହିଲାମଃନ୍ ।
3ଇସ୍ୱରାର୍ ହିଲାମଃନ୍
1୩:୧ ଜହ ୧:୧୨.ଦଃକା ଉବା ଅଃମିମଃନ୍କ୍ କଃଡେକ୍ ଲାଡ୍ କଃରି ଆଚେ ଜେ, ଅଃମିମଃନ୍ ଇସ୍ୱରାର୍ ହିଲା ବଃଲି ଡାକେହୁଟୁନ୍ଦ୍, ଆର୍ ସଃତ୍କଃରି ଅଃମିମଃନ୍ ତାର୍ ହିଲାମଃନ୍, ଇତାର୍ ଗିନେ ଜଃଗତ୍ ଅଃମିମଃନ୍କ୍ ନଃଚିନୁଲି ବଃଲେକ୍ ସେରି ତାକ୍ ଚିନି ନଃରିଲି । 2ଏ ଲାଡାର୍ ବାୟ୍ବେଣିମଃନ୍ ଅଃବେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍ ଆର୍ ଅଃମିମଃନ୍ କଃନ୍ ଅଃଉଁନ୍ଦ୍ ସେରି ଅଃବେ ହଃତେକ୍ ଜାଣା ନଃହେଳେତା ଅଃମିମଃନ୍ ଜାଣୁଲୁ ଜେ, ସେ ଜଃଡେବଃଳ୍ ଆସେଦ୍ ସଃଡେବଃଳ୍ ଅଃମିମଃନ୍ ତାର୍, ହର୍ ଅଃଉଁନ୍ଦ୍, ବଃଲେକ୍ ସେ ଜଃନ୍କାର୍ ଅଃମିମଃନ୍ ସେନ୍ହର୍ ତାକ୍ ଦଃକୁନ୍ଦ୍ 3ଆର୍ ଜେ କେ ତାର୍ ଟାଣେ ଇ ବଃର୍ସା କଃଲା ଆଚେ ଇସ୍ୱର୍ ଜଃନ୍କାର୍ ପବିତ୍ର, ସେ ସେନ୍ କଃରି ଅଃହ୍ଣାକ୍ ପବିତ୍ର କଃର ।
4ଜୁୟ୍ ଲକ୍ ହାହ୍ କଃରେଦ୍, ସେ ହେଁ ମସାର୍ ବିଦିବିଦାନ୍ ଅମାନ୍ୟା କଃରେଦ୍ କାୟଃତାକ୍ବଃଲେକ୍ ବିଦି ଅମାନ୍ୟା କଃର୍ତାର୍ ହଃକା ହାହ୍ । 5୩:୫ ଜହ ୧:୨୯.୩:୫ ହାହ୍ - କଃତିଗଟ୍ ହର୍ନା ପୁସ୍ତକେ ଅଃମାର୍ ହାହ୍ ବଃଲି ଆଚେ ।ତୁମିମଃନ୍ ଜାଣା ଜେ, ସେ ହାହ୍ ବୟ୍ ନେତାର୍ ଗିନେ ଆୟ୍ଲା, ଆର୍ ତାର୍ ଟାଣେ ହାହ୍ ନଃରିଲି । 6ଜୁୟ୍ ଲକ୍ ତାର୍ ତଃୟ୍ ରଃୟ୍ଦ୍ ସେ ହାହ୍ ନଃକେରେ; ଜୁୟ୍ଲକ୍ ହାହ୍ କଃରେଦ୍, ସେ ତାକ୍ ନଃଦେକେ କି ତାକ୍ ନଃଜାଣେ ।
7ଏ ହିଲାମଃନ୍, କେ ତୁମିକେ ଟକି ନଃକେର୍ ଜୁୟ୍ଲକ୍ ଦଃର୍ମ୍ ଜିବନ୍ କାଟେଦ୍ ଜିସୁ ଜଃନ୍କଃରି ଦଃର୍ମି ସେ ସେନ୍କାର୍ ଦଃର୍ମି ଅୟ୍ଦ୍; 8ଜେ ହାହ୍ କଃରେଦ୍ ସେ ସୟ୍ତାନ୍ ତଃୟ୍ହୁଣି ଜାତ୍ ବଃଲେକ୍ ସୟ୍ତାନ୍ ଆରୁମେ ହୁଣି ହାହ୍ କଃରି ଆସୁଲି । ସୟ୍ତାନାର୍ କାମ୍କେ ନାସ୍ କଃରୁକେ ତ ଇସ୍ୱରାର୍ ହୟ୍ସି ଆୟ୍ଲା ।
9ଜୁୟ୍ଲକ୍ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ହାହ୍ ବୁଡି ନଃରେୟ୍ ବଃଲେକ୍ ଇସ୍ୱରାର୍ ବିଆନ୍ ତାର୍ ତଃୟ୍ ରଃୟ୍ଦ୍, ଆର୍ ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଅୟ୍ରିଲାକ୍ ହାହ୍ କଃରୁ ନାହାରେ । 10ଇତି କେ ଇସ୍ୱରାର୍ ହିଲା ଆର୍ କେ ସୟ୍ତାନାର୍ ହିଲା, ଇରି ଜାଣା ହଃଳେଦ୍; ଜୁୟ୍ଲକ୍ ଦଃର୍ମ୍ ଜିବନ୍ ନଃକାଟେ, କି କ୍ରିସ୍ଟିଆନ୍ ବାୟ୍ବେଣିକେ ଲାଡ୍ ନଃକେରେ ସେ ଇସ୍ୱର୍ ତଃୟ୍ହୁଣି ଜଃଲମ୍ ନୟ୍ ।
ଏକ୍ ଆରେକ୍କେ ଲାଡ୍ କଃରା
11୩:୧୧ ଜହ ୧୩:୩୪.ବଃଲେକ୍ ଅଃମିମଃନ୍ ଜେ ଏକ୍ ଆରେକ୍କେ ଲାଡ୍କଃରା ଆର୍ ଏକ୍ ଆରେକ୍କେ ଲାଡ୍କଃର୍ତା ଦଃର୍କାର୍, ଇ କଃତା ତୁମିମଃନ୍ ମୁଳେହୁଣି ସୁଣି ଆଚାସ୍ । 12ହାହ୍ ଆତ୍ମାର୍ ହିଲା ଜେ କଇନ ତାର୍ ହର୍ ଅଃଉଆ ନାୟ୍, ସେ ନିଜାର୍ ବାୟ୍କ୍ ମଃର୍ନେ ମାର୍ଲା ଆର୍ ସେ ତାକ୍ କାୟ୍ତାକ୍ ଅଃତ୍ୟା କଃଲା ? ବଃଲେକ୍ ତାର୍ କାମ୍ ହୁରାହୁରି ହାହ୍ ଆର୍ ତାର୍ ବାୟ୍ର୍ କାମ୍ ଟିକ୍ ରିଲି ।
13ଏ ବାୟ୍ବେଣିମଃନ୍ ଜଃଗତ୍ ଜଦି ତୁମିକେ ଗିଣ୍ କଃରେଦ୍ ତୁମିମଃନ୍ କାବା ଅଃଉଆ ନାୟ୍ । 14୩:୧୪ ଜହ ୫:୨୪.ଜଦି ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍କଃରୁଲୁ, ଅଃମିମଃନ୍ ଜାଣୁଲୁ ଜେ ଅଃମିମଃନ୍ ମଃର୍ନ୍କେ ଜିଣିକଃରି ଜିବନେ ହଚି ଆଚୁ, ସେତାକ୍ ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍ କଃରୁଲୁ । ଜେ ଲାଡ୍ ନଃକେରେ, ଅଃବେ ହେଁ ସେ ମଃର୍ନାର୍ ତଃଳେ ଆଚେ । 15ଜେ ଅଃହ୍ଣାର୍ ବାୟ୍ବେଣିକେ ଲାଡ୍ ନଃକେରେ ସେ ନଃର୍ମାରୁ; ଆର୍ ନଃର୍ମାରୁ ତଃୟ୍ ଜେ ଅଃମ୍ବର୍ ଜିବନ୍ ନାୟ୍ ଇରି ତୁମିମଃନ୍ ଜାଣା 16ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟ୍ରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା । 17ମଃତର୍ ଜେ ଜଃଗତାର୍ ଦଃନେ ଦଃନି ଅୟ୍ ଅଃହ୍ଣାର୍ ବାୟ୍ବେଣିର୍ ଅକେଟ୍ ଦଃକ୍ଲେକ୍ ହେଁ ତାକେ ଦଃୟା ନଃକେରେ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ କଃନ୍କଃରି ରେଉଁ ହାରେ ? 18ଏ ହିଲାମଃନ୍ ଆସା ଅଃମିମଃନ୍ କଃତାୟ୍ କି ଟଣ୍ଡେ ଲାଡ୍ ନଃକେରି କାମେ ଆର୍ ସଃତ୍କଃରି ଲାଡ୍ କଃରୁଆଁ ।
ଇସ୍ୱରାର୍ ମୁଏଁ ସଃର୍ଦା
19ଅଃମିମଃନାର୍ କାମାର୍ ଗିନେ ଅଃମିମଃନ୍ ସଃତାର୍ ହିଲାମଃନ୍ ମଃନେ ବଃଲି ଜାଣୁ ହାରୁ । 20ଆରେକ୍ ଜୁୟ୍ ବିସୟ୍ ହେଁ ଅଃମାର୍ ଜିବନ୍ ଅଃମିମଃନ୍କ୍ ଦସି କଃରେଦ୍, ସେ ବିସୟେ ସେତାର୍ ଗିନେ ତାର୍ ଚଃମେ ଅଃହ୍ଣାମଃନାର୍ ମଃନ୍କେ ତିର୍ କଃରୁ ହାରୁଆଁ; ବଃଲେକ୍ ଇସ୍ୱର୍ ଅଃମାର୍ ମଃନ୍ତଃୟ୍ହୁଣି ବଃଡ୍ ଆର୍ ସେ ସଃବୁ ଜାଣେଦ୍ 21ଏ ଲାଡାର୍ ବାୟ୍ମଃନ୍, ଅଃମାର୍ ମଃନ୍ ଜଦି ଅଃମିକ୍ ଦସି ନଃକେରେ, ତଃନ୍ଅୟ୍ଲେକ୍ ଇସ୍ୱରାର୍ ଚଃମେ ଅଃମାର୍ ସାସ୍ ଆଚେ । 22ଆର୍ ଅଃମିମଃନ୍ ଜାୟ୍ରି ହେଁ ମାଗୁନ୍ଦ୍ ସେରି ସଃବୁ ତାର୍ ତଃୟ୍ହୁଣି ହାଉଁନ୍ଦ୍, ବଃଲେକ୍ ଅଃମିମଃନ୍ ତାର୍ ବିଦି ମାନୁଲୁ, ଆର୍ ତାର୍ ଆକାୟ୍ ଜାୟ୍ରି ନିକ ସେରି କଃରୁଲୁ । 23୩:୨୩ ଜହ ୧୩:୩୪; ୧୫:୧୨,୧୭.ତାର୍ ବଲ୍ ଇରି ଜେ, ଅଃମିମଃନ୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ନାଉଁଏ ବିସ୍ୱାସ୍ କଃରୁଆଁ ଆର୍ ସେ ଦିଲା ବିଦି ହଃର୍କାରେ ସଃବ୍କେ ଲାଡ୍ କଃର୍ତାର୍ ଆଚେ । 24ଜେ ତାର୍ ବିଦି ମାନେଦ୍, ସେ ତାର୍ ତଃୟ୍ ରଃୟ୍ଦ୍, ଆର୍ ଇସ୍ୱର୍ ସେ ଲକାର୍ ତଃୟ୍ ରଃୟ୍ଦ୍; ଆର୍ ସେ ଜେ, ଅଃମାର୍ ତଃୟ୍ ରଃୟ୍ଦ୍ ଇରି ଅଃମିମଃନ୍ ସେ ଦିଲା ପବିତ୍ର ଆତ୍ମା ଇରି ଅଃମିମଃନ୍କ୍ ଜାଣାଉଁଲି ।
4ଇସ୍ୱରାର୍ ଆତ୍ମା ଆର୍ ମିଚ୍ ଆତ୍ମା
1ଏ ଲାଡାର୍ ବାୟ୍ମଃନ୍ ସଃବୁ ଆତ୍ମାକେ ବିସ୍ୱାସ୍ କଃରାନାୟ୍ ମଃତର୍ ଆତ୍ମାମଃନ୍ ଇସ୍ୱରାର୍ ତଃୟ୍ହୁଣି ଆସି ଆଚ୍ତି କି ନାୟ୍ ଇରି ସେମଃନ୍କେ ପରିକ୍ୟା କଃରି ଦଃକା କାୟ୍ତାକ୍ବଃଲେକ୍ ଜଃଗତେ ଅଃନେକ୍ ମିଚ୍ ବାବ୍ବାଦି ବାରାୟ୍ ଆଚ୍ତି । 2ଇତାର୍ ଗିନେ ତୁମିମଃନ୍ ଇସ୍ୱରାର୍ ଆତ୍ମାକେ ଚିନୁ ହାରାସ୍, ଜିସୁ କ୍ରିସ୍ଟ ଜେ ମାନାୟ୍ ଗଃଗାଳ୍ ଦଃରି ଆସି ଆଚେ ଇରି ଜୁୟ୍ ଆତ୍ମା ମାନେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଆସି ଆଚେ 3ଆର୍ ଜୁୟ୍ ଆତ୍ମା ଜିସୁକେ ନଃମାନେ, ସେ ଇସ୍ୱରାର୍ ତଃୟ୍ହୁଣି ନାସେ; ଇରି ମିଚ୍ କ୍ରିସ୍ଟର୍ ଆତ୍ମା ଜାର୍ ଆସ୍ତା ବିସୟ୍ ତୁମିମଃନ୍ ସୁଣି ଆଚାସ୍, ଆରେକ୍ ସେରି ଅଃବେ ହେଁ ଜଃଗତେ ଆସିଆଚେ ।
4ଏ ଲାଡାର୍ ହିଲାମଃନ୍ ତୁମିମଃନ୍ ଇସ୍ୱରାର୍ ତଃୟ୍ହୁଣି ଜାତ୍ ଆର୍ ତୁମିମଃନ୍ ମିଚ୍ ବାବ୍ବାଦିମଃନ୍କେ ଜିଣି ଆଚାସ୍ କାୟଃତାକ୍ବଃଲେକ୍ ତୁମାର୍ତଃୟ୍ ବାସ୍ କଃର୍ତି ରିଲା ଆତ୍ମା, ଜଃଗତେ ବାସ୍ କଃର୍ତା ଆତ୍ମା ତଃୟ୍ ହୁଣି ତାର୍ତଃୟ୍ହୁଣି ବଃଡ୍ । 5ମିଚ୍ ବାବ୍ବାଦିମଃନ୍ ଇ ଜଃଗତାର୍, ସେମଃନ୍ ଜଃଗତାର୍ କଃତା କଃଉତି ଆର୍ ଜଃଗତାର୍ ଲକ୍ମଃନ୍ ସେମଃନାର୍ କଃତା ସୁଣ୍ତି । 6ମଃତର୍ ଅଃମିମଃନ୍ ଇସ୍ୱରାର୍ ତଃୟ୍ହୁଣି ଜାତ୍, ଜେ ଇସ୍ୱର୍କେ ଜାଣେଦ୍, ସେ ଅଃମାର୍ କଃତା ସୁଣେଦ୍, ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ନଃକେରେ ସେ ଅଃମାର୍ କଃତା ନଃସୁଣେ, ଇତାର୍ ଗିନେ ଅଃମିମଃନ୍ ସଃତ୍କାରି ଆତ୍ମା ଆର୍ ମିଚ୍ ଆତ୍ମାକେ ଚିନୁକେ ହାରୁନ୍ଦ୍ ।
ଇସ୍ୱର୍ ଲାଡ୍କାରି
7ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ । 8ଜେ ଏକ୍ଆରେକ୍କେ ଲାଡ୍ ନଃକେରେ, ସେ ଇସ୍ୱର୍କେ ନଃଜାଣେ, କାୟଃତାକ୍ବଃଲେକ୍ ଇସ୍ୱର୍ ତ ଲାଡ୍କାରି 9ଇରି ହଃକା ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ଜାଣା ହଃଳିଆଚେ ଜେ, ଇସ୍ୱର୍ ଅଃହ୍ଣାର୍ ଗଟେକ୍ବଃଲି ହୟ୍ସିକେ ଜଃଗତେ ହଃଟାୟ୍ଲା, ଜଃନ୍କଃରିକି ଅଃମିମଃନ୍ ଜିସୁର୍ ଗିନେ ଅଃମାର୍ ଜିବନ୍ ହାଉନ୍ଦ୍ । 10ଅଃମିମଃନ୍ ଜେ, ଇସ୍ୱର୍କେ ଲାଡ୍ କଃଲୁ ସେରି ନଃୟ୍, ମଃତର୍ ସେ ଅଃମିମଃନ୍କ୍ ଲାଡ୍ କଃଲା, ଆରେକ୍ ଅଃହ୍ଣାର୍ ହୟ୍ସିକେ ଅଃମିମଃନାର୍ ହାହ୍ ବୟ୍ନେଉଁକେ ହଃଟାୟ୍ଲା ଇତି ଇସ୍ୱରାର୍ ଲାଡ୍ ଜାଣାହଃଳୁଲି ।
11ଏ ଲାଡାର୍ ବାୟ୍ବେଣିମଃନ୍, ଇସ୍ୱର୍ ଜଦି ଅଃମିକ୍ ଇରଃକମ୍ ଲାଡ୍ କଃଲା, ତଃବେ ଅଃମି ହେଁ ଏକ୍ଆରେକ୍କେ ଲାଡ୍ କଃର୍ତା ଲଳା ଆଚେ । 12୪:୧୨ ଜହ ୧:୧୮.କେ ହେଁ କଃବେ ଇସ୍ୱର୍କେ ନଃଦେକେ; ଅଃମିମଃନ୍ ଜଦି ଏକ୍ଆରେକ୍କେ ଲାଡ୍ କଃରୁନ୍ଦ୍ ତଃନ୍ଅୟ୍ଲେକ୍ ଇସ୍ୱର୍ ଅଃମାର୍ ତଃୟ୍ ଆଚେ ଆର୍ ତାର୍ ଲାଡ୍ ଅଃମାର୍ ଟାଣେ ହୁରୁଣ୍ ଅୟ୍ଆଚେ ।
13ଅଃମିମଃନ୍ ଜେ, ତାର୍ ତୟ୍ ଆଚୁ ଆର୍ ସେ ଅଃମାର୍ ତଃୟ୍ ଆଚେ, ଇରି ଅଃମିମଃନ୍ ଜାଣୁଲୁ, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଅଃମିମଃନ୍କ୍ ଅଃହ୍ଣାର୍ ପବିତ୍ର ଆତ୍ମାକେ ଦିଲା ଆଚେ । 14ଉବା ଜେ ହୟ୍ସିକେ ଜଃଗତାର୍ ମୁକ୍ତିକାରି ଅଃଉତା ଗିନେ ହଃଟାୟ୍ଲା ଆଚେ, ଇରି ଅଃମିମଃନ୍ ଦଃକି ଆଚୁ ଆର୍ ସାକି ଦେଉଁଲୁ । 15ଜେ ଜିସୁକେ ଇସ୍ୱରାର୍ ହୟ୍ସି ବଃଲି ମାନେଦ୍ ଇସ୍ୱର୍ ତାର୍ ତଃୟ୍ ଆଚେ ଆର୍ ସେ ଇସ୍ୱରାର୍ ତଃୟ୍ ଆଚେ । 16ଆରେକ୍ ଅଃମିମଃନାର୍ ଗିନେ ଇସ୍ୱରାର୍ ଜୁୟ୍ ଲାଡ୍ ଆଚେ, ସେରି ଅଃମିମଃନ୍ ଜାଣି ଆଚୁ, ଆର୍ ବିସ୍ୱାସ୍ କଃରି ଆଚୁ । ଇସ୍ୱର୍ ତ ଲାଡ୍; ଜେ ଲାଳେ ରଃୟ୍ଦ୍ ସେ ଇସ୍ୱରାର୍ ତଃୟ୍ ରଃୟ୍ଦ୍ ଆର୍ ଇସ୍ୱର୍ ତାର୍ ତଃୟ୍ ରଃୟ୍ଦ୍ । 17ଇସ୍ୱର୍କେ ମାନି ଜିବନ୍ କାଟ୍ତାର୍ ଗିନେ ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ସିଦ୍ ଅୟ୍ଆଚେ । ଇତି ଲାଡ୍ ଅଃମାର୍ ବିତ୍ରେ ହୁରା ଅୟ୍ଆଚେ ଜେ, ବିଚାର୍ ଦିନ୍ ଅଃମିମଃନ୍ ସାସ୍ ହାଉନ୍ଦ୍ ବଃଲେକ୍ ସେ ଜଃନ୍କଃରି ଆଚେ, ଅଃମିମଃନ୍ ହେଁ ଇ ଜଃଗତେ ସେନ୍ କଃରିଆଚୁ । 18ଲାଳେ ଡିର୍ ନଃରେୟ୍; ମଃତର୍ ହୁରା ଲାଡ୍ ଡିର୍କେ ଦୁର୍ କଃରେଦ୍, ବଃଲେକ୍ ଡିର୍ ସଃଙ୍ଗ୍ ଡଃଣ୍ଡ୍ ମିସିଆଚେ ଆର୍ ଜେ ଡିରେଦ୍, ସେ ଲାଡେ ହୁର୍ନ୍ ନାୟ୍ ।
19ଇସ୍ୱର୍ ହଃର୍ତୁମ୍ ଅଃମିମଃନ୍କ୍ ଲାଡ୍ କଃଲାକ୍ ଅଃମିମଃନ୍ କଃଲୁ । 20ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟ୍ ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟ୍ ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ । 21ଜେ ଇସ୍ୱର୍କେ ଲାଡ୍ କଃରେଦ୍ ସେ ଅଃହ୍ଣାର୍ ବାୟ୍ବେଣିକେ ହେଁ ଲାଡ୍ କଃର ଇ ବିଦି ଅଃମିମଃନ୍ ତାର୍ ତଃୟ୍ହୁଣି ହାୟ୍ ଆଚୁ ।
5ଜଃଗତ୍କେ ଜିଣ୍ତାର୍
1ଜେ ଜିସୁକେ କ୍ରିସ୍ଟ ବଃଲି ବିସ୍ୱାସ୍ କଃରେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜେ ଜଃଲମ୍ ଦେଉଁକେ ଲାଡ୍ କଃରେଦ୍ ସେ ତାର୍ ତଃୟ୍ହୁଣି ଜଃଲମ୍ ଅୟ୍ରିଲା ହିଲାମଃନ୍କେ ହେଁ ଲାଡ୍ କଃରେଦ୍ 2ଅଃମିମଃନ୍ ଜଃଡେବଃଳ୍ ଇସ୍ୱର୍କେ ଲାଡ୍ କଃରୁନ୍ଦ୍ ଆର୍ ତାର୍ ବିଦି ମାନୁନ୍ଦ୍ ସଃଡେବଃଳ୍ ଜାଣୁ ହାରୁନ୍ଦ୍ ଜେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍କେ ଲାଡ୍ କଃରୁଲୁ । 3୫:୩ ଜହ ୧୪:୧୫.ବଃଲେକ୍ ଇସ୍ୱର୍କେ ଲାଡ୍ କଃର୍ତା ଅଃର୍ତ୍ ଅଃଉଁଲି ତାର୍ ବଲ୍ ମାନ୍ତାର୍, ଆର୍ ତାର୍ ବିଦି ସଃବୁ ଜଃବର୍ କଃସ୍ଟ୍ ନାୟ୍ । 4ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ଜଃଗତ୍କେ ଜିଣିଆଚେ, ଆର୍ ଜୁୟ୍ରି ଜଃଗତ୍କେ ଜିଣି ଆଚେ, ସେରି ଅଃମାର୍ ବିସ୍ୱାସ୍ । 5ଜିସୁ ଇସ୍ୱରାର୍ ହୟ୍ସି, ଇରି ଜେ ବିସ୍ୱାସ୍ କଃରେଦ୍, ସେ ହଃକା ଜଃଗତ୍କେ ଜିଣେଦ୍ ।
ଜିସୁ କ୍ରିସ୍ଟର୍ ସାକି
6ଜିସୁ କ୍ରିସ୍ଟ ଇସ୍ୱରାର୍ ହୟ୍ସି ବଃଲି ବାପ୍ତିସମ୍ ଦଃୟ୍ ଆର୍ ନିଜାର୍ ବଃନି ଦଃୟ୍ ମାନାୟ୍ର୍ ମୁକ୍ତି ସାଦୁନ୍ କଃଲାର୍ ଗିନେ ଜାଣାୟ୍ ରିଲା, ମଃତର୍ ହାଣାୟ୍ ହଃକା ନୟ୍ ମଃତର୍ ବଃନି ଆର୍ ହାଣି ନଃୟ୍ ଆସିରିଲା, ଆତ୍ମା ହେଁ ଇତିର୍ ସାକି ଦେଉଁଲା ଆତ୍ମା ସେ ସଃତ୍ । 7ଆର୍ ଇ ତିନି ହଃକା ସାକି ଆଚ୍ତି । 8ଆତ୍ମା, ହାଣି, ଆର୍ ବଃନି ଇ ତିନିଗଟ୍ ସାକି ଏକ୍ । 9ଅଃମିମଃନ୍ ଜଦି ନଃରାର୍ ସାକି ସଃତ୍ କଃରୁନ୍ଦ୍, ତଃବେ ଇସ୍ୱରାର୍ ସାକି ସେ ସାକି ତଃୟ୍ହୁଣି ବଃଡ୍, ଆର୍ ଇସ୍ୱରାର୍ ସାକି ଇରି ଜେ, ସେ ଅଃହ୍ଣାର୍ ହୟ୍ସିର୍ କଃତା ସାକି ଦଃୟ୍ ଆଚେ । 10ଜେ ଇସ୍ୱରାର୍ ହୟ୍ସିର୍ ତଃୟ୍ ବିସ୍ୱାସ୍ କଃରେଦ୍ ସେ ଅଃହ୍ଣାର୍ ଗଃର୍ବେ ହୁଣି ଇ ସାକି ହାୟ୍ ଆଚେ; ଜେ ଇସ୍ୱରାର୍ ସାକି ବିସ୍ୱାସ୍ ନଃକେରେ, ସେ ଇସ୍ୱର୍କେ ମିଚୁଆ କଃରି ଆଚେ, କାୟଃତାକ୍ବଃଲେକ୍ ଇସ୍ୱର୍ ଅଃହ୍ଣାର୍ ହୟ୍ସି ବିସୟେ ଜୁୟ୍ ସାକି ଦଃୟ୍ ଆଚେ, ସେତି ସେ ବିସ୍ୱାସ୍ ନଃକେରେ । 11୫:୧୧ ଜହ ୩:୩୬.ସେ ସାକି ଜେ, ଇସ୍ୱର୍ ଅଃମିମଃନ୍କ୍ ଅଃମ୍ବର୍ ଜିବନ୍ ଦଃୟ୍ ଆଚେ, ଆରେକ୍ ସେ ଜିବନ୍ ତାର୍ ହୟ୍ସି ଟାଣେ ଆଚେ । 12ଜେ ହୟ୍ସିକ୍ ହାୟ୍ ଆଚେ, ସେ ଜିବନ୍ ହାୟ୍ ଆଚେ; ଜେ, ଇସ୍ୱରାର୍ ହୟ୍ସିକେ ନଃହାୟ୍, ସେ ଜିବନ୍କେ ହେଁ ନଃହାୟ୍ ।
ଅଃମ୍ବର୍ ଜିବନ୍
13ଇସ୍ୱରାର୍ ହୟ୍ସିର୍ ନାଉଁଏ ବିସ୍ୱାସ୍ କଃରୁଲାସ୍ ଜେ, ତୁମିମଃନ୍, ତୁମିମଃନ୍ ଜଃନ୍କଃରି ଜାଣା ଜେ, ତୁମିମଃନ୍ ଅଃମ୍ବର୍ ଜିବନ୍ ହାୟ୍ ଆଚାସ୍, ଇତାର୍ ଗିନେ ମୁଁୟ୍ ତୁମିମଃନାର୍ ଇସଃବୁ ଲେକ୍ଲେ । 14ଅଃମିମଃନ୍ ଜଃବେ ତାର୍ ଇଚା ହଃର୍କାରେ ଜାୟ୍ ହେଁ ପାର୍ତ୍ନା କଃରୁନ୍ଦ୍, ତଃବେ ସେ ଅଃମାର୍ ସେ ପାର୍ତ୍ନା ସୁଣେଦ୍, ତାର୍ ଚଃମେ ଅଃମାର୍ ଇ ସାସ୍ ଆଚେ । 15ଆର୍ ଅଃମିମଃନ୍ ତାର୍ ହାକ୍ ଜାୟ୍ରି ହେଁ ପାର୍ତ୍ନା କଃରୁନ୍ଦ୍, ସେରି ସେ ସୁଣେଦ୍ ବଃଲି ଜଦି ଅଃମିମଃନ୍ ଜାଣୁଲୁ, ତଃବେ ତାର୍ ଟାଣେ ଜାୟ୍ରି ପାର୍ତ୍ନା କଃରି ଆଚୁ, ସେରି ସଃବୁ ଜେ ହାୟ୍ ଆଚୁ ଇରି ହେଁ ଜାଣୁକେ ଦଃର୍କାର୍ ।
16କେ ଜଃବେ ବାୟ୍କ୍ ହାହ୍ କଃର୍ତାର୍ ଦଃକାସ୍ ଆର୍ ସେ ହାହ୍ ମଃର୍ତା ହାହ୍ ଅୟ୍ ନଃରେୟ୍, ତାର୍ ହାଁୟ୍ ଇସ୍ୱର୍କେ ପାର୍ତ୍ନା କଃରା, ଆର୍ ଇସ୍ୱର୍ ତାକେ କେମା କଃରି ଜିବନ୍ ଦଃୟ୍ଦ୍ । ଜୁୟ୍ ଲକାର୍ ହାହ୍ ମଃର୍ନ୍ ହାଉତାର୍ ସେ ବିସୟେ ମୁୟ୍ଁ ପାର୍ତ୍ନା କଃରୁକେ ମୁୟ୍ଁ ନଃକୟ୍ଁ । 17ସଃବୁ ଅଃଦଃର୍ମ୍ ହାହ୍, ମଃତର୍ ସଃବୁ ହାହ୍ ମଃର୍ତା ହାହ୍ ନାୟ୍ ।
18ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍, ସେ ଜେ ହାହେ ବୁଡି ନଃରେୟ୍ ମଃତର୍ ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଅୟ୍ ନିଜ୍କେ ରଃକ୍ୟା କଃରେଦ୍, ଆର୍ ହାହ୍ ଆତ୍ମା ତାକ୍ ଚିଉଁକ୍ ନାହାରେ ଇରି ଅଃମିମଃନ୍ ଜାଣି ଆଚୁ ।
19ଅଃମିମଃନ୍ ଜେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ଜଃଗତ୍ଜାକ ଜେ ହାହ୍ ଆତ୍ମାର୍ ତଃଳେ ଆଚେ, ଇରି ଅଃମିମଃନ୍ ଜାଣି ଆଚୁ ।
20ଆରେକ୍ ହେଁ ଅଃମିମଃନ୍ ଜାଣୁ ଜେ, ଇସ୍ୱରାର୍ ହୟ୍ସି ଆସି ଆଚେ ଆର୍ ସଃତ୍ ଇସ୍ୱର୍ ତାକେ ଜାଣୁକେ ଅଃମିମଃନ୍କ୍ ଗିଆନ୍ ଦଃୟ୍ ଆଚେ; ଆରେକ୍ ଅଃମିମଃନ୍ ସେ ସଃତ୍ ତଃୟ୍ ବଃଲେକ୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ତଃୟ୍ ରେଉଁଆ । ସେ ସଃତ୍ ଇସ୍ୱର୍ ଆର୍ ସେ ହଃକା ଅଃମ୍ବର୍ ଜିବନ୍ ।
21ଏ ହିଲାମଃନ୍ ମିଚ୍ ମୁର୍ତି ଦେବାଦେବି ମଃନାର୍ ତଃୟ୍ହୁଣି ଅଃହ୍ଣା ଅଃହ୍ଣାକ୍ ବଚାଉଆ ।